spot_img
Home Blog Page 4020

ଲଜରେ ଚାଲିଥିଲା ଜୁଆ ଖେଳ, ମାଡ଼ିବସିଲା ପୋଲିସ୍: ୭ ଗିରଫ ୬୦ ଲକ୍ଷ ଟଙ୍କା ଜବତ

0

ବଲାଙ୍ଗୀର:  କଣ୍ଟାବାଞ୍ଜିର ଏକ ଲଜ୍‌ରେ ରାତି ଅଧିଆ ଚଢ଼ାଉ କରିଛି ପୋଲିସ । ରେଡ୍ ବେଳେ ଜବତ ହୋଇଛି ପ୍ରାୟ ୬୦ ଲକ୍ଷ ଟଙ୍କା । ଘଟଣାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ବିଳମ୍ବିତ ରାତିରେ ଏକ ଲଜରେ ବାହାର ରାଜ୍ୟର କିଛି ଲୋକ ଜୁଆ ଖେଳୁଥିବା ଖବର ପାଇଥିଲା ପୋଲିସ । ସଙ୍ଗେସଙ୍ଗେ ଚଢ଼ାଉ କରି ୫୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଗିରଫ ୭ ଜଣଙ୍କୁ ପଚରାଉଚରା ଚାଲିଛି। କେବଳ ଜୁଆ ଖେଳ ଚାଲିଥିଲା, ନା ଆଉ କେଉଁ ଉଦ୍ଦେଶ୍ୟରେ ରାଜ୍ୟ ବାହାରର ଯୁବକ ଆସିଥିଲେ, ସେନେଇ ତଦନ୍ତ କରୁଛି ପୋଲିସ । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସଡିପିଓ ହୃଷୀକେଶ ମେହେର ସୂଚନା ଦେଇଛନ୍ତି।

ମାଲକାନଗିରି ଓଟିଇଟି ପରୀକ୍ଷା ରଦ୍ଦ; ପ୍ରଶ୍ନ ପତ୍ର ହୋଇଥିଲା ଲିକ୍

0

ମାଲକାନଗିରି: ରଦ୍ଦ ହେଲା ମାଲକାନଗିରି ଜିଲ୍ଲାର ଓଟିଇଟି ପରୀକ୍ଷା । ଗତ ୨୯ ତାରିଖରେ ହୋଇଥିବା ଓଟିଇଟି ପରୀକ୍ଷାର ପ୍ରଶ୍ନ ପତ୍ର ଲିକ୍ ହୋଇଥିଲା। ଏହି ଖବର ଗଣମାଧ୍ୟମରେ ପ୍ରସାରଣ ହେବାପରେ ମାଲକାନଗିରି ଜିଲ୍ଲା ପ୍ରଶାସନ ଏନେଇ ଖୋଳତାଡ଼ ଆରମ୍ଭ କରିଥିଲେ। ପରେ ତଦନ୍ତ ରିପୋର୍ଟ ରାଜ୍ୟ ଶିକ୍ଷା ବିଭାଗ ନିକଟରେ ଦାଖଲ କରିଥିଲେ । ରାଜ୍ୟ ଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ବୋର୍ଡ କର୍ତ୍ତୃପକ୍ଷ ମାଲକାନଗିରି ଜିଲ୍ଲାର ତିନୋଟି ପରୀକ୍ଷା କେନ୍ଦ୍ରରେ ହୋଇଥିବା ଓଟିଇଟି ପରୀକ୍ଷାକୁ ବାତିଲ କରିଛନ୍ତି।

ପୂଜା ମାହୋଲରେ ଅପରାଧ ଉପରେ ଲାଗିବ ରୋକ୍, ସ୍ମାର୍ଟସିଟିକୁ ଜଗିବ ସିସିଟିଭି

ଭୁବନେଶ୍ୱର: ଆରମ୍ଭ ହେଲାଣି ପାର୍ବଣ ଋତୁ । ଦଶହରା ପୂର୍ବରୁ ବ୍ୟାପକ ବ୍ୟବସ୍ଥା କରୁଛି କମିଶନରେଟ୍ ପୋଲିସ। ସିଲଭରସିଟି ପରେ ଏବେ ରାଜଧାନୀରେ ପୂଜା ମାହୋଲରେ ଅପରାଧିକ କାର୍ଯ୍ୟକଳାପରେ ରୋକ୍ ଲଗାଇବାକୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍ ଓ କମିଶନରେଟ୍ ପୋଲିସ ପକ୍ଷରୁ ରାଜଧାନୀରେ ଲାଗିବ ଆଉ ୩୫୦ କ୍ୟାମେରା । ସହରର ୮୯ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ଅପରାଧୀ, ଅପରାଧିକ କାର୍ଯ୍ୟକଳାପ ଓ ଟ୍ରାଫିକ ନିୟନ୍ତ୍ରଣ ଲାଗି ଆହୁରି ଅଧିକ କ୍ୟାମେରା ଲଗାଯିବ। ଯାହାର ସମୀକ୍ଷା କରିଛନ୍ତି BSCL ଏମଡି ସଞ୍ଜୟ ସିଂ।

ଆଜି ନାମିବ୍ୟାରୁ ଚାର୍ଟାର୍ଡ ଫ୍ଲାଇଟରେ ଭାରତ ଆସିବେ ଚିତା

ନୂଆଦିଲ୍ଲୀ: ଆଫ୍ରିକାରୁ ଭାରତ ଆସିବେ ଚିତା । ଆଜି ନାମିବ୍ୟା ରାଜଧାନୀ ୱିଣ୍ଡହୋକରୁ ଏକ ଚାର୍ଟାର୍ଡ ଫ୍ଲାଇଟରେ ବାହାରିବେ ବାଘ । ପ୍ରଥମ ପର୍ଯ୍ୟାୟରେ ୫ଟି ମାଈ ଓ ୩ଟି ଅଣ୍ଡିରା ଚିତାବାଘ ଅଣାଯିବ। ବାଘ ଆଣିବା ଲାଗି B747 ସ୍ୱତନ୍ତ୍ର ଜୁମ୍ବୋ ଜେଟର ବ୍ୟବସ୍ଥା କରାଯାଇଛି। ଏହି ବିମାନର ସମ୍ମୁଖ ଭାଗକୁ ବାଘ ଚିତ୍ରରେ ଚିତ୍ରଣ କରାଯାଇଛି । ବିମାନଟି ଅଧିକ ଲମ୍ବା ହୋଇଥିବା ବେଳେ କ୍ରମାଗତ ୧୬ ଘଣ୍ଟା ଉଡିବାର କ୍ଷମତା ହାସଲ କରିଛି । ଫଳରେ ବିମାନଟି ସିଧାସଳଖ ନାମିବ୍ୟାରୁ ଜୟପୁରରେ ପହଞ୍ଚିବ ।

ବିମାନରେ ଥିବା ବେଳେ ବାଘଙ୍କୁ କିଛି ଖାଇବାକୁ ଦିଆଯିବ ନାହିଁ । ଖାଦ୍ୟ ଖାଇଥିବା ବାଘମାନେ ଦୀର୍ଘଯାତ୍ରା କାଳରେ ଦୁର୍ବଳ ଅନୁଭବ କରୁଥିବାରୁ ସେମାନଙ୍କୁ ଖାଲି ପେଟରେ ରଖାଯିବ । ୱିଣ୍ଡହୋକରୁ ବାଘ ନେଇ ଆସୁଥିବା ବିମାନ ଜୟପୁରରେ ଲ୍ୟାଣ୍ଡ କରିବ । ସେଠାରୁ ହେଲିକପ୍ଟରରେ ବାଘମାନଙ୍କୁ ଜବଲପୁର ନିଆଯିବ । ଜବଲପୁରରେ ଏଥିଲାଗି ହେଲିପ୍ୟାଡ ତିଆରି ହୋଇଛି । ପରେ ସେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ଚିତାଙ୍କୁ ରଖାଯିବ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତରେ ଯିବେ । ପୂର୍ବାହ୍ନ ୧୦ଟା ୪୫ରେ କୁନୋ ଜାତୀୟ ଉଦ୍ୟାନରେ ସେ ବାଘଙ୍କୁ ଛାଡ଼ିବେ । ୧୯୫୨ରେ ଚିତା ଭାରତରୁ ବିଲୁପ୍ତ ବୋଲି ଘୋଷଣା ହୋଇଥିଲା । ତେଣୁ ସେମାନଙ୍କ ବଂଶବୃଦ୍ଧି ପାଇଁ ପୁଣି ପ୍ରୟାସ ଆରମ୍ଭ ହୋଇଛି । ଚିତା ପ୍ରକଳ୍ପ ଅନୁସାରେ ଭାରତରେ ଚିତାଙ୍କୁ ଛଡ଼ାଯାଉଛି। ଏହା ବିଶ୍ୱର ପ୍ରଥମ ଆନ୍ତଃମହାଦେଶୀୟ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ । ଭାରତର ଶେଷ ଚିତାବାଘଟି ୧୯୪୮ରେ ଛତିଶଗଡ଼ର କୋରିୟା ଜିଲ୍ଲା ଅନ୍ତର୍ଗତ ଶାଲ ଜଙ୍ଗଲରେ ପ୍ରାଣତ୍ୟାଗ କଥିଲା ।

ଆଜି ରାଜଧାନୀରେ ଚିତ୍ତାକର୍ଷକ ଏୟାର ସୂର୍ଯ୍ୟକିରଣ ଶୋ; ବଳ ଦେଖାଇବ ବାୟୁସେନା

ଭୁବନେଶ୍ୱର: ଆଜି ରାଜଧାନୀରେ ଦମ୍ ଦେଖାଇବ ସୂର୍ଯ୍ୟକିରଣ । ଆୟୋଜିତ ହେବ ଚିତ୍ତାକର୍ଷକ ଏୟାର ସୂର୍ଯ୍ୟକିରଣ ଶୋ । ବଳ ଦେଖାଇବ ବାୟୁସେନା । ସମରକଳା ପ୍ରଦର୍ଶନ କରିବେ ବାୟୁସେନା ଅଧିକାରୀ । କୁଆଖାଇ ନଦୀପଠାରେ ପୂର୍ବାହ୍ନ ୧୦ଟା ୧୫ରୁ ୧୧ଟା ୧୫ ମିନିଟ ଏକ ଘଣ୍ଟାର ଶୋ’ । ମାର୍କ-୧୨୩ ଲଢୁଆ ବିମାନ ଜରିଆରେ ପ୍ରଦର୍ଶିତ ହେବ କଳାକୌଶଳ । ୨ଟି ଟିମରେ ମୋଟ ୧୬ ଜଣ ବାୟୁସେନା ଅଧିକାରୀ ରହିବେ । ଏକା ସାଥିରେ ଉଡ଼ିବ ୯ଟି ବିମାନ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମରେ ଯୋଗଦେବେ ।

ଏୟାର ଶୋ’ରେ ୫୦ ହଜାରରୁ ଏକ ଲକ୍ଷ ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏୟାର ଶୋ ହେବାକୁ ଥିବା ଅଞ୍ଚଳରେ ପକ୍ଷୀ ଯେଭଳି ନଉଡିବେ ସେଥିପ୍ରତି ସ୍ବତନ୍ତ୍ର ଧ୍ୟାନ ଦିଆଯାଇଛି । ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୧୫ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ଜଣ ଅଧିକାରୀଙ୍କ ସହ ନଦୀପଠାରେ ଓଡ୍ରାଫ ଟିମ୍ ମୁତୟନ ହୋଇଛନ୍ତି । ପ୍ରଥମ ଥର ପାଇଁ ଏଭଳି ଚିତ୍ତାକର୍ଷକ ଶୋ’ ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ଆସନ୍ତା ୧୮ତାରିଖରେ ପୁରୀରେ ହବ ସୂର୍ଯ୍ୟକିରଣ ଶୋ

ଗୋଟିଏ ପୁଅକୁ ବିବାହ ପାଇଁ ୨ ଯୁବତୀଙ୍କ ଜିଦ୍

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ହାଇଡ୍ରାମା । ଗୋଟିଏ ପୁଅକୁ ବିବାହ ପାଇଁ ଜିଦ ଧରିଲେ ୨ ଯୁବତୀ । ବିବାହ କରିବା ପାଇଁ ୧୫ଦିନ ହେବ ଜଣେ ଯୁବତୀ ଅପହରଣ କରିଥିଲେ । ଆଜି ଯୁବକକୁ କିଛି ଲୋକ ଉଦ୍ଧାର କରିଥିବାବେଳେ ଦୁଇଜଣ ଯୁବତୀ ତାଙ୍କୁ ବିବାହ କରିବାକୁ ଜିଦ୍ ଧରିଥିଲେ ।

ଯୁବକ ଜଣକ ଇଶାନେଶ୍ବର ବସ୍ତି ବାସିନ୍ଦା । ୨ ଜଣଙ୍କ ମଧ୍ୟରୁ ଜଣେ ଯୁବତୀ କିଛି କିନ୍ନରଙ୍କୁ ଆଣି ମାରପିଟ କରିବା ସହ ଜୋରଜବରଦସ୍ତି ନିଜ ସହ ନେବାକୁ ଚେଷ୍ଟା କରିବାରୁ ସ୍ଥାନୀୟ ଲୋକେ ପୋଲିସ କଣ୍ଟ୍ରୋଲ ରୁମ୍ କୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଛି ।

ଗୋଟିଏ ଘରେ ପଡ଼ିଛି ଶାଶୂ- ବୋହୂଙ୍କ ମୃତଦେହ

ଝାରସୁଗୁଡ଼ା: ଝାରସୁଗୁଡାରେରେ ଚାଞ୍ଚଲ୍ୟ । ରେଙ୍ଗାଲି ଥାନା ଅନ୍ତର୍ଗତ ମିସ୍ତ୍ରୀ ପଡ଼ାରେ ଥିବା ଏକ ଘରୁ ଶାଶୂ-ବୋହୂଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଝିମ ଖଡ଼ିଆ ଓ ତାଙ୍କ ବୋହୂ ସାଏବାଣୀ ଖଡ଼ିଆ । ଉଭୟଙ୍କୁ ପଥରରେ ପିଟି ହତ୍ୟା କରା ଯାଇଥିବା ପୋଲିସ ଅନୁମାନ କରୁଛି  ।

ଏଭଳି ଏକ ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି  ।  ପୋଲିସ ଝିମ ଖଡିଆଙ୍କ ପୁଅ କୁଲଥୁ ଖଡିଆକୁ ଅଟକ ରଖି ପଚରାଉଚୁରା କରୁଥିବା ରେଙ୍ଗାଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି  ।

ପ୍ରତାରଣା ସନ୍ଦେହରେ ପ୍ରେମିକାକୁ ହତ୍ୟାକରି ନିଜେ ବିଷ ପିଇଲା ପ୍ରେମିକ

ସୁନ୍ଦରଗଡ଼: ପ୍ରେମରେ ପ୍ରତାରଣା ସନ୍ଦେହରେ ପ୍ରେମିକାକୁ ହତ୍ୟାକରି ନିଜେ ବିଷ ପିଇଲା ପ୍ରେମିକ । ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଭୁଲତା ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା  । ପ୍ରେମିକାକୁ ହତ୍ୟା କରିବା ପରେ ବିଷ ପିଇ ଗୁରୁତର ଅବସ୍ଥାରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛି ପ୍ରେମିକ । ଭୂଲତା ଗାଁର ଶାନ୍ତି ଲାକ୍ରା, ଓ ଶୁକୃ ଓରାମଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା  ।

ପ୍ରେମିକାର ଚରିତ୍ରକୁ ସନ୍ଦେହ କରି ପ୍ରେମିକ ଆଜି ଏଭଳି କାଣ୍ଡ ଭିଆଇଛି । ଏକ ଧାରୁଆ ଅସ୍ତ୍ରରେ ବେକ କାଟି ପ୍ରମୀକାଙ୍କୁ ହତ୍ୟା କରିବା ପରେ ନିଜେ ବିଷ ପିଇ ଦେଇଥିଵା ଅଭିଯୋଗ ହୋଇଛି । ଗ୍ରାମବାସୀ ଘଟଣା ସମ୍ପର୍କରେ ଚାନ୍ଦିପୋଷ ଥାନାକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାରୀ ଶୁକୃ ଏବେ ଡାକ୍ତରଖାନାରେ ପୋଲିସ ହେପାଜତରେ ଚିକିତ୍ସାଧୀନ ଅଛି  ।

ନଦୀ ମଝିରେ ଚିତ୍କାର କଲେ ୨୫ ଯାତ୍ରୀ, ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କଳାହାଣ୍ଡି: ନଇ ମଝିରେ ଫସିଲା ଡଙ୍ଗା । ଦେବଦୂତ ସାଜିଲେ ୧୦୮ ବୋଟ୍ ଆମ୍ବୁଲାନ୍ସ କର୍ମଚାରୀ । ସମସ୍ତ ଯାତ୍ରୀଙ୍କୁ କଲେ ଉଦ୍ଧାର । କଳାହାଣ୍ଡି ଇଦ୍ରାବତୀ ଜଳଭଣ୍ଡାରରେ ଘଟିଛି ଏହି ଘଟଣା । ଗୁଞ୍ଜମାଳି ଗାଁର ପ୍ରାୟ ୨୫ ଜଣ ଗ୍ରାମବାସୀ ଏକ ଦେଶୀ ଡଙ୍ଗାରେ ଇଦ୍ରାବତୀ ଜଳଭଣ୍ଡାର ପାର ହୋଇ ବାରିଆହାଟକୁ ହାଟ କରିବା ପାଇଁ ଯାଇଥିଲେ ।

ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗାଟି ନଇ ମଝିରେ ଅଟକି ଯାଇଥିଲା । ଫଳରେ ଲୋକେ ଆତଙ୍କିତ ହୋଇ ଚିତ୍କାର କରିବାକୁ ଲାଗିଥିଲେ । ଏହି ସମୟରେ ବାରିଆହାଟ ଘାଟି ଠାରେ ନିୟୋଜିତ ଥିବା ୧୦୮ ବୋଟ୍ ଆମ୍ବୁଲାନ୍ସ ଦେଶୀ ଡଙ୍ଗା ନିକଟରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ ।

ପୁଣି ଗଭୀର କୂଅକୁ ଖସିପଡିଲା ଶିଶୁ, ଉଦ୍ଧାର ପାଇଁ ଚାଲିଛି ପ୍ରୟାସ

ଜୟପୁର: ୨୦୦ ଶହ ଫୁଟ ଗଭୀର କୂଅକୁ ଖସିପଡ଼ିଲା ୨ବର୍ଷର ଶିଶୁ କନ୍ୟା  । ପୁଣି ଏକ ଛାତିଥରା ଘଟଣା ଘଟିଛି  । ରାଜସ୍ଥାନରେ ଦେଖିବାକୁ ମିଳିଛି ଛତିଶଗଡ଼ର ଘଟଣା  । କୁନି ନିରୀହ ଛୁଆଟି ଖେଳୁଥିବା ବେଳେ ଗଭୀର କୂଅ ଭିତରକୁ ଗଳି ପଡିଛି  । ଗାତକୁ ଖସିଯିବା ପରେ କାନ୍ଦିବାକୁ ଲାଗିଥିଲା ଶିଶୁକନ୍ୟା  । ପିଲାଟିର କାନ୍ଦ ଶୁଣି ପରିବାର ଲୋକେ ଦେଖିବାକୁ ପାଇଥିଲେ ଯେ ଗଭୀର କୂଅ ଭିତରେ ଖସି ପଡିଛି ଅଙ୍କିତା ନାମ୍ନୀ ଶିଶୁ କନ୍ୟା  ।

ଏହାପରେ ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ଖବର ଦେଇଥିଲେ ଗ୍ରାମବାସୀ  । ପ୍ରଶାସନ ମଧ୍ୟ ଯଥା ସମ୍ଭବ ସେଠାରେ ପହଁଛି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି  । ଝିଅଟିକୁ ଉଦ୍ଧାର କରିବା ପାଇଁ ପ୍ରଶାସନ ସମସ୍ତ ପ୍ରକାର କାର୍ଯ୍ୟ ଆରମ୍ଭ କରିଛି  । ରାଜ୍ୟ ପ୍ରଶମନ ବିଭାଗକୁ ସୂଚନା ଦେବା ସହ ଏକ ରେସ୍କ୍ୟୁ ଟିମକୁ ଡକାଇଛି  । ସେପଟେ କୂଅଟିର ଗଭୀର ୨ଶହ ଫୁଟ ରହିଥିବାବେଳେ ଶିଶୁ କନ୍ୟାଟି ୧୦୦ ଫୁଟରେ ଅଟକି ରହିଥିବା ଜାଣିବାକୁ ମିଳିଛି  ।

କୂଅ ଭିତରକୁ ସିସି କ୍ୟାମେରା ଛଡ଼ାଯିବା ସହ ପିଲାଟିର ଗତିବିଧି ଉପରେ ସମ୍ପୂର୍ଣ୍ଣ ନଜର ରଖାଯାଇଛି  । ସେହିପରି  କୂଅ ଭିତରକୁ ପାଇପ୍ ମାଧ୍ୟମରେ ଅକ୍ସିଜେନ ଛଡା ଯାଇଛି  । ଯେପରି ପିଲାଟିର ନିଶ୍ୱାସ ପ୍ରଶ୍ୱାସ ନେବାରେ କୌଣସି ଅସୁବିଧା ନଉପୁଜେ ତାହା ଉପରେ ପ୍ରାଧାନ୍ୟ ଦିଆଯାଇଛି  । ଘଟଣାସ୍ଥଳରେ ଜେସିବି ମେସିନ ସାମାନ୍ତରୋଳ ଭାବେ ଅନ୍ୟ ଏକ ଗାତ ଖୋଳିବା ଆରମ୍ଭ କରିଥିବାବେଳେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ରହି ସମସ୍ତ ଦିଗକୁ ନଜର ରଖିଛନ୍ତି  ।