spot_img
Home Blog Page 4075

ରାଜ୍ୟରେ ଖୋଲିବ ନୂଆ ଥାନା, ୫୩୬ ନୂଆ ପଦବୀ ସୃଷ୍ଟି

ଭୁବନେଶ୍ୱର: ବର୍ଦ୍ଧିତ ଜନସଂଖ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରାଜ୍ୟରେ ଆଉ ୩୬ଟି ନୂଆ ପୋଲିସ ଥାନା ଖୋଲିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏହି ଥାନା ଗୁଡିକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ନୂତନ ଭାବରେ ଖୋଲୁଥିବା ଏହି ନୂଆ ଥାନା ଗୁଡିକ ହେଲା ଅନୁଗୁଳର ବଗେଡିଆ ଓ ଗୋପାଳପ୍ରସାଦ, ବାଲେଶ୍ବରର ଗୋପଳପୁର ଓ ଅନନ୍ତପୁର, ବରଗଡର ବରଗଡ ଗ୍ରାମାଞ୍ଚଳ, ବ୍ରହ୍ମପୁରର ନିମଖଣ୍ଡି, ବଲାଙ୍ଗୀରର ଲକ୍ଷ୍ମୀଜୋର ଓ ଆଗଲପୁର, ବୌଦ୍ଧର ଘଣ୍ଟାପଡା, ଭୁବନେଶ୍ବର କମିଶନରେଟର ମୈତ୍ରୀ ବିହାର, କଟକ ଗ୍ରାମାଞ୍ଚଳର ମାଣିଆବନ୍ଧ, ଜୋଡୁମ ଓ ଭଦ୍ରେଶ୍ବର, ଦେବଗଡର ଲାଇମୁରା, ଢେଙ୍କାନାଳର ମହାବୀର ରୋଡ, ଗଞ୍ଜାମର ବେଗୁନିଆପଡା ଓ କୋଟିନଡା, ଜଗତସିଂପୁରର କୃଷ୍ଣନନ୍ଦପୁର, ଯାଜପୁରର ଅଳକୁଣ୍ଡ, ବ୍ରହ୍ମବରଦା ଓ ଦଶରଥପୁର  ।

ସେହିପରି ଝାରସୁଗୁଡାର ଏୟାରପୋର୍ଟ ପୋଲିସ ଷ୍ଟେସନ, କଳାହାଣ୍ଡିର କରଲାପାଟ, କଲାମପୁର, କେନ୍ଦ୍ରାପଡାର ପଟାମୁଣ୍ଡାଇ ଗ୍ରାମାଞ୍ଚଳ, କୁଦାନଗରୀ କୋରୁଆ, କେନ୍ଦୁଝରର ମନୋହରପୁର, ଖୋର୍ଦ୍ଧାର ନାଚୁଣୀ, କୋରାପୁଟର ସୁଙ୍କି, ମାଲକାନଗିରିର ମାଲକାନଗିରି ସଦର କୋରକୁଣ୍ଡା, ମୟୁରଭଞ୍ଜର ଭଞ୍ଜପୁର, ନଗରଙ୍ଗପୁରର ମଇଦଲପୁର, ପୁରୀର ଚାରିଛକ, ରାୟଗଡାର ରାମନାଗୁଡା, ସମ୍ବଲପୁରର ବରେଇପାଲି ଏବଂ ସୁବର୍ଣ୍ଣପୁରର ଲଚ୍ଛିପୁରରେ ଥାନା ଖୋଲାଯିବ ।

ଏ ସମସ୍ତ ନୂଆ  ଥାନାଗୁଡିକ ବର୍ତ୍ତମାନ ଥିବା ଥାନାର ବିଭକ୍ତୀକରଣ ତଥା ଫାଣ୍ଡିଗୁଡିକର ଅପ୍‌ଗ୍ରେଡେସନ କରାଯାଇ ସୃଷ୍ଟି କରାଯାଇଛି । ଏହି ନୂତନ  ଥାନା ଗୁଡିକ ନିମନ୍ତେ ଇନସ୍ପେକ୍ଟର ଠାରୁ ଆରମ୍ଭ କରି  କନଷ୍ଟେବଳ ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ 563ଟି ନୂଆ ପଦବୀ  ସୃଷ୍ଟି କରାଯାଇଛି ।

ଏହି ନୂଆ 36ଟି ଥାନା  ପ୍ରତିଷ୍ଠା ହେଵା ଦ୍ବାରା ଜନସାଧାରଣଙ୍କୁ ଉତ୍ତମ ପୋଲିସ ସେବା ଯୋଗାଇ ଦେବା ଦିଗରେ ଓଡିଶା ପୋଲିସର ଉଦ୍ୟମ ଆହୁରି ଶକ୍ତିଶାଳୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

ନୂଆଖାଇ ପାଇଁ ନୂଆ ଧାନ, ସେପ୍ଟେମ୍ବର ୧ରେ ନବାନ୍ନ ଖାଇବେ ସମଲେଶ୍ବରୀ

ସମ୍ବଲପୁର: ନବାନ୍ନ ଖାଇବେ ମା ସମଲେଶ୍ବରୀ  । ମା’ଙ୍କ ପାଖରେ ପହଞ୍ଚିଲା ନୂଆଁଖାଇ ପାଇଁ ଧାନ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ପାଇଁ ଆଜି ନୂଆ ସରିଆ ଧାନ ମା ସମଲେଶ୍ବରୀଙ୍କ ମନ୍ଦିରରେ ପହଞ୍ଚିଛି । ପରମ୍ପରା ଅନୁସାରେ ଏହି ସରିଆ ଧାନ ସମ୍ବଲପୁର ଜିଲ୍ଲା ବଲବସପୁର ଗାଁରୁ ପ୍ରତିବର୍ଷ ପରି ଆସିଛି l

ମା’ ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାଏଙ୍କ ଘରେ ଏହି ନୂଆ ଧାନ ପହଞ୍ଚିଛି l ଧାନ ପହଞ୍ଚିଲା ପରେ ନୂଆଁଖାଇ ଦିନ ମା ସମଲେଇଙ୍କ ନିକଟରେ ଲାଗି ହେବ ନବାନ୍ନ । ମାଙ୍କ ନିକଟରେ ନବାନ୍ନ ଲାଗି ପରେ ପଶ୍ଚିମ ଓଡିଶାବାସୀ ନୂଆ ଖାଇବାର ପରମ୍ପରା ରହିଛି।

ସୋନାଲିଙ୍କୁ ପତ୍ନୀ କହୁଥିଲେ ସୁଧୀର, ମୃତ୍ୟୁ ପରେ ଚର୍ଚ୍ଚାରେ ଗୁରୁଗ୍ରାମ ଫ୍ଲାଟ୍

ଗୁରୁଗ୍ରାମ: ଟିକ୍‌ଟକ୍‌ ଷ୍ଟାର ତଥା ବିଜେପି ନେତା ସୋନାଲି ଫୋଗାଟଙ୍କ ମୃତ୍ୟୁ ମାମଲାରେ ଗୋଆ ପୋଲିସର ବଡ କାର୍ଯ୍ୟାନୁଷ୍ଠାନ  । ଗୋଆର କର୍ଲିକ୍ଲବ୍‌ ମାଲିକଙ୍କୁ ଗିରଫ କରିଛି ପୋଲିସ  । କ୍ଲବର ବାଥରୁମରୁ ଡ୍ରଗ୍ସ ଜବତ କରିଛି ପୋଲିସ  । ମାମଲାରେ ବର୍ତ୍ତମାନ ସୁଦ୍ଧା ୪ ଅଭିଯୁକ୍ତ ଫୋଗାଟଙ୍କ ପିଏ ସୁଧୀର ସାଙ୍ଗୱାନ, ସହଯୋଗୀ ସୁଖବିନ୍ଦର ସିଂ,କ୍ଲବ ମାଲିକ ଓ ଡ୍ରଗ୍ସ ବେପାରୀକୁ ଗିରଫ କରିଛି  ।

ଦିନକୁ ଦିନ ସୋନାଲି ମୃତ୍ୟୁକୁ ନେଇ ଖୋଲୁଛି ସସପେନ୍ସ । ସାମ୍ନାକୁ ଆସୁଛି ନୂଆ ରହସ୍ୟ । ଗୋଆରେ ସୋନାଲିଙ୍କ ମୃତ୍ୟୁ ପରେ  ତାଙ୍କ ପିଏ ସୁଧୀର ସାଙ୍ଗଓ୍ବାନଙ୍କ ଉପରେ ସନ୍ଦେହ କରିଥିଲେ ପରିବାର ଲୋକେ । ଏ ନେଇ ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ଡ୍ରଗ୍ସ କନେକ୍ସନକୁ ନେଇ ସାଂଘାତିକ ଖୁଲାସା କରିଥିଲା ଗୋଆ ପୋଲିସ । ଡ୍ରଗ୍ସ ଥିଓରୀ ପରେ ସୋନାଲିଙ୍କ ଗୁରୁଗ୍ରାମ ଫ୍ଲାଟ ନମ୍ବର ୯୦୧ ଏହି ମାମଲାକୁ ଆହୁରି ରହସ୍ୟଘେରକୁ ଟାଣିଛି । ଗୁରୁଗ୍ରାମରେ ଭଡାରେ ନେଇଥିବା ଫ୍ଲାଟ୍‌ରେ ସୁଧୀର ଓ ସୋନାଲି ସ୍ବାମୀ ସ୍ତ୍ରୀର ପରିଚୟ ନେଇ ରହୁଥିଲେ ।

ଗୋଆ ଯିବା ପୂର୍ବରୁ ମଧ୍ୟ ସୋନାଲି ଓ ସୁଧୀର ସେହି ଆପାର୍ଟମେଣ୍ଟକୁ ଯାଇଥିଲେ । ସେଠାରୁ କ୍ୟାବ ଯୋଗେ ଏୟାରପୋର୍ଟ ଯାଇଥିଲେ ବୋଲି ସୂଚନା ମିଳିଛି । କ୍ରିଷ୍ଣକାନ୍ତ ତିଓ୍ବାରୀ ନାମକ ବ୍ୟକ୍ତିଙ୍କ ନାଁରେ ଥିବା ଏହି ଆପାର୍ଟମେଣ୍ଟକୁ ଭଡାରେ ନେଇଥିଲେ ସୋନାଲି । ପୂର୍ବତନ ବିଗବସ୍ ପ୍ରତିଯୋଗୀ ତଥା ବିଜେପି ନେତା ସୋନାଲିଙ୍କ ଗୋଆର ଏକ ହୋଟେଲରେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା । ହୃଦଘାତରେ ସୋନାଲିଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଏବେ ଏ ନେଇ ହତ୍ୟା ମାମଲା ରୁଜୁ ହୋଇଛି ।

ଅନ୍ୟପଟେ ସୋନାଲିଙ୍କ ଦୁଇ ସହଯୋଗୀ ସୁଧୀର ଓ ସୁଖବିନ୍ଦର ତାଙ୍କୁ MDMA ମିଶ୍ରିତ ପାଣି ପିଇବାକୁ ଦେବାରୁ ସୋନାଲିଙ୍କ ମୃତ୍ୟୁ ହୋଇଥିବା ଗୋଆ ପୋଲିସ କହିଥିଲା । ମାମଲାରେ ପୋଲିସ ପୂର୍ବରୁ ସୁଧୀର ଓ ସୁଖବିନ୍ଦରଙ୍କୁ ଗିରଫ କରିଥିବା ବେଳେ ଜଣେ ଡ୍ରଗ୍‌ସ ଡିଲରଙ୍କୁ ମଧ୍ୟ ହେପାଜତକୁ ନେଇଛି ।…

 

ମୁଣ୍ଡଳୀରେ ସ୍କୁଟି ରଖି ମହାନଦୀକୁ ଡେଇଁଲେ ଯୁବକ

କଟକ: ମହାନଦୀକୁ ଡେଇଁଲେ ଯୁବକ । ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି ରଖି ପାଣିକୁ ଡେଇଁ ଯୁବକ ନିଖୋଜ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଖୋଜ ଯୁବକ ଭୁବନେଶ୍ବର ଶୈଳଶ୍ରୀବିହାରର ବିଶ୍ବଦେବ ଦାସ ବୋଲି ଜଣାପଡିଛି । ପାଣିକୁ ଡେଇଁବା କାରଣ ଅସ୍ପଷ୍ଟ ରହିଚି ।

ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି  । ରାଜଧାନୀରୁ ଯୁବକ ଜଣକ ମୁଣ୍ଡଳୀ ଆସି କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ବି ଖୋଜୁଛି ପୋଲିସ  । କିଛି ଦିନ ମଧ୍ୟରେ ରାଜଧାନୀରେ ଗୋଟିଏ ପରେ ଗୋଟିଏ ଆତ୍ମହତ୍ୟା ଘଟଣା କମିଶନରେଟ ପୋଲିସର ମୁଣ୍ଡବିଧା ସାଜିଛି  ।

ଆଜିଠୁ UAEରେ ଆରମ୍ଭ ଏସିଆ କପ, ରବିବାର ଭାରତ-ପାକିସ୍ତାନ ମ୍ୟାଚ୍

ଆବୁଧାବି: ଆଜିଠୁ UAEରେ ଆରମ୍ଭ ହେଉଛି ଏସିଆ କପ । ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ ଟୁର୍ଣ୍ଣାମେଣ୍ଟ । ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ, ବାଂଲାଦେଶ ଓ ହଂକଂ ମଧ୍ୟରେ ଖେଳାଯିବ ୧୩ଟି ମ୍ୟାଚ । ଆଜି ଉଦଘାଟନୀ ମ୍ୟାଚରେ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମୁହାଁମୁହିଁ ହେବେ । ଆସନ୍ତାକାଲି ରହିଛି ହାଇଭୋଲଟେଜ୍ ଭାରତ-ପାକିସ୍ତାନ ମ୍ୟାଚ୍  । ବଡ଼ ବିଜୟ ସହିତ ଏସିଆ କପ୍ ଅଭିଯାନ ଆରମ୍ଭ କରିବାକୁ ଆଶା ରଖିଛି ଭାରତ ।

 

ଏଥିପାଇଁ ଜୋରଦାର ଅଭ୍ୟାସ କରୁଛି ଭାରତୀୟ ଟିମ  । ହାଇଭୋଲଟେଜ୍ ମୁକାବିଲା ପାଇଁ ଚୂଡାନ୍ତ ଏକାଦଶ ଚୟନ କରିବା ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିବ ବୋଲି ଚର୍ଚ୍ଚା ହେଉଛି  । କେଏଲ ରାହୁଲ ଆଇପିଏଲ ୨୦୨୨ ପରେ ପ୍ରଥମ ଥର ଟି-୨୦ ମୁକାବିଲା ଖେଳିବାକୁ ଯାଉଛନ୍ତି । ଅନ୍ୟପଟେ ବିରାଟ କୋହଲିଙ୍କୁ ଗତ ସିରିଜରେ ବିଶ୍ରାମ ଦିଆଯାଇଥିଲା । ଏବେ କୋହଲି ମଧ୍ୟ ଦଳକୁ ଫେରିଛନ୍ତି । ତେଣୁ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନ ନିଶ୍ଚିତ  ହେବ ।

 

ଗତବର୍ଷ ଟି-୨୦ ବିଶ୍ଵ କପରେ ପାକିସ୍ତାନ ହାତରୁ ମିଳିଥିବା ପରାଜୟକୁ ଭାରତ ଭୁଲି ନାହିଁ । ଭିଭିଏସ ଲକ୍ଷ୍ମଣ ଦଳ ହେଡ କୋଚ ଭାବେ ନିଯୁକ୍ତ ହୋଇଛନ୍ତି  । ରାହୁଲ ଦ୍ରାବିଡଙ୍କୁ କରୋନା ହୋଇଥିବାରୁ ଲକ୍ଷ୍ମଣଙ୍କୁ ସୁଯୋଗ ମିଳିଛି  । ସେପ୍ଟେମ୍ବର ୧୧ରେ ଖେଳାଯିବ ଗ୍ରାଣ୍ଡ ଫିନାଲେ ।

ପୁଣି ବିଦ୍ୟୁତ ତାର ନେଲା ଦନ୍ତା ଜୀବନ

ଅନୁଗୋଳ: ସାତକୋଶିଆରେ ଦନ୍ତା ଶିକାର । ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଦନ୍ତା ମୃତ । ସାତକୋଶିଆ ଅଭୟାରଣ୍ୟ ଜଗନ୍ନାଥପୁର ନିକଟରେ ହାତୀ ମୃତ । ଜଗନ୍ନାଥପୁର ଗାଁ ନିକଟ ଏକ ଆମ୍ବତୋଟାରୁ ହାତୀର ମୃତଦେହ ଠାବ କରାଯାଇଛି ।

ବିଦ୍ୟୁତ ଆଘାତରେ ଦନ୍ତାର ମୃତ୍ୟୁ ହୋଇଛି। ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ହାତୀ ମୃତ୍ୟୁ ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ହାତୀଟି ଦୁଇଦିନ ତଳୁ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି । ତଦନ୍ତ ପରେ ହାତୀର ମୃତ୍ୟୁ କେବେ ଓ କାହିଁକି ହୋଇଛି ସ୍ପଷ୍ଟ ହେବ । କିଛିଦିନ ପୂର୍ବରୁ କେନ୍ଦୁଝରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ ମାଈ ହାତୀଙ୍କ ମୃତ୍ୟୁ ହୋଇଥିଲା ।

 

ଝାଡୁ ଧରିଲେ ମେୟର କମିଶନର କର୍ପୋରେଟର, କ୍ଲିନ୍‌ସିଟି ହେବ ରାଜଧାନୀ

ଭୁବନେଶ୍ବର: ରାଜଧାନୀରେ ଜୋରଦାର ମିଶନ ସଫେଇ । ସ୍ମାର୍ଟସିଟିକୁ ସଫା ରଖିବାକୁ ନିଜେ ସଫେଇ କରିବାକୁ ଅଣ୍ଟା ଭିଡିଛନ୍ତି ମେୟର, କମିଶନର ଓ କର୍ପୋରେଟର ମାନେ । ତେଣୁ ମାସର ଦ୍ବିତୀୟ ଓ ଶେଷ ଶନିବାର ରାଜଧାନୀର ବିଭିନ୍ନ ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ କରାଯାଉଛି । ଏଥିରେ ସ୍ବେଚ୍ଛାକୃତ ଭାବେ ସଫେଇରେ ସାମିଲ ହୋଇଛନ୍ତି ରାଜଧାନୀବାସୀ । ଆଜି ଖଣ୍ଡଗିରି ଅଞ୍ଚଳରେ ସାମୁହିକ ସଫେଇ କାର୍ଯ୍ୟକ୍ରମ ଚାଲିଛି ।

ରାଜଧାନୀର ସ୍ବଚ୍ଛତା ପାଇଁ ମେୟର ଓ କର୍ପୋରେଟର ମାନେ ମାସର ଶେଷ ରବିବାର ବିଭିନ୍ନ ସ୍ଥାନରେ ସଫେଇ କରିବା ନେଇ ନିଷ୍ପତ୍ତି ନେଇଥିଲା ବିଏମସି । ଲୋକଙ୍କୁ ସଚେତନ କରିବା ସହିତ ସ୍ବଚ୍ଛ ସହରର ଆହ୍ବାନ ଦେଇ ଆଜିଠୁ ଏଭଳି ନୂଆ ଅଭିଯାନ ଆରମ୍ଭ କରିଛି ବିଏମସି ।

ପୂର୍ବରୁ ବି ସକାଳ ୬ଟାରୁ ରସୁଲଗଡ଼ ଓଭରବ୍ରିଜ ତଳୁ ଆରମ୍ଭ ହୋଇଛି ସଫେଇ ଅଭିଯାନ । ସଫେଇ ଅଭିଯାନରେ ସାମିଲ ହୋଇଥିଲେ କର୍ପୋରେଟର ଓ ମେୟର । ସ୍ଥାନୀୟ ଲୋକମାନେ ମଧ୍ୟ ଏହି ଅଭିଯାନରେ ସାମିଲ ହୋଇଥିଲେ । ଭୁବନେଶ୍ବରକୁ କ୍ଲିନ ଓ ଗ୍ରୀନ ସହରରେ ପରିଣତ କରିବାକୁ ଲୋକଙ୍କ ସହଯୋଗ କାମନା କରିଛି ବିଏମସି ।

ସହରର ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଇ ରାତ୍ରକାଳୀନ ସଫେଇ ଆରମ୍ଭ ହୋଇଛି । ବ୍ୟବସାୟିକ ପ୍ରତିଷ୍ଠାନକୁ ଅନ୍ୟୁନ ୫ ମିଟର ପରିଧିର ପରିମଳ ଦାୟିତ୍ବ ନେବାକୁ ବାଧ୍ୟତାମୂଳକ କରାଯାଇଛି । ଏଥିରେ ଖିଲାପ କଲେ ଫାଇନ ଆଦାୟ ହେଉଛି । ଏଥିରେ ଭୁବନେଶ୍ବରବାସୀ ସହଯୋଗ କରିବାକୁ ଆହ୍ବାନ ଦେଇଛନ୍ତି ମେୟର ସୁଲୋଚନା ଦାସ ।

 

ଶପଥ ନେଲେ ଦେଶର ୪୯ତମ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ଶପଥ ନେଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଉଦୟ ଉମେଶ ଲଳିତ । ଦେଶର ୪୯ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି ଜଷ୍ଟିସ ଉଦୟ ଉମେଶ ଲଳିତ । ରାଷ୍ଟ୍ରପତି ଭବନରେ ପ୍ରଧାନ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ସମେତ ବହୁ କେନ୍ଦ୍ର ମନ୍ତ୍ରୀ ଓ ସୁପ୍ରିମକୋର୍ଟ ଜଷ୍ଟିସ ଉପସ୍ଥିତ ଥିଲେ ।

ଆସନ୍ତା ୭୪ ଦିନ ପାଇଁ ସିଜେଆଇ ଭାବେ ଦାୟିତ୍ବରେ ରହିବେ ଜଷ୍ଟିସ ଲଳିତ । ମୁଖ୍ୟ ବିଚାରପତି ଭାବେ କିଛି କ୍ଷେତ୍ରକୁ ସେ ବିଶେଷ ଗୁରୁତ୍ବ ଦେବେ ବୋଲି କହିଛନ୍ତି ୟୁୟୁ ଲଳିତ । ଶୁଣାଣିରେ ପ୍ରାଧାନ୍ୟ ଥିବା ମାମଲାକୁ ଲିଷ୍ଟିଂ କରାଯିବ ।  ଗୁରୁତ୍ବପୂର୍ଣ୍ଣ ମାମଲାରେ କିପରି ଶିଘ୍ର ଶୁଣାଣି ହେବ ସେଥିପ୍ରତି ଗୁରୁତ୍ବ ଦିଆଯିବ । ୨୦୧୪ରେ ଜଷ୍ଟିସ ଲଳିତ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ । ଜଷ୍ଟିସ ଲଳିତଙ୍କ ନାଁକୁ ସୁପାରିସ କରିଥିଲେ ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏନ.ଭି.ରମଣା ।

ନଭେମ୍ବର ୮ ତାରିଖରେ ସେ ସିଜେଆଇ ପଦରୁ ଅବସର ନେବେ । ସମ୍ବିଧାନର ଧାରା ୧୨୪ର ଉପଧାରା ୨ ଅନୁସାରେ ନିଯୁକ୍ତି ଦିଆଯାଇଛି ।

 

ଆଜି ବନ୍ୟା କ୍ଷୟକ୍ଷତି ରିପୋର୍ଟ ଦାଖଲର ଶେଷ ଦିନ

ଭୁବନେଶ୍ବର: ରାଜ୍ୟରେ କେତେ କ୍ଷୟକ୍ଷତି କରିଛି ବନ୍ୟା । ଭାଙ୍ଗିଛି କେତେ ଘର ? ନଷ୍ଟ ହୋଇଛି କେତେ ଫସଲ ? ଏନେଇ ଆଜି ରାଜସ୍ବ ବିଭାଗକୁ କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରିବେ ଜିଲ୍ଲା ପ୍ରଶାସନ  । ୭ ଦିନ ଭିତରେ ବନ୍ୟା କ୍ଷୟକ୍ଷତି ଆକଳନ କରି ରିପୋର୍ଟ ଦେବାକୁ ପ୍ରଭାବିତ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା  । ଆଜି ହେଉଛି ରିପୋର୍ଟ ଦାଖଲର ଶେଷ ଦିନ  ।

ବନ୍ୟାରେ ୧୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ୫ଲକ୍ଷରୁ ଅଧିକ ଲୋକ ଜଳବନ୍ଦୀ ହୋଇଥିଲେ । ଏକର ଏକର ଜମିରେ ଫସଲ ନଷ୍ଟ ହୋଇଛି ।  ଫସଲ କ୍ଷୟକ୍ଷତି ରିପୋର୍ଟ ଆଜି ସୁଦ୍ଧା ପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୃଷି ବିଭାଗ ନିର୍ଦ୍ଦେଶ ଦେଇଥିଲା । ସେହିପରି ମତ୍ସ୍ୟ ଓ ପ୍ରାଣୀଧନ ସୁରକ୍ଷା ବିଭାଗକୁ କ୍ଷୟକ୍ଷତି ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ରିପୋର୍ଟ ଆସିବା ପରେ ଅନୁଧ୍ୟାନ କରି ତୁରନ୍ତ ରିଲିଫ କୋଡ୍ ଅନୁସାରେ ସହାୟତା ରାଶି ଯୋଗାଇ ଦିଆଯିବ।

କୌଣସି ବନ୍ୟା ବିପନ୍ନ ଯେମିତି ସରକାରୀ ସହାୟତାରୁ ବଞ୍ଚିତ ନହେବେ ତା ଉପରେ ଗୁରୁତ୍ବ ଦିଆଯାଉଛି  । ସେପ୍ଟେମ୍ବର ସୁଦ୍ଧା ବନ୍ୟା ଯୋଗୁ ସୃଷ୍ଟି ହୋଇଥିବା ୭ଟି ଘାଇର ସ୍ଥାୟୀ ମରାମତି କରାଯିବ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟାଞ୍ଚଳ ଅନୁଧ୍ୟାନ କରି ପାଣି ଛାଡ଼ିବାର ୭ ଦିନ ଭିତରେ କ୍ଷୟକ୍ଷତି ଆକଳନ ଓ ୧୫ ଦିନ ଭିତରେ ଲୋକଙ୍କୁ ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

୭୯୬ ଏଏସଓ ପଦବୀ ପାଇଁ ପରୀକ୍ଷା ଦେଉଛନ୍ତି ୨ ଲକ୍ଷରୁ ଉର୍ଦ୍ଧ୍ବ ପରୀକ୍ଷାର୍ଥୀ

ଭୁବନେଶ୍ବର: ଆଜି ଏଏସଓ ଲିଖିତ ପରୀକ୍ଷା । ରାଜ୍ୟର 33ଟି ଜୋନର 482 ସେଣ୍ଟରରେ ପରୀକ୍ଷା ଦେବେ 2 ଲକ୍ଷ 6 ହଜାରରୁ ଅଧିକ ପରୀକ୍ଷାର୍ଥୀ । ସକାଳ ୯ଟାରୁ ଅପରାହ୍ମ ୫ଟା ୧୦ ପର୍ଯ୍ୟନ୍ତ 3ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ । ପ୍ରଥମ ପର୍ଯ୍ୟାୟରେ ସାଧାରଣ ଜ୍ଞାନ, ଦ୍ବିତୀୟ ପର୍ଯ୍ୟାୟରେ ମେଣ୍ଟାଲ ଆବିଲିଟି ଓ ରିଜନିଂ ଏବଂ ତୃତୀୟ ପର୍ଯ୍ୟାୟରେ ଓଡ଼ିଆ ଆଉ ଇଂରାଜୀ ବିଷୟ ରହିଛି ।

ସମସ୍ତ ପରୀକ୍ଷାରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ଅତିରିକ୍ତ ୩୦ ମିନିଟ୍ ସମୟ ଦିଆଯିବ । ସିସିଟିଭି ନଜରରେ ରହିଛି ସମସ୍ତ ପରୀକ୍ଷା କେନ୍ଦ୍ର  । ଆଇନଶୃଙ୍ଖଳା ସ୍ଥିତିକୁ ନଜରରେ ରଖି ପୋଲିସ ମୁତୟନ ହୋଇଛନ୍ତି  । ରାଜ୍ୟରେ 796 ଏଏସଓ ପଦବୀ ପୂରଣ ପାଇଁ ନିଯୁକ୍ତି ପ୍ରକ୍ରିୟା କରାଯାଉଛି । ଏଥିପାଇଁ ଲିଖିତ ପରୀକ୍ଷା ଗତ 21 ତାରିଖରେ ହେବାର ଥିଲା ।

ହେଲେ ରାଜ୍ୟରେ ବନ୍ୟା ସ୍ଥିତି ପାଇଁ ଏହାକୁ ଆଜିକୁ ଘୁଞ୍ଚାଯାଇଥିଲା । ଛାତ୍ରଛାତ୍ରୀମାନେ ପୂର୍ବ ନିର୍ଦ୍ଧାରିତ ତାରିଖ ପାଇଁ ପାଇଥିବା ଆଡମିଟ୍ କାର୍ଡରେ ପରୀକ୍ଷା ଦେଇପାରିବେ ।