ମୁମ୍ବାଇ: ଟ୍ୟାକ୍ସ ଚୋରି ମାମଲାରେ ଅନିଲ ଅମ୍ବାନୀଙ୍କୁ ଆୟକର ବିଭାଗର ନୋଟିସ୍ । ବ୍ଲାକ ମନି ଆକ୍ଟରେ ରିଲାଏନ୍ସ ଗ୍ରୁପର ପୂର୍ବତନ ଚେୟାରମ୍ୟାନ ଅନିଲ ଅମ୍ବାନୀଙ୍କୁ ନୋଟିସ କରିଛି ଆୟକର ବିଭାଗ । ସ୍ୱିସ ବ୍ୟାଙ୍କରେ ୮୧୪ କୋଟି ଟଙ୍କା ଜମା ରଖିଥିବା ଜଣାପଡ଼ିବା ପରେ ଅନିଲ ଅମ୍ବାନୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ୪୨୦ କୋଟି ଟ୍ୟାକ୍ସ ଚୋରି ଅଭିଯୋଗରେ ଅନିଲଙ୍କୁ ଜରିମାନା ସହ ୧୦ ବର୍ଷ ଜେଲ ଦଣ୍ଡ ହୋଇପାରେ । ଟ୍ୟାକ୍ସ ଫାଙ୍କିବା ପାଇଁ ସେ ଜାଣିଶୁଣି ବିଦେଶରେ ଥିବା ଅର୍ଥ ସମ୍ପର୍କରେ ଲୁଚାଇଥିଲେ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।
ହଷ୍ଟେଲରେ ସୁଜି ଖାଇ ୪୦ ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଚାଲିଛି ଚିକିତ୍ସା
କେନ୍ଦୁଝର: ହଷ୍ଟେଲରେ ସୁଜି ଖାଇ ୪୦ ଛାତ୍ରୀ ଅସୁସ୍ଥ । କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ରାଇସୁଆଁ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିବାସର ୪୦ ଛାତ୍ରୀ ଅସୁସ୍ଥ ହେବାରୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତକାଲି ସନ୍ଧ୍ୟାରେ କିଛି ଛାତ୍ରୀଙ୍କର ମୁଣ୍ଡ ବୁଲାଇବା ସହିତ ଝାଡା ବାନ୍ତି ହୋଇଥିଲା । ଛାତ୍ରୀଙ୍କ କହିବା ଆନୁସାରେ, ସନ୍ଧ୍ୟାରେ ସେମାନେ ସୁଜି ଖାଇଥିଲେ । ଏହା ପରେ ସେମାନେ ଅସୁସ୍ଥ ଅନୁଭବ କରିଥିଲେ । ହଷ୍ଟେଲରେ ୧୦୦ ଛାତ୍ରୀ ରହୁଥିବା ବେଳେ ୪୦ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ତେବେ ଖାଦ୍ୟ କିମ୍ବା ପାଣି ଯୋଗୁଁ ଏପରି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ଛାତ୍ରୀମାନଙ୍କର ଚିକିତ୍ସା ଚାଲିଛି ଓ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।
ଫି’ ପାଇଁ ପିଲା ବନ୍ଦୀ ପ୍ରସଙ୍ଗ, ଘରୋଇ ସ୍କୁଲରେ ଖୋର୍ଦ୍ଧା ଓ ଭୁବନେଶ୍ୱର ବିଇଓଙ୍କ ତଦନ୍ତ
ଭୁବନେଶ୍ୱର: ଭୁବନେଶ୍ୱରର ଘରୋଇ ସ୍କୁଲରେ ସ୍କୁଲ ଫି’ ନଦେବାରୁ ପିଲା ବନ୍ଦୀ ଘଟଣା । ସ୍କୁଲରେ ତଦନ୍ତ କରିଛନ୍ତି ଖୋର୍ଦ୍ଧା ଓ ଭୁବନେଶ୍ୱର ବିଇଓ । ଏହି ଘଟଣାରେ ଏକାମ୍ର ବିଧାୟକ ଅଶୋକ ପଣ୍ଡା କହିଛନ୍ତି ଯେ, ଏହା ଶିକ୍ଷାର ବିରୁଦ୍ଧାଚରଣ । ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ । ଏହାସହ ସେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ସହ କଥା ହୋଇଛନ୍ତି । ବିଭାଗୀୟ ଶାସନ ସଚିବଙ୍କ ଜରିଆରେ ସମ୍ପୃକ୍ତ ସ୍କୁଲକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ପିଲାଙ୍କୁ ମାନସିକ ନିର୍ଯାତନା ଦେଉଥିବା ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର କାହିଁକି କରାନଯିବ ବୋଲି ପ୍ରଶ୍ନ କରିଛନ୍ତି ଅଶୋକ ପଣ୍ଡା ।
ସେପଟେ ଏହା ଶିଶୁ ଅଧିକାର ଓ RTE ଆଇନ ଉଲ୍ଲଙ୍ଘନ ବୋଲି କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ । ଘରୋଇ ସ୍କୁଲ ପିଲାଙ୍କର ଅଧିକ ଯତ୍ନ ନେବା କଥା । ଏନେଇ DEO, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର ପାଇଁ ସୁପାରିଶ କରିବେ । ସ୍କୁଲର CBSE ସ୍ୱୀକୃତି ସମେତ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରି ତଦନ୍ତ କରାଯିବ ବୋଲି ସନ୍ଧ୍ୟାବତୀ କହିଛନ୍ତି । ଗତ ସୋମବାର ଦିନ ସ୍କୁଲ ଫି’ ନଦେବାରୁ ୫ ଘଣ୍ଟା ଧରି ସ୍କୁଲର ଲାଇବ୍ରେରୀ ରୁମରେ ଛାତ୍ରଛାତ୍ରୀଙ୍କୁ ଅଟକ ରଖିଥିଲେ ସ୍କୁଲ କର୍ତ୍ତୃପକ୍ଷ ।
ଫ୍ଲୋର୍ ଟେଷ୍ଟ ପୂର୍ବରୁ ବିହାରରେ ସିବିଆଇ ରେଡ୍, ରାଡ଼ାରରେ RJD ନେତା
ପାଟଣା: ବିହାରରେ ଚାଲିଛି ହାଇଭୋଲଟେଜ ପଲିଟିକାଲ ଡ୍ରାମା। ମହାମେଣ୍ଟ ସରକାର ଗଠନର ଦୁଇ ସପ୍ତାହ ନପୁରୁଣୁ ଆଜି ବିଧାନସଭାରେ ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହେବ। ଏପଟେ ଫ୍ଲୋର ଟେଷ୍ଟ ପୂର୍ବରୁ ଆରଜେଡି ନେତାଙ୍କ ଘରେ ରେଡ୍ କରିଛି ସିବିଆଇ। ନିଯୁକ୍ତି ନାଁରେ ଦୁର୍ନୀତି ଅଭଯୋଗରେ ଆରଜେଡି ଏମଏଲସି ସୁନିଲ ସିଂଙ୍କ ଘରେ ରେଡ୍ କରିଛି କେନ୍ଦ୍ରୀୟ ଏଜେନ୍ସି ।
ଆରଜେଡି ଏମଏଲସି ସୁନିଲ ସିଂଙ୍କ ବ୍ୟତୀତ ପୂର୍ବତନ ଆରଜେଡି ଏମଏଲସି ସୁବୋଧ ରଏ, ରାଜ୍ୟସଭା ସାଂସଦ ଅଶଫାକ୍ କରିମ୍ ଓ ଫୈୟାଜ୍ ଅହମଦଙ୍କ ଘରେ ସିବିଆଇ ଚଢାଉ କରିଛି । ତେବେ ଉଦ୍ଦେଶ୍ୟମୂଳକ ଭାବେ ଏହି ରେଡ୍ କରାଯାଇଥିବା ଆରଜେଡି ନେତା ସୁନିଲ କହିଛନ୍ତି ।
Bihar | Supporters of Sunil Singh, RJD MLC and Chairman of Biscomaun Patna, gather outside his residence in Patna in protest against the CBI raid here.
The Agency is carrying out raids in the state in connection with the alleged land-for-job scam. pic.twitter.com/uvp5JccqyK
— ANI (@ANI) August 24, 2022
ଏପଟେ ଆରଜେଡି ସାଂସଦ ମନୋଜ ଝା ମଧ୍ୟ କହିଛନ୍ତି ଯେ, ବୁଧବାର ଦିନ ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟ ଅନୁଷ୍ଠିତ ହେବ । ଆଉ ଏଭଳି ସମୟରେ ବିଜେପି ଡ଼ରାଇବା ପାଇଁ ସିବିଆଇ ରେଡ୍ କରାଉଛି । ଆପଣ ଏହାକୁ ଇଡ଼ି, ସିବିଆଇ ରେଡ୍ ନୁହଁ ବରଂ ବିଜେପିର ରେଡ୍ କହିପାରିବେ । ଏହି ସଙ୍ଗଠନ ବିଜେପି ପାଇଁ କାମ କରୁଛି ।
ସିବିଆଇର ଏଭଳି ରେଡକୁ ନେଇ ବର୍ଷିଛନ୍ତି ଆରଜେଡି ଏମଏଲସି ସୁନିଲ ସିଂଙ୍କ ସମର୍ଥକ ମାନେ ।
ଛତ୍ରପୁର ଥାନା ସମ୍ମୁଖରେ ଅଭାବନୀୟ ଘଟଣା, ପାରିବାରିକ କଳହକୁ ନେଇ ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ସମ୍ମୁଖରେ ପାରିବାରିକ କଳହକୁ ନେଇ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣଙ୍କ ହେଲେ ଛତ୍ରପୁର ମହାବୀରନଗରର ଏମ. ମୁନା ପାତ୍ରଙ୍କ ସ୍ତ୍ରୀ ଏମ. ଝିଲି ପାତ୍ର । ଝିଲିକୁ ଗୁରୁତର ଅବସ୍ଥାରେ ଛତ୍ରପୁର ଥାନା ପୋଲିସ ଉଦ୍ଧାର କରି ପ୍ରଥମେ ଛତ୍ରପୁର ମେଡିକାଲକୁ ସ୍ଥାନାନ୍ତର କରିଥିଲା । ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
ଆତ୍ମହତ୍ୟା ଉଦ୍ୟମ କରିଥିବା ଝିଲି ପ୍ରେମ ବିବାହ କରିଥିବା ବେଳେ ଶ୍ୱଶୁର ଘର ଲୋକ ଯୌତୁକ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି । ଏନେଇ ଛତ୍ରପୁର ଥାନାରେ ଝିଲିଙ୍କ ପରିବାର ପକ୍ଷରୁ ୨ ତାରିଖରେ ଅଭିଯୋଗ ହୋଇଥିଲା । ବାରମ୍ବାର ଅଭିଯୋଗ ପରେ ବି ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ଥାନା ପରିସରରେ ଏକ ସମାଧାନ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକ ବିଫଳ ହେବା ପରେ ମହିଳା ଜଣକ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।

