spot_img
Home Blog Page 4131

ଖୋଲିଲା ପ୍ରଗତି ମଇଦାନ ଟନେଲ, ଦିଲ୍ଲୀବାସୀଙ୍କୁ ବଡ଼ ଆଶ୍ବସ୍ତି

ନୂଆଦିଲ୍ଲୀ: ଏବେ ରାଜଧାନୀ ଦିଲ୍ଲୀକୁ ଜାମରୁ ମିଳିବ ଆଶ୍ବସ୍ତି, ଆଉ ହେବ ନାହିଁ  ଟ୍ରାଫିକ ସମସ୍ୟା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତି ମଇଦାନ ଟର୍ନଲ ଓ ୫ ଅଣ୍ଡରପାସ୍ ଉଦଘାଟନ କରିଛନ୍ତି । ଏବେ ଦିଲ୍ଲୀ ଏମସିଆର ବାସୀ ମାନଙ୍କୁ ଟ୍ରାଫିକ ଜନିତ ସମସ୍ୟାରୁ ମୁକ୍ତି ମଳିବ । ଆଜି ଠାରୁ ହିଁ ଏହି ଟର୍ନଲକୁ ଯାତାୟତ ପାଇଁ ଖୋଲି ଦିଆଯାଇଛି ।

ପ୍ରଗତି ମଇଦାନରେ ବିକଶିତ ହେଉଥିବା ପ୍ରଦର୍ଶନୀ ଓ ସମ୍ମିଳନୀ କେନ୍ଦ୍ରକୁ ସୁଗମ ରାସ୍ତା ଯୋଗାଇବା ହିଁ ପ୍ରାୟ ୯୨୦ କୋଟିରୁ ଉର୍ଦ୍ଧ୍ୱ ବଜେଟ ବିଶିଷ୍ଟ ଏହି ବ୍ୟୟ ବହୁଳ ପ୍ରକଳ୍ପର ଉଦ୍ଦେଶ୍ୟ । ଏହି ଯୋଜନା ଦ୍ୱାରା ଟ୍ରାଫିକ ଜାମ ସମସ୍ୟା ଦୂର ହେବ । ଯେଉଁଥିରେ ୬ଲେନ୍ ବିଶିଷ୍ଟ କରିଡୋର ରହିଛି ।  କରିଡୋରର ମୁଖ୍ୟ ସୁଡଙ୍ଗ ଟନେଲ ପାଖ ଦେଇ ପୁରୁଣା କିଲ୍ଲା ରୋଡ୍ ସହ ଇଣ୍ଡିଆ ଗେଟ୍ ନିକଟ ରିଙ୍ଗ ରୋଡରେ ବାହାରିଛି। ଏଥି ସହିତ ପ୍ରଗତି ମଇଦାନର ବିଶାଳ ପାର୍କିଂ ସ୍ଥାନକୁ ମଧ୍ୟ ଯାଇ ପାରିବେ ।

ଭାରତୀୟ ଇଣ୍ଟିଟ୍ୟୁଟ୍ ଅଫ୍ ଏନରର୍ଜି ଆଣ୍ଡ ରିସର୍ଚ ( TERI)ଦ୍ବାରା କରାଯାଇଥିବା ଗବେଷଣା ଅନୁଯାୟୀ ଏହି କରିଡୋର ପ୍ରସ୍ତୁତ ପରେ ବର୍ଷକୁ ଆନୁମାନିକ  ୧୬,୪୦୦ ଟନ୍ ଅଙ୍ଗାରକାମ୍ଳ ନିର୍ଗତ ହେବ ।  ଏହା ଦ୍ବାରା ବାର୍ଷିକ ପ୍ରତି ବାହାନ ପିଛା ପ୍ରତି ଘଣ୍ଟାରେ ୬୦୦ ମିଲିଲିଟର ଇନ୍ଧନ ବଞ୍ଚିବ ଏବଂ ୫୪,୯୦,୨୪୦ ଲିଟର ଇନ୍ଧନ ସଞ୍ଚୟ ନେଇ ଅନୁମାନ କରାଯାଉଛି ।

PWD ବିଭାଗ ପକ୍ଷରୁ ଦିଲ୍ଲୀ ସରକାରଙ୍କୁ ଦଆଯାଇଥିବା ରିପୋର୍ଟ ଅନୁଯାୟୀ, ରିଙ୍ଗ୍ ରୋଡ୍, ମଥୁରା ରୋଡ୍ ଏବଂ ଭୌରୋନ ମାର୍ଗରେ ସର୍ବଦା ଟ୍ରାଫିକ ଜାମର ଅସୁବିଧା ଲାଗି ରହୁଥିଲା । ଗାଜିଆବାଦ, ନଏଡା,ଏନସିଆାର ପରି ଛକମାନଙ୍କରେ ଏବଂ ପାଖାପାଖି ଅଞ୍ଚଳ ମାନଙ୍କରେ  ହେଉଥିବା ବିକାଶ ଯୋଗୁଁ ଏଠାରେ ବେଶୀ ଭିଡ଼ ବଢିଯାଇଥିଲା । ଏବେ ଏହି ନୂଆ ଟନେଲ ପରେ ଟ୍ରାଫିକ ସମସ୍ୟା ଦୂର ହେବା ନେଇ ଆଶା କରାଯାଉଛି ।

ଖୁବଶୀଘ୍ର ଲଞ୍ଚ୍‌ ହେବ ବିଶ୍ବର ପ୍ରଥମ ନାଜାଲ ଭ୍ୟାକ୍ସିନ

ହାଇଦ୍ରାବାଦ: ଖୁବଶୀଘ୍ର ଲଞ୍ଚ୍‌ ହେବ ନାଜାଲ ଭ୍ୟାକସିନ  । କୋଭିଡ ୧୯ ନାଜାଲ ଭ୍ୟାକ୍ସିନର ଫେଜ-୩ ବୁଷ୍ଟର ଡୋଜର ସଫଳ ପରୀକ୍ଷଣ କରିଛି ଭାରତ ବାୟୋଟିକ । ଆସନ୍ତା ମାସରେ DCGI (ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ)କୁ ଅନୁମତି ମାଗିବ ଭାରତ ବାୟୋଟେକ । ଏବେ ନାଜାଲ ଭ୍ୟାକ୍ସିନର କ୍ଲିନିକାଲ ପରୀକ୍ଷଣହୋଇଛି । ଯଦି ସବୁକିଛି ଠିକ ରୁହେ DCGI ର ଅନୁମତି ପରେ ଖୁବଶୀଘ୍ର ଲଞ୍ଚ ହେବ ନାଜାଲ ଭ୍ୟାକ୍ସିନ । ଏହା ଦୁନିଆର ପ୍ରଥମ କ୍ଲିନିକାଲ ରୁପରେ ପ୍ରମାଣିତ ନାଜାଲ କୋଭିଡ ୧୯ ଭ୍ୟାକ୍ସିନ ହେବ ।

ଗତ ଜାନୁଆରୀରେ  ନାଜାଲ ଭାକ୍ସିନ BBV154କୁ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ଡିସିଜିଆଇ । ଏନେଇ ବସିଥିବା ଏସଇସି ବୈଠକରେ ପକ୍ଷରୁ ନାଜାଲ ଟିକାକୁ ଗ୍ରୀନ ସିଗନାଲ ମିଳିଥିଲା ।

କୋଭାକ୍ସିନ ଓ କୋଭିସିଲ୍ଡ ନେଇସାରିଥିବା ୫ ହଜାର ଲୋକଙ୍କ ନିକଟରେ ଏହି ନାଜାଲ ଭାକ୍ସିନ ଟେଷ୍ଟ ଲାଗି ଡିସିଜିଆଇ ନିର୍ଦ୍ଦେଶ ଦେଇଥିଲେ ।

୧୨ରୁ ୧୮ ବର୍ଷ ବୟସ୍କଙ୍କ ଲାଗି ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ନିମନ୍ତେ ପୂର୍ବରୁ ଅନୁମତି ଦିଆଯାଇଥିଲା । ଏହି ଟିକା ଆଇଜିଜି, ମ୍ୟୁକୋସାଲ ଆଇଜିଏ, ଟି-ସେଲଗୁଡିକୁ ନଷ୍ଟ କରିଦେଇଥାଏ । ଟିକା ନେଲେ ସଂକ୍ରମଣ ରୋକାଯିବା ସହ ରୋଗୀର ମଧ୍ୟ ପ୍ରତିରୋଧକ ଶକ୍ତି ବଢିଥାଏ । ଦ୍ବିତୀୟ ଡୋଜ ଓ ବୁଷ୍ଟର ଡୋଜ ମଧ୍ୟରେ ୬ ମାସ ପ୍ରଭେଦ ରହିବ ।

ସେହିପରି ଦ୍ବିତୀୟ ଡୋଜ ନେଇଥିବା ପ୍ରତ୍ୟେକ ବ୍ୟକ୍ତି ବୁଷ୍ଟର ଡୋଜ ନେବାର ଆବଶ୍ୟକତା ରହିଛି ବୋଲି କହିଛି ଭାରତ ବାୟୋଟେକ । ବୁଷ୍ଟର ଡୋଜ ବୟସ୍କଙ୍କ ପାଇଁ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ଅଟେ । କୋଭିଡ ୧୯ ୧୦୦ ପ୍ରତିଶତ ସମାପ୍ତ ହୋଇନାହିଁ  । ଏହା ସହ ରହିବାକୁ ହେଲେ ସାବଧାନତା ସହ ଭ୍ୟାକ୍ସିନ ନେଇ ବଞ୍ଚିବାକୁ ହେବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ସ୍ପାଇସ୍ ଜେଟ ବିମାନରେ ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର

ପାଟନା: ପାଟନାରୁ ଦିଲ୍ଲୀ ଯାଉଥିବା ବିମାନ ସ୍ପାଇସ ଜେଟ ଇଞ୍ଜିନରେ ନିଆଁ । ଇଞ୍ଜିନରେ ନିଆଁ ଲାଗିବା ସୂଚନା ମିଳିବା ପରେ ବିମାନଟି ପୁଣି ପାଟନା ବିମାନ ବନ୍ଦରକୁ ଫେରି ଜରୁରୀ ଅବତରଣ କରିଛି । ବିମାନରେ ମୋଟ ୧୮୫ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ବିମାନଟି ଉଡ଼ାଣ ଆରମ୍ଭ କରିବାର କିଛି କ୍ଷଣ ମଧ୍ୟରେ ଇଞ୍ଜିନରେ ନିଆଁ ଲାଗିଥିବା ଜଣାପଡ଼ିଥିଲା । ତେବେ ବିମାନର ଇଞ୍ଜିନରେ ନିଆଁ ଲାଗିବା ପରେ ତୁରନ୍ତ ବିମାନଟିକୁ ଫେରାଇ ଅଣାଯାଇଥିଲା । ଜରୁରୀ ଅବତରଣ ପରେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ଦିଆଯାଇଛି ।

ବାୟୁସେନାରେ ଅଗ୍ନିବୀରଙ୍କୁ ମିଳିବ ୪୮ ଲକ୍ଷ ବୀମାରାଶି, ୩୦ ଛୁଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ହେଉଛି। ଠିକ ଏହି ସମୟରେ ଭାରତୀୟ ବାୟୁସେନା ଅଗ୍ନିପଥ ସ୍କିମରେ ଜଡିତ ସୁବିଧାର ବିବରଣୀ ଦେଇଛି। ଅଗ୍ନିପଥ ଯୋଜନାରେ ଭାରତୀୟ ବାୟୁସେନାରେ ୪ ବର୍ଷ ପାଇଁ ଭର୍ତ୍ତି ହେବାକୁ ଥିବା ଅଗ୍ନିବୀରଙ୍କୁ ମିଳିବ ୩୦ ଦିନ ଛୁଟି  । କ୍ୟାଣ୍ଟିନ, ୟୁନିଫର୍ମ  ସହ ମିଳିବ ଇନସ୍ୟୁରାନ୍ସ  ।

ଆଜି ଭାରତୀୟ ବାୟୁସେନା ନିଜ ୱେବସାଇଟରେ ଅଗ୍ନିପଥ ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ଜାରି କରିଛି। ନିୟମିତ ସୈନିକଙ୍କ ଭଳି ଅଗ୍ନିବୀରଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ । ମାସିକ ବେତନ ସହ ୟୁନିଫର୍ମ ଭତ୍ତା, ହାର୍ଡସିପ ଭତ୍ତା, କ୍ୟାଣ୍ଟିନ ଓ ମେଡିକାଲ ସୁବିଧା ମିଳିବ  । ଅଗ୍ନିବୀରଙ୍କୁ ଟିଏ (ଗାଡିଭଡା ଖର୍ଚ୍ଚ) ସହ ୩୦ ଦିନ ଛୁଟି ମିଳିବ  ।ଏହା ସହ ମେଡିକାଲ ଛୁଟି ବି ଅଲଗା ମିଳିବ । ମେଡିକାଲ ଚେକଅପ ଉପରେ ଛୁଟି ନିର୍ଭର କରିବ । ବାୟୁସେନାରେ ଅଗ୍ନିବୀରଙ୍କ ବୟସ ଯୋଗ୍ୟତା ୧୭.୫ରୁ ୨୩ ବର୍ଷ ପର୍ଯ୍ୟନ୍ତ ରହିବ ।

ଚାକିରୀ ସମୟରେ ଯଦି ଅଗ୍ନିବୀରଙ୍କ ମୃତ୍ୟୁ ହୁଏ ତେବେ ବୀମା ଅନ୍ତର୍ଗତ ଏକ କୋଟି ଆର୍ଥିକ ସହାୟତା ପରିବାରକୁ ମିଳିବ । ଡ୍ୟୁଟି ସମୟରେ ଅପଙ୍ଗ ହେଲେ ୪୪ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ । ଏହା ସହ ଯେତେଦିନର ଚାକିରୀ ବଳକା ଥିବ ସେତିକି ଦିନର ସମ୍ପୂର୍ଣ୍ଣ ଦରମା ମିଳିବ । ସେହିପରି ସେବା ନିଧି ପ୍ୟାକେଜର ସୁବିଧା ବି ପାଇବେ ଅଗ୍ନିବୀର । ସର୍ବମୋଟ ୪୮ ଲକ୍ଷ ଟଙ୍କାର ବୀମା ପାଇବେ ଅଗ୍ନିବୀର  ।

ଆଗାମୀ ଜୁନ  ୨୪ରୁ ଅଗ୍ନିପଥ ଯୋଜନାରେ ଚୟନ ପ୍ରକ୍ରିୟା ଆରମ୍ଭ ହେବା ନେଇ କହିଛନ୍ତି ଏୟାର ଚିଫ ମାର୍ଶଲ ବି ଆର ଚୌଧୁରୀ । ନୂଆ ଯୋଜନା ଅନୁସାରେ ୪ ବର୍ଷ କାର୍ଯ୍ୟକାଳ ପାଇଁ ୨.୫ ମାସରୁ ୬ ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଦିଆଯିବ ।

ଛୁଆ କାହାର ? ଚାଇଲ୍ଡ ଲାଇନ କରିବ ନିଷ୍ପତ୍ତି

ଭୁବନେଶ୍ୱର: ଭୁବନେଶ୍ବରରେ ଘରଭଡ଼ା ଦେଇ ନପାରିବାରୁ ୮ ବର୍ଷର ଝିଅକୁ ଘର ମାଲିକ ନେଇଯିବା ଘଟଣା । ଝିଅ ପଳାଶୁଣୀ ମୁଣ୍ଡାସାହିରେ ଥିବା ସୂଚନା । ଖବର ପହଞ୍ଚିବା ପରେ ଚାଇଲ୍ଡ ଲାଇନର ତତ୍ପରତା । ମଞ୍ଚେଶ୍ୱର ଥାନାରେ ଚାଇଲ୍ଡ ଲାଇନ ଟିମ୍ । ଖୁବ୍ ଶୀଘ୍ର ରେସ୍କ୍ୟୁ ଅପରେସନ ଆରମ୍ଭ ହେବ । ୧୦ ଦିନ ହେଲା ପିଲାକୁ ପାଇବା ପାଇଁ ଏ ଥାନାରୁ ସେ ଥାନାକୁ ଘୂରି ବୁଲୁଥିଲେ ବାପା ମା ।

ଅଭିଯୋଗ ଅନୁଯାୟୀ, ମାର୍ଶାଘାଇ ଅଞ୍ଚଳର ସନ୍ତୋଷ ପ୍ରଧାନ ଓ ମନ୍ଦୋଦରୀ ମଞ୍ଚେଶ୍ବର ଥାନା ଅଧୀନ ପଳାଶୁଣୀ କେନାଲ ବନ୍ଧ ଅଞ୍ଚଳରେ ବାବୁଲି ବିଷୋୟୀ ଓ କୁନି ବିଷୋୟୀଙ୍କ ଘରେ ଭଡ଼ାରେ ରହୁଥିଲେ । ପୂର୍ବରୁ ମାଲିକଙ୍କ ସହିତ ଚୁକ୍ତି ଅନୁସାରେ ଘରଭଡ଼ା ବାବଦକୁ ଘରେ କାମ କରି ଟଙ୍କା ଦେଉଥିଲେ । ଘର ଛାଡ଼ିବା ବେଳେ ଘର ମାଲିକ କିନ୍ତୁ ଝିଅକୁ ଛାଡୁନାହାନ୍ତି ବୋଲି ବାପାମାଆ ଅଭିଯୋଗ କରିଥିଲେ । ମଞ୍ଚେଶ୍ୱର ଥାନା ପୋଲିସ ନଶୁଣିବାରୁ ଡିସିପିଙ୍କ ଦ୍ୱାରସ୍ଥ ହୋଇଥିଲେ ସନ୍ତୋଷ ଓ ତାଙ୍କ ପତ୍ନୀ ।

ଅନ୍ୟପକ୍ଷରେ ଏହି ମାମଲାରେ ଏବେ ଦେଖିବାକୁ ଭିନ୍ନ ଏକ ମୋଡ଼ । ଏହି ଝିଅକୁ ଲାଳନ ପାଳନ କରୁଥିବା ମହିଳା ଓଲଟା ଅଭିଯୋଗ କରିଛନ୍ତି । ସେ କହଛନ୍ତି କି ଉକ୍ତ ଝିଅର ମା ବୋଲି ଦାବି କରୁଥିବା ମହିଳା ଜଣଙ୍କ ଏହି ଝିଅକୁ ଟ୍ରେନ ଲାଇନରୁ ପାଇଥିଲେ ବୋଲି ତାଙ୍କୁ କହିଥିଲେ । ଏହାପରେ ସେ ଏହି ଛୁଆକୁ ପଳାଶୁଣୀ ମୁଣ୍ଡାସାହିରେ ରହୁଥିବା ମହିଳାଙ୍କୁ ଦେଇଥିଲେ । ସେ ସେହି ଝିଅକୁ ପାଠ ପଢ଼ାଇବା ସହ ତାଙ୍କ ନାଁରେ ଆଧାର କାର୍ଡ ଓ ବ୍ୟାଙ୍କରେ ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି । ତେବେ ୯ ବର୍ଷ ପରେ ସନ୍ତୋଷ ପ୍ରଧାନ ଓ ମନ୍ଦୋଦରୀ ଝିଅକୁ ନେବା ପାଇଁ ଦାବି କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମହିଳାଜଣଙ୍କ । ତେବେ ପ୍ରକୃତରେ ଏହି ଝିଅ କାହାର ତାହା ଚାଇଲ୍ଡ ଲାଇନ ହିଁ ନିଷ୍ପତ୍ତି ନେବ ।

ପାଣି ଭର୍ତ୍ତି ନାଳରେ ସ୍କୁଟି ସହ ଗଳି ପଡିଲେ ଦମ୍ପତି, ଅଳ୍ପକେ ବର୍ତ୍ତିଲା ଜୀବନ

ଉତ୍ତରପ୍ରଦେଶ: ଅସରାଏ ବର୍ଷା ଯୋଗୁଁ କାଳ ସାଜୁଛି ରାସ୍ତା ପାଖ ନାଳ । ବର୍ଷା ଦିନରେ ରୋଡ ଉପରେ ପାଣି ଜମିବା ନୂଆ ଜିନିଷ ନୁହେଁ, କିନ୍ତୁ ଜମିଥିବା ବର୍ଷା ପାଣିକୁ କିପରି ନିଷ୍କାସନ କରାଯିବ ତାହା ନଗର ନିଗମ ଅଧିକାରୀଙ୍କ ଦାୟିତ୍ବ । ନିକଟରେ ନିଗମ ଅଧିକାରୀଙ୍କ ଅବହେଳା କାରଣରୁ ଅଳ୍ପକେ ବର୍ତ୍ତିଛି ଦୁଇଟି ଜୀବନ । ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ଅଲିଗଡ଼ ଜିଲ୍ଲାରେ ।  ପାର୍କିଂ କରିବାକୁ ଯିବା ବେଳ ଦୁହେଁ ପତିପତ୍ନୀ ପାଣି ଭର୍ତ୍ତି ନାଳରେ ସ୍କୁଟି ସହ ଗଳି ପଡିଥିଲେ । ସଙ୍ଗେ ସଙ୍ଗେ ନିକଟରେ ଥିବା ଲୋକ ମାନେ ସେମାନଙ୍କୁ ଉଦ୍ଧାର କରିଥିଲେ । ହେଲେ ଉଭୟଙ୍କୁ ଗଭୀର ଆଘାତ ଲାଗିଥିଲା । ଏହି ଘଟଣାର ସମସ୍ତ ଦୃଶ୍ୟ ସିସିଟିଭି କଏଦ ହୋଇଥିଲା ।

କୁହାଯାଉଛି ଯେ ଏକ ସ୍କୁଟିରେ ପୋଲିସ କର୍ମଚାରୀ ଦୟାନନ୍ଦ ସିଂହ ଓ ତାଙ୍କ ପତ୍ନୀ ଚେକପ୍ କରିବା ପାଇଁ ଡାକ୍ତରଙ୍କ ପାଖକୁ ଯାଉଥିଲେ ,ହେଲେ ଜୋର ବର୍ଷା ଯୋଗୁଁ ରାସ୍ତା ଉପରେ ପ୍ରବଳ ମାତ୍ରାରେ ପାଣି ଜମି ଯାଇଥିଲା ଏବଂ ଗାଡ଼ି ପାର୍କିଂ ସମୟରେ ପାଣି ଭର୍ତ୍ତି ନାଳରେ ଗଳିପଡିଥିଲେ  । ପାଖରେ ଥିବା ଲୋକ ମାନେ ସେମାନଙ୍କୁ ଉଦ୍ଧାର କରି ଦମ୍ପତିଙ୍କ ଜୀବନ ବଞ୍ଚାଇଥିଲେ । ହେଲେ ତାଙ୍କ ସ୍କୁଟି ସମ୍ପୂର୍ଣ୍ଣ ବୁଡି ଯାଇଥିଲା ।

ପ୍ରତକ୍ଷଦର୍ଶୀଙ୍କ କହିବାନୁଯାୟୀ ସବୁବେଳେ ବର୍ଷା ହେବା ମାତ୍ରେ ରାସ୍ତାରେ ପାଣି ଜମି ଯାଇଥାଏ  । ଯାହା ଫଳରେ କେଉଁଠି ରାସ୍ତା ଓ କେଉଁଠି ଗାତ ଅଛି ତାହା ଜଣାପଡେ ନାହିଁ  ଏବଂ ଏହି କାରଣରୁ ବହୁତ ଦୁର୍ଘଟଣା ଘଟିଥାଏ । ଅନେକ ଥର ସ୍ଥାନୀୟ ନଗର ନିଗମ ଅଧିକାରୀଙ୍କ ପାଖରେ ଏହି ସମସ୍ୟା ବିଷୟରେ ଅଭିଯୋଗ କଲେ ମଧ୍ୟ ସେ ଏହା ଉପରେ ଧ୍ୟାନ ଦେଉ ନାହାନ୍ତି ।

ଆଧାର କାର୍ଡକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି, ଭୋଟର କାର୍ଡ ସହ ଆଧାର ସଂଯୋଗ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଆଧାର କାର୍ଡକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ପାନ କାର୍ଡ ପରେ ଏବେ ଭୋଟର କାର୍ଡ ସହ ଆଧାର ସଂଯୋଗକୁ ବାଧ୍ୟତାମୂଳକ କରିଛନ୍ତି କେନ୍ଦ୍ର ସରକାର । ଭୋଟର କାର୍ଡର ଅପବ୍ୟବହାର ରୋକିବାରେ ଏହି ନିଷ୍ପତ୍ତି ସହାୟକ ହେବ । ନିର୍ବାଚନ ପ୍ରକ୍ରିୟାରେ ଏହାର ସର୍ବାଧିକ ପ୍ରଭାବ ପଡ଼ିବ । ଆଧାର ସହ ସଂଯୋଗ ହେଲେ ଜାଲ ଭୋଟର କାର୍ଡକୁ ଚିହ୍ନଟ କରି ବନ୍ଦ କରାଯାଇପାରିବ । ବିଭିନ୍ନ ଦିଗକୁ ଲକ୍ଷ କରି ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ଜାନୁଆରୀ ୧ ତାରିଖରେ ୧୮ ବର୍ଷ ହୋଇଥିବା ଯୁବଗୋଷ୍ଠୀ ଭୋଟର କାର୍ଡରେ ନିଜର ନାମ ସାମିଲ ପାଇଁ ଆବେଦନ କରିପାରିବେ । ଭୋଟର କାର୍ଡ ଆବେଦନ ପାଇଁ ବର୍ଷକୁ ଥରେ ସୁଯୋଗ ମିଳୁଥିବା ବେଳେ ଏବେ ଏହା ୪ ଥର ମିଳିବ ସୁଯୋଗ । ସେହଭିଳି ଭୋଟର କାର୍ଡରେ ପତ୍ନୀ ଶବ୍ଦ ହଟାଇ ଜୀବନ ସାଥୀ ଲେଖାଯିବ । ସେବାରତ ଭୋଟରଙ୍କ ପତି କିମ୍ବା ପତ୍ନୀଙ୍କୁ ଭୋଟ ଦେବାରେ ସହାୟକ ହେବ । ଅନ୍ୟ ଭୋଟରଙ୍କ ତୁଳନାରେ ସେମାନଙ୍କୁ ଅଧିକ ସୁବିଧା ମିଳିବ ।

ସମ୍ବଲପୁର ସାପଲହରା ଗାଁ ପୋଖରୀରୁ ଉଦ୍ଧାର ହେଲା ହାତୀ, ବିଶେଷଜ୍ଞଙ୍କ ଦ୍ୱାରା ଚାଲିଛି ଚିକିତ୍ସା

ସମ୍ବଲପୁର: ଜୀବନ ସହ ସଂଗ୍ରାମ କରୁଛି ପୋଖରୀ ପଙ୍କରେ ଫସିଥିବା ହାତୀ । ୭୨ ଘଣ୍ଟା ପରେ ଓୟୁଏଟି ଓ ସାତକୋଶିଆର ସ୍ୱତନ୍ତ୍ର ଟିମ୍ ପହଞ୍ଚି ହାତୀକୁ ରଶିରେ ବାନ୍ଧି କୂଳକୁ ଟାଣି ଆଣିଛନ୍ତି । ହାତୀ ଅସୁସ୍ଥ ଥିବାରୁ ଏତେ ସମୟ ପାଣି ଓ ପଙ୍କରେ ରହି ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡି ଯାଇଛି । ତେବେ ବର୍ତ୍ତମାନ ଅସୁସ୍ଥ ହାତୀର ଚିକିତ୍ସା ଜାରି ରହିଛି । ହାତୀକୁ ପୋଖରୀ ଭିତରୁ କାଢ଼ିବା ପାଇଁ ବନ ବିଭାଗର ସବୁ ଫର୍ମୁଲା ଫେଲ ମାରିବା ପରେ ଆଜି ଓୟୁଏଟି ଓ ସାତକୋଶିଆରୁ ଟିମ୍ ଆସି ହାତୀକୁ କୂଳକୁ ଟାଣି ଆଣିବା ସହ ତା’ର ଚିକିତ୍ସା କରୁଛନ୍ତି । ଲଗାତର ୩ ଦିନ ଧରି ହାତୀକୁ ପାଣି ପଙ୍କରୁ କାଢ଼ିବାକୁ ନାକେଦମ ହୋଇଛି ବନ ବିଭାଗ । କେତେବେଳେ ହାତୀ କୂଳକୁ ଆସୁଥିଲା ତ ଆଉ କେତେବେଳେ ପାଣି ମଝିରେ ଶୋଇପଡୁଥିଲା ।

ସୌରମଣ୍ଡଳର ସବୁଠୁ ଦାମୀ ଆଷ୍ଟ୍ରଏଡ ଯେଉଁଥିରେ ଅଛି ପୃଥିବୀର ସମ୍ପୂର୍ଣ୍ଣ ସମ୍ପତିଠାରୁ ଅଧିକ ସୁନା, ଯଦି ଏହାକୁ ଖନନ କରାଯାଏ

ନୂଆଦିଲ୍ଲୀ: ସୌରମଣ୍ଡଳରେ ଏମିତି କିଛି ପଦାର୍ଥ ଅଛି ଯଦି ଏହା କୌଣସି ଦେଶକୁ ମିଳିଯାଏ ତାହାଲେ ସେ ଦେଶରେ ଧନର ବର୍ଷା ହେବ । ଏବଂ ଏହି ଧନ କେବଳ ଦେଶ ନୁହେଁ ଏହା ସମଗ୍ର ପୃଥିବୀର ଅର୍ଥବ୍ୟବସ୍ଥାଠୁ ବହୁଗୁଣା ଅଧିକ ହେବ । ଆଉ ଏହି ପଦାର୍ଥ ବାଷୟରେ ଜାଣିବାର ପ୍ରୟାସ ମଧ୍ୟ ଜାରି ହୋଇଯାଇଛି ଏହି ପ୍ରୟାସ ଆରମ୍ଭ କରିଛି ନାଶା । ଏଥିପାଇଁ ସେ ଖୁବ ଶୀଘ୍ର ଏକ ମିଶନ ଆରମ୍ଭ କରିବାକୁ ଯାଉଛି । ଆପଣଙ୍କୁ କହି ରଖୁଛୁ ଯେ, ଆମ ସୌରମଣ୍ଡଳ ବହୁ ରହସ୍ୟମୟ ବସ୍ତୁରେ ଭରି ରହିଛି । ଯେଉଁ ଜିନିଷ ଗୁଡିକ ପୃଥିବୀରେ ବହୁ ମୂଲ୍ୟବାନ ସେ ଗୁଡିକ ମହାକାଶରେ ମାମୁଲି ପଥର ପରି ଭାସୁଛି । ଏପରି ହି ଏକ ଆଷ୍ଟ୍ରଏଡ ହେଉଛି ୧୬-ସାଇକୀ ଆଷ୍ଟ୍ରଏଡ । ଏହି ଆଷ୍ଟ୍ରଏଡ ବହୁ ମୂଲ୍ୟବାନ ଖଣିଜରେ ଭରପୁର । ଏହି ଆଷ୍ଟ୍ରଏଡରେ ଏତେ ପରିମାଣରେ ଖଣିଜ ଗଚ୍ଛିତ ରହିଛି ଯେ, ସାରା ପୃଥିବୀର ଅର୍ଥବ୍ୟବସ୍ଥାଠୁ ଏହା ବହୁଗୁଣା ହେବ । ଏହାର ମୂଲ୍ୟ ଏତେ ଅଧିକ ଯେ, ଗରିବରୁ ଗରିବ ଦେଶ ଯଦି ଏହାକୁ ହାସଲ କରନ୍ତି ତେବେ ତାଙ୍କର ଭାଗ୍ୟ ବଦଳିଯିବ।

ଏକ ଆକଳନ ଅନୁସାରେ ଏହି ଆଷ୍ଟ୍ରଏଡରେ ୧୦ ହଜାର କ୍ୱାଡିୟନ ଡଲାରର ଖଣିଜ ଗଚ୍ଛିତ ରହିଛି । କିନ୍ତୁ ଏହାର ମୂଲ୍ୟ ଯେତେ ଅଧିକ, ତାହାଠୁ ବେଶି କଷ୍ଟ ଏଠାରେ ପହଞ୍ଚିବା । କାରଣ ଏଠାରେ ଖନନ କରିବା ସାରା ଦୁନିଆର ଅର୍ଥବ୍ୟବସ୍ଥାଠୁ ମଧ୍ୟ ମହାଙ୍ଗା ହେବ। ଅର୍ଥାତ ଯଦି ଆମେ ଏଠାରେ ଖନନ କରିବାକୁ ଚାହିଁବା ତେବେ ସାରା ଦୁନିଆ ଗରିବ ହୋଇଯିବ। ୧୬ ସାଇକୀ ଆଷ୍ଟ୍ରଏଡ ଧାତୁରେ ନିର୍ମିତ । ଏଥିରେ ଲୁହା, ନିକେଲ ଏବଂ ସୁନା ପ୍ରଚୁର ପରିମାଣରେ ଗଚ୍ଛିତ ରହିଛି।

ତେବେ ଏହା ଆମ ସୌରମଣ୍ଡଳର ସବୁଠୁ ବଡ଼ ଆଷ୍ଟ୍ରଏଡ ମଧ୍ୟରୁ ଗୋଟିଏ । ଏହାର ପରୀଧି ପ୍ରାୟ ୧୪୦ କିଲୋମିଟର। ଏହା ଦେଖିବାକୁ ଗୋଲାକାର ବା ଆଳୁପରି । ୧୬ ସାଇକୀ ଆଷ୍ଟ୍ରଏଡ ଆମ ସୌରମଣ୍ଡଳର ଆଷ୍ଟ୍ରଏଡ ବେଲ୍ଟରେ ମଙ୍ଗଳ ଏବଂ ବୃହସ୍ପତି ଗ୍ରହ ମଧ୍ୟରେ ରହିଛି । ପ୍ରତି ପାଞ୍ଚ ବର୍ଷରେ ଏହା ସୂର୍ଯ୍ୟର ପରିକ୍ରମା କରିଥାଏ। ଏହି ରହସ୍ୟମୟ ଆଷ୍ଟ୍ରଏଡର ଆବିଷ୍କାର ୧୮୫୨ ମାର୍ଚ୍ଚ ୧୭ରେ ଜୋର୍ତିବିଜ୍ଞାନୀ ଏନିବେଲ ଡି ଗେପ୍ସାରିସଙ୍କ ଦ୍ୱାରା ହୋଇଥିଲା । ଗ୍ରୀସ ଦେବତା ସାଇକୀଙ୍କ ନାଁରେ ଏହି ଆଷ୍ଟ୍ରଏଡର ନାଁ ରଖାଯାଇଛି । ତେବେ ଆଜି ଯାଏଁ ଏଥିପାଇଁ କୌଣସି ମିଶନ ଲଞ୍ଚ କରାଯାଇ ନାହିଁ । କିନ୍ତୁ ବୈଜ୍ଞାନିକମାନେ ହବଲ ଟେଲିସ୍କୋପ ଜରିଆରେ ଆଷ୍ଟ୍ରଏଡର ଆଳୁ ଆକାରର ହୋଇଥିବା ଜାଣିବାକୁ ପାଇଥିଲେ।

ତେବେ ଆସନ୍ତା ୨୦୨୨ ଅଗଷ୍ଟ ମାସରେ ନାସା ଏହି ଆଷ୍ଟ୍ରଏଡକୁ ନେଇ ଏକ ମିଶନ ଲଞ୍ଚ କରିବ । ୨୦୨୬ରେ ଏହି ଏୟାରକ୍ରାଫ୍ଟ ସେଠାରେ ପହଞ୍ଚିବ। ନାସାର ଲକ୍ଷ୍ୟ ଏହି ସ୍ପେସ କ୍ରାଫ୍ଟ ୨୧ ମାସ ଯାଏଁ ଆଷ୍ଟ୍ରଏଡର ପରିକ୍ରମା କରିବ ଏବଂ ଏଠାରେ ଥିବା ଧାତୁ ସମ୍ପର୍କରେ ଡାଟା ସଂଗ୍ରହ କରିବ। ଯଦିଓ ଏଠାରେ ଖନନ କରିବା ନେଇ ନାସାର କୌଣସି ଯୋଜନା ନାହିଁ।

 

ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ହଣାକଟା, ୨ ଆହତ

ଭୁବନେଶ୍ୱର: ବରମୁଣ୍ଡା ନୂଆ ବସଷ୍ଟାଣ୍ଡରେ ଡ୍ରାଇଭର ଓ କଣ୍ଡକ୍ଟରକୁ ଗୋଡେଇ ଗୋଡେଇ ହାଣିଲେ ଅନ୍ୟ ବସର କର୍ମଚାରୀ । ପୋଲିସ ସାମ୍ନାରେ ହାଣି ରକ୍ତାକ୍ତ କଲେ । ରକ୍ତ ଜୁଡୁବୁଡୁ ହୋଇ ଡ୍ରାଇଭର ଓ କଣ୍ଡକ୍ଟର ବସ ଷ୍ଟାଣ୍ଡ ସାରା ଦୌଡ଼ିଥିଲେ ବି କେହି ଉଦ୍ଧାର କରିନଥିଲେ । ତେବେ ଘଟଣା ସ୍ଥଳରେ ପହଞ୍ଚିଛି ଭରତପୁର ଥାନା ପୋଲିସ । ଗାଡି ପାର୍କିଂକୁ ନେଇ ଡ୍ରାଇଭର ଓ କଣ୍ଡକ୍ଟରକୁ ବସ ଷ୍ଟାଣ୍ଡର ଅନ୍ୟ ବସର କର୍ମଚାରୀମାନେ ହାଣିଥିବା  ସୂଚନା ମିଳିଛି । ତେବେ ଆହତ ଦୁଇ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।