spot_img
Home Blog Page 4151

ସୁପର ସଣ୍ଡେରେ ବାରବାଟୀରେ ସୁପର ଫାଇଟ୍, ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ କ୍ରିକେଟପ୍ରେମୀ

କଟକ: ଉତ୍ସାହ…ଉତ୍କଣ୍ଠା….ଅପେକ୍ଷା । ବଢ଼ୁଛି ଦର୍ଶକଙ୍କ ହାର୍ଟବିଟ୍ । ଆଜି ସନଡେରେ ବାରବାଟୀରେ ଦେଖିବାକୁ ମିଳିବ ସୁପର ଫାଇଟ୍ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦ୍ବିତୀୟ ଟି ଟ୍ବେଣ୍ଟି ମ୍ୟାଚ ଖେଳାଯିବ । ରୋମାଞ୍ଚକର ମ୍ୟାଚ ଅପେକ୍ଷାରେ କ୍ରିକେଟପ୍ରେମୀ । ପ୍ରଥମ ମ୍ୟାଚ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରହିଛି ଟିମ୍ ଇଣ୍ଡିଆ । ଗତକାଲି ଉଭୟ ଦଳର ଖେଳାଳି ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି । ବାରବାଟୀ ‘ପିଚ୍’କୁ ପରଖିବା ସହ ଜୋରଦାର ଅଭ୍ୟାସ କରି ଝାଳ ବୁହାଇଛନ୍ତି ଦୁଇ ଦେଶର ଖେଳାଳି ।

ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜିତି ଥିବାରୁ ଦକ୍ଷିଣ ଆଫ୍ରିକା ଟିମର ମନୋବଳ ଦୃଢ଼ ରହିଛି । ଆଜି ଦ୍ବିତୀୟ ମ୍ୟାଚରେ କିପରି ଟିମ୍ ଇଣ୍ଡିଆକୁ ମାତ୍ ଦେବେ, ଏ ନେଇ ରଣନୀତି ପ୍ରସ୍ତୁତ କରିଛି ଦଳ । ସେହିପରି ଆଜିର ମ୍ୟାଚରେ ଭାରତ ପ୍ରତ୍ୟାବର୍ତ୍ତନ କରିବ ବୋଲି କହିଛନ୍ତି ଟିମ୍ ଇଣ୍ଡିଆ ପେସର ଭୁବନେଶ୍ବର କୁମାର । ମ୍ୟାଚରେ ଟସ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ ବୋଲି ଅଭ୍ୟାସ ପରେ ଦକ୍ଷିଣ ଆଫ୍ରିକା ଖେଳାଳି ଓ୍ବେନ ପାର୍ନେଲ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

ଅଶ୍ଳୀଳ ଭିଡ଼ିଓ ଏବଂ ବ୍ଲାକ୍‌ମେଲ ମାମଲା: 5 ଜଣକୁ ଗିରଫ କଲା ପୋଲିସ

ଜୟପୁର: ଅଶ୍ଳୀଳ ଭିଡ଼ିଓ ସୁଟ୍ କରି ବ୍ଲାକ୍‌ମେଲ କରିବା ମାମଲାରେ 5 ଜଣକୁ ଗିରଫ କରି କରିଛି ଜୟପୁର ଟାଉନ୍ ପୋଲିସ୍ । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଓ ଯୁବତୀ ପାରବେଡା ନିକଟ ଶିବ ମନ୍ଦିର ରାସ୍ତାରେ କଥା ହେଉଥିବା ବେଳେ 2ଜଣ ଯୁବକ ସେମାନଙ୍କୁ ଛୁରୀ ଦେଖାଇ ଭୟଭୀତ କରିବା ସହ ପାହାଡ ଉପରକୁ ନେଇ ଯାଇଥିଲେ । ସେଠାରେ ଥିବା ଅନ୍ୟ ଯୁବକମାନେ ମିଶି ଉଭୟଙ୍କୁ ଅଶ୍ଳୀଳ ଆଚରଣ କରିବାକୁ ବାଧ୍ୟ କରିଥିଲେ ।

ଏହାକୁ ମୋବାଇଲରେ ରେକର୍ଡ କରି 50 ହଜାର ଟଙ୍କା ଦେବାକୁ ବାଧ୍ୟ କରିଥିଲେ । ପୀଡିତ ଯୁବକ ସେମାନଙ୍କୁ କିଛି ଟଙ୍କା ଓ ମୋବାଇଲ ଦେଇ ଫେରି ଯାଇଥିବାବେଳେ ବଳକା ଟଙ୍କା ପରେ ଦେବାକୁ କହିଥିଲେ । ଏନେଇ ଅଭିଯୋଗ ପରେ ଯୋଜନା ମୁତାବକ ଟଙ୍କା ନେବାବେଳେ ଅଭିଯୁକ୍ତମାନଙ୍କୁ କାବୁ କରିଛି ପୋଲିସ୍ । ସେମାନଙ୍କ ନିକଟରୁ ଗୋଟିଏ ଛୁରୀ, ଗୋଟିଏ ସ୍କୁଟି ଓ 7 ହଜାର ଟଙ୍କା ଜବତ କରାଯାଇଥିବା ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଜୟପୁର SDPO ।

ଓଡ଼ିଶା ସାହିତ୍ୟ ଏକାଡେମୀର ଐତିହାସିକ ନିଷ୍ପତ୍ତି

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀର ଐତିହାସିକ ନିଷ୍ପତ୍ତି । ଲାଗୁ ହୋଇଛି ସଂଶୋଧିତ ପୁରସ୍କାର ନିୟମାବଳୀ । ୧୯୫୭ରେ ଏକାଡେମୀ ଗଠନ ବର୍ଷଠାରୁ ଗତବର୍ଷ ପର୍ଯ୍ୟନ୍ତ ଯେଉଁ ନିୟମ ଆଧାରରେ ପୁରସ୍କାର ପ୍ରଦାନ କରାଯାଉଥିଲା ତାହା ରାଜ୍ୟ ସରକାରଙ୍କ ଦ୍ବାରା ଅନୁମୋଦିତ ହୋଇନଥିବାରୁ ଏହା ଅସାମ୍ବିଧାନିକ ବୋଲି ପ୍ରଶ୍ନ ଉଠିଥିଲା । ଫଳରେ ଏକାଡେମୀର ବକେୟା ପୁରସ୍କାର ପ୍ରଦାନ ପ୍ରକ୍ରିୟା ଶିଥିଳ ହୋଇଥିଲା । ସଂଶୋଧିତ ନିୟମାବଳୀକୁ ତର୍ଜ୍ଜମା କରି ଏହାକୁ ଅନୁମୋଦନ କରି ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସରକାର । ଲାଗୁ ହୋଇଥିବା ନୂତନ ନିୟମାବଳୀରେ ପୁରସ୍କାର ପ୍ରଦାନ ପ୍ରକ୍ରିୟାକୁ ସ୍ବଚ୍ଛ କରିବା ଦିଗରେ ପଦକ୍ଷେପ ନିଆଯାଇଛି ।

ଏହା ସହିତ ଭଲ ବହିକୁ ପୁରସ୍କାର ପରିଧିକୁ ଆଣିବାକୁ ପୁସ୍ତକର ଅବଧୀ ଯୋଗ୍ୟତା ୫ବର୍ଷକୁ ବୃଦ୍ଧି କରାଯାଇଛି । ଏକାଡେମୀ ସଦସ୍ୟଙ୍କୁ ଚୟନ ପ୍ରକ୍ରିୟାରେ ପ୍ରମୁଖତା ପ୍ରଦାନ କରାଯାଇଛି । କୌଣସି ଏକ ବିଭାଗରେ ବିଚାରକ ଭାବେ ଜଣେ ବ୍ୟକ୍ତି ୨ବର୍ଷ ରହିବାକୁ ନିଶିଦ୍ଧ କରାଯାଇଛି । ନିଜ ବହି ଦାଖଲ ଅନୁଚ୍ଛୁକ ଲେଖକଙ୍କ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା । ଚୂଡ଼ାନ୍ତ ନିଷ୍ପତ୍ତି କାର୍ଯ୍ୟକାରୀ ପରିଷଦଠାରେ ନ୍ୟସ୍ତ କରାଯାଇଛି ।  ସେହିପରି ସଂଶୋଧିତ ନିୟମାବଳୀ ମୁତାବକ ପୁସ୍ତକ ବିବେଚନାର ଅବଧି ୩ରୁ ୫ ବର୍ଷକୁ ବୃଦ୍ଧି କରାଯାଇଛି  । ନିରପେକ୍ଷତା ଓ ସ୍ୱଚ୍ଛତାକୁ ପ୍ରାଧାନ୍ୟ ଦିଆଯାଇଛି  । ଏକାଡେମୀ ସଦସ୍ୟଙ୍କୁ ଚୟନ ପ୍ରକ୍ରିୟାରେ ପ୍ରମୁଖତା ପ୍ରଦାନ କରାଯାଇଛି  । ପୁସ୍ତକ ପ୍ରକାଶନ ବ୍ରଷର ପ୍ରାମାଣିକତାକୁ ଗୁରୁତ୍ୱ ଦିଆଯାଇଛି  । ଅନ୍ୟପଟେ ଜଣେ ବ୍ୟକ୍ତି ଲଗାତାର ୨ ବର୍ଷ ବିଚାରକ ରହିବା ଉପରେ ମଧ୍ୟ ଅଙ୍କୁଶ ଲାଗିଛି  ।

ଟଲିଉଡ୍‌ ଫ୍ୟାସନ ଡିଜାଇନରଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ

ହାଇଦ୍ରାବାଦ: ଫ୍ୟାସନ ଡିଜାଇନରଙ୍କ ସନ୍ଦେହଜନକ ମୃତ୍ୟୁ । ଟଲିଉଡର ଜଣାଶୁଣା ଫ୍ୟାସନ ଡିଜାଇନର ପ୍ରତ୍ୟୁଷା ଗାରିମେଲାଙ୍କ ମୃତ୍ୟୁ। ଶନିବାର ଦିନ ହାଇଦ୍ରାବାଦର ବନଜାରା ହିଲ୍ସରେ ଥିବା ତାଙ୍କ ଆପାର୍ଟମେଣ୍ଟର ବାଥରୁମରେ ପ୍ରତ୍ୟୁଷା ଗାରିମେଲାଙ୍କ ମୃତଦେହ ମିଳିଛି। ତାଙ୍କ ବେଡ୍‌ରୁମ୍‌ରୁ ଗୋଟିଏ ବୋତଲ କାର୍ବନ ମନୋକ୍ସାଇଡ ମିଳିଥିବା ବେଳେ ଏହାକୁ ଶୁଙ୍ଘିଥିବାରୁ ତାଙ୍କର ଏଭଳି ଅବସ୍ଥା ହୋଇଥିବା ପୋଲିସ ସନ୍ଦେହ କରୁଛି । ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ ।

Celebrity fashion designer Prathyusha Garimella found dead in Banjara Hills  apartment - Lifestyle News

ଶବ ବ୍ୟବଚ୍ଛେଦ ପାଇଁ ଓସମାନିଆ ହସ୍ପିଟାଲକୁ ପଠାଇଛି। ପ୍ରତ୍ୟୁଷା ଆମେରିକାରେ ଫ୍ୟାଶନ ଡିଜାଇନିଂ ପାଠ ପଢ଼ିବା ପରେ ହାଇଦ୍ରାବାଦରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ୨୦୧୩ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବା ସହ ଆଉ ପଛକୁ ଚାହିଁ ଦେଖିନଥିଲେ। ସେ ଟଲିଉଡର ଅନେକ ଲୋକପ୍ରିୟ ସେଲିବ୍ରିଟିଙ୍କ ସହ କାମ କରିବା ସହ ବଲିଉଡରେ ମଧ୍ୟ କାମ କରିଥିଲେ। ଏବେ ହଠାତ ତାଙ୍କର ମୃତ୍ୟୁ ହେବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତେବେ ଚର୍ଚ୍ଚା ମୁତାବକ ପ୍ରତ୍ୟୁଷା ଅବସାଦଗ୍ରସ୍ତ ଥିଲେ । ଏହି କାରଣରୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଥିବା ବେଳେ ଏହି ଦିଗକୁ ନେଇ ତଦନ୍ତ ଚଳାଇଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: କ୍ରସ ଭୋଟିଂ ପାଇଁ ଦଳରୁ ବିଦା ହେଲେ କଂଗ୍ରେସ ବିଧାୟକ କୁଲଦୀପ

ତାତିରୁ ତ୍ରାହି, ଆଗାମୀ ୫ ଦିନ ପ୍ରବଳ ବର୍ଷିବ

ନୂଆଦିଲ୍ଲୀ: ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସମେତ ପ୍ରବଳ ତାତିରେ ଯନ୍ତ୍ରଣା ଭୋଗୁଥିବା ଉତ୍ତର ଭାରତ ଏବେ ମୌସୁମୀ ଅପେକ୍ଷାରେ  । ଆଉ ଏହାରି ମଧ୍ୟରେ ଖୁସି ଖବର ଦେଇଛି ଭାରତୀୟ ପାଣିପାଗ ବିଭାଗ   । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆରବ ସାଗରର କିଛି ଭାଗ, ପୂର୍ବ ଗୋଆ, କୋଙ୍କଣର କିଛି ଭାଗ ଓ କର୍ଣ୍ଣାଟକର କିଛି ଭାଗ ଦେଇ ଅଗ୍ରସର ହେଉଛି  ।

ଯେଉଁଥିପାଇଁ ଆଗାମୀ ୫ ଦିନ ପର୍ଯ୍ୟନ୍ତ କିଛି ରାଜ୍ୟରେ ବର୍ଷା ଲାଗି ରହିବ  । ଖାସ କରି ୫ ଦିନ ପର୍ଯ୍ୟନ୍ତ ପୂର୍ବ ଭାରତ, ଉପ ହିମାଳୟର ପଶ୍ଚିମବଙ୍ଗ ଅଂଶ ଓ ସିକିମରେ ପ୍ରବଳ ବର୍ଷା ଅନୁମାନ କରାଯାଉଛି  । ସେହିପରି ବିହାର ଓ ଝାଡଖଣ୍ଡରେ ମଧ୍ୟ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ  ।

ମହାରାଷ୍ଟ୍ରରେ କିନ୍ତୁ ଏଣ୍ଟ୍ରି କରିଛି ମୌସୁମୀ  । ଜୁନ ୧୪ ଯାଏଁ ରାଜ୍ୟରେ ବର୍ଷା ଲାଗି ରହିବ  । ଆଜି ମୁମ୍ବାଇରେ ସର୍ବନିମ୍ନ ତାପମାତ୍ରା ୨୬ ଡିଗ୍ରୀ ଥିବାବେଳେ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ରେକର୍ଡ କରାଯାଇଛି  ।

ହଜ୍ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ହଜ୍ ଯାତ୍ରୀଙ୍କୁ ସମ୍ବର୍ଦ୍ଧନା । ଭୁବନେଶ୍ୱର ଜୟଦେବ ଭବନରେ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହଜ୍ ଯାତ୍ରୀଙ୍କୁ ଶୁଭକାମନା ଜଣାଇବା ସହ ସମ୍ବର୍ଦ୍ଧନା ଦେଇଛନ୍ତି ନବୀନ । ଚଳିତ ବର୍ଷ ରାଜ୍ୟ ହଜ୍ କମିଟି, SC-ST ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଜରିଆରେ ୩୮୮ ଜଣ ଯାତ୍ରୀ ହଜ୍ ଯାତ୍ରାରେ ସାଉଦି ଆରବର ମକ୍କା ଓ ମଦିନା ଯିବେ । ଯାତ୍ରୀଙ୍କ ମଧ୍ୟରେ ୨୨୪ ଜଣ ପୁରୁଷ ଓ ୧୬୪ ଜଣ ମହିଳା ଅଛନ୍ତି । ସେମାନଙ୍କ ସୁବିଧା ପାଇଁ ୩ ଜଣ ସରକାରୀ କର୍ମଚାରୀ ଏହି ଯାତ୍ରାରେ ସାମିଲ ହୋଇଛନ୍ତି । ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଯାତ୍ରୀଙ୍କୁ ୧୦ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯିବା ସହ ଓଡ଼ିଆ ହଜ୍ ଗାଇଡ ଉନ୍ମୋଚନ କରାଯାଇଛି ।

ଉତ୍ସବରେ SC-ST ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସଦସ୍ୟ ମୁନ୍ନା ଖାନ୍‌, ବିଧାୟକ ଦେବୀ ପ୍ରସାଦ ମିଶ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ରଞ୍ଜନା ଚୋପ୍ରା, ହଜ୍ କମିଟି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୟଦ ମହମ୍ମଦ ଅକଦସ୍ ଯୋଗଦେଇ ହଜ୍ ଯାତ୍ରୀଙ୍କୁ ଶୁଭକାମନା ଜଣାଇଥିଲେ । ସଂଖ୍ୟାଲଘୁଙ୍କ ସୁବିଧା ପାଇଁ ରାଜ୍ୟ ସରକାର ବହୁ କାର୍ଯ୍ୟକ୍ରମ ହାତକୁ ନେଉଛନ୍ତି । କୋଭିଡ୍ ଯୋଗୁଁ ୨ ବର୍ଷ ପରେ ହଜ୍ ଯାତ୍ରା ସୁଯୋଗ ପାଇଥିବାରୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ହଜ୍ ଯାତ୍ରୀ ।

କ୍ରସ ଭୋଟିଂ ପାଇଁ ଦଳରୁ ବିଦା ହେଲେ କଂଗ୍ରେସ ବିଧାୟକ କୁଲଦୀପ

ନୂଆଦିଲ୍ଲୀ: କ୍ରସ ଭୋଟିଂ କରି ବିଦା ହେଲେ କଂଗ୍ରେସର ବରିଷ୍ଠ ନେତା । ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ ଅଭିଯୋଗରେ ଦଳରୁ ବିଦା ହୋଇଛନ୍ତି ଦଳର ବରିଷ୍ଠ ନେତା କୁଲଦୀପ ବିଷ୍ଣୋଇ । ଦଳର ସମସ୍ତ ପଦରୁ ହଟାଇଛନ୍ତି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏ ନେଇ ଦଳର ସାଧାରଣ ସମ୍ପାଦକ କେ.ସି ଭେଣୁଗୋପାଳ ସୂଚିତ କରିଛନ୍ତି ।

ସୂଚନା ଅନୁଯାୟୀ, ରାଜ୍ୟସଭା ନିର୍ବାଚନରେ ହରିୟାଣାର ଦୁଇଟି ଆସନ ପାଇଁ କ୍ରସ ଭୋଟିଂ କରି ବିଧାୟକ ଜଣଙ୍କ ଏବେ ଦଳରେ କ୍ରୋଧର ଶିକାର ହୋଇଛନ୍ତି । ତାଙ୍କର ଏହି ପଦକ୍ଷେପ ପାଇଁ କଂଗ୍ରେସ ପ୍ରାର୍ଥୀ ଅଜୟ ମାକେନ ପରାଜୟ ହେବାରୁ ଏବେ ତାଙ୍କୁ ସମସ୍ତ ପଦରୁ ହଟାଇ ଦିଆଯାଇଛି । କାର୍ତ୍ତିକେୟ ଶର୍ମାଙ୍କ ପାଇଁ ବିଷ୍ଣୁ କ୍ରସ ଭୋଟ୍ କରିଥିଲେ, ଯିଏ ବିଜେପି ତଥା ଏହାର ସହଯୋଗୀ ଜେଜେପି ଦ୍ୱାରା ସମର୍ଥିତ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନରେ ଭାଗ ନେଇଥିଲେ । କଂଗ୍ରେସ ଦଳରେ ରହି ଏଭଳି ଭାବେ ଦଳକୁ ଠକିବାରୁ ଅଜୟ ମାକନଙ୍କୁ ହାରିବାକୁ ପଡ଼ିଥିଲା। ଅଜୟ ମାକନ ହାରିବା ପରେ କୁଲଦୀପ ବିଷ୍ଣୋଇ ଟ୍ୱିଟ୍ କରି ଲେଖିଥିଲେ ଯେ, ଫଣାକୁ ଭାଙ୍ଗିବାର କ୍ଷମତା ମୋ ପାଖରେ ଅଛି, ସାପର ଭୟ ପାଇଁ ମୁଁ ଜଙ୍ଗଲ ଛାଡିବି ନାହିଁ। ଶୁଭ ସକାଳ।’ ତେବେ ହରିୟାଣା ପ୍ରଦେଶ କଂଗ୍ରେସ କମିଟିର ପୁନର୍ଗଠନ ବେଳେ ତାଙ୍କୁ ଦଳରୁ ଦୂରେଇ ରଖାଯାଇଥିବାରୁ ଏଭଳି ଚର୍ଚ୍ଚା ହେଉଛି ।

ଏଥିସହିତ ପଢ଼ନ୍ତୁ: ମେଣ୍ଟରୁ ଓହରିଲେ ସହଯୋଗୀ, ଉପହାର ଫେରସ୍ତ ମାଗିଲେ ଅଖିଳେଶ

ପୋଲିସ ଛାଉଣୀରେ ଦ୍ୱୈତ ନଗରୀ: କଟକରେ ୬୨, ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋର୍ସ

ଭୁବନେଶ୍ୱର: ଭାରତ-ଦକ୍ଷିଣ ଆଫ୍ରିକା ଟି -20 ମ୍ୟାଚ ପାଇଁ କଡାକଡ଼ି ସୁରକ୍ଷା ବ୍ୟବସ୍ଥା । ବ୍ୟାପକ ପ୍ରସ୍ତୁତି କରିଛି କମିଶନରେଟ୍ ପୋଲିସ । ଟୁଇନ ସିଟିକୁ ଜଗିବେ ୮୨ ପ୍ଲାଟୁନ ଫୋର୍ସ । କଟକରେ ୬୨ ପ୍ଲାଟୁନ ଫୋର୍ସ ଓ ଭୁବନେଶ୍ୱରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ । 3ଜଣ ଡିସିପି, 7ଜଣ ଆଡିଶନାଲ ଡିସିପି, 35ଜଣ ଆଇଆଇସି ସୁରକ୍ଷା ଦାୟିତ୍ବରେ ରହିଛନ୍ତି । ଆସନ୍ତାକାଲି 3ଟାରୁ ଦର୍ଶକଙ୍କ ପାଇଁ ଗେଟ୍ ଖୋଲାଯିବ । ଷ୍ଟାଡିୟମ ଭିତରେ ପାଖାପାଖି ୫୦ହଜାର ଓ ବାହାରେ ୧୫ରୁ ୨୦ହଜାର ଦର୍ଶକ ରହିବେ । ୨୦ହଜାରରୁ ଅଧିକ ବାଇକ ପାର୍କିଂ ହୋଇପାରେ ।

ସମସ୍ତ ସ୍ଥିତିକୁ ନଜରରେ ରଖି ପ୍ରସ୍ତୁତି କରିଛି କମିଶନରେଟ ପୋଲିସ । ମାସ୍କ ପିନ୍ଧିନଥିଲେ ଷ୍ଟାଡିୟମ ପରିସରକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଷ୍ଟାଡିୟମ ଭିତରକୁ ଖାଦ୍ୟ, ପାଣି ବୋତଲ, ଲାଠି, ବ୍ୟାଗ୍, ମାଚିସ, ଖୁଚୁରା ପଇସା ଆଣିପାରିବେନି ଦର୍ଶକ । ବାଲିଯାତ୍ରା ପଡ଼ିଆରେ ଗାଡ଼ି ପାର୍କିଂ କରାଯିବ । ସାଧାରଣ ଦର୍ଶକଙ୍କ ପାଇଁ ୫ଟି ସ୍ଥାନରେ ପାର୍କିଂ ସ୍ଥଳ କରାଯାଇଛି । ପ୍ରତ୍ୟେକ ଗ୍ୟାଲେରୀରେ ମୁତୟନ ହେବେ ପୋଲିସ । ଷ୍ଟାଡିୟମ ଭିତରେ ରହିବ କ୍ବିକ୍ ଆକ୍ସନ ଟିମ୍ ।

ଦର୍ଶକଙ୍କ ଆଗରେ କୌଣସି ପୋଲିସ ଠିଆ ହେବେନାହିଁ । କୌଣସି ବ୍ୟକ୍ତି ବିଶୃଙ୍ଖଳା କଲେ ତାଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖେଳ ଦେଖିବାର ସୂଚନା ରହିଛି । ପ୍ରଥମ ବ୍ୟକ୍ତି ଭାବେ ଅଫଲାଇନ ଟିକେଟ୍ କିଣିଥିଲେ ନବୀନ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ବାରବାଟୀ ଯାଇ ଖେଳ ଦେଖିବେ । ଏଥିପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ମେଣ୍ଟରୁ ଓହରିଲେ ସହଯୋଗୀ, ଉପହାର ଫେରସ୍ତ ମାଗିଲେ ଅଖିଳେଶ

ଲକ୍ଷ୍ଣୌ; ସମ୍ପ୍ରତି ଉତ୍ତରପ୍ରଦେଶର କୌଣସି ନିର୍ବାଚନ ନାହିଁ । ରାଜ୍ୟସଭା ନିର୍ବାଚନ ମଧ୍ୟ ସାରିଯାଇଛି ତଥାପି ସରଗରମ ରହିଛି ଏଠାକାର ରାଜନୈତିକ ମାହୋଲ । ରାଜ୍ୟସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ୩ପ୍ରାର୍ଥୀ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ବେଳେ ବିଧାନ ପରିଷଦର ୩ ଆସନ ସପା ଖାତାକୁ ଯାଇଛି । ଯେଉଁଥିରୁ କୌଣସି ବି ଆସନ ଅନ୍ୟ ସହଯୋଗୀ ଦଳକୁ ଦେଇନାହିଁ ସମାଜବାଦୀ ପାର୍ଟି ।

          ତେବେ ଦଳର ଏଭଳି ନିଷ୍ପତ୍ତିରେ ନାରାଜ ହୋଇଛନ୍ତି ସହଯୋଗୀ ମହାନ ଦଳର ମୁଖ୍ୟ କେଶବ ଦେବ ମୌର୍ଯ୍ୟ । ଏବଂ ମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନେଇଛନ୍ତି । ଆଉ ସହଯୋଗୀ ଦଳର ଏଭଳି ନିଷ୍ପତ୍ତି ପରେ ସପା ପକ୍ଷରୁ ଉପହାର ବାବଦରେ ଦିଆଯାଇଥିବା ଦାମୀ କାର୍‌କୁ ଫେରସ୍ତ ମାଗିଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ ।

ବିଧାନସଭା ନିର୍ବାଚନ ପୂର୍ବରୁ ସପାର କେଶବ ଦେବ ମୌର୍ଯ୍ୟଙ୍କୁ ଏକ ଫର୍ଚୁନର କାର୍ ଉପହାର ଦେଇଥିଲା । ଏବେ ମେଣ୍ଟ ଭାଙ୍ଗିବା ପରେ ଦଳ ପକ୍ଷରୁ କାରକୁ ଫେରସ୍ତ ମଗାଯାଇଛି ।

ମହାନ ଦଳ ଓ ସପା ଗଠବନ୍ଧନ କରିବା ପରେ ମେଣ୍ଟରେ ମହାନ ଦଳକୁ ମାତ୍ର ଦୁଇଟି ସିଟ୍ ମିଳିଥିଲା। ସପାର ନିର୍ବାଚନୀ ଚିହ୍ନ ସାଇକେଲ ସହ କେଶବଙ୍କ ପତ୍ନୀ ଏବଂ ପୁଅ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଉଭୟ ପରାସ୍ତ ହୋଇଥିଲେ । ମହାନ ଦଳ ସହ ଗଠବନ୍ଧନ କରି ସପା ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଭାବିଥିଲେ ବି ନିର୍ବାଚନ ପରେ ସେଭଳି ହୋଇପାରିନଥିଲା। ବିଧାନସଭା ନିର୍ବାଚନ ସମୟରେ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଦାଦା ପ୍ରଫେସର ରାମ ଗୋପାଳ ଯାଦବ କେଶବ ଦେବ ମୌର୍ଯ୍ୟଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଭଗବାନ କୃଷ୍ଣଙ୍କ ଅବତାର ବୋଲି ବର୍ଣ୍ଣନା କରିଥିଲେ। ହେଲେ ନିର୍ବାଚନରେ ମହାନ ଦଳର ବିଶେଷ ପ୍ରଭାବ ନପଡ଼ିବାରୁ ସପା ମହାନ ଦଳକୁ ଗୁରୁତ୍ୱ ଦେଇନଥିଲା।

ଏଥିସହିତ ପଢ଼ନ୍ତୁ: ଭଗବାନଙ୍କୁ ଦାନ କଲେ ରୂପା ଅଫିମ ଗଛ

ରଫିକ ଖାଆନ୍ତି ୩ କିଲୋ ଚାଉଳ ୨ କିଲୋ ଅଟା ରୁଟି, ଦୁଇ ପତ୍ନୀ କରନ୍ତି ରୋଷେଇ

ପାଟନା: ଗାୟକ ଅଦନାନ ସାମୀ ଏବଂ ରାଜନେତା ପପୁ ଯାଦବଙ୍କ ଭଳି ଓଜନବହୁଳ ବ୍ୟକ୍ତି ବିଶେଷଙ୍କୁ ଆପଣ ତ ଦେଖିଥିବେ  । କିନ୍ତୁ ଆଜି ଆମେ ଏଭଳି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯେ ତାଙ୍କୁ ଦେଖିବା ପାଇଁ କଟିହାରରେ ପ୍ରବଳ ଭିଡ  । ବିହାର କଟିହାର ଜିଲ୍ଲାର ୩୦ ବର୍ଷୀୟ ରଫିକ  । ପାଖାପାଖି ୨ କ୍ବିଣ୍ଟାଲ ଅର୍ଥାତ ୨୦୦ କିଲୋଗ୍ରାମ ଓଜନ ପାଇଁ ସେ ଚର୍ଚ୍ଚାରେ  ।

ରଫିକଙ୍କ ଖାଦ୍ୟାଭାସ ଯେ କେହି ଆଖିରେ ନ ଦେଖିଲେ ବିଶ୍ବାସ କରିବେନି । ଗାଁରେ ଭୋଜିଭାତ ହେଲେ ତିନି କିଲୋଗ୍ରାମ ଭାତ ଓ ୨ କିଲୋଗ୍ରାମର ଅଟାରେ ପ୍ରସ୍ତୁତ ରୁଟି ଏକାକୀ ହଜମ କରିଦିଅନ୍ତି ରଫିକ  ।

ପେଷାରେ ଚାଷୀ ରଫିକ ଖୁବ କମ ଚାଲିବାକୁ ପସନ୍ଦ କରନ୍ତି  ।  ବେଳେବେଳେ ତ ତାଙ୍କ ଓଜନ ପାଇଁ ରଫିକଙ୍କ ବୁଲେଟ ରାସ୍ତା ମଝିରେ ଅଟକିଯାଏ  । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଯେ ଦୁଇ ଦୁଇଟି ବିବାହ କରିଛନ୍ତି ସେ  । ଆଉ ଘରେ ଦୁଇ ପତ୍ନୀ ମିଳିମିଶି ରଫିକଙ୍କ ମନ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରିଥାନ୍ତି  ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ସେ ବୁଲିମିଆ ନର୍ବୋସା ନାମକ ରୋଗରେ ପୀଡିତ  । ଏଥିଯୋଗୁଁ ରୋଗୀଙ୍କ ଓଜନ ଅସ୍ବାଭାବିକ ଭାବେ ବଢିଥାଏ  । ଏହା ବ୍ୟତୀତ ହରମୋନ ସମ୍ବନ୍ଧୀୟ ସମସ୍ୟା ବି ଅନ୍ୟ ଏକ କାରଣ ହୋଇପାରେ  । ରଫିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଲେ ପ୍ରକୃତ ସତ ଜଣାପଡିବ ବୋଲି ବିଶେଷଜ୍ଞ କୁହନ୍ତି  ।