spot_img
Home Blog Page 4255

ଖୁବ ଶୀଘ୍ର କଂଗ୍ରେସ ନେତୃତ୍ୱ ପରିବର୍ତ୍ତନ, ଦିଲ୍ଲୀରେ ଡେରା ପକାଇଛି ଓଡ଼ିଶା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟ କଂଗ୍ରେସରେ ହେବ ବଡ଼ ପରିବର୍ତ୍ତନ । ଏ ନେଇ ଇଶାରା ଦେଇଛନ୍ତି ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଦଳର ସଭାପତି ପରିବର୍ତ୍ତନ ନେଇ ଆଜି ଦିଲ୍ଲୀରେ ଆଲୋଚନା ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟ ନେତାମାନେ ଆଲୋଚନା କରିଛନ୍ତି । ଦଳ କେମିତି ସଜାଡି ହେବ ସେ ନେଇ ମତ ରଖିଛନ୍ତି ବୋଲି କହିଛନ୍ତି ପ୍ରଭାରୀ ଚେଲ୍ଲା କୁମାର । ତେବେ ପିସିସି ସଭାପତି ପରିବର୍ତ୍ତନ ପାଇଁ କୌଣସି ଡେଡଲାଇନ ରଖାଯାଇନି । ବିଧାୟକମାନେ ନିଜ ମତ ରଖିଛନ୍ତି ।

ସେହିପରି ଭବିଷ୍ୟତ ଯୋଜନା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପ୍ରଭାରୀ । ଅନ୍ୟପଟେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ନୂଆ ସଭାପତି ଚୟନ କରାଯିବା ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି । ପିସିସି ସଭାପତି ବଦଳିବା ଆବଶ୍ୟକ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଦୁଇ ବର୍ଷ ହେଲା ସେ ପିସିସି ସଭାପତି ପଦରୁ ଇସ୍ତଫା ଦେଇସାରିଛନ୍ତି । ତେଣୁ ଜଣେ ନୂଆ ନେତା ସଭାପତି ହେବା ଦରକାର ବୋଲି କହିଛନ୍ତି ନିରଂଜନ । ସୋମବାର ଦଳୀୟ ବିଧାୟକମାନେ ରାହୁଲଙ୍କୁ ଭେଟି ନିଜ ମତ ରଖିଛନ୍ତି । ସେପଟେ ପୂର୍ବତନ ସାଂସଦ ତଥା ସମତାକ୍ରାନ୍ତି ଦଳର ପ୍ରତିଷ୍ଠାତା ବ୍ରଜ ତ୍ରିପାଠୀ ସୋନିଆ ଗାନ୍ଧୀଙ୍କୁ ଭେଟିଥିବା ଚର୍ଚ୍ଚା ହେଉଛି ।

ବିଜେପି-ବିଜେଡି-କଂଗ୍ରେସ ପରେ CPI ର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର:  ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ । ୨୦୧୯ ନିର୍ବାଚନରେ ବ୍ରଜରାଜନଗରରେ କଂଗ୍ରେସ ଓ ସିପିଆଇ ମିଳିତ ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇଥିଲେ । ଏଥିରେ ସିପିଆଇ ତରଫରୁ ପ୍ରାର୍ଥୀ ହୋଇଥିଲେ ରମେଶ । ନିର୍ବାଚନରେ ୯ହଜାର ୩୫୦ ଖଣ୍ଡ ଭୋଟ ପାଇ ସେ ପରାଜିତ ହୋଇଥିଲେ । ବିସ୍ଥାପିତ ସମସ୍ୟା ଦୂରୀକରଣ, ଲୋକଙ୍କୁ ମାଗଣା ବିଦ୍ୟୁତ ସହିତ ବିଭିନ୍ନ ପ୍ରତିଶ୍ରୁତି ଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ରମେଶ ।

ବିଜେପି ଓ ବିଜେଡି ପରେ କଂଗ୍ରେସ ଘୋଷଣା କଲା ପ୍ରାର୍ଥୀଙ୍କ ନାମ  । ବ୍ରଜରାଜନଗର ଉପ ନିର୍ବାଚନ ପାଇଁ କିଶୋର ପଟେଲକୁ ପ୍ରାର୍ଥୀ କରିଛି କଂଗ୍ରେସ  । ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ କିଶୋର ପଟେଲଙ୍କୁ ନେଇ ଦଳ ବ୍ରଜରାଜନଗର ଉପ ନିର୍ବାଚନରେ ବୈତରଣୀ ପାର ହେବା ନେନଇ ଆଶା ଓ ବିଶ୍ୱାସ ପ୍ରକଟ କରିଛି  । ବିଜେପି ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିବାବେଳେ ବିଜେଡି ଦିବଙ୍ଗତ  ବିଧାୟକ କିଶୋର ମହାନ୍ତିଙ୍କ ଧର୍ମପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଘୋଷଣା କରିଛି  ।

ବରଫ ପର୍ବତ ଉପରେ ଚା’ ପାର୍ଟି କରି ସୃଷ୍ଟି କଲେ ବିଶ୍ବ ରେକର୍ଡ

ନୂଆଦିଲ୍ଲୀ: ଚା’ ପ୍ରେମୀଙ୍କ ପାଇଁ ପ୍ରତିଟି ଚା‘ କପ୍ ଖାସ୍ ହୋଇଥାଏ । ଚା’ କପେ ହୋଇଗଲେ ମନ ଖୁସ୍ । କିନ୍ତୁ ସୁଉଚ୍ଚ ପାହାଡର ତୁଷାରପାତରେ ଚା‘ ପିଇବାର ସୁଯୋଗ ଯଦି ଆପଣଙ୍କୁ ମିଳେ ତାହାଲେ ଆପଣ କେତେ ଖୁସି ହେବେ?  ଆପଣ ଏମିତି ଯାଗାରେ ଚା’ ପିଇବାର ମଜା ଉଠାଇବାକୁ ଚାହିଁବେ ନିଶ୍ଚୟ ।

ନିକଟରେ ଏକ ପର୍ବତାରୋହୀ ଏହାକୁ ସମ୍ଭବ କରି ଦେଖାଇଛନ୍ତି । ଆଉ ଏହା ଗିନିଜ ଓ୍ବାଲ୍ଡ ରେକର୍ଡରେ ସ୍ଥାନପାଇଛି ।

ଗିନିଜ ଓ୍ବାଲ୍ଡ ରେକର୍ଡର ଅଫିସିଆଲ୍ ଇନଷ୍ଟାଗ୍ରାମ ପେଜ୍ ଅନୁଯାୟୀ, ଆଣ୍ଡ୍ରିୟୁ ହ୍ୟୁଜଙ୍କ ନେତୃତ୍ୱରେ ଏକ ପର୍ବତାରୋହୀ ଦଳ ମାଉଣ୍ଟ ଏଭରେଷ୍ଟ କ୍ୟାମ୍ପ ୨ ରେ ସର୍ବୋଚ୍ଚ ଚା’ ପାର୍ଟି ଆୟୋଜନ କରିବାରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ।

ପୋଷ୍ଟ ହୋଇଥିବା ଭିଡିଓର କ୍ୟାପସନରେ ଲେଖାଅଛି ଯେ, ୬୪୯୬ ମିଟର / ୨୧୩୧୨ ଫୁଟ ଉପରେ ଚା’ ପାର୍ଟି । ନେପାଳର ମାଉଣ୍ଟ ଏଭରେଷ୍ଟ କ୍ୟାମ୍ପ ୨ ରେ ହ୍ୟୁଜଙ୍କ ସର୍ବୋଚ୍ଚ ଚା’ ପାର୍ଟି ।

ଭିଡିଓରେ ଦେଖାଯାଉଛି ଯେ, ଚାରିଆଡେ ବରଫ ପଡ଼ୁଛି । କେଉଁଠି ବି ଟିକେ ମାଟି ଦେଖାଯାଉନି । ଯେଉଁଠି କ୍ଷଣିକେ ଠିଆ ହେବା କଷ୍ଟ ସେଇଠି ତିଆରି ହେଉଛି ଚା’ । ଟେବୁଲ ପଡ଼ିଛି ଚେୟାର ବି ପଡ଼ିଛି । ଥୁଆ ହୋଇଛି କପ୍ । ଆଉ ଢଳା ହେଉଛି ଚା’ ।

ଆଣ୍ଡ୍ରିୟୁ କହିଛନ୍ତି ଯେ, ରେକର୍ଡ ପାଇଁ ସେ ଏପରି ସ୍ଥାନ ବାଝିଛନ୍ତି । କାରଣ ଏହା କରିବା ଦ୍ବାରା ସାଥି ପର୍ବତାରୋହୀଙ୍କ ଚାପ ହ୍ରାସ ହେବ ଏବଂ ପ୍ରତିରକ୍ଷା ପ୍ରଣାଳୀକୁ ବଢ଼ାଇବ ।

ଖାଦ୍ୟ ପ୍ୟାକଟରେ ସାପ ଚମଡ଼ା: ସିଲ୍ ହେଲା ଦୋକାନ

ଥିରୁଭନନ୍ତପୁରମ୍ : ଖାଇବା ପ୍ୟାକେଟରୁ ବାହାରିଲା ସାପ ଚମଡ଼ା । ଏହା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଗ୍ରାହକ । କେରଳ ଥିରୁଭନନ୍ତପୁରମରେ ଘଟିଛି ଏହି ଘଟଣା । ଏହା ଅଭିଯୋଗ ହେଲା ପରେ ପ୍ରଶାସନ ଉକ୍ତ ରେଷ୍ଟୁରାଣ୍ଟରେ ତାଲା ପକାଇ ଦେଇଛି ।

ସୂଚନା ଅନୁସାରେ ପ୍ରିୟା ନାମକ ମହିଳା ଗତ ଗୁରୁବାର ଦିନ ରେଷ୍ଟୁରାଣ୍ଟରୁ ଦୁଇଟା ପରଟା ଅର୍ଡର କରିଥିଲେ । ଖାଦ୍ୟ ଡେଲିଭରି ପରେ ମହିଳାଜଣଙ୍କ ତାଙ୍କ ଝିଅକୁ ଖାଇବାକୁ ଦେଇଥିଲେ । ଝିଅ ଗୋଟିଏ ପରଟା ଖାଇ ସାରିବା ପରେ ମହିଳା ଜଣଙ୍କ ଖାଇବା ପାଇଁ ପ୍ୟାକେଟ୍ ଖୋଲିଥିଲେ । ହେଲେ ସେ ଜରି କଭର ଭିତରେ ଏକ ସାପ ଚମଡା ଦେଖିବାକୁ ପାଇଥିଲେ ।

ଏହା ଦେଖି ସେ ଚକିତ ହୋଇଯାଇଥିଲେ । ଏହା ପରେ ମହିଳା ଜଣଙ୍କ ସ୍ଥାନୀୟ ପୋଲିସ୍ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ୍ ତାଙ୍କୁ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ କହିଥିଲେ ।

ମହିଳାଙ୍କର ଅଭିଯୋଗ ପରେ ମ୍ୟୁନିସିପାଲ୍ କର୍ତ୍ତୃପକ୍ଷ ଉକ୍ତ ରେଷ୍ଟୁରାଣ୍ଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ପରେ ଜଣାପଡ଼ିଥିଲା ଯେ, ରେଷ୍ଟୁରାଣ୍ଟ ନିମ୍ନ ମାନର ଖାଦ୍ୟ ଦେଉଥିଲା । ଏହା ଜଣାପଡ଼ିବା ପରେ ରେଷ୍ଟୁରାଣ୍ଟକୁ ସିଲ୍ କରିଦିଆଯାଇଛି ।

ଜାରି ରହିବ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ, ASI ରିପୋର୍ଟରେ ଅସନ୍ତୁଷ୍ଟ ହାଇକୋର୍ଟ

କଟକ:ଶ୍ରୀକ୍ଷେତ୍ରରେ ଜାରି ରହିବ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ । ପ୍ରକଳ୍ପ କାମ ଉପରେ ରହିତାଦେଶ ପାଇଁ ହୋଇଥିବା ଆବେଦନର ଶୁଣାଣି କରି ହାଇକୋର୍ଟ କାମ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ନିର୍ମାଣ କାର୍ଯ୍ୟ ବନ୍ଦ ପାଇଁ ପିଟିସନର କରିଥିବା ଆବେଦନକୁ ଖାରଜ କରିଛନ୍ତି । ଏଏସଆଇ ସହ ମିଶି ରାଜ୍ୟ ସରକାର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟକୁ ଚାଲୁ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କେବଳ ସେତିକି ନୁହେଁ, ଐତିହ୍ୟ ପ୍ରକଳ୍ପ କାର୍ଯ୍ୟକୁ ନେଇ ହାଇକୋର୍ଟରେ ଏଏସଆଇ ଦାଖଲ କରିଥିବା ସତ୍ୟପାଠକୁ ମଧ୍ୟ ଅବାନ୍ତର କହିଛନ୍ତି ହାଇକୋର୍ଟ ।

ଐତିହର କିଛି ଅବଶେଷ ନଷ୍ଟ ହୋଇଥାଇ ପାରେ ବୋଲି ଏଏସ୍ଆଇ ନିଜ ସତ୍ୟପାଠରେ ଉଲ୍ଲେଖ କରିଥିଲା। ତେବେ ହୋଇଥାଇ ପାରେ ବୋଲି ଶବ୍ଦ ଅବାନ୍ତର, ତେଣୁ ନିର୍ଦ୍ଦିଷ୍ଟ ଭାବେ କଣ କ୍ଷତି ହୋଇଛି, ତାହା କହିବାକୁ ହାଇକୋର୍ଟ ଏଏସ୍ଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟରେ ଏଏସଆଇ ଦାଖଲ କରିଥିବା ମିଳିତ ପରିଦର୍ଶନ ରିପୋର୍ଟରେ କୌଣସି ନିର୍ଦ୍ଦିଷ୍ଟ କଥା କୁହାଯାଇ ନାହିଁ । କେବଳ ସେତିକି ନୁହେଁ ନିଷିଦ୍ଧାଞ୍ଚଳରେ ଟଏଲେଟ୍, ଡ୍ରେନ୍ ଓ ଇଲେକ୍ଟ୍ରିକାଲ୍ କାମ ହୋଇ ପାରିବ । ଏହା ନିର୍ମାଣ ସଜ୍ଞା ପରିସରଭୁକ୍ତ ନୁହେଁ ବୋଲି ଆଜି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।

କେବଳ ଅଭ୍ୟର୍ଥନା କକ୍ଷକୁ ନିଷିଦ୍ଧାଞ୍ଚଳରେ ନିର୍ମାଣ କରିବାକୁ ଅନୁମତି ଦିଆଯାଇ ନାହିଁ । ଏହାସହ ୨୦୨୧ ମସିହା ସେପ୍ଟେମ୍ବର ମାସ ୪ ତାରିଖରେ ଏନଏମଏ ଜାରି କରିଥିବା ଏନଓସି ସଂପର୍କରେ ମଧ୍ୟ ହାଇକୋର୍ଟ ବିଚାର କରିଥିଲେ । ଏଥିରେ ଏଏସଆଇର ପରିଦର୍ଶନ ରିପୋର୍ଟ ସଂଲଗ୍ନ ରହିଥିଲା । ଏହା ସ୍ପଷ୍ଟ ପ୍ରମାଣିତ କରୁଛି ଯେ, ଏନ୍ଏମଏ ପକ୍ଷରୁ ଏହି ପ୍ରକଳ୍ପକୁ ଅନୁମତି ପ୍ରଦାନ କରାଯାଇଥିଲା । ଏହା ସହିତ ମୃଣାଳିନୀ ପାଢୀ ବନାମ କେନ୍ଦ୍ର ସରକାରଙ୍କ କ୍ଷେତ୍ରରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ହାଇକୋର୍ଟ ଗୁରତ୍ବ ଦେଇଛନ୍ତି । ଏଏସଆଇର ସତ୍ୟପାଠ ଓ ପରିଦର୍ଶନ ରିପୋର୍ଟ ଉପରେ ରାଜ୍ୟ ସରକାର ହାଇକୋର୍ଟରେ ଉତ୍ତର ରଖିପାରନ୍ତି ବୋଲି ଆଡଭୋକେଟ୍ ଜେନେରାଲ କୋର୍ଟକୁ ଜଣାଇଛନ୍ତି ।

୭୦ ବର୍ଷ ବୟସରେ ବାପା ହେବେ ଋଷ ରାଷ୍ଟ୍ରପତି!

ମସ୍କୋ: ୭୦ବର୍ଷ ବୟସରେ ବାପା ହେବେ ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନ୍ । ତାଙ୍କ ୩୮ ବର୍ଷୀୟ ଗାର୍ଲଫ୍ରେଣ୍ଡ ଅଲିନା କାବେଭା ପୁଣି ଗର୍ଭବତୀ ହୋଇଛନ୍ତି । ଗଣମାଧ୍ୟମ ରିପୋର୍ଟ ମୁତାବକ ଏ ଖବର ଶୁଣି ପୁଟିନ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଚଳିତ ବର୍ଷ ଅକ୍ଟୋବର ମାସରେ ପୁଟିନ ୭୦ ବର୍ଷ ବୟସରେ ପାଦ ଦେବାକୁ ଥିବା ବେଳେ ପୂର୍ବରୁ ତାଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି । ତାଙ୍କର ପୂର୍ବରୁ ୨ଟି ସନ୍ତାନ ଥିବାରୁ ସେ ଆଉ ସନ୍ତାନ ଚାହୁଁନାହାନ୍ତି । ଏହାରି ମଧ୍ୟରେ ସେ ପୁଣି ବାପା ହେବା ଖବର ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Who is Alina Kabaeva, Vladimir Putin's alleged longtime lover?

ତେବେ ପୁଟିନଙ୍କ ଗର୍ଲଫ୍ରେଣ୍ଡ ତଥା ଅଲିମ୍ପିଆନ୍ ଅଲିନା ଗର୍ଭବତୀ ଥିବା ନେଇ ଋଷୀୟ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି । ରେଡ୍ ସ୍କ୍ରୋଏରେ ବିଜୟ ଦିବସ ଅବସରରେ ଭାଷଣ ଦେବା ସମୟରେ ସେ ଏହି ଖବର ଜାଣିବାକୁ ପାଇଥିଲେ । ପୁଟିନ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇସାରିଥିବା ବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଗର୍ଭବତୀ ଅଛନ୍ତି । ଯାହା ପୁଟିନଙ୍କ ଯୋଜନା ମୁତାବକ ହୋଇନଥିବା ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ।

EU to sanction Vladimir Putin's gymnast lover Alina Kabaeva

ତେବେ ପୁଟିନ ଏଯାବତ୍ ଅଲିନାଙ୍କ ସହ କୌଣସି ସମ୍ପର୍କ ଥିବା ନେଇ ସ୍ୱୀକାର କରିନାହାନ୍ତିି । ଅଲିନା ଋଷର ଏକ ମିଡିଆ ଗ୍ରୁପର ମାଲିକ ଥିବା ବେଳେ ସେ ପୂର୍ବରୁ ସ୍ୱିଜରଲ୍ୟାଣ୍ଡରେ ରହୁଥିବା କୁହାଯାଉଥିଲା । ତେବେ ଋଷର ଆଉ ଏକ ଗଣମାଧ୍ୟମ ରିପୋର୍ଟ ମୁତାବକ ଅଲିନାଙ୍କ ୨ପୁଅ ଅଛନ୍ତି । ସ୍ୱିଜରଲ୍ୟାଣ୍ଡରେ ୨୦୧୫ରେ ଜଣ ଜନ୍ମ ଗ୍ରହଣ କରିଥିବା ବେଳେ ୨୦୧୯ରେ ମସ୍କୋରେ ଆଉ ଜଣେ ଜନ୍ମ ଗ୍ରହଣ କରିଥିଲେ । ତେବେ ୟୁକ୍ରେନ ବିରୋଧୀ ଯୁଦ୍ଧ ଯୋଗୁ ବିଭିନ୍ନ ୟୁରୋପୀୟ ରାଷ୍ଟ୍ର ପକ୍ଷରୁ କଟକଣାର ସମ୍ମୁଖୀନ ହୋଇପାରନ୍ତି ଅଲିନା ।

Alina Kabaeva: 5 Fast Facts You Need to Know | Heavy.com

କ୍ରୀଡ଼ା ଜଗତକୁ ଅଲବିଦା କହିବା ପରେ ଅଲିନା ରାଜନୀତିରେ ଯୋଗ ଦେଇଥିଲେ । ଏବଂ ପୁଟିନଙ୍କ ୟୁନାଇଟେଡ୍ ଋଷୁଆ ପାର୍ଟି ପକ୍ଷରୁ ସେ ସାଂସଦ ମଧ୍ୟ ହୋଇଥିଲେ । ଏବଂ ଏକ ମ୍ୟାଗାଜିନ୍ ପାଇଁ ଏକ ସେମି ନ୍ୟୁଡ୍ ଫଟୋ ସୁଟ୍ ମଧ୍ୟ କରିଥିଲେ । ସେ ଜଣେ ଗାୟିକା ହେବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସେ ସଫଳ ହୋଇପାରିନଥିଲେ । ୨୦୦୭ରୁ ୨୦୧୪ ଯାଏଁ ଅଲିନା କାବେଭା ଋଷ ପାର୍ଲିଆମେଣ୍ଟର ତଳ ଗୃହରେ ଡେପୁଟୀ ଷ୍ଟେଟ୍ ଡୁମା ଭାବେ କାର୍ଯ୍ୟ ତୁଲାଇଥିଲେ । ଏହା ସହିତ ସେପ୍ଟେମ୍ୱର ୨୦୧୪ ଜାତୀୟ ମିଡିଆ ଗ୍ରୁପ ଅଧ୍ୟକ୍ଷା ଭାବେ ନିଯୁକ୍ତ ହୋଇଥିଲେ ।

ମଝି ସମୁଦ୍ରରେ ଫସିଗଲେ ମତ୍ସ୍ୟଜୀବୀ, ଉଦ୍ଧାର ଆରମ୍ଭ କଲା ହେଲିକପ୍ଟର

ଗଞ୍ଜାମ: ଅସାନୀରେ ଅଶାନ୍ତ ହେଉଛି ସମୁଦ୍ର  ।  ମାଛ ଧରିବାକୁ ଡଙ୍ଗା ନେଇ ଯାଇଥିଲେ ମତ୍ସ୍ୟଜୀବୀ  । ମଝି ସମୁଦ୍ରରେ ଫସିଗଲେ  । ପବନର ସୁସୁ ଗର୍ଜନ ଆଉ ସମୁଦ୍ରର ତାଣ୍ଡବ ଭିତରେ କୂଳକୁ ଫେରି ଆସିବାର ଆଶା ହରାଇଥିଲେ ମତ୍ସ୍ୟଜୀବୀ  । ଠିକ ସମୟରେ ଦେବଦୂତ ସାଜିଲା ହେଲିକପ୍ଟର  । କୋଷ୍ଟଗାର୍ଡର ଟିମ୍ ହଠାତ ପହଁଚିଲେ  ଅପରେସନ ପଏଣ୍ଟରେ । ଫସିରହିଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ନିମନ୍ତେ ଆରମ୍ଭ କଲେ ଅପରେସନ  ।

ଗଞ୍ଜାମ ସୁନାପୁର ସମୁଦ୍ରରେ ଅପରାହ୍ନରେ ଦେଖିବାକୁ ମିଳିଥିଲା ଜୀବନ-ମୃତ୍ୟୁର ଏ ଭୟଙ୍କର ଦୃଶ୍ୟ  ।  ଏୟାରଲିଫ୍ଟ ଦ୍ବାରା ସମୁଦ୍ରରୁ ଉଦ୍ଧାର ହେଲେ ମତ୍ସ୍ୟଜୀବୀ । ଅସାନୀର ଭୟଙ୍କର ରୂପ ଭିତରେ ସୁନାପୁରର ଗଭୀର ସମୁଦ୍ରରେ ଫସିଯାଇଥିଲେ ୧୧ ମତ୍ସ୍ୟଜୀବୀ । ବିଶାଖାପଟ୍ଟନମରୁ ମାଛମାରି ଗଞ୍ଜାମ ଜିଲ୍ଲା ଚିକିଟି ଫେରିବା ବେଳେ ଉଚ୍ଚ ଲହରୀ କାରଣରୁ କୂଳକୁ ଫେରିପାରିନଥିଲେ ମତ୍ସ୍ୟଜୀବୀ । ସୂଚନା ମୁତାବକ ସକାଳ ୯ଟାରୁ ସମସ୍ତେ ଫସିରିଥିଲେ ।

ସମସ୍ତ ମତ୍ସ୍ୟଜୀବୀ ମାର୍କଣ୍ଡି ଗାଁର ହୋଇଥିବା ବେଳେ ମାଛ ଧରିବାକୁ ମଜି ସମୁଦ୍ରକୁ ଯାଇଥିଲେ । ଫସିରହିଥିବାର ଖବର ପାଇ ତୁରନ୍ତ ଅପରେସନ ଆରମ୍ଭ କରିଥିଲା ପ୍ରଶାସନ । କୋଷ୍ଟଗାର୍ଡ ହେଲିକପ୍ଟର ସହାୟତାରେ ଗଭୀର ସମୁଦ୍ରରେ ଉଦ୍ଧାର କାର୍ଯ୍ୟ କରିଥିଲା ତଟରକ୍ଷୀ ବାହିନୀ । ଶେଷରେ ସମସ୍ତ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି ।

ସମୁଦ୍ରରେ ଅଶାନ୍ତ ବାତ୍ୟା ଅସାନି, ପୁରୀଠାରୁ ୬୧୦ କିଲୋମିଟର ଦୂରରେ ଗତି କରୁଛି

ଭୁବନେଶ୍ୱର: ସମୁଦ୍ର ଭିତରେ ଅଶାନ୍ତ ହେଉଛି ବାତ୍ୟା ଅସାନି । ଘଣ୍ଟା ପ୍ରତି ୧୬ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି ଭୀଷଣ ସାମୁଦ୍ରିକ ଝଡ଼ । ତେବେ ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ଭୀଷଣ ବାତ୍ୟାରୁ ବାତ୍ୟାର ରୂପ ନେବ । ଏବେ ପୁରୀଠାରୁ ୬୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ-ପୂର୍ବ ଏବଂ ବିଶାଖାପାଟଣାଠାରୁ ୪୫୦ କିଲୋମିଟର ଦକ୍ଷିଣ-ପୂର୍ବ ଦିଗରେ କେନ୍ଦ୍ରୀଭୂତ ହୋଇଛି ବାତ୍ୟା ।

ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ନିକଟ ସମୁଦ୍ରରେ ପହଞ୍ଚିବ । ଏହା ପରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ରିକର୍ଭ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ମୁହାଁଇବ ବାତ୍ୟା । ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସାମ୍ବାଦିକ ସମ୍ମିଳନୀ ଜରିଆରେ ଦେଉଛନ୍ତି ସୂଚନା  ।

ପାକିସ୍ତାନ ପଟୁ ଡ୍ରୋନରେ ଆସୁଥିଲା ହେରୋଇନ: ଗୁଳି କରି ଖସାଇଲା ବିଏସ୍‌ଏଫ୍

ଅମୃତସର: ପାକିସ୍ତାନ ପଟୁ ଆସୁଥିବା ଏକ ଡ୍ରୋନକୁ ଗୁଳି କରି ଖସାଇଦେଇଛି ଭାରତୀୟ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) । ସୋମବାର ପଞ୍ଜାବର ଅମୃତସରରେ ଏହି ଡ୍ରୋନ୍‌କୁ ବିଏସ୍‌ଏଫ୍‌ ପକ୍ଷରୁ ଗୁଳି କରି ଖସାଇ ଦିଆଯାଇଛି ।

ବିଏସ୍‌ଏଫ୍ ସୂଚନା ମୁତାବକ ପାକିସ୍ତାନୀ ଡ୍ରୋନରୁ ୧୦.୬୭ କିଲୋଗ୍ରାମ ଓଜନର ୯ ପ୍ୟାକେଟ୍‌ ହେରୋଇନ୍‌ ଉଦ୍ଧାର କରାଯାଇଛି । ବିଏସ୍‌ଏଫ୍‌ର ଏହି କାର୍ଯ୍ୟାନୁଷ୍ଠାନ ଫଳରେ ସୀମାପାରରୁ ଦେଶ ମଧ୍ୟକୁ ହେଉଥିବା ଚୋରା ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ।  ବିଏସଏଫ ପଞ୍ଜାବ ସୀମାନ୍ତ ସୈନ୍ୟମାନେ ପାକ୍‌ ଡ୍ରୋନ୍‌ ମାଧ୍ୟମରେ ଆଉ ଏକ ଚୋରା ଚାଲାଣ ଉଦ୍ୟମକୁ ମଧ୍ୟ ପଣ୍ଡ କରିଦେଇଛନ୍ତି ।

BSF Shoots Down Pak Drone Carrying Heroin Along Border In Punjab

ସଜାଗ ବିଏସଏଫ ସୈନ୍ୟମାନେ ପାକ୍‌ରୁ ଆସୁଥିବା ଡ୍ରୋନ୍‌ ଉପରକୁ ଗୁଳି ଚଳାଇ ଏହାକୁ ତଳକୁ ଖସାଇ ଦେଇଛନ୍ତି। ଏକ ବ୍ୟାଗରେ ହେରୋଇନ୍‌ ବୋଲି ସନ୍ଦେହ କରାଯାଉଥିବା କିଛି ପ୍ୟାକେଟ୍‌ ମଧ୍ୟ ଡ୍ରୋନ୍‌ରୁ ଉଦ୍ଧାର କରାଯାଇଛି ବୋଲି ବିଏସ୍‌ଏଫ୍‌ ପଞ୍ଜାବ ଫ୍ରଣ୍ଟିଅର୍‌ ଏକ ଟ୍‌ୱିଟ୍‌ ରେ କହିଛି । ଉଲ୍ଲେଖଯୋଗ୍ୟ, ଗତ ମାସରେ ବିଏସଏଫ ପଞ୍ଜାବର ଅମୃତସର ସେକ୍ଟରରେ ପାକିସ୍ତାନରୁ ଆସୁଥିବା ଏକ ଡ୍ରୋନକୁ ଗୁଳି କରି ଖସାଇ ଦେଇଥିଲା।

ଏଥିସହିତ ପଢ଼ନ୍ତୁ: ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେଙ୍କ ଇସ୍ତଫା

ଦିଲ୍ଲୀ କ୍ୟାପିଟାଲ୍ସ ଖେଳାଳିଙ୍କର ମାଷ୍ଟର କ୍ଲାସ୍ ନେଲେ ଧୋନୀ, ଭାଇରାଲ୍ ହେଲା ଫଟୋ

ମୁମ୍ବାଇ: ଗତ ରବିବାର ହୋଇଥିବା ଆଇପିଏଲ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ଜୋରଦାର୍ ପ୍ରଦର୍ଶନ କରି ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଚେନ୍ନାଇର ଏହି ବିଜୟ ପୂରା ସମୀକରଣକୁ ବଦଳାଇଦେଇଛି । ମ୍ୟାଚରେ ମହେନ୍ଦ୍ର ସିଂ ଧୋନୀଙ୍କ ଜବରଦସ୍ତ ଖେଳ ବି ଦେଖିବାକୁ ମିଳିଥିଲା । ଯେଉଁଥିରେ ଧୋନୀ ୮ଟି ବଲରେ ୨୧ ରନ୍ କରିଥିଲେ ।

ଆଉ ମ୍ୟାଚ୍ ଶେଷ ହେଲା ପରେ ଧୋନୀ ଦିଲ୍ଲୀ କ୍ୟାପିଟାଲ୍ସର ‘ମାଷ୍ଟରକ୍ଲାସ୍’ ନେଉଥିବା ନଜରକୁ ଆସିଛି । ଦେଖାଯାଉଥିବା ଫଟୋରେ ରିଷଭ ପନ୍ତ, ଅକ୍ସର ପଟେଲ, କୁଳଦୀପ ଯାଦବ ଏବଂ ଦିଲ୍ଲୀ କ୍ୟାପିଟାଲ୍ସର ଅନ୍ୟ ଖେଳାଳିମାନେ ଅଛନ୍ତି ।

ଏହି ଫଟୋ ସେୟାର କରି IPL ଲେଖିଛି ଯେ, ‘ଧୋନୀ ଯେତେବେଳେ କୁହନ୍ତି, ସେତେବେଳେ ସମେସ୍ତ ଶୁଣନ୍ତି’ । ଧୋନୀଙ୍କ ଏହି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । କେବଳ IPL ନୁହେଁ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ଏହାକୁ ତାର ସୋସିଆଲ ମିଡିଆ ପେଜରେ ସେୟାର କରିଛି ।

ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗସ ଏହି ମ୍ୟାଚରେ ୨୦୮ ରନ୍ କରିଥିଲା । ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମାତ୍ର ୧୧୭ ରନରେ ହିଁ ଅଲଆଉଟ୍ ହୋଇଯାଇଥିଲା । କେବଳ ଧୋନୀ ୮ ବଲରେ ୨୧ ରନ କରିଥିଲେ । ଯେଉଁଥିରେ ଦୁଇଟି ଛକା ଥିଲା ।