ବ୍ରଜରାଜନଗର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଧାରାଣୀ ପଣ୍ଡା ହେଲେ ବିଜେପିର ବିଧାୟକ ପ୍ରାର୍ଥୀ । ରାଧାରାଣୀ ପଣ୍ଡାଙ୍କ ଉପରେ ମୋହର ମାରିଲା ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି । ବ୍ରଜରାଜନଗରର ପୂର୍ବତନ ବିଧାୟିକା ଥିଲେ ରାଧାରାଣୀ ପଣ୍ଡା । ସେପଟେ କଂଗ୍ରେସ ପ୍ରାର୍ଥୀ ଚୟନ ରେସରେ ଆଗରେ ଅଛନ୍ତି ଦଳର ବରିଷ୍ଠ ନେତା କିଶୋର ପଟେଲ। ତାଙ୍କୁ ପ୍ରାର୍ଥୀ ପାଇଁ ଦଳ ଚୂଡ଼ାନ୍ତ କରିଥିବା କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି । ଅନ୍ୟପଟେ ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର କିଏ ପ୍ରାର୍ଥୀ ହେବେ ସେନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।
ପୋଷ୍ଟର ରାଜନୀତି, ‘ଅସଲି ଆସୁଛି, ନକଲି ହୁଅ ସାବଧାନ’
ମୁମ୍ବାଇ: ମହାରାଷ୍ଟ୍ରରେ ପୋଷ୍ଟର ୱାର । ଲାଉଡସ୍ପିକର ଓ ହନୁମାନ ଚାଳିଶାକୁ ନେଇ ମହାରାଷ୍ଟ୍ର ରାଜନୀତି ଉଠୁଥିବା ପଡ଼ୁଥିବା ବେଳେ ଏହାକୁ ଆଉ ଟିକିଏ ଇନ୍ଧନ ଯୋଗାଇଛି ଶିବସେନା । ଏମଏନଏସ୍ ମୁଖ୍ୟ ରାଜ ଠାକରେ ଓ ଶିବସେନା ମଧ୍ୟରେ ବାକ୍ୟ ଯୁଦ୍ଧ ଲାଗି ରହିଛି । ଆସନ୍ତା ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ରାଲିକୁ ନେଇ ଶିବସେନା ପ୍ରସ୍ତୁତ କରିଛି ପୋଷ୍ଟର । ଆଉ ପୋଷ୍ଟରରେ ରାଜ ଠାକରେଙ୍କ ଦଳର ନାଁ ନନେଇ ଶିବସେନା ଟାର୍ଗେଟ୍ କରିଛି ।
ଉକ୍ତ ପୋଷ୍ଟରରେ ଶିବସେନା ଲେଖିଛି, ‘ଅସଲି ଆସୁଛି, ନକଲି ଠାରୁ ସାବଧାନି ରୁହ ।’ ସେହିଭଳି ଶିବସେନା ଲଗାଇଥିବା ଆଉ ଏକ ପୋଷ୍ଟରରେ ଲେଖା ଯାଇଛି, ‘ପ୍ରକୃତ ହିନ୍ଦୁତ୍ୱର ହୁଙ୍କାର ଶୁଣିବାକୁ ରାଲିକୁ ଆସିବା ଦରକାର ।’ ଶିବସେନା ରାଜ ଠାକରେଙ୍କ ଦଳର ନାଁ ନନେଇ ଏଭଳି ପୋଷ୍ଟରରେ ଟାର୍ଗେଟ୍ କରି ରାଜନୈତିକ ବାତାବରଣକୁ ଆହୁରି ଉତ୍ତେଜିତ କରିଛି ।
यायलाच पाहिजे!🚩 pic.twitter.com/ijWJ7ZWPMi
— ShivSena – शिवसेना Uddhav Balasaheb Thackeray (@ShivSenaUBT_) May 8, 2022
ସୂଚନାଯୋଗ୍ୟ, ଏମଏନଏସ୍ ମୁଖ୍ୟ ରାଜ ଠାକରେ ମସଜିଦରୁ ଲାଉଡସ୍ପିକର ହଟାଇବା ପ୍ରସଙ୍ଗରେ ଆନ୍ଦୋଳନ କରୁଛନ୍ତି । ତାଙ୍କ ଟାର୍ଗେଟରେ ଶିବସେନା ସହ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଅଛନ୍ତି । ଗେରୁଆ ରଙ୍ଗର କପଡ଼ା ପିନ୍ଧି ରାଜ ଠାକରେ ନିଜକୁ ହିନ୍ଦୁତ୍ୱର ନୂଆ ପୋଷ୍ଟର ବଏ ବୋଲାଉଛନ୍ତି । ଅନ୍ୟପଟେ ମେ ୧୪ ରାଲିରେ ଉଦ୍ଧବ ଠାକରେ ଉଭୟ ରାଜ ଠାକରେ ଓ ବିଜେପିକୁ ଚାର୍ଗେଟ୍ କରିପାରନ୍ତି ।
ଏହି ସେଲିବ୍ରିଟି, ଯିଏ ବିଜ୍ଞାପନ ପାଇଁ ସାଉଁଟିଛନ୍ତି ନିନ୍ଦା
ମୁମ୍ବାଇ: ବଲିଉଡ ସେଲିବ୍ରେଟି ଓ ବିଜ୍ଞାପନ ଅଙ୍ଗାଅଙ୍ଗି ଭାବେ ଜଡିତ । ଶାହରୁଖଙ୍କଠାରୁ ସୈଫ, ଐଶ୍ବର୍ଯ୍ୟାଙ୍କଠାରୁ ୟାମୀ ଗୌତମ ଏମିତି କେହି ନାହାନ୍ତି ଯିଏ ବିଜ୍ଞାପନ ଜଗତ ସହ ଜଡିତ ନଥିବେ । ସେଲିବ୍ରିଟିଙ୍କ ଜରିଆରେ କମ୍ପାନୀ ନିଜ ବ୍ରାଣ୍ଡର ପ୍ରଚାର କରୁଥିବା ବେଳେ ସେମାନଙ୍କ ଫ୍ୟାନ ଫଲୋର୍ସ ଏହାକୁ ଅନ୍ଧ ଭାବେ ବ୍ୟବହାର କରିଥାନ୍ତି । ହେଲେ ଏମିତି ବି କିଛି ବିଜ୍ଞାପନ ରହିଛି ଯାହା ପାଇଁ ସେଲିବ୍ରିଟିଙ୍କୁ ବିରୋଧର ସମ୍ମୁଖୀନ ହେବାକୁ ପଡିଛି ଓ କଟୁ ସମାଲୋଚନା ପରେ ଏସବୁ ବିଜ୍ଞାପନ ହଟା ଯାଇଛି ।
ଖିଲାଡୀ ଷ୍ଟାର ଅକ୍ଷୟ କୁମାରଙ୍କ ଗୁଟଖା ବିଜ୍ଞାପନକୁ ନେଇ ବିବାଦକୁ ଆସିବା ପରେ କ୍ଷମା ମାଗିଥିଲେ । ଏହାପରେ ମଧ୍ୟ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି । ତେବେ ବିଜ୍ଞାପନକୁ ନେଇ ସେଲିବ୍ରିଟି ଟ୍ରୋଲ ହେବା କିଛି ନୂଆ କଥା ନୁହେଁ । ଆଗରୁ ମଧ୍ୟ ବହୁ ଅଭିନେତା ଅଭିନେତ୍ରୀ ଏମିତି ବିରୋଧର ସମ୍ମୁଖୀନ ହୋଇଛନ୍ତି । ଆସନ୍ତୁ ଜାଣିବା ଏମିତି କିଛି ସେଲିବ୍ରିଟିଙ୍କ ସମ୍ପର୍କରେ, ଯେଉଁମାନେ ବିଜ୍ଞାପନ ପାଇଁ ବିରୋଧକୁ ସାମ୍ନା କରିଛନ୍ତି ।
ସୈଫ ଅଲ୍ଲୀ ଖାନ୍

ପାନ ମସଲାର ପ୍ରଚାର କରି ବିବାଦକୁ ଆସିଥିଲେ ବି ଟାଉନର ନବାବ୍ ସୈଫ ଅଲ୍ଲୀ ଖାନ୍ । ୨୦୧୫ରେ ଦିଲ୍ଲୀ ସରକାର ସୈଫଙ୍କୁ ଚିଠି ଲେଖି ଏହାର ପ୍ରଚାର ବନ୍ଦ କରିବାକୁ କହିଥିଲେ । ତେବେ ସୈଫ ସରକାରଙ୍କ କଥା ଗ୍ରହଣ କରିଥିଲେ କି ନାହିଁ ତାହା ଆଜି ବି ଅସ୍ପଷ୍ଟ ରହିଛି ।
ୟାମୀ ଗୌତମ

ଫେୟାରନେସ କ୍ରିମର ପ୍ରଚାର କରି ଫସିଥିଲେ ବଲିଉଡ ବ୍ୟୁଟି ୟାମୀ ଗୌତମ । ଗୋରା ହେବାକୁ ୟାମୀ ଲୋକଙ୍କୁ ଉସକାଉଥିବା ଅଭିଯୋଗ ହୋଇଥିଲା । ପରେ କମ୍ପାନୀ ଉକ୍ତ ପ୍ରଡକ୍ଟର ନାଁ ବଦଳାଇ ଦେଇଥିଲା । ଏବେ ବି ୟାମୀ ଉକ୍ତ ପ୍ରଡକ୍ଟର ବିଜ୍ଞାପନ କରୁଛନ୍ତି ।
ଶାହାରୁଖ ଖାନ୍

ମାୟାନଗରୀର ବାଦଶାହ ଶାହରୁଖ ଖାନଙ୍କୁ ବିଜ୍ଞାପନ ଜଗତର ବାଦଶାହ ମଧ୍ୟ କୁହାଯାଏ । କିଙ୍ଗ ଖାନ୍ ପୁରୁଷଙ୍କ ଫେୟାରନେସ୍ କ୍ରିମ ପ୍ରଚାର ବିବାଦରେ ଫସିଥିଲେ । ଏହାର ସଫେଇ ଦେଇ କହିଥିଲେ, ‘ମୋର କିଛି ସାଙ୍ଗ ମଧ୍ୟ ଲିଚିଙ୍ଗ କରି ଦେଲେ । ବିଜ୍ଞାପନରେ ଫେୟରନେସ୍ କ୍ରିମ ନୁହେଁ ପୁରୁଷଙ୍କ ପାଇଁ ସ୍କିନ୍ କେୟାର କ୍ରିମ କଥା କହୁଛୁ ।’
ଐଶ୍ବର୍ଯ୍ୟା ରାୟ ବଚ୍ଚନ

ବି-ଟାଉନର ନୀଳ ନୟନା ଐଶ୍ବର୍ଯ୍ୟା ରାୟ ବଚ୍ଚନ ଏକ ଜୁଏଲରୀ ବ୍ରାଣ୍ଡର ବିଜ୍ଞାପନ ପାଇଁ ବହୁତ ସମାଲୋଚନାର ଶିକାର ହୋଇଥିଲେ । ଏଥିରେ ଗହଣା ପିନ୍ଧି ଐଶ୍ବର୍ଯ୍ୟା ମହାରାଣୀ ପରି ବସିଥିବା ବେଳେ ପଛରେ ଜଣେ କାଳିଆ ରଙ୍ଗର ଯୁବକ ଛତା ଧରି ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ବିରୋଧ ପରେ କମ୍ପାନୀ ବିଜ୍ଞାପନକୁ ହଟାଇ ଦେଇଥିଲା ।
ସାନା ଖାନ୍

ପୁରୁଷଙ୍କ ଅଣ୍ଡରଓ୍ବେର ବିଜ୍ଞାପନ କରି ବିବାଦରେ ଫସିଥିଲେ ସାନା ଖାନ୍ । ସାନାଙ୍କ ଏହି ବିଜ୍ଞାପନକୁ ଜୋରଦାର ବିରୋଧ ପରେ କମ୍ପାନୀ ଏହାକୁ ହଟାଇ ଦେଇଥିଲା । ଏଥିରେ ଅଶ୍ଲୀଳତା ପ୍ରଦର୍ଶନ କରାଯାଇଥିବା ଅଭିଯୋଗ ହୋଇଥିଲା ।
ମଧୁ ସପ୍ରେ-ମିଲିନ୍ଦ ସୋମନ

୧୯୯୫ରେ ମଡେଲ ମଧୁ ସପ୍ରେ ଏବଂ ମିଲିନ୍ଦ ସୋମନଙ୍କ ବିଜ୍ଞାପନକୁ ନେଇ ବିବାଦ ଉଠିଥିଲା । ନ୍ୟୁଡ୍ ପୋଜରେ ଉଭୟ ଏକ ଜୋତାର ବିଜ୍ଞାପନ କରିଥିଲେ । ବିରୋଧ ପରେ ବାଧ୍ୟ ହୋଇ କମ୍ପାନୀ ଏହାକୁ ହଟାଇଥିଲା ।
ରଣବୀର ସିଂ

ଅପେରଲ ବ୍ରାଣ୍ଡ ବିଜ୍ଞାପନ ପାଇଁ ବିବାଦରେ ଫସିଥିଲେ ଭର୍ସାଟାଇଲ ଆକ୍ଟର ରଣବୀର ସିଂ । ଏଥିରେ ମହିଳାଙ୍କୁ ବସ୍ତୁ ଭଳି ବ୍ୟବହାର କରାଯାଇଥିବା ଅଭିଯୋଗ ହୋଇଥିଲା । ବିଜ୍ଞାପନରେ ଜଣେ ମହିଳାଙ୍କୁ ଫିଙ୍ଗା ଯାଇଥିଲା, ଯାହାଙ୍କୁ ରଣବୀର କ୍ୟାଚ୍ କରିବା ପରେ କାନ୍ଧରେ ଉଠାଇଥିଲେ ।
ପିୟର୍ସ ବ୍ରୋସନନ୍

କେବଳ ବଲିଡଉ ନୁହେଁ ହଲିଉଡ ସେଲିବ୍ରିଟି ମଧ୍ୟ ବିଜ୍ଞାପନ ପାଇଁ ବିବାଦରେ ଫସିଛନ୍ତି । ପିୟର୍ସ ବ୍ରୋସନନଙ୍କୁ ପାନ ମସଲା ବିଜ୍ଞାପନରେ ଦେଖି ତାଙ୍କ ପ୍ରଶଂସକଙ୍କ ରାଗ ପଞ୍ଚମ ହୋଇଯାଇଥିଲା । ଜବାବରେ ପିୟର୍ସ, ତାଙ୍କ ସହ ବିଶ୍ବାସ ଘାତକତା ହୋଇଥିବା କହିଥିଲେ । ମାଉଥ ଫ୍ରେସନର କହି କମ୍ପାନୀ ପାନ ମସଲା ପ୍ରଚାର କରିଥିବା ସେ ଅଭିଯୋଗ କରିଥିଲେ ।
ରାସ୍ତା ତଳକୁ ଓଲଟିଲା ଯାତ୍ରୀବାହୀ ବସ୍, ଏକାଧିକ ଗୁରୁତର
ବଡ଼ଚଣା: ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ୧୬ ନମ୍ବର ଜାତୀୟ ରାଜପଥ ବଡ଼ଚଣାରେ ସଡ଼କ ଦୁର୍ଘଟଣା । ରାସ୍ତା ତଳକୁ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍ । ବସରେ ମୋଟ ୪୭ ଯାତ୍ରୀ ଥିବା ସୂଚନା । ବସରେ ଥିବା ୪୦ରୁ ଉର୍ଦ୍ଧ ଯାତ୍ରୀଙ୍କ ମଧ୍ୟରୁ ୭ ଜଣ ଗୁରୁତର ଓ ୧୫ ଜଣ ଆହତ ହୋଇଛନ୍ତି । ଗୁରୁତର ଯାତ୍ରୀଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତ କରାଯାଇଥିବା ବେଳେ ଆହତଙ୍କୁ ବଡ଼ଚଣା ମେଡିକାଲରେ ଭର୍ତ୍ତି କରାଯାଇଛି । ବସରେ ବୃଦ୍ଧ, ମହିଳା ଓ କିଛି ସ୍କୁଲ ଛାତ୍ର ମଧ୍ୟ ଥିଲେ ।
ତେବେ ବସଟି କେଉଁଭଳି ଭାବେ ଦୁର୍ଘଟଣା ଘଟିଲା ତାହା ଜଣା ପଡିନଥିବା ବେଳେ ଡ୍ରାଇଭରଙ୍କ ଅସାବଧାନତା ପାଇଁ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଗାଡ଼ି ଡ୍ରାଇଭର ଫେରାର ଥିବାବେଳେ ଘଟଣାସ୍ଥଳରେ ବଡ଼ଚଣ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ଭାରତ ସୀମାରେ ପାକିସ୍ତାନୀ ଡ୍ରୋନ ବଢାଇଲା ଚିନ୍ତା
ଜମ୍ମୁ: ଭାରତ ସୀମାରେ ପାକିସ୍ତାନୀ ଡ୍ରୋନ । ପାକିସ୍ତାନ ସବୁ ପ୍ରକାର ଯୋଜାନା କରି ବିଫଳ ହୋଇଥିବା ବେଳେ ଗତକାଲି ପାକିସ୍ତାନର ଗୋଟିଏ ଡ୍ରୋନକୁ ଭାରତ ସୀମାରେ ଦେଖାଯାଇଛି । ଜମ୍ମୁ ଅନ୍ତର୍ଗତ ଆନ୍ତର୍ଜାତିକ ସୀମା ଅଞ୍ଚଳରେ ଗୋଟାଏ ପାକିସ୍ତାନୀ ଡ୍ରୋନ୍ ଉଡୁଥିବା ଦେଖି ‘ସୀମା ସୁରକ୍ଷା ବଳ’ (ବିଏସ୍ଏଫ୍) କିଛି ରାଉଣ୍ଡ୍ ଗୁଳି ଚଳାଇଥିଲେ ବୋଲି ଜଣେ ସରକାରୀ ଅଧିକାରୀ କହିଛନ୍ତି।
ଅଚାନାକିଆ ଗୁଳି ଚଳାଇବା ଦେଖି ଡ୍ରୋନ୍ଟି ତୁରନ୍ତ ପାକିସ୍ତାନ ଆଡକୁ ଚାଲି ଯାଇଥିଲା। କିନ୍ତୁ, ଉକ୍ତ ଡ୍ରୋନ୍ କେଉଁ କାରଣରୁ ସୀମାକୁ ଆସିଥିଲା ସେନେଇ ତନାଘନା ଜାରି ରହିଛି । ଏହାସହ ଡ୍ରୋନଟି କାଳେ କିଛି ସାମଗ୍ରୀ ସେ ଅଞ୍ଚଳରେ ପକାଯାଇଥିବ ସେଥିପାଇଁ ସୀମାରେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା।
ଜମ୍ମୁ ସୀମାନ୍ତର ‘ବିଏସ୍ଏଫ୍’ ଡେପୁଟି ଇନ୍ସପେକ୍ଟର୍ ଜେନେରାଲ୍ ଏସ୍.ପି. ସାନ୍ଧୁ କହିଛନ୍ତି ଯେ, ସନ୍ଧ୍ୟା ୭.୨୫ରେ ଆର୍ଣ୍ଣିଆ ଅଞ୍ଚଳରେ ପାକିସ୍ତାନ ପଟୁ ଗୋଟାଏ ଡ୍ରୋନଟି ଧିମା ଧିମା ଲାଇଟ ସହ ଭାରତ ସୀମା ଆଡକୁ ଆସୁଥିବା ଦେଖାଯାଇଥିଲା। ଉକ୍ତ ଡ୍ରୋନ୍ଟି ଭାରତ ସୀମାକୁ ପ୍ରବେଶ କରିବା ମାତ୍ରେ ‘ବିଏସ୍ଏଫ୍’ ଯବାନମାନେ ତାହାକୁ ଖସାଇବା ପାଇଁ ୮ ରାଉଣ୍ଡ୍ ଗୁଳି ଚଳାଇଥିଲେ । କିନ୍ତୁ, ଉକ୍ତ ଡ୍ରୋନ୍ଟି କୌଣସିମତେ ଉଡ଼ି ପାକିସ୍ତାନ ପଟକୁ ଚାଲିଗଲା।
ସୂଚନାଯୋଗ୍ୟ, ‘ବିଏସ୍ଏଫ୍’ ଯବାନମାନେ ସାମ୍ବା ଜିଲ୍ଲାର ଚକ୍ ଫକିରାରେ ଗୋଟାଏ ସୀମାପାରି ସୁଡ଼ଙ୍ଗ ଚିହ୍ନଟ କରିବାର ୩ ଦିନ ପରେ ପାକିସ୍ତାନର ଏହି ଡ୍ରୋନ୍ କାର୍ଯ୍ୟକଳାପ ପରିଲକ୍ଷିତ ହୋଇଛି।

