spot_img
Home Blog Page 4268

ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ଏନ୍ କ୍ରିଷ୍ଣାମୂର୍ତ୍ତି । ଏହି ସାକ୍ଷାତକାରରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟକୁ ନେଇ ଆଲୋଚନା ହୋଇଛି । ରାଜ୍ୟ ଜଳସମ୍ପଦ ବିଭାଗ ସଚିବଙ୍କୁ ବି ଭେଟିଛନ୍ତି ଇନା ଏନ୍ କ୍ରିଷ୍ଣାମୂର୍ତ୍ତି । ପୂର୍ବରୁ କଟକ ଯୋବ୍ରା ନୌବାଣିଜ୍ୟ ସଂଗ୍ରହାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଇନା ଏନ୍ କ୍ରିଷ୍ଣାମୂର୍ତ୍ତୀ।

ପରେ ଇଣ୍ଡୋନେସିଆ ମ୍ୟୁଜୀୟମକୁ ବୁଲି ଦେଖିଥିଲେ ଇନା ଏନ୍ କ୍ରିଷ୍ଣାମୂର୍ତ୍ତି । ଆଗାମୀ ଦିନରେ ଭାରତ ଓ ଇଣ୍ଡୋନେସିଆ ସମ୍ପର୍କ କିଭଳି ଆହୁରି ମଜବୁତ୍ ହୋଇପାରିବ ସେ ନେଇ ଉଭୟ ଦେଶ ପକ୍ଷରୁ ଉଦ୍ୟମ ହେବା ଆବଶ୍ୟକ । ଓଡ଼ିଶା ସହ ଅର୍ଥନୈତିକ ସାଂସ୍କୃତିକ ସମ୍ପର୍କ ଅଭିବୃଦ୍ଧି କରିବା ଦିଗରେ ଉଦ୍ୟମ ମଧ୍ୟ କରାଯିବା ଆବଶ୍ୟକ ବୋଲି କହିଛନ୍ତି ଇନା ଏନ୍ କ୍ରିଷ୍ଣାମୂର୍ତ୍ତି । ଏଥି ସହ ଓଡ଼ିଶା ଓ କଟକ ସହ ଇଣ୍ଡୋନେସିଆର ବହୁ ପୂରୁଣା ମଧୁର ସମ୍ପର୍କ ରହିଥିବା କହିଥିଲେ ଇନା ଏନ୍ କ୍ରିଷ୍ଣାମୂର୍ତ୍ତୀ ।

ଅନନ୍ତନାଗରେ ଏନକାଉଣ୍ଟର, ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ନିହତ

ଶ୍ରୀନଗର: କାଶ୍ମୀରରେ ସୁରକ୍ଷାବାହିନୀକୁ ବଡ ଧରଣର ସଫଳତା । ଦକ୍ଷିଣ କାଶ୍ମୀରରେ ହୋଇଥିବା ସୁରକ୍ଷା ବାହିନୀର ଅପରସେନରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଆସରଫ ମୌଲବୀ ନିହତ ହୋଇଛି ।

ଆସରଫ ମୌଲବୀର ମୃତ୍ୟୁ ଉପତ୍ୟକାରେ ସୁରକ୍ଷା ବାହିନୀ ଦ୍ବାରା ଆତଙ୍କବାଦୀ ବିରୋଧୀ ଅପରେସନରେ ଏକ ବଡ ସଫଳତା ବୋଲି କୁହାଯାଉଛି । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମର ବାଟକୋଟ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ମୌଲବୀ ସମେତ ତାର ଦୁଇ ସହଯୋଗୀ ନିପାତ ହୋଇଛନ୍ତି । ନିହତ ମୌଲବୀ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଥିଲା । ୨୦୨୦ରେ ରିୟାଜ ନାଇକୋର ମୃତ୍ୟୁ ପରେ ଆସରଫ ମୌଲବୀ କାଶ୍ମୀର ଉପତ୍ୟକାରେ ହିଜବୁଲର କମାଣ୍ଡର ନିଯୁକ୍ତ ହୋଇଥିଲା । ତେବେ ସେନାର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଥିଲା ମୌଲବୀ ।

ଉପକୂଳରେ ନିୟୋଜିତ ହେବେ ରେସ୍କ୍ୟୁ ଟିମ୍, କୃଷି ବିଭାଗ ସହ ସରକାରଙ୍କ ଆଲୋଚନା

ଭୁବନେଶ୍ୱର: ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନାଙ୍କ ସାମ୍ବାଦିକ ସମ୍ମିଳନୀ  । ସମ୍ଭାବ୍ୟ ବାତ୍ୟାକୁ ନେଇ ସୂଚନା ପ୍ରଦାନ କରିଛନ୍ତି  ଆସନ୍ତାକାଲି ଅବପାତର ରୂପ ନେବ ଲଘୁଚାପ । ୮ ତାରିଖ ସନ୍ଧ୍ୟା ସୁଦ୍ଧା ବାତ୍ୟାରେ ପରିଣତ ହେବ । ଉତ୍ତର ଆନ୍ଧ୍ରପ୍ରଦେଶ ଓ ଓଡିଶା ଉପକୂଳ ଆଡ଼କୁ ମୁହାଁଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୦ତାରିଖ ସୁଦ୍ଧା କେନ୍ଦ୍ରୀଭୂତ ହେବ । ଆସନ୍ତାକାଲି ସ୍ପଷ୍ଟ ହେବ ବାତ୍ୟା ଲ୍ୟାଣ୍ଡଫଲ କରିବ ନାହିଁ । ଯଦି କରିବ, କେଉଁଠି ଲ୍ୟାଣ୍ଡଫଲ କରିବ । ଅବପାତ ରୂପ ନେବା ପରେ IMD ସ୍ପଷ୍ଟ ଚିତ୍ର ଜାରି କରିବ ବୋଲି କହିଛନ୍ତି ଏସଆରସି ।

ଏପଟେ ସମ୍ଭାବ୍ୟ ବାତ୍ୟା ନେଇ କୃଷି ବିଭାଗ ସହ ଆଲୋଚନା ହୋଇଛି । ଖାଦ୍ୟ ଶସ୍ୟକୁ ସୁରକ୍ଷିତ ରଖିବା ପାଇଁ ଚାଷୀଙ୍କୁ ପରାମର୍ଶ ଦେବେ । ଏପଟେ ଆଜି ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ହୋଇଛି । ସେମାନେ ସବୁ ସ୍ଥିତି ପ୍ରସ୍ତୁତ ରହିବାକୁ କୁହାଯାଇଛି । ଟେଲିକମ୍‌ ବିଭାଗର ଅଧିକାରୀ ଏବଂ ଅପରେଟରଙ୍କ ସହ ଆଲୋଚନା ହୋଇଛି । ମୋବାଇଲ୍‌ ଟାଓ୍ୱାର ଭାଙ୍ଗିଗଲେ ବି ଲୋକେ ଯେମିତି ହଇରାଣ ନହେବେ ସେଥିପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି । ଓ଼ଡ୍ରାଫ ଟିମ୍‌ ଓ ଏନଡିଆରଏଫ ଟି୍ମ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ପ୍ରଫେସର ଗୀତାଞ୍ଜଳି ଦାସ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି

ଭୁବନେଶ୍ୱର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ଗୀତାଞ୍ଜଳି ଦାସ  । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀଲାଲ୍ ଗୀତାଞ୍ଜଳୀ ଦାସଙ୍କୁ ନିଯୁକ୍ତି ଦେଇଛନ୍ତି । ୪ବର୍ଷ ପାଇଁ ନିଯୁକ୍ତ ହୋଇଛନ୍ତି ଗୀତାଞ୍ଜଳୀ ଦାସ । ପୁର୍ବରୁ ଫକୀର ମୋହନ ବିଶ୍ୱ ବିଦ୍ୟାଳୟରେ ରାଜନିତୀ ବିଜ୍ଞାନ ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିଥିଲେ ।  ଦୀର୍ଘ ୩୬ବର୍ଷର ଅଧ୍ୟାପନା ଅଭିଜ୍ଞତା ରହିଥିବା ବେଳେ, ୧୨ବର୍ଷ ପ୍ରଫେସର ରୂପେ କାର୍ଯ୍ୟ କରିସାରିଛନ୍ତି ।

କପା କିଆରିରେ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ, ବିଲ୍ କୁ ନେଇ ହତ୍ୟା ଅନୁମାନ

ବଲାଙ୍ଗୀର: ପାଟଣାଗଡ ବନକାବିଅର ଗାଁର କପା କିଆରିରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର ଘଟଣା । ଗତକାଲିଠାରୁ ନିଖୋଜ ଥଲେ ପାଟଣାଗଡ଼ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ସାହୁ । ମୃତ୍ୟୁର କାରଣ ଜଣାପଡ଼ିନଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଇ ପିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ପାଖରେ ଏକ ବାଇକ୍ ପଡ଼ିଥିବା ଦେଖିବାକୁ ମିଳିଛି ।

ମୃତ କନିଷ୍ଠ ଯନ୍ତ୍ରୀ ସୁରେଶ୍ ସାହୁ୧୮  ମାସ ହେଲା ପାଟଣାଗଡ଼ ବ୍ଲକରେ ଯୋଗ ଦେଇଥିଲେ  । ସେ ବ୍ଲକର ପାଞ୍ଚଟି ପଞ୍ଚାୟତ ଦାୟିତ୍ଵରେ ଥିଲେ  । ସୋଲବନ୍ଦ, ଯୁଗିମୁଣ୍ଡା, ବାଲିପଟା, ବନେଇମୁଣ୍ଡା ଓ ଧାତୁକ ପଞ୍ଚାୟତ ଦାୟିତ୍ଵରେ ରହିଥିଲେ  । ଖବର ମୁତାବକ ଠିକା କାମ ବିଲକୁ ନେଇ ଦୃବର୍ତ୍ତମାନେ ହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ପ୍ରାଥମିକ ଆକଳନ କରୁଛି  । ପାଟଣାଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଛାନଭିନ ଆରମ୍ଭ କରିଛି  । ମୃତ ସୁରେଶଙ୍କ ଘର କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଟିକିରି ଗାଁରେ ବୋଲି ଜଣାପଡିଛି  ।

ପ୍ରେମିକା ଦେଉଛି ଠକେଇର ଗୁପ୍ତ ତଥ୍ୟ, ଜେରା କରୁଛି ପୋଲିସ

ଭୁବନେଶ୍ୱର: ଘରୋଇ କଲେଜରୁ 97 ଲକ୍ଷ ଟଙ୍କା ହେରଫେର ଘଟଣା । ୩ଦିନିଆ ରିମାଣ୍ଡ ବେଳେ ପ୍ରମୀ ଯୁଗଳଙ୍କୁ ମାରାଥନ ଜେରା । ଜେରା ବେଳେ ଅନେକ ଗରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି ପୋଲିସ । କଲେଜକୁ ଲକ୍ଷାଧିକ ଟଙ୍କା ହଡ଼ପ ଘଟଣାରେ କଲେଜ ଆଟେଣ୍ଡାଣ୍ଟ ରଶ୍ମିରଞ୍ଜନ ସେଣଙ୍କ ସମ୍ପୃକ୍ତି ଥିବା ମାନିଛନ୍ତି ଠକ ପ୍ରେମୀଯୁଗଳ । ଏହାପରେ ରଶ୍ମିରଞ୍ଜନଙ୍କୁ ମଧ୍ୟ ପଚରାଉଚରା କରିଛି ପୋଲିସ ।

ରଶ୍ମିରଞ୍ଜନ ଲେଡି ଆକାଉଣ୍ଟାଣ୍ଟଙ୍କ ବ୍ୟାଙ୍କ ଖାତାରେ 15 ଲକ୍ଷ ଟଙ୍କା ଜମା କରିଥିବା ସୂଚନା ମିଳିଛି । ବ୍ୟାଙ୍କ ପାସବୁକ ଟ୍ରାଞ୍ଜାକ୍ସନର ସବିଶେଷ ତଥ୍ୟ ମଧ୍ୟ ପୋଲିସ ହାତରେ ଲାଗିଛି । TCSରୁ ସାଇବର ଏକ୍ସପର୍ଟ ଟିମର ସହଯୋଗ ଲୋଡିଲା ତମାଣ୍ଡୋ ପୋଲିସ  । ଅନଲାଇନ ଟ୍ରାଞ୍ଜାକ୍ସନ ଓ ଅନଲାଇନ ଜୁଆ ଖେଳରେ ଠକ ପ୍ରମିକ ବିକାଶ କୁମାର ଲଗାଇଥିବା ଟଙ୍କାର ଯାଞ୍ଚ କରିବ ଟିମ୍ ।

‘ହ୍ୱାଟ୍ସ ଆପକୁ ବିକ୍ରି କରି ମୁଁ ଭୁଲ କରିଛି’

ନୂଆଦିଲ୍ଲୀ: ଟ୍ୱିଟରର ବିକ୍ରି ଗତ କିଛି ଦିନ ଧରି ନିରନ୍ତର ଚର୍ଚ୍ଚାରେ ରହିଆସିଛନ୍ତି । ଏବେ ଏହି ଚର୍ଚ୍ଚା ମଧ୍ୟରେ ହ୍ୱାଟ୍ସ ଆପ୍ ବିକ୍ରିକୁ ନେଇ ଆପର ପୂର୍ବତନ ମୁଖ୍ୟ ନୀରଜ ଆରୋରା ଦୁଃଖ ପ୍ରକାଶ କରିଛନ୍ତି । ୨୦୧୪ ରେ, ଫେସବୁକ୍ (ଯାହା ବର୍ତ୍ତମାନ ମେଟା ପାଲଟିଛି) ହ୍ୱାଟ୍ସ ଆପକୁ ୨୨ ବିଲିୟନ ଡଲାରରେ କିଣିଥିଲା । ନୀରଜ ଆରୋରା ସେ ସମୟରେ ହ୍ୱାଟ୍ସ ଆପ୍ କିଣିବାରେ ମାର୍କ ଜୁକରବର୍ଗଙ୍କୁ ସାହାଯ୍ୟ କରିଥିଲେ । ସେ କହିଛନ୍ତି ଯେ ବର୍ତ୍ତମାନ ଏଥିପାଇଁ ସେ ଦିଃଖିତ । ଯେତେବେଳେ ଫେସବୁକ ମଲ୍ଟି ଡଲାର ଡିଲରେ ହ୍ୱାଟ୍ସ ଆପ୍ କିଣିଲା, ସେତେବେଳେ ଆପ୍ ଲଞ୍ଚ ହେବାର ମାତ୍ର ୫ ବର୍ଷ ହୋଇଥିଲା । ଯଦିଓ ଆରୋରା ତିନି ବର୍ଷହେବ କମ୍ପାନୀ ସହିତ ଜଡିତ ଥିଲେ ।

ନୀରଜ ତାଙ୍କର ଅନେକ ଟ୍ୱିଟ୍‌ରେ ସେହି ସମୟର ପରିସ୍ଥିତି, ଡିଲ୍ ଏବଂ ଫେସବୁକ୍ ଦେଇଥିବା ପ୍ରତିଶୃତି ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଯେଉଁ ସମୟରେ ହ୍ୱାଟସ୍ ଆପର ସହ-ପ୍ରତିଷ୍ଠାତା ବ୍ରେନ୍ ଆକ୍ଟୋନଙ୍କୁ ଆପ୍ ବିକ୍ରି କରିବାକୁ ପଡ଼ିଥିଲା ସେ ସମୟରେ କମ୍ପାନୀର ଅବସ୍ଥା କ’ଣ ଥିଲା ? ଆରୋରା ଟ୍ୱିଟ୍‌ରେ ଲେଖିଛନ୍ତି, ‘୨୦୧୪ ମସିହାରେ ମୁଁ ହ୍ୱାଟସ୍ ଆପର ମୁଖ୍ୟ ବ୍ୟବସାୟ ଅଧିକାରୀ ଥିଲି ଏବଂ ମୁଁ ୨୨ ବିଲିୟନ ଡଲାରରେ ହ୍ୱାଟ୍ସଆପ ବିକ୍ରିକୁ ନେଇ ଫେସବୁକ୍ ସହିତ ବୁଝାମଣା କରିବାରେ ସାହାଯ୍ୟ କରିଥିଲି । ଆଜି ମୁଁ ଏଥିପାଇଁ ଦୁଃଖିତ।’

ଆରୋରାଙ୍କ ଅନୁଯାୟୀ, ଫେସବୁକ୍ ୨୦୧୨/୨୦୧୩ରେ ହ୍ୱାଟ୍ସ ଆପ୍ କିଣିବାକୁ ଚେଷ୍ଟା କରିଥିଲା, କିନ୍ତୁ ଆପ୍ ସେମାନଙ୍କ ଅଫରକୁ ମନା କରିଦେଇଥିଲା । ତେବେ, ୨୦୧୪ ମସିହାରେ, ଫେସବୁକ୍ ପୁନର୍ବାର ହ୍ୱାଟ୍ସ ଆପ୍ କିଣିବାକୁ ପ୍ରସ୍ତାବ ଦେଇଥିଲା । ଏବଂ ସେତେବେଳେ ଏହି ଡିଲ୍ ଫାଇନାଲ ହୋଇଯାଇଥିଲା । କିନ୍ତୁ ଏହି ଡିଲ୍ ଫାଇନାଲ ବେଳେ ହ୍ୱାଟ୍ସ ଆପକୁ ନେଇ ଫେସବୁକ୍ କେତକ ପ୍ରତିଶୃତି ଦେଇଥିଲା ଯାହା ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ ।

ଅନ୍ୟପଟେ ହ୍ୱାଟ୍ସ ଆପର ପୂର୍ବତନ ମୁଖ୍ୟ ବ୍ୟବସାୟ ଅଧିକାରୀ କହିଛନ୍ତି ଯେ, ହ୍ୱାଟ୍ସଆପ୍ ଆଜି ଫେସବୁକର ଦ୍ୱିତୀୟ ବୃହତ୍ତମ ପ୍ଲାଟଫର୍ମ ହୋଇଯାଇଛି ଯାହା ଆମେ ଉପଭୋକ୍ତାମାନଙ୍କୁ ଦେବାକୁ ଚାହୁଁଥିଲୁ । ଫେସବୁକକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ‘ପ୍ରାରମ୍ଭରେ କେହି ଜାଣି ନଥିଲେ ଯେ ଫେସବୁକ ଏକ ଫ୍ରାଙ୍କେଷ୍ଟାଇନ୍ ମନଷ୍ଟର ହୋଇଯିବ ଯିଏ ଉପଭୋକ୍ତାମାନଙ୍କ ବ୍ୟକ୍ତିଗତ ତଥ୍ୟକୁ ସର୍ବ ସାଧାରଣରେ ଲିକ୍ କରିବ । ତେବେ ନୀରଜ ଆରୋରା ବର୍ତ୍ତମାନ ହାଲୋ ଆପ୍ ର ସହ-ପ୍ରତିଷ୍ଠାତା ଅଟନ୍ତି ।

ବାତ୍ୟା ପାଇଁ ପ୍ରସ୍ତୁତ ଶକ୍ତି ବିଭାଗ, ଖୋଲିଲା ୱାର୍ ରୁମ୍

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଶକ୍ତି ବିଭାଗ ପ୍ରସ୍ତୁତ। ବାତ୍ୟା ପୂର୍ବ, ବାତ୍ୟା ସମୟ ଓ ବାତ୍ୟା ପରବର୍ତ୍ତୀ ମୁକାବିଲା ନେଇ ୱାରରୁମ୍ ପ୍ରସ୍ତୁତ କରାଯାଇଛି। ପୂର୍ବରୁ ମଧ୍ୟ କମ୍ ସମୟରେ ଶକ୍ତି ସଂଯୋଗ କରିବାରେ ବିଭାଗ ସଫଳ ହୋଇଛି। ଏବେବି ପ୍ରସ୍ତୁତ ରହିବା ସହ ସବୁ ପ୍ରକାର ପଦକ୍ଷେପ ନିଆଯାଇଥିବା ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି।

ସେହିପରି ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓପିଟିସିଏଲ୍ ଓ ଅନ୍ୟ ଡିଷ୍ଟ୍ରିବ୍ୟୁସନ୍ ସଂସ୍ଥା ପ୍ରସ୍ତୁତ ଅଛନ୍ତି। ମନିଟରିଂ ମେକାନିଜମ ଆରମ୍ଭ ହୋଇଛି। ପର୍ଯ୍ୟାପ୍ତ ପରିମାଣର ଉପକରଣ ଅଛି। କର୍ମଚାରୀଙ୍କୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଗତ ବାତ୍ୟା ସମୟରେ ୯୯.୫ ପ୍ରତିଶତ ଉପଭୋକ୍ତାଙ୍କୁ ୫ଦିନ ମଧ୍ୟରେ ବିଜୁଳି ସଂଯୋଗ ଦିଆଯାଇଥିଲା।

ଚଳିତ ଥର ଯଦି ସେପରି ସ୍ଥିତି ଆସେ ଆହୁରି ଶୀଘ୍ର ସଂଯୋଗ ଦେବାକୁ ବ୍ୟବସ୍ଥା ହୋଇଛି। ହସ୍ପିଟାଲ, ପାନୀୟ ଜଳ ୟୁନିଟକୁ କିପରି ଶକ୍ତି ସଂଯୋଗ ନକଟିବ ସେନେଇ ବ୍ୟବସ୍ଥା ହୋଇଛି। ସମସ୍ୟା ଉପୁଜିଲେ ପ୍ରାଥମିକତା ଭିତ୍ତିରେ କିପରି ସଂଯୋଗ ଦିଆଯିବ ସେନେଇ ବ୍ୟବସ୍ଥା କରାଯାଇଛି।

ନାଗରାଜୁଙ୍କ ହତ୍ୟା ଉପରେ ମୁହଁ ଖୋଲିଲେ ପତ୍ନୀ, ସମସ୍ତେ ଦେଖୁଥିଲେ କେହି ସାହାଯ୍ୟ କଲେନି…

ନୂଆଦିଲ୍ଲୀ: ହାଇଦ୍ରାବାଦରେ ଅନରକିଲିଂ ମାମଲାରେ ମୃତ୍ୟୁବରଣ କରିଥିବା ୨୫ ବର୍ଷୀୟ ନାଗାରାଜୁଙ୍କ ପତ୍ନୀ ସୟଦ ଅଶରିନ୍ ମୁହଁ ଖୋଲିଛନ୍ତି। ସ୍ୱାମୀଙ୍କୁ ମନେ ପକାଇ ଭାବବିହ୍ୱଳ ହୋଇପଡିଛନ୍ତି ପତ୍ନୀ। ଅସରିନଙ୍କ କହିବା ଅନୁଯାୟୀ, ମୁଁ ସ୍ୱାମୀଙ୍କୁ କହିଥିଲି ଯେ ଭାଇ ଉତକ୍ଷିପ୍ତ ହୋଇପଡିଛନ୍ତି । ଆମେ ବିବାହ କଲେ କିଛି ବି ହୋଇପାରେ ମୋତେ ଡର ଲାଗୁଛି। କିନ୍ତୁ ସେ ସମୟରେ ନାଗାରାଜୁ କହିଥିଲେ- ମୁଁ ତୋ ସହ ଜିଇଁବି ଆଉ ତୋ ସହ ମରିବି । ମୁଁ ନିଜ ଜୀବନ ଦେବାକୁ ମଧ୍ୟ ପ୍ରସ୍ତୁତ, କିନ୍ତୁ ତୁମକୁ ବିବାହ କରିବେ।

ନାଗାରାଜୁଙ୍କ ପତ୍ନୀ ସୟଦ ଅସରିନ୍ ସୁଲତାନା ଓରଫ୍ ପଲ୍ଲବି ଗଣମାଧ୍ୟମରେ କହିଛନ୍ତି, ‘ଆମ ବିବାହର କିଛି ମାସ ପୂର୍ବରୁ ମୁଁ ତାଙ୍କୁ ଅନ୍ୟ କାହାକୁ ବିବାହ କରିନେବାକୁ କହିଥିଲି। କାରଣ ମୁଁ ଚାହୁଁ ନଥିଲି ତାଙ୍କ ଜୀବନ ମୋ ପାଇଁ ବିପଦରେ ପଡୁ | ଆମ ସମ୍ପର୍କ ବିଷୟରେ ପରିବାର ବର୍ଗ ଜାଣିବା ପରେ ନାଗାରାଜୁଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ।

ଖାଲି ଏତିକି ନୁହେଁ ସୟଦ ଆହୁରି ମଧ୍ୟ କହିଛନ୍ତି ଯେ, ମୋତେ ଦୁଃଖ ଲାଗୁଛି କେହି ମୋ ସ୍ୱାମୀଙ୍କୁ ବଞ୍ଚାଇବାକୁ ଆସିନଥିଲେ। ଯଦି କେହି ତାଙ୍କୁ ରକ୍ଷା କରିବା ଲାଗି ଆସିଥାନ୍ତେ ତେବେ ସେ ବଞ୍ଚିଯାଇଥାନ୍ତେ ।

ବିଜେପି ମୁଖପାତ୍ର ତେଜିନ୍ଦର ବଗ୍ଗା ଗିରଫ

ନୂଆଦିଲ୍ଲୀ: ବିଜେପି ମୁଖପାତ୍ର ତେଜିନ୍ଦର ବଗ୍ଗାଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ମୋହାଲି ପୋଲିସ ତେଜିନ୍ଦରଙ୍କ ବିରୋଧରେ ସାଇବର ସେଲରେ ଏତଲା ଦାୟର କରିଥିଲା । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲଙ୍କ ବିରୋଧରେ ତେଜିନ୍ଦର ବଗ୍ଗା ଆପତ୍ତିଜନକ ଟିପ୍ପଣୀ ଦେଇଥିବା ଅଭିଯୋଗ ହୋଇଥିଲା । ଏଥିସହ ବଗ୍ଗାଙ୍କ ବିରୋଧରେ ସାମାଜିକ ବିଶୃଙ୍ଖଳା ସୃଷ୍ଟି କରିବା ଉଦ୍ୟମ ଅଭିଯୋଗ ବି ହୋଇଥିଲା ।

ଦିଲ୍ଲୀ ସ୍ଥିତ ବାସଭବନରୁ ବଗ୍ଗାଙ୍କୁ ଗିରଫ କରାଯାଇଛି । ବଗ୍ଗାଙ୍କ ଗିରଫଦାରୀକୁ ବିଜେପି ଓ ପୂର୍ବତନ ଆପ୍ ନେତା କୁମାର ବିଶ୍ବାସ କଡା ସମାଲୋଚନା କରିଛନ୍ତି । ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଣେ ବଗ୍ଗାଙ୍କୁ ଦିଲ୍ଲୀରୁ ପଞ୍ଜାବ ନିଆଯାଉଥିବା ବେଳେ ନିଆଯାଉଥିବା ହରିୟାଣାରେ ପୋଲିସ ଗାଡିକୁ ରୋକାଯାଇଛି । ଦିଲ୍ଲୀ ପୋଲିସ ନିର୍ଦ୍ଦେଶରେ ଗାଡି ଅଟକାଯାଇଛି ।