spot_img
Home Blog Page 4271

ସମ୍ଭାବ୍ୟ ବାତ୍ୟା ନେଇ ଆଜି ଆସିବ ସ୍ପଷ୍ଟ ଚିତ୍ର

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ନେଇ ଆଜି ଆସିବ ସ୍ପଷ୍ଟ ଚିତ୍ର । ଆଜି ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ପରେ ଉତ୍ତର ପଶ୍ଚିମ ଦିଗରେ ଏହା ଗତି କରି ୮ ତାରିଖରେ ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ଦକ୍ଷିଣ ପୂର୍ବ ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ । ଏହା ପ୍ରଭାବରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ । ଲଘୁଚାପ ବାତ୍ୟାର ରୂପ ନେବ କି ନାହିଁ, ଯଦି ବାତ୍ୟା ହେବ ତେବେ କେଉଁଠି ସ୍ଥଳଭାଗ ଛୁଇଁବ, ଲ୍ୟାଣ୍ଡଫଲ୍ ସମୟରେ ଏହାର ପ୍ରକୋପ କେତେ ରହିବ, ସେନେଇ ଆଜି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ଚିତ୍ର ମିଳିବ । ଘୂର୍ଣ୍ଣିବଳୟ ଯୋଗୁଁ ଏବେ ଅଶାନ୍ତ ରହିଛି ସମୁଦ୍ର । ସାଟେଲାଇଟ୍ ଚିତ୍ରରୁ ଏନେଇ ସଂକେତ ମିଳୁଛି । ସମୁଦ୍ର ଭିତରେ ହଲଚଲ୍ ନେଇ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ।

ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ, ଗ୍ୟାସ ଲିକ୍ ହେବାରୁ ୟାତାୟତ ବାଧାପ୍ରାପ୍ତ

ନୟାଗଡ଼: ଖୋର୍ଦ୍ଧା-ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ ନୟାଗଡ଼ ନିକଟରେ ଉପରେ ଗ୍ୟାସ ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ  । ଟାଙ୍କିରୁ ଲିକ ହେଉଛି ଅଙ୍ଗାରକାମ୍ଳ ଗ୍ୟାସ୍‌ । ବୌଦ୍ଧରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏକ ହାଇୱାକୁ ପଛ ପଟୁ ଧକ୍କା ଦେଇଥିଲେ ଏହି ଗ୍ୟାସ ବୋଝେଇ ଟ୍ରକ । ଯାତାୟତ ବହୁଳ ଏହି ଜାତୀୟ ରାଜପଥରେ ଅତ୍ୟଧିକ ଗ୍ୟାସ ଲିକ ଯୋଗୁଁ ନିଶ୍ୱାସ ନେବାରେ ଅସୁବିଧା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ଯେଉଁଭଳି ଭାବେ ଟାଙ୍କିରୁ ଗ୍ୟାସ ନିର୍ଗତ ହେବାରେ ଲାଗିଛି  । ତାହା ବଡ ଧରଣର ଦୁର୍ଘଟଣା ଘଟାଇବା ଅନୁମାନ କରିହେଉଛି  । ଅର୍ଥାତ ଟାଙ୍କିଟି ଫାଟି ଯିବାର ମଧ୍ୟ ଭୟ ରହିଛି  । ତେବେ ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ କିମ୍ବା ଦମକଳ କର୍ମଚାରୀ ମାନେ ପହଞ୍ଚି ନାହାନ୍ତି   । ସେପଟେ ରାସ୍ତା ଉପରେ ଏଭଳି ଦୁର୍ଘଟଣା ଘଟିଥିବାରୁ ଯାତାୟତରେ ମଧ୍ୟ ବାଧା ସୃଷ୍ଟି ହୋଇଛି  ।

 

 

ତାଣ୍ଡବ ରଚିଲା କାଳବୈଶାଖୀ: ଜୀବନ ନେଲା, ଘର ଭାଙ୍ଗିଲା

ଢେଙ୍କାନାଳ: କାଳ ବୈଶାଖୀ ତାଣ୍ଡବ ରଚିଲା  । ଜୀବନ ନେଲା, ଗଛ ଭାଙ୍ଗିଲା  । ଘରଦ୍ୱାର ଉଡ଼ାଇ ନେଲା  ।  କାମାକ୍ଷାନଗରରେ ବଜ୍ରାଘାତରେ ଶଳା ଭିଣେଇଙ୍କ ମୃତ୍ୟୁ ହୋଇଛି । ବଜ୍ରାଘାତରେ ଅନ୍ୟଜଣେ ମହିଳା ଗୁରୁତର ହୋଇଛନ୍ତି । ମୃତକ ମାନେ ହେଲେ କାମାକ୍ଷାନଗର ଥାନା ଚକାପାଳ ଗାଁର ପ୍ରକାଶ ପ୍ରଧାନ ଏବଂ କଙ୍କଡାହାଡ଼ ଥାନା ମକୁଆକାଟେଣୀ ଗାଁର ଦେବଦତ୍ତ ପଧାନ ।

ଉଭୟେ କାଜୁ ଗୋଟାଇବା ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ସେହିପରି ମାର୍ଥାପୁର ଗାଁ ଶବରସାହିରେ ଗଛ ପଡିଯିବାରୁ ଗୋବର୍ଦ୍ଧନ ବାରିକଙ୍କ ସ୍ତ୍ରୀ ଶାନ୍ତିଲତା ଗୁରୁତର ହୋଇଛନ୍ତି । ତାଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଅନ୍ୟ କେତେକ ସ୍ଥାନରେ ମଧ୍ୟ କାଳବୈଶାଖୀ ତାଣ୍ଡବ ରଚିଛି  ।

ନୟାଗଡ଼, ନୂଆଗାଁ ଏବଂ ଓଡଗାଁ ବ୍ଲକରେ ଗଛ ଏବଂ ଛପର ଆଜବେଷ୍ଟ ପଡି 6 ବ୍ୟକ୍ତି ଆହତ ହୋଇଛନ୍ତି । ଶରଣକୁଳ ବଜାର ଅଞ୍ଚଳରେ ଥିବା BSNL ମୋବାଇଲ ଟାଓ୍ବାର ଭାଙ୍ଗି ପଡିଛି । ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ପଡିବାରୁ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି ।  ସୋର ପୌରପାଳିକା ଇଟୁଆ ଅଞ୍ଚଳର ସେଖ୍ ନୁର ମହମ୍ମଦଙ୍କ ପୁଅ ସେଖ୍ ହୋସେନଙ୍କ ଘରର ଆଜବେଷ୍ଟ ଛପର ଉଡାଇ ୧୦୦ମିଟର ଦୂରରେ ଫିଙ୍ଗିଦେଇଛି । ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାର ଲୋକେ ।

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ବୈଠକ

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ବୈଠକ । ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାର୍ଥୀ ଚୟନ ଓ ପ୍ରସ୍ତୁତି ନେଇ ଆଲୋଚନା ହୋଇଛି । ପ୍ରାର୍ଥୀ ହେବା ପାଇଁ ବିଜେପିରେ ବହୁ ଆଶାୟୀ ଅଛନ୍ତି । ପ୍ରାର୍ଥୀ ଚୂଡ଼ାନ୍ତ କରିବା ପାଇଁ ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଛି । ଦଳର 3 ଜଣ ପ୍ରତିନିଧି ବ୍ରଜରାଜନଗର ଯାଇଥିଲେ ।

ଉକ୍ତ ପ୍ରତିନିଧି ଗ୍ରାଉଣ୍ଡରୁ ମତାମତ ନେଇଛନ୍ତି । ଏ ସମ୍ପର୍କରେ ସୂଚନା ଦେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ କହିଛନ୍ତି, ସହମତି ଭିତ୍ତିରେ ପ୍ରାର୍ଥୀ ଦିଆଯିବ । ଆଶାୟୀ ପ୍ରାର୍ଥୀଙ୍କ ନାଁ ସେଣ୍ଟ୍ରାଲ ଇଲେକ୍ସନ କମିଟିକୁ ପଠାଯିବ । ସେମାନେ ପ୍ରାର୍ଥୀ ଚୂଡ଼ାନ୍ତ କରିବେ ପ୍ରାର୍ଥୀଙ୍କ ନାମ  । ବିଜେପି ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରସ୍ତୁତ ଅଛି । ଦଳ ଭୋଟରଙ୍କ ସହ ରହିଛି  ଏବଂ ନିର୍ବାଚନରେ ଭଲ ପ୍ରଦର୍ଶନ ମଧ୍ୟ କରିବ  ।

ବାଲେଶ୍ୱରରେ ଘିଅ ନକଲି, ଠାବ ହେଲା ନକଲି ଖାଦ୍ୟ ସାମଗ୍ରୀ କାରଖାନା

ବାଲେଶ୍ୱର: କଟକ ନୁହେଁ ବାଲେଶ୍ୱରରେ ନକଲି ଖାଦ୍ୟ ସାମଗ୍ରୀ  । ଜଗତପୁର ବଦଳରେ ବାଲେଶ୍ୱରରେ ଠାବ ହୋଇଛି ନକଲି ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କାରଖାନା  ।   ଖନ୍ତାପଡ଼ା ଥାନା ଗୋପାଳପୁର ନିକଟରେ ନକଲି ଘିଅ କାରଖାନା ଠାବ ହୋଇଛି । ଲକ୍ଷାଧିକ ଟଙ୍କାର ନକଲି ଘିଅ, ଚା, ସୋୟାବିନ୍, ହଳଦୀ ଓ ତେଲ ଜବତ କରିଛି ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ।

ସୂଚନା ମୁତାବକ କାରଖାନାରେ ଅସଲି ପ୍ୟାକେଟରେ ନକଲି ସାମଗ୍ରୀ ପ୍ୟାକିଂ କରାଯାଇ ବଜାରକୁ ଛଡ଼ାଯାଉଥିଲା । ଏନେଇ ସୂଚନା ମିଳିବା ପରେ ରେଡ କରି କାରଖାନାକୁ ସିଲ୍ କରିଛି ପ୍ରଶାସନ । କାରଖାନାରୁ ଲକ୍ଷାଧିକ ଟଙ୍କାର ନକଲି ଘିଅ, ଚା, ସୋୟାବିନ୍, ହଳଦୀ ଓ ତେଲ ସହିତ ଏକାଧିକ ମେସିନ ଜବତ ହୋଇଛି । ଏହି ନକଲି କାରଖାନାର କାର୍ପଟଦାର କିଏ ସେନେଇ ଖୋଲତାଡ଼ ଚାଲିଛି  ।

ପୁଣି ଚିଲିକାରେ ବୁଡିଗଲା ଡ଼ଙ୍ଗା, କାଳିଜାଈ ଦର୍ଶନ ସାରି ଫେରୁଥିଲେ ୧୨ ଯାତ୍ରୀ

ଟାଙ୍ଗୀ:  ଚିଲିକାରେ ପୁଣି ଦୁର୍ଘଟଣା । ମଝି ଦରିଆରେ ବୁଡିଗଲା ଯାତ୍ରୀ ବାହୀ ଡଙ୍ଗା  । ମାଆ କାଳିଜାଈ ଦର୍ଶନ ସାରି ଫେରୁଥିବା ବେଳେ ବୁଡିଗଲା ଡଙ୍ଗା  । ମିଳିଥିବା ସୂଚନା ମୁତାବକ ସମସ୍ତ ଯାତ୍ରୀ ବାଲେଶ୍ୱର ଅଞ୍ଚଳର  । ଡଙ୍ଗାରେ ସମୁଦାୟ ୧୨ ଜଣ ଯାତ୍ରୀ ରହିଥିଲେ  । ଡଙ୍ଗା ଦୁର୍ଘଟଣା ହେବାରୁ ସମସ୍ତ ଯାତ୍ରୀ ବୁଡିଯାଇଛନ୍ତି  ।

ସେପଟେ ଦୁର୍ଘଟଣା ଖବର ପାଇ ହଠାତ ପହଁଚିିଥିଲା ସ୍ପିଡ ବୋଟ  । ଯଦ୍ୱାରା  ୧୧ଜଣଙ୍କୁ ଉଦ୍ଧାର କରାଯାଇପାରିଛି  । ଉଦ୍ଧାର ହୋଇଥିବା ସମସ୍ତ ଯାତ୍ରୀଙ୍କୁ ବାଲୁଗାଁ ମେଡିକାଲରେ ଭର୍ତି କରାଯାଇଛି  । ବର୍ତ୍ତମାନ ସୁଦ୍ଧା ଜଣହ୍କର କୌଣସି ଖୋଜ ଖବର ମିଳି ପାରୁନାହିଁ  ।   ବାଲୁଗାଁ ଓ ବାଣପୁର ପୋଲିସ ଘଟଣାସ୍ଥଳରେ ପହଁଚିଛନ୍ତି  ।

ନିଖୋଜ ବ୍ୟକ୍ତି ଖୋରଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ କୋଦପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ । ମା କାଳିଜାଇ ପୀଠରେ ଏକ ଦୋକାନ କରିଥିଲେ । ପ୍ରତିଦିନ ପରି ରାଜକିଶୋର ସଂଧ୍ୟାରେ ଦୋକାନ ବନ୍ଦ କରି ସେହି ଡଙ୍ଗାରେ ଫେରୁଥିଲେ । ତାଙ୍କର ସହ ଡଙ୍ଗାରେ ୮ ଜଣ ପର୍ଯ୍ୟଟକ , 3 ନୌକା ଚାଳକ ଥିଲେ। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ଥିଲେ । ସମସ୍ତ ପର୍ଯ୍ୟଟକ ବାଲେଶ୍ୱର ଜିଲ୍ଲା ରେମୁଣା ଅଞ୍ଚଳର ।

ଏପର୍ଯ୍ୟନ୍ତ ରାଜକିଶୋର ନିଖୋଜ ଥିବା ବେଳେ ଅନ୍ୟ ୧୦ ଜଣ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ବାଲୁଗାଁ sdpo ମାନସ ରଞ୍ଜନ ବାରିକଙ୍କ ସୂଚନା ଅନୁସାରେ ୮ଜଣ ଯାତ୍ରୀ ପୂର୍ବାହ୍ନରେ ଚିଲିକା ବୁଲିବାକୁ ଆସିଥିଲେ। ମା କାଲିଯାଇ ଦର୍ଶନ ସାରି ଫେରୁଥିବାବେଳେ ହଠାତ କାଳବୈଶାଖୀରେ ଡଙ୍ଗାଟି ପାଣି ମଧ୍ୟରେ ବୁଡିଯାଇଥିଲା। ଉପସ୍ଥିତ ବୁଦ୍ଧି ଖଟାଇ କିଛି ଯାତ୍ରୀ ପୋଲିସକୁ ସହାୟତା ପାଇଁ ଯୋଗାଯୋଗ କରିଥିଲେ। ଉଦ୍ଧାର ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ବାଲୁଗାଁ ମେଡିକାଲ ଡାକ୍ତର କହିଛନ୍ତି ।

 

ଶୁକ୍ରବାର ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହେବ ବାତ୍ୟାର ଚିତ୍ର, ମୁକାବିଲା ପାଇଁ ସରକାର ପ୍ରସ୍ତୁତ

ଭୁବନେଶ୍ୱର: ଆସନ୍ତାକାଲି ସଂଧ୍ୟା ସୁଦ୍ଧା ସ୍ପଷ୍ଟ ହେବ ବାତ୍ୟାର ଚିତ୍ର । ବାତ୍ୟା ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରାଜ୍ୟ ସରକାର  । ସମ୍ଭାବ୍ୟ ବାତ୍ୟା ନେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନାଙ୍କ ସୂଚନା । ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଆସନ୍ତାକାଲି ବାତ୍ୟାର ରୂପ ନେବ କି ନାହିଁ ତାହା ଜଣାପଡ଼ିବ । ବାତ୍ୟା ମୁକାବିଲା ଲାଗି ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଭୟଭୀତ ନହୋଇ ସତର୍କ ରହିବାକୁ SRC ପରାମର୍ଶ ଦେଇଛନ୍ତି । ଯଦି ବାତ୍ୟା ହୁଏ, ତେବେ ରାଜ୍ୟର ୧୮ ଜିଲ୍ଲା ପ୍ରଭାବିତ ହେବା ଆଶଙ୍କା ରହିଛି ।

ଏସଆରସି କହିଛନ୍ତି, ଆଜି ସମସ୍ତ ୧୮ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା ସରିଛି । ବାତ୍ୟା ମୁକାବିଲା ଲାଗି ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି । ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ସ୍ଥିତିକୁ ନେଇ ଆସନ୍ତାକାଲି ସନ୍ଧ୍ୟାରେ ଜିଲ୍ଲାପାଳମାନେ ରିପୋର୍ଟ ଦେବେ । ସମ୍ଭାବ୍ୟ ସ୍ଥିତିକୁ ଦୃଷ୍ଟିରେ ରଖି ଅଗ୍ନିଶମ ବାହିନୀ, ଓଡ୍ରାଫ୍, NDRF ଟିମକୁ ସତର୍କ ରଖାଯାଇଛି । ଏହାସହ ଶକ୍ତି, ପଞ୍ଚାୟତ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ବାତ୍ୟା ଆତଙ୍କରେ ଅନେକ ସାମଗ୍ରୀ କଳାବଜାର ହେବାର ଆଶଙ୍କା ରହିଛି । ତେଣୁ ଅସାଧୁ ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି SRC କହିଛନ୍ତି ।

ଏହାଛଡ଼ା ବଜାରରେ ଯଥେଷ୍ଟ ସାମଗ୍ରୀ ମହଜୁଦ ରହିଛି । ଅଯଥାରେ ଅଧିକ ସାମଗ୍ରୀ କିଣି ଘରେ ଗଚ୍ଛିତ ନ ରଖିବାକୁ ପରାମର୍ଶ ଦିଆଯାଇଛି । ତେବେ ସମର ସାଇକ୍ଲୋନ୍ କ୍ଷେତ୍ରରେ ବନ୍ୟା ଆଶଙ୍କା କମ୍ ବୋଲି ଏସଆରସି କହିଛନ୍ତି । ସେହିପରି ଗଣମାଧ୍ୟମରେ ଆତଙ୍କିତ ହେଲାଭଳି ଖବର ପ୍ରସାରିତ ନହେବାକୁ ଅନୁରୋଧ କରିଛନ୍ତି  । ବାତ୍ୟା ନେଇ ଲୋକଙ୍କୁ ସତର୍କ କରାଯାଉ ଅଯଥାରେ ସାଧାରଣ ଲୋକଙ୍କୁ ଭୟଭୀତ କରାନଯାଉ କିମ୍ବା ଆତଙ୍କିତ କରାନଯାଉ ବୋଲି କହିଛନ୍ତି ସ୍ନତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା  ।

ଚାକିରି ସହ ବାହାଘର କରାଉଛି ଏହି ଆଇଟି କମ୍ପାନୀ

ଚେନ୍ନାଇ: ଯେ, କୌଣସି କର୍ମଚାରୀ ପାଇଁ ତାର କର୍ମସ୍ଥଳୀ ଖାସ୍ ହୋଇଥାଏ । ସେହିଭଳି ଭଲ କାମ କରୁଥିବା କର୍ମଚାରୀଙ୍କୁ କମ୍ପାନୀ ଛାଡ଼ିବାକୁ ବି ଚାହିଁ ନଥାଏ । କର୍ମଚାରୀଙ୍କୁ ସବୁ ପ୍ରକାର ସୁବିଧା ଦେଇଥାଏ କମ୍ପାନୀ । କିନ୍ତୁ ଏପରି ଏକ କମ୍ପାନୀ ଅଛି ଯାହା କର୍ମଚାରୀଙ୍କ ସହ ତାଙ୍କ ପରିବାରର ସବୁ ଦାୟିତ୍ବ ନେଇଛି । କେବଳ ସେତିକି ନୁହେଁ ବିବାହ କରି ନଥିବା କର୍ମଚାରୀଙ୍କ ପାଇଁ ବର କିମ୍ବା କନ୍ୟା ଖୋଜି ବିବାହ ବି କରାଉଛି ।

ଗ୍ଲୋବାଲ୍ ଟେକନୋଲୋଜି ସଲ୍ୟୁସନ ପ୍ରୋଭାଇଡର୍ କମ୍ପାନୀ ଶ୍ରୀ ମୋକାମ୍ବିକା ଇନଫୋସଲ୍ୟୁସନଙ୍କ ତରଫରୁ ମଦୁରାଇରେ ଥିବା ଶାଖାର କର୍ମଚାରୀଙ୍କୁ ଏହି ଖାସ୍ ସୁବିଧା ଦେଉଛି । ଯେଉଁମାନଙ୍କର ବିବାହ ହେଉଛି ସେମାନଙ୍କପାଇଁ ସ୍ପେଶାଲ୍ ସାଲାରି ମଧ୍ୟ ବଢ଼ାଯାଉଛି ।

ଏହି କମ୍ପାନୀ ଭଲ କର୍ମଚାରୀଙ୍କୁ ବିଲକୁଲ ବି ଛାଡ଼ିବାକୁ ଚାହୁଁନି । ତାମିଲନାଡୁରେ ଥିବା ଏହି କମ୍ପାନୀ ୨୦୦୬ରେ ସିଭାକାଶୀରୁ ଆରମ୍ଭ ହୋଇଥିଲା । ଏକ ରିପୋର୍ଟ ଅନୁସାରେ ବର୍ଷକରେ ଏହି କମ୍ପାନୀ ୧୦୦ କୋଟି ଆୟ କରେ । କମ୍ପାନୀର ସିଇଓ କର୍ମଚାରୀଙ୍କୁ ସୁବିଧା ସୁଯୋଗ ଦେବାରେ ବିଶ୍ବାସ କରନ୍ତି । ସେ କହିଛନ୍ତି ଯେ, ପୂର୍ବରୁ ସେ ନିଯୁକ୍ତି ଦେବାରେ ଅସୁବିଧାର ସମ୍ମୁଖିନ ହେଉଥିଲେ । କିନ୍ତୁ ଯେତେବେଳେ ସେ ସୁବିଧା ସୁଯୋଗ ଦେବା ଆରମ୍ଭ କଲେ କର୍ମଚାରୀଙ୍କ କର୍ଯ୍ୟଦକ୍ଷତା ବଢ଼ିଲା । ସେ କର୍ମଚାରୀଙ୍କୁ ବଡ଼ଭାଇ ଭି ବ୍ୟବହାର କରନ୍ତି ।

ବିଧାୟକ-ବିଡିଓ କଥା କଟାକଟି : ପାପଡ଼ାହାଣ୍ଡି BDOଙ୍କୁ ଦୁର୍ନିତୀଗ୍ରସ୍ତ କହିଲେ ତାରା

ନବରଙ୍ଗପୁର: ବିଧାୟକ -ବିଡିଓ କଥା କଟାକଟି  ।  ସାଧାରଣ ସ୍ଥାନରେ ବିଡିଓଙ୍କ ଉପରେ ବର୍ଷିଲେ ବିଧାୟକ । ଦୁର୍ନିତୀଗ୍ରସ୍ତ ଅଫିସର ବୋଲି କହି ବର୍ଷିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବିଡିଓ ନିଜକୁ ମହିଳା ଓ ଦଳିତ ବୋଲି କହି ଦୁର୍ନୀତିରେ ଲିପ୍ତ ଥିବା ଅଭିଯୋଗ କରିଛନ୍ତି ତାରା ବାହିନୀପତି । ଫଳରେ ତାରା ଓ ବିଡିଓଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ରାସ୍ତା ଉପରେ ଦୀର୍ଘ ସମୟ ଧରି ଯୁକ୍ତି ତର୍କ ହୋଇଥିଲା  ।

ସୂଚନା ମୁତାବକ ୧୬ ଦଫା ଦାବି ନେଇ ପାପଡ଼ାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସ ପକ୍ଷରୁ ଗତକାଲି ଠାରୁ ଧାରଣା ଦିଆଯାଇଥିଲା । ଧାରଣା ସ୍ଥଳରେ ଜୟପୁର ବିଧାୟକ ତାରା ବାହିନୀପତି ପହଞ୍ଚିଥିଲେ । ନିଜ ମନ୍ତବ୍ୟ ରଖିବା ବେଳେ ବିଭିନ୍ନ ଉନ୍ନୟନମୂଳକ କାମରେ ବିଡିଓ ରଞ୍ଜିତା ମଲ୍ଲିକ ଦୁର୍ନୀତି କରୁଥିବା ଅଭିଯୋଗ କରିଥିଲେ । ଏହି ସମୟରେ ବିଡିଓ ରଞ୍ଜିତା ମଲ୍ଲିକଙ୍କୁ  ଅଫିସ ଫାଟକ ଆଗରେ ଅଟକାଇଥିଲେ ବାହିନୀପତି । ବିଡିଓ ଦୁର୍ନୀତି ଗ୍ରସ୍ତ ଓ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବା ସେ ଖୋଲାଖୋଲି କହିଥିଲେ ।

ସେପଟେ ଧାରଣା ସ୍ଥଳରେ ବିଡିଓ ଓ ବିଧାୟକ ବାହିନୀପତିଙ୍କ ମଧ୍ୟରେ କଥାକଟା କଟି ହୋଇଥିଲା । ଯୁକ୍ତିତର୍କ ମଧ୍ୟ ହୋଇଥିଲା  ।  ପରେ ବିଡିଓ ପାଲଟା ତାରା ବାହିନୀପତିଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଆକ୍ଷେପ କରିଥିଲେ । ନିଜ ବିରୁଦ୍ଧରେ ଆସିଥିବା ଦୁର୍ନୀତି ଅଭିଯୋଗର ପ୍ରମାଣ ମାଗିଥିଲେ ବିଡିଓ । ପରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ ବିଡିଓଙ୍କୁ ପୋଲିସ ଆସି କାର୍ଯ୍ୟାଳୟ ଭିତରକୁ ନେଇ ଯାଇଥିଲେ । ପରବର୍ତ୍ତୀ ସମୟରେ ସଭାସ୍ଥଳରେ ବିଡିଓ ପହଁଚି ବିଧାୟକଙ୍କୁ କ୍ଷମା ପ୍ରାର୍ଥନା ମାଗିଥିଲେ  । ବିଡିଓ କହିଥିଲେ, ଆପଣଙ୍କ କଥା ମୋତେ ଆଘାତ ଦେଇଛି, କିନ୍ତୁ ଯଦି ମୋ କଥା ଆପଣଙ୍କୁ ଆଘାତ ଦେଇଥାଏ ତେବେ ମୁଁ କ୍ଷମାପ୍ରାର୍ଥୀ  ।

ଠକଙ୍କ ଟାର୍ଗେଟରେ ରାଜଧାନୀ, କେବଳ ଭୁବନେଶ୍ୱରରୁ ୨୬୧ ଅଭିଯୋଗ

 ଭୁବନେଶ୍ୱର: ଠକଙ୍କ ଟାର୍ଗେଟରେ ରାଜଧାନୀ । ଏପ୍ରିଲ ମାସରେ ଅନଲାଇନ ଠକେଇ ନେଇ ହୋଇଥିବା ଅଭିଯୋଗର ରିପୋର୍ଟ ଦେଇଛି ସାଇବର ହେଲ୍ପ ଡେସ୍କ । ହେଲ୍ପଲାଇନ ନମ୍ବର ଯୋଗେ ୩୧୩ଟି ଅଭିଯୋଗ ହୋଇଥିବା ବେଳେ କେବଳ ଭୁବନେଶ୍ୱରରୁ ୨୬୧ଟି ଅଭିଯୋଗ ଆସିଥିଲା । ଅନ୍ୟାନ୍ୟ  ଜିଲ୍ଲାରୁ ମାତ୍ର ୫୨ଟି ଅଭିଯୋଗ ଆସିଥିବା ହେଲ୍ପ ଡେସ୍କ ରିପୋର୍ଟ ଦେଇଛି । ରାଜଧାନୀରୁ ୧୧୪ଟି UPI ଫ୍ରଡ୍ ଓ ୭୪ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଫ୍ରଡ୍ ସମ୍ବନ୍ଧିତ ଅଭିଯୋଗ ହେଲ୍ପଡେସ୍କକୁ ଆସିଥିଲା ।

ଗତ ଏପ୍ରିଲରେ ଭୁବନେଶ୍ୱରରେ ୭୬ଲକ୍ଷ ୫୫ହଜାର ୬୬୧ ଟଙ୍କାର ସାଇବର ଠକେଇ ଅଭିଯୋଗ ହୋଇଥଇଲା । ସେଥିରୁ ୨ଟି ମାମଲା ଭୁବନେଶ୍ୱର ସାଇବର ଥାନା ଓ ଅର୍ଥନୈତିକ ଅପରାଧ ଥାନାରେ ପଞ୍ଜୀକୃତ ହୋଇଥିଲା । ଅଭିଯୋଗକାରୀଙ୍କୁ ୯ଲକ୍ଷ ୬୯ ହଜାର ୫୬୩ ଫେରସ୍ତ କରାଯାଇଛଇି । ଏହାସହ ୧ଲକ୍ଷ ୩୧ ହଜାର ୫୬୬ ଟଙ୍କା ବ୍ଲକ କରାଯାଇଛି ।

ଠକାମୀର ଶିକାର ହୋଇଥିବା ୩୨ ଜଣଙ୍କର ସମ୍ପୂର୍ଣ୍ଣ ଓ ଆଂଶିକ ଅର୍ଥରାଶି ଫେରସ୍ତ କରାଯାଇଛି । ଗତ ଏପ୍ରିଲରେ ସର୍ବାଧିକ ୧ଲକ୍ଷ ୧୮ହଜାର ୫୮୮, ୧ଲକ୍ଷ ଓ ୯୯ହଜାର ୮୭୯ଟଙ୍କା ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ହେଲ୍ପ ଡେସ୍କର ମିଳିତ ଉଦ୍ୟମରେ ଫେରସ୍ତ କରାଯାଇଛି ବୋଲି ସୂଚନା ଦିଆଯାଇଛି ।