ମୁଁ ସମସ୍ତ ସ୍ପୋର୍ଟସ୍ ଚ୍ୟାନେଲ ବନ୍ଦ କରିଦେଲି : ଏପରି କାହିଁକି କଲେ ଧନଶ୍ରୀ…
ଆଖି ପିଛୁଳାକେ ଶତ୍ରୁକୁ ଧ୍ୱଂସ କରିପାରିବ ଏହି ଜେଟ୍ । ଜାଣନ୍ତୁ କେତେ ଶକ୍ତିଶାଳୀ CMV-22 Osprey ଫାଇଟର ଜେଟ୍…
ନନ୍ଦିଘୋଷ ବ୍ୟୁରୋ: ଆପଣ ମାନେ ଅନେକ ଲଢ଼ୁଆ ବିମାନ ବିଷୟରେ ଜାଣିଥିବେ। ବିଶ୍ବର ସମସ୍ତ ଦେଶଙ୍କ ପାଖରେ ଏପରି କିଛି ଯୁଦ୍ଧ ବିମାନ ଅଛି ଯାହାକୁ ସେମାନେ ଶତ୍ରୁ ଠାରୁ ନିଜକୁ ରକ୍ଷା କରିବା ପାଇଁ ବ୍ୟବହାର କରନ୍ତି । ଆମେ ଆଜି ଆପଣଙ୍କୁ ଏପରି ଏକ ଫାଇଟର ଜେଟ୍ ବା ଯୁଦ୍ଧ ବିମାନ ବିଷୟରେ କହିବୁ ଯାହା ଯେତିକି ଅନନ୍ୟ, ସେତିକି ବିପଦପୂର୍ଣ୍ଣ ମଧ୍ୟ। ଏହା ହେଉଛି CMV-22 Osprey । ଏହି ଯୁଦ୍ଧ ବିମାନଟି ଆମେରିକା ପାଖରେ ଅଛି । ପ୍ରଥମ ନଜରରେ ଏହାକୁ ଦେଖିଲେ ଏହା ଏକ ବଡ଼ ହେଲିକପ୍ଟର ପରି ଦେଖାଯାଏ, କିନ୍ତୁ ଏହାର ରୋଟର ପରିବର୍ତ୍ତନ ହେବା ମାତ୍ରେ, ଏହା ଆଖି ପିଛୁଳାକେ ଏକ ହାଇ-ସ୍ପିଡ୍ ବିମାନରେ ପରିଣତ ହୁଏ ।
ଏହା ୨୧୦୦ କିଲୋମିଟର ପରିସରରେ ସୀମିତ :
ପ୍ରକୃତରେ, CMV-22 Osprey ହେଉଛି ଆମେରିକୀୟ ନୌସେନାର ଏକ ଟିଲ୍ଟ-ରୋଟର ବିମାନ। ଏହାର ଅର୍ଥ ହେଉଛି ଏହା ହେଲିକପ୍ଟର ପରି ଭର୍ଟିକାଲ୍ ଟେକ୍ଅଫ୍ ଏବଂ ଲ୍ୟାଣ୍ଡିଂ କରିପାରିବ ଏବଂ ଏକ ବିମାନ ପରି ଦୀର୍ଘ ଦୂରତା ଏବଂ ଉଚ୍ଚ ଗତିରେ ଉଡ଼ିପାରିବ। ପାରମ୍ପରିକ ହେଲିକପ୍ଟର କେବଳ ସୀମିତ ପରିସର ପାଇଁ ଉଡ଼ିପାରିବ, Osprey ଇନ୍ଧନ ବିନା ୨୧୦୦ କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିପାରିବ।
ଭାରତ ଏହି ବିମାନ କିଣିଲା ନାହିଁ କାହିଁକି ?
ଭାରତ ମଧ୍ୟ ଆମେରିକାର CMV-22 Osprey ପ୍ରତି ଆଗ୍ରହ ଦେଖାଇଥିଲା। ୨୦୧୦ ଦଶକର ପ୍ରାରମ୍ଭରେ, ଭାରତୀୟ ଏଜେନ୍ସିଗୁଡ଼ିକ ସ୍ୱତନ୍ତ୍ର ଅପରେସନ୍, ଦ୍ରୁତ ସୈନ୍ୟ ନିୟୋଜନ ଏବଂ ସୀମାବର୍ତ୍ତୀ ଅଞ୍ଚଳରୁ ସ୍ଥାନାନ୍ତର ପାଇଁ V-22 ହାସଲ କରିବାର ସମ୍ଭାବନାକୁ ବିଚାର କରିଥିଲେ। ୨୦୧୫ ମସିହାରେ, ଭାରତୀୟ ନୌସେନା ଏହାକୁ ଲଜିଷ୍ଟିକ୍ସ ଏବଂ ସାମୁଦ୍ରିକ ଯୋଗାଣ ମିଶନ ପାଇଁ ଏକ ବିକଳ୍ପ ଭାବରେ ମଧ୍ୟ ଦେଖିଥିଲା। ବୋଇଂ ଭାରତକୁ ଅନେକ ବୈଷୟିକ ସୂଚନା ଦେଇଥିଲା ଏବଂ ଡେମୋ ମଧ୍ୟ କରିଥିଲା। ତଥାପି, ଅତ୍ୟନ୍ତ ଉଚ୍ଚ ମୂଲ୍ୟ, ଜଟିଳ ରକ୍ଷଣାବେକ୍ଷଣ ଏବଂ ସୀମିତ ରଣନୈତିକ ପ୍ରାଥମିକତା ଯୋଗୁଁ, ପ୍ରସ୍ତାବ ଆଗକୁ ବଢ଼ିପାରିଲା ନାହିଁ। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ V-22 ଯେତିକି ବହୁମୁଖୀ ଏବଂ ପରିଚାଳନା କରିବା କଷ୍ଟକର, ସେତିକି ମହଙ୍ଗା ମଧ୍ୟ ହୋଇଥାଏ । ଏହି କାରଣରୁ ଭାରତ ଏହାକୁ କେବେ ବି ଆନୁଷ୍ଠାନିକ ଭାବରେ କିଣି ନାହିଁ ।
ରାଜ୍ୟରେ ସାର ଅଭାବକୁ ନେଇ ବର୍ଷିଲା ବିଜେଡି
ଭୁବନେଶ୍ବର : ସାରା ରାଜ୍ୟରେ ସାର ସଂକଟ। ଚାଷୀଙ୍କୁ ସାର ମିଳୁନି। ଚାଷ ହେବ କେମିତି। ରୁଆ ବିହୁଡ଼ା ପୁରା ସରିଯାଇଥିବା ବେଳେ ଭଲ ଚାଷ ପାଇଁ ଏବେ ନିହାତି ବିଭିନ୍ନ ପ୍ରକାରର ସାର ଦରକାର। ଦରକାର ମୁତାବକ ସାର ମିଳୁନଥିବାରୁ ଚାଷୀମାନେ ରାସ୍ତାକୁ ଓହ୍ଲାଇଲେଣି। ଆନ୍ଦୋଳନ କଲେଣି। ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ଦଳର ଉପସଭାପତି ଅତନୁ ସବ୍ୟସାଚୀ କଡ଼ା ଭାଷାରେ କହିଛନ୍ତି, ସରକାର ଶୋଇ ପଡ଼ିଛନ୍ତି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସାରର ଅଭାବ ସଂପର୍କରେ କେନ୍ଦ୍ରକୁ ଏକ ଚିଠି ଲେଖି ବାସ୍ତବ ସ୍ଥିତି ନେଇ ଅବଗତ କରିଛନ୍ତି। ସାର କଳା ବଜାରୀ ହେଉଛି, ଚାଷୀଙ୍କ ପାଖରେ ପହଂଚୁନି। ବିଳମ୍ବ ହେଲେ ବି ମୁଖ୍ୟମନ୍ତ୍ରୀ ସମୀକ୍ଷା କଲେ। ହେଲେ ସାର ଚାଷୀ ନା କାହା ପାଖକୁ ଯାଇଛି ? ଦୁର୍ନୀତି ହୋଇଛି। ରାତି ଅଧରେ ହଜାରେ ଟଙ୍କାରେ ସାର ବିକ୍ରି ହେଲା। ଏଥିପାଇଁ ସରକାରୀ କଳ ଦାୟୀ। ଏହାକୁ ସଜାଡ଼ିବା ପରିବର୍ତ୍ତେ ସମବାୟ ମନ୍ତ୍ରୀ କହୁଛନ୍ତି ପର୍ଯ୍ୟାପ୍ତ ସାର ଅଛି। କୃଷି ମନ୍ତ୍ରୀ ସାର ତଥ୍ୟ ଶୁଣାଇଲେ। ଯଦି କେହି ଅନାହାରରେ ପଡିଛନ୍ତି, ତାଙ୍କୁ ଏକାଦଶୀ ଉପବାସ କଥା କହୁଛନ୍ତି। ଚାଷୀଙ୍କ କଟା ଘାରେ ଚୂନ ମରାଯାଉଛି। ମାର୍କଫେଡ୍, ସରକାର ଓ କୃଷି ବିଭାଗର ସମନ୍ୱୟରେ ସାର ଦିଆଯାଏ। କେତେ ସାର ଦିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଅତନୁ। କୃଷି ଓ ସମବାୟ ବିଭାଗ ମଧ୍ୟରେ ଲଢେଇ ଚାଲିଛି। ବିଜେପି ରାଜ୍ୟ ସଭାପତି କହିଲେ ପର୍ଯ୍ୟାପ୍ତ ସାର ଅଛି। ଯଦି ପର୍ଯ୍ୟାପ୍ତ ସାର ଅଛି, ଚାଷୀଙ୍କୁ କାହିଁକି ମିଳୁନି। ସେମାନଙ୍କୁ କଣ ରାସ୍ତାକୁ ଓହ୍ଲାଇବାକୁ ଭଲ ଲାଗୁଛି। ଟ୍ରାକକୁ ଫେରନ୍ତୁ ସରକାର। ନ ହେଲେ ଚାଷୀଙ୍କ ପାଇଁ ବିଜେଡି ଆନ୍ଦୋଳନ କରିବ ବୋଲି କହିଛନ୍ତି ଅତନୁ। ତାଳଚେର ସାର କାରଖାନା କାହିଁକି କାର୍ଯ୍ୟକ୍ଷମ ହେଉନି ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି।
ଦୁଇଟି କଲରାପତରିଆ ବାଘ ଛାଲ ଜବତ, ୪ ଗିରଫ
ରାୟଗଡା : ରାୟଗଡା କୋଲନରା ଅଂଚଳରୁ ଦୁଇଟି କଲରାପତରିଆ ବାଘ ଛାଲ ଜବତ। ୪ଜଣ ଗିରଫ। ଗିରଫଙ୍କ ମଧ୍ୟରେ ଦୁଇ ଜଣ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ଓ ଦୁଇ ଜଣ ଗୁଣପୁର ଅଞ୍ଚଳର ବୋଲି ଜଣାପଡିଛି। ବନ ବିଭାଗ ସହାୟତାରେ ମୁମ୍ବାଇ ସ୍ଥିତ ଡିରେକ୍ଟର ଅଫ ରେଭେନ୍ୟୁ ଇଂଟଲ୍ଲିଜେନ୍ସ ବିଭାଗ ସମସ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗୁଣପୁର ପୁଟାସିଂ ଅଂଚଳର ଅଞ୍ଜରସିଂ ଗ୍ରାମର ଜିସୟ ଗମାଙ୍ଗ ଓ ମହେଶ ହୁଇକା ମାଛଖୁଣ୍ଟି ଅଂଚଳର ଅନ୍ୟ ୨ ବ୍ୟକ୍ତି ମହାରାଷ୍ଟ୍ରର ମାତିନଗର ଅଂଚଳର ପ୍ରଭାକର ନାୟକ ଓ ରାଜ କୁମାର ଗୁପ୍ତାଙ୍କୁ ଏହି ବାଘ ଚମଡାକୁ ବିକ୍ରୀ କରିବା ପାଇଁ ଯୋଗାଯୋଗରେ ରହିଥିଲେ । କୌଣସି ସୂତ୍ରରୁ ଏହି ଚାଲାଣ ସମ୍ପର୍କରେ ଖବର ପାଇ ଡିରେକ୍ଟର ଅଫ ରେଭେନ୍ୟୁ ବିଭାଗ ଅଭିଯୁକ୍ତମାନଙ୍କୁ ଟ୍ରାକ କରିଥିଲେ । ଏନେଇ ଅଗଷ୍ଟ ୩୦ ତାରିଖ ଦିନ ରାୟଗଡା ବନ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ଆଧାରରେ ଉଭୟ ବିଭାଗ ବାଘ ଚମଡା ବିକ୍ରୀ କରିବା ସମୟରେ ସମସ୍ତ ଅଭିଯୁକ୍ତଙ୍କୁ ମାଡି ବସିଥିଲେ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ରେଞ୍ଜର ସୂଚନା ଦେଇଛନ୍ତି । କଲରାପତରିଆ ବାଘ ଚମଡାକୁ ଗଜପତି ଜିଲ୍ଲାରୁ ମହାରାଷ୍ଟ୍ର ଚାଲାଣ ପାଇଁ ଅଣାଯାଇଥିଲା ବୋଲି ସୂଚନା ମିଳିଛିIଉଭୟ ବାଘର ବୟସ ୫ରୁ ୭ ବର୍ଷ ମଧ୍ୟରେ ହେବ ବୋଲି ଜଙ୍ଗଲ ବିଭାଗ ସୂଚନା ଦେଇଛି । ଏହି ଘଟଣାରେ ତଦନ୍ତ ଚାଲିଛି ବୋଲି ଏସିଏଫ କହିଛନ୍ତି।
ଆମ୍ବୁଲାନ୍ସରେ ସରିଗଲା ଅକ୍ସିଜେନ, ଚାଲିଗଲା ମହିଳାଙ୍କ ଜୀବନ…
ଜଗତସିଂହପୁର : ଅକ୍ସିଜେନ ଅଭାବରୁ ରୋଗୀ ମୃତ । ଆମ୍ବୁଲାନ୍ସରେ ସରିଗଲା ଅକ୍ସିଜେନ । ଅକ୍ସିଜେନ ସରିଯିବାରୁ ମହିଳାଙ୍କ ମୃତ୍ୟୁ ଘଟିଛି । ଜଗତସିଂହପୁର ଥାନା ଅଳା ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣଖଣ୍ଡ ଗାଁର କମଳା ପଣ୍ଡା ନାମକ ମହିଳାଙ୍କ ମୃତ୍ୟୁ ଘଟିଛି । କମଳାଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଜଗତସିଂହପୁର ମେଡିକାଲକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 108 ଆମ୍ବୁଲାନ୍ସ ମିଳିନଥିଲା । ଯାହାଫଳରେ ମହିଳାଙ୍କ ସ୍ୱାମୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କଟକ ବଡ଼ ମେଡ଼ିକାଲ ନେବା ପାଇଁ ନୟାନ୍ତ ହୋଇଯାଇଥିଲା। ଶେଷରେ ଏକ ପ୍ରାଇଭେଟ ଆମ୍ବୁଲାନ୍ସ ଗାଡି ଡାକିଥିଲେ। ହେଲେ ଗୋପାଳସାଗର ଠାରେ ଆମ୍ବୁଲାନ୍ସରୁ ଅକ୍ସିଜେନ ସରିଗଲା । ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଥିଲା । ଉତ୍ତେଜନା ଦେଖି ଆମ୍ବୁଲାନ୍ସ ଚାଳକ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି ।
ମରାଠା ଆନ୍ଦୋଳନ: ଚତୁର୍ଥ ଦିନରେ ମନୋଜ ଜରାଙ୍ଗେଙ୍କ ଅନଶନ
ନନ୍ଦିଘୋଷ ବ୍ୟୁରୋ: ମରାଠା ସଂରକ୍ଷଣ ଦାବିରେ ମନୋଜ ଜରାଙ୍ଗେ ପାଟିଲ ମୁମ୍ବାଇରେ ଆମରଣ ଅନଶନ ଆରମ୍ଭ କରିଛନ୍ତି, ଯାହା ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା କ୍ରମାଗତ ଭାବରେ ଖରାପ ହେଉଛି ଏବଂ ସେ ପାଣି ପିଇବାକୁ ମଧ୍ୟ ମନା କରିଛନ୍ତି। ଗତକାଲି ରାତି ୧୨ଟାରେ ଡାକ୍ତରଙ୍କ ଏକ ଦଳ ମନୋଜ ଜରାଙ୍ଗେଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ତାଙ୍କ ରକ୍ତ ନମୁନା ନିଆଯାଇଥିଲା। ତାଙ୍କର ସୁଗାର ଏବଂ ରକ୍ତଚାପ ଯାଞ୍ଚ କରାଯାଇଥିଲା। ଡାକ୍ତରୀ ଦଳ କହିଥିଲେ ଯେ ଜରାଙ୍ଗେ ପାଣି ପିଇବା ବନ୍ଦ କରୁଛନ୍ତି ଯାହା ତାଙ୍କ ସ୍ୱାସ୍ଥ୍ୟ ପାଇଁ ଗମ୍ଭୀର। ଡାକ୍ତରମାନେ ତାଙ୍କୁ ଙଜଝ ଏବଂ ପାଣି ପିଇବାକୁ ପରାମର୍ଶ ଦେଇଛନ୍ତି, କିନ୍ତୁ ଜରାଙ୍ଗେ ପାଟିଲ ଏହାକୁ ସିଧାସଳଖ ମନା କରିଦେଇଛନ୍ତି। ଯାହା ଫଳରେ ତାଙ୍କ ସ୍ୱାସ୍ଥ୍ୟ ଏବେ ଖରାପ ହେଉଛି। ଚାରି ଦିନ ହେଲା ସେ ଖାଦ୍ୟର ଏକ ଦାନା ମଧ୍ୟ ଖାଇନାହାଁନ୍ତି।
ଆଜି ରାଜ୍ୟ ସରକାର ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି :
ଅନ୍ୟପକ୍ଷରେ, ଆଜାଦ ମଇଦାନରେ ଜମା ହୋଇଥିବା କାଦୁଅ ଏବଂ ବର୍ଷା ପାଣିକୁ ସଫା କରିବା ପାଇଁ ବିଏମସି ପ୍ରତିବାଦ ସ୍ଥଳକୁ ପଥରରେ ପୂର୍ଣ୍ଣ କରିଥିଲା। ବର୍ଷା ଯୋଗୁଁ ଜରାଙ୍ଗେ ପାଟିଲଙ୍କ ପ୍ରତିବାଦ ସ୍ଥଳରେ କାଦୁଅ ବ୍ୟାପିଯାଇଥିଲା। ବିଏମସି ୭ଟି ଟ୍ରକ ଆଣି ସେଠାରେ କାଦୁଅ ପକାଇଥିଲା। ସ୍ୱେଚ୍ଛାସେବକମାନେ ଏହାକୁ ବିଛାଡ଼ି ପ୍ରତିବାଦକାରୀଙ୍କ ପାଇଁ ସ୍ଥାନକୁ ସମତଳ କରିଥିଲେ। ପ୍ରତିବାଦର ଚତୁର୍ଥ ଦିନରେ ଉତ୍ତେଜନା ବୃଦ୍ଧି ପାଇଛି। ଜରାଙ୍ଗେ ପାଟିଲଙ୍କ ପାଣି ନ ପିଇବା ନିଷ୍ପତ୍ତି ଯୋଗୁଁ ଉତ୍ତେଜନା ମଧ୍ୟ ବୃଦ୍ଧି ପାଇଛି। ଆଜି ରାଜ୍ୟ ସରକାର ଏ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିପାରନ୍ତି।
ଆନ୍ଦୋଳନ ପ୍ରଭାବରେ କିପରି ରହିଛି ଟ୍ରାଫିକ ବ୍ୟବସ୍ଥା:
ମୁମ୍ବାଇରେ ଯାତାୟାତ ସୁରୁଖୁରୁରେ ଚାଲିଛି। ଯାନବାହାନ ଚଳାଚଳ ମଧ୍ୟ ଏପର୍ୟ୍ୟନ୍ତ ସ୍ୱାଭାବିକ ଅଛି। ଆଜି ପୂର୍ବ ଫ୍ରିୱେରେ ଆନ୍ଦୋଳନକାରୀଙ୍କ ଟ୍ରକ୍ ଏବଂ ଟେମ୍ପୋଗୁଡ଼ିକୁ ବନ୍ଦ କରାଯାଉନାହିଁ। ଯାହା ଫଳରେ ଫ୍ରିୱେରୁ ଆସୁଥିବା ଯାନବାହାନଗୁଡ଼ିକର ଚଳାଚଳ ଏପର୍ୟ୍ୟନ୍ତ ସ୍ୱାଭାବିକ। ତଥାପି, ଆନ୍ଦୋଳନକାରୀଙ୍କ ଯାନବାହାନ ବହୁ ସଂଖ୍ୟାରେ ମୁମ୍ବାଇରେ ପହଞ୍ଚିବାରେ ଲାଗିଛି। ଅନ୍ୟପକ୍ଷରେ, ନାନ୍ଦେଡ଼ରୁ ମରାଠା ଆନ୍ଦୋଳନକାରୀମାନେ ଆନ୍ଦୋଳନରେ ଯୋଗଦେବା ପାଇଁ ରେଳ ଷ୍ଟେସନରେ ରାତ୍ରିଯାପନ କରିଥିଲେ। ଏପରିକି କିଛି ଜଣ ରାସ୍ତାରେ ବିଛଣା ବିଛାଇ ଷ୍ଟେସନ ପରିସରରେ ଶହ ଶହ ଲୋକ ଶୋଇଥିଲେ। ଆନ୍ଦୋଳନକାରୀମାନେ କହିଛନ୍ତି ଯେ ସେମାନଙ୍କ ଦାବି ପୂରଣ ନହେବା ପର୍ୟ୍ୟନ୍ତ ସେମାନେ ମୁମ୍ବାଇ ଛାଡିବେ ନାହିଁ। ଉଝଗଞ ଷ୍ଟେସନକୁ ଯାଉଥିବା ସମସ୍ତ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ଅଛି।
ମନୋଜ ଜରାଙ୍ଗେ ପାଟିଲଙ୍କ ଆନ୍ଦୋଳନ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ବଢ଼ିବାରେ ଲାଗିଛି। ଆନ୍ଦୋଳନକାରୀମାନେ ମୁମ୍ବାଇ ଆଡକୁ ମୁହାଁଇଛନ୍ତି ଏବଂ ସରକାରଙ୍କ ଉପରେ ଚାପ ବୃଦ୍ଧି ପାଉଛି। ଆଜି ସରକାର ଜରାଙ୍ଗେ ପାଟିଲଙ୍କ ସହ କଥାବାର୍ତ୍ତା କରିବାକୁ ଆଗେଇ ଆସିପାରନ୍ତି। କିଛି ମନ୍ତ୍ରୀ ମଧ୍ୟ ଆସି ଜରାଙ୍ଗେ ପାଟିଲଙ୍କୁ ଭେଟିପାରନ୍ତି। ଆଜି ସିନ୍ଦେ କମିଟିର ଏକ ବୈଠକ ମଧ୍ୟ ସ୍ଥିର ହୋଇଛି।
ମହିଳାଙ୍କୁ ହତ୍ୟା ଅଭିଯୋଗ ପରେ ହଟହଟା ଲୋକେ, ମଶାଣିରୁ ଶବ ଉଠାଇନେଲା ପୋଲିସ…
ରାଜନଗର : ମହିଳାଙ୍କୁ ହତ୍ୟା ଅଭିଯୋଗ ପରେ ହଟହଟା ଲୋକେ। ଶବ ସତ୍କାର ପାଇଁ ଯାଉଥିବାବେଳେ ଦୀର୍ଘ ଏକ ଘଣ୍ଟାରୁ ଅଧିକ ସମୟ ଥାନା ସମ୍ମୁଖରେ ଅଟକିଲା ଶବ। କେନ୍ଦ୍ରାପଡ଼ା ରାଜନଗରର ଏ ଘଟଣା। ଘଣ୍ଟାକରୁ ଅଧିକ ସମୟ ଧରି ଶବକୁ ନେଇ ଛିଡ଼ା ହେବା ପରେ ପ୍ରତିବାଦ କରିବାରୁ ଛାଡିଥିଲା ପୋଲିସ। ହେଲେ ପରେ ସତ୍କାର ପାଇଁ ଶବ ମଶାଣିରେ ପହଁଚିବା ପରେ ମଶାଣିରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ହତ୍ୟା ଅଭିଯୋଗ ଆସିବାରୁ ମହିଳାଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ।କେନ୍ଦ୍ରାପଡ଼ା ରାଜନଗରର ଦୀପକ ପରିଡାଙ୍କ ସ୍ତ୍ରୀ ଗର୍ଭବତୀ ଥିଲେ। ୬ ଦିନ ତଳେ ପରିବାର ଲୋକେ ତାଙ୍କୁ ରାଜନଗର ମେଡିକାଲ ନେଇଥିଲେ | ସୁଭଦ୍ରାଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ନିଆଯାଇଥିଲା ଶନିବାର ରାତିରେ ତାଙ୍କର ମୃତ ଶିଶୁ ଜନ୍ମ ହେବା ପରେ ସୁଭଦ୍ରାଙ୍କୁ ଆଇସିୟୁକୁ ନିଆଯାଇଥିଲା।ଗତକାଲି ଦିନ ପ୍ରାୟ ୧ ଘଟିକା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ପରେ ସୁଭଦ୍ରାଙ୍କ ମରଶରୀରଙ୍କୁ ରାଜନଗର ଅଣାଯାଇଥିଲା। ବନ୍ଧୁ ପରିଜନ ଆସିବା ପରେ ଶବ ସତ୍କାର ପାଇଁ ରାଜନଗର ମଶାଣିକୁ ନିଆଯାଉଥିଲା। ରାଜନଗର ଥାନା ବାଟ ଦେଇ ଶବ ସତ୍କାର ପାଇଁ ଯାଉଥିବା ବେଳେ ପୋଲିସ ଶବ ଅଟକାଇଥିଲା। ମୃତ ମହିଳାଙ୍କ ପରିବାର ଲୋକେ ଥାନାରେ ହତ୍ୟା ଅଭିଯୋଗ କରିବା ପରେ ମଶାଣିରୁ ଶବ ଜବତ କରିଛି ପୋଲିସ।
କୁକୁରର ଆଧାରକାର୍ଡ କଲେ ମାଲିକ, ଭାଇରାଲ ହେଲା ଫଟୋ…
ନନ୍ଦିଘୋଷ ବ୍ୟୁରୋ : ଦେଶରେ ସମସ୍ତଙ୍କ ଆଧାରକାର୍ଡ ଅଛି । କିନ୍ତୁ କେବେ କୁକୁରର ଆଧାରକାର୍ଟ ଥିବା ଜାଣିଛନ୍ତି କି ? ଆପଣଙ୍କ କଥାଟା ବିଶ୍ବାସ ହେଉନଥିଲେ ମଧ୍ୟ ଏହା ସତ୍ୟ । କାରଣ ମଧ୍ୟପ୍ରଦେଶ ଗ୍ବାଲିୟରରୁ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଜଣେ ମାଲିକ ତା’ର କୁକୁରର ଆଧାରକାର୍ଡ ବନେଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଆଧାରକାର୍ଡରେ କୁକୁରର ନାଁ ରହିଛି । ଏହା ସହ ବାପା ଓ ମାଆଙ୍କ ନାଁ ରହିଛି । କୁକୁରର ଜନ୍ମ ତାରିଖ ମଧ୍ୟ ଲେଖାଯାଇଛି । ଠିକଣା ସିମିଲିଆ ଦ୍ରଦ ବୋଲି ଦିଆଯାଇଛି । କୁକୁରର ନାଁ ଟମି ଜୈସୁଆଲ ଲେଖାଯାଇଛି । ବାପା କୈଳାଶ ଜୈସୁଆଲ ଲେଖାଯାଇଛି । ଆଧାରକାର୍ଡ ନମ୍ବର ରହିଥିବା ଏହି କାର୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେଉଛି ।
ଏହି ମାମଲାରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ଆଧାର କାର୍ଡ କିପରି ତିଆରି ହେଲା? ଏହା ଠିକ୍ କି ନାହିଁ ତାହା ତଦନ୍ତର ବିଷୟ, କିନ୍ତୁ ଏହି ଉପାୟରେ ଆଧାର କାର୍ଡ ତିଆରି କରୁଥିବା ଲୋକଙ୍କ ଉଦ୍ଦେଶ୍ୟ କ’ଣ ? ଏବେ ଦେଖିବାକୁ ବାକି ରହିଲା ଯେ କୁକୁରର ଆଧାର କାର୍ଡ ଭାଇରାଲ ହେବା ପରେ ପ୍ରଶାସନ ଆଧାର କାର୍ଡ ତିଆରି କରୁଥିବା ଲୋକଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ଅନ୍ୟପଟେ, ଫଟୋଗୁଡ଼ିକ ଭାଇରାଲ ହେବା ମାତ୍ରେ, ସୋସିଆଲ ମିଡିଆ ୟୁଜର୍ସମାନେ ମଧ୍ୟ ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ସମାଲୋଚନା କରୁଥିବା ବେଳେ କେହି ଏପରି ଯିଏ କରିଛି ତା’ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି କରିଛନ୍ତି ।
ଗଣେଶ ମୂର୍ତ୍ତି ଭସାଣ ଶୋଭାଯାତ୍ରା ବେଳେ ଗଣ୍ଡଗୋଳ, ଜଣେ ମୃତ
ନୟାଗଡ଼ : ନୟାଗଡ଼ ଭାପୁର କରଡ଼ାପଲ୍ଲୀ ଗାଁରେ ମର୍ଡର । ଗଣେଶ ମୂର୍ତ୍ତି ଭଶାଣ ଶୋଭାଯାତ୍ରା ବେଳେ ଡିଜେ ବାଜିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ । ମାରପିଟି ହୋଇ ଜଣେ ମୃତ । ୧୦ ଜଣ ଆହତ ହୋଇଛନ୍ତି । ମୃତକ ହେଲେ କରଡ଼ାପଲ୍ଲୀ ଗ୍ରାମର ହରିହର ସ୍ବାଇଁ । ହତ୍ୟାକାଣ୍ଡ ପରେ କରଡ଼ାପଲ୍ଲୀଗାଁରେ ଉତ୍ତେଜନା ଜାରି ରହିଥିଲା । ଖବର ପାଇ ଘଟଣାସ୍ଥଳରେ ଫତେଗଡ ପୋଲିସ ପହଂଚି ତଦନ୍ତ କରିଥିଲା । କିନ୍ତୁ ଘଟଣାକୁ ୧୨ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତିଥିଲେ ମଧ୍ୟ ଅଭିଯୁକ୍ତ ମାନଙ୍କୁ ପୋଲିସ ଧରିବାରେ ବିଫଳ ହେବାରୁ କରଡାପଲି ଗ୍ରାମର ଶତାଧିକ ଗ୍ରାମବାସୀମାନେ ଭାପୁର, ଖଣ୍ଡପଡ଼ା ମୁଖ୍ୟ ରାସ୍ତାକୁ ଅବରୋଧ କରି ଟାୟାର ଜାଳି ପ୍ରତିବାଦ କରିଛନ୍ତି । ମୃତକଙ୍କ ପରିବାରକୁ କ୍ଷତିପୂରଣ ସାଙ୍ଗକୁ ଅଭିଯୁକ୍ତକୁ ଗିରଫ ଦାବିରେ ଅଡି ବସିଛନ୍ତି ଉତ୍ତ୍ୟକ୍ତ ଲୋକେ । ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ସେପଟେ ଘଟଣା ସ୍ଥଳକୁ ଖଣ୍ଡପଡ଼ା ଏସଡିପିଓ ଫତେଗଡ ଥାନା ଅଧିକାରୀ ପହଞ୍ଚି ଲୋକ ମାନଙ୍କୁ ବୁଝାସୁଝା କରୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।
ରିଅଲ ମନି ଗେମିଂ ଆପରେ ପ୍ରତିବନ୍ଧକ ପରେ କର୍ମଚାରୀଙ୍କୁ ଛଟେଇ କରିବ MPL !
ନନ୍ଦିଘୋଷ ବ୍ୟୁରୋ : ଅନଲାଇନ୍ ଗେମିଂ ବିଲ୍ ପାସ୍ ହେବା ପରେ, ଅନଲାଇନ୍ ଗେମ୍ ଉପରେ ପ୍ରତିବନ୍ଧକର ପ୍ରଭାବ ଖୁବ୍ ଶୀଘ୍ର ଦେଖାଯାଇପାରେ । କାରଣ ସୂଚନା ଅନୁସାରେଗେମିଂ ଆପ୍ ମୋବାଇଲ୍ ପ୍ରିମିୟର ଲିଗ୍ (MPL) ଖୁବ୍ ଶୀଘ୍ର ବଡ଼ ପରିମାଣରେ କର୍ମଚାରୀମାନଙ୍କୁ ଛଟେଇ କରିପାରେ। କମ୍ପାନୀର ଯୋଜନା ବିଷୟରେ ସୂଚନା ଥିବା ଏକ କମ୍ପାନୀ ସୂତ୍ର ସୂଚନା ଦେଇଛି ଯେ ଅନଲାଇନ୍ ଗେମିଂ ଇଣ୍ଡଷ୍ଟ୍ରି ପାଇଁ ନୂତନ ଆଇନ ପାସ୍ ହେବା ପରେ, କମ୍ପାନୀ ଏହାର ୬୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିପାରେ।
ଏକ ରିପୋର୍ଟ ଅନୁଯାୟୀ, MPL ଫ୍ରି-ଟୁ-ପ୍ଲେ ଗେମ୍ ଉପରେ ଧ୍ୟାନ ଦେଇ ଆମେରିକା ବଜାରରେ ଏହାର ବ୍ୟବସାୟକୁ ମଜବୁତ କରୁଛି। କମ୍ପାନୀର ଏକ ସୂତ୍ର କହିଛି ଯେ ମାର୍କେଟିଂ, ଅପରେସନ୍ସ, ଫାଇନାନ୍ସ, ଇଞ୍ଜିନିୟରିଂ ଏବଂ ଲିଗାଲ୍ ଟିମ୍ରେ କାମ କରୁଥିବା ୫୦୦ ଭାରତୀୟ କର୍ମଚାରୀଙ୍କ ମଧ୍ୟରୁ ପ୍ରାୟ ୩୦୦ ଜଣଙ୍କୁ ବହିଷ୍କାର କରାଯିବ। ରଏଟର୍ସ ଦ୍ୱାରା ଦେଖାଯାଇଥିବା ଆଭ୍ୟନ୍ତରୀଣ କର୍ମଚାରୀଙ୍କୁ ପଠାଯାଇଥିବା ଏକ ଇମେଲରେ, MPL ସିଇଓ ସାଇ ଶ୍ରୀନିବାସ ଲେଖିଛନ୍ତି, ଆମେ ଆମର ଭାରତୀୟ ଦଳରେ ଗୁରୁତ୍ୱପୂର୍ଣ୍ଣ ହ୍ରାସ କରିବାକୁ ନିଷ୍ପତ୍ତି ନେଇଛୁ। ଇମେଲରେ ଛଟେଇର ସଂଖ୍ୟା ନିର୍ଦ୍ଦିଷ୍ଟ କରାଯାଇ ନାହିଁ।
ଅନଲାଇନ୍ ରିଅଲ୍ ମନି ଗେମ୍ ଯୋଗୁଁ ଯୁବପିଢ଼ିଙ୍କ ମଧ୍ୟରେ ଆର୍ଥିକ କ୍ଷତି ହେଉଥିବା ଦର୍ଶାଇ ସରକାର ଅନଲାଇନ୍ ରିଅଲ୍ ମନି ଗେମ୍ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ଅନଲାଇନ୍ ଗେମିଂ ଆପ୍ ବନ୍ଦ ହୋଇଯାଇଛି।

