ବଲାଙ୍ଗୀର: ପରକିୟା ପ୍ରୀତି ସନ୍ଦେହରେ ଶ୍ୱଶୁର ଘରକୁ ଯାଇ ସ୍ତ୍ରୀର ତଣ୍ଟି କାଟିଦେଲା ସ୍ଵାମୀ । ବଲାଙ୍ଗୀର ବେଲପଡ଼ା ଥାନା ବାହାବଳ ଗାଁର ଅଘଟଣ । ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଛୁରୀରେ ତଣ୍ଟି କାଟିଦେଇ ନୃସଂଶ ସ୍ଵାମୀ ସୁଧୀର ବାଗ ଫେରାର୍ । ଗୁରୁତର ଅବସ୍ଥାରେ ପରିବାର ଲୋକ ଝିଅକୁ ପ୍ରଥମେ ବେଲପଡା ମେଡିକାଲ ନେଇଥିଲେ ତେବେ ଅବସ୍ଥା ଗୁରୁତର ହେବାରୁ ବିଳମ୍ବିତ ରାତିରେ ବଲାଙ୍ଗୀର ଭିମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରାଯାଇଛି । ଗୁରୁତର ମହିଳା ୧୧ ବର୍ଷ ତଳେ ଅଭିଯୁକ୍ତ ସୁଧୀରକୁ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଦୁଇ ଝିଅ ଅଛନ୍ତି । ଗତକାଲି ରାତିରେ ଅଭିଯୁକ୍ତ ସ୍ଵାମୀ ରାତିରେ ଲୁଚିକି ଯାଇ ତଣ୍ଟି କାଟି ଫେରାର୍ ହୋଇଥିବା ପୀଡିତା ମହିଳାଙ୍କ ଭାଉଜ କହିଛନ୍ତି । ତେବେ ପୀଡ଼ିତାଙ୍କ ପରିବାର ଭୟରେ ଏପର୍ଯ୍ୟନ୍ତ ଥାନାରେ ଅଭିଯୋଗ କରିନାହାନ୍ତି ।
ଗ୍ରେ ଲିଷ୍ଟରୁ ପାକିସ୍ତାନକୁ ମିଳିବ କି ମୁକ୍ତି, ଦେଶ ବୁଲିବା ପରେ ସ୍ଥିତି ଅନୁଧ୍ୟାନ କରି ନିଷ୍ପତ୍ତି ନେବ FATF
ନୂଆଦିଲ୍ଲୀ: ଗ୍ରେ ଲିଷ୍ଟରୁ ପାକିସ୍ତାନକୁ ଏବେ ମିଳିବନି ମୁକ୍ତି । ଏଫଏଟିଏଫ ପକ୍ଷରୁ ପାକିସ୍ତାନ ଭିଜିଟ କରିବା ପରେ ସ୍ଥିତି ଅନୁଧ୍ୟାନ କରି ଗ୍ରେ ଲିଷ୍ଟରୁ ମୁକ୍ତି ମିଳିବ କି ନାହିଁ ସେ ବିଷୟରେ ନିଷ୍ପତ୍ତି ନିଆଯିବ । ଗତ ଦୁଇ ବର୍ଷ ଧରି ପାକିସ୍ତାନ ଗ୍ରେ ଲିଷ୍ଟରେ ଥିବା ବେଳେ ଏହାର ସର୍ତ୍ତ ଠିକ୍ ଭାବେ ମାନିଛି କି ନାହିଁ ତା’ର ଅନୁଧ୍ୟାନ କରାଯିବ । ଆତଙ୍କବାଦୀ ଫଣ୍ଡିଂ ପାଇଁ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ରଖାଯାଇଥିଲା । ଏହାଦ୍ୱାରା ପାକିସ୍ତାନ ଅନ୍ୟ କୌଣସି ରାଷ୍ଟ୍ର ଦ୍ୱାରା କୌଣସି ସୁବିଧା ପାଏ ନାହିଁ । ଏଥିସହ ଆଗକୁ ପାକିସ୍ତାନ ଯେମିତି ଟେରର ଫଣ୍ଡିଂ ନ କରେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବ । ଏଫଏଟିଏଫ ପ୍ରେସିଡେଣ୍ଟ ମାରକସ୍ ପ୍ଲେୟାର ଏନେଇ ସାମ୍ବାଦିକ ସମ୍ମିଳନୀ କରି ପାକିସ୍ତାନକୁ ପରୋକ୍ଷରେ ଚେତାବନୀ ଦେଇଛନ୍ତି ।
ଏହି ତିନୋଟି ରାଶିଙ୍କର ଶତ୍ରୁ ସକ୍ରିୟ ହେବେ
ମେଷ : ସନ୍ତାନଙ୍କ ବିବାହ ପାଇଁ ଚିନ୍ତିତ ହେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । ପୁଞ୍ଜି ନିବେଶ କରନ୍ତୁ ଲାଭ ମିଳିବାର ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ଥିବା ଅଧିକାରୀଙ୍କୁ ବ୍ୟବହାର କରି ନିଜ କାର୍ଯ୍ୟ ହାସଲ କରନ୍ତୁ ନାହିଁ । ନଚେତ୍, କ୍ଷତି ସହିପାରନ୍ତି ।
ବୃଷ : ବ୍ୟବସାୟ ବିସ୍ତାର ପାଇଁ କରୁଥିବା ଯୋଜନାରେ ସଫଳ ହେବେ । ସୁସ୍ଥ ରୁହନ୍ତୁ ଏବଂ ଅଯଥା ଚିନ୍ତାରୁ ନିବୃତ୍ତ ରୁହନ୍ତୁ । ପୁଞ୍ଜି ନିବେଶ କରିବା ପାଇଁ ଏହା ଉପଯୁକ୍ତ ସମୟ । ଶତ୍ରୁ ବର୍ଗ ସକ୍ରିୟ ହେବେ ।
ମିଥୁନ : ଆପଣଙ୍କ ବ୍ୟବହାର ପାଇଁ ସହକର୍ମୀ ଖୁସି ଅନୁଭବ କରିବେ । ନୂଆ କାର୍ଯ୍ୟ ଆରମ୍ଭ କରିବାର ଏହା ଉପଯୁକ୍ତ ସମୟ । ଏହାର ଲାଭ ଉଠାନ୍ତୁ । ପରିବାରବର୍ଗଙ୍କ ସହ ଭେଟ ହେବାର ସମ୍ଭାବନା ରହିଛି । ଅଯଥା ଖର୍ଚ୍ଚ କରନ୍ତୁ ନାହିଁ । ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେଇପାରନ୍ତି ।
କର୍କଟ : ଧନକୋଷରରେ ବୃଦ୍ଧି ହେବ । ନିଜ କ୍ୟାରିୟର ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି । ମନରେ ଆତ୍ମବିଶ୍ୱାସ କମ୍ ଥିବାରୁ ଭୁଲ୍ ନିଷ୍ପତ୍ତି ନେଇପାରନ୍ତି । ମନରେ ଅନେକ ଚିନ୍ତା ଦେଖାଦେଇପାରେ । ଆଧ୍ୟାତ୍ମିକ ବଳ ଲାଭଦାୟକ ହେବ ।
ସିଂହ : ଅନେକ ଦିନ ଧରି ଚାଲିଥିବା ପାରିବାରିକ ବିବାଦର ଅନ୍ତ ଘଟିବ । ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ ରହିବେ । ଛାତ୍ରଛାତ୍ରୀଙ୍କ ପାଇଁ କଠିନ ପରିଶ୍ରମ କରିବାର ସମୟ । ନିଜ ଅହଂକାରଭାବ ପାଇଁ ନିଜେ କ୍ଷତି ସହିପାରନ୍ତି ।
କନ୍ୟା : କାର୍ଯ୍ୟକ୍ଷମତାରେ ବୃଦ୍ଧି ହେବ । ଚାକିରି ପାଇଁ ଖୋଜାଖୋଜି କରିପାରନ୍ତି । ଚିନ୍ତା କରୁଥିବା ଯୋଜନା କାର୍ଯ୍ୟରେ ପରିଣତ କରନ୍ତୁ । ଜୀବନସାଥୀଙ୍କ ସହଯୋଗ ମିଳିପାରେ । ଜମିବାଡ଼ି କ୍ରୟରେ ପୁଞ୍ଜିନିବେଶ କରିପାରନ୍ତି ।
ତୁଳା : ହଠାତ୍ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶାନ୍ତି ସହକାରେ ନିଅନ୍ତୁ । ଯାନବାହନ କ୍ରୟ କରିବାକୁ ଇଚ୍ଛା କରିପାରନ୍ତି । ନିଜ ଚିନ୍ତାଧାରା ବଦଳାନ୍ତୁ, ନିଶ୍ଚିତ ଲାଭ ମିଳିବ । ବନ୍ଧୁଙ୍କ ସହ ଭେଟ ଯୋଗୁଁ ମନ ପ୍ରସନ୍ନ ହୋଇପାରେ ।
ବିଛା : ଅନ୍ୟ ପାଇଁ ଖରାପ ଚିନ୍ତା କରନ୍ତୁ ନାହିଁ । ଖାଦ୍ୟପେୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ପେଟ ସମ୍ୱନ୍ଧୀୟ ରୋଗ ଦେଖାଦେଇପାରେ । ମନ ଦେଇ ନିଜ କାର୍ଯ୍ୟ ସମ୍ପାଦନ କରନ୍ତୁ । ଚେଷ୍ଟା ଜାରି ରଖନ୍ତୁ ନିଶ୍ଚୟ ସଫଳତା ମିଳିବ । ମନ ପସନ୍ଦର ଜୀବନସାଥୀ ମିଳିବାରୁ ମନ ପ୍ରସନ୍ନ ରହିବ ।
ଧନୁ : ଅଯଥା କାମରେ ସମୟ ବର୍ବାଦ କରନ୍ତୁ ନାହିଁ । ପର କଥାରେ ପଡ଼ନ୍ତୁ ନାହିଁ । ଧୈର୍ଯ୍ୟର ସହ କାର୍ଯ୍ୟ କରନ୍ତୁ ନିଶ୍ଚିତ ସଫଳ ହେବେ । ପୂର୍ବରୁ ଅର୍ଥ ବିନିଯୋଗ କରିଥିଲେ ଲାଭ ମିଳିପାରେ ।
ମକର : କାର୍ଯ୍ୟ ବହୁଳତା କାରଣରୁ ଜରୁରୀ କାର୍ଯ୍ୟ ପୂରଣ ହୋଇନପାରେ । ଉନ୍ନତି ପଥରେ ଅଗ୍ରସର ହେବେ । ଅଧିକାରୀଙ୍କ ପାଇଁ ଆଜିର ଦିନଟି ଉତ୍ତମ ସମୟ । ଦାନ କଲେ ମନକୁ ଶାନ୍ତି ମିଳିବ ।
କୁମ୍ଭ : ବେପାର ବାଣିଜ୍ୟ କ୍ଷେତ୍ରରେ କୀର୍ତ୍ତୀରାଜି ବୃଦ୍ଧି ହେବ । ଖେଳ ସହ ଜଡ଼ିତ ବ୍ୟକ୍ତିଙ୍କ ପାଇଁ ଏହା ଶ୍ରେଷ୍ଠ ସମୟ । ଯାତ୍ରା କଲେ ଲାଭ ମିଳିପାରେ । ସମୟାନୁବର୍ତ୍ତିତା ହେବାକୁ ଚେଷ୍ଟା କରନ୍ତୁ ।
ମୀନ : ଆଗକୁ ଆପଣଙ୍କର ଭଲ ସମୟ ଆସୁଛି । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । କୌଣସି କାର୍ଯ୍ୟ ବିଗିଡ଼ିବାର ସମ୍ଭାବନା ରହିଛି । ଅନ୍ୟର ଚିନ୍ତାଧାରାକୁ ବଦଳାଇବା ଅପେକ୍ଷା ନିଜ ଚିନ୍ତାଧାରା ବଦଳାନ୍ତୁ । କ୍ରୋଧ ଉପରେ ନିୟନ୍ତ୍ରଣ ରକ୍ଷା କରନ୍ତୁ । ଇଷ୍ଟ ଦେବତାଙ୍କୁ ଆରାଧନା କରନ୍ତୁ ନିଶ୍ଚିତ ସଫଳ ହେବେ ।

