ଗାନ୍ଧୀନଗର: ରାଜକୋଟ ଟି-୨୦ ମ୍ୟାଚ୍ ଜିତିଲା ଭାରତ । ୮୨ ରନ୍ରେ ହାରିଲା ସାଉଥ ଆଫ୍ରିକା । ମ୍ୟାଚ ଜିତି ୨-୨ରେ ସିରିଜ ବରାବର କରି ଘରୋଇ ଦଳ । ପ୍ରଥମେ ବ୍ୟାଟିଂ କରି ୧୭୦ ରନ୍ର ଟାର୍ଗେଟ ଦେଇଥିଲା ଭାରତ । ମ୍ୟାଚରେ ଦିନେଶ କାର୍ତ୍ତିକ କରିଥିଲେ ବିସ୍ଫୋରକ ଅର୍ଦ୍ଧଶତକ । ୧୭୦ରନର ଟାର୍ଗେଟକୁ ପିଛା କରି 16.5 ଓଭରରେ ୮୭ ରନ୍ କରି ଅଲଆଉଟ ହୋଇଛି ଭ୍ରମଣକାରୀ ଟିମ୍ ।
ମରାମରି ହୋଇ ଡ୍ରେନରେ ପଡିଲେ ଦୁଇ ଯା’
ରାଜସ୍ଥାନ: ରାସ୍ତା ମଝିରେ ଦୁଇ ମହିଳାଙ୍କ ମଧ୍ୟରେ ଚୁଟି ଟଣା ଆଉ ଗୋଇଟା ବିଧା ମରାମରି । ଏପରି ଦୃଖ୍ୟ ଦେଖି ଜମାହୋଇ ଯାଇଥିଲେ ଆଖପାଖ ଲୋକ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ରାଜସ୍ଥାନ ଜିଲ୍ଲାର ଆଜମେର ସ୍ଥିତ ଏକ ପେଟ୍ରୋଲପମ୍ପ ନିକଟରେ । ପେଟ୍ରୋଲ ପମ୍ପ ମାଲିକଙ୍କ ପରିବାରର ଦୁଇମହିଳାଙ୍କ ମଧ୍ୟରେ ଅଚାନକ ଆରମ୍ଭ ହୋଇଯାଇଥିଲା ଘମାଘୋଟ ଲଢେଇ । ଦୁଇ ମହିଳା ମଧ୍ୟରେ ଚୁଟି ଟଣାଟଣି ଠାରୁ ଆରମ୍ଭ କରି ଜାବଡା ଓ ଗୋଇଠା ବିଧା ମରାମରି ମଧ୍ୟ ଜାରି ରହିଥିଲା । ଏପରି ମରାମରି ହେଉହେଉ ନାଳରେ ପଡି ଯାଇଥିଲେ ଦୁହେଁ, ହେଲେବି କେହି ବି ଛଡାଛଡି ହେବାର ନାଁ ନେଉନଥିଲେ । ସେମାନଙ୍କ ମାରପିଟ୍ ଭିତରେ ଦୁଇ ପକ୍ଷର ପୁରୁଷ ମାନେ ମଧ୍ୟ ଲଢେଲ କରିବାକୁ ଡେଇଁ ପଡିଥିଲେ ।

ରାଜସ୍ଥାନର ଆଜମେର ସ୍ଥିତ ବ୍ୟାବର ପେଟ୍ରୋଲପମ୍ପ ନିକଟରେ ଜମି ବିବାଦକୁ ନେଇ ଗୋଟିଏ ପରିବାରର ଦୁଇ ପକ୍ଷ ମଧ୍ୟରେ ଆଖିବୁଜା ମରାମରି । ଏହି ଲଢେଇ ଭିତରେ ଦୁଇ ପକ୍ଷର ମହିଳାଙ୍କ ମଧ୍ୟରେ ଲାଗିଥିଲା ଘମାଘୋଟ ଲଢେଇ । ମରାମରି ହେଉହେଉ ପେଟ୍ରୋଲ ପମ୍ପ ନିକଟ ଏକ ଡ୍ରେନରେ ଗଳିପଡିଥିଲେ । ନାଳରେ ପଡି ମଧ୍ୟ କାଦୁଅ ଭିତରେ ଜାରି ରହିଲା ସେମାନଙ୍କ ଲଢେଇ । ସୂଚନା ପାଇ ଘଟଣାସ୍ଥଳରେ ସିଟି ଥାନା ପୋଲିସ ପହଞ୍ଚି ପରିବେଶକୁ ଶାନ୍ତ କରିଥିଲେ ଓ ସମସ୍ତଙ୍କୁ ପୋଲିସ ଷ୍ଟେସନକୁ ନେଇ ଯାଇଥିଲେ ।

ଘଟଣାକୁ ନେଇ ଥାନା ଅଧିକାରୀ ସୁରେନ୍ଦ୍ର ସିଂହ କହିଛନ୍ତି ଯେ, ପେଟ୍ରୋଲ ପମ୍ପ ମାଲିକ ଓ ତାଙ୍କ ପରିବାର ମଧ୍ୟରେ ସମ୍ପତ୍ତି ଓ ଜମିଜମାକୁ ନେଇ ବିବାଦ ଚାଲିଆସିଥିଲା, ସେହି କାରଣକୁ ନେଇ ସେମାନଙ୍କ ମଧ୍ୟରେ ପରସ୍ପର ମଧ୍ୟରେ ଲାଗିଯାଇଥିଲା ସଂଘର୍ଷ । ଏହି ଝଗଡ଼ା ଯୋଗୁଁ ସମସ୍ତେ ଆହତ ହୋଇଛନ୍ତି । ବର୍ତ୍ତମାନ ଏହି ଘଟଣାର ତଦନ୍ତ ଜାରି ରଖିଛି ସିଟି ପୋଲିସ ।
ସଞ୍ଜୟ ସିଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ
ଭୁବନେଶ୍ୱର: ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ ହେଲେ ସଞ୍ଜୟ କୁମାର ସିଂ । ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଉପାଧ୍ୟକ୍ଷ ଅଛନ୍ତି ସଞ୍ଜୟ କୁମାର । ପୂର୍ବରୁ ଭୁବନେଶ୍ୱର ମହାନଗର ନିଗମର କମିଶନର ଭାବେ ଦାୟିତ୍ୱ ନିର୍ବାହ କରିଛନ୍ତି । ରାଜ୍ୟ ସରକାରଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦାୟିତ୍ୱ ନିର୍ବାହ କରିଛନ୍ତି ସଞ୍ଜୟ । ତେବେ ରାଜ୍ୟ ସରକାର ତାଙ୍କୁ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତ ଦେଇଛନ୍ତି ।
୧୯୯୭ ବ୍ୟାଚର ଏହି ଭାରତୀୟ ପ୍ରଶାସନିକ ଅଧିକାରୀ ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଭାବେ କାର୍ଯ୍ୟ କରିଛନ୍ତି । ଓଡ଼ିଶା ପ୍ରଶାସନରେ ତାଙ୍କର ଅଭିଜ୍ଞତା ରହିଛି । ତେବେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଥିଲେ । ୧୦ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ବଦଳି କରିଛନ୍ତି । ଏବଂ ତିନି ମହାନଗର ନିଗମରେ ମଧ୍ୟ ନୂତନ କମିଶନରଙ୍କୁ ନିଯୁକ୍ତି ଦେଇଛନ୍ତି ।
ରାସ୍ତାରେ ସିଙ୍ଗଡ଼ା ବିକୁଛନ୍ତି ଆଫଗାନିସ୍ତାନ ନ୍ୟୁଜ ଉପସ୍ଥାପକ
କାବୁଲ: ମଣିଷ ପରିସ୍ଥିତିର ଦାସ । ଟିଭିରେ ସଚ୍ଚୋଟତାର ସହ ନ୍ୟୁଜ ପଢୁଥିବା ଉପସ୍ଥାପକକୁ ଏବେ ରାସ୍ତାରେ ସିଙ୍ଗଡା ବିକିବାକୁ ପଡୁଛି । ଏପରି ପରିସ୍ଥିତର ଗତି କରୁଛନ୍ତି ଆଫଗାନସ୍ତାନର ଜଣେ ପ୍ରତିଷ୍ଠିତ ସାମ୍ବାଦିକ । ପୂର୍ବ ବର୍ଷ ହିଁ ଆଫଗାନିସ୍ତାନର ପରିସ୍ଥିତି ସଙ୍କଟପୂର୍ଣ୍ଣ ହୋଇଯାଇଥିଲା । ବଦଳିଯାଇଥିଲା ସରକାର ଓ ଆରମ୍ଭ ହୋଇ ଯାଇଥିଲା ତାଲିବାନୀ ରାଜ୍ । ଏହା ପରେ ଯାହାକୁ ଯେମିତି ସୁବିଧା ମିଳିଲା ସେ ଦେଶ ଛାଡି ଚାଲିଯାଇଥିଲେ । ତାଲିବାନୀ ମାନେ ରାଜ୍ୟରେ ଯେମିତି ଆତଙ୍କ ଖେଳାଇଥିଲେ, ଯାହାକୁ ଦୃଷ୍ଟିରେ ରଖିଲେ ଦେଶବାସୀଙ୍କ ଦେଶ ଛାଡିବା ହିଁ ଠିକ୍ ନିଷ୍ପତ୍ତି ବୋଲି କୁହାଯିବ ।
ଆଫଗାନିସ୍ତାନରେ କେବଳ ମହିଳା ମାନେ ହିଁ ନିର୍ଯ୍ୟାତନାର ଶିକାର ହୋଇଥିଲେ ତାହା ନୁହେଁ, ପୁରୁଷ ମାନଙ୍କ ଜୀବନ ମଧ୍ୟ ନର୍କ ପାଲଟିଯାଇଥିଲା । ଏବେ କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଏକ ସମ୍ବାଦଦାତା ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ରାସ୍ତା କଡ଼ରେ ବସି ସିଙ୍ଗଡ଼ା ବିକୁଛନ୍ତି ।
ସୋସିଆଲ ମିଡିଆରେ ଉକ୍ତ ସାମ୍ବାଦିକଙ୍କ ଫଟୋ ଭାଇରାଲ ହେଉଛି। ଯାହାକୁ ନେଇ ଆଫଗାନିସ୍ତାନର ଜାତୀୟ ମିଡିଆ ଓ ଟେଲିଭିଜନ ନିର୍ଦ୍ଦେଶକ ଜେନେରାଲ ଅହମ୍ମଦୁଲ୍ଲାହ ବାସିକ ମଧ୍ୟ ଏହାକୁ ସେୟାର କରିବା ସହ ଲେଖିଛନ୍ତି, ତାଙ୍କ ପରି ରିପୋର୍ଟର ଓ ଆଙ୍କରଙ୍କୁ ଆଉଥରେ ତାଙ୍କ ଡିପାଟମେଣ୍ଟରେ ଚାକିରି ଦିଆଯିବ । ଲୋକେ ଆଶ୍ଚର୍ଯ୍ୟ ହେଉଛନ୍ତି କି ତାଲିବାନ ଶାସନ ପରେ ଗଣମାଧ୍ୟମର ଅବସ୍ଥା କଣ ହୋଇଯାଇଛି? କେବେ ସୁଟ୍ ପିନ୍ଧି ଖବର ପ୍ରସାରଣ କରୁଥିବା ବ୍ୟକ୍ତିର ଏପରି ଅବସ୍ଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

