ନବରଙ୍ଗପୁର: ଛେଳି ଚରାଇବାକୁ ଯାଇ ପଥର ସନ୍ଧିରେ ଫସିଲା ବାଳକ। ପ୍ରାୟ ଦୀର୍ଘ ୧୦ ଘଣ୍ଟାର ରେସକ୍ୟୁ ଅପରେସନ୍ ପରେ କରାଯାଇଛି ଉଦ୍ଧାର । ନବରଙ୍ଗପୁର ତେନ୍ତୁଳିଖୁଣ୍ଟି ବ୍ଲକ୍ ସ୍ଥିତ କରାଘାଟି ଗାଁରେ ଘଟିଛି ଏପରି ଅଭାବନୀୟ ଘଟଣା । ଗତକାଲି ଦିନ ୧୦ଟାରେ ଜଣେ ୧୨ ବର୍ଷର ବାଳକ ପାହାଡ଼ ଉପରେ ଛେଳି ଚରାଇବାକୁ ଯାଇଥିବା ସମୟରେ ଦୁଇଟି ପଥର ସନ୍ଧିରେ ତା’ର ମୁଣ୍ଡ ଫସି ଯାଇଥିଲା। ବାଳକର ଗୋଡ଼ ଦୁଇଟି ଉପରେ ଥିବା ବେଳେ ମୁଣ୍ଡଟି ପଥର ସନ୍ଧିରେ ଫସି ରହିଥିଲା। ଚିତ୍କାର ଶୁଣି ଗାଁର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ବାଳକଟିକୁ କରିବାକୁ ଉଦ୍ୟମ କରିଥିଲେ। ସୂଚନା ପରେ ଅପରାହ୍ନରେ ତେନ୍ତୁଳିଖୁଣ୍ଟି ବିଡ଼ିଓ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ରାତି ପ୍ରାୟ ୮ଟା ବେଳକୁ ବାଳକକୁ ଉଦ୍ଧାର କରାଯାଇଥଲା । ତେବେ ମୁଣ୍ଡ କେମିତି ପଥର ସନ୍ଧିରେ ଫସିଲା ତାହା ସ୍ପଷ୍ଟ ହୋଇନାହିଁ। ଏହାପରେ ତାକୁ ପ୍ରଥମେ ପାତ୍ରପୁଟ୍ ମେଡିକାଲ ଓ ପରେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏବେ ବାଳକର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡିଛି।
BMWରେ ଝିଅର ପାୱାର ଶୋ’, କ୍ଷମା ମାଗିଲେ ବିଧାୟକ ବାପା
ବେଙ୍ଗାଲୁରୁ: କଥାରେ ଅଛି ବଡ ଘର ବଡ ଗୁମର କଥା । କିନ୍ତୁ ବଡବଡିଆଙ୍କ ଔଦ୍ଧତାମି ଏବେ ରାସ୍ତାଘାଟରେ ଦେଖିବାକୁ ମିଳିଛି । ବିଧାୟକ ବାପାଙ୍କ ପାୱାର ଦେଖାଇ ଦୁର୍ବ୍ୟବହାର କରିଛନ୍ତି ଝିଅ । ସହର ଭିତରେ ଦ୍ରୁତଗତିରେ ଗାଡି ଚଲାଇବା ସହ ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରି ତଣ୍ଡ ଗଣିଛନ୍ତି ବିଧାୟକଙ୍କ ଝିଅ । ଆଉ ଝିଅର ଏଭଳି କାରନାମାରେ କ୍ଷମା ମାଗିଛନ୍ତି କର୍ଣ୍ଣାଟକର ବିଜେପି ବିଧାୟକ ଅରବିନ୍ଦ ଲିମ୍ବାଭଲି ।
ଗତ ଗୁରୁବାର ସନ୍ଧ୍ୟାରେ ବେଙ୍ଗାଲୁରୁ ରାସ୍ତାରେ ହଇଚଇ ସୃଷ୍ଟି କରିଥିଲା ବିଏମଡବ୍ଲୁର ୨୦୨୦ ମଡେଲ (K03-NH0909) । ସନ୍ଧ୍ୟା ୫ଟା ବେଳେ କୁଇନ ରୋଡରୁ ରାଜଭବନ ରୋଡ ମଧ୍ୟରେ ଔଦ୍ଧତାମି ଦେଖାଇଥିଲା BMW । ଦ୍ରୁତଗତିରେ ଆସି ଜଣେ ପୋଲିସ ଅଧିକାରୀଙ୍କ ଗାଡିକୁ ଅତିକ୍ରମ କରିବା ବେଳେ BMW କୁ ଅଟକାଇଥିଲା ପୋଲିସ । ଏହି ସମୟରେ ଗାଡିରୁ ବାହାରି ଆସି ପୋଲିସ ସହ ପାଟିତୁଣ୍ଡ ଆରମ୍ଭ କରି ଦେଇଥିଲେ ୨୦ ବର୍ଷୀୟ ଯୁବତୀ । ‘କଣ ଏସିପିଙ୍କ କାରକୁ ଓଭରଟେକ କରିବାରୁ ଗାଡି ଅଟକାଇଛ ? ଏଇଟା ଜଣେ ବିଧାୟକଙ୍କ ଗାଡି । ମୋ ବାପା ହେଉଛନ୍ତି ବିଧାୟକ ଅରବିନ୍ଦ ଲିମ୍ବାଭାଲି । ଆମକୁ ଯିବାକୁ ଦିଅନ୍ତୁ । ମୁଁ ଜୋରିମାନା ଦେବି ନାହିଁ । ଓଭରଟେକିଂ ପାଇଁ ମାମଲା ରୁଜୁ ହୁଏନି’ ବୋଲି ଉତକ୍ଷିପ୍ତ ହୋଇ ପ୍ରଶ୍ନ କରିଥିଲେ ଯୁବତୀ । ତେବେ ସେ ଭୁଲ ଦିଗରେ ଦ୍ରୁତଗତିରେ ଆସି ଗାଡି ଅତିକ୍ରମ କରିଥିବା ପୋଲିସ ତାଙ୍କୁ କହିଥିଲେ ମଧ୍ୟ ମାନିନଥିଲେ ଯୁବତୀ ।
ସେହିପରି ସେଠାରେ ଥିବା ଗଣମାଧ୍ୟମ ସଂସ୍ଥାର କ୍ୟାମେରାମ୍ୟାନ ଏହି ଘଟଣାକୁ କଏଦ କରିବା ସମୟରେ ତାଙ୍କୁ ମଧ୍ୟ ଅସଦାଚରଣ କରିଥିଲେ ଯୁବତୀ । ‘ତୁମକୁ କିଏ ପଠାଇଛି ଏଠାକୁ ? କିଏ ତୁମେ ?’ କ୍ୟାମେରା ବନ୍ଦ କର କହି ଇଂରାଜୀରେ ଚିତ୍କାର କରିବା ସହ କ୍ୟାମେରାକୁ ମଧ୍ୟ ତିନି ଚାରି ମୁଥ ମାରିଥିଲେ ।
ଗାଡିରେ ବସିଥିବା ଆଉ ୩ ଜଣ ବନ୍ଧୁଙ୍କ ମଧ୍ୟରୁ ଜଣେ ଯୁବକ ଅନଲାଇନରେ ଜୋରିମାନା ଗଣିବା ପରେ ପୋଲିସ ସେମାନଙ୍କ ଗାଡି ଯିବାକୁ ଦେଇଥିଲା । ସାତୋଟି ଜାଗାରେ ଭୁଲ ପାର୍କିଂ ପାଇଁ ଏକ ହଜାର ଟଙ୍କା ଓ ଛଅଟି ଜାଗାରେ ଟ୍ରାଫିକ ନିୟମ ଉଲ୍ଲଙ୍ଘନ ପାଇଁ ୫୦୦ ଟଙ୍କା ଜୋରିମାନା ଲଗାଇଥିଲା ପୋଲିସ ।
ସେପଟେ ଏହି ଘଟଣା ପାଇଁ କ୍ଷମା ମାଗିଛନ୍ତି ମହାଦେବପୁର ବିଧାୟକ ଅରବିନ୍ଦ ଲିମ୍ବାଭାଲି । ‘ଆମ ପରିବାରର ସଂସ୍କାର ଏଭଳି ନୁହେଁ । ଯଦି ମୋ ଝିଅ କାହା ମନରେ ଆଘାତ ଦେଇଛି ଏଥିପାଇଁ ମୁଁ କ୍ଷମା ମାଗୁଛି’ କହିଛନ୍ତି ବିଧାୟକ ।
ରାଉରକେଲାରେ ବିଜେପି ନେତାଙ୍କ ଦାଦାଗିରି, ଶ୍ରମିକ ନେତାଙ୍କ ଘରେ ପଶି ସ୍ତ୍ରୀଙ୍କୁ କଲେ ଅସଦାଚରଣ
ରାଉରକେଲା: ରାଉରକେଲାରେ ବିଜେପି ନେତାଙ୍କ ଦାଦାଗିରି । ଶ୍ରମିକ ନେତା ପ୍ରଶାନ୍ତ ମାଝୀଙ୍କ ଘରେ ପଶି ବିଜେପି ନେତା ଦାଦାଗିରି କରିଥିବା ଅଭିଯୋଗ ହୋଇଛି । ପ୍ରଶାନ୍ତ ମାଝୀଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏପରିକି ମାରିଦେବା ପାଇଁ ଧମକ ଦେବା ସହ ବିଭିନ୍ନ ଆସବାବପତ୍ର ଭାଙ୍ଗିଥିବା ନେଇ ସେକ୍ଟର ୩ ଥାନାରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଅଭିଯୋଗ ଅନୁସାରେ, ଗତକାଲି ଜଣେ ଯୁବ ବିଜେପି ନେତା, ପ୍ରଶାନ୍ତ ମାଝୀଙ୍କ ଘରେ ଜୋର ଜବରଦସ୍ତ ପଶିଥିଲେ । ପ୍ରଶାନ୍ତ ମାଝୀଙ୍କ ପତ୍ନୀଙ୍କୁ ଧକ୍କା ମାରି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ବିଜେପି ସାଂସଦ ଜୁଏଲ ଓରାମଙ୍କ ନାଁରେ ଅଶାଳୀନ ଆଚରଣ ନେଇ ଝିରପାଣି ଥାନାରେ ଅଭିଯୋଗ କରିଥିଲେ ଗୌରୀ ମୁଣ୍ଡାରୀ ଓ ଶ୍ରମିକ ନେତା ପ୍ରଶାନ୍ତ ମାଝୀ । କିନ୍ତୁ ଏହାପରେ ଏମାନଙ୍କ ନାଁରେ ସେକ୍ଟର ତିନି ଥାନାରେ ବିଜେପିର ଜଣେ ନାରୀ ନେତ୍ରୀ ମିଥ୍ୟା ଅଭିଯୋଗ କରିଛନ୍ତି । ବିଜେପି ବୈଠକ ସମୟରେ ହୋଇଥିବା ଗଣ୍ଡଗୋଳରେ ଗୌରୀ ମୁଣ୍ଡାରୀ ଓ ପ୍ରଶାନ୍ତ ମାଝି ସମ୍ପୃକ୍ତ ନଥିଲେ ମଧ୍ୟ ସେକ୍ଟର ୩ ଥାନାରେ ଉଭୟଙ୍କ ନାଁରେ ମିଥ୍ୟା ଅଭିଯୋଗ ହୋଇଛି । ଗୌରୀ ମୁଣ୍ଡାରୀ ଓ ପ୍ରଶାନ୍ତ ମାଝୀଙ୍କୁ ମିଛ କେସରେ ଫସାଇବା ସହ ଜୀବନରେ ମାରିଦେବା ପାଇଁ ବିଜେପି ନେତା ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି ।
ମୌତ କା କୂଆ: ବାଲଟିଏ ପାଣି ପାଇଁ ବାଜିରେ ଜୀବନ
ମୁମ୍ବାଇ: ପାଣି ପାଇଁ ଚାଲିଛି ବିପଦଜ୍ଜନକ ପ୍ରତିଯୋଗିତା । ଏମିତି ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ମେଲଘାଟର ଖଳିଆଳ ଗାଁରେ । ବାଲଟିଏ ପାଣି ପାଇଁ ଜୀବନକୁ ବାଜିରେ ଲଗାଇ ଦେଇଛନ୍ତି ଗ୍ରାମବାସୀ । ଗାଁରେ ଦେଖିବାକୁ ମିଳିଛି ଜଳକଷ୍ଟ । ଗାଁରେ ୧୫୦୦ ଜନସଂଖ୍ୟାଙ୍କ ଶୋଷ ମେଣ୍ଟାଇବା ପାଇଁ ୨ଟି କୂପ ରହିଛି । ହେଲେ କୂଅଟି ପ୍ରାୟତଃ ଶୁଖିଲା ରହୁଥିବାରୁ 2 ରୁ ୩ଟି ଟ୍ୟାଙ୍କର ଗାଁକୁ ପାଣି ଯୋଗାଇଥାନ୍ତି ।
ଟ୍ୟାଙ୍କରର ପାଣି ଯୋଗାଇବା ବ୍ୟବସ୍ଥା ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହେବେ । ପ୍ରତିଦିନ ୨ଟି ଟ୍ୟାଙ୍କର ଆସି ଶୁଖିଲା କୂଅରେ ପାଣି ଭରିଥାଏ । ଆଉ ଏଠାରୁ ପାଣି ନେବା ପାଇଁ ପ୍ରତିଯୋଗିତା କରିଥାନ୍ତି ଗ୍ରାମବାସୀ । ତାହା ବି ଅତି ବିପଦଜ୍ଜନକ ଭାବେ ଜୀବନକୁ ବାଜି ଲଗାଇ ଗ୍ରାମବାସୀ ମାନେ କୂଅରୁ ପାଣି କାଢି ଥାଆନ୍ତି ।
#WACTH | Maharashtra: People of Khadial village in Melghat are risking their lives for a bucket of water
"There are only two wells in the village which have almost dried up, a village of 1500 population is dependent on 2-3 tankers for water every day", said a villager pic.twitter.com/5tWAjDgqci
— ANI (@ANI) June 10, 2022
ସେପଟେ ଅପରିଷ୍କାର ପାଣି ପିଇ ବିଭିନ୍ନ ରୋଗର ଶିକାର ହେଉଛନ୍ତି ଗାଁ ଲୋକେ । ଆଉ ଯଦି କେହି ଅସୁସ୍ଥ ହୁଏ ତେବେ ହସ୍ପିଟାଲ ଯିବା ପାଇଁ ଗାଁକୁ ରାସ୍ତା ଟିଏ ବି ନାହିଁ । ତେବେ ଜଳ ସଙ୍କଟ ଦୂର ପାଇଁ ଗାଁରେ ଚାଲିଛି ଜୀବନ-ମରଣ ଖେଳ ।
ଋଣ ଭାର ସହିନପାରି ଆତ୍ମହତ୍ୟା କଲେ ଦମ୍ପତି
ଢ଼େଙ୍କାନାଳ: ଡକାଡକି ହୋଇ ବିଶ ପିଇବା ସହ ରଶି ଲଗାଇ ଆତ୍ମହତ୍ୟା କଲେ ଦମ୍ପତି । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗାଁରେ । ଆମେ ବିଷ ପିଇଛୁ ବୋଲି ମଧ୍ୟ ଲେଖି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଋଣ ଭାର ସହିନପାରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତ ଦମ୍ପତି ହେଲେ ବିଶିକେଶନ ସାହୁ ମାମା ସାହୁ । ଉପର ମହଲା ଛାତର ଏକ ପରିତ୍ୟକ୍ତ ଘରେ ଆତ୍ମହତ୍ୟା କରିଛନ୍ତି ଦମ୍ପତି । ଖବରପାଇ ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

