spot_img
Home Blog Page 4319

ୟୁସିସିଆଇ ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ପାଳିତ – ଓଡ଼ିଶାର ୩ ନାରୀ ପ୍ରତିଭାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର: ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ୟୁସିସିଆଇ) ଲେଡିଜ୍ ଫୋରମର ପ୍ରତିଷ୍ଠା ଦିବସ ସୋମବାର ଦିନ ଭୁବନେଶ୍ଵର ସ୍ଥିତ ୟୁସିସିଆଇ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ଏଥିରେ ଭୁବନେଶ୍ଵର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ଓଡ଼ିଶାର ୩ ଜଣ ବିଶିଷ୍ଟ ନାରୀ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା। ସମ୍ମାନୀତ ହୋଇଥିବା ପ୍ରତିଭାମାନେ ହେଲେ ଓଡ଼ିଶାର ପ୍ରଥମ ମହିଳା ଭିଡିଓ ଜର୍ଣ୍ଣାଲିଷ୍ଟ ଜ୍ୟୋତ୍ସ୍ନାରାଣୀ ଦଳାଇ, ମହିଳା ରଗ୍ବୀ ଖେଳାଳି ସୁମିତ୍ରା ନାୟକ ଏବଂ ଓଡ଼ିଆ ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରାୟମହାପାତ୍ର। “ୟୁସିସିଆଇ ଲେଡିଜ୍ ଫୋରମ ମହିଳାମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସଶକ୍ତ କରାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଆସୁଛି। ବିଶେଷକରି ଉଦ୍ୟୋଗ ପ୍ରତିଷ୍ଠା ଏବଂ ତା’ର ଅଭିବୃଦ୍ଧି କ୍ଷେତ୍ରରେ ମହିଳାମାନେ କିଭଳି ଆଗକୁ ଆସିପାରିବେ, ସେ ଦିଗରେ ଫୋରମର ଭୂମିକା ପ୍ରଶଂସନୀୟ”, କହିଛନ୍ତି ବିଏମସି ମେୟର ଶ୍ରୀମତୀ ସୁଲୋଚନା ଦାସ।

ଏହି କାର୍ଯ୍ୟକ୍ରମରେ ୟୁସିସିଆଇ ସଭାପତି ବ୍ରହ୍ମାନନ୍ଦ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନାରୀ ସଶକ୍ତିକରଣ କ୍ଷେତ୍ରରେ ୟୁସିସିଆଇ ଲେଡିଜ୍ ଫୋରମ ପକ୍ଷରୁ ହେଉଥିବା ସମସ୍ତ କାର୍ଯ୍ୟକୁ ପ୍ରଶଂସା କରିଥିଲେ। ସେହିପରି ବିଶିଷ୍ଟ ଓଡ଼ିଆ ଉଦ୍ୟୋଗୀ ସୁଶାନ୍ତ କୁମାର ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଅନ୍ୟସବୁ କ୍ଷେତ୍ର ପରି ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ମହିଳାମାନେ କିଭଳି ସଫଳ ହୋଇପାରୁଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ। ଏହି ଅବସରରେ ୟୁସିସିଆଇ ଲେଡିଜ୍ ଫୋରମର ବିଶେଷ ସ୍ମରଣିକାକୁ ଅତିଥିମାନେ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ଡ୍ୟାନ୍ସ ଏକାଡେମି ଗ୍ରୁପର କଳାକାରମାନେ ଓଡ଼ିଶୀ ଏବଂ ସମ୍ଵଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଏଥିସହ ୟୁସିସିଆଇ ଲେଡିଜ୍ ଫୋରମର ଉପଦେଷ୍ଟା ଗୀତାରାଣୀ ପାଢ଼ୀ, ଜୟନ୍ତ ସାହୁ ଏବଂ ଜ୍ୟୋତି ପ୍ରକାଶ ଦାସଙ୍କୁ ଫୋରମ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

କାର୍ଯ୍ୟକ୍ରମରେ ୟୁସିସିଆଇ ଲେଜିଡ୍ ଫୋରମର ସଭାନେତ୍ରୀ ସ୍ଵର୍ଣ୍ଣପ୍ରଭା ସାମଲ ସ୍ଵାଗତ ଭାଷଣ ଦେଇଥିବା ବେଳେ ସମ୍ପାଦିକା ହିମାଂଶୁବାଳା ମହାନ୍ତି ଫୋରମର ବାର୍ଷିକ ବିବରଣୀ ପାଠ କରିଥିଲେ। ଫୋରମର ସଦସ୍ୟା ଶ୍ଵେତା ଦାସ ଏବଂ ଅର୍ଚ୍ଚନା ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଫୋରମର ପୂର୍ବତନ ସଭାନେତ୍ରୀ ଭାରତୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ୱେତା ପ୍ରଧାନ, ସବିତା ଦାସ, ନମିତା ମହାପାତ୍ର, ଭାରତୀ ରାଠୋର, ମିନତୀ ଦାସ, ପ୍ରଣତୀ ପରିଡ଼ା ଏବଂ ସୋନାଲି ଚୌଧୁରୀଙ୍କ ସମେତ ୟୁସିସିଆଇ ଲେଡିଜ୍ ଫୋରମର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ଡାକ୍ତରୀ ବିଜ୍ଞାନ ପାଇଁ ଖୁସି ଖବର, ମେଡିସିନ ଖାଇ ସୁସ୍ଥ ହେଲେ କ୍ୟାନସର ରୋଗୀ

ନନ୍ଦିଘୋଷ ବ୍ୟୁରୋ: ବିଶ୍ୱ ଡାକ୍ତରୀ ବିଜ୍ଞାନ ପାଇଁ ଏକ ଖୁସି ଖବର , ଯାହା କି ଲକ୍ଷ ଲକ୍ଷ ଲୋକଙ୍କ ମୁହଁରେ ହସ ଫୁଟାଇପାରେ । କାରଣ ଏମିତି ଏକ ଅବିଶ୍ୱସନୀୟ ଚମତ୍କାର ହୋଇଛି, ଯାହା କି କ୍ୟାନସର ରୋଗୀଙ୍କ ମନୋବଳ ବୃଦ୍ଧି କରିବ । ନ୍ୟୁୟର୍କରେ ରେକ୍ଟାଲ କ୍ୟାନସରରେ ପୀଡିତ କିଛି ରୋଗୀଙ୍କ ଉପରେ ପରୀକ୍ଷାମୂଳକ ଭାବେ ଏକ ଔଷଧର ପ୍ରୟୋଗ କରାଯାଇଥିଲା । ୧୮ ଜଣ ରେକ୍ଟାଲ କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଦିଆଯାଇଥିଲା ସେହି ଏକା ଏକା ଔଷଧ । ଚିକିତ୍ସା ଥିଲା ପରୀକ୍ଷାମୂଳକ । କିନ୍ତୁ ୬ ମାସର ଚିକିତ୍ସା ପରେ ଏହାର ଫଳାଫଳ ଥିଲା ଅତି ଚମତ୍କାର ହୋଇଛି । ସବୁ ରୋଗୀ କ୍ୟାନସରମୁକ୍ତ ହୋଇଥିବା ଜଣା ପଡିଛି ।

ସୂଚନା ମୁତାବକ ସେମାନଙ୍କୁ ଦିଆଯାଇଥିଲା ଦୋସ୍ତାରଲିମାବ ନାମକ ଏକ ଔଷଧ । ଆଉ ୬ ମାସ ପରେ ସବୁ ରୋଗୀଙ୍କ ଟ୍ୟୁମର ଉଭେଇଯାଇଥିଲା । ଏହା ଥିଲା ଏକ ଛୋଟ କ୍ଲିନିକାଲ ଟ୍ରାଏଲ୍ । ଦୋସ୍ତାରଲିମାବ ହେଉଛି ଏକ ପରୀକ୍ଷାଗାର ପ୍ରସ୍ତୁତ ଔଷଧ କଣିକା ଯାହା, ମାନବ ଶରୀରରେ ଆଂଟିବଡି ଭାବେ କାମ କରେ । ଏହି ଔଷଧ ପ୍ରୟୋଗ ଦ୍ବାରା ସବୁ ରୋଗୀ ସୁସ୍ଥ ହୋଇଯାଇଥିଲେ । କ୍ୟାନସର ରୋଗର ଇତିହାସରେ ଏଭଳି ଘଟଣା ପ୍ରଥମ ଥର ପାଇଁ ହୋଇଛି ବୋଲି ନ୍ୟୁୟର୍କର ମେମୋରିଆଲ ସ୍ଲୋଆନ କେଟେରିଙ୍ଗ କ୍ୟାନସର ସେଣ୍ଟରର ଡକ୍ଟର ଲୁଇସ ଏ. ଡିଆଜ କହିଛନ୍ତି ।

ନ୍ୟୁୟର୍କ ଟାଇମସ ରିପୋର୍ଟ ଅନୁସାରେ କ୍ଲିନିକାଲ ଡ୍ରଗ ଟ୍ରାଏଲର ସମ୍ମୁଖୀନ ହୋଇଥିବା ରୋଗୀମାନେ ପୂର୍ବରୁ କେମୋଥେରାପି, ରାଡିଏସନ ଓ ସର୍ଜରୀର ସହାୟତା ନେଇଥିଲେ ମଧ୍ୟ ଆରୋଗ୍ୟ ହୋଇ ନ ଥିଲେ । ଆଉ ସେମାନଙ୍କଠାରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା । କ୍ୟାନସର ଏକ ମାରାତ୍ମକ ବ୍ୟାଧି । ପ୍ରତିବର୍ଷ କ୍ୟାନସରରେ କୋଟିଏରୁ ଅଧିକ ଲୋକ ପ୍ରାଣ ହରାଇଥାଆନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଅନୁସାରେ ୨୦୨୦ରେ ବ୍ରେଷ୍ଟ କ୍ୟାନସର, ଫୁସଫୁସ କୋଲୋନ ଓ ରେକ୍ଟମ, ପ୍ରୋଷ୍ଟେଟ୍ , ଚର୍ମ ଓ ପାକସ୍ଥଳୀ କ୍ୟାନସରରେ ଅଧିକ ଲୋକ ଆକ୍ରାନ୍ତ ହୋଇଥିଲେ । ଫୁସଫୁସ , କୋଲନ ଏବଂ ରେକ୍ଟମ କ୍ୟାନସରରେ ପୀଡିତଙ୍କ ମୃତ୍ୟୁ ସଂଖ୍ୟା ଅଧିକ ଥିଲା ।

ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ ଆନିମଲ୍‌ ହେଲ୍ପ ଲାଇନ, ଟୋଲ୍ ଫ୍ରି ନଂ- ୧୯୬୨ରେ ମିଳିବ ସେବା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଅନଲାଇନ୍ ଜରିଆରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ରାଜ୍ୟସ୍ତରୀୟ ପ୍ରାଣୀସେବା ହେଲ୍ପ ଲାଇନ (State Animal Helpline) ସହିତ ଅନେକ ନୂଆ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଜନସାଧାରଣଙ୍କୁ ନିବେଦନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ପ୍ରତ୍ୟେକ ନାଗରିକ ସମ୍ବେଦନଶୀଳ ହୋଇ ସେମାନଙ୍କ ସେବା ଯୋଗାଇଦେବା ଆବଶ୍ୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବୁଲା ଓ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ସହରାଞ୍ଚଳରେ ହେଲ୍‌ପ ଲାଇନ ୟୁନିଟ୍‌ ସହିତ ପ୍ରାଣୀ ଆମ୍ବୁଲାନ୍‌ସ ଓ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ଏଥିପାଇଁ କାମ କରୁଥିବା ଅଣ-ସରକାରୀ ଅନୁଷ୍ଠାନ ଗୁଡିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ଦ୍ବାରା ଏହି ପଶୁ ମାନଙ୍କ ସେବା ଆହୁରି ତ୍ବରାନ୍ବିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି ଏବଂ ପ୍ରାଣୀସଂପଦ ବିଭାଗର କର୍ମଚାରୀ ମାନଙ୍କୁ ଏଥିରେ ତୁରନ୍ତ ସେବା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ବୁଲା ପ୍ରାଣୀ ମାନଙ୍କ ଚିକିତ୍ସା ଓ ସେବା ପାଇଁ ଜାରୀ ହୋଇଥିବା ରାଜ୍ୟସ୍ତରୀୟ ପ୍ରାଣୀ ହେଲ୍‌ପ ଲାଇନ ୧୯୬୨ ଦିନରାତି ଚବିଶ ଘଣ୍ଟା କାର୍ଯ୍ୟକାରୀ ହେବ। ଏହାଦ୍ବାରା ଜରୁରୀ ସମୟରେ ପ୍ରାଣୀମାନଙ୍କୁ ଚିକିତ୍ସା ସେବା ମିଳିପାରିବ। ସେହିପରି ଟେଲି ଭେଟେରିନାରୀ ସେବା ବ୍ୟବସ୍ଥାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମତ୍ସ୍ୟ ଓ ପ୍ରାଣୀସଂପଦ କାର୍ଯ୍ୟକ୍ରମ ଗୁଡିକ ରାଜ୍ୟର ଚାଷୀ ମାନଙ୍କ ରୋଜଗାର ବୃଦ୍ଧି କରିବାରେ ସହାୟକ ହୋଇଛି ଏବଂ ରାଜ୍ୟ ସରକାର ସେମାନଙ୍କ ପ୍ରାଣୀସଂପଦକୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଅନେକ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି। ଟେଲି ଭେଟେରିନାରୀ ସେବା ବ୍ୟବସ୍ଥା ଦ୍ବାରା ଏହି କାର୍ଯ୍ୟକ୍ରମ ଆହୁରି ଦୃଢ ହେବା ସହିତ ପ୍ରାଣୀପାଳକ ମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ ।

ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମରେ ଟୋଲ୍‌ ଫ୍ରି ନମ୍ବର ୧୯୬୨ କିମ୍ବା ୧୫୫୩୩୩ ଜରିଆରେ ଫୋନ କରି ତୁରନ୍ତ ସହାୟତା ମିଳିପାରିବ। ରାଜ୍ୟର ୧୧ଟି ସହରରେ ଆନିମଲ୍‌ ଆମ୍ବୁଲାନ୍‌ସ ବ୍ୟବସ୍ଥା ରହିଛି ଏବଂ ସବୁ ବ୍ଲକ୍‌ରେ ପ୍ରାଣୀସେବା କେନ୍ଦ୍ରର ସୁବିଧା ମଧ୍ୟ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମତ୍ସ୍ୟ ଓ ପ୍ରାଣୀସଂପଦ ମ୍ୟାପିଂ ସିଷ୍ଟମ (Fisheries & Animal Resources Mapping System)ର ଶୁଭାରମ୍ଭ ମଧ୍ୟ କରିଛନ୍ତି। ୫-ଟି ଉପକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଦ୍ବାରା ରାଜ୍ୟର ସବୁ ପ୍ରାଣୀ ଚାଷ ୟୁନିଟ୍‌ ଗୁଡିକର ଜିଓ ଟ୍ୟାଗିଂ ଓ ମ୍ୟାପିଂ କରାଯିବ ଏବଂ ଏହାକୁ WEB-GIS ପ୍ଲାଟଫର୍ମରେ ଦେଖାଯାଇ ପାରିବ। ଏହାଦ୍ବାରା ସ୍ବଚ୍ଛତା ଓ ଉତ୍ତରଦାୟୀତା ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।

ଏହି ଅବସରରେ BAIF Institute ସହିତ ଏକ ବୂଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା । ଏହି ବୁଝାମଣା ଅନୁଯାୟୀ ରାଜ୍ୟରେ ୧୫୦୦ କୃତ୍ରିମ ପ୍ରଜନନ ଟେକ୍‌ନିସିଆନ ନିୟୋଜିତ ହେବେ । ଏହାସହିତ ଗୋପାଳପୁର ଠାରେ ଭେକ୍‌ଟି ଯାଆଁଳ ହାଚେରୀ ପ୍ରତିଷ୍ଠା ପାଇଁ ରାଜୀବ ଗାନ୍ଧୀ ସେଣ୍ଟର ଫର ଆକ୍ବା କଲ୍‌ଚର ସହିତ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା । ଭେକ୍‌ଟୀ ମାଛର ଚାହିଦା ବହୁତ ଅଧିକ ଥିବାରୁ ଏହା ମାଛଚାଷୀ ମାନଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଯୋଗଦେଇ କୃଷି, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଭାଗ ପକ୍ଷରୁ ରାଜ୍ୟର ପ୍ରାଣୀସଂପଦର ବିକାଶ ପାଇଁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ଆଜିର କାର୍ଯ୍ୟକ୍ରମ ପ୍ରାଣୀପାଳକ ମାନଙ୍କର ରୋଜଗାର ବୃଦ୍ଧିରେ ସହାୟକ ହେବ ବୋଲି ପ୍ରକାଶ କରି ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି)  ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ସଚିବ ଶ୍ରୀ ଆର. ରଘୁପ୍ରସାଦ ସ୍ବାଗତ ଭାଷଣ ଦେଇଥିଲେ ଏବଂ ବିଭାଗର ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । ବୈଠକରେ ମୁଖ୍ୟଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ମିଶନ ଶକ୍ତି କମିଶନର-ତଥା-ସଚିବ ଏବଂ ବିଭିନ୍ନ ଜିଲ୍ଲାରେ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।

ସ୍ନାନ ବେଦୀକୁ ଆସିବେ ଶ୍ରୀଜିଉ, ତିନି ଘଣ୍ଟା ଦର୍ଶନ କରିବେ ଶ୍ରଦ୍ଧାଳୁ

ପୁରୀ: ଦୁଇ ବର୍ଷ ପରେ ଭକ୍ତଙ୍କ ଗହଣରେ ହେବ ଦେବସ୍ନାନ ପୂର୍ଣ୍ଣିମା । ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ବେଶ ଦେଖିବାକୁ ଭକ୍ତଙ୍କୁ ସ୍ନାନବେଦୀ ଉପରେ ତିନି ଘଣ୍ଟା ସମୟ ମିଳିବ । କିନ୍ତୁ ଶ୍ରୀବିଗ୍ରହ ମାନଙ୍କୁ ସ୍ପର୍ଶ କରିପାରିବେ ନାହିଁ ଭକ୍ତ । ଆଜି ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକରେ ମୁଖ୍ୟତଃ ଦେବସ୍ନାନ ପୂର୍ଣ୍ଣିମା, ରଥଯାତ୍ରା, ବାହୁଡା ଯାତ୍ରା, ସୁନାବେଶ ଓ ନିଳାଦ୍ରୀ ବିଜେକୁ ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ଶେଷ କରିବା ନେଇ ଆଲୋଚନା ହୋଇଛି । ଜୁନ୍ ୧୪ରେ ହେବାକୁ ଥିବା ଦେବ ସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ପରିଚାଳନା କମିଟି ବୈଠକରେ ରାଜେନ୍ଦ୍ରାଭିଷେକ ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତିକୁ ସବକମିଟି ଚୁଡାନ୍ତ କରିଥିବା ବେଳେ ମୋହର ମାରିଛି ପରିଚାଳନା କମିଟି। ସ୍ନାନ ପୂର୍ଣ୍ଣିମା ଦିନ ମଙ୍ଗଳାର୍ପଣ, ଡୋରଲାଗି ଓ ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ। ଜୁନ୍ ୧୪ରେ ଭୋର ୪ଟାରେ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ। ସକାଳ ୯.୩୦ରୁ ୧୧.୩୦ ମଧ୍ୟରେ ଜଳ ବିଜେ ଓ ପୂଜା ହୋଇ ୧୨.୧୫ ରେ ଛେରା ପହଁରା ଓ ୧୨.୩୦ରୁ ୨.୩୦ ମଧ୍ୟରେ ହାତୀବେଶ ଶେଷ କରାଯିବ। ସକାଳେ ପରିମାଣିକ ଟିକେଟ ଦର୍ଶନ ବ୍ୟବସ୍ଥା କରାଯିବାକୁ ବ୍ୟବସ୍ଥା କରାଯାଇଛି ।

ବିଶେଷ କରି ପ୍ରଭୁଙ୍କ ଜଳଲାଗିକୁ ଶୃଙ୍ଖଳିତ କରିବା ଓ ହାତୀବେଶ ଓଲାଗି ସମୟରେ ଶୃଙ୍ଖଳା ରକ୍ଷା କରିବା ପାଇଁ ସମ୍ପୃକ୍ତ ସେବାୟତ ମାନଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ଜଳଲାଗି ଓ ହାତୀବେଶ ସମୟରେ ଶ୍ରୀବିଗ୍ରହମାନଙ୍କ ସମ୍ମୁଖରେ ଯେଭଳି କୈାଣସି ସେବାୟତ ଠିଆ ହୋଇ ବାଧା ସୃଷ୍ଟି କରିବେ ନାହିଁ ଏହା ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି। ସ୍ନାନ ମଣ୍ଡପରେ ସିସିଟିଭି ଓ ଭିଡିଓ ରେକର୍ଡିଂ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି । ସବୁ ସେବାୟତଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରାଯାଇ ନୀତିକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରାଯିବ ବୋଲି ସେବାୟତ କହିଛନ୍ତି  ।

ଦନ୍ତା ହାତୀକୁ ୧୦ ଗୁଳି, ମାସେ ହେବ ଘୁରି ବୁଲୁଛି ଅସୁସ୍ଥ ଗଜରାଜ..

କଟକ: ନିରୀହ ହାତୀ ଦେହରେ ବାଜିଛି ୧୦ ଗୁଳି । ନରସିଂହପୁର ଜଙ୍ଗଲରେ ବୁଲୁଛି ଗୁଳିବିଦ୍ଧ ଦନ୍ତା ଏକ ହାତୀ । ମିଳିଥିବା ସୂଚନା ଅନୁସାରେ ପଶ୍ଚିମ ବନ ବିଭାଗ ଅଧିନ ଜୟପୁର ଠାରେ ଏକ ଦନ୍ତା ହାତୀ ଶରୀରରେ ୧୦ଟି ଗୁଳି ବାଜିଥିବା ଜଣା ପଡିଛି  । ଏବଂ ଗୁଳିବିଦ୍ଧ ଏହି ଦନ୍ତା ହାତୀ ଯନ୍ତ୍ରଣାରେ ଛଟପଟ ହେବା ସହ ଘୁରି ବୁଲୁଛି  ।  ଶିକାରୀ ହିଁ ଗୁଳି ମାରିଥିବା ସ୍ପଷ୍ଟ ହୋଇଛି  ।  ସେପଟେ ହାତୀଟିର ବୟସ ୮ ରୁ ୧୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ହାତୀର ଶୁଣ୍ଢ, ମୁହଁ ଓ ଆଗ ଡାହାଣ ଗୋଡରେ ଲାଗିଛି ଗୁଳି । ଯାହା ଫଳରେ ସେ ଯନ୍ତ୍ରଣା ଭୋଗୁଛି  । ହାତୀଟି ଅସୁସ୍ଥ ଅବସ୍ଥାରେ ଜଙ୍ଗଲରେ ବୁଲୁଥିବା ଖବର ପାଇଥିଲେ ବନ ବିଭାଗ ଅଧିକାରୀ  । ପରବର୍ତ୍ତୀ ସମୟରେ ତତକ୍ଷଣାତ୍ ନରସିଂହପୁର ପ୍ରାଣୀ ଚିକିତ୍ସା ଅଧିକାରୀ ବିଜୟ କୁମାର ସେନାପତି ହାତୀଟିର ପ୍ରାଥମିକ ଚିକିତ୍ସା କରିଛନ୍ତି । ଏକ ମାସ ହେବ ଏହିପରି ଆହତ ଅବସ୍ଥାରେ ହାତୀଟି ଘୁରି ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ନୀଳାମ୍ବୁ ଚିଲିକାରେ ଚାଲିବ ’ଗରୁଡ଼’: ପାଣିରେ ବିତିବ ରାତି, ମିଳିବ ଫାଇଭ୍ ଷ୍ଟାର ସୁବିଧା..

ନନ୍ଦିଘୋଷ ବ୍ୟୁରୋ: ଏବେ ଚିଲିକା ମଝିରେ ହେବ ସେଲିବ୍ରେସନ  । ଜନ୍ମଦିନ, ରିଙ୍ଗ ସେରମୋନି, ବିବାହ ବାର୍ଷିକୀ ପାଳନ, ରାତ୍ରି ଯାପନ ବ୍ୟାବସ୍ଥା ସହ ଇତ୍ୟାଦିର ମଜା ନେଇ ପାରିବେ ପର୍ଯ୍ୟଟକ । ଚିଲିକାରେ ଚାଲିବ ହାଉସବୋଟ । ରାଜ୍ୟରେ ପ୍ରଥମ ଥର ପାଇଁ ପାଣି ଭିତରେ ମିଳିବ ଲକ୍ଜୁରିୟସ ସୁବିଧା । ପାଣିରେ କଟିବ ରାତି, ମିଳିବ ରେଷ୍ଟୁରାଣ୍ଟ ଖାଦ୍ୟ  ।  ପର୍ଯ୍ୟଟନର ଶ୍ରୀବୃଦ୍ଧି କରିବାକୁ ରାଜ୍ୟ ସରକାର ନୀଳାମ୍ବୁ ଚିଲିକାରେ ଭସାଇବାକୁ ଯାଉଛନ୍ତି ଗରୁଡ  । ଜୁନ ୯ ତାରିଖରେ ଏହି ହାଇ ଫ୍ୟାସିଲିଟ ହାଉସବୋଟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ  । ଏନେଇ ସୂଚନା ଦେଇଛି ପରିଚାଳନା ଦାୟିତ୍ୱ ନେଇଥିବା ବିକାଶ ଇକୋ ରିସୋର୍ଟସ  ।

ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ମୂଲ୍ୟ ଧାର୍ଯ୍ୟ କରାଯିବ । ପର୍ଯ୍ୟଟକଙ୍କ ଖୁସି ଏବଂ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ ସହ ସବୁ ପ୍ରକାରର ସୁବିଧା ବୋଟରେ ଉପଲବ୍ଧ ରହିଛି । ଡବଲ୍ ଇଞ୍ଜିନ୍ ବିଶିଷ୍ଟ ଏହି ବୋଟର ଲମ୍ବା ୧୦୫ଫୁଟ୍, ଓସାର ୨୨ଫୁଟ୍ ରହିଛି । ଚିଲିକାର ଜଳବାୟୁ ଓ ପରିବେଶ ଅନୁଯାୟୀ ଏହାର ଡିଜାଇନ୍ କରାଯାଇଛି । ବୋଟ୍ର ତଳ ମହଲାରେ ବିଳାସପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ବାର୍ ସହିତ ଲାଉଞ୍ଜ ଅଛି ।

୩୦ଜଣ ଲୋକ ଏକାଠି ହୋଇପାରିବେ । ସୁସ୍ୱାଦୁ ମଧ୍ୟାହ୍ନଭୋଜନ, ହାଇ ଟି, ରାତ୍ରିଭୋଜନ ଓ ସକାଳ ଜଳଖିଆ ମିଳିବ । ବୋଟରେ ଥିବା ପ୍ରାଇଭେଟ୍ ଲାଉଞ୍ଜରେ ୪ଟି ପ୍ରିମିୟମ ରୁମ୍ ରହିଛି । ଦୁଇଟି ସୁଟ୍ ରୁମରେ ନୀଳାମ୍ବୁ ଚିଲାକାର ମନୋରମ ଦୃଶ୍ୟକୁ ୧୮୦ଡିଗ୍ରୀରୁ ଉପଭୋଗ କରିପାରିବେ । ତା’ ସାଙ୍ଗକୁ କିଙ୍ଗ ସାଇଜ୍ ବେଡ୍, ବସିବା ଲାଗି ରାଜକୀୟ ସୋଫାର ମଧ୍ୟ ବ୍ୟବସ୍ଥା କରାଯାଇଛି ।

ବେଳାଭୁମି କୂଳରେ ଛୋଟ ପିଲାମାନେ ବିଭିନ୍ନ ପ୍ରକାରର ଖେଳ ଖେଳିପାରିବେ । ବଡ଼ମାନେ ସନ୍‌ବାଥ୍‌ ଓ ମସାଜ୍‌, ଦୁଃସାହସିକ କ୍ରୀଡ଼ା, ବେଳାଭୂମି କ୍ରୀଡ଼ା, ମାଛ ଧରିବା, ପାଣିରେ ଦୋଳି ଖେଳିବା, ସମୁଦ୍ର କୂଳରେ ତମ୍ବୁଟାଣି କିଛି ସମୟ କଟାଇବାର ମଜା ନେବେ । ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବୋଟ୍‌ରେ ଜୀବନ ସୁରକ୍ଷା ଉପକରଣ ରହିବ । ଜରୁରୀକାଳିନ ସ୍ଥାନାନ୍ତର ଲାଗି ବ୍ୟାକ୍‌ଅପ୍‌ ବୋଟ୍‌ ସୁବିଧା, ସେଫ୍ଟି ସେନ୍‌ସର୍ସ, ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବ । ପରିବେଶ ସୁରକ୍ଷା ଲାଗି ବୋଟ୍‌ ଚାଲିବା ଦ୍ୱାରା ପ୍ରଦୂଷଣ ଓ ବର୍ଯ୍ୟବସ୍ତୁ ପରିଚାଳନାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।

 

ଭିଡିଓ କରି ଭୁଲ ମାଗିଲେ ଅବକାରୀ ଇନସ୍ପେକ୍ଟର, କହିଲେ ମୁଁ ମାନସିକ ରୋଗୀ..

ପୁରୀ: ଛୁଟି ଆବେଦନ କଲେ ଅବକାରୀ ବିଭାଗ ଓ ପୁରୀ ଜିଲ୍ଲା ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିବା ଅବକାରୀ ଇନ୍ସପେକ୍ଟରଙ୍କ ସଞ୍ଜୟ କୁମାର ପଣ୍ଡା  ।  ୧୫ ଦିନ ଛୁଟି ଆବେଦନ କରିଛନ୍ତି ସଞ୍ଜୟ । ଗତକାଲି ଗଣମାଧ୍ୟମରେ ଏକ ବୟାନ ଦେଇଥିଲେ ସଞ୍ଜୟ  । ଯେଉଁଥିରେ ସେ ପୁରୀ ପୋଲିସ ଏବଂ ଅବକାରୀ ବିଭାଗ ବିରୋଧରେ ଆରୋପ ଲଗାଇଥିଲେ  । ଆଜି ସଞ୍ଜୟ ଏକ ଭିଡିଓ ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଛନ୍ତି  ।

ଏଥି ସହିତ ସଞ୍ଜୟ ମାନସିକ ଭାବେ ଅସୁସ୍ଥ ଥିବା ଭିଡିଓରେ କହିଛନ୍ତି  । ୨୦୨୦ରେ କୋଭିଡ ଦ୍ୱାରା ଆକ୍ରାନ୍ତ ହୋଇଥିବାବେଳେ ସେହି ସମୟରେ ମାନସିକ ଭାରସ୍ୟମ ହରାଇଥିବା ସେ କହିଛନ୍ତି  । ଏମିତିକି ଔଷଧ ନିୟମିତ ଭାବେ ସେବନ କରନ୍ତି  । କିନ୍ତୁ କିଛି ଦିନ ହେବ ଔଷଧ ନଖାଇବାରୁ ପୁନର୍ବାର ସେ ବିଚଳିତ ରହିଛନ୍ତି  । ଯଦ୍ୱାରା ସେ ଏମିତି ତ୍ରୁଟି ପୂର୍ଣ୍ଣ ମନ୍ତବ୍ୟ ଦେଇଥିବା ସ୍ୱୀକାର କରିଛନ୍ତି ସଞ୍ଜୟ ପଣ୍ଡା  ।

ପୁରୀ ପୋଲିସ ଜିଲ୍ଲାରେ ଭଲ କାର୍ଯ୍ୟ କରୁଥିବା ବେଳେ ସେ ପ୍ରକାଶ କରିଥିବା ମନ୍ତବ୍ୟକୁ ନେଇ ଭିଡିଓ କରି କ୍ଷମାପ୍ରାର୍ଥନା କରିଛନ୍ତି ସଞ୍ଜୟ । କହିଛନ୍ତି, ମୁଁ ଜଣେ ମାନସିକ ରୋଗୀ । ଦୀର୍ଘଦିନ ହେବ ମାନସିକ ରୋଗ ପାଇଁ ଚିକିତ୍ସିତ ହେଉଛି । ଚିକିତ୍ସା ପାଇଁ ଛୁଟି ଆବେଦନ କରିଛି ବୋଲି ଭିଡିଓରେ କହିଛନ୍ତି ସଞ୍ଜୟ । ସଞ୍ଜୟଙ୍କ ସ୍ତ୍ରୀ ଏଲିନା ପଣ୍ଡା ମଧ୍ୟ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ତାଙ୍କ ସ୍ବାମୀ ମାନସିକ ଅସୁସ୍ଥ ଥିବା  କହିଛନ୍ତି ।

ବାରବାଟୀରେ ମ୍ୟାଚ୍‌ ଆୟୋଜନ ନ କରିବା ନେଇ ଆବେଦନ ଖାରଜ

କଟକ: ଟଳିଲା ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଆଶଙ୍କା । ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ଖାରଜ କରିଛନ୍ତି ହାଇକୋର୍ଟ । ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବା ଦର୍ଶାଇ ମ୍ୟାଚ ବନ୍ଦ କରିବା ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ଢେଙ୍କାନାଳର ସଞ୍ଜୟ ନାୟକ । ଅଗ୍ନି ନିରାପତ୍ତା ବ୍ୟବସ୍ଥା ଠିକ ନଥିବାରୁ ମ୍ୟାଚ ବନ୍ଦ କରାଯାଉ ବୋଲି ସଞ୍ଜୟ କୋର୍ଟରେ ଆବେଦନ କରିଥିଲେ ।

ମାମଲାରେ ରାଜ୍ୟ ସରକାର, ବିସିସିଆଇ, ଓସିଏ ସମେତ ୧୫ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଥିଲା। ତେବେ ଆଜିର ଏହି ଶୁଣାଣି ସମୟରେ ଷ୍ଟାଡିୟମରେ ଅଗ୍ନି ନିରାପତ୍ତା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରାଇଥିଲେ ଆଡଭୋକେଟ ଜେନେରାଲ । ଆଡଭୋକେଟ ଜେନେରାଲଙ୍କ ତଥ୍ୟରେ ହାଇକୋର୍ଟ ସନ୍ତୋଷ ପ୍ରକାଶ କରି ମାମଲା ଖାରଜ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ୧୨ ତାରିଖରେ ହେବ ହାଇଭୋଲଟେଜ୍ ମ୍ୟାଚ । ଏହି ଟି-୨୦ ମ୍ୟାଚ ପାଇଁ ୯ରୁ ଅଫଲାଇନ୍ ଟିକେଟ୍ ବିକ୍ରି ଆରମ୍ଭ ହେବ । ସାଧାରଣ ଦର୍ଶକଙ୍କ ପାଇଁ କାଉଣ୍ଟରରେ ମିଳିବ ୧୨ ହଜାର ଟିକେଟ୍ । ଦୀର୍ଘ ବର୍ଷ ପରେ ମ୍ୟାଚ ହେଉଥିବାରୁ ଅଧିକ ଭିଡ଼ ହେବା ସମ୍ଭାବନା ରହିଛି । ଏଥିପାଇଁ ଷ୍ଟାଡିୟମ ପରିସରରେ ୨ଟି କାଉଣ୍ଟର ସହ ଅସ୍ଥାୟୀ ଭାବେ ୫ଟି କାଉଣ୍ଟର କରିବାକୁ ନିଷ୍ପତ୍ତି ନେଇଛି ଓସିଏ । ପ୍ରତି ଦର୍ଶକଙ୍କୁ ସର୍ବାଧିକ ୨ଟି ଟିକେଟ୍ ମିଳିବ ।

ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ ହେବ

ପୁରୀ: ଆରମ୍ଭ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବୈଠକ ଚାଲିଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ସେବାୟତ ପ୍ରତିନିଧି ଓ ଅନ୍ୟାନ୍ୟ ସଦସ୍ୟ ଯୋଗଦେଇଛନ୍ତି । ପରିଚାଳନା କମିଟି ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ କରାଯିବ । ଏଥିସହ ରଥଯାତ୍ରାକୁ କିଭଳି ଶୃଙ୍ଖଳିତ ଭାବେ ସମାପନ କରାଯିବ ସେନେଇ ମଧ୍ୟ ଆଲୋଚନା କରାଯିବ । ଏହାଛଡ଼ା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହେବ ।

ଗତ କିଛି ଦିନ ପୂର୍ବେ ନବୀନ ନିବାସ ଯାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଶ୍ରୀମନ୍ଦିର ସେବାୟତ । ଆଗାମୀ ଦିନରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଶ୍ରୀମନ୍ଦିର ଶ୍ରୀ ବୃଦ୍ଧିରେ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ ସାଧୁବାଦ ଜଣାଇଥିଲେ ସେବାୟତ । କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶ୍ରୀକ୍ଷେତ୍ରର ନୂତନ ନକ୍ସା ପୂର୍ଣ୍ଣ ହେବାକୁ ଯାଉଛି  । ଯେଉଁଥିପାଇଁ ଶ୍ରୀମନ୍ଦିରର ସେବାୟତ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଖଣ୍ଡୁଆ ପାଟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ଏହାସହିତ ଆଗାମୀ ଦିନରେ ରଥଯାତ୍ରା ହେବାକୁ ଯାଉଥିବାବେଳେ କିପରି ସୁରୁଖୁରୁରେ କାର୍ଯ୍ୟ ସମାପନ ହେବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ  । ଏଥି ସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନେଇ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ଏହି ସେବାୟତ ବୃନ୍ଦ  ।  5T ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଉପସ୍ଥିତ ଥିଲେ ।

ଏଥିସହିତ ପଢ଼ନ୍ତୁ: ରାୟ ଦେଲା କାଳିଆ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀମନ୍ଦିର ସେବାୟତ

ରାଜ୍ୟର କୃଷକଙ୍କୁ ସମବାୟ ଋଣରେ ମିଳିବ ୨ପ୍ରତିଶତ ରିହାତି

ଭୁବନେଶ୍ୱର: ରାଜ୍ୟର କୃଷକଙ୍କ ପାଇଁ ଖୁସି ଖବର । ସମବାୟ ବ୍ୟାଙ୍କ ଋଣରେ ମିଳିବ ୨ ପ୍ରତିଶତ ରିହାତି । ଉପକୃତ ହେବେ ରାଜ୍ୟରେ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ବସିବ । ବୈଠକରେ ଉଭୟ କୃଷି ଓ ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ।

ରାଜ୍ୟ ସରକାର ସବୁବେଳେ ଚାଷକୁ ଗୁରୁତ୍ୱ ଦେଇ ଆସୁଛନ୍ତି । ଏଥିପାଇଁ କାଳିଆ ଓ ବଳରାମ ଯୋଜନା ଆରମ୍ଭ ହୋଇଛି । ସେହିପରି ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି । ଚାଷ ପାଇଁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ସମବାୟ ଋଣ ଉପରେ ନିର୍ଭର କରିଥାନ୍ତି । ତେଣୁ ଋଣରେ ରିହାତି ମିଳିଲେ ଚାଷୀମାନେ ଉପକୃତ ହେବେ ।