spot_img
Home Blog Page 4318

ଭଗିପୁର ଗାଁ ନିକଟ ମହାନଦୀରେ ଫସିଛନ୍ତି ୨ହାତୀ

ବାଙ୍କୀ: ଭଗିପୁର ଗାଁ ନିକଟ ମହାନଦୀରେ ଫସିଛନ୍ତି ୨ଟି ହାତୀ । ସକାଳୁ ଆଠଗଡ଼ ଜଙ୍ଗଲରୁ ଚନ୍ଦକା ଜଙ୍ଗଲ ଯାଉଥିବା ବେଳେ ନଦୀ ମଝିରେ ରହିଛିନ୍ତି ଦୁଇ ହାତୀ । ଖବର ପାଇ ଘଟଣାସ୍ଥଳରେ ବନ ବିଭାଗ ପହଁଚି ହାତୀ ଗତିବିଧି ଉପରେ ନଜର ରଖିଛି ।

ହାତୀଙ୍କୁ କୂଳକୁ ଆଣିବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ କରାଯାଉଛି । ହେଲେ ଦୁଇଟି ହାତୀ କୂଳକୁ ଆସି ପାରିନାହାନ୍ତି । ଅନେକ ସମୟରେ ମହାନଦୀରେ ହାତୀ ଫସୁଥିବା ଦେଖିବାକୁ ମିଳୁଛି । ବନ ବିଭାଗର ଚେଷ୍ଟା ପରେ ହାତୀଙ୍କୁ ଉଦ୍ଧାର କରାଯାଉଛି । ଗତ ବର୍ଷ ସେପ୍ଟେମ୍ବର ମାସରେ କଟକ ମୁଣ୍ଡଳି ବ୍ୟାରେଜ୍ର ମହାନଦୀରେ ହାତୀ ଫସିଯାଇଥିଲା ।

ଗତ ୨୪ଘଣ୍ଟା ମଧ୍ୟରେ ୫୨୩୩ଜଣ ସଂକ୍ରମିତ ଚିହ୍ନଟ; ୭ଜଣ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ଅତିକ୍ରମ କରିଛି । ବୁଧବାର ସକାଳ ୮ଟା ସୁଦ୍ଧା ୨୪ଘଣ୍ଟାରେ ୫ହଜାର ୨୩୩ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭ଜଣଙ୍କ ମୃତ୍ୟୁ ହୋଇଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୪ ଘଣ୍ଟାରେ ହୋଇଥିବା ୭ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୨୪,୭୧୫ରେ ପହଞ୍ଚିଛି।

ଅପରପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ୩୩୪୫ଜଣ କୋଭିଡ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ସହ ମୋଟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୪,୨୬,୩୬,୭୧୦ରେ ପହଞ୍ଚିଛି । ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୮୮୫୭ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୯୪,୪୩,୨୬,୪୧୬ ହିତାଧିକାରୀଙ୍କୁ ଟିକା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ପୁଣି ଶ୍ରୀମନ୍ଦିର ଭିତରର ସେଲ୍‌ଫି ଫଟୋ ଭାଇରାଲ

ଥୋମାସ କପ୍ ବିଜୟୀଙ୍କୁ ସମ୍ୱର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଥୋମାସ କପ ବିଜୟୀ ଭାରତୀୟ ଦଳକୁ ଆଜି ସ୍ୱାଗତ କରିବ ଓଡ଼ିଶା । ଥୋମାସ କପ ବିଜେତା ଭାରତୀୟ ପୁରୁଷ ବ୍ୟାଡମିନଟନ ଟିମର ପ୍ରତି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଛି । ଏହି ଉତ୍ସବରେ ପୂର୍ବତନ ବ୍ୟାଡମିଟନ ଖେଳାଳି ପୁଲେଲା ଗୋପିଚାନ୍ଦଙ୍କ ସମେତ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ୧୪ ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିଲା ଭାରତୀୟ ପୁରୁଷ ବ୍ୟାଡମିନଟନ ଟିମ  ।

ସୂଚନା ଯୋଗ୍ୟ ଯେ, କ୍ରୀଡ଼ା ଓ କ୍ରୀଡ଼ାବିତଙ୍କୁ ସବୁବେଳେ ଗୁରୁତ୍ୱ ଦେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ଅଲିମ୍ପିକ୍ସରେ ବ୍ରାଞ୍ଜ ପଦକ ହାସଲ ନେଇ ଭାରତୀୟ ପୁରୁଷ ହକି ଦଳକୁ ସମ୍ୱରଦ୍ଧିତ କରିଥିଲେ ରାଜ୍ୟ ସରକାର । ଏହା ସହିତ ମହିଳା ହକି ଦଳକୁ ମଧ୍ୟ ସମ୍ୱର୍ଦ୍ଧ୍ୱିତ କରିଥିଲେ ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ଏଥିସହିତ ଓଡ଼ିଆ ଅଲିମ୍ପିକ୍ସ ପଦକ ବିଜେତାଙ୍କ ନେଇ ଘୋଷଣା ଆର୍ଥିକ ପୁରସ୍କାର ରାଶିକୁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିଲା ।

ଏଥିସହିତ ପଢ଼ନ୍ତୁ: ଆଜି ୫ ଜିଲ୍ଲାର ୪୪୫ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ପୁଣି ଶ୍ରୀମନ୍ଦିର ଭିତରର ସେଲ୍‌ଫି ଫଟୋ ଭାଇରାଲ

ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ଫଟୋ ଭାଇରାଲ୍ । ଫେସବୁକ ଆକାଉଣ୍ଟରେ ସଞ୍ଜୟ ପାଢୀ ଶର୍ମା ସଞ୍ଜୟ ନାମକ ଜଣେ ଭକ୍ତ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ଭାଇରାଲ କରିଛନ୍ତି। ଫଟୋରେ ଆଜି ତାରିଖ ଦେଇ ଫଟୋ ପୋଷ୍ଟ କରିଥିବା ବେଳେ ତାଙ୍କ ସହିତ ଆଉ ଜଣେ ବ୍ୟକ୍ତି ମଧ୍ୟ ଅଛନ୍ତି। କୋଇଲି ବୈକୁଣ୍ଠ ଓ ନୃସିଂହ ମନ୍ଦିର ପାଖରେ ସେଲଫି ଉଠାଇ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ସଞ୍ଜୟ। ତେବେ ଏଠି ପ୍ରଶ୍ନ ଉଠୁଛି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନିଷେଧ ଥିବାବେଳେ ଭକ୍ତ ଜଣକ ମନ୍ଦିର ଭିତରକୁ ମୋବାଇଲ୍ ନେଇ ସେଲଫି ଉଠାଇ ଫଟୋ ଭାଇରାଲ୍ କଲେ କିପରି ? ଶ୍ରୀମନ୍ଦିର ବାହାରେ ଓ ଭିତରେ ପୋଲିସର କଡା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ଏହି ଭକ୍ତ ଜଣକ ସୁରକ୍ଷା ଭେଦ କଲେ କିପରି ସେନେଇ ଉଠିଛି ପ୍ରଶ୍ନ।

ଏଥିସହିତ ପଢ଼ନ୍ତୁ: ପୁଣି ସୁରିଲା ଅନ୍ଦାଜରେ ସୁର, ରଜ ମାର୍କେଟକୁ ଆସୁଛି ଗୀତ

ଭାରତରେ ଚିକିତ୍ସା ସେବା ଯୋଗାଇବାକୁ ଯୋଗ୍ୟତା ହାସଲ କରିପାରୁନାହାନ୍ତି

ଭୁବନେଶ୍ୱର: ବଢୁଛି ବିଦେଶରେ ଡାକ୍ତରୀ ପଢ଼଼ୁଥିବା ଭାରତୀୟଙ୍କ ସଂଖ୍ୟା । ବିଗତ ଦଶ ବର୍ଷ ମଧ୍ୟରେ ଏହି ସଂଖ୍ୟା ୪ଗୁଣା ବଢ଼଼ିଛି । ହେଲେ ଡାକ୍ତରୀ ପଢ଼଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ତୁଳନାରେ କମୁଛି ଫରେନ୍ ଗ୍ରାଜୁଏଟ ମେଡିକାଲ ଏକ୍ସାମ୍ (ଏଫଏମଜିଇ) ହାର । ଜାତୀୟ ମେଡିକାଲ କମିଶନ (ଏନଏମସି)ର ତଥ୍ୟରେ ୨୦୧୦ରୁ ୨୦୨୧ ମସିହା ମଧ୍ୟରେ ଦେଶର ୨ ଲକ୍ଷ ୩୨ ହଜାର ୯୭୩ ଜଣ ଛାତ୍ରଛାତ୍ରୀ ଏଫଏମଜିଇ ପରୀକ୍ଷା ଦେଇଛନ୍ତି ।

ସେମାନଙ୍କ ମଧ୍ୟରେ ମାତ୍ର ୪୩ ହଜାର ୯୩୭ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ମାତ୍ର ୧୮ ଦଶମିକ ୯ ପ୍ରତିଶତ ଛାତ୍ରଛାତ୍ରୀ ପରୀକ୍ଷାରେ ସଫଳ ହୋଇଥିବାବେଳେ ୮୧ ପ୍ରତିଶତ ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଅସଫଳ ହୋଇଛନ୍ତି । ବିଦେଶରେ ଏମବିବିଏସ ପଢ଼଼ି ଭାରତ ଫେରୁଥିବା ଡାକ୍ତରୀ ପିଲାଙ୍କୁ ସିଧାସଳଖ ଚିକିତ୍ସା ପାଇଁ ସୁଯୋଗ ମିଳିନଥାଏ ।
ଏଥିପାଇଁ ସେମାନଙ୍କୁ ଏନ୍‌ଏମସି ଦ୍ୱାରା ଆୟୋଜିତ ଏଫ୍‌ଏମ୍‌ଜିଇ ଉତ୍ତୀର୍ଣ୍ଣ ହେବାକୁ ପଡ଼େ । ୨୦୧୦ ମସିହାରେ ଏଫମଜିଇର ସଫଳତା ହାର ୨୬ ପ୍ରତିଶତ ଥିବାବେଳେ ୨୦୨୦ ମସିହାରେ ଏହା ୧୪%ରେ ପହଞ୍ଚିଛି । ଓଡ଼ିଶାର ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି । କୋଟି କୋଟି ଟଙ୍କା ସାରି ବିଦେଶରେ ଡାକ୍ତରୀ ପଢ଼଼ିବାକୁ ଯାଉଥିବା ପିଲାଙ୍କ ଡାକ୍ତରୀ ଶିକ୍ଷାର ଗୁଣାତ୍ମକତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ରାଜ୍ୟର ସ୍ଥିତି ପୂର୍ବ ଅପେକ୍ଷା ଅନେକ ସୁଧୁରିଛି। ୫ ବର୍ଷରେ ମେଡିକାଲ୍ ସିଟ୍ ପ୍ରାୟ ୩ଗୁଣା ବଢ଼଼ିଛି। ବିଦେଶରେ ଡାକ୍ତରୀ ପଢ଼଼ା ପାଇଁ ଶିକ୍ଷାନୁଷ୍ଠାନ ଚୟନ ପୂର୍ବରୁ ଶିକ୍ଷାନୁଷ୍ଠାନ ସମ୍ପର୍କିତ ତର୍ଜମା ଭଲଭାବେ କରିବା ଜରୁରୀ ରହିଛି ।

ଆଜି ୫ ଜିଲ୍ଲାର ୪୪୫ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଦଳୁଛି ସରକାରୀ ସ୍କୁଲର ରୂପରେଖ। ଅତ୍ୟାଧୁନିକ କ୍ଲାସରୁମ ଓ ଲାଇବ୍ରେରୀ ସହ ସୁନ୍ଦର ପରିବେଷ ମନ ମୋହୁଛି । ଛାତ୍ରଛାତ୍ରୀଙ୍କୁ ସ୍କୁଲ ମୁହାଁ କରୁଛି ମଡେଲ ସ୍କୁଲ। ଅତ୍ୟାଧୁନିକ କ୍ଲାସରୁମରେ ପ୍ରୋଜେକ୍ଟର ବ୍ୟବସ୍ଥା ସହ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାର୍ଟ ବୋର୍ଡ ହୋଇଛି। କ୍ଲାସରୁମରେ କରାଯାଇଛି ଉନ୍ନତମାନର ବ୍ୟବସ୍ଥା । ପିଲାଙ୍କ ସୁନ୍ଦର ଭବିଷ୍ୟତ ପାଇଁ ରୂପାନ୍ତରିତ ହେଉଛି ହାଇସ୍କୁଲ। ଆଜି ରାଜ୍ୟର ୫ ଜିଲ୍ଲାର ୪୪୫ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସଂଧ୍ୟା ୫ଟା ୩୦ରେ ଲୋକସେବା ଭବନର କନଭେନସନ ହଲରେ ଭିଡିଓ କନଫରେନସିଂରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ବାଲେଶ୍ବର ଜିଲ୍ଲାର ୧୩୫, ପୁରୀର ୯୫, ନୟାଗଡ଼ର ୬୦, ଜଗତସିଂହପୁର ୭୫ ଓ ଭଦ୍ରକର ୮୦ଟି ରୂପାନ୍ତରୀତ ହାଇସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।

ନୁପୂର ପାଇଁ ଲାଗିଛି ନାଟ, ଇସଲାମିକ୍ ଦେଶରେ ବ୍ୟାନ୍ ଭାରତୀୟ ସାମଗ୍ରୀ

ନନ୍ଦିଘୋଷ ବ୍ୟୁରୋ: ଏଣିକି ଆରବ ବଜାରରେ ମିଳିବନି ଭାରତୀୟ ସାମଗ୍ରୀ । କାହିଁକି ନା ଭାରତୀୟ ସାମଗ୍ରୀକୁ ନେଇ ଆରବ ବଜାର ଏବେ କଠୋର ପଦକ୍ଷେପ ନେଇଛି ।  ପ୍ରପେଟ ମହମ୍ମଦଙ୍କୁ ନେଇ ଭାରତରେ ଉଠିଥିବା ଝଡ ଏବେ ଅନ୍ତର୍ଜାତୀୟ ବଜାରରେ ପ୍ରବେଶ କରିଛି  ।  କୁଏତ, ସାଉଦି ଆରବ, କ୍ବାତାର ଭଳି ବିଭିନ୍ନ ଆରବ ଦେଶ ଗୁଡିକରେ ଚାଉଳ ବସ୍ତା, ଲଙ୍କା ଓ ମସଲା ଜାତୀୟ ଦ୍ରବ୍ୟର ପ୍ୟାକେଟରେ ଭାରତୀୟ ସାମଗ୍ରୀ ବର୍ଜନ ଆଦି ଲେଖାଯାଇଥିବା ଦେଖିବାକୁ ମିଳିଛି  । ସେହିପରି ଏକ କୋପରେଟିଭ ସୋସାଇଟି ଭାରତୀୟ ଚା ପ୍ୟାକେଟରେ ଇସଲାମୋଫୋବିକ ଲେଖି ପ୍ରତିବାଦ ଜଣାଇଛି  ।

କେବଳ ଏତିକି ନୁହେଁ କୁଏତରେ ଥିବା ଏକ ସୁପରମାର୍କେଟ ଭାରତୀୟ ସାମଗ୍ରୀ ଖାଲି କରିଦେଇଥିବାବେଳେ ଇରାନ ଭାରତୀୟ ଦୂତାବାସକୁ ସମନ ଜାରି କରିଛି  । ସୁପର ମାର୍କେଟର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀଙ୍କ କହିବା ଅନୁସାରେ, କୁଏତ ଏକ ଇସାଲାମିକ ଦେଶ । ତେଣୁ ସେମାନେ ପ୍ରଫେଟ୍ ମହମ୍ମଦଙ୍କ ଅପମାନକୁ ଆଦୌ ଗ୍ରହଣ କରିପାରିବେ ନାହିଁ । ଏଥିପାଇଁ ସେମାନେ ଭାରତୀୟ ସାମଗ୍ରୀକୁ ସୁପର୍ ମାର୍କେଟରୁ ହଟାଇବା ସହ ଯାହା ରହିଛି ତାହାକୁ ବିକ୍ରୟ କରାଯାଇ ପାରିବ ନାହିଁ ।

ଏ ବିବାଦ ଆରମ୍ଭ ହୋଇଛି ଭାରତରୁ  । ଭାରତୀୟ ଜନତା ପାର୍ଟିର ମୁଖପାତ୍ର ନୂପୁର ଶର୍ମାଙ୍କ ଏକ ମନ୍ତବ୍ୟ ଅନ୍ତ୍ରଜାତୀୟ ସ୍ତରରେ ବିବାଦ ଛିଡ଼ା କରିଛି  । ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ସାଉଦି ଆରବ, କତାର ସହ ଅନ୍ୟ ଇସାଲିମକ୍ ଦେଶରେ ଦେଖା ଦେଇଛି ପ୍ରବଳ ବିରୋଧ । ବିଶେଷକରି ଇଜିପ୍ଟର ଅଲ୍-ଆଝାର ବିଶ୍ୱବିଦ୍ୟାଳୟରେ ବିଜେପି ନେତ୍ରୀଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରାଯାଇଛି । ଭାରତ ସରକାର ମଧ୍ୟ ନୁପୁରଙ୍କ ମନ୍ତବ୍ୟକୁ ଅନୁଚିତ୍ ବୋଲି ଦର୍ଶାଇଛନ୍ତି  । ସେପଟେ ବିଜେପି ମଧ୍ୟ ନୁପୂରଙ୍କ ହାତ ଛାଡି ଦେଇଛି  । ଅର୍ଥାତ ଦଳ ତାଙ୍କୁ  ସସପେଣ୍ଡ କରିଛି ।

 

 

ପୁଣି ସୁରିଲା ଅନ୍ଦାଜରେ ସୁର, ରଜ ମାର୍କେଟକୁ ଆସୁଛି ଗୀତ

ଭୁବନେଶ୍ୱର: ପୁଣି ସୂରିଲା ଅନ୍ଦାଜରେ ସୁର । ରଜ ବଜାରରେ ବାୟା କରିବ ବିଧାୟକ ସୁର ରାଉତ ରାୟଙ୍କ ମେଲୋଡି ଭଏସ୍ ।ନୂଆ ଆଲବମ୍ ଗୀତ ‘ରାଣୀ କଙ୍କଡାର ଝୋଳ’ରେ କଣ୍ଠଦାନ କରିଛନ୍ତି ସୁର ରାଉତ ରାୟ ଏବଂ କଣ୍ଠଶିଳ୍ପୀ ପ୍ରତିଭା ଦାସ । ଭୁବନେଶ୍ବର ନୀଳାଦ୍ରିବିହାର ସୋମେଶ ଷ୍ଟୁଡ଼ିଓରେ ସାଇ ସାଗର କ୍ରିଏସନରେ ହୋଇଛି ଗୀତ ରେକର୍ଡିଂ ।

ପ୍ରସନ୍ନ ଉପାଧାୟଙ୍କ ନିର୍ଦ୍ଦେଶନା ସାଙ୍ଗକୁ ସୁଶାନ୍ତ ପାତ୍ରଙ୍କ ଲେଖା ବେଶ୍ ଚମତ୍କାର ହୋଇଥିବା ବେଳେ ସଙ୍ଗୀତ ସଜାଇଛନ୍ତି ରମେଶ । ଏହି ଗୀତରେ ମଧ୍ୟ ରହିଛି ବିଧାୟକ ସୁର ରାଉତରାୟଙ୍କ ଚମତ୍କାର ଡାଏଲଗ । ତେବେ ରଜ ବଜାରରେ ଏହା ଶ୍ରୋତାଙ୍କ ବେଶ ଆଦ୍ରୁତ ହେବ ବୋଲି ଆଶା ରଖିଛନ୍ତି ସଭିଏଁ ।

ଭିଜିଲାନ୍ସ ପଞ୍ଝାରେ ଭେଜିପୁଟ ଫାଣ୍ଡି ଏଏସଆଇ

ଗଞ୍ଜାମ: ଭିଜିଲାନ୍ସ ପଞ୍ଝାରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଭେଜିପୁଟ ଫାଣ୍ଡି ଏଏସଆଇ । ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ କାବୁ କଲା ବ୍ରହ୍ମପୁର ଭିଜିଲାନ୍ସ ବିଭାଗ । ଖଲ୍ଲିକୋଟ ବ୍ଲକର ଭେଜିପୁଟ ଫାଣ୍ଡି ଏଏସଆଇ ମାନସ କୁମାର ରାଉତ ଏକ କେସ ରେଜିଷ୍ଟ୍ରେସନ ପାଇଁ ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଆଇତିପୁର ପଞ୍ଚାୟତର ଲକ୍ଷ୍ମଣପୁରର ସ୍ବାଧୀନ ବିଶୋୟୀଙ୍କୁ ଟଙ୍କା ମାଗିଥିବାବେଳେ ଏନେଇ ସେ ଭିଜିଲାନ୍ସ ବିଭାଗକୁ ଖବର ଦେଇଥିଲେ । ଆଜି ଲାଞ୍ଚ ଟଙ୍କା ନେବାବେଳେ ଜବତ କରିଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ । ଏନେଇ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସର ୫ ଜଣିଆ ଟିମ୍ ।

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ, ଆହୁରି ୨ଦିନ ପଶ୍ଚିମ ଓଡ଼ିଶାରେ କରିବ କଲବଲ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆହୁରି ଦୁଇଦିନ ପଶ୍ଚିମ ଓଡ଼ିଶାରେ ତାତି ଅନୁଭୂତ ହେବ । ଏଥିପାଇଁ ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର ଓ ବୌଦ୍ଧ ଆଦି ୫ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣଂ ଜାରି କରାଯାଇଛି । ତାତି ସାରା ରାଜ୍ୟରେ ଏଭଳି ଲାଗି ରହିବ । ଉପକୂଳରେ ଆଭ୍ୟନ୍ତରୀଣ ଅପେକ୍ଷା ତାପମାତ୍ରା ସାମାନ୍ୟ କମ ରହିଛି ହେଲେ ଦିନରେ ଗୁଳୁଗୁଳି କଲବଲ କରୁଛି ।

ସେହିଭଳି ଆଜି ଓ ଆସନ୍ତାକାଲି କିଛି ଜିଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବା ନେଇ ସତର୍କ କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡା, ଢେଙ୍କାନାଳ, ମୟୁରଭଞ୍ଜରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା ରହିଛି । ଅନ୍ୟ ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ ଟାଣ ଖରା ଅନୁଭୂତ ହେବ।