spot_img
Home Blog Page 4321

ବାରବାଟୀରେ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କିଣିଲେ ପ୍ରଥମ ଟିକେଟ୍

ଭୁବନେଶ୍ୱର: ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ମାସ ୧୨ ତାରିଖରେ ଖେଳାଯିବାକୁ ଥିବା ଟି- ଟ୍ୱେଣ୍ଟି ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ କିଣିଛନ୍ତି । ଓଡିଶା କ୍ରିକେଟ ଆସୋସିଏସନର ସଭାପତି ପଙ୍କଜ ଲୋଚନ ମହାନ୍ତି, ସଂପାଦକ ସଞ୍ଜୟ ବେହେରା ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ ପ୍ରଦାନ କରିଛନ୍ତି ।

ଏହି ଅବସରରେ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ । ଏଚଡିଏଫସି ବ୍ୟାଙ୍କର ଜୋନାଲ ହେଡ୍ ଦୀପକ ସିଂହ ଓ ଭାଇସ ପ୍ରେସିଡେଣ୍ଟ ଅନିମେଷ ବିଶ୍ବାଳ ଏହି ଅବସରରେ ଓଡିଶା କ୍ରିକେଟ ଆସୋସିଏସନ ସଂପାଦକ ସଞ୍ଜୟ ବେହେରା ବାରବାଟୀ ମ୍ୟାଚ୍ ପାଇଁ ଟିକେଟ ବିକ୍ରି ସୁବ୍ୟବସ୍ଥିତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ ।

ସମାଜସେବୀ ମେଧା ପାଟେକରଙ୍କୁ ଢିଙ୍କିଆବାସୀଙ୍କ ବିରୋଧ

ପାରାାଦୀପ:  ସମାଜସେବୀ ମେଧା ପାଟେକରଙ୍କୁ ଢିଙ୍କିଆବାସୀଙ୍କ ତୀବ୍ର ବିରୋଧ । ଗାଁ ମୁଣ୍ଡରେ ଅଟକାଇବା ସହିତ ଫେରିଯିବାକୁ ବାଧ୍ୟ କଲେ ଲୋକ । ଜଗତସିଂହପୁର ପ୍ରସ୍ତାବିତ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଅଞ୍ଚଳକୁ ଗସ୍ତ କରିବାବେଳେ ଲୋକମାନେ ତାଙ୍କୁ ବିରୋଧ କରିଥିଲେ । ଗାଁକୁ ଏବେ ଶାନ୍ତି ଭାଇଚାରା ଫେରିଆସିଛି ।

ଏଣୁ ଗାଁ ଭିତରେ ପଶି ଆଉ ଭାଇଚାରା ନଷ୍ଟ ନ କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲେ ଗ୍ରାମବାସୀ । ଯେତେ ଶୀଘ୍ର କମ୍ପାନୀ ହେବ ତାହା ସ୍ଥାନୀୟ ଅଞ୍ଚଳ ପାଇଁ ଭଲ । ଲୋକଙ୍କୁ ନିଯୁକ୍ତି ସହିତ ସ୍ଥାନୀୟ ଅଞ୍ଚଳରେ ସବୁଜ ବଳୟ ପାଇଁ ସୃଷ୍ଟି କରିବାକୁ କମ୍ପାନୀ କର୍ତ୍ତୁପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ଏଣୁ ଗାଁ ଭିତରେ ପଶି କେହି ଅଶାନ୍ତି ସୃଷ୍ଟି ନକରିବାକୁ ଅନୁରୋଧ କରିଥିଲେ ଲୋକ ।

ଫେରାର ନୁହେଁ ପତ୍ନୀକୁ ହୋଇଥିଲା ଅପହରଣ, ଫେରିପାଇଲା ସ୍ୱାମୀ

ଭଦ୍ରକ: ଫେରି ଆସିଲା ଫେରାର ପତ୍ନୀ । ଭଦ୍ରକ ଜିଲ୍ଲା ଧୂସୁରି ଥାନା ବ୍ରାହ୍ମଣୀପାଳ ଗାଁରେ ପରୀକ୍ଷା ଦେବାକୁ ଯାଇ ସ୍ତ୍ରୀ ଫେରାର ଘଟଣା । ଆଜି ସ୍ୱାମୀଙ୍କ ପାଖକୁ ଫେରିଆସିଛି ସ୍ତ୍ରୀ । ଫେରାର ନୁହେଁ ବରଂ ତାଙ୍କୁ କାରରେ ଅପହରଣ କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ସ୍ତ୍ରୀ ହରପ୍ରିୟା । ସେଦିନ ପରୀକ୍ଷା ପରେ କେତେକ ଲୋକ ତାଙ୍କୁ ସ୍ବାମୀଙ୍କ ପାଖକୁ ନେଇଯିବେ କହି ଅପହରଣ କରି ମାମୁଁଙ୍କ ଘରକୁ ନେଇଯାଇଥିଲେ ।

ମାମୁଁଘର ଲୋକ ତାଙ୍କୁ ମନ୍ଦିରକୁ ନେଇ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରୁଥିଲେ । ଏନେଇ ସ୍ୱାମୀ ରାହୁଲଙ୍କୁ ଖବର ଦେଇଥିଲେ ପତ୍ନୀ । ଆଜି ବାଲେଶ୍ବର ଜିଲ୍ଲା ଅଣ୍ଡରାଇ ଜଗନ୍ନାଥ ମନ୍ଦିରରେ ପହଞ୍ଚି ସ୍ତ୍ରୀ ହରପ୍ରିୟାଙ୍କୁ ଆଣିଥିଲେ ରାହୁଲ । ଏହି ସମୟରେ ଘଟଣାସ୍ଥଳରେ ତୀବ୍ର ଉତ୍ତଜେନା ଦେଖିବାକୁ ମିଳିଥିଲା । କିଛି ଯୁବକଙ୍କ ସହ ପତ୍ନୀ ହରପ୍ରିୟାଙ୍କୁ ସଥିରେ ନେଇ ଘରକୁ ଫେରିଛନ୍ତି ସ୍ୱାମୀ ରାହୁଲ  ।

୧୬ ବର୍ଷ ପରେ ଆସିଲା ବାରଣାସୀ ସିରିଜ୍ ବିସ୍ଫୋରଣ ରାୟ,ବଲିଉଲ୍ଲାହାକୁ ଫାଶୀ ଦଣ୍ଡ

ବାରଣାସୀ : ଉତ୍ତରପ୍ରଦେଶର ବାରଣାସୀରେ ୧୬ ବର୍ଷ ତଳେ ହୋଇଥିବା ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଗାଜିଆବାଦ ଜିଲ୍ଲା ଦୌରାଜଜଙ୍କ ରାୟ ଆସିଛି । ରାୟରେ ବିଚାରପତି ମୁଖ୍ୟ ଅଭିଯୁକ୍ତ ତଥା ପ୍ରତିବନ୍ଧିତ ଆତଙ୍କବାଦୀ ସଂଗଠନର ବଲିଉଲ୍ଲାହକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି । ଏହା ସହିତ ଅନ୍ୟଏକ ମାମଲାରେ ଅଦାଲତ ବଲ୍ଲିଉଲ୍ଲାହକୁ ଆଜିବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୦୬ରେ ହୋଇଥିବା ସିରିଜ୍ ବ୍ଲାଷ୍ଟରେ ୧୮ ଲୋକଙ୍କ ଜୀବନ ଯାଇଥିଲା । ସେହି ସିରିଜ୍ ବିସ୍ଫୋରଣରେ ୧୦୦ରୁ ଅଧିକ ଆହତ ହୋଇଥିଲେ ।

ସୂଚନାଯୋଗ୍ୟ ଯେ, ଗାଜିଆବାଦ ଜିଲ୍ଲା ଅଦାଲତ ଜୁନ ୪ ତାରିଖରେ ଅଭିଯୁକ୍ତ ବଲିଉଲ୍ଲାହକୁ ଦୋଷୀ ସାବ୍ୟସ୍ତ କରିଥିଲେ । ଦଣ୍ଡାଦେଶ ପାଇଁ ଅଦାଲତ ୬ ଜୁନ ନିର୍ଧାରିତ କରିଥିଲେ । ୨୦୦୬ରେ ବାରଣାସୀ ସଂକଟ ମୋଚନ ହନୁମାନ ମନ୍ଦିର,ଦଶାଶ୍ୱମେଧ ଘାଟ ଓ ରେଳ ଷ୍ଟେଶନରେ ସିରିଜ୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣ ପଛରେ ପ୍ରତିବନ୍ଧିତ ଇଣ୍ଡିଆନ ମୁଜାହିଦ୍ଦିନର ହାତ ଥିଲା । ଏହି ସଂଗଠନ ଆଉ ଏକ ପ୍ରତିବନ୍ଧିତ ସଂଗଠନ ସିମି ବା ଷ୍ଟୁଡେଣ୍ଟ୍ ଇସଲାମିକ ମୁଭମେଣ୍ଟରୁ ସୃଷ୍ଟି ହୋଇଥିଲା । ବଲ୍ଲିଉଲ୍ଲାହ ପୁରା ଅପରେଶନର ସଂଚାଳନା କରିଥିଲା । ସିରିଜ୍ ବ୍ଲାଷ୍ଟରେ ୧୮ରୁ ଅଧିକ ପ୍ରାଣ ହରାଇଥିଲେ । ଅନ୍ୟପକ୍ଷରେ ଆହତଙ୍କ ସଂଖ୍ୟା ୧୦୦ରୁ ଅଧିକ ଥିଲା ।

ବୀରାଶାଳ ଏୟାରଷ୍ଟ୍ରିପରେ ପୁଣି ଅଘଟଣ, ଆକାଶରୁ ଖସି ପଡିଲା ବିମାନ

ଢେଙ୍କାନାଳ:  ବୀରାଶାଳ ଏୟାରଷ୍ଟ୍ରିପରେ ପୁଣି ଅଘଟଣ  । ପ୍ରଶିକ୍ଷଣ ନେଉଥବା ବେଳେ ବିମାନ ଖସିପଡିଥିବା ଅନୁମାନ  । ମିଳିଥିବା ସୂଚନା ମୁତାବକ ପ୍ରାୟ  ୧୫ ଫୁଟ ଉଚ୍ଚତାରୁ ଏକ ପ୍ରଶିକ୍ଷଣ ବିମାନ ଖସିପଡ଼ିଛି । ଗୁରୁତର ଅବସ୍ଥାରେ ପ୍ରଶିକ୍ଷାର୍ଥୀ ମେଡିକାଲରେ ଭର୍ତ୍ତି  ହୋଇଛନ୍ତି  ।

ସଦ୍ୟ ସୂଚନା ମୁତାବକ ପ୍ରଶିକ୍ଷାର୍ଥୀଙ୍କ ନାମ କରନ୍ ମଲ୍ଲିକ ଏବଂ ଘର ମହାରାଷ୍ଟ୍ର ହୋଇଥିବାବେଳେ ସେ ଢେଙ୍କାନାଳ ବୀରାଶାଳ ଏୟାରଷ୍ଟ୍ରିପରେ ପ୍ରଶିକ୍ଷଣ ନେଉଥିଲେ  । ତେବେ ସବୁଦିନ ପରି ଆଜି ମଧ୍ୟ ଆକାଶରେ ବିମାନ ଉଡ଼ାଉବାକୁ ବାହାରି ପଡିଥିଲେ  କରନ୍  । କିନ୍ତୁ ଅବତରଣ ସମୟରେ ପ୍ରାୟ ୧୫ ଫୁଟ ଉଚ୍ଚତାରୁ ବିମାନଟି ଖସି ପଡିଥିଲା  । ଯଦ୍ୱାରା ସେ ଗୁରୁତର ଭାବେ ଆହତ ହୋଇଛନ୍ତି  ।

 

ବିଭିନ୍ନ ବିଭାଗରେ ନିଯୁକ୍ତ ପାଇଲେ ୨୨୬ ଆବେଦନକାରୀ

ଭୁବନେଶ୍ୱର: ନିଯୁକ୍ତି କ୍ଷେତ୍ରରେ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ପ୍ରମୁଖ ଅବଦାନ  । ରାଜ୍ୟରେ ଖାଲି ଥିବା ବିଭିନ୍ନ ବିଭାଗରେ ଜାରି ରଖିଛନ୍ତି  ନିଯୁକ୍ତି  । ମୃର୍ତ୍ତିକା ସଂରକ୍ଷଣ ଏବଂ ଜଳ ସଂରକ୍ଷଣ ବିଭାଗରେ ଖାଲି ଥିବା ପୋଷ୍ଟ ଗୁଡିକରେ ଭର୍ତ୍ତି ହୋଇଛନ୍ତି ଆବେଦନକାରୀ  । ସେହିପରି କୃଷି ବିଭାଗରେ ମଧ୍ୟ ନିଯୁକ୍ତ ହୋଇଛି  । ସମୁଦାୟ ୨୦୧ ଟି ପୋଷ୍ଟରେ ନୂତନ ଭାବେ ଆବେଦନକାରୀଙ୍କୁ ନିଯୁକ୍ତ ଦିଆଯାଇଛି  ।

ଅନ୍ୟପଟେ ଜୁନିୟର ଲାଇବ୍ରେରିଆନ୍ ଏବଂ ଉଚ୍ଚଶିକ୍ଷା ବିଭାଗରେ ପୋଷ୍ଟରେ ଖାଲି ଥିବା ୨୫ଟି ଆସନରେ  ନିଯୁକ୍ତି ପ୍ରଦାନ କରାଯାଇଛି  । ସୂଚନା ଓ ପ୍ରସାରଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି  । ଓଡ଼ିଶା ଷ୍ଟାଫ ସିଲେକ୍ସନ କମିସନ ପକ୍ଷରୁ ପ୍ରକାଶ ପାଇଥିଲା ଆବେଦନ ପକ୍ରିୟା  ।

ରାଜ୍ୟସଭାକୁ ଗଲେ ବିଶି, ନିର୍ଦ୍ୱନ୍ଦ୍ୱରେ ହେଲେ ନିର୍ବାଚିତ

ଭୁବନେଶ୍ୱର: ନିର୍ଦ୍ବନ୍ଦ୍ବରେ ରାଜ୍ୟସଭାକୁ ନିର୍ବାଚିତ ହେଲେ ନିରଞ୍ଜନ ବିଶି । ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ହୋଇଥିଲେ ନିରଞ୍ଜନ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଆଜି ରହିଥିଲା ଶେଷ ତାରିଖ  । ମିଳିଥିବା ସୂଚନା ମୁତାବକ ଅପରାହ୍ନ ୩ଟା ସୁଦ୍ଧା କେହି ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନଥିଲେ । ସଂଖ୍ୟା ଦୃଷ୍ଟିରୁ ବିଜେପି ଓ କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଦେଇନଥିଲେ । ଯାହା ଦ୍ୱାରା ନିରଞ୍ଜନ ବିଶି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି  ।

ରାଜ୍ୟସଭାକୁ ବିନା ଦ୍ୱିଧାରେ ନିରଞ୍ଜନ ନିର୍ବାଚିତ ହୋଇଛନ୍ତି  ।  ରାଜ୍ୟସଭା ରିଟର୍ଣ୍ଣିଂ ଅଫିସର ନିରଞ୍ଜନଙ୍କୁ ଦେଇଛନ୍ତି ସାର୍ଟିଫିକେଟ । ଫଳରେ ଆଜିଠାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି  । ଆଗରୁ ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ମଧ୍ୟ ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ  । ସେହିପରି ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ ଗ୍ରହଣ କରିଥିଲେ  ।

 

ରଣନୀତି ବଦଳାଇଲା ଋଷ, ଏଥର ଫୋକସରେ ୟୁକ୍ରେନ ରାଜଧାନୀ କିଭ୍

କିଭ୍: ୧୦୩ ଦିନରେ ମହାସମର । ଘମାଘୋଟ ସଂଘର୍ଷ ଜାରି ରହିଥିଲେ ବି ଋଷକୁ ଆଶାନୁରୂପ ରେଜଲ୍ଟ ମିଳି ନଥିବା ବେଳେ ପୁଣି ଥରେ ରଣନୀତି ବଦଳାଇଛି ମସ୍କୋ । ଏବେ ଋଷ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । ଘନ ଘନ ମିସାଇଲ ମାଡ଼, ଏୟାରଷ୍ଟ୍ରାଇକରେ କମ୍ପୁଛି ୟୁକ୍ରେନର ପ୍ରମୁଖ ସହର । ଯୁଦ୍ଧ ଆରମ୍ଭରୁ ଋଷ କିଭ୍ ଉପରେ ଆକ୍ରମଣ କରିଥିଲେ ବି ୟୁକ୍ରେନର ଅଭେଦ୍ୟ ଗଡ଼କୁ ଭେଦ କରିପାରି ନଥିଲା । ଫଳରେ ଦକ୍ଷିଣ ପୂର୍ବ ଓ ପଶ୍ଚିମ ୟୁକ୍ରେନ ସହରରେ ଆକ୍ରମଣକୁ ଜୋରଦାର କରିଥିଲା ମସ୍କୋ ।

ମାରିୟୁପୋଲ, ଖେରସନ, ଡୋନବାସ, ଲିବିବ ଆଦି ସହରକୁ ଧ୍ବଂସ କରିବା ପରେ କିଭ୍ ଅକ୍ତିଆର ପାଇଁ ଆଗକୁ ବଢୁଛି ଋଷ ସେନା । ଗତ କିଛିଦିନ ଧରି କିଭରେ ଜୋରଦାର ଯୁଦ୍ଧ ଚାଲିଥିବା ବେଳେ ପ୍ରତିଦିନ ୬୦ରୁ ଶହେ ୟୁକ୍ରେନ ସୈନ୍ୟ ନିହତ ହେଉଛନ୍ତି । ୟୁକ୍ରେନକୁ ପୂର୍ବ ୟୁରୋପୀୟ ଦେଶ ଦେଇଥିବା ଘାତକ T-72 ଟ୍ୟାଙ୍କକୁ ଆକ୍ରମଣରେ ନଷ୍ଟ କରି ଦିଆଯାଇଥିବା ଦାବି କରିଛି ମସ୍କୋ । ଜୋରଦାର ସଂଘର୍ଷ ଚାଲିଥିବା ବେଳେ ୟୁକ୍ରେନ ପାଖରେ ଯୁଦ୍ଧାସ୍ତ୍ର ଓ ଯୁଦ୍ଧ ଟ୍ୟାଙ୍କର ଅଭାବ ଦେଖାଦେଇଛି । ୟୁକ୍ରେନକୁ ଦୂରଗାମୀ ମିସାଇଲ ଦେବାକୁ ଆମେରିକା ଘୋଷଣା କରିବା ପରେ ଋଷ ଯୁଦ୍ଧକୁ ଆହୁରି ଜୋରଦାର କରିଛି ।

ସଲମାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟରେ ହାଇ-ସିକ୍ୟୁରିଟି, ଧମକପୂର୍ଣ୍ଣ ଚିଠି ମିଳିବା ପରେ ବଢ଼ିଲା ସୁରକ୍ଷା

ମୁମ୍ବାଇ: ବଢ଼ିଲା ସଲମାନଙ୍କ ସୁରକ୍ଷା । ବଲିଉଡ୍ ଅଭିନେତା ସଲମାନ ଖାନଙ୍କୁ ହତ୍ୟା ଧମକ ପରେ ଆକ୍ସନ ମୋଡରେ ମୁମ୍ବାଇ ପୋଲିସ । ଆଜି ସକାଳୁ ମୁମ୍ବାଇ ପୋଲିସର ଏକ ଟିମ ସଲମାନଙ୍କ ଗାଲେକ୍ସି ଆପାର୍ଟମେଣ୍ଟରେ ପହଞ୍ଚିଛି । ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେଓ୍ବାଲାଙ୍କ ପରି ସଲମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ମିଳିଥିଲା । ଗତ ରବିବାର ଅଜ୍ଞାତ ବ୍ୟକ୍ତିଙ୍କ ନାମରେ ସଲମାନ ଖାନ ଓ ତାଙ୍କ ବାପା ସଲିମ ଖାନଙ୍କୁ ଧମକପୂର୍ଣ୍ଣ ପଠାଯାଇଛି । ସଲିମ ଖାନ୍ ମର୍ଣ୍ଣିଂ ଓ୍ବାକରେ ଯାଇଥିବା ବେଳେ ଏହି ଚିଠି ପାଇଥିଲେ । ପୋଲିସ ଆଇପିସି ଧାରା ୫୦୬ ଆଧାରରେ କେସ୍ ଦାଏର କରିବା ସହ ସଲିମ ଖାନଙ୍କ ବୟାନ ରେକର୍ଡ କରିଛି ।

କିଛିଦିନ ତଳେ ପଞ୍ଜାବୀ ସିଙ୍ଗର ତଥା କଂଗ୍ରେସ ନେତା ସିଦ୍ଧୁ ମୁସେଓ୍ବାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡରେ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗର ସମ୍ପୃକ୍ତି ରହିଥିବା ପୋଲିସ ସନ୍ଦେହ କରୁଛି । ୨୦୧୮ରେ ବିଶ୍ନୋଇ ଗ୍ୟାଙ୍ଗ ସଲମାନଙ୍କୁ ଧମକପୂର୍ଣ୍ଣ ଚିଠି ପଠାଇଥିଲା ।

 

ଭୁବନେଶ୍ବରରୁ ସିଜ୍ ହେଲା ୨ କେଜିରୁ ଅଧିକ ଧଳାଜହର

ଭୁବନେଶ୍ୱର: ଭୁବନେଶ୍ବର ଏମସ ନିକଟରୁ ୨ କେଜି ୫୮ ଗ୍ରାମ୍ ବ୍ରାଉନସୁଗାର ଜବତ । ବେଆଇନ ଭାବେ ଚାଲାଣ ବେଳେ ଧରିଲା ଏସଟିଏଫ୍ । ବେଆଇନ ବ୍ରାଉନସୁଗାର ଚାଲାଣ ଅଭିଯୋଗରେ ୩ ଜଣ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରାଯାଇଛି । ଗିରଫ ୩ ଜଣ ହେଲେ ତମାଣ୍ଡୋ ରଣସିଂହପୁରର ଭାଗୀରଥି ଭଟ୍ଟ, ବାଲିପାଟଣାର ବିଶ୍ବଜିତ ନାୟକ ଓ ଖଣ୍ଡଗିରିର ଚନ୍ଦନ ମଲ୍ଲିକ । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ୨୦୨୦ ମସିହାରୁ ଏବେ ସୁଦ୍ଧା ୫୪ କେଜି ବ୍ରାଉନସୁଗାର, ୨୦୨ ଗ୍ରାମ କୋକେନ, ୧୦୩ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ, ୭୫୦ ଗ୍ରାମ୍ ଅଫିମ ଜବତ ହୋଇଥିବା ବେଳେ ୧୫୦ ଡ୍ରଗ୍ସ ମାଫିଆଙ୍କୁ ଗିରଫ କରାଯାଇଛି ।