spot_img
Home Blog Page 4322

୨ଦିନ ତଳେ ସ୍ତ୍ରୀ ଓ ଶାଳିକୁ ନିର୍ମମ ଭାବେ କରିଥିଲା ହତ୍ୟା ! ଶ୍ୱଶୁର ଆଗରେ ସତ ବଖାଣିଲା ଜ୍ୱାଇଁ

ଭୁବନେଶ୍ୱର: ରାଜଧାନୀରେ ଡବଲ ମର୍ଡର୍ । ରକ୍ତ ମୁଖା ହେଲା ସୈତାନ୍ ସ୍ବାମୀ । ସ୍ତ୍ରୀ ଓ ଶାଳୀ କୁ ହତ୍ୟା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ । ଦୁଇ ମୃତକ ହେଲେ ଗାୟତ୍ରୀ ସେଠୀ ଓ ସରସ୍ଵତୀ ସେଠୀ । ଅଭିଯୁକ୍ତ ସ୍ବାମୀ ବିଜୟ କେତନ ସେଠୀ ଗିରଫ । ଦୁଇ ଦିନ ହେବ ହତ୍ୟା କରିଥିବା ସନ୍ଦେହ । ଘର ଭିତରୁ ପଚା ଗନ୍ଧ ବାହାରୁଛି । ହତ୍ୟା କରିବା ପରେ ଦୁଇ ଝିଅକୁ ମାରିଥିବା ଶ୍ଵଶୁରଙ୍କ ଆଗରେ କହିଥିଲା ।

ପୋଲିସ ଆଗରେ ହତ୍ୟା କରିଥିବା ସ୍ବୀକାର କରିଛି ହତ୍ୟାକାରୀ । ଘଟଣା ଘଟିଛି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନୀରେ । ୨୦୧୧ରେ ହୋଇଥିଲା ବିବାହ । ଶାଳୀ ହଷ୍ଟେଲରେ ରହୁଥିଲେ । ହେଲେ କଣ ପାଇଁ ସେ ସେ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କଲା ତାହା ଅସ୍ପଷ୍ଟ ରହିଛି । ଆଜି ସକାଳୁ ଶବ ଗାଏବ କରିବା ପାଇଁ ଯୋଜନା କରୁଥିବା ବେଳେ ଶ୍ଵଶୁର ତାଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ।

ଘଟଣାସ୍ଥଳରେ ଚନ୍ଦ୍ରଶେଖରପୁର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟାଙ୍ଗିଆରେ ହାଣିଥିବା ଜଣା ପଡ଼ିଛି । ଏମିତିକି ମୃତ ୨ ଭଉଣୀଙ୍କ ସହ ବାପା ମା ଗୁରୁବାର ଠାରୁ କଥା ହୋଇନଥିବା କହିଛନ୍ତି ।

ଆହୁରି ବଢିବ ପାମ ଅଏଲ ତେଲ ଦର

ଭୁବନେଶ୍ବର: ଋଷ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ବର ଅର୍ଥନୀତିକୁ ଦୋହଲାଇ ଦେଇଛି । ପେଟ୍ରୋଲ ଓ ଡିଜେଲ ରପ୍ତାନୀର ଏକ ବଡ ମାର୍କେଟ ଏହି ଦୁଇ ଦେଇ ଯୁଦ୍ଧରେ ଲିପ୍ତ ଥିବାରୁ ରପ୍ତାନୀ ଏକ ପ୍ରକାର ଠପ୍ ହୋଇଯାଇଛି । ଫଳରେ ଅଶୌଧିତ ତେଲ ଦେର ହୁ ହୁ ହୋଇ ବଢି ଚାଲିଛି । ଯାହାର ପ୍ରଭାବ ଅନ୍ୟ ସାମଗ୍ରୀ ଉପରେ ମଧ୍ୟ ପଡୁଛି । ବିଶେଷ କରି ଖାଇବା ତେଲ ଦର ଉପରେ ଏହାର ପ୍ରଭାବ ଦେଖିବାକୁ ମିଳୁଛି । ବଜାରରୁ ଖାଇବା ତେଲ ଏକ ପ୍ରକାର ଉଭାନ ହୋଇଯାଇଥିବା ବେଳେ ଯାହା ବି ମିଳୁଛି ଦର ପୂର୍ବ ଅପେକ୍ଷା ୨୫ରୁ ୩୦ ଟଙ୍କା ବଢି ଯାଇଛି । ଏବେ ପୁଣି ଚିନ୍ତା ବଢାଇବାକୁ ଯାଉଛି ପାମ ଅଏଲ । ଖାସକରି ଭାରତୀୟଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିବାକୁ ଯାଉଛି ପାମ ଅଏଲ ।

ପାମ ଅଏଲ ରପ୍ତାନିକାରୀ ଦେଶ ଇଣ୍ଡୋନେସିଆ ଏପ୍ରିଲ ୨୮ରୁ ଖାଇବା ତେଲ ରପ୍ତାନୀ ଉପରେ କଟକଣା ଲଗାଇଛି । ନିଜ ଦେଶରେ ଖାଇବା ତେଲର ଚାହିଦା ବଢାଇବା ଲକ୍ଷ୍ୟରେ ଇଣ୍ଡୋନେସିଆ ଏହି ନିଷ୍ପତ୍ତି ନେଇଛି । ଇଣ୍ଡୋନେସିଆର ଏହି ନିଷ୍ପତ୍ତି ପରେ ପାମୋଲିନ ତେଲର ମୂଲ୍ୟ ବଢିବାର ଆଶଙ୍କା ବଢିଛି । ଯାହା ଭାରତ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ବିଶ୍ବରେ ପାମ ଅଏଲ ଚାହିଦାର ୫୦ ପ୍ରତିଶତ ଇଣ୍ଡୋନେସିଆ ପୂରଣ କରିଥାଏ । ଭାରତ ଉଭୟ ମାଲେସିଆ ଓ ଇଣ୍ଡୋନେସିଆରୁ ପାମ ଅଏଲ ଆମଦାନୀ କରୁଥିଲା । କିଛି ବର୍ଷ ତଳେ ମାଲେସିଆ ସହ ବିବାଦ ପରେ ଭାରତ ଇଣ୍ଡୋନେସିଆରୁ ପାମ ଅଏଲ ଆମଦାନୀ ବଢାଇଥିଲା । ପାମ ଅଏଲ ମୂଲ୍ୟ ବଢିବା ପରେ ତାହାର ପ୍ରଭାବ ବିଭିନ୍ନ ଖାଦ୍ୟ ଦ୍ରବ୍ୟ ଉପରେ ପଡିବାର ଆଶଙ୍କା ରହିଛି ।

ଶରତ ସନ୍ଧ୍ୟା କାର୍ଯକ୍ରମ ଅନୁଷ୍ଠିତ, ଲେଖକ ଓ ବାଗ୍ମୀ କୃଷ୍ଣକେଶବ ଷଡ଼ଙ୍ଗୀଙ୍କୁ ପ୍ରଥମ ଶରତ ସମ୍ମାନ

ଭୁବନେଶ୍ୱର: ରବୀନ୍ଦ୍ର ମଣ୍ଡପରେ କଥା, କବିତା, ସଂଗୀତ, ନୃତ୍ୟ ଓ ଚିତ୍ରର ସାବଲୀଳ ସମାରୋହ ଶରତ ସନ୍ଧ୍ୟା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । କବି ଶରତ କୁମାର ଦାଶଙ୍କ ଲିଖିତ କବିତା ସଂକଳନ ତଥା ସଂଗୀତ ଆଲବମ୍ ‘ଅଭିସାର’ ଓ ସ୍ମୃତିକଥା ସଂକଳନ `କାହାଣୀ ସରିନାହିଁ ‘ ଉନ୍ମୋଚିତ ହୋଇଛି । ଲେଖକ ଓ ବାଗ୍ମୀ କୃଷ୍ଣକେଶବ ଷଡ଼ଙ୍ଗୀଙ୍କୁ ପ୍ରଥମ ଶରତ ସମ୍ମାନ-୨୦୨୨ ପ୍ରଦାନ କରାଯାଇଛି ।

ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୮ ଜଣ ବ୍ୟକ୍ତିତ୍ଵଙ୍କୁ ସମ୍ମାନିତ କରାଯାଇଛି ।

ଉତ୍ସବରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ , ଭୁବନେଶ୍ବର ମେୟର ସୁଲୋଚନା ଦାସ , ଭୁବନେଶ୍ବର ପ୍ରଧାନ ଆୟକର ଆୟୁକ୍ତ ତଥା ଲେଖକ ଧୀରେନ୍ଦ୍ର କୁମାର ମିଶ୍ର , ରାଜ୍ୟ ସରକାରଙ୍କ ଅତିରିକ୍ତ ଶାସନ ସଚିବ ତଥା ଲେଖକ ମଧୁସୂଦନ ପାଢ଼ୀ, ପ୍ରସିଦ୍ଧ କଥାକାର, ଚିନ୍ତକ ଓ ଶିଶୁ ସାହିତ୍ୟିକ ଦାଶ ବେନହୁରଙ୍କ ସହ ପ୍ରସିଦ୍ଧ ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ର ଓ ସଂଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ ।

ଶୀଘ୍ର ଉଷୁନା ଚାଉଳ ଉଠାଇବା ବ୍ୟବସ୍ଥା କର

ଭୁବନେଶ୍ବର: ରାଜ୍ୟରୁ ଉଷୁଣା ଚାଉଳ ଶୀଘ୍ର ଉଠାଇବାକୁ ପୁଣି ଥରେ ଦାବି କଲା ବିଜେଡି । ଏନେଇ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଚାଉଣ ଉଠାଣ ନେଇ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଅମର ।

ଓଡିଶାରୁ ଉଷୁନା ଚାଉଳ ଉଠାଇବା ସପକ୍ଷରେ କେନ୍ଦ୍ର ସରକାର ନଥିବାରୁ ଦୀର୍ଘଦିନ ଧରି ବିଜେଡି ସରକାର କେନ୍ଦ୍ର ସହିତ ଲଢେଇ ଜାରି ରଖିଛି । ବିପୁଳ ମାତ୍ରାରେ ରପ୍ତାନୀ ସମ୍ଭାବନା ସତ୍ତ୍ବେ ଚାଉଳ ଉଠାଣ ନହେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଅମର । ଏବର୍ଷ ବଳକା ଉଷୁନା ଚାଉଳ ପରିମାଣ ୧୧ ଲକ୍ଷ ମେଟ୍ରିକ୍‌ ଟନ୍‌ ପହଞ୍ଚିବ । ଏନେଇ ଅନେକ ଥର କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି । ସାଧାରଣ ବଣ୍ଟନ ବ୍ୟବସ୍ଥା ଓ ଅନ୍ୟ କଲ୍ୟାଣକାରୀ ଯୋଜନା ପାଇଁ ଆବଶ୍ୟକ ହେଉଥିବା ଚାଉଳଠାରୁ ଯଦି ଅଧିକ ଚାଉଳ ରାଜ୍ୟ ନିକଟରେ ଗଚ୍ଛିତ ରହିଯିବ ଏହାକୁ ରାଜ୍ୟ ସରକାର ଏଫସିଆଇକୁ ଦେବା ନେଇ ବ୍ୟବସ୍ଥା ରହିଛି । ତେବେ ଆବଶ୍ୟକତା ପାଇଁ ଚାଉଳକୁ ଅରୁଆ କିମ୍ବା ଉଷୁନା ଆକାରରେ ସଂଗ୍ରହ କରିବ ତାହା ଏଫିସିଆଇ ଉପରେ ନିର୍ଭର କରେ ।

କେନ୍ଦ୍ରୀୟ ପୁଲରେ ଉଷୁନା ଚାଉଳ ଗଚ୍ଛିତ ପରିମାଣ ବଢି ଚାଲିଥିବାରୁ ୨୦୨୧-୨୨ରେ ଏଫସିଆଇ ଓଡିଶାରୁ ଉଷୁନା ଚାଉଳ ଉଠାଇବା ସ୍ଥିତିରେ ନାହିଁ ବୋଲି ଅବଗତ କରିଥିଲା । ଏହାଦ୍ବାରା ରାଜ୍ୟର ଚାଷୀ ମାନସିକ ନିର୍ଯାତନା ପାଉଛନ୍ତି ବୋଲି ସାଂସଦ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି । ଭାରତରୁ ୧୫୨ଟି ଦେଶକୁ ଚାଉଳ ରପ୍ତାନୀ ହେଉଥିବା ବେଳେ କେନ୍ଦ୍ର ନିଜର ଅପାରଗତା ପ୍ରକାଶ କରିବା ସହଜରେ ଗ୍ରହଣ କରି ହେଉନାହିଁ ବୋଲି ସାଂସଦ କହିଛନ୍ତି । କରୋନା କହରରୁ ଅଣ୍ଟା ସଳଖି ଚାଷୀ ଏବେ ନିଜର ସ୍ଥିତି ସୁଧାରୁଥିବା ବେଳେ କେନ୍ଦ୍ରର ପ୍ରବଞ୍ଚନ ସେମାନଙ୍କୁ ଶକ୍ତ ଧକ୍କା ଦେବ ବୋଲି ଅମର ପଟ୍ଟନାୟକ କହିଛନ୍ତି ।

ପ୍ରଥମ ବିଜୟ ଆସାରେ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ

ନୂଆଦିଲ୍ଲୀ: ଖାତା ଖୋଲିବ କି ମୁମ୍ବାଇ । ଆଜି ଆଇପିଏଲରେ ରହିଛି ଗୋଟିଏ ମ୍ୟାଚ୍ । ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଲକ୍ଷ୍ନୌ । ଚଳିତ ସିଜିନରେ ୭ଟି ମ୍ୟାଚ ଖେଳି ସବୁଥିରେ ପରାଜିତ ହୋଇଛି ମୁମ୍ବାଇ । ସେପଟେ ୭ଟି ମ୍ୟାଚରୁ ୪ଟି ଜିତି ଏବେ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି ଲକ୍ଷ୍ନୌ । ମ୍ୟାଚ ଜିତି ପ୍ରଥମ ବିଜୟର ସ୍ବାଦ ଚାଖିବା ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ ରୋହିତ ବାହିନୀ ।

IPL 2020 Final MI Vs DC Suryakumar Sacrifices His Wicket For Rohit

ସେପଟେ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଲକ୍ଷ୍ୟ ରଖିଛି ଲକ୍ଷ୍ନୌ । ଅନ୍ୟପଟେ ଗତକାଲି ମ୍ୟାଚରେ ଆରସିବି ବିପକ୍ଷରେ ସନରାଇଜର୍ସ ହାଇଦ୍ରାବାଦର ହୋଇଛି ସହଜ ବିଜୟ । ୯ ଓ୍ବିକେଟରେ ମ୍ୟାଚ ଜିତି ବାଙ୍ଗାଲୋରକୁ ମାତ୍ ଦେଇଛି ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦକୁ ୬୯ରନର ଟାର୍ଗେଟ ଦେଇଥିଲା ଆରସିବି । ୧୬ ଓଭରରେ ମାତ୍ର ୬୮ ରନରେ ଦଳ ଅଲଆଉଟ୍ ହୋଇଯାଇଥିଲା ।

ସୁୟସ ପ୍ରଭୁଦେଶାଇ ୧୫ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲ ୧୨ ରନ ରନ ଦୁଇ ଅଙ୍କ ଛୁଇଁବାକୁ ସକ୍ଷମ ହୋଇଥିଲେ । ପରେ ୬୯ରନର ବିଜୟ ଲକ୍ଷ ନେଇ ପଡ଼ିଆକୁ ଓହ୍ଲାଇଥିଲା ହାଇଦ୍ରାବାଦ । ଅଭିଷେକ ଶର୍ମା ୨୮ବଲରେ ୪୭ ରନ କରି ଆଉଟ୍ ହୋଇଥିଲେ । ଅଧିନାୟକ କେନ ଓ୍ଵିଲିୟମସନ ୧୬ ଏବଂ ରାହୁଲ ତ୍ରିପାଠୀ ୭ ରନରେ ଅପରାଜିତ ରହିଥିଲେ । ଏଥିସହିତ କ୍ରମାଗତ ପଞ୍ଚମ ବିଜୟ ହାସଲ କରି ଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଛି ହାଇଦ୍ରାବାଦ ।

ଦୁଇ ବିଜେଡି ନେତାଙ୍କୁ ହତ୍ୟା ! ଟେର୍ ପାଉନି ପୋଲିସ

ଦିଗପହଣ୍ଡି: ଦିଗପହଣ୍ଡିରେ ଡବଲ ମର୍ଡର । ଦୁଇ ବିଜେଡି ନେତାଙ୍କୁ ହତ୍ୟା ଅଭିଯୋଗ । କାରଣ ଅସ୍ପଷ୍ଟ, ହତ୍ୟାକାରୀକୁ ଖୋଜୁଛି ପୋଲିସ । ଘଟଣା ଘଟିଛି ଦିଗପହଣ୍ଡି ଥାନା ଚଷା ନିମଖଣ୍ଡି ଗାଁରେ । ମୃତକ ହେଲେ ପାଳଝଡ଼ି ଗାଁର ସୁଧୀର ପାତ୍ର ଓ ସୁଦର୍ଶନ ସୁଆର। ଉଭୟଙ୍କୁ ଗୁରୁତର ଅବସ୍ଥାରେ ରାତି ପ୍ରାୟ ୮ଟା ବେଳେ ପାଳଝଡ଼ି ଗ୍ରାମର ସଉରା ପାହାଡ଼ ଓ ସିନ୍ଧିଗାଁ ରାସ୍ତାରେ ଦେଖି ଦିଗପହଣ୍ଡି ମେଡିକାଲରେ ଭର୍ତି କରିଥିଲେ । ସେଠାରେ ସୁଦର୍ଶନ ସୁଆରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ସୁଧୀରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗତକାଲି ଗାଁରେ ପଂଚାୟତ ନିର୍ବାଚନରେ ବିଜୟୀ ଓ ପରାଜିତ ଗୋଷ୍ଠୀ ମଧ୍ୟରେ ବୈଠକ ହୋଇଥିଲା। ପରେ ସେଠାରୁ ସୁଧୀରଙ୍କ ବାଇକରେ ଉଭୟେ ଆସିଥିଲେ। ତେବେ ଏହା ପରେ କେହି ଦୁବୃର୍ତ୍ତ ଉଭୟଙ୍କୁ ଆକ୍ରମଣ କରିଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ବିଲରେ ଗୁରୁତର ଅବସ୍ଥାରେ ପଡ଼ିଥିଲେ ଉଭୟ। ଏକ ପଥର ସହ ଦୁଇ ହଳ ଚପଲ ଜବତ କରିଛି ଦିଗପହଣ୍ଡି ପୋଲିସ। ଖବର ପାଇ ଆଇଆଇସି ବସନ୍ତ ସେଠି ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି।

ଏହି ଘଟଣା ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। କେଉଁ କାରଣକୁ ନେଇ ଏହି ଘଟଣା ଘଟିଛି ଅସ୍ପଷ୍ଟ ଥିବା ବେଳେ ରାଜନୈତିକ ଶତ୍ରୁତାରୁ ହତ୍ୟା ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଚି । ମୃତକ ବିଜୟୀ ପ୍ରାର୍ଥୀଙ୍କ ସମର୍ଥକ ଥିଲେ ।

ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢିବ ତାପମାତ୍ରା !

ଭୁବନେଶ୍ୱର: ଏବେ ମିଳିବନି ତାତିରୁ ତ୍ରାହି । ଗ୍ରୀଷ୍ମ ପ୍ରବାହରେ ଆହୁରି କଲବଲ ହେବ ଜନଜୀବନ । ପଶ୍ଚିମ ଓ ଉତ୍ତର-ପଶ୍ଚିମରେ ତାତି ଅସମ୍ଭାଳ ହେବ ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର । ଓଡ଼ିଶା ମଧ୍ୟକୁ ଶୁଷ୍କ ବାୟୁ ପ୍ରବାହ ହେଉଥିବାରୁ ତାତି ବଢୁଛି । ଆସନ୍ତା ୩ଦିନ ପର୍ଯ୍ୟନ୍ତ ତାତିରୁ ମୁକ୍ତି ମିଳିବନି । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକଠାରୁ ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ବଢିପାରେ ପାରଦ । ୪୦ଡିଗ୍ରୀ ପାର କରିବ ରାଜ୍ୟର ଅଧିକାଂଶ ସହର । ଏଥିପାଇଁ ଆସନ୍ତାକାଲିଠୁ ୨୭ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାକୁ ହିଟ ଓ୍ବେଭ ଜାରି ହୋଇଛି ।

ଆସନ୍ତାକାଲି ପାଇଁ ସୋନପୁର, ବୌଦ୍ଧ ଓ ବଲାଙ୍ଗୀରକୁ ସତର୍କତା ଜାରି ହୋଇଥିବାବେଳେ ୨୬ରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜ ଏବଂ ୨୭ତାରିଖରେ ସୋନପୁର, ବୌଦ୍ଧ, ବଲାଙ୍ଗୀର, ମୟୂରଭଞ୍ଜ, ଓ କଳାହାଣ୍ଡିକୁ ଜାରି ହୋଇଛି ହିଟ ଓ୍ବେଭ୍ । ସାଧାରଣତଃ ମାର୍ଚ୍ଚରୁ ମେ ମଧ୍ୟରେ ଦିନର ତାପମାତ୍ରାକୁ ନିୟନ୍ତ୍ରଣ କରିଥାଏ କାଳବୈଶାଖୀ । କିନ୍ତୁ ଏପ୍ରିଲ ମାସରେ କମ୍ ବର୍ଷା ତାପମାତ୍ରା ବୃଦ୍ଧିର କାରଣ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ।

ଆଦିବାସୀ ମେଳା ୨୦୨୨ର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହୋଇଛି ଆଦିବାସୀ ମେଳା ୨୦୨୨ ଏବଂ ଜାତୀୟ ଜନଜାତି କଳା ଓ ସାମଗ୍ରୀ ପ୍ରଦର୍ଶନୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ମେଳାକୁ ଉଦଘାଟନ କରିଛନ୍ତି । ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ୧୦ଦିନ ପାଇଁ ମେଳା ଆୟୋଜିତ ହୋଇଛି । କଳାସାମଗ୍ରୀ ପ୍ରଦର୍ଶନୀ ନିମନ୍ତେ ମୋଟ ୧୮୭ଟି ଷ୍ଟଲ ନିର୍ମାଣ କରାଯାଇଛି । ଯେଉଁଥିରେ ଆଦିବାସୀ ମେଳା ପାଇଁ ୧୦୩ଟି ଓ ଜାତୀୟ ଜନଜାତି କଳା ଓ କଳା ସାମଗ୍ରୀ ପ୍ରଦର୍ଶନୀ ପାଇଁ ରହିଛି ୮୪ଟି ଷ୍ଟଲ । ବିଭିନ୍ନ ଆଦିବାସୀ ଓ ଜଙ୍ଗଲ ଜାତ ସାମଗ୍ରୀର ବିକ୍ରିବଟାର ବ୍ୟବସ୍ଥା କରାଯାଇଛି ।

ଏଥିରେ ୧୮ ରାଜ୍ୟ ସାମିଲ ହୋଇଛି । ତେବେ ଅନ୍ୟତମ ଆକର୍ଷଣ ଆଦିବାସୀ ଗାଁ ଚଳିତ ବର୍ଷ ପ୍ରତିଷ୍ଠା ହୋଇନାହିଁ । ମେଳାରେ ୬ରୁ ୭ କୋଟି ଟଙ୍କାର ବ୍ୟବସାୟ ହେବାର ଲକ୍ଷ୍ୟ ରଖାଯାଇଛି । ସବୁଦିନ ସନ୍ଧ୍ୟା ସାଢେ ୬ଟାରୁ ସାଢେ ୮ଟା ପର୍ଯ୍ୟନ୍ତ ଜନଜାତି ନୃତ୍ୟ ପ୍ରଦର୍ଶନର ବ୍ୟବସ୍ଥା ହୋଇଛି । ଆଦିବାସୀ ମେଳାକୁ ପ୍ରତିବର୍ଷ ରାଜ୍ୟ ତଥା ବାହାରୁ ପ୍ରାୟ ୮ରୁ ୧୦ ଲକ୍ଷ ଲୋକ ଆସିଥାଆନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

ପ୍ରଥମେ ଫୋନ୍‌ରେ ଧମକ ଦେଲେ, ପରେ ବୋମା ଫିଙ୍ଗି ଚମ୍ପଟ ମାରିଲେ

ପୁରୀ: ଏନଫୋର୍ସମେଣ୍ଟ ଅଧିକାରୀଙ୍କ ଘର ଉପରକୁ ବୋମାମାଡ଼ । ପ୍ରଥମେ ଫୋନରେ ଧମକ । କିଛି ସମୟ ପରେ ଆସି ବୋମା ଫିଙ୍ଗି ଫେରାର ହୋଇଗଲେ ଅଭିଯୁକ୍ତ । ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ମସଜିଦ ପାଖରେ ଘଟିଛି ଏଭଳି ଘଟଣା। ପୁରୀ ମୁନସିପାଲିଟି ଅଫିସରେ ଏନଫୋର୍ସ ମେଣ୍ଟ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା କାଶିନାଥ ମହାରଣାଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ । ଦୁର୍ବୁତ୍ତ ମାନେ ୩ଟି ବୋମା ମାଡ କରି ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଦୁର୍ବୁତ୍ତଙ୍କ ବୋମାମାଡରେ କାଶିନାଥଙ୍କ ଝିଅ ଆହତ ହୋଇଥିବା ବେଳେ ଘରର କାନ୍ଥ ଭାଙ୍ଗି ଯାଇଛି। ଗତ ୧୬ ତାରିଖରେ କାଶୀନାଥଙ୍କ ଘରୁ ଦୁର୍ବୁତ୍ତମାନେ ପାରା ଚୋରି କରିଥିଲେ। ଏନେଇ କୁମ୍ଭାରପଡ଼ା ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଗିରଫ କରିନଥିଲା। ତେବେ ଆଜି ଅଭିଯୁକ୍ତ ମାନେ ଥାନାରୁ ଚୋରି ମାମଲା ଉଠାଇବା ପାଇଁ ଫୋନରେ ଧମକ ଦେଇଥିଲେ। ଧମକ ଦେବାର କିଛି ସମୟ ପରେ ଆସି ବୋମା ପକାଇ ଫେରାର ହୋଇଯାଇଥିବା ଅଭିଯୋଗ କରିଛନ୍ତି କାଶୀନାଥ ଙ୍କ ପରିବାର ଲୋକେ ।

ଏଥିସହିତ ପଢ଼ନ୍ତୁ: କଲବଲ କରୁଛି ତାତି, ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ ତାପମାତ୍ରା

ଶ୍ୱଶୁରଙ୍କ ବିରୋଧରେ ବୋହୂ ଆଣିଲେ ସାଂଘାତିକ ଅଭିଯୋଗ: କହିଲେ, ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ

ପାଟକୁରା: ବହୁତ ନିର୍ଯାତନା ଦେଇଛନ୍ତି ଶ୍ୱଶୂର ସ୍ୱାମୀ । ମୋ ଶ୍ୱଶୁର ସବୁବେଳେ କହୁଥିଲେ ମୋ ସହ ସଂପର୍କ ରଖ । ହେଲେ ମୁଁ ଏଥିରେ ରାଜି ହେଲିନି । ସ୍ୱାମୀ , ଶାଶୂ,  ଶ୍ୱଶୁର ମୋତେ ମାଡ଼ପିଟ କଲେ । ପାଟକୁରା ଥାନାରେ ଏତଲା ଦେଇଥିଲି କମ୍ପ୍ରମାଇଜ୍‌ କରିଦେଲେ । ବୁଝେଇ ବାଝେଇ ମୋତେ ରାଜସ୍ଥାନ ବିଦା କଲେ । ସ୍ୱାମୀ ରାଜସ୍ଥାନରେ ଅନ୍ୟ ଝିଅ ସହ ସମ୍ପର୍କ ରଖିଲେ । ପ୍ରତିବାଦ କରିବାରୁ ତାଙ୍କ ସାଙ୍ଗମାନଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କଲେ ।

ବାଧା ଦେବାରୁ ପ୍ରାଇଭେଟ୍‌ ପାର୍ଟରେ ମାଡ଼ ମାରିଲେ । ବାଧ୍ୟ ହୋଇ ସେ ଘର ଛାଡ଼ି ପଳାଇଆସିଲି । ବିରୋଧ କରିବାକୁ ମୋ ଚରିତ୍ର ସଂହାର କରୁଛନ୍ତି । ମୁଁ ଏବେ ମୋ ପିଲାଙ୍କ ପାଖକୁ ଯିବାକୁ ଚାହୁଁଛି । ନ୍ୟାୟ ନମିଳିଲେ ସୁଇସାଇଡ୍‌ କରିଦେବି । ସମସ୍ତେ ମିଶି ମୋ ଚରିତ୍ର ନିଲାମ କରିଦେଲେ । ମୋତେ ଯିଏ ଧରମ ଝିଅ କରିଥିଲେ ସେ ବି ଖେଳିଲେ ବୋଲି କହିଛନ୍ତି ପାଟକୁରାର ବୋହୂ । ଭଣଜା ସହ ପ୍ରେମ ସମ୍ପର୍କ ନେଇ ଚର୍ଚ୍ଚା ପରେ ମୁହଁ ଖୋଲିଛନ୍ତି । ଆଉ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିବା ସହ ସ୍ୱାମୀ, ଶ୍ୱଶୁରଙ୍କ ନାଁରେ ଆଣିଛନ୍ତି ଏଭଳି ଅଭିଯୋଗ ।