spot_img
Home Blog Page 4325

ସମ୍ବଲପୁରରେ ହରପାର୍ବତୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

ସମ୍ବଲପୁର: ଆଜି ବାବା ବାଲୁଙ୍କେଶ୍ବରଙ୍କ ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା । ଏଥିପାଇଁ ଉଠୁଛି ପଡୁଛି ସମ୍ବଲପୁର ସହର । ରାତିରେ ଦେବ ଦମ୍ପତିଙ୍କ ବିବାହ ସରିଥିବାବେଳେ ଯୁଗଳ ମୂର୍ତ୍ତି ଦର୍ଶନ ପାଇଁ ସହରରେ ରାଜ୍ୟ ତଥା ରାଜ୍ୟ ବାହାର ଶ୍ରଦ୍ଧାଳୁଙ୍କୁ ଭିଡ ଜମିଛି । ଗତକାଲି ରାତିରେ ବାହାରିଥିଲା ମହାଦେବଙ୍କ ବରଯାତ୍ରୀ । ନର, ବାନର, ଭୁତ, ପ୍ରେତ ଓ ପିଶାଚଙ୍କୁ ସାଥୀରେ ଧରି ବରଯାତ୍ରୀରେ ଯାଇଥିଲେ ଦେବ ଦେବ ମହାଦେବ । ସହରର ପ୍ରମୁଖ ତିନି ଯାତ୍ରା କମିଟି ନନ୍ଦପଡା, ଝାଡୁଆପଡା, ମୁଦିପଡାରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା ।

ବାଜା, ବାଣ, ରୋଷଣୀରେ ମହାଦେବ ବରବେଶରେ ଯାଇ ମାତାଙ୍କ ହାତ ଧରିଥିଲେ । ଏକ ବିଶାଳ ପଟୁଆରେ ପାର୍ବତୀଙ୍କ ଘରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ବାଗତ କରାଯାଇଥିଲା । ଏହାପରେ ମଧ୍ୟ ରାତ୍ରିରେ ମାତାଙ୍କ ହାତ ଧରିଥିଲେ ଭୋଳାନାଥ ।

କେଦାରଗୌରୀ ମନ୍ଦିରରେ ମହାପ୍ରଭୁ ଲିଙ୍ଗରାଜ, ମାତା ପାର୍ବତୀଙ୍କୁ କରିବେ ବିବାହ

ଭୁବନେଶ୍ବର: ବାଦ ବିବାଦ ପରେ ଶେଷରେ ପାଳନ ହେଉଛି ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା । ନିର୍ଦ୍ଧାରିତ ସମୟରେ ନୀତିକାନ୍ତି କରାଯିବା ସହ ମହାପ୍ରଭୁ ଲିଙ୍ଗରାଜ ବିରାଟ ଶୋଭାଯାତ୍ରାରେ କେଦାର ଗୌରୀ ମନ୍ଦିରରେ ପହଞ୍ଚିଛନ୍ତି । ଆଜି ବିବାହ ଉତ୍ସବ ସରିବା ପରେ ମାତା ପାର୍ବତୀଙ୍କୁ ସାଙ୍ଗରେ ଧରି ମନ୍ଦିରକୁ ଫେରିବେ ମହାପ୍ରଭୁ ଲିଙ୍ଗରାଜ ।

ସୂଚନାଯୋଗ୍ୟ, ବାବା କପିଳେଶ୍ବରଙ୍କ ଆସିବାକୁ ନେଇ ଦେଖା ଦେଇଥିବା ବିବାଦର ସମାଧାନ ହୋଇ ପାରିନଥିଲା । ୨୦୧୫ ମସିହାରୁ ବାବା କପିଳେଶ୍ବର ଶୀତଳ ଷଷ୍ଠୀରେ ଲିଙ୍ଗରାଜ ମନ୍ଦିରକୁ ଆସୁନାହାନ୍ତି । ପ୍ରଶାସନିକ ସ୍ତରରେ ଲିଙ୍ଗରାଜ ମନ୍ଦିର ସେବାୟତ ଓ କପିଳେଶ୍ବର ମନ୍ଦିର ସେବାୟତଙ୍କୁ ନେଇ ସମସ୍ୟାର ସମାଧାନ ପାଇଁ ବୈଠକ ବସିଥିଲା । ଯାହା ବିଫଳ ହୋଇଯିବା ପରେ ଗତ ୭ ବର୍ଷ ପରି ଚଳିତବର୍ଷ ମଧ୍ୟ କପିଳେଶ୍ବର ଆସି ନଥିଲେ । ଏହାପରେ ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା ।

ଶିବ ବିବାହ ପାଇଁ ମଙ୍ଗନ ନୀତି ସରି ସେବା ପୂଜା ଠିକ୍ ଭାବେ ଶେଷ ହୋଇଥିଲା । ମହାପ୍ରଭୁଙ୍କ ବିବାହ କାର୍ଯ୍ୟରେ ସବୁ ନିଯୋଗ ସହଯୋଗ କରିଥିଲେ । ବ୍ରାହ୍ମଣ ନିଯୋଗ, ପୂଜା ପଣ୍ଡା ନିଯୋଗ, ବଡୁ ନିଯୋଗ, କ୍ଷେତ୍ରବାସୀ ଆପୋଟିଆ ନିଯୋଗ ସମେତ ସମସ୍ତ ନିଯୋଗଙ୍କ ସହଯୋଗରେ ନୀତିକାନ୍ତି ଶେଷ ହେବା ପରେ ଭୋର ପ୍ରାୟ ୪ଟାରେ ମହାପ୍ରଭୁ ଲିଙ୍ଗରାଜ ରୋଷଣୀ ଶୋଭାଯାତ୍ରାରେ କେଦାର ଗୌରୀ ମନ୍ଦିର ଅଭିମୁଖେ ବାହାରିଥିଲେ ।

ଏକ ବିରାଟ ପଟୁଆରରେ ବାଜା, ବାଣ, ଘଣ୍ଟ, ମହୁରୀ, ଢୋଲ ଓ ବିଭିନ୍ନ ପ୍ରକାର ପାରମ୍ପାରିକ ନୃତ୍ୟ ସହ ପ୍ରଭୁ କେଦାର ଗୌରୀ ମନ୍ଦିରରେ ପହଞ୍ଚିଥିଲେ । ଭୋର ପ୍ରାୟ ୫ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କୁ ବରଣୀ କରାଯାଇ କେଦାର ଗୌରୀ ମନ୍ଦିରକୁ ନିଆଯାଇଥିଲା । ସେଠାରେ ରୀତି ନୀତି ଅନୁଯାୟୀ ବିବାହ କାର୍ଯ୍ୟ ସମାପନ ହୋଇଛି । ମାତା ପାର୍ବତୀଙ୍କୁ ବିବାହ ପରେ ମହାଦେବ ଶୋଭାଯାତ୍ରାରେ ପୁଣି ଲିଙ୍ଗରାଜ ମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ ।

ଆଜି ଶପଥ ନେବେ ନବୀନଙ୍କ ନୂଆ ଟିମ୍

ଭୁବନେଶ୍ବର: ଆଜି ରାଜ୍ୟ ମନ୍ତ୍ରିମଣ୍ଡଳରେ ହେବ ନବ କଳେବର । ପୂର୍ବାହ୍ନ ପ୍ରାୟ ୧୧.୪୫ରେ ଶପଥ ଗ୍ରହଣ ଉତ୍ସବ ଆୟୋଜିତ ହେବ । ଲୋକସେବା ଭବନ କନଭେନସନ ସେଣ୍ଚରରେ ନୀବନଙ୍କ ନୂଆ ମନ୍ତ୍ରୀମାନେ ଶପଥ ନେବେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗତକାଲି ବାଚସ୍ପତିଙ୍କ ସମେତ ୨୦ ମନ୍ତ୍ରୀ ଇସ୍ତଫା ଦେଇଥିଲେ । ମନ୍ତ୍ରୀମଣ୍ଡଳରେ ସାମିଲ ହେବା ପାଇଁ ଅନେକ ନେତାଙ୍କୁ ଯାଇଛି ଫୋନ୍ କଲ । ସମସ୍ତଙ୍କୁ ନିର୍ଦ୍ଦିଷ୍ଟ ସମୟରେ ଉପସ୍ଥିତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଫୋନକଲ ପାଇଥିବା ବିଧାୟକଙ୍କ ମଧ୍ୟରେ ଅଛନ୍ତି ଝାରସୁଗୁଡା ବିଧାୟକ ନବ କିଶୋର ଦାସ, ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ଆଳି ବିଧାୟକ ପ୍ରତାପ ଦେବ, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚି ନାୟକ, ପଶ୍ଚିମ ଓଡ଼ିଶାର ଯୁବ ନେତା ଭାବେ ଜଣାଶୁଣା ରୋହିତ ପୂଜାରୀ ।

ସେହିପରି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଜଳେଶ୍ବର ବିଧାୟକ ଅଶ୍ବିନୀ କୁମାର ପାତ୍ର, ବିଜେପୁର ବିଧାୟିକା ରୀତା ସାହୁ, ଚିକିଟି ବିଧାୟିକା ଉଷା ଦେବୀ, କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବୌଦ୍ଧ ବିଧାୟକ ପ୍ରଦିପ ଅମାତ, ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଓ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀଙ୍କ ପାଖକୁ ମଧ୍ୟ ଫୋନକଲ ଯାଇଛି ।

ରଦ୍ଦ ହେଲା ୨୩ଟି ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ୟକ୍ଷ ପଦ

ଭୁବନେଶ୍ୱର: ୨୩ଟି ବିଭାଗର ଉପଦେଷ୍ଟା ପଦ ରଦ୍ଦ  ।  ସମସ୍ତ ବିଭାଗର ଉପଦେଷ୍ଟା ଓ ନିଗମ ଅଧ୍ୟକ୍ଷ ପଦ ରଦ୍ଦ କଲେ ରାଜ୍ୟ ସରକାର  । ସେହିପରି ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦ ମଧ୍ୟ ରଦ୍ଦ ହୋଇଛି  । ବିଭିନ୍ନ ନିଗମ ପାଇଥିବା ନେତା ତଥା ଦେବାଶିଷ ମହାନ୍ତି, ଇଶ୍ୱର ପାଣିଗ୍ରାହୀ, ପ୍ରଭାତଦ୍ୱିତ ମିଶ୍ର, ଅସୀତ ପଟ୍ଟନାୟକଙ୍କ ପଦ ରଦ୍ଦ ହୋଇଛି  ।

ସେହିପରି ଅମରେନ୍ଦ୍ର  ଦାଶ, ମିନକେତନ ଅମାତ, ଚିନ୍ମୟ ସାହୁ, ଶ୍ରୀମୟୀ ମିଶ୍ର, ଅମରେଶ ପତ୍ରି, ସତ୍ୟବ୍ରତ ତ୍ରିପାଠୀ, ବିଜୟ ନାୟକ, ପ୍ରିୟଦର୍ଶିନୀ ମିଶ୍ର, ସଂଗ୍ରାମ କେଶରୀ ପାଇକରାୟ, ଅନୁବଭ ପଟ୍ଟନାୟକ, କୃତିବାସ ପାତ୍ର, ଉତ୍କଳ କେଶରୀ ପରିଡ଼ା, ଦେବାଶିଷ ମଲ୍ଲିକ, ଜନ୍ମେଜୟ ଲେଙ୍କା,  ସଞ୍ଜୟ କୁମାର ଦାସବର୍ମା, ଲୋପାମୁଦ୍ରା ବକ୍ସିପାତ୍ର, ପୁଷ୍ପେଦ୍ର ସିଂ ଦେଓ, ଏବଂ ସୁଧିର ଦାସଙ୍କ  ଅଧ୍ୟକ୍ଷ ଓ ଉପଦେଷ୍ଟା ପଦ ରଦ୍ଦ ହୋଇଛି  ।

ସାଇବର ଥାନା ପୋଲିସ ହାତରେ ଧୂର୍ତ୍ତ ଠକ; ଅଧିକ ଦରମାର ଚାକିରି ଲୋଭ ଦେଖାଇ ଠକୁଥିଲା

ଭୁବନେଶ୍ୱର: ସାଇବର ଥାନା ପୋଲିସ ହତାରେ ଧୂର୍ତ୍ତ ଠକ । ଅଣ୍ଡର ଗ୍ରାଜୁଏଟ ମୁଣ୍ଡରେ ହାଇଟେକ ଠକେଇ । ନାଲକୋ, ଏନଟିପିସି, ସିମ୍ପ୍ଲେକ୍ସ ବଡ଼ ବଡ଼ କମ୍ପାନୀରେ ଚାକିରି ଦେବା ନାଁରେ ୫୦ ଜଣ ଆଶାୟୀଙ୍କୁ ଠକେଇ ଅଭିଯୋଗ । ଠକ ଦିଲ୍ଲୀପ ବେହାରକୁ ମଞ୍ଚେଶ୍ୱର ଇଞ୍ଜିଣାରୁ ଗିରଫ କରି କୋର୍ଟ ଚାଲାଣ କଲା ସାଇବର ଥାନା ପୋଲିସ ।

ପୋଲିସର ସୂଚନା ଅନୁସାରେ ଅଭିଯୋଗକାରୀ ଜଣକ ଖବର କାଗଜରୁ ବିଜ୍ଞାପନ ଦେଖି ସିଏସଆର ନିର୍ଦ୍ଦେଶକ ପଦବୀ ଲାଗି ନିଯୁକ୍ତି ପ୍ରକ୍ରିୟା ବିଷୟରେ ଜାଣିବାକୁ ପାଇଥିଲେ । ବିଜ୍ଞାପନରେ ଦିଆଯାଇଥିବା ମେଲ ଆଇଡିରେ ନିଜର ବାୟୋ-ଡାଟା ପଠାଇବା ସହ ଠକର ସଂପୃକ୍ତ ମୋବାଇଲ ନମ୍ବରରେ ଯୋଗାଯୋଗ କରିଥିଲେ । ଫୋନରେ କଥା ହେବା ପରେ ଅଭିଯୁକ୍ତ ଜଣକ ଏକ ଆକାଉଣ୍ଟ ନମ୍ବର ଦେବା ସହ ସେଥିରେ ୩୨୦୦ଟଙ୍କା ପଠାଇବା ଲାଗି କହିଥିଲେ । ଟଙ୍କା ପଠାଇ ସାରିବା ପରେ ଅଭିଯୋଗକାରୀଙ୍କ ନିକଟକୁ ନିମ୍ନୋକ୍ତ ଅଭିଯୁକ୍ତ ୪୫୦୦୦ ଟଙ୍କା ଦରମାରେ ନିଯୁକ୍ତି ହୋଇଥିବା ଦର୍ଶାଇ ଏକ ପ୍ରୋଭିଜନାଲ ନିଯୁକ୍ତି ପତ୍ର ଦେଇଥିଲେ ।

ଗତ ଏପ୍ରିଲ ୭ତାରିଖ ଦିନ ଅଭିଯୁକ୍ତ ଜଣକ ଏଚଆର ନିୟମ ଅନୁଯାଇ ସମସ୍ତ କାଗଜପତ୍ରର ଯାଞ୍ଚ ଲାଗି ଅଭିଯୋଗକାରୀଙ୍କୁ ନାଲକୋ ସାଇଟକୁ ଡ଼ାକିଥିଲେ । ଠକ ଦିଲ୍ଲୀପ ନିଜକୁ ଆଡମିନିଷ୍ଟ୍ରେଟିଭ ବିଭାଗର ମୁଖ୍ୟ ବୋଲି ପରିଚୟ ଦେଇଥିଲେ । ଅଭିଯୋଗକାରୀ ଜଣକ ନାଲକୋ ସାଇଟକୁ ଦେଖିଲା ବେଳକୁ ବହୁ ଦିନ ପୂର୍ବରୁ ବନ୍ଦ ପଡିଥିବା ଥିବା ଜାଣିବାକୁ ପାଇଥିଲେ ।

ଅଭିଯୁକ୍ତ ଜଣକ ଅଣ୍ଡର ଗ୍ରାଜୁଏଟ ହୋଇ ଥିବା ବେଳେ ଏଭଳି ଭାବରେ ତାଙ୍କର ସହଯୋଗୀ ମାନେ ମିଶି ପ୍ରାୟ ୫୦ ଜଣ ଆଶାୟୀ ପ୍ରାର୍ଥୀଙ୍କୁ ଏନଟିପିସି, ନାଲକୋ ଏବଂ ସିମ୍ପ୍ଲେକ୍ସ କମ୍ପାନୀରେ ଚାକିରି କରାଇ ଦେବା ଆଳରେ ଠକିଛନ୍ତି । ଠକେଇ ଶିକାର ନେଇ ଜାଣିବା ପରେ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ପରେ ଦିଲ୍ଲୀପକୁ ଗିରଫ କରିଥିଲା ପୋଲିସ । ଯାଞ୍ଚ ବେଳେ ଆଶୟୀ ପ୍ରାର୍ଥୀଙ୍କୁ ସ୍ଵର ବଦଳାଇ କଥା ହେବା ସହ ବାରମ୍ବାର ଫୋନ ନମ୍ବର ବଦଳାଉଥିବା କଥା ପୁଲିସ ଜାଣିବାକୁ ପାଇଥିଲେ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ବାପା ଗାଡିରେ ବନ୍ଧୁକ ରଖି ପୁଅର ଷଡ଼ଯନ୍ତ୍ର, ବାନ୍ଧିଲା ପୋଲିସ

 

ନବୀନ ନିବାସରୁ ଗଲା ଫୋନ କଲ୍, ମନ୍ତ୍ରୀ ହେବେ ଏମାନେ…

ନନ୍ଦିଘୋଷ ବ୍ୟୁରୋ: ନବୀନ ନିବାସରୁ ଗଲା ଫୋନ କଲ । ମନ୍ତ୍ରୀ ମଣ୍ଡଳରେ ସାମିଲ ହେବାକୁ ଥିବା ନେତାଙ୍କୁ କରାଗଲା ନିମନ୍ତ୍ରଣ । ଆସନ୍ତାକାଲି ପୂର୍ବାହ୍ନ ୧୧. ୪୫ରେ ଶପଥ ନେବାକୁ କୁହାଯାଇଛି  । ଏହି ତାଲିକାରେ ରହିଛନ୍ତି..  ନବ ଦାସ, ସମୀର ଦାଶ, ଅଶୋକ ପଣ୍ଡା, ଟୁକୁନି ସାହୁ, ପ୍ରତାପ ଦେବ,  ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ରୋହିତ ପୂଜାରୀ ଓ ପ୍ରମିଳା ମଲିକ  ।
ସେହିପରି ନୂଆ ମନ୍ତ୍ରୀ ତାଲକା ମଧ୍ୟରେ ରାଜେନ୍ଦ୍ର ଢୋଲକିଆ, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ ପାତ୍ର, ରିତା ସାହୁ,  ଉଷା ଦେବୀଙ୍କ ନାଁ ରହିଛି  । ଅନ୍ୟପଟେ ଦଳର ବରିଷ୍ଠ ନେତା ତଥା ବିଧାୟକ  ପ୍ରଫୁଲ ମଲିକଙ୍କୁ ନବୀନ ନିବାସରୁ କଲ ଯାଇଛି  ।  ନିରଞ୍ଜନ ପୂଜାରୀ, ପ୍ରୀତିରଞ୍ଜନ ଘଡେଇ ଓ ପ୍ରଦୀପ ଅମାତ ମଧ୍ୟ ନବୀନଙ୍କ ନୂଆ ବ୍ରିଗେଡରେ ସାମିଲ ହୋଇଛନ୍ତି  ।

ବାପା ଗାଡିରେ ବନ୍ଧୁକ ରଖି ପୁଅର ଷଡ଼ଯନ୍ତ୍ର, ବାନ୍ଧିଲା ପୋଲିସ

ଭୁବନେଶ୍ୱର: ରାଜଧାନୀରେ ବନ୍ଧା ହେଲା ଭିଲେନ୍ ପୁଅ । ବାପାକୁ ଫସେଇବାକୁ ଯାଇ ନିଜେ ଫସିଗଲା । ପ୍ରତିଶୋଧ ନେବା ପାଇଁ ବନ୍ଧୁକର ଷଡଯନ୍ତ୍ର । ବାପାକୁ ଫସାଇବାକୁ ଗାଡି ଭିତରେ ବନ୍ଧୁକ ରଖିଲା ପୁଅ । ଅଭିଯୁକ୍ତ ଜଣକ ହେଲେ ପୂର୍ବତନ ମଦ ମାଫିଆ ବେଲୁ ଓରଫ ସୁରେନ୍ଦ୍ର ଦାଶଙ୍କ ପୁଅ ବିଶ୍ବଜିତ ଦାଶ । ବିଶ୍ବଜିତ ଦାସ ଓ ତାଙ୍କ  ସାଙ୍ଗ ଅଭିନ୍ନ ମହାପାତ୍ରକୁ ଗିରଫ କରିଛି ବାଲିଅନ୍ତା ଥାନା ପୋଲିସ । ପୋଲିସର ସୂଚନା ଅନୁସାରେ ବାପା କୁ ଜେଲ ପଠାଇବାକୁ ଚକ୍ରାନ୍ତ କରିଥିଲା ପୁଅ ।

ତେଣୁ ବାପାଙ୍କ କାରରେ ବନ୍ଧୁକ ରଖି ପୋଲିସକୁ ଖବର ଦେଇଥିଲ ପୁଅ ବିଶ୍ବଜିତ । ତାଙ୍କ ବାପା ବନ୍ଧୁକ ରଖି ଅପରୀଧୀଙ୍କ ସହିତ ମିଳାମିଶା କରୁଥିବା ନେଇ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ । ଖବର ପାଇ ବାଲିଅନ୍ତା ଥାନା ଓ ସ୍ପେଶାଲ ସ୍କାର୍ଡ ରେଡ କରିଥିଲେ । ସୁରେନ୍ଦ୍ର ଦାଶ ଓ ତାଙ୍କ ଡ୍ରାଇଭରକୁ ପଚରାଉଚରା ପରେ ବିଶ୍ବଜିତର ସତ ସାମ୍ନାକୁ ଆସିଥିଲା । ବିଶ୍ବଜିତ ବେକାରୀ ଥିବା ବେଳେ ଆର୍ଥିକ ସମସ୍ୟା ମଧ୍ୟ ଥିଲା ।

ସେପଟେ ଏ ନେଇ ଟଙ୍କା ଦେଣ ନେଣକୁ ନେଇ ଯୋଜନା କରିଥିବା ତଦନ୍ତ ବେଳେ ଜଣା ପଡିଥିଲା । ତଦନ୍ତ ପରେ ପୁଅ ବିଶ୍ବଜିତ ଓ ତାର ସାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗାଡି ଭିତରୁ ଜବତ ହେଲା 7.6mm ପିସ୍ତଲ ଜବତ ହୋଇଛି । ବିଶ୍ବଜିତ ବନ୍ଧୁକ କେଉଁଠୁ ଆଣିଲା ସେ ନେଇ ତଦନ୍ତ କରୁଛି ପୋଲିସ ବୋଲି ଡିସିପି କହିଛନ୍ତି ।

ଫ୍ରେଞ୍ଚ ଓପନ ସେମିଫାଇନାଲ; କୋର୍ଟ ଭିତରକୁ ଚାଲି ଆସିଲେ ଯୁବତୀ; ଦୌଡ଼ି ଚାଲିଗଲେ ଖେଳାଳି

ନୂଆଦିଲ୍ଲୀ: ଫ୍ରେଞ୍ଚ ଓପନର ଦ୍ୱିତୀୟ ସେମିଫାଇନାଲ ସମୟରେ ଏଭଳି ଘଟଣା ଦେଖିବାକୁ ମିଳିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଜଣେ ଝିଅ କୋର୍ଟ ମଧ୍ୟକୁ ଜୋରଜବରଦସ୍ତି ପଶିଯିବା ସହ ନିଜ ବେକରେ ପିନ୍ଧିଥିବା ଚେନ୍‌କୁ ନେଟ୍ ସହ ବାନ୍ଧିଦେଇଥିଲା । ଯାହାକୁ ଦେଖି ଖେଳାଳିମାନେ କୋର୍ଟ ଛାଡ଼ି ଚାଲିଗଲେ ଏବଂ ଖେଳକୁ ଅଟକାଇବାକୁ ପଡ଼ିଲା ।

जलवायु परिवर्तन को लेकर प्रदर्शन कर रही थी अलिजी।

ମ୍ୟାଚ୍ ଅଧିକାରୀମାନେ ତୁରନ୍ତ ଆସି ନେଟରୁ ଚେନ୍‌କୁ ଫିଟାଇ ଯୁବତୀଙ୍କୁ ବାହାର କରିଥିଲେ । କିଛି ସମୟ ପରେ ପୁଣି ମ୍ୟାଚ୍ ଆରମ୍ଭ ହୋଇଥିଲା । ଏହି ସମୟରେ ମହିଳା ପ୍ରଦର୍ଶନକାରୀ ନିଜ ଟି ସର୍ଟରେ ଏକ ବାର୍ତ୍ତା ଲେଖିଥିଲେ । ଯେଉଁଥିରେ ୧୦୨୮ ଦିନ ବାକି ଥିବା ଲେଖାଥିଲା । ପ୍ରଦର୍ଶନକାରୀଙ୍କ ନାମ ଆଲିଜା ବୋଲି କୁହାଯାଉଛି ।ଯାହାଙ୍କ ବୟସ ୨୨ବର୍ଷ । ପୂରା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କାହିଁକି କରୁଛନ୍ତି ପ୍ରଦର୍ଶନ

ଯୁବତୀ ଜଣକ ଡ୍ରିନେର ରିନୋଭେସନ୍ ନାମକ ଏକ ଆନ୍ଦୋଳନ ସହ ଜଡ଼ିତ ଅଛନ୍ତି । ଯିଏ ଜଳବାୟୁ ପରିବର୍ତ୍ତନକୁ ନେଇ ପ୍ରଦର୍ଶନ କରିଆସୁଛନ୍ତି । ତାଙ୍କ ମାନିବା ହେଲା ଯେ, ଫ୍ରାନ୍ସ ଜଦି ଜଳବାୟୁ ପରିବର୍ତ୍ତନ ଦିଗରେ କାର୍ଯ୍ୟ ନକରେ ତେବେ ୧୦୨୮ ଦିନ ପରେ କିଛି ବଞ୍ଚିବ ନାହିଁ । ପ୍ରଦର୍ଶନକାରୀ ଆଲିଜି ମଧ୍ୟ ଜଣେ ପରିବେଶ ପ୍ରେମୀ ବୋଲି କୁହାଯାଉଛି । ତେବେ ଏହି ଆନ୍ଦୋଳନର ଏକ ଓ୍ୱେବସାଇଟ ରହିଛି, ଯେଉଁଥିରେ ସମସ୍ତ ନେତା ବିଶ୍ୱକୁ ଏକ ଏଭଳି ଭବିଷ୍ୟତ ଆଡ଼କୁ ନେଇଯାଉଛନ୍ତି ଯେଉଁଠାରେ ଆଉ ଫ୍ରେଞ୍ଚ ଓପନ ଆୟୋଜନ ସମ୍ଭବ ହେଇପାରିବନାହିଁ ଏବଂ ସବୁ ଶେଷ ହୋଇଯିବ ବୋଲି କୁହାଯାଉଛି ।

ଏଥିସହିତ ପଢ଼ନ୍ତୁ: ନମାଜ ପାଠ ପରେ ଘାଟି ଛାଡ଼ି ନ ଯିବାକୁ କଶ୍ମୀରୀ ପଣ୍ଡିତଙ୍କୁ ଅପିଲ

ସ୍ମାର୍ଟ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ: କହିଲେ- ଏହା ପିଲାଙ୍କ ସ୍ବପ୍ନରେ ଡେଣା ଯୋଡିଛି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୪୪୦ଟି ସ୍ମାର୍ଟ ହାଇସ୍କୁଲର ଲୋକାର୍ପଣ କରିଛନ୍ତି । ଏଥିରେ ଥିଲା କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡା, ରାୟଗଡ଼ା ଓ ଦେବଗଡ଼ ଜିଲ୍ଲା । କେନ୍ଦୁଝର ଜିଲ୍ଲାର ୧୪୫, ସୁନ୍ଦରଗଡର ୧୮୦, ରାୟଗଡର ୭୦ ଓ ନୂଆପଡାର ୪୫ଟି ହାଇସ୍କୁଲ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ଆଲୋଚନାରେ ଭାଗ ନେଇ କେନ୍ଦୁଝରରୁ ଲକ୍ଷ୍ମୀ, ରାୟଗଡାରୁ କସ୍ତୁରୀ, ନୂଆପଡାରୁ ଶୁଭଶ୍ରୀ, ଓ ସୁନ୍ଦରଗଡରୁ ଦେବରାଜ ଆଦି ଛାତ୍ରଛାତ୍ରୀ ସେମାନଙ୍କ ବ୍ୟକ୍ତବ୍ୟରେ ସ୍କୁଲ ରୂପାନ୍ତର ବିଷୟରେ ସେମାନଙ୍କ ଅନୁଭବ ବର୍ଣନା କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଥିଲେ । ସେ କହିଥିଲେ, ‘ପିଲାମାନେ ଆଜି ତୁମର ଆନନ୍ଦ ଓ ଉତ୍ସାହ ମୁଁ ଅନୁଭବ କରିପାରୁଛି । ତୁମ ସ୍କୁଲ ଆଜି ନୂଆ ରୂପ ନେଇଛି । କେବଳ ନୂଆ ରୂପ ନେଇ ନାହିଁ, ତୁମ ଭିତରେ ନୂଆ ଆଶା ଓ ସଙ୍କଳ୍ପ ସୃଷ୍ଟି କରିଛି । ତୁମମାନଙ୍କ ଏ ଖୁସିରେ ସାମିଲ ହୋଇ ମୁଁ ବି ବହୁତ ଖୁସି । ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା ଭିତରେ ଭରି ରହିଛି ବିପୁଳ ସମ୍ଭାବନା । ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତର ପିଲାମାନଙ୍କ ଏ ସ୍ବପ୍ନରେ ଡେଣା ଯୋଡି ପାରିଛି । ଏହା ପିଲାମାନଙ୍କ ପାଇଁ ନୂଆ ସୁଯୋଗ ଆଣିଛି ।  ତେଣୁ ଆତ୍ମବିଶ୍ୱାସର ସହ ଆଗକୁ ବଢ ।’

ସେ ଆଗକୁ କହିଥିଲେ, ‘ସ୍କୁଲ ହେଉଛି ଶ୍ରେଷ୍ଠ ସମୟ । ଏ ରୂପାନ୍ତର ତୁମମାନଙ୍କୁ ଶ୍ରେଷ୍ଠ କରି ଗଢିବା ପାଇଁ ସୁଯୋଗ ସୃଷ୍ଟି କରିଛି । ଗତବର୍ଷ ଅଗଷ୍ଟରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧ ହଜାର ୭୦ଟି ହାଇସ୍କୁଲର ରୂପାନ୍ତର ହୋଇଥିଲା । ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତର ହୋଇଛି । ଏଥିରେ ୨୯୬୦ ସ୍କୁଲରେ ରୂପାନ୍ତର କାମ ଶେଷ ହେଲା । ମୁଁ ବହୁତ ଖୁସି ଯେ, ଆଜି କେନ୍ଦୁଝର, ସୁନ୍ଦରଗଡ଼, ନୂଆପଡା ଓ ରାୟଗଡ଼ା ଜିଲ୍ଲାର ୪୪୦ ସ୍କୁଲର ରୂପାନ୍ତର ହେଲା । ଏ ସ୍କୁଲ ଗୁଡିକ 5T କାର୍ଯ୍ୟକ୍ରମର ଉଦାହରଣ ।’

ପିଲାମାନଙ୍କୁ 5Tର ମହତ୍ତ୍ବ ବିଷୟରେ ବୁଝାଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ‘ଟେକ୍ନୋଲୋଜି, ଟିମୱାର୍କ, ଟାଇମ ବା ସମୟ ଏବଂ ଟ୍ରାନ୍ସପ୍ୟାରେନ୍ସି ବା ସ୍ବଚ୍ଛତାର ପ୍ରୟୋଗରେ ଆସେ ରୂପାନ୍ତର ।  ଟେକ୍ନୋଲୋଜି ଦ୍ବାରା ସେମାନଙ୍କ ସ୍କୁଲରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରୀ, କମ୍ପୁଟର, ଆଧୁନିକ ପରୀକ୍ଷାଗାର ଆଦିର ବ୍ୟବସ୍ଥା ହେବା ସହିତ ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଗଲା । ସେହିପରି ଟିମଓ୍ବାର୍କରେ ପଞ୍ଚାୟତ ପ୍ରତିନିଧି, ସ୍କୁଲ ପରିଚାଳନା କମିଟି, ଶିକ୍ଷକ, ପୁରାତନ ଛାତ୍ର ଓ ପ୍ରଶାସନ ଆଦି  ସମସ୍ତେ ମିଳିମିଶି ଏ ରୂପାନ୍ତର କାମରେ ସାମିଲ ହୋଇଛନ୍ତି । ସେହିପରି ଟାଇମ ବା ସମୟକୁ ଗୁରୁତ୍ବ ଦିଆଯାଇ ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ଠିକ୍‌ ସମୟରେ କାର୍ଯ୍ୟ ଶେଷ ହୋଇଛି । ସେହିପରି ଟ୍ରାନ୍‌ସପ୍ୟାରେନ୍‌ସି  ବା ସ୍ବଚ୍ଛତାର ପ୍ରୟୋଗ କରାଯାଇ ସବୁ କାମ ସମସ୍ତଙ୍କ ସହ ଆଲୋଚନା କରି କରାଯାଇଛି। ଭିଜନ ଡକ୍ୟୁମେଣ୍ଟଠାରୁ ଆରମ୍ଭ କରି କାମ ତଦାରଖ ପର୍ଯ୍ୟନ୍ତ ସମସ୍ତଙ୍କ ଜ୍ଞାତସାରରେ ସବୁ କାର୍ଯ୍ୟ ହୋଇଛି । ଏହି ସ୍ବଚ୍ଛତା ହେଉଛି 5T କାର୍ଯ୍ୟକ୍ରମର ବଡ ଶକ୍ତି ।’

ରୂପାନ୍ତର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ସ୍କୁଲ ମ୍ୟାନେଜମେଣ୍ଟ କମିଟି, ପଞ୍ଚାୟତ ପ୍ରତିନିଧି, ପୁରାତନ ଛାତ୍ର ସଂସଦ, ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଶିକ୍ଷା ଜୀବନରେ ସବୁଠାରୁ ବଡ ରୂପାନ୍ତର ଆଣିଥାଏ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ, ’ ଜୀବନର ଏ ଗୁରୁତ୍ବପୂର୍ଣ୍ଣ ସମୟକୁ ଠିକ୍‌ ଭାବରେ ଉପଯୋଗ କର ଏବଂ ନିଜ ପାଇଁ, ନିଜ ପରିବାର ପାଇଁ ଓ ପ୍ରିୟ ଓଡିଶା ପାଇଁ ନୂଆ ପରିଚୟ ସୃଷ୍ଟି କର ।’

କାର୍ଯ୍ୟକ୍ରମରେ ବିଧାୟକ ପ୍ରେମାନନ୍ଦ ନାୟକ,  ବିଧାୟକ ଜଗନ୍ନାଥ ସାରକା, ବିଧାୟକ ରାଜେନ୍ଦ୍ର ଢୋଲକିଆ ଓ ବିଧାୟକ ସାରଦା ପ୍ରସାଦ ନାୟକ ପ୍ରମୁଖ ଉଦବୋଧନ ଦେଇ ମାନବ ସମ୍ବଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଦୂରଦର୍ଶୀ ପଦକ୍ଷେପର ଉଚ୍ଚ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ 5T ସଚିବ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଦେଇଥିଲେ ।

ନୂଆ ମନ୍ତ୍ରୀ ତାଲିକାରେ କାହାର ନାଁ ? ସମ୍ଭାବ୍ୟ ତାଲିକାକୁ ନେଇ ଧଡଧଡ଼

ନନ୍ଦିଘୋଷ ବ୍ୟୁରୋ : ନେତାଙ୍କ ଛାତି ଧଡଧଡ଼  । ସମୟ ପାଖେଇ ଆସୁଛି, ହୃଦ ସ୍ପନ୍ଦନ ବଢୁଛି  । ୨୦ ମନ୍ତ୍ରୀଙ୍କ ଇସ୍ତଫା ପରେ କାହାକୁ ମିଳିବ ସୁଯୋଗ  । କାହାକୁ କଲ କରିବେ ସୁପ୍ରିମୋ  । କାହାର ହେବ ଭାଗ୍ୟ ଉଦୟ  । ଏନେଇ ସମସ୍ତେ ଆଶା ବାନ୍ଧି ବସିଛନ୍ତି  । ତେବେ ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳିର ତୃତୀୟ ବର୍ଷରେ ପରିବର୍ତ୍ତନ କରିବାକୁ ଯାଉଥିବା ମନ୍ତ୍ରୀ ମଣ୍ଡଳରେ ଯୁବ ଓ ମହିଳାଙ୍କୁ ବିଶେଷ ପ୍ରାଧାନ୍ୟ ଦେବା ନେଇ ଚର୍ଚ୍ଚା ହେଉଛି  । ଏବଂ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ସମ୍ଭାବ୍ୟ ଯୁବ ମନ୍ତ୍ରୀଙ୍କ ନାମ  ।

ମୁଖ୍ୟମନ୍ତ୍ରୀ ଘୋଷଣା କରିବାକୁ ଯାଉଥିବା ମନ୍ତ୍ରୀ ତାଲିକା ଅର୍ଥାତ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଏହି ବିଧାୟତକଙ୍କ ନାମ ଥିବା ନେଇ ଆଲୋଚନା ହେଉଛି  । ସୂଚନା ମୁତାବକ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡ଼େଇ, ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥି, ବଦ୍ରି ନାରାୟଣ ପାତ୍ର, ଅତୁନ ସବ୍ୟସାଚୀ ନାୟକ ଆଦିଙ୍କ ନାମ ନୂତନ ତାଲିକାରେ ସ୍ଥାନିତ ହେବା ନେଇ ଚର୍ଚ୍ଚା ହେଉଛି  । ସେହିପରି ଅନେକ ମହିଳା ଚେହେରାଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିପାରନ୍ତି ନବୀନ  ।

ସେହିପରି ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ସମ୍ବଲପୁର ବିଧାୟକ ରୋହିତ ପୂଜାରୀ, ବାସନ୍ତୀ ହେମ୍ବ୍ରମ, ପ୍ରତାପ ଦେବ, ଲତିକା ପ୍ରଧାନ, ପ୍ରଦୀପ ଅମୀତଙ୍କ ଭଳି ଅନେକ ନେତାଙ୍କ ନା ଆଲୋଚନା ହେଉଛି  । ତେବେ ରାଜ୍ୟପାଳ ପୁରୀ ଗସ୍ତରେ ଥିବାବେଳେ ସଂଧ୍ୟା ୮ରେ ପ୍ରତ୍ୟାବର୍ତ୍ତନ କରିବେ  । ଏହା ପରେ ରାଜ୍ୟପାଳଙ୍କ ନିକଟକୁ ନୂତନ ମନ୍ତ୍ରୀମଣ୍ଡଳର ତାଲିକା ପଠାଯିବ ଏବଂ ଏହା ପରେ ହିଁ ମନ୍ତ୍ରୀ ମାନଙ୍କ ନାମ ସ୍ପଷ୍ଟ ହୋଇପାରିବ  । ତେବେ ଦେଖିବାକୁ ବାକି ରହିଲା ନବୀନଙ୍କ ନୂତନ ମନ୍ତ୍ରୀ ମଣ୍ଡଳରେ କାହା ନାମରେ ବାଜୁଛି ମୋହର  ।

ମିଳିଥିବା ସୂଚନା ମୁତାବକ ସଂଧ୍ୟା ସାଢେ ୫ଟାରୁ ନବୀନ ନିବାସରୁ ନେତାଙ୍କ ନିକଟକୁ ଫୋନ କଲ ଯାଉଛି  । ଯେଉଁମାନେ ନୂତନ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ସେମାନଙ୍କୁ ରବିବାର ଲୋକସେବା ଭବନ କନଭେନସନ ହଲକୁ ନିମନ୍ତ୍ରଣ କରାଯାଉଛି  ।  ମନ୍ତ୍ରିମଣ୍ଡଳରେ ସେମାନଙ୍କ ନାମ ଥିବା ନେଇ ମଧ୍ୟ ସ୍ପଷ୍ଟ କରାଯାଉଥିବା ଚର୍ଚ୍ଚା ହେଉଛି  । ସେହିପରି ନବୀନ ପଟ୍ଟନାୟକ ପ୍ରଥମ ଥର ପାଇଁ ଓଡିଶା ରାଜନୈତିକ ଇତିହାସରେ ଜଣେ ମହିଳାଙ୍କୁ ବିଧାନସଭାରେ ବାଚସ୍ପତି ଭାବେ ଅଭିଶିକ୍ତ କରିବାକୁ ଯାଉଥିବା କୁହାଯାଉଛି  ।