spot_img
Home Blog Page 4347

ମନୋଜ ପାଣ୍ଡେ ହେବେ ନୂଆ ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତୀୟ ଆର୍ମୀର ନୂଆ ସ୍ଥଳସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ସେନାର କୋର୍ ଅଫ ଇଞ୍ଜିନିୟର ଅଫିସର ହେଉଛନ୍ତି ମନୋଜ । ସେ ୨୯ତମ ସେନାମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ । ବର୍ତ୍ତମାନର ସ୍ଥଳସେନା ମୁଖ୍ୟ ଏମ.ଏମ. ନରଓ୍ବାଣେଙ୍କ ସ୍ଥାନ ନେବେ ମନୋଜ । ୧୯୮୨ ମସିହାରେ ସେନାର ଇଞ୍ଜିନିୟର ରେଜିମେଣ୍ଟରେ ଭର୍ତ୍ତି ହୋଇଥିଲେ ମନୋଜ ।

ଆସନ୍ତା ୩୦ ତାରିଖରେ ମନୋଜ ଭାରତୀୟ ସ୍ଥଳସେନାର ଦାୟିତ୍ବ ଗ୍ରହଣ କରିବେ । ଦେଶର ପ୍ରଥମ ଇଂଜିନିୟର ଭାବେ ସେ ସ୍ଥଳସେନା ମୁଖ୍ୟ ହେବାକୁ ଯାଉଛନ୍ତି । ଚଳିତମାସ ଶେଷରେ ଏମ.ଏମ. ନରଓ୍ବାଣେ ଅବସର ନେବେ ।

ନରଓ୍ବାଣେଙ୍କ ପରେ ମନୋଜ୍ ହେଉଛନ୍ତି ସେନାର ସବୁଠାରୁ ବରିଷ୍ଠ ଅଧିକାରୀ । ଅନ୍ୟପକ୍ଷେ ଖାଲି ଥିବା  ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ସିଡିଏସ ପଦ ଦୌଡରେ ନରଓ୍ବାଣେଙ୍କ ନାଁ ଆଗରେ ଥିବା ବିଶେଷ ସୂତ୍ରରୁ ଜଣାପଡୁଛି । ୨୦୨୧ ଡିସେମ୍ବର ୮ ତାରିଖରେ ବାୟୁସେନା ବିମାନ ଦୁର୍ଘଟଣାରୁ ଦେଶର ପ୍ରଥମ ସିଡିଏସ ବିପିନ ରାଓ୍ବତଙ୍କ ମୃତ୍ୟୁ ଘଟିଥିଲା । ସେବେଠାରୁ ଏହି ପଦବୀଟି ଖାଲି ରହିଛି ।

ବିପଦରେ କୋଟି କୋଟି କ୍ରୋମ୍‌ ୟୁଜର୍ସ

ନୂଆଦିଲ୍ଲୀ: ଇଣ୍ଟରନେଟ୍‌ ବ୍ରାଉଜର ଭାବରେ ଗୁଗଲ କ୍ରୋମ୍‌ ଖୁବ୍‌ ଲୋକପ୍ରିୟ । ଏହାର କୋଟି କୋଟି ଆରବ ୟୁଜର୍ସ ଅଛନ୍ତି । ଏବେ ଗୁଗଲ କ୍ରୋମ୍‌ ୟୁଜର୍ସଙ୍କୁ ଚେତାବନୀ ଦେଇଛି । ବାସ୍ତବରେ ଗୁଗଲ କ୍ରୋମରେ ଏକ ସମସ୍ୟା ଦେଖା ଦେଇଛି ।  ଯାହାକୁ ନେଇ ୩୨୦ କୋଟି ୟୁଜର୍ସ ବିପଦ ଆଶଙ୍କାରେ ।

ଗୁଗଲ କ୍ରୋମରେ ଏକ ନୂଆ ଜିରୋ-ଡେ-ହାଇ ଥ୍ରେଟ୍‌ ଲେବଲ ହ୍ୟାକ୍‌ ଠାବ ହୋଇଛି । ଏହାକୁ ନେଇ ନୂଆ କ୍ରୋମ୍‌ ବ୍ଲଗ୍‌ ପୋଷ୍ଟରେ ସୂଚନା ଦିଆଯାଇଛି । ତେବେ ହ୍ୟାକର୍ସ କ୍ରୋମ୍‌ ୟୁଜର୍ସଙ୍କୁ ଟାରଗେଟ୍‌ କରିପାରେ । କିନ୍ତୁ କମ୍ପାନୀ ଏହାର ଫିକ୍ସ ଜାରି କରିସାରିଛି ।

କ୍ରୋମର ସମସ୍ତ ମୁଖ୍ୟ ପ୍ଲାଟଫର୍ମ ଭଳି Windows,macos,Linux ଏବଂ Android ପାଇଁ ସମସ୍ୟା ନଜର ଆସିଛି । କ୍ରୋମ୍‌ ୟୁଜର୍ସଙ୍କ ସୁରକ୍ଷା ପାଇଁ ଗୁଗଲ ଏପର୍ଯ୍ୟନ୍ତ ଏହି ସମସ୍ୟା ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଦେଇନାହିଁ । ଏହି ତିନି ସପ୍ତାହରେ ଦ୍ୱିତୀୟ ଥର ଯେତେବେଳେ, କ୍ରୋମ୍‌ କମ୍ପୋନେଟ୍‌ V8କୁ  ଜିରୋ ଡେ କ୍ୟାକରେ ବ୍ରିଜ୍‌ କରାଯାଇଛି । ଏହି ସମସ୍ୟାର ସମାଧାନ ପାଇଁ ଗୁଗଲ ନୂଆ ଭର୍ସନ ଜାରି କରିଛି । କିନ୍ତୁ ଏହା ତୁରନ୍ତ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିବନି ବୋଲି କହିଛି କମ୍ପାନୀ । ୟୁଜର୍ସ ଅପଡେଟକୁ ଚେକ୍‌ କରିବା ପାଇଁ କ୍ରୋମର ଟପ୍‌ ରାଇଟ୍‌ରେ ଡଟ୍‌ ମେନୁରେ କ୍ଲିକ୍‌ କରିପାରିବେ । ଏହାପରେ ସେଟିଂକୁ ଯିବାକୁ ପଡ଼ିବ । ଏହାପରେ ହେଲ୍ପ ସେକ୍ସନ । ଏହାପରେ about google chromeରେ ଟ୍ୟାପ୍‌ କରିବେ । ଏସବୁ କରିବା ପରେ ବ୍ରାଉଜରକୁ ରିଷ୍ଟାର୍ଟ କରନ୍ତୁ ।

ସ୍କୁଲ ପରେ କଲେଜରେ କମିଲା ଖରା ଛୁଟି

ଭୁବନେଶ୍ବର: ସ୍କୁଲ ପରେ କଲେଜରେ ବି କମିଲା ଖରା ଛୁଟି । ଜୁନ ୧ରୁ ୧୬ ତାରିଖ ଯାଏଁ ବନ୍ଦ ରହିବ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ । ଆବଶ୍ୟକ ପଡିଲେ ଏକ୍ସଟ୍ରା କ୍ଲାସ୍ କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଛି । କରୋନା ଯୋଗୁଁ ଶିକ୍ଷାବର୍ଷ ବ୍ୟାହତ ହୋଇଥିବାରୁ ଖରା ଛୁଟି ଅବଧି କମା ଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି ।

ପୂର୍ବରୁ ସ୍କୁଲରେ ମଧ୍ୟ ଖରା ଛୁଟି କାଣ୍ଟଛାଣ୍ଟ କରାଯାଇଥିଲା । ମେ’ ୬ରୁ ୧୬ ତାରିଖ ପର୍ଯ୍ୟନ୍ତ ସ୍କୁଲରେ ହେବ ଖରାଛୁଟି ।

ବଢିଲା ଜେଇଇ ମେନ ଅନଲାଇନ୍ ଫର୍ମପୂରଣ ତାରିଖ

ଭୁବନେଶ୍ବର: ଜେଇଇ ମେନ୍ ପାଇଁ ଅନଲାଇନ୍ ଫର୍ମପୂରଣ ତାରିଖ ବଢାଇ ଦିଆଯାଇଛି ।  ପିଲାଙ୍କ ଦାବିକୁ ଦୃଷ୍ଟିରେ ରଖି ତାରିଖ ବଢା ଯାଇଛି । ଏପ୍ରିଲ ୧୮ ତାରିଖ ଆଜିଠାରୁ ଜେଇଇ ମେନ୍ ସେକ୍ସନ-୧ ପାଇଁ ଅନଲାଇନ୍ ଫର୍ମପୂରଣ ପୁଣି ଆରମ୍ଭ ହୋଇଛି । ଆସନ୍ତା ୨୫ ତାରିଖ ରାତି ୯ଟା ପର୍ଯ୍ୟନ୍ତ ପିଲାମାନେ ଅନଲାଇନ ଫର୍ମପୂରଣ କରିପାରିବେ । ୨୫ ତାରିଖ ରାତି ୧୧ଟା ୫୦ ମଧ୍ୟରେ ଆବେଦନ ଫି’ ଦାଖଲ କରିବାକୁ କୁହାଯାଇଛି ।

ଜୁନ ୨୦ରୁ ୨୯ ତାରିଖ ମଧ୍ୟରେ ହେବ ଜେଇଇ ମେନ୍ ପରୀକ୍ଷା । ଛାତ୍ରଛାତ୍ରୀମାନେ ଅଫିସିଆଲ ଓ୍ୱେବସାଇଟ ’jeemain.nta.nic.in’ ରେ ଆବେଦନ କରିପାରିବେ ।

କେଜିଏଫର ଅସଲ ରକି ଭାଇ କିଏ?

ବକ୍ସ ଅଫିସରେ ଧମାଲ କରୁଛି  KGFର ସିକ୍ୱେଲ୍। କନ୍ନଡ ଅଭିନେତା ୟଶଙ୍କ ଅଭିନୟ ବି ଫ୍ୟାନ୍ସଙ୍କୁ ଖୁବ୍ ଆଟ୍ରାକ୍ଟ କରୁଛି । ହେଲେ ଆପଣ କ’ଣ ଜାଣିଛନ୍ତି କି KGF ନାମରେ ଅସଲ ଜୀବନରେ ଏକ ସ୍ଥାନ ଅଛି । ଆଉ ଫିଲ୍ମରେ ଅଭିନେତା ୟଶ ନିଭାଇଥିବା ଚରିତ୍ର ବି କାଳ୍ପନିକ ହୋଇନଥିବା ଚର୍ଚ୍ଚା। KGFର ପୂରା ନାମ ହେଉଛି ’କୋଲାର ଗୋଲ୍ଡ ଫିଲ୍ଡସ୍’ ।

କର୍ଣ୍ଣାଟକର ବେଙ୍ଗାଲୁରୁ ଠାରୁ ୧୦୦ କିଲୋମିଟର ଦୂରରେ ରହିଛି କୋଲାର। ବ୍ରିଟିଶ ରାଜୁତି ସମୟରେ ସୁନା ଉତ୍ପାଦନ ପାଇଁ ଏହି ସ୍ଥାନ ଖୁବ୍ ଚର୍ଚ୍ଚାରେ ଥିଲା । ଯାହା ବ୍ରିଟିଶରଙ୍କ ଥିଲା ‘ମିନି ଇଂଲଣ୍ଡ’ । ଯେଉଁଠି ୧୨୧ ବର୍ଷ ଧରି କରାଯାଇଥିଲା ସୁନା ଉତ୍ପାଦନ।

ଐତିହାସିକଙ୍କ ଅନୁଯାୟୀ, ଏହି ଖଣିରୁ ପ୍ରାୟ ୯00 ଟନ୍ ସୁନା ଉତ୍ପାଦିତ ହୋଇଛି |  ଯେଉଁ ସୁନା ୧୮୮୦ ରୁ ୨୦୦୧  ମଧ୍ୟରେ ବାହାର କରାଯାଇଥିଲା । KGF ହେଉଛି ଦୁନିଆର ସବୁଠାରୁ ଗଭୀର ଖଣି, ଏଠାରେ ୧୯୮୦ ଏବଂ ୧୯୯୦ ଦଶକରେ ଦଶନ୍ଧି ମଧ୍ୟରେ ପୃଥିବୀ ପୃଷ୍ଠରୁ ତିନି କିଲୋମିଟର ଗଭୀର ଯାଏଁ ଖନନ କରାଯାଇଥିଲା । ଆଉ ଅଧିକ ସୁନା ଉତ୍ପାଦନ କ୍ଷେତ୍ରରେ ଭାରତ ଦୁନିଆର ୬ ନଂ ସ୍ଥାନରେ ରହିଥିଲା।

ତେବେ ଆସନ୍ତୁ ଜାଣିବା ଫିଲ୍ମରେ ଅଭିନେତା ୟଶ ନିଭାଇଥିବା ଚରିତ୍ର ସତ ନା କାଳ୍ପନିକ?

କିଏ ଏହି ରାଉଡି ଥଙ୍ଗମ? ଯାହାକୁ କେଜିଏଫର ଅସଲ ରକି ଭାଇ କୁହାଯାଏ?

ଆସନ୍ତୁ ଜାଣିବା ଫିଲ୍ମରେ ଅଭିନେତା ୟଶ ନିଭାଇଥିବା ଚରିତ୍ର ସତ ନା କାଳ୍ପନିକ । ଫିଲ୍ମଟି କୁଖ୍ୟାତ ଅପରାଧି ଥଙ୍ଗମ ଉପରେ ଆଧାରିତ । ଥଙ୍ଗମକୁ କୁଖ୍ୟାତ ଚନ୍ଦନ ତସକର ବୀରପ୍ପନର ଜୁନିଅର ମଧ୍ୟ କୁହାଯାଇଥାଏ। ମିଡିଆ ରିପୋର୍ଟ ଅନୁଯାୟୀ,ଏନକାଉଣ୍ଟର ପୂର୍ବରୁ ତା ନାଁରେ ୪୨ଟି ଅପରାଧିକ ମାମଲା ରହିଥିଲା । ଏପରିକି ତା’ ନାମରେ ଲୁଟ୍ ଓ ଛିନତାଇ ମାମଲା ରହିଥିଲା । ତା’ର ନିଜର ଏକ ଗ୍ୟାଙ୍ଗ ମଧ ରହିଥିଲା ।

ଫିଲ୍ମରେ ରକି ଯେପରି କୋଲାର ଗୋଲ୍ଡ ଫିଲ୍ଡ କୁ ଓହ୍ଲାଇବା ପରେ ଲୋକଙ୍କ ସପୋର୍ଟ ପାଇଥିଲା, ଠିକ୍ ସେହିପରି ଥଙ୍ଗମଙ୍‌କୁ ବି ମିଳିଥିଲା ଜନତାଙ୍କ ସମର୍ଥନ । ଲୋକଙ୍‌କ ଗହଣରେ ରବିନ ହୁଡ୍ ଭାବେ ପରିଚିତ ଥିଲେ ଥଙ୍ଗମ । କାରଣ ଅସହାୟ ଓ ଗରିବଙ୍କୁ ସେ ଖୁବ୍ ସହାୟତା କରୁଥିଲା । ସେ  ୧୯୯୭ ମସିହାରେ ଥଙ୍ଗମଙ୍କୁ ଗୁଳି ମାରିଥିଲା ପୋଲିସ । ୨୦୦୩ରେ ଥଙ୍ଗମର ୩ ଭାଇ ମଧ୍ୟ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ। ଯାହା ଉପରେ ବସିଥିଲା ସିବିଆଇ ତଦନ୍ତ

ତେବେ ଏହି ଫିଲ୍ମଟି ରିଲିଜ ପରେ ବିବାଦ ଘେରକୁ ଆସିଥିଲା। ଅସଲ ଜୀବନରେ ଥଙ୍ଗମର ମା’ ପାଉଲି JMFC କୋର୍ଟରେ କେସ୍ ଦାଏର କରିଥିଲେ । ପାଉଲିଙ୍କ  କହିବାନୁଯାୟୀ, ଚଳଚ୍ଚିତ୍ରର ପ୍ରଥମ ଭାଗରେ ତାଙ୍କ ପୁଅର ଚରିତ୍ରକୁ ନକରାତ୍ମକ ଢଙ୍ଗରେ ପ୍ରଦର୍ଶିତ କରାଯାଇଛି । ଯାହା ପରେ  JMFC Second court ପ୍ରଯୋଜକ ବିଜୟ, ନିର୍ଦ୍ଦେଶକ ପ୍ରଶାନ୍ତ ନିଲ୍, ବିଜିଏମଏଲ୍ କମ୍ପାନୀ ଓ କର୍ଣ୍ଣାଟକ ଫିଲ୍ମ ଚାମ୍ବର ଅଫ୍ କମର୍ସର ସଭାପତିଙ୍କୁ ନୋଟିସ୍ କରିଥିଲେ। ପରେ ଫିଲ୍ମ ଉପରେ ତଳକୋର୍ଟ ଲଗାଇଥିବା ଷ୍ଟେ ଅର୍ଡରକୁ ଉଠାଇଥିଲେ କର୍ଣ୍ଣାଟକ ହାଇକୋର୍ଟ ।

କର୍ଣ୍ଣାଟକରେ ଜନ୍ମଗ୍ରହଣ କରିଥିବା ଥଙ୍ଗମ ଜଣେ କୁଖ୍ୟାତ ଅପରାଧି । ତାଙ୍କ ମା’ଙ୍କ ନାମ ପାଓଲି । Kgf Part 1 ର ନିର୍ଦ୍ଦେଶକ ପ୍ରଶାନ୍ତ ନିଲଙ୍କ ଫିଲ୍ମ ସହ ଥଙ୍ଗମର ଜୀବନାବଳୀ କିଛ ମାତ୍ରାରେ ସମାନ ହୋଇଥିବା ବେଳେ ଆଉ କିଛି ପାର୍ଟ କାଳ୍ପନିକ । ଠିକ୍ ଯେପରି ଫିଲ୍ମରେ ରକି ତାଙ୍କ ମା’ ପାଓଲିଙ୍କ ଠାରୁ ପ୍ରେରଣା ପାଇଥିଲା । ଆଉ ସତ ଜୀବନରେ ଥଙ୍ଗମର ଜୀବନରେ ତାଙ୍କ ମା’ଙ୍କ ବଳିଷ୍ଠ ଭୂମିକା ରହିଥିଲା ବୋଲି ଚର୍ଚ୍ଚା ।

 

 

 

ଏଇଠୁ ଆରମ୍ଭ ହୋଇଥିଲା KGFର କାହାଣୀ…

ବକ୍ସ ଅଫିସରେ KGF Chapter 2 ଧମାଲ କରୁଛି । କନ୍ନଡ ଅଭିନେତା ୟଶଙ୍କ ଅଭିନୟ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି। ଠିକ୍ ସେହିପରି ଦିନେ ଅସଲ ଜୀବନର KGFକୁ ପସନ୍ଦ କରୁଥିଲେ ବ୍ରିଟିଶର । ଯାହାକୁ ବ୍ରିଟିଶର ମାନେ ‘ମିନି ଇଂଲଣ୍ଡ’ ବି କହୁଥିଲେ ।  KGFର ପୂରା ନାମ ହେଉଛି ‘କୋଲାର ଗୋଲ୍ଡ ଫିଲ୍ଡସ୍’ । ଯାହା ସୁନା ଖଣି ଭାବେ ପରିଚିତ ଥିଲା । ହେଲେ ଖୁବ୍ ଲୋକ ଜାଣିଥିବେ KGFର ଇତିହାସ ସମ୍ପର୍କରେ । ଆସନ୍ତୁ ଜାଣିବା ଆମର ଏହି ସ୍ପେଶାଲ୍ ରିପୋର୍ଟରେ…

’କୋଲାର ଗୋଲ୍ଡ ଫିଲ୍ଡସ୍’ (KGF) ହେଉଛି କର୍ଣ୍ଣାଟକ କୋଲାର ଜିଲ୍ଲାର ଏକ ଖଣି ଅଞ୍ଚଳ । ବ୍ରିଟିଶ ରାଜୁତି ସମୟରେ ସୁନା ଉତ୍ପାଦନ ପାଇଁ ଏହି ସ୍ଥାନ ଖୁବ୍ ଚର୍ଚ୍ଚାରେ ଥିଲା । ଆଉ ଦୁନିଆର ଦ୍ୱୀତିୟ ଗଭୀର ଖଣି ହେଉଛି କୋଲାର । ଯେଉଁଠି ୧୨୧ ବର୍ଷ ଧରି ସୁନା ଉତ୍ପାଦନ କରାଯାଇଥିଲା । ଏକ ରିପୋର୍ଟ ଅନୁଯାୟୀ କୋଲାର ଗୋଲ୍ଡ ଫିଲ୍ଡସ୍ ରୁ ପାଖାପାଖି ୯୦୦ ଟନ୍ ସୁନା ବାହାର କରାଯାଇଛି।

ବେଙ୍ଗାଲୁରୁ ଠାରୁ ୧୦୦ କିଲୋମିଟର ଦୂରରେ ରହିଛି କୋଲାର । KGF ପିଲ୍ମ ଏବେ କୋଟି କୋଟି ଟଙ୍କାର ଇନକମ୍ କରୁଛି । ଠିକ୍ ଏହି ପରି ଦିନେ ୧୯୦୫ ମସିହାରେ କୋଲାର ଗୋଲ୍ଡ ଫିଲ୍ଡସ୍ ସୁନା ଉତ୍ପାଦନ କରୁଥିଲା । ଆଉ ଅଧିକ ସୁନା ଉତ୍ପାଦନ କ୍ଷେତ୍ରରେ ଭାରତ ଦୁନିଆର ୬ ନଂ ସ୍ଥାନରେ ରହିଥିଲା। ତେବେ ଭୁତତ୍ତ୍ୱ ବିଜ୍ଞାନୀଙ୍କ ମତରେ ସେ ସମୟରେ KGFରୁ ଭାରତର ୯୫% ସୁନା ବାହାରୁଥିଲା ।

କୁହାଯାଏ ୧୮୭୧ରେ ବ୍ରିଟିଶ ସୈନିକ ମାଇକେଲ୍ ଫିଟଜଗେରାଲ୍ଡ ଲେବଲି ’ଏସିଆଟିକ୍ ଜର୍ଣ୍ଣାଲ୍’ରୁ  କୋଲାର ଗୋଲ୍ଡ ଫଇଲ୍ଡ ସମ୍ପର୍କରେ ଜାଣିଥିଲେ । ଯାହାପରେ ଏଠାକୁ ଆସି ଯାଞ୍ଚ କରିଥିଲେ । ପରେ ୧୮୭୫ ମସିହାରେ ମୈସୁରର ରାଜାଙ୍କ ଠାରୁ ଖନନ ପାଇଁ ଅନୁମତି ମିଳିଯାଇଥିଲା ବ୍ରିଟିଶରଙ୍କୁ । ଯାହା ପରେ ସାରା ଦୁନିଆରେ ଚର୍ଚ୍ଚାକୁ ଆସିଥିଲା KGF ।

ଜାପାନ ପରେ କେଜିଏଫ୍ ଥିଲା ଏସିଆର ଦ୍ୱିତୀୟ ସହର ଯେଉଁଠି ପ୍ରଥମେ ବିଜୁଳି ବତି ଜଳିଥିଲା । ଏହା ଭାରତର ପ୍ରଥମ ବିଦ୍ୟୁତ ଶକ୍ତି ବ୍ୟବହାରକାରୀ ସହର ଥିଲା । ଏଠାରେ କାମ କରୁଥିବା ଲୋକଙ୍କ ସୁବିଧା ପାଇଁ ବ୍ରିଟିଶର ଏକ ହ୍ରଦର ନିର୍ମାଣ କରିଥିଲେ । ଆଉ ଏହି କୁତ୍ରିମ ହ୍ରଦ ଏବେ ପିକନିକ୍ ସ୍ପଟ୍ ପାଲଟଛି । ସେ ସମୟରେ ବିଜୁଳି ଓ ପାଣି ସୁବିଧା କେବଳ VVIPଙ୍କୁ ମିଳୁଥିଲା ।

ଭାରତର ଗୋଲ୍ଡ ମାଇନ୍ସରେ ହଜାର ହଜାର ଲୋକ କାମ କରୁଥିଲେ । ୨୦୦୧ ମସିହାରେ ଏହି ସରକାରୀ କମ୍ପାନୀ KGFରେ ଖନନ କାମ ବନ୍ଦ କରିଦେଇଥିଲେ । କାରଣ ସେ ସମୟରେ ସୁନାର ଦାମ୍ ଖସି ଯାଇଥିଲା । ଫଳରେ ଆୟ ଠାରୁ ଖନନ କାମରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା। ସ୍ଥିତି ଏଭଳି ଥିଲା ଯେ ସରକାର କର୍ମଚାରୀ ମାନଙ୍କୁ ଦରମା ଦେବାକୁ ସକ୍ଷମ ନଥିଲେ । ପରେ ଶ୍ରମିକ ମାନଙ୍କୁ ପେନସନ୍ ଭାବେ କିଛି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା ।

KGF ଠାରୁ ୧୩୧ କିଲୋମିଟର ଦୂର ଶିବନସମୁଦ୍ରରେ ଏସିଆର ପ୍ରଥମ ହାଇଡ୍ରୋ ଇଲୋକ୍ଟ୍ରିକ୍ ପାୱର ଷ୍ଟେସନ ସ୍ଥାପିତ କରାଯାଇଥିଲା । ତେବେ ୨୦୧୬ରେ ମୋଦି ସରକାର ଏହି ଖାଦାନର ପୁନରୁଦ୍ଧାର ପାଇଁ ଚେଷ୍ଟା କରିଥିଲେ । କୁହାଯାଏ ଆଜିବି କୋଲାର ଖଣିରେ ବହୁ ପରିମାଣର ସୁନା ଗଚ୍ଛିତ ରହିଛି।

 

ଧରାପଡିଲା ମହିଳାଙ୍କ ଚାଲାକି: ଖୋଲିଲା ସ୍ବାମୀ-ପୁଅ ଫେରାର ଗୁମର

ଟାଙ୍ଗୀ: ପୋଲିସଠାରୁ ମାନବାଧିକାର କମିଶନ ଓ ହାଇକୋର୍ଟଙ୍କୁ ଭୁଆଁ ବୁଲାଉଥିବା ମହିଳାଙ୍କ ଧରା ପଡିଲା ଚାଲାକି । ନିଜେ ସ୍ବାମୀ ଏବଂ ପୁଅକୁ ଫେରାର କରାଇ ଗ୍ରାମବାସୀଙ୍କ ମୁଣ୍ଡରେ ଲଦିଥିଲେ ଦୋଷ । ସେତିକି ନୁହେଁ ଘଟଣାକୁ ମାନବାଧିକାର କମିଶନ ଏବଂ ହାଇକୋର୍ଟ ପର୍ଯ୍ୟନ୍ତ ଟାଣିଥିଲେ । ହେଲେ କଥାରେ ଅଛି ଅପରାଧୀ ଡାଳେ ଡାଳେ ଗଲେ ପୋଲିସ ପତରେ ପତରେ ଯାଇଥାଏ । ଏଠି ବି ଠିକ୍ ସେଇଆ ହୋଇଛି । ଧରାପଡିଛି ମହିଳାଙ୍କ ଫେରାର ଚାଲାକି ।

ଘଟଣାଟି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ହାଟବରଡି ଗାଁର । ପୁଅ ମାନସ ବେହେରା ଓ ସ୍ବାମୀ ଅରୁଣ ବେହେରାଙ୍କୁ ଲୁଚାଇ ରଖି ଗ୍ରାମବାସୀ ଫେରାର୍ କରିଥିବା ଅଭିଯୋଗ କରିଥିଲେ ପାର୍ବତୀ ବେହେରା । ପୋଲିସକୁ ଧୋକ୍କା ଦେବାକୁ ବିଧିବଧ ପ୍ଲାନ କରିଥିଲେ ମହିଳା ଜଣକ । ପୁଅ ଓ ସ୍ବାମୀଙ୍କୁ ଲୁଚାଇ ଫେରାଇ ଆଣିବା ପାଇଁ ପ୍ରଥମେ ଥାନା, ପରେ ମାନବାଧିକାର କିମିଶନର ଏବଂ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଦୀର୍ଘ ୪ ବର୍ଷ ହେଲା ଚାଲିଥିଲା ମହିଳାଙ୍କ ଏହି ଭୁଆଁ ବୁଲା ନାଟକ । ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା ।  ଗୋପାଳପୁରରେ ପୋଲିସ ଚଢାଉ କରି ପାର୍ବତୀଙ୍କ ସହ ତାଙ୍କ ସ୍ବାମୀ ଅରୁଣ ଓ ପୁଅଙ୍କୁ ଗିରଫ କରିଛି ।

୨୦୧୮ରେ  ହାଟବରଡି ଗ୍ରାମବାସୀ ଚିଲିକାରେ ମାଛ ନମାରିବା ପାଇଁ ନଷ୍ପତ୍ତି ନେଇଥିଲେ । ହେଲେ ଅରୁଣ ଏବଂ ତାଙ୍କ ପୁଅ ଗାଁ କମିଟି ନିଷ୍ପତ୍ତି ନମାନି ଡଙ୍ଗା ବାହାର କରିଥିଲେ । ଏହାପରେ ଗ୍ରାମବାସୀ ଅରୁଣଙ୍କ ପରିବାର ଉପରେ ୫ ହଜାର ଟଙ୍କା ଜରିମନା ଲଗାଇଥିଲେ । ଜରିମାନା ପଇଠ କରିବା ତ ଦୂରର କଥା, ପାର୍ବତୀ ନିଜେ ସ୍ବାମୀ ଓ ପୁଅକୁ ଫେରାର କରି ଗ୍ରାମବାସୀଙ୍କ ବିରୋଧରେ ଥାନାରେ ଅପହରଣ ଅଭିଯୋଗ କରିଥିଲେ ।

ଏପଟେ ମ୍ୟାଚ୍‌ ଚାଲୁଥାଏ ସେପଟେ ଚୋରି

ନୂଆଦିଲ୍ଲୀ: ଲଗାତାର ଚୌକା ଛକା ମାରି ଓ୍ୱେଷ୍ଟଇଣ୍ଡିଜକୁ ୨୦୧୬ ଟି-୨୦ ଓ୍ୱର୍ଲଡ କପ୍‌ ଆଣିଥିବା କାର୍ଲୋସ୍‌ ୩୩ ବର୍ଷୀୟ ଅଲରାଉଣ୍ଡର ପ୍ରିମିୟର ଲିଗରେ  ଡେବ୍ୟୁ କରିଛନ୍ତି ଏବଂ ତାଙ୍କ ପ୍ରଥମ ମ୍ୟାଚରେ ପ୍ରଥମ ବଲରେ ଆଉଟ ହୋଇଗଲେ । ଗୋଟିଏ ପଟେ ଆଉଟ୍‌ ହୋଇଥିବାବେଳେ ଅନ୍ୟପଟେ ତାଙ୍କ ସହିତ ଘଟିଛି ଆଉ ଏକ ଘଟଣା ।  ସେହି ଗୋଟିଏ ଦିନରେ ତାଙ୍କ କାର୍‌ ଚୋରି ହୋଇଗଲା ।  ଯାହାର ସୂଚନା ନିଜେ ବ୍ରାଥବିଟ୍‌ ଟ୍ୱିଟ୍‌ କରି ଦେଇଛନ୍ତି ।

କାର୍ଲୋସ୍‌ ବ୍ରାଥବେଟ୍‌ ଟ୍ୱିଟ୍‌ କରି କହିଛନ୍ତିଯେ, ତାଙ୍କ ପାଇଁ ଗତ କିଛି ଦିନ ହେବ ଖୁବ୍‌ ଖରାପ ସମୟ ଚାଲିଥିଲା। ଶରୀର ଅସୁସ୍ଥ ହେତୁ ସେ ଦୀର୍ଘ ସମୟ ଧରି କ୍ରିକେଟ ଗ୍ରାଉଣ୍ଡଠାରୁ ଦୂରେଇ ରହିଥିଲେ । ୬ ମାସ ପରେ ପ୍ରଥମ ଥର ବୋଲିଂ ପାଇଁ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ ।

କେବେ ଫାର୍ମ ତ କେବେ ଶରୀରରେ ଆଘାତ ପାଇଁ ଚିନ୍ତିତ ରହିଥିବା କାର୍ଲୋସ୍‌ ବ୍ରାଥବେଟ୍‌ ଓ୍ୱେଷ୍ଟଇଣ୍ଡିଜ୍ ପାଇଁ ତିନୋଟି ଟେଷ୍ଟ୍‌. ୪୪ଟି ଓ୍ୱାନଡେ ଏବଂ ୪୧ଟି ଟି-୨୦ ଇଣ୍ଡରନ୍ୟାସନାଲ ମ୍ୟାଚ୍‌ ଖେଳିଛନ୍ତି । ତେବେ ୨୦୧୧ରେ ବ୍ରାଥବେଟ୍‌ କ୍ୟାରିଅରରେ ଆରମ୍ଭ କରିଥିଲେ ।

ଜିଲ୍ଲାପାଳଙ୍କ ବିରୋଧରେ ଏସଟି କମିଶନଙ୍କ ନିର୍ଦ୍ଦେଶ ଉପରେ ରହିତାଦେଶ

କଟକ: ଏସଟି କମିଶନଙ୍କ ନିର୍ଦ୍ଦେଶ ଉପରେ ହାଇକୋର୍ଟଙ୍କ ରହିତାଦେଶ । କେନ୍ଦୁଝର ଜିଲ୍ଲାପାଳଙ୍କ ବିରୋଧରେ ଏସଟି କମିଶନ ଦେଇଥିବା ନିର୍ଦ୍ଦେଶ ଉପରେ ରହିତାଦେଶ ଲଗାଯାଇଛି । ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଥିଲେ । କମିଶନଙ୍କ ନିର୍ଦ୍ଦେଶକୁ ଜିଲ୍ଲାପାଳ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଜିଲ୍ଲାପାଳଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ ଅଶୋକ ପରିଜା ମାମଲା ଲଢ଼ିଥିଲେ । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି ହୋଇଥିଲା ।

ଜିଲ୍ଲାପାଳଙ୍କୁ ଜନଜାତି କମିଶନଙ୍କ ପାଖରେ ହାଜର ହେବାକୁ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏକାଧିକ ମାମଲାରେ ଜିଲ୍ଲାପାଳଙ୍କୁ ହାଜର ପାଇଁ ନିର୍ଦ୍ଦେଶ ଥିଲା । ବାରମ୍ବାର ନୋଟିସ ପରେ ବି ହାଜର ହୋଇନଥିଲେ ଜିଲ୍ଲାପାଳ । ଶୁଣାଣିରେ ଭାଗ ନେବା ପାଇଁ ନୋଟିସ୍ ଓ ସମନ୍ ମଧ୍ୟ ଜାରି କରାଯାଇଥିଲା । କିନ୍ତୁ ଜିଲ୍ଲାପାଳ କମିଶନଙ୍କ ନିକଟରେ ଉପସ୍ଥିତ ହୋଇନଥିଲେ କି କମିଶନଙ୍କ ନୋଟିସର କୌଣସି ଉତ୍ତର ଦେଇ ନଥିଲେ । ଶେଷରେ ଜାତୀୟ ଅନୁସୂଚିତ ଜନଜାତି କମିଶନ କେନ୍ଦୁଝର ଜିଲ୍ଲାପାଳଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିଲେ । ତାଙ୍କୁ ଗିରଫ କରି ନୂଆଦିଲ୍ଲୀ ସ୍ଥିତ କମିଶନଙ୍କ କାର୍ଯ୍ୟାଳୟରେ ହାଜର କରାଇବା ପାଇଁ ରାଜ୍ୟ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ କମିଶନ ।

ପୋଖରୀରେ ବୁଡ଼ି ଇସ୍ରୋ ବୈଜ୍ଞାନିକଙ୍କ ମୃତ୍ୟୁ

ବରଗଡ଼: ପୋଖରୀରେ ବୁଡ଼ି ଇସ୍ରୋର ଯୁବ ବୈଜ୍ଞାନିକଙ୍କ ମୃତ୍ୟୁ । ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗାଁରେ ଏହି ଘଟଣା ଘଟିଛି । ମୃତ ବୈଜ୍ଞାନିକ ହେଲେ ନିହାର ରଞ୍ଜନ ପ୍ରଧାନ । ଆଜି ଗାଁର ଏକ ପୋଖରୀରେ ଗାଧୋଉ ଥିବାବେଳେ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ନିହାରଙ୍କ ବୟସ ମାତ୍ର ୨୭ ବର୍ଷ । ଇସ୍ରୋ ବୈଜ୍ଞାନିକ ଭାବେ ସେ କେରଳରେ କାର୍ଯ୍ୟରତ ଥିଲେ । ଗତ ୧୫ ତାରିଖ ଛୁଟିରେ ସେ ନିଜ ଗାଁକୁ ଆସିଥିଲେ । ତାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମେ’ ପହିଲାରେ ସେ କେରଳ ଫେରିଯିବାର ଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।