spot_img
Home Blog Page 4346

ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥିଲେ ଚାଲିଗଲା ପ୍ରାଣ

କଟକ: ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇ ଚାଲିଗଲା ପ୍ରାଣ । ମହୁମାଛି ଆକ୍ରମଣରେ ଜଣେ ମୃତ, ତିନି ଆହତ । ଘଟଣା ଘଟିଛି କଟକ ଜିଲ୍ଲା ବାଙ୍କୀ ପାଥପୁର ଗାଁ ନିକଟରେ ଥିବା ପାଣ୍ଡବବଖରା ଗୁମ୍ଫାରେ । ତାଳଚେର ଅଞ୍ଚଳର ୪ଜଣ ସାଙ୍ଗ ଭୁବନେଶ୍ୱର ପଟିଆରୁ ବାଙ୍କୀ ବୁଲିବାକୁ ଯାଇଥିଲେ । ପାଣ୍ଡବବଖରା ପାହାଡ଼ ଉପରକୁ ଚଢ଼ିବା ସମୟରେ ହଠାତ ମହୁମାଛି ଆକ୍ରମଣ କରିଥିଲେ ।

Subhendu Died On Bee Attack While Visiting With Friends

ଆଗରେ ଯାଉଥିବା ଯୁବକ ଶୁଭେନ୍ଦୁ ସାହୁ ମହୁମାଛି ଆକ୍ରମଣରେ ଆହତ ହୋଇଥିବା ବେଳେ ସେ ତଳେ ପଡ଼ି ଯାଇଥିଲେ । ଅନ୍ୟମାନେ ଦୌଡ଼ି କିଛି ଦୂରକୁ ଚାଲି ଯାଇଥିଲେ । ସ୍ଥାନୀୟ ଲୋକ ଆସି ସଙ୍ଗେ ସଙ୍ଗେ ମେଡିକାଲରେ ଭର୍ତ୍ତି କରିଥିଲା । ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଶୁଭେନ୍ଦୁଙ୍କୁ ମୃତ୍ୟୁ ହୋଇଛି । ଅନ୍ୟମାନଙ୍କ ଚିକିତ୍ସା ଜାରି ରହିଛି । ବାଙ୍କୀ ପୋଲିସ ପହଞ୍ଚି ଅନ୍ୟ ତିନି ସାଙ୍ଗଙ୍କୁ ପଚରାଉଚରା କରୁଛି ।

ଗୋ-ଚାଲାଣ ବେଳେ କଣ୍ଟେନର ଜବତ, ୧୧ ଅଟକ

ସୋର: ଥମୁନି ଗୋ-ଚାଲାଣ । ବେଆଇନ୍ ଗୋରୁ ଚାଲାଣ ବେଳେ ସିମୁଳିଆ ପୋଲିସ ୧୧ ଜଣଙ୍କୁ ଅଟ ରଖିବା ସହ ୪୦ ଗୋରୁଙ୍କୁ ଉଦ୍ଧାର କରିଛି । ଘଟଣାରେ ଗୋଟିଏ କଣ୍ଟେନର ଓ ୨ଟି ସ୍କର୍ପିଓ ଜବତ କରିଛି ପୋଲିସ । ଶନିବାର ବିଳମ୍ବିତ ରାତିରେ ପୋଲିସ ଗୋ-ଭର୍ତ୍ତି କଣ୍ଟେନରକୁ ୧୬ ନମ୍ବର ଜାତୀୟ ରାଜପଥରେ ପିଛା କରିଥିଲା । ଶେଷରେ ସୋର ସିମୁଳିଆ ବରଫ ନିକଟରେ ଧରିବାରେ ସକ୍ଷମ ହୋଇଥିଲା ପୋଲିସ ।

Simulia Police Seized Cow Laden Container In Soro

କଣ୍ଟେନରରେ ଗୋରୁଙ୍କୁ ଭର୍ତ୍ତି କରି ବେଆଇନ୍ ଭାବେ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା । ଅନ୍ୟ ୨ କଣ୍ଟେନର ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ଗୋରୁ ଗାଡ଼ିକୁ ସୁରକ୍ଷା ଦେଇ ଯାଉଥିବା ଦୁଇ ସ୍କର୍ପିଓକୁ ପୋଲିସ ଜବତ କରିଛି । ମାମଲାରେ ପୋଲିସ ୧୧ ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।

ରାଜ୍ୟସଭା ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନ ଓ ଉପନିର୍ବାଚନ ପାଇଁ ଆଜି ହୋଇପାରେ ପ୍ରାର୍ଥୀ ଘୋଷଣା । ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରସନ୍ନ ଆଚାର୍ଯ୍ୟ, ଏନ୍ ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ ରାଜ୍ୟସଭା କାର୍ଯ୍ୟକାଳ ଶେଷ ହେବା ପରେ ତିନିଟି ଆସନ ପାଇଁ ନିର୍ବାଚନ ହେଉଛି । ଆସନ୍ତା ୩୧ ତାରିଖ ଏହି ୩ଟି ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ ।

BJD Supreme Naveen Patnaik May Declare Rajya Sabha Ticket Today
Dr. Sasmit Patra

ସେହିପରି ମେୟର ଭାବେ ବିଜୟୀ ହେବା ପରେ ସୁବାସ ସିଂହ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ସୁବାସଙ୍କ ଇସ୍ତଫା ପରେ ଉପନିର୍ବାଚନ ହେଉଛି । ଉପନିର୍ବାଚନ ପାଇଁ ଜୁନ ୨ ତାରିଖ ରହିଛି ପ୍ରାର୍ଥିପତ୍ର ଦାଖଲର ଶେଷଦିନ । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୪ଟି ଯାକ ଆସନ ବିଜେଡି ଅକ୍ତିଆର କରିବା ନିଶ୍ଚିତ । ତେବେ କେଉଁ ଚାରି ଜଣଙ୍କୁ ନବୀନ ଦିଲ୍ଲୀ ଦରବାରକୁ ପଠାଇବେ । ସେନେଇ ସସପେନ୍ସ ଜାରି ରହିଛି ।

କେଜିଏଫ୍-୩ରେ ନଜର ଆସିବେ ହ୍ରିତିକ୍ ରୋଶନ ! ଫିଲ୍ମ କାଷ୍ଟିଂକୁ ନେଇ ଏମିତି କହିଲେ ନିର୍ମାତା

ମୁମ୍ବାଇ: କେଜିଏଫ୍-୨ ଫିଲ୍ମର ନାଁ ହିଁ ତାର ସଫଳତା ବୟାନ କରୁଛି । ସାଉଥ୍ ସୁପରଷ୍ଟାର୍ ୟଶଙ୍କ ଫିଲ୍ମ କେଜିଏଫ୍-୨ ବକ୍ସ ଅଫିସ୍‌ରେ ସବୁ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମଟି ୪୬ ଦିନରେ ୧୨୩୦ କୋଟି ଟଙ୍କା ରୋଜଗାର କରିସାରିଛି ​​। ଯଦିଓ ଫିଲ୍ମଟି ହଲରୁ ଉଠି ସାରିଛି ତଥାପି ଲୋକଙ୍କର କ୍ରେଜ କମି ନାହିଁ । ଫିଲ୍ମର ୟଶଙ୍କ ରକି ଭାଇର ଚରିତ୍ର ସମସ୍ତଙ୍କୁ ପସନ୍ଦ ଆସିଛି । ଏଭଳିପରିସ୍ଥିତିରେ, ବର୍ତ୍ତମାନ ପ୍ରଶଂସକମାନେ କେଜିଏଫ୍‌-୩ ପାଇଁ ବହୁତ ଉତ୍ସାହିତ ଅଛନ୍ତି ।

ତେବେ ଫିଲ୍ମର ଶେଷ ଆଡକୁ କେଜିଏଫ୍ ୩କୁ ନେଇ ଖୁଲାସା କରାଯାଇଥିଲା । ନିକଟରେ ନିର୍ମାତାମାନେ ବର୍ତ୍ତମାନ କେଜିଏଫ୍‌-୩ ନେଇ ମଧ୍ୟ ଘୋଷଣା କରିସାରିଛନ୍ତି । ଏହି ସମୟରେ, ଖବର ମଧ୍ୟ ଆସୁଛି କି କେଜିଏଫ୍ ନିର୍ମାତାମାନେ ମଧ୍ୟ ପାର୍ଟ-୩ ପାଇଁ ହ୍ରିତିକ୍ ରୋଶନଙ୍କ ପାଖକୁ ଅଫର ଦେଇଛନ୍ତି । ନିର୍ମାତାମାନେ ଏହାକୁ ନେଇ ଖୁଲାସା ମଧ୍ୟ କରିଛନ୍ତି ।

କେଜିଏଫ୍-୨ ର ଦବ୍‌ଦବା ଅନେକ ହଲରେ ଦେଖାଯାଉଛି । ଏହି ସମୟରେ ନିର୍ମାତାମାନେ କେଜିଏଫ୍ -୩ ମଧ୍ୟ ଘୋଷଣା କରିଛନ୍ତି । କେଜିଏଫ୍ ପ୍ରଡକ୍ସନ୍ ହାଉସ୍ ହୋମ୍ବଲେ ଫିଲ୍ମର ସହ-ସିଇଓ ବିଜୟ କିରାଙ୍ଗଡୋର ଏକ ସାକ୍ଷାତକାରରେ ହ୍ରିତିକଙ୍କ କାଷ୍ଟିଂ ବିଷୟରେ ମଧ୍ୟ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି ଯେ ଚଳିତ ବର୍ଷ କେଜିଏଫ୍ -୩ ପ୍ରସ୍ତୁତ ହୋଇପାରିବ ନାହିଁ । ଆମର କିଛି ଯୋଜନା ଅଛି, କାରଣ ଏହି ସମୟରେ କେଜିଏଫର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ ସାଲାର ଫିଲ୍ମରେ ବ୍ୟସ୍ତ ଅଛନ୍ତି ।

ତେଣୁ ୟଶ୍‌ ସମୟ ଦେଲେ ହିଁ ସମସ୍ତେ ଏକାଠି ହୋଇ କେଜିଏଫ-୩ରେ କାମ ଆରମ୍ଭ କରିବୁ । ଆମର ଏପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ତାରିଖ ଠିକ୍‌ ହୋଇ ନାହିଁ । ପାର୍ଟ-୩ କାମ କେବେ ଆରମ୍ଭ ହେବ ଜାଣା ନାହିଁ । ଥରେ ଆମେ ତାରିଖ ଚୂଡାନ୍ତ କରିଦେଲେ, ଆମେ କାଷ୍ଟିଂ ପ୍ରକ୍ରିୟା ଆରମ୍ଭ କରିବୁ ।

5T ଆଧାରରେ ଏକ ନବୀନ ଓ ନିଆରା ଓଡ଼ିଶା ଗଠନର ଆଭିମୁଖ୍ୟ ନେଇ ଆଗେଇଛି ରାଜ୍ୟ

ଭୁବନେଶ୍ୱର: ନବୀନ ସରକାରଙ୍କ ପଞ୍ଚମ ପାଳିକୁ ପୁରିଲା ୩ ବର୍ଷ । ରାଜ୍ୟର ବିକାଶ ଓ ଲୋକାଭିମୁଖୀ ଯୋଜନା ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚିଛି । 5T ସହିତ ‘ମୋ ସରକାର’ ବ୍ୟବସ୍ଥା । ଥାନାଠୁ ଡାକ୍ତରଖାନା ଯେ କୌଣସି ସରକାରୀ ଅଫିସରେ ଉତ୍ତମ ସେବା ମିଳୁଛି କି ନାହିଁ, ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ଖୋଲିଛି ‘ମୋ ସରକାର’ ଫିଡ୍‌ ବ୍ୟାକ୍‌ ସେଲ୍‌ । ଦୁର୍ନୀତି ବିରୋଧରେ ନିରନ୍ତର ଜିରୋ ଟଲେରାନ୍ସ ନୀତି ଯୋଗୁ ଅନେକ ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ବାଦ ପଡିନାହାନ୍ତି ବରିଷ୍ଠ ଆଇଏଏସ୍ କି ଆଇପିଏସ୍ ଅଫିସର ।

‘ଲୋକଙ୍କ ସମୃଦ୍ଧିରେ ରାଜ୍ୟର ଉନ୍ନତି’ । ଆଉ ଏଥିପାଇଁ ଆବଶ୍ୟକ ଏକ ଲୋକାଭିମୁଖୀ ଏବଂ ଉତ୍ତରଦାୟୀ ପ୍ରଶାସନ । ତେବେ ଏ ରାଜ୍ୟ ଲୋକଙ୍କର, ଏହାର ରାଜସ୍ୱ ଲୋକଙ୍କର । ଆଉ ଏ ରାଜ୍ୟକୁ ଚଳାଉଥିବା ସରକାର ବି ଲୋକଙ୍କର । ଉଭୟ ରାଜ୍ୟବାସୀ ଓ ସରକାରୀ କଳକୁ ସରକାରର ବାସ୍ତବ ଭୂମିକା ବୁଝାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ବିଭାଗରେ 5T ପ୍ରକରଣ ଲାଗୁ କରି ଜନସାଧାରଣଙ୍କ ପାଇଁ ଏକ ଲୋକାଭିମୁଖୀ ଏବଂ ଉତ୍ତରଦାୟୀ ପ୍ରଶାସନ ଉପଲବ୍ଧ କରାଇଛନ୍ତି ନବୀନ ସରକାର । 5T ଆଧାରରେ ଏକ ନବୀନ ଓ ନିଆରା ଓଡ଼ିଶା ଗଠନର ଆଭିମୁଖ୍ୟ ନେଇ ଆଗେଇଛି ଓଡ଼ିଶା । 5T ଗଭର୍ଣ୍ଣାସ ମଡେଲର ଅଭିନବ ବ୍ୟବସ୍ଥା ଭାବେ ‘ମୋ ସରକାର’ ଭଳି ବ୍ୟବସ୍ଥା ଆଣି ପ୍ରଶାସନକୁ ସାଧାରଣ ଜନତାଙ୍କର ଆହୁରି ନିକଟତର କରିଛନ୍ତି ରାଜ୍ୟ ସରକାର ।

Naveen Patnaik Government 5T And Mo Sarkar Zero Tolerance

ଜନସାଧାରଣଙ୍କ ନିକଟରେ ସେବା ପହଞ୍ଚାଇବାର ତରିକାକୁ ନେଇ ଏକ ନୂଆ ଆଦର୍ଶ ସୃଷ୍ଟି କରିଛି ‘ମୋ ସରକାର’ ବ୍ୟବସ୍ଥା । ସରକାରୀ କର୍ମଚାରୀଙ୍କୁ ବୁଝାଇ ଦେଇଛି ସମୟର ଗୁରୁତ୍ୱ । ଅମାନିଆଙ୍କୁ ଶିଖାଇଛି ଆଦାବ କାଇଦା । ବେପରୁଆ ନୀତି ଓ ଦୁର୍ନୀତି ଉପରେ ଲଗାଇଛି ଲଗାମ । ଲୋକଙ୍କ ନିକଟରେ ଠିକ୍ ସମୟରେ ପହଞ୍ଚିପାରୁଛି ସୁବିଧା । ଥାନାଠୁ ଆରମ୍ଭ କରି ପାସପୋର୍ଟ ଅଫିସ୍ । ସବୁ ସରକାରୀ କାର୍ଯ୍ୟାଳୟରେ ବଢ଼ିଛି ସାଧାରଣ ଲୋକଙ୍କ ଅଭିଯୋଗ ପ୍ରତି ଗୁରୁତ୍ୱ । ଉଚିତ୍ ସମୟରେ ସେବା ପ୍ରଦାନ ନେଇ ବଢିଛି ତତ୍ପରତା । ସମୟ ପୂର୍ବରୁ ହେଉଛି ସମସ୍ୟାର ସମାଧାନ । ଲୋକଙ୍କ ମୁହଁରେ ଏବେ ରହିଛି ମୋ ସରକାରର ପ୍ରଶଂସା ।

ଓଡ଼ିଶାର ସମୃଦ୍ଧି ପଛରେ ଖଟିଖିଆଙ୍କ ପରିଶ୍ରମ । ଏଣୁ ଯେମିତି ଦୁର୍ନୀତିର ଚୋଟରେ କୌଣସି ଓଡ଼ିଆ ଆହତ ନ ହୁଅନ୍ତି । ଏଥିପାଇଁ ନବୀନ ଆପଣାଇଛନ୍ତି ’ଜିରୋ ଟଲରାନ୍ସ’ । ନୀତି ‘ମୋ ସରକାର, 5T’ ଛାଟରେ ସାବାଡ଼ କରିଛନ୍ତି ଅମାନିଆଙ୍କୁ । ଏ ଭିତରେ ପାଖାପାଖି ୧୭୦ ଦୁର୍ନୀତିଖୋରଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ । ଆଇଏଏସ୍ ବିନୋଦ କୁମାର, ଆଇଏଫଏସ ଅଭୟ ପାଠକଙ୍କ ଭଳି ସର୍ବଭାରତୀୟ ସ୍ତରର ଅଧିକାରୀ । ‘ମୋ ସରକାର, 5T’ ଛାଟରୁ ବାଦ ପଡିନାହାନ୍ତି କେହି । ରାଜ୍ୟ ସରକାରଙ୍କ କଡ଼ା ନୀତି । ଦୁର୍ନୀତି କଲେ ଯିବ ଚାକିରି ଅଥବା ମିଳିବ ବାଧ୍ୟତାମୂଳକ ଅବସର କିମ୍ବା ବନ୍ଦ ହୋଇପାରେ ବାର୍ଦ୍ଧକ୍ୟର ଭରସା ପେନସନ । ଖାଲି ସରକାରୀ ଦପ୍ତର ନୁହେଁ, ଦଳୀୟ ସ୍ତରରେ ମଧ୍ୟ ନବୀନଙ୍କ ଆଭିମୁଖ୍ୟ ସମାନ ରହିଛି । ଜନ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଦୁର୍ନୀତିକୁ ନେଇ ଦେଶ ଟେନସନରେ ଥିବା ବେଳେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣରେ ଉଦାହାରଣ ପାଲଟିଛି ଓଡ଼ିଶା ।

ଭାରତରେ ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ ଚିହ୍ନଟ

ମୁମ୍ବାଇ: ଭାରତରେ ଠାବ ହେଲା ଓମିକ୍ରନର ନୂଆ ସବ୍ ଭାରିଆଣ୍ଟ । ପ୍ରଥମ ଥର ପାଇଁ ମହାରାଷ୍ଟ୍ରରେ ୭ ଜଣ ବ୍ୟକ୍ତି ଏହି ନୂଆ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ସେମାନଙ୍କର ଲକ୍ଷଣ ସାମାନ୍ୟ ଥିବା ବେଳେ ଘରେ ଥାଇ ଚିକିତ୍ସିତ ହେଉଛନ୍ତି । ଓମିକ୍ରନର ବିଏ-୪ ଏବଂ ବିଏ-୫ ଏପ୍ରିଲ୍ ମାସରେ ଦକ୍ଷିଣ ଆଫିକ୍ରାରେ ଠାବ ହୋଇଥିଲା । ଏଥିରେ ଭାରତରେ କେହି ସଂକ୍ରମିତ ହୋଇନଥିଲେ । ପୁନେରେ ଇଣ୍ଡିଆନ୍ ବାୟୋଲୋଜିକାଲ ସେଣ୍ଟରେ ସେମାନଙ୍କ ଜିନୋମ ସିକ୍ୟୁନେସିଂ କରାଯାଉଛି ।

New Sub Variant Of Omicron Spotted In India

ସଂକ୍ରମିତ ବ୍ୟକ୍ତି ସମସ୍ତେ ୨୦ରୁ ୪୦ ବର୍ଷ ଭିତରେ ବୋଲି ଜଣାପଡ଼ିଛି । ୭ ଜଣଙ୍କ ମଧ୍ୟରେ ୬ ଜଣ କୋଭିଡର ଦୁଇଟି ଯାକ ଟିକା ନେଇଥିବା ବେଳେ ଜଣେ ବୁଷ୍ଟର ଡୋଜ୍ ମଧ୍ୟ ନେଇଛନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ଜଣ ଦକ୍ଷିଣ ଆଫ୍ରିକା ଓ ବେଲଜିୟମରୁ ଫେରିଥିଲେ ।

IPLଫାଇନାଲରେ ଆଜି ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ-ରାଜସ୍ଥାନ ରୟାଲ୍ସ

ଅହମଦାବାଦ: ଆଜି ଆଇପିଏଲ ଫାଇନାଲ୍ ମ୍ୟାଚ୍ । ଟ୍ରଫି ପାଇଁ ହେବ ଟକ୍କର । ଅହମଦାବାଦରେ ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବ ମ୍ୟାଚ୍ । ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ । ଦ୍ବିତୀୟ ଥର ପାଇଁ ଟ୍ରଫି ହାତେଇବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ରାଜସ୍ଥାନ । ସେପଟେ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଥିବା ଗୁଜରାଟ ମଧ୍ୟ ମ୍ୟାଚ୍ ଜିତି ଟାଇଟଲ ହାତେଇବାକୁ ଉଦ୍ୟମ କରିବ ।

IPL Final Gujarat Titans To Face Off Rajasthan Royals

ପ୍ରଥମ କ୍ୱାଲିଫାୟାରରେ ରାଜସ୍ଥାନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା ଗୁଜରାଟ । ଦ୍ୱିତୀୟ ସୁଯୋଗରେ ଦମଦାର ପ୍ରଦର୍ଶନ ସହିତ ଆରସିବିକୁ ପରାସ୍ତ କରି ଫାଇନାଲକୁ ଯାଇଛି ରାଜସ୍ଥାନ । ଉଭୟ ଟିମ୍ ମଧ୍ୟରେ ଆଜି ଦମଦାର ଲଢ଼େଇ ହେବ । ସେପଟେ ୨୦୧୮ ପରେ ଏଥର ହେବ ଉଦଯାପନୀ ସମାରୋହ । କରୋନା ଯୋଗୁ ଦୁଇବର୍ଷ ଧରି ଉଦଯାପନୀ ସମାରୋହ ବନ୍ଦ ରହିଥିଲା ।

ନବୀନଙ୍କ ପଞ୍ଚମ ପାଳି ସରକାରକୁ ୩ ବର୍ଷ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ସରକାରକୁ ପୂରିଛି ତିନି ବର୍ଷ । ୨୦୧୯ ମେ ୨୯ ତାରିଖ । ୧୧୨ ଆସନରେ ବାଜି ମାରି ଲଗାତାର ପଞ୍ଚମ ଥର ପାଇଁ କ୍ଷମତାସୀନ ହୋଇଥିଲା ବିଜୁ ଜନତା ଦଳ । ଆରମ୍ଭ ହୋଇଥିଲା ନବୀନ ଶାସନର ଆଉ ଏକ ସଫଳ ଅଧ୍ୟାୟ । ସେ ଐତିହାସିକ ଅଧ୍ୟାୟକୁ ଆଜି ପୂରିଛି ୩ ବର୍ଷ । ଏହାରି ଭିତରେ ଦୁର୍ନୀତିମୁକ୍ତ ଶାସନ ଦେବାରେ ଶ୍ରେଷ୍ଠ ଦୃଷ୍ଟାନ୍ତ ସାଜିଛନ୍ତି ନବୀନ ସରକାର । ଶିକ୍ଷାଠୁ ସ୍ୱାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି ଓ ମୌଳିକ ସୁବିଧା ଯୋଗାଇ ଦେବାରୁ ମଡେଲ ସାଜିଛି ବିଜେଡି ସରକାର । ନୂତନ ଓଡ଼ିଶା ଗଠନର କର୍ଣ୍ଣଧାର ସାଜିଛି 5T । ନୂଆ ଓଡ଼ିଶା ଗଠନର ପଡ଼ିଛି ନୂଆ ମୂଳଦୁଆ । ଲୋକଙ୍କ ଘର ଦୁଆର ମୁହଁରେ ପହଞ୍ଚିଛି ପ୍ରଶାସନ ।

Successful 3 Years Of Naveen Patnaik Government 5th Term

ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ କାରବାର ଉପରେ ରୋକ୍ ଲଗାଇବାକୁ ଆରମ୍ଭ ହୋଇଛି ମୋ ସରକାର ଅଭିଯାନ । ବିଦା ହେଉଛନ୍ତି ଦୁର୍ନୀତିଖୋର ଓ ଅପାରଗ ଅଫିସର । ସ୍ୱଚ୍ଛତା ସହ ରୂପାନ୍ତରଣରେ ଲେଖା ହୋଇଛି ନୂଆ ଅଧ୍ୟାୟ । ଘରୋଇ ସ୍କୁଲ୍ ଠାରୁ ସରକାରୀ ସ୍କୁଲ୍ ଅଧିକ ବିକଶିତ ହୋଇଛି ସରକାରୀ ସ୍କୁଲ୍ । ସ୍ୱାସ୍ଥ୍ୟସେବାରେ ଆସିଛି ଐତିହାସିକ ପରିବର୍ତ୍ତନ । ରାଜ୍ୟର ସବୁଠୁ ଅନୁନ୍ନତ ଓ ଦୁର୍ଗମ ଅଞ୍ଚଳକୁ ପହଞ୍ଚିଛି ସ୍ୱାସ୍ଥ୍ୟସେବା । କେବଳ ଏତିକି ନୁହେଁ ପଞ୍ଚମ ପାଳିର ପ୍ରଥମରୁ ବିଶ୍ୱକୁ ଗ୍ରାସ କରିଥିଲା କରୋନା ।

Successful 3 Years Of Naveen Patnaik Government 5th Term

କରୋନା ବିରୋଧରେ ବି ଦମ୍ଭର ସହ ଛିଡ଼ା ହୋଇଥିଲେ ନବୀନ । ଦ୍ଵିତୀୟ ବର୍ଷ କରୋନା ପିକରେ ଥିବା ବେଳେ ଏହାର ସଫଳ ମୁକାବିଲା କରି ବିଶ୍ୱରେ ରୋଲ ମଡେଲ ସାଜିଥିଲେ ମୁଖ୍ୟମନ୍ତ୍ରୀ । ଏହାଛଡ଼ା ବନ୍ୟା, ବାତ୍ୟା ଓ ଦୁର୍ବିପାକ ମୁକାବିଲାରେ ନବୀନଙ୍କୁ ପ୍ରଶଂସା କରୁଛି ସାରା ବିଶ୍ୱ । ସବୁକ୍ଷେତ୍ରରେ ବିକାଶ ଧାରାରେ ଆଗକୁ ଚାଲିଛି ଓଡ଼ିଶା । ୨୨ ବର୍ଷ ତଳେ ଚିତ୍ର ଭିନ୍ନ ଥିଲା । ନବୀନ ପଟ୍ଟନାୟକ ଶାସନଭାର ନେବା ପରେ ଓଡ଼ିଶା ଭୋକର ଭୂଗୋଳରୁ ପାଲଟିଛି  ବିକାଶର ପରୀକ୍ଷାଗାର ।

ପାରିବାରିକ କଳହ ଦେଖାଦେଇପାରେ

ମେଷ- ଆଜି ପ୍ରିୟ ପରିଜନ ମାନଙ୍କ ସହିତ ଦ୍ୱନ୍ଦ୍ୱ କଳହର ବାତାବରଣ ରହିଲେ ମଧ୍ୟ ଅର୍ଥ ପ୍ରାପ୍ତି ଯୋଗ ରହୁଛି । ସରକାରୀ ସ୍ତରରେ ଅଟକି ଥିବା କାର୍ଯ୍ୟ ତ୍ୱରାନ୍ୱିତ ହେବ । ସାମହିକ ସ୍ତରରେ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଦ୍ଵାରା ପ୍ରଶଂସିତ ହେବେ ।

ବୃଷ- ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଗୃହକୁ ପୁରାତନ ବନ୍ଧୁଙ୍କ ଆଗମନ ହେବ । କଳା ସଂଗୀତ, ସାହିତ୍ୟ ପ୍ରତି ଆଗ୍ରହ ବଢ଼ିବ । ବିବାଦମୟ ପରିସ୍ଥିତିର ସମାଧାନ ହେବ ।

ମିଥୁନ- ସ୍ୱାସ୍ଥ୍ୟରେ ସୁଧାର ଆସିବ । କୈାଣସି ମହିଳାଙ୍କ ଦ୍ଵାରା ନୂତନ ଦ୍ରବ୍ୟ ଲାଭ ଯୋଗ ରହୁଛି । ଆଧ୍ୟାତ୍ମିକ ଚେତନା ବୃଦ୍ଧି ପାଇବ । ସୁଖାଦ୍ୟ ପ୍ରାପ୍ତି ହେବେ ।

କର୍କଟ- କୈାଣସି କାରଣରୁ ମାନସିକ ଅସନ୍ତୋଷ ଦେଖାଦେବ । ବିଳମ୍ବରେ ହେଲେ ମଧ୍ୟ କାର୍ଯ୍ୟ ସିଦ୍ଧି ହେବ । ଶିଳ୍ପ, ବାଣିଜ୍ୟ, ପରିବହନ ଓ ଆନୁଷ୍ଠାନିକ କାର୍ଯ୍ୟରେ ଅଗ୍ରଗତି କରିବେ ।

ସିଂହ- ଆଜି ଆପଣଙ୍କ ସୁସ୍ଥ ଚିନ୍ତାଧାରା ଓ ଶୃଙ୍ଖଳିତ ବ୍ୟବହାର ଦ୍ଵାର କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । ବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତ ହେବ । ମାନସିକ ଶାନ୍ତି ପ୍ରାପ୍ତି ହେବେ ।

କନ୍ୟା- ପ୍ରତ୍ୟେକ ଦୃଷ୍ଟି କୋଣରୁ ଆଜି ଦିନଟି ଶୁଭ ଫଳଦାୟ ହେବ । ସନ୍ତାନମାନଙ୍କୁ ନେଇ ଗର୍ବ ଅନୁଭବ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ଅଜଣା ବ୍ୟକ୍ତିଙ୍କ ସହଯ଼ୋଗ ପ୍ରାପ୍ତି ହେବେ ।

ତୁଳା- ମାନସିକ ଅସ୍ତିରତା ଦେଖାଦେବ । କର୍ମ କ୍ଷେତ୍ରରେ ବାଧା ଉତ୍ପର୍ଣ୍ଣ ହୋଇପାରେ । ସହକର୍ମୀମାନଙ୍କର ସହିତ ମତାନ୍ତର ହେବ ଯାନବାହନ ଚଳାଚଳରେ ସାବଧାନ ଅବଲମ୍ବନ କରିବେ ।

ବିଛା- ଆର୍ଥିକ ସ୍ଥିତିରେ ସୁଧାର ଆସିବ । ମଧ୍ୟାହ୍ନରେ ସୁସମ୍ବାଦ ପ୍ରାପ୍ତି ହେବେ । ବହୁ ପ୍ରତିକ୍ଷିତ ସମସ୍ୟାର ସମାଧାନ ହେବ । ଦୈବୀ ଆଶୀର୍ବାଦ ପ୍ରାପ୍ତି ହେବେ ।

ଧନୁ- ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତିତ ରହିବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । ଉଚ୍ଚପଦସ୍ତ ଅଧିକାରୀଙ୍କ ଆକ୍ରୋଷର ଶିକାର ହୋଇପାରନ୍ତି । ମନରେ ଅଯଥା ଭାବନା ସୃଷ୍ଟି ହେବ ।

ମକର- ପ୍ରତ୍ୟେକ କାର୍ଯ୍ୟରେ ଜୟଯ଼ୁକ୍ତ ହେବେ । କଳା, ସଂଗୀତ, ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ । ହଠାତ ଧନାଗମ ଯ଼ୋଗ, ଆନନ୍ଦ ଉଲ୍ଲାସ ମଧ୍ୟରେ ସମୟ ଅତିବାହିତ ହେବ ।

କୁମ୍ଭ- ମାନସିକ ସ୍ତରରେ ଚିନ୍ତା କରୁଥିବା କାର୍ଯ୍ୟରେ ସଫଳତା ମିଳିବ । ବକେୟା ଅର୍ଥ ପ୍ରାପ୍ତି ହେବ । ବ୍ୟବସାୟୀକ କାର୍ଯ୍ୟରେ ସୁଧାର ଆସିବ । ସମୟର ସଦୁପଯ଼ୋଗ କରନ୍ତୁ ।

ମୀନ- ଗୃହରେ କିଛି ମାଙ୍ଗଳିକ କାର୍ଯ୍ୟ ସଂଗଠିତ ହେବ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବାକୁ ସୁଯ଼ୋଗ ମିଳିବ । ବନ୍ଧୁବର୍ଗଙ୍କ ସହଯ଼ୋଗ ପ୍ରାପ୍ତି ହେବ । ସନ୍ତାନ ବର୍ଗରେ ଉନ୍ନତି ହେବ ।

ଟାଇମ୍ସ ବିଜନେସ ଆଓ୍ବାର୍ଡ: ନନ୍ଦିଘୋଷ ଓ ସକାଳ ପୁରସ୍କୃତ

ଭୁବନେଶ୍ବର: ଟାଇମ୍ସ ବିଜନେସ ଆଓ୍ବାର୍ଡର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲିଉଡ ଅଭିନେତା ସୋନୁ ସୁଦ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ୪୩ ଟି କ୍ୟାଟଗୋରୀରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ ପୁରସ୍କାର ବିତରଣ କରାଯାଇଥିଲା । ଖୁବ କମଦିନରେ ଗଣ ମାଧ୍ୟମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସକାଳ ଓ ନନ୍ଦିଘୋଷ ଟିମକୁ ପୁରସ୍କୃତ କରାଯାଇଥିଲା ।

ସକାଳର ସିଇଓ ସୁବ୍ରତ ଦାସ ଓ ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର କୁମାର ଭଟ୍ଟମିଶ୍ର ବଲିଉଡ ଅଭିନେତାଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ । ସେହିଭଳି ଆଲୁନିୟମ କ୍ଷେତ୍ରରେ ନାଲକୋ, ବେଦାନ୍ତ ଏବଂ ଶିକ୍ଷା କ୍ଷେତ୍ରରେ ସୋଆ, ଡିଏଭି ପବ୍ଲିକ ସ୍କୁଲକୁ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।