spot_img
Home Blog Page 4351

ବେଆଇନ୍ କ୍ଲିନିକରେ ଅଚାନକ ଚଢ଼ାଉ: ମାଲିକ ଗିରଫ, ମେସିନ ଜବତ

ବ୍ରହ୍ମପୁର: ବେଆଇନ ଘରୋଇ କ୍ଲିନିକରେ ଅଚାନକ ଚଢ଼ାଉ । ବ୍ରହ୍ମପୁର ଉପଜିଲ୍ଲାପାଳ, ତହସିଲଦାର, ସ୍ବାସ୍ଥ୍ୟ ବିଭାଗ ଟିମ ସହ ପୋଲିସର ମିଳିତ ଚଢ଼ାଉ । ଏକକାଳୀନ ଦୁଇଟି କ୍ଲିନିକ ବାଜପେୟୀ ଏବଂ ସାଇକ୍ରୁପାରେ ଚଢାଉ କରାଯାଇଛି । ଲାଇସେନ୍ସର ଅବଧି ସରିଯାଇଥିବା ସତ୍ତ୍ବେ ବିନା ଲାଇସେନ୍ସରେ କ୍ଲିନିକ ଚାଲିଥିଲା । ଏହି ଦୁଇ କ୍ଲିନକରେ ବେଆଇନ ଭୃଣ ଚିହ୍ନଟ ହେଉଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।

ମିଳିଥିବା ସୂଚନା ମୁତାବକ ଘଟଣାରେ ୧୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୨ଟି ଅଲଟ୍ରା ସାଉଣ୍ଡ ମେସିନ ଜବତ କରାଯାଇଛି  ।  ଏହା ସହ ୧୮ହଜାର ଟଙ୍କା ଓ ମୋବାଇଲ ମଧ୍ୟ ଜବତ କରାଯାଇଛି । ଗିରଫଙ୍କ ମଧ୍ୟରେ କ୍ଲିନିକ ମାଲିକ ଦୂର୍ଗା ପ୍ରସାଦ ନାୟକ ରହିଥିବା ସୂଚନା ମିଳିଛି । ବେଆଇନ୍ ଭାବେ କିପରି ବ୍ୟକ୍ତି ଜଣଙ୍କ ବେଆଇନ୍ କ୍ଲିନିକ ଚଳାଉଥିଲେ ତାହାର ଖୋଳଚାଡ ଆରମ୍ଭ କରିଛି ପୋଲିସ  ।

ନଦୀକୁ ଖସିପଡିଲା ଯବାନଙ୍କ ଗାଡି, ୭ ଯବାନ ସହିଦ

ଲଦାଖ: ଲଦାଖରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  । ନଦୀକୁ ଖସି ପଡିଲା ଯବାନଙ୍କୁ ନେଇ ଯାଉଥିବା ବସ  । ସମୁଦାୟ ୨୬ ଜଣ ଯବାନ ଗାଡିରେ ଥିବାବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି  । ଘଟଣା ବିଷୟରେ ଖବର ପାଇ ତୁରନ୍ତ ସେଠାରେ ପହଁଚିଥିଲା ଉଦ୍ଧାରକାରୀ ଦଳ  । ବର୍ତ୍ତମାନ ସୁଦ୍ଧା ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ସାରିଛି  । ଆହତ ମାନଙ୍କ ମେଡିକାଲରେ ଭର୍ତ୍ତି କରାଯାଇଛି  ।

ଥୋଇସ ଠାରୁ ପ୍ରାୟତଃ ୨୫ କିଲୋମିଟର ଦୂରରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସେନା ଗାଡି ନଦୀ ତଟରେ ଯାଉଥିବାବେଳେ ଶୋକ ନଦୀର ୫୦-୬୦ ଫୁଟ ତଳକୁ ଖସି ପଡିଥିଲା  ।  ଫଳରେ ଗାଡିରେ ଭର୍ତ୍ତିଥିବା ସମସ୍ତ ଯବାନ ଗୁରୁତର ଆହତ ହୋଇଛନ୍ତି  । ସମସ୍ତ ଯବାନଙ୍କୁ ପରତାପୁର ୪୦୩ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  । ଏଥିମଧ୍ୟରୁ ସାତ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି ଡାକ୍ତର  ।

ନବୀନଙ୍କ ଉପରେ ସୁବ୍ରମଣ୍ୟମଙ୍କ ଭରସା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ସାତ୍ତ୍ୱିକ ବ୍ୟକ୍ତି । ସେ ନିଶ୍ଚିତ ଭାବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସମସ୍ତଙ୍କ ସହ ଆଲୋଚନା କରି କାର୍ଯ୍ୟ କରିବେ । ଏପରି କହିଛନ୍ତି ପୂର୍ବତନ ରାଜ୍ୟସଭା ସଦସ୍ୟ ସୁବ୍ରମଣ୍ୟମ ସ୍ୱାମୀ । ଆଜି ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିବାକୁ ଆସିଥିବା ଅବସରରେ ଏହା କହିଛନ୍ତି ।

ସୁବ୍ରମଣ୍ୟମ ସ୍ୱାମୀ ଗୋବର୍ଦ୍ଧନ ପୀଠରେ ପ୍ରାୟ ଏକ ଘଣ୍ଟା ବିତାଇବା ସହ ଶଙ୍କରାଚାର୍ଯ୍ୟଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। କେରଳର ପଦ୍ମନାଭ ସ୍ଵାମୀ ମନ୍ଦିରକୁ ଆସିବା ପାଇଁ ଶଙ୍କରାଚାର୍ଯ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ। ବିଜେପିର ବରିଷ୍ଠ ନେତା ତଥା ବିନ୍ନ ମନ୍ତବ୍ୟ ଦେଇ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ  ।

 

ଅନୁଭବ-ବର୍ଷାଙ୍କୁ ସୋସିଆଲ ମିଡିଆ ବାରଣ କଲେ ହାଇକୋର୍ଟ

କଟକ: ବର୍ଷା ଅନୁଭବଙ୍କୁ ସୋସିଆଲ ମିଡିଆ ମନା । ସୋସିଆଲ ମିଡ଼ିଆକୁ ଆସିପାରିବେ ନାହିଁ ବର୍ଷା ଓ ଅନୁଭବ । ଜୁଲାଇ ୪ ତାରିଖ ଯାଏ କୌଣସି ଭିଡ଼ିଓ ପୋଷ୍ଟ କରିପାରିବେନି ଉଭୟ । ଉଭୟ ପକ୍ଷକୁ ନୋଟିସ୍ ଜାରି କଲେ ହାଇକୋର୍ଟ । ଉଭୟ ପରସ୍ପର ପ୍ରତି କୌଣସି ଆକ୍ଷେପ ନକରିବାକୁ କୋର୍ଟ ଙ୍କ ନିର୍ଦ୍ଦେଶ ରହିଛି । ଜୁଲାଇ ୪ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ । ବିବାହ ବିଚ୍ଛେଦ ଓ ଅନ୍ୟ କେତେକ ମାମଲା ଅଦାଲତରେ ବିଚାରାଧୀନ ଥିବା ବେଳେ ସୋସିଆଲ ମିଡିଆରେ ଅନୁଭବ ବର୍ଷାଙ୍କୁ ନେଇ ନାନା କଥା ଚର୍ଚ୍ଚା କରୁଛନ୍ତି ଓ ଭିଡ଼ିଓ ପୋଷ୍ଟ କରୁଛନ୍ତି ।

ଏହା ଦ୍ବାରା ତାଙ୍କର ମର୍ଯଦା ହାନି ହେଉଛି ବୋଲି ଦର୍ଶାଇ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ ବର୍ଷା । ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ସୋସିଆଲ ମିଡିଆରେ ବିଭିନ୍ନ କଥା ଚର୍ଚ୍ଚା କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏପରି ସୋସିଆଲ ମିଡିଆ ପୋଷ୍ଟ ଉପରେ କଟକଣା ଜାରି କରାଯିବା ଆବଶ୍ୟକ ବୋଲି ବର୍ଷା କୋର୍ଟଙ୍କୁ ପାର୍ଥନା କରିଥିଲେ । ଯାହାର ଆଜି ଶୁଣାଣି କରି ଏହି ନିର୍ଦ୍ଦେଶ ଶୁଣାଇଛନ୍ତି କୋର୍ଟ ।

ପୁଣି ବିବାଦରେ ଟ୍ୱିଟର, କମ୍ପାନୀ ଉପରେ ପଡ଼ିଛି ୧୫୦ ମିଲିୟନ ଡଲାର ଜରିମାନା

ଓ୍ୱାଶିଂଟନ: ପୁଣି ବିବାଦରେ ଟ୍ୱିଟର । ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟର ୟୁଜର୍ସଙ୍କ ତଥ୍ୟ ଗୋପନୀୟ ରଖିନଥିବା ଅଭିଯୋଗ ଆସିବା ପରେ କମ୍ପାନୀ ଉପରେ ପଡ଼ିଛି ୧୫୦ ମିଲିୟନ ଡଲାରର ଜରିମାନା । ବିଜ୍ଞାପନକାରୀଙ୍କୁ ଟ୍ୱିଟର ୟୁଜର୍ସଙ୍କ ତଥ୍ୟ ବିକ୍ରି କରିଥିବା ଅଭିଯୋଗ ହୋଇଛି । ଫେଡରାଲ ଟ୍ରେଡ ଏଗ୍ରିମେଣ୍ଟ ଓ ନାୟିକ ବିଭାଗ ତଥ୍ୟ ମୁତାବକ କମ୍ପାନୀ ୨୦୧୧ରେ ହୋଇଥିବା ଚୁକ୍ତିକୁ ଉଲ୍ଲଂଘନ କରିଛି । ମେ’ ୨୦୧୩ରୁ ସେପ୍ଟେମ୍ବର ୨୦୧୯ ମଧ୍ୟରେ ଟ୍ୱିଟର ନିଜ ୟୁଜର୍ସଙ୍କ ଫୋନ୍ ନମ୍ବର ଏବଂ ଇମେଲ୍ ଠିକଣା ସଂଗ୍ରହ କରିଥିଲା ।

ଆକାଉଣ୍ଟଗୁଡିକର ସୁରକ୍ଷା ପାଇଁ ଏପରି ଡାଟା ସଂଗ୍ରହ କରାଯାଉଥିବା ସେତେବେଳେ କମ୍ପାନୀ ସଫେଇ ଦେଇଥିଲା । ହେଲେ ଉପଭୋକ୍ତାଙ୍କ ନିକଟକୁ ଅନଲାଇନ ବିଜ୍ଞାପନ ପଠାଇବା ଲାଗି କମ୍ପାନୀ ଏହାକୁ ବ୍ୟବହାର କରିଛି ବୋଲି ଆମେରିକା ସରକାର ଅଭିଯୋଗ କରିଛନ୍ତି । ପ୍ରାୟ ୧୪୦ ମିଲିୟନ ୟୁଜର୍ସଙ୍କ ଡାଟା କମ୍ପାନୀ ଚୋରି କରିଥିବା ଅଭିଯୋଗ ହୋଇଛି ।

ମନି ଲଣ୍ଡରିଂ ମାମଲା, ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ EDର ସମନ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସର ବରିଷ୍ଠ ନେତା ଫାରୁକ ଅବଦୁଲ୍ଲାଙ୍କୁ ସମନ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡ୍ରିଂ ମାମଲାରେ ଫାରୁକଙ୍କୁ ସମନ ଜାରି କରିଛି ଏଜେନ୍ସୀ । ଏହି ମାସ ୩୧ ତାରିଖ ସୁଦ୍ଧା ତାଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନ ଦୁର୍ନୀତି ସହ ଏହି ମାମଲା ଜଡିତ ଥିବା କୁହାଯାଉଛି ।  ୮୪ ବର୍ଷିୟ ଫାରୁକଙ୍କୁ ଏହି ମାମଲାରେ ଆଗରୁ ଅନେକ ଥର ପଚରାଉଚରା କରିସାରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜାମ୍ମୁ କାଶ୍ମୀର କ୍ରିକେଟ ଆସୋସିଏସନର ଅଧ୍ୟକ୍ଷ ଥିଲା ବେଳେ ଫାରୁକ ନିଜ ପଦର ଦୁରୂପଯୋଗ କରିଥିବା ଅଭିଯୋଗ ହୋଇଛି ।

ବହୁ ଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଖାନଙ୍କୁ କ୍ଲିନ୍ ଚିଟ୍‌

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ ଖାନଙ୍କୁ କ୍ଲିନ୍ ଚିଟ୍ । ବହୁ ଚର୍ଚ୍ଚିତ କୋର୍ଡେଲିଆ ଡ୍ରଗ୍ସ ପାର୍ଟି ମାମଲାରେ ଜୁନିୟର କିଙ୍ଗ ଖାନଙ୍କୁ କ୍ଲିନ ଚିଟ ଦେଇଛି ନାର୍କେଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆଜି ଏନସିବି ପକ୍ଷରୁ କୋର୍ଟରେ ଚାର୍ଜସିଟ ଦାଖଲ କରାଯାଇଛି । ଦାଖଲ ଚାର୍ଜସିଟରେ ଆର୍ଯ୍ୟନଙ୍କ ସମେତ ଅନ୍ୟ ୫ ଜଣଙ୍କ ନାଁ ନଥିବା ଜଣାପଡ଼ିଛି । କ୍ରୁଜରେ ରେଡ୍ ବେଳେ ଆର୍ଯ୍ୟନଙ୍କ ସମେତ ୧୯ ଜଣଙ୍କୁ ଗିରଫ କରି ଅଭିଯୁକ୍ତ ଦର୍ଶାଇଥିଲା ଏନସିବି । ଆର୍ଯ୍ୟନଙ୍କ ବିରୋଧରେ କିଛି ପ୍ରମାଣ ମିଳି ନଥିବାରୁ କ୍ଲିନଚିଟ୍ ଦିଆଯାଇଥିବା ଏନସିବି ଡିଡିଜି ସଞ୍ଜୟ ସିଂହ କହିଛନ୍ତି ।

ଗତବର୍ଷ ମୁମ୍ବାଇ କ୍ରୁଜ ପାର୍ଟିରେ ଡ୍ରଗ୍ସ ସେବନ କରିବା ଅଭିଯୋଗରେ ଏନସିବି ଆର୍ଯ୍ୟନ ଓ ତାଙ୍କ ବନ୍ଧୁମାନଙ୍କୁ ଗିରଫ କରିଥିଲେ । ସାରା ଦେଶରେ ଏହାକୁ ନେଇ ତମ୍ବିତୋଫାନ ଦେଖିବାକୁ ମିଳିଥିଲା । ଏହି ମାମଲାରେ ଆର୍ଯ୍ୟନ ୨୬ ଦିନ କାଳ ଜେଲରେ ରହିଥିଲେ । ଶେଷରେ ବମ୍ବେ ହାଇକୋର୍ଟ ତାଙ୍କୁ ଅକ୍ଟୋବର ୨୮ରେ ଜାମିନ ପ୍ରଦାନ କରିଥିଲେ। ଜାମିନ ମିଳିବାର ଦୁଇ ଦିନ ଅର୍ଥାତ ଅକ୍ଟୋବର ୩୦ରେ ଆର୍ଯ୍ୟନ ଘରକୁ ଫେରିଥିଲେ।

ମନରେଗା ନାଁରେ ବାଲି ଚୋରି ଅଭିଯୋଗ, ତଦନ୍ତ ପାଇଁ ଯାଇ ମାଡ଼ ଖାଇଲେ ରାଜସ୍ୱ ବିଭାଗ କର୍ମଚାରୀ

ଜଳେଶ୍ୱର: ମନରେଗା କାମ ନାଁରେ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଚୋରି ଅଭିଯୋଗ । ପଚାରିବାରୁ ରାଜସ୍ୱ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ । ଏହି ଘଟଣାରେ ସ୍ଥାନୀୟ ସରପଞ୍ଚଙ୍କୁ ଉଠାଇନେଇଛି ପୋଲିସ । ଏହା ସହ ଗାଁରେ ୧ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଆକ୍ରମଣ କରିଥିବା ଲୋକମାନଙ୍କୁ ଖୋଜୁଛି ପୋଲିସ । ଅନ୍ୟପଟେ ୩ ଜଣ ରାଜସ୍ୱ ଅଧିକାରୀ ଏବଂ ଡ୍ରାଇଭରଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଜଳେଶ୍ଵର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଏହି ଘଟଣାକୁ ନେଇ ତହସିଲଦାରଙ୍କୁ ପଚାରିବାରୁ ସେ କହିଛନ୍ତି, ଦୀର୍ଘଦିନ ଧରି ବାଲିଚୋରି ନେଇ ଅଭିଯୋଗ ହୋଇ ଆସୁଥିଲା । ଜଳେଶ୍ୱର ତହସିଲ ଅନ୍ତର୍ଗତ ଗଡ଼ସାହି ବାଲିଆପାଳ ଗାଁରେ ମନେରେଗା କାର୍ଯ୍ୟ ନାଁରେ ସୁବର୍ଣ୍ଣରେଖା ନଦୀରୁ ଶହେରୁ ଉର୍ଦ୍ଧ୍ୱ ଲୋକ ବେଆଇନ ଭାବେ ଟ୍ରାକ୍ଟର ସାହାଯ୍ୟରେ ବାଲି ଉଠାଇ ବିକ୍ରି କରୁଥିଲେ । ରାଜସ୍ୱ ବିଭାଗ ଟିମ୍ ଯାଞ୍ଚ ପାଇଁ ଯାଇଥିଲେ । କିନ୍ତୁ ସେମାନଙ୍କ ଗାଡ଼ିକୁ ମାଫିଆମାନେ ଭଙ୍ଗାରୁଜା କରିବା ସହ ରାଜସ୍ୱ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଓ ମୋବାଇଲ ଫୋନ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ସରପଞ୍ଚଙ୍କ ନିର୍ଦ୍ଦେଶରେ ଏହି ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି ।

 

 

 

ବିବାହ ପରେ ପଦାରେ ପଡ଼ିଲା ନବବଧୂର ପ୍ରକୃତ ପରିଚୟ, ଝିଅ ବେଶରେ ଥିବା ପୁଅକୁ ବାହା ହୋଇଥିଲେ ପ୍ରେମିକ

ବାସୁଦେବପୁର: ଫେସବୁକ୍ ପ୍ରେମରୁ ହେଲା ବିବାହ ।  ଔପଚାରିକତା ସରିଲା । ଆଶୀର୍ବାଦ ମିଳିଲା । ବନ୍ଦାପନା ପରେ ଗୃହ ପ୍ରବେଶ କଲେ ବରକନ୍ୟା । କିନ୍ତୁ ପରେ ଜଣାପଡ଼ିଗଲା ସତ । ଯେଉଁ ପ୍ରେମିକାକୁ ନେଇ ସୁଖର ସଂସାର ଗଢ଼ିବା ପାଇଁ ପ୍ରେମିକ ସ୍ୱପ୍ନ ଦେଖିଥିଲେ, ତାହା ନିମିଷକ ମଧ୍ୟରେ ଚୂରମାର ହୋଇଗଲା । ପ୍ରେମିକା ଜଣକ ପ୍ରକୃତରେ ଥିଲେ ପୁରୁଷ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ କଶିଆ ଅଞ୍ଚଳରେ ।

 

ପରିଚୟ ଗୋପନ ରଖି ନାଁ ବଦଳାଇ ମେଘନା ରଖିଥିଲେ । ଆଉ ଏହି ନାଁରେ ବିବାହ ବି କରିଥିଲେ । ବଧୂବେଶ ସାଜିଥିବା ନୂଆବୋହୁ ଝିଅ ବଦଳରେ ପୁଅ ବୋଲି ଜଣାପଡିଗଲା । ନବବଧୂ ମେଘନା ନୁହେଁ ମେଘନାଦ ବୋଲି ସତ ପଦାକୁ ଆସିଲା ପରେ ଲୋକେ ବର୍ଷିଲେ । ଉଲଗ୍ନ କରି ମେଘନାଦକୁ ଉପରେ ବର୍ଷିଲେ ବିଧା ଚାପୁଡା । ତାଙ୍କ ଚୁଟି କାଟିଲେ ଲୋକେ ।  ପରେ ନବବଧୂ ସାଜିଥିବା ମେଘନା ଜଣେ ଝିଅ ନୁହେଁ ପୁଅ ଓ ତା’ର ନାଁ ମେଘନାଦ ବୋଲି ସ୍ପଷ୍ଟ ହୋଇଥିଲା

ଅନୁଭବଙ୍କ ଭିଡିଓ ବିରୋଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା

କଟକ: ଅନୁଭବଙ୍କର ଭିଡିଓ ବିରୁଦ୍ଧରେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ବର୍ଷା । ସାମାଜିକ ଗଣମାଧ୍ୟମରେ ଅପମାନଜନକ ମନ୍ତବ୍ୟ ନେଇ ମାମଲା ଦାୟର କରିଛନ୍ତି । ଆଜି ହାଇକୋର୍ଟରେ ଶୁଣାଣି ହେବ । ଏ ସଂକ୍ରାନ୍ତରେ ସାଇବର ଥାନାରେ ଦ୍ୱାରସ୍ଥ ହୋଇଥିଲେ ବର୍ଷା । ସୋସିଆଲ ମିଡିଆରେ ଅନୁଭବ ଭିଡିଓ ପୋଷ୍ଟ କରି ବିଭିନ୍ନ କଥା କହୁଥିବାରୁ ତାଙ୍କର ସମ୍ମାନହାନୀ ହେଉଥିବା ଅଭିଯୋଗ କରି ସେ ହାଇକୋର୍ଟ ଯାଇଛନ୍ତି । ଆପତ୍ତିଜନକ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବାକୁ ଆବେଦନ କରିଛନ୍ତି ବର୍ଷା । ଏହି ମାମଲାରେ କେନ୍ଦ୍ର ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ରେଜିଷ୍ଟ୍ରର ଅଫ ନ୍ୟୁଜ ପେପର୍ସ ଅଫ ଇଣ୍ଡିଆ ଏବଂ ଅନୁଭବ ମହାନ୍ତିଙ୍କୁ ପକ୍ଷଭୁକ୍ତ କରିଛନ୍ତି ବର୍ଷା ।

ଗତ କିଛି ଦିନ ତଳେ ପୁରୀଘାଟ ଥାନାରେ ବର୍ଷା ପ୍ରିୟଦର୍ଶିନୀ ଏକ ଲିଖିତ ଅଭିଯୋଗ କରିଥିଲେ । ଏତଲାରେ ବର୍ଷା ଅଭିଯୋଗ କରି ଲେଖିଥିଲେ, ଅନୁଭବ ମନଗଢ଼ା ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥିରେ ତାଙ୍କୁ ଆକ୍ଷେପ କରି ଅନେକ କିଛି କହିଛନ୍ତି । ତାଙ୍କ ନାରୀତ୍ୱକୁ ଅପମାନ କରିଛନ୍ତି ।