spot_img
Home Blog Page 4356

ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜୁନ୍ ୧୩ରେ ହେବ ଭୋଟ ଗ୍ରହଣ

ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ବିଧାନସଭା ପକ୍ଷରୁ ପ୍ରକାଶ ପାଇଲା ବିଧିବଦ୍ଧ ବିଜ୍ଞପ୍ତି । ଆଜିଠୁ ଜୁନ ୨ ଯାଏ ହେବ ନାମାଙ୍କନ । ଜୁନ ୩ ତାରିଖରେ ହେବ ଯାଞ୍ଚ । ଆସନ୍ତା ୧୩ ତାରିଖରେ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ଭୋଟ ଗ୍ରହଣ । ସୁବାସ ସିଂ ଇସ୍ତଫା ଦେବା ପରେ ହେଉଛି ଉପନିର୍ବାଚନ । ଏଯାଏ ୫ ସେଟ୍ ନାମାଙ୍କନ ନିଆଯାଇଥିବା ଜଣାପଡିଛି ।

କୋଲକାତାରେ ଜୀବନ ହାରିଲେ ବଙ୍ଗୀୟ ଅଭିନେତ୍ରୀ ବିଦିଶା ମଜୁମଦାର

କୋଲକାତା: ଅଭିନେତ୍ରୀଙ୍କ ଆତ୍ମହତ୍ୟା । ପ୍ରେମରେ ଧୋକା ପରେ ଆତ୍ମହତ୍ୟା କରିଛନ୍ତି ବଙ୍ଗୀୟ ଅଭିନେତ୍ରୀ । କୋଲକାତା ନାଗେର ବଜାର କଲୋନୀସ୍ଥିତ ଘରୁ ଅଭିନେତ୍ରୀ ବିଦିସା ମଜୁମଦାରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତଦେହ ସହ ପୋଲିସ ସେହି ଘରୁ ଏକ ସୁଇସାଇଡ ନୋଟ୍ ମଧ୍ୟ ଜବତ କରିଛି । ମାନସିକ ଚାପରେ ଥିବାରୁ ଆତ୍ମହତ୍ୟା କରିଛି ବୋଲି ସୁଇସାଇଡ ନୋଟରେ ଉଲ୍ଲେଖ ରହିଛି ।

ଅନ୍ୟପଟେ ବିଦିସାଙ୍କୁ ତାଙ୍କ ପୁରୁଷ ବନ୍ଧୁ ଧୋକା ଦେବାରୁ ସେ ଆତ୍ମହତ୍ୟା କରିଛନ୍ତି ବୋଲି ନୋଟରେ ଲେଖାଯାଇଛି । ଦୀର୍ଘଦିନ ଧରି ବିଦିସାଙ୍କୁ ଇଣ୍ଡଷ୍ଟ୍ରୀରେ କାମ ମିଳୁ ନଥିବା ବେଳେ ପ୍ରେମିକଙ୍କ ଧୋକା ଯୋଗୁ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ କରୁଛି ପୋଲିସ । ସେପଟେ ବିଦିସାଙ୍କ ରୁମରୁ ମିଳିଥିବା ସୁଇସାଇଡ ନୋଟକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ରଥଯାତ୍ରା ପାଇଁ ଚାଲିଛି ଜୋରସୋର ପ୍ରସ୍ତୁତି, ସରିଲାଣି ୩୧ ଚକ ନିର୍ମାଣ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଆଗେଇ ଚାଲିଛି ରଥ ନିର୍ମାଣ । ଏପର୍ଯ୍ୟନ୍ତ ତିନି ରଥର ୪୨ଟି ଚକ ମଧ୍ୟରୁ ୩୧ଟିର ନିର୍ମାଣ ଶେଷ ହୋଇଛି । ପ୍ରତି ରଥର ତିନୋଟି ଲେଖାଏ ଭୂଇଁରେ ୧୨ଟି ଚଉତା କାଠ ରହିଥାଏ । ପ୍ରତି ରଥ ପାଇଁ ଆବଶ୍ୟକ ୪ଟି ଲେଖାଏ ମୁହାଁଟି ଓ ନିରାଡ଼ି କାର୍ଯ୍ୟ ଶେଷ ହୋଇଛି । ପହିରେ ବିନ୍ଧ ସରିବା ପରେ ଏବେ ଏଥିରେ ବିଲେଇବାଡ଼ିଆ ପଦ୍ଧତିରେ ସିଙ୍ଗଡ଼ା ଲାଗି ହେଉଛି । ରୂପକାର ସେବକମାନେ କଣ ଗୁଜରେ ନୃସିଂହ ମୂର୍ତ୍ତି ଖୋଦେଇ କରୁଥିବା ବେଳେ ଦୋଳବେଦିରେ ଘଡ଼ି ମୁହଁ ଦଣ୍ଡା କଣ୍ଟା ନିର୍ମାଣରେ ଲାଗିଛନ୍ତି ଓଝା ସେବକମାନେ । ସମସ୍ତ ଚକ ଓ ଅଖ ସଂଯୁକ୍ତ ହେଲେ ରଥର ମୂଳଦୁଆ ପଡ଼ିବ । ଶୀତଳଷଷ୍ଠୀ ସୁଦ୍ଧା ସମସ୍ତ ଚକ କାମ ସାରିବାକୁ ଲକ୍ଷ୍ୟ ରହିଛି ।

ସେପଟେ ଛତିଶା ନିଯୋଗ ବୈଠକରେ ରଥଯାତ୍ରା ସମ୍ପର୍କରେ ହୋଇଛି ବିସ୍ତୃତ ଆଲୋଚନା । ଭକ୍ତମାନେ ସ୍ନାନ ମଣ୍ଡପ ଉପରେ ଜଳଲାଗି ଓ ହାତୀବେଶ ଦର୍ଶନ ପାଇଁ ସୁଯୋଗ ପାଇବେ । ତେବେ କେହି ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ । ସ୍ନାନ ପୂର୍ଣ୍ଣିମାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ନୀତି ସମ୍ପର୍କରେ ନୀତି ସବକମିଟି ବୈଠକରେ ଆଲୋଚନା ପରେ ଏହାକୁ ଛତିଶା ନିଯୋଗ ବୈଠକରେ ଅନୁମୋଦନ କରାଯାଇଛି । ପ୍ରଭୁଙ୍କ ଜଳଲାଗିକୁ ଶୃଙ୍ଖଳିତ କରିବା ଓ ହାତୀବେଶ ଓଲାଗି ସମୟରେ ଶୃଙ୍ଖଳା ରକ୍ଷା କରିବା ପାଇଁ ସମ୍ପୃକ୍ତ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି ।

କଳାହାଣ୍ଡିରେ ମାତିଲେ ମାଓବାଦୀ, ଭବାନୀପାଟଣା ସଦର ଥାନା ସାନ ପିପିଲି ଗାଁରେ ଲଙ୍କାକାଣ୍ଡ

ଭବାନିପାଟଣା: କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସଦର ଥାନା ଅଧୀନ ସାନ ପିପିଲି ଗାଁରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ରାସ୍ତାକାମକୁ ବିରୋଧ କରି ୩ଟି ଟ୍ରାକ୍ଟର, ଗୋଟିଏ ଜେସିବି ଦୁଇଟି ଟିପର ଜାଳିଦେଲେ ମାଓବାଦୀ । ଗତକାଲି ବିଳମ୍ବିତ ରାତିରେ ମାଓବାଦୀମାନେ ଏଭଳି କାଣ୍ଡ ଭିଆଇଛନ୍ତି । ପିପିଲି ଗ୍ରାମର ପୋକାରିଘାଟଠାରୁ ମନସ୍କ ପର୍ଯ୍ୟନ୍ତ ଚାଲିଥିବା ରାସ୍ତା କାର୍ଯ୍ୟ ବନ୍ଦ କରିବାକୁ ଠିକାଦାରଙ୍କୁ ପୂର୍ବରୁ ମାଓବାଦୀମାନେ ତାଗିଦ କରିଥିଲେ । ମାତ୍ର ଠିକାଦାର ଏହାକୁ ଶୁଣିନଥିଲେ । ତେବେ ଭବାନୀପାଟଣା ସହରଠାରୁ ମାତ୍ର ୧୫ କିମି ଦୂରରେ ମାଓବାଦୀଙ୍କ ଏଭଳି କାଣ୍ଡ ଯୋଗୁ ସ୍ଥାନୀୟ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଘୂର୍ଣ୍ଣିବଳୟ ବିଗାଡ଼ିଲା ପାଣିପାଗ, ଏଥର ଶୀଘ୍ର ଆସିବନି ମୌସୁମୀ

ନୂଆଦିଲ୍ଲୀ: ଆସନ୍ତାକାଲି କେରଳ ଛୁଇଁବନି ମୌସୁମୀ । ପୂର୍ବରୁ ଏନେଇ ପାଣିପାଗ ବିଭାଗ ଆକଳନ କରିଥିଲେ ମଧ୍ୟ ପାଗ ବିଗାଡ଼ି ଦେଇଛି ଘୂର୍ଣ୍ଣିବଳୟ । ଘନଘନ ଘୂର୍ଣ୍ଣିବଳୟ ଯୋଗୁ ସୃଷ୍ଟି ମୌସୁମୀ ପାଇଁ ସୃଷ୍ଟି କରିଛି ପ୍ରତିକୂଳ ପାଗ । କାଳବୈଶାଖୀ କିମ୍ବା ଲଘୁଚାପ ସୃଷ୍ଟି ସମ୍ଭାବନା ନଥିବାରୁ ଆସନ୍ତାକାଲି କେରଳ ଛୁଇଁ ନପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ସକ୍ରିୟ ପାଇଁ ଯେତିକି ବର୍ଷା ଆବଶ୍ୟକ ତାହା ହୋଇନାହିଁ କିମ୍ବା ବିଷୁବରେଖା ପାଖରେ ବାଦଲ ଖଣ୍ଡ ଦେଖାଯାଉନି । ମୌସୁମୀକୁ ସକ୍ରିୟ କଲା ଭଳି ବର୍ଷା ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ନାହିଁ । ତେଣୁ ମୌସୁମୀ ଆସିବାରେ ବିଳମ୍ବ ହେବ ।

ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୬ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ଉପକୂଳ ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାକୁ ସତର୍କ କରାଯାଇଥିବା ବେଳେ ବର୍ଷା ସମୟରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ କେନ୍ଦ୍ର କହିଛି । ଆସନ୍ତା ୩ ଦିନରେ କାଳବୈଶାଖୀ ପ୍ରଭାବ କମିବା ସହ ସ୍ୱାଭାବିକଠାରୁ ୨ରୁ ୩ ଡିଗ୍ରୀ ତାପମାତ୍ରା ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିବ ।

 

 

 

ଭିସା ଦୁର୍ନୀତି ମାମଲା, ଆଜି ସାଂସଦ କାର୍ତ୍ତି ଚିଦାମ୍ବରମଙ୍କୁ ଜେରା କରିବ ସିବିଆଇ

ନୂଆଦିଲ୍ଲୀ: ଭିସା ଦୁର୍ନୀତି ମାମଲା । ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମଙ୍କୁ ଆଜି ସିବିଆଇ ଜେରା କରିବ । ଜେରା ଲାଗି କାର୍ତ୍ତିଙ୍କୁ ସମନ ଜାରି କରିଥିଲା ସିବିଆଇ । ବ୍ରିଟେନରୁ ଫେରିବା ପରେ ସିବିଆଇ ନିକଟରେ ହାଜର ହେବା ଲାଗି ତାଙ୍କୁ ସମନ ଜାରି କରାଯାଇଥିଲା । କିଛି ଦିନ ତଳେ ସୁପ୍ରିମକୋର୍ଟ ଓ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟଙ୍କ ଅନୁମତି କ୍ରମେ କାର୍ତ୍ତି ବ୍ରିଟେନ ଯାଇଥିଲେ । ମାତ୍ର ଜେରା ଲାଗି ତାଙ୍କୁ ସମନ ଜାରି କରାଯିବା ପରେ ସେ ଫେରିଛନ୍ତି ।

ପଞ୍ଜାବରେ ଏକ ପାଓ୍ୱାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ବେଦାନ୍ତ ଗ୍ରୁପ କମ୍ପାନୀ ତାଲଓ୍ୱାଣ୍ଡି ସାବୋ ପାଓ୍ୱାର ଲିମିଟେଜ ବା ଟିଏସପିଏଲର ଜଣେ ପ୍ରମୁଖ ପଦାଧିକାରୀଙ୍କ ଦ୍ୱାରା କାର୍ତ୍ତି ଓ ତାଙ୍କର ଜଣେ ଘନିଷ୍ଠ ସହଯୋଗୀ ଏସ.ଭାସ୍କର ରମଣଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ନେଇ ଅଭିଯୋଗ ହୋଇଥିଲା । ନିଜର ଏଫଆଇଆରରେ ସିବିଆଇ ଦର୍ଶାଇଥିଲା ପଞ୍ଜାବରେ ଚୀନର ଏକ କମ୍ପାନୀ ଜରିଆରେ ପାଓ୍ୱାର ପ୍ଲାଣ୍ଟ ପ୍ରତିଷ୍ଠା ଲାଗି ଯୋଜନା କରାଯାଇଥିଲା ଯେଉଁଥିରେ ଦୁର୍ନୀତିର ବାସ୍ନା ଆସିଥିଲା । ୨୬୩ ଜଣ ଚୀନ ଶ୍ରମିକଙ୍କ ଲାଗି ପ୍ରୋଜେକ୍ଟ ଭିସା ପୁନଃପ୍ରଦାନ କରିବା ଲାଗି ଟିଏସପିଏଲର କର୍ତ୍ତୃପକ୍ଷ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେବା ଏଫଆଇଆରରେ ଦର୍ଶାଯାଇଥିଲା ।

ଏହି ତିନୋଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଦାମ୍ପତ୍ୟ ସୁଖ

ମେଷ ରାଶି : ଶାରୀରିକ ଏବଂ ମାନସିକ ସ୍ତରରେ ଅବ୍ୟବସ୍ଥା ଦେଖାଦେଇପାରେ । ଥଣ୍ଡା, ଜ୍ୱର ଏବଂ କଫର ଯନ୍ତ୍ରଣା ଅନୁଭବ କରିପାରନ୍ତି । ଧାର୍ମିକ କାର୍ଯ୍ୟରେ ଧନ ଖର୍ଚ୍ଚ ହେବାର ସମ୍ଭାବନା ରହିଛି । ଖର୍ଚ୍ଚ ବଢ଼ିପାରେ । ଲୋଭଗ୍ରସ୍ତ ହୁଅନ୍ତୁ ନାହିଁ । ଜମିବାଡ଼ି ଆଦି ମାମଲାରେ ଠକିଯିବାର ସମ୍ଭାବନା ଅଧିକ ରହିଛି । ମା’ଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ । କୌଣିସି ନିଷ୍ପତ୍ତି ନେବାରେ ଅସୁବିଧା ଉପୁଜିପାରେ ।

ବୃଷ ରାଶି : ଆୟ ଏବଂ ବ୍ୟବସାୟରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭଦାୟକ ସମ୍ପର୍କ ବଢ଼ିପାରେ । ପରିବାର ଏବଂ ବନ୍ଧୁଙ୍କ ସହ ଆନନ୍ଦଉଲ୍ଲାସରେ ଦିନଟି କଟିବ । ବିଦେଶ ପର୍ଯ୍ୟଟନ କରିବାର ସମ୍ଭାବନା ରହିଛି । ମହିଳାବର୍ଗଙ୍କୁ ଲାଭ ମିଳିବ । ଜୀବନସାଥୀଙ୍କ ସହ ଆତ୍ମିୟତା ବଢ଼ିବା ସହ ସମ୍ପର୍କ ନିବିଡ଼ ହେବ । ଭାଇବନ୍ଧୁ ଏବଂ ବରିଷ୍ଠ ବ୍ୟକ୍ତିଙ୍କଠାରୁ ଲାଭ ମିଳିପାରେ । ଶାରୀରିକ ଏବଂ ମାନସିକ ଅବସ୍ଥା ଭଲ ରହିବ ।

ମିଥୁନ ରାଶି : ଶାରିରୀକ ଏବଂ ମାନସିକ ସୁଖ ବଜାୟ ରହିବ । ଚାକିରି ଏବଂ ବ୍ୟବସାୟରେ ଲାଭ ମିଳିବାର ସମ୍ଭାବନା ରହିଛି । ଉଚ୍ଚାଧିକାରୀଙ୍କ ପ୍ରୋତ୍ସାହନ ଆପଣଙ୍କୁ କାର୍ଯ୍ୟ କରିବାକୁ ଉତ୍ସାହ ଦେବ । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ । ପାରିବାରିକ ପରିବେଶ ଆନନ୍ଦମୟ ରହିବ । ପିତାଙ୍କଠାରୁ ଲାଭ ମିଳିପାରେ । ସରାକାରୀ ସମ୍ୱନ୍ଧିତ କୌଣସି କାର୍ଯ୍ୟ ପୂର୍ଣ୍ଣ ହେବ । ଦାମ୍ପତ୍ୟ ଜୀବନରେ ସୁଖଆନନ୍ଦ ଭରିରହିବ ।

ବ୍ରଜରାଜନଗରରେ ହେଭିଓ୍ୱେଟଙ୍କ ହାଇଭୋଲଟେଜ ପ୍ରଚାର

ବ୍ରଜରାଜନଗର: କମ୍ପୁଛି ବ୍ରଜରାଜନଗର । ଉପନିର୍ବାଚନ ପାଇଁ ହାତରେ ଆଉ ୪ ଦିନ ଥିବାବେଳେ ଉଠୁଛି ପଡ଼ୁଛି ଗାଁଠୁ ସହର । ତିନିଦଳର ହେଭିଓ୍ୱେଟ୍ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଭୋଟ ନିବେଦନ କରୁଛନ୍ତି । ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ପାଇଁ ମଇଦାନରେ ବରିଷ୍ଠ ନେତା ଜୋରଦାର ପ୍ରଚାର କରୁଛନ୍ତି । ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ଉନ୍ନତୀମୂଳକ କାମ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛି ବିଜେଡି ।

ସେହିପରି ବ୍ରଜରାଜନଗରର ବିଭିନ୍ନ ସ୍ଥାନରେ ମହିଳା ସମାବେଶ କରୁଛି ବିଜୁ ଜନତା ଦଳ । ସମାବେଶ ଜରିଆରେ ମୁଖ୍ୟ ସଂଯୋଜକ ଦୀପାଳି ଦାସ ବିଜୁ ଜନତା ଦଳର ପ୍ରାର୍ଥୀନୀ ଅଳକା ମହାନ୍ତିଙ୍କ ପାଇଁ ପ୍ରଚାର କରିଛନ୍ତି । ପ୍ରଚାର ରେସରେ ବିଜେଡି ସବୁଠାରୁ ଆଗରେ ଥିବାବେଳେ ବଡ଼ ବିଜୟ ନେଇ ଦୃଢୋକ୍ତି କରିଛନ୍ତି ପ୍ରାର୍ଥୀ ଅଳକା ମହାନ୍ତି । ସେପଟେ ବିଜେପି ଓ କଂଗ୍ରେସ ବିଭିନ୍ନ ମୁଦ୍ଧା ନେଇ ଭୋଟରଙ୍କ ପାଖରେ ପହଂଚୁଛନ୍ତି ।

ୟାସିନ ମଲିକଙ୍କୁ ଦଣ୍ଡାଦେଶ ପରେ ଅଶାନ୍ତ କାଶ୍ମୀର, ଶ୍ରୀନଗରର କିଛି ଅଞ୍ଚଳ ସମ୍ପୂର୍ଣ୍ଣ ଲକଡାଉନ

ଶ୍ରୀନଗର: ବିଚ୍ଛିନ୍ନତାବାଦୀ ୟାସିନ ମଲିକଙ୍କୁ ଦଣ୍ଡାଦେଶ ପରେ ଅଶାନ୍ତ ହୋଇପଡିଛି କାଶ୍ମୀର । ୟାସିନ ମଲ୍ଲିକ ଘର ଆଗରେ ଥିବା ସୁରକ୍ଷା କର୍ମୀଙ୍କୁ ସ୍ଥାନୀୟ ଲୋକ ପଥରମାଡ଼ କରିଛନ୍ତି । ସ୍ଥିତି ଏମିତି ହେଲା ଯେ ଶେଷରେ ପୋଲିସ ସେମାନଙ୍କ ଉପରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରି ଭିଡ଼ ଭାଙ୍ଗିବାକୁ ଚେଷ୍ଟା କରିଥିଲା । ୟାସିନଙ୍କ ସମର୍ଥକ କାଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ଆଶଙ୍କାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଥିବା ବେଳେ ପୂରା ଅଞ୍ଚଳରେ କର୍ଫ୍ୟୁ ଜାରି କରାଯାଇଛି ।

ଶ୍ରୀନଗରରେ କିଛି ଅଞ୍ଚଳରେ ସମ୍ପୂର୍ଣ୍ଣ ଲକଡାଉନ କରାଯାଇଛି । କାଶ୍ମୀରର ସମସ୍ତ ସେନା କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ବେଳେ ସୁରକ୍ଷାକର୍ମୀଙ୍କୁ ହାଇ ଆଲର୍ଟରେ ରଖାଯାଇଛି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କାଶ୍ମୀର ବିଚ୍ଛିନ୍ନତାବାଦୀ ୟାସିନ ମଲିକକୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି NIA ସ୍ପେଶାଲ କୋର୍ଟ । ମେ’ ୧୯ରେ କୋର୍ଟ ୟାସିନ ମଲିକକୁ ୧୦ରୁ ଅଧିକ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏଥିସହିତ ତାକୁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଜରିମାନା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଆଉ ନାହାନ୍ତି ଜଣାଶୁଣା ଅଭିନେତା ବିରାଜ ଦାସ

ଭୁବନେଶ୍ୱର: ଆଉ ନାହାନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ବିରାଜ ଦାସ । ନିଜର ବଳିଷ୍ଠ ଅଭିନୟ ଓ ଗମ୍ଭୀର ସ୍ୱରରେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ବିରାଜ ଦାସ ପରପାରିକୁ ଚାଲି ଯାଇଛନ୍ତି । ସେ ଦୀର୍ଘଦିନ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ୬୩ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏ ସମ୍ପର୍କରେ ବିରାଜଙ୍କ ସାନ ପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି । ତାଙ୍କ ଦେହାନ୍ତ ପରେ ଓଲିଉଡରେ ଶୋକର ଛାୟା ଖେଳିଯାଇଛି ।

ବିରାଜ ଦାସ ଅନେକ ଓଡ଼ିଆ ଫିଲ୍ମ ସହ ସିରିଏଲରେ ମଧ୍ୟ ନିଜ ଅଭିନୟର ଯାଦୁ ଦେଖାଇଥିଲେ । ଭାଇ ଠାରୁ ଆରମ୍ଭ କରି ମାମୁ ଓ ବାପାଙ୍କ ଭଳି ଚରିତ୍ରରେ ସେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ବଗୁଲା ବଗୁଲି ଫିଲ୍ମରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ୧୯୯୫ରେ ରିଲିଜ ହୋଇଥିବା ଭାଇ ମୋର ଜଗା, ୧୯୯୯ର ପ୍ରେମ ବନ୍ଧନ ଠାରୁ ଆରମ୍ଭ କରି ମା’ ପରି କିଏ ହେବ ଭଳି ସୁପର ହିଟ୍ ସିନେମାରେ ସେ ଅଭିନୟ କରିଥିଲେ । ପ୍ରେମ ବନ୍ଧନ ଭଳି ଫିଲ୍ମ କରି ସେ ଲୋକଲୋଚନକୁ ଆସିଥିଲେ । ପୁଅ ଭାଙ୍ଗିଦେଲା ସୁନା ସଂସାର, ଗୋଲାମଗିରି ଭଳି ଫିଲ୍ମରେ ମଧ୍ୟ ସେ ଅଭିନୟ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ‘ମୋ ସ୍କୁଲ ଅଭିଯାନ’ ଜରିଆରେ ୬ ଲକ୍ଷ ୭୫ ହଜାର ପୁରାତନ ଛାତ୍ରଛାତ୍ରୀ ଅନୁଦାନ ଦେଲେଣି