spot_img
Home Blog Page 4357

କର୍ମକ୍ଷେତ୍ରରେ କାହିଁକି ବଢ଼ୁଛି ଯବାନଙ୍କ ଆତ୍ମହତ୍ୟା ମାମଲା ?

ନୂଆଦିଲ୍ଲୀ: ଦେଶରେ ବଢ଼ୁଛି ଯବାନଙ୍କ ଆତ୍ମହତ୍ୟା ମାମଲା । ଯାହାକି ଚିନ୍ତାଜନକ ବିଷୟ । ଏହାଛଡ଼ା ଆତଙ୍କବାଦ ଓ ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୁତୟନ ଯବାନଙ୍କ ସହିଦ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଖବର ଅନୁସାରେ, ସହିଦ ହେଉଥିବା ଯବାନଙ୍କ ମଧ୍ୟରୁ ଅଧିକାଂଶ ସିଆରପିଏଫର ।

Cases Of Suicide Among Soldiers While On Duty Increased
FILE

ତଥ୍ଯ ଅନୁସାରେ, ଜମ୍ମୁକାଶ୍ମୀରର ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳରୁ ନେଇ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଗତ ୩ ବର୍ଷରେ ୯୫୦ ଜଣ ଯବାନ କର୍ମକ୍ଷେତ୍ରରେ ସହିଦ ହୋଇଛନ୍ତି । ସେହିଭଳି ୨୦୨୧ ମସିହାରେ ୧୫୩ ଜଣ ଯବାନ ଆତ୍ମହତ୍ୟା କରିଛନ୍ତି । ଏଥିରେ ୫୬ ଜଣ ଯବାନ ସିଆରପିଏଫର ହୋଇଥିବା ବେଳେ ୪୧ ଯବାନ ବିଏସଏଫର । ନକ୍ସଲ ପ୍ରଭାବିତ ଅଞ୍ଚଳରେ ସହିଦ ଯବାନଙ୍କ ସଂଖ୍ୟା ୫୭ ପ୍ରତିଶତ ରହିଛି ।

୨୦୧୯ ମସିହାରେ ୧୫ ଗେଜେଟେଡ୍ ଅଫିସର ସମେତ ୬୨୨ ଜଣ ଯବାନ ସହିଦ ହୋଇଥିବା ବେଳେ ୨୦୨୦ରେ ୧୪ ଗେଜେଟେଡ୍ ଅଫିସର ସମେତ ୬୯୧ ଯବାନ ଓ ୨୦୨୧ରେ ୧୮ ଗେଜେଟେଡ୍ ଅଫିସର ସମେତ ୭୨୯ ଜଣ ଯବାନ ସହିଦ ହୋଇଛନ୍ତି ।

Cases Of Suicide Among Soldiers While On Duty Increased
FILE

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୧୫ରୁ ୨୦୨୦ ମଧ୍ୟରେ ଗୁଳି ବିନିମୟ ତୁଳନାରେ ବିଏସଏଫ୍, ସିଆରପିଏଫ୍ ଓ ଏସଏସବି ସହିତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ଯବାନ ଆତ୍ମହତ୍ୟା କାରଣରୁ ପ୍ରାଣ ହରାଇଛନ୍ତି । ଆତ୍ମହତ୍ୟା ଯୋଗୁ ୬୮୦ ଜଣ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁଳି ବିନିମୟରେ ୩୨୩ ଜଣ ସହିଦ ହୋଇଛନ୍ତି । ଅର୍ଥାତ୍ ସହିଦ ସଂଖ୍ୟାର ୨ ଗୁଣରୁ ଅଧିକ ଯବାନ ବିଭିନ୍ନ କାରଣରୁ ଆତ୍ମହତ୍ୟା କରିଛନ୍ତି ।

ଆତ୍ମହତ୍ୟାର କାରଣ ?

ପୂର୍ବତନ ଏଡିଜି ପିକେ ମିଶ୍ରାଙ୍କ ଅନୁସାରେ, ଅନେକ ସମୟରେ ଯବାନଙ୍କୁ ଉନ୍ନତମାନର ଅସ୍ତ୍ରଶସ୍ତ୍ର ନଥିବାରୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏପରିକି ଏସଓପି ପାଳନରେ ଟିକିଏ ଅସାବଧାନତା ବହୁତ ଭାରି ପଡ଼େ । ଏହା ଛଡ଼ା ପାରିବାରିକ କାରଣରୁ ଯବାନ ଆତ୍ମହତ୍ୟା କରିଥାନ୍ତି । ଦୁର୍ଗମ ଅଞ୍ଚଳରେ ବିଭିନ୍ନ ରୋଗରେ ଯବାନଙ୍କ ମୃତ୍ୟୁ ହୋଇଥାଏ ।

Cases Of Suicide Among Soldiers While On Duty Increased
FILE

ସହିଦ ହେଲେ ସହାୟତା

  • ସହିଦ ଯବାନଙ୍କ ପରିବାରକୁ ୨୫ ଲକ୍ଷରୁ ନେଇ ୪୫ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯାଏ ।
  • ଭାରତର ବୀର ପୋର୍ଟାଲରେ ୧୫ ଲକ୍ଷ ଟଙ୍କା ଯାଏ ସାର୍ବଜନୀନ ଅଂଶଧନ ମିଳିଥାଏ ।
  • ସହିଦ ହୋଇଥିବା ବିବାହିତ ବୀର ଯବାନଙ୍କ ବାପା, ମାଆଙ୍କୁ ଭାରତ ବୀର କର୍ପସରୁ ୧୦ ଟଙ୍କାର ଅତିରିକ୍ତ ସହାୟତା ମିଳିଥାଏ ।

ଛୋଟ ପିଲାର ଭିଡିଓ ପାଇଁ ବାପାଙ୍କ ଦୋକାନ ଆଗରେ ଭିଡ଼

ହାଇଦ୍ରାବାଦ: ‘ବାବା କା ଢ଼ାବା’ ର ମାଲିକଙ୍କ ଦୁଃଖ କାହାଣୀ ୟୁଟ୍ୟୁବର ଗୌରବ ଅରୋର କାରଣରୁ ଲୋକଲୋଚନକୁ ଆସିଥିଲା । କିନ୍ତୁ ସେଥିରୁ ଜଣାପଡ଼ିଥିଲାଯେ, ଯେତେବେଳେ ଲୋକଙ୍କ ନିକଟରେ ଏଭଳି କିଛି ଘଟଣା ପହଞ୍ଚେ, ଲୋକ ତୁରନ୍ତ ସହାୟତାର ହାତ ବଢ଼ାନ୍ତି । ଏବେ ଠିକ୍‌ ସେହିଭଳି ଏକ କାଡାଣୀ ସାମ୍ନାକୁ ଆସିଛି ହାଇଦ୍ରାବାଦରୁ । ଯେଉଁଥିରେ ଏକ ଛୋଟ ପିଲାର ବାପାଙ୍କ ଦୋକାନ ମାନ୍ଦାରେ ଚାଲୁଥିବାରୁ ଏକ ଭିଡ଼ିଓ ସୋସିଅଲ ମିଡିଆରେ ଶେୟାର କରିଥିଲା । ଯାହା ଚାହୁଁ ଚାହୁଁ ଭାଇରାଲ ହୋଇଗଲା ।

ଭିଡ଼ିଓରେ ପିଲାଟି ନିଜ ବାପାଙ୍କ ବେପାର ଭଲରେ ଚାଲୁ ରଖିବା ପାଇଁ ସହାୟତା ମାଗୁଥିବାରୁ ଦେଖିବାକୁ ମିଳିଛି । ସେଠାରେ ତା ବାପାଙ୍କ ଷ୍ଟଲରୁ ‘ଚିକେନ୍‌ ହେଲିମ’ କିଣିବା ପାଇଁ ହାଇଦ୍ରାବାଦର ଅଧିକାଂଶ ଗ୍ରାହକ ପହଞ୍ଚିବାକୁ ସେ ଅନୁରୋଧ କରିଛି ।

 

 

View this post on Instagram

 

A post shared by Mohd Adnan (@pappakihaleem)

ପିଲାଟିର ନାଁ ହେଉଛି ଅଦନାନ । ଭିଡ଼ିଓ ଭାଇରାଲ ହେବା ପରଠାରୁ ଫୁଡ୍‌ ବ୍ଲଗର୍ସଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସଂଖ୍ୟା ବଢ଼ିଛି । ପୁଣିଥେ ସୋସିଅଲ ମିଡିଆ ପାଇଁ ଜଣେ ବ୍ୟକ୍ତିଙ୍କ ବେପାରରେ ସୁଧାର ଆସିଛି ଏବଂ ଆର୍ଥିକ ସ୍ଥିତିରେ ମଧ୍ୟ ।

ଆମେରିକା ରାଷ୍ଟ୍ରପତିଙ୍କ ଭିଡ଼ିଓ କାହିଁକି ହେଉଛି ଭାଇରାଲ ?

ଓ୍ୱାଶିଂଟନ୍‌:  ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।  ବାଇଡେନ ବୁଧବାର ଉତ୍ତର କାରୋଲିନାର ପେନ୍ସିଲବାନିୟା ୟୁନିଭର୍ସିଟିରେ ଭାଷଣ ଦେଉଥିଲେ  । ଭାଷଣ ସରିବା ପରେ ବାଇଡେନ ଖାଲି ଖାଲିରେ ହ୍ୟାଣ୍ଡ୍‌ ସେକ୍‌ କରୁଥିବାର ଦେଖିବାକୁ ମିଳିଛି । ଯାହା ସୋସିଅଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ।

ବାସ୍ତବରେ ଏହି କାର୍ଯ୍ୟକ୍ରମରେ ବାଇଡେନଙ୍କ ସହିତ ମଞ୍ଚ ଶେୟାର କରିବା ପାଇଁ କେହି ନଥିଲେ ।  ରାଷ୍ଟ୍ରପତି ବାଇଡେନ୍‌ ଏତେ ଚୁପଚାପ ହୋଇଗଲେଯେ, ମଞ୍ଚ ଉପରେ କେହି ନଥିଲେ ବୋଲି ସେ ଭୁଲିଗଲେ । ଭାଷଣ ସରିବା ପରେ  ଡାହାଣକୁ ବୁଲି ଯେତେବେଳେ ଗୁଡବାଏ କରି ଶୂନ୍ୟରେ ହ୍ୟାଣ୍ଡ୍‌ ସେକ୍‌ କଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ ।

ଭିଡ଼ିଓ ଭାଇରାଲ ହେବାପରେ ଲୋକେ ତାଙ୍କ ମଜାକ୍‌ ଉଡ଼ାଉଛନ୍ତି ଏବଂ ଡିମ୍ନେଶିୟା ରୋଗୀ ବୋଲି କହୁଛନ୍ତି ।  ଅନ୍ୟପଟେ ବିରୋଧୀ ମଧ୍ୟ ଟାର୍ଗେଟ କରୁଛନ୍ତି । ୭୯ ବର୍ଷୀୟ ରାଷ୍ଟ୍ରପତିଙ୍କ ଏଭଳି କାର୍ଯ୍ୟକଳାପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେବଳ ସେତିକି ନୁହେଁ ଭାଷଣ ଦେବାବେଳେ ବାଇଡେନ କହିଲେଯେ, ମୁଁ ମଧ୍ୟ ଏହି ବିଶ୍ୱବିଦ୍ୟାଳୟରେ କାମ କରିଛି, କିନ୍ତୁ କେବେ ମଧ୍ୟ କ୍ଲାସ୍‌ କରିନାହିଁ । ଯାହାପରେ ବିରୋଧୀ ମଧ୍ୟ ତାଙ୍କ ମଜାକ୍‌ ଉଡ଼ାଉଛନ୍ତି ।

ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର, କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: କଂଗ୍ରେସରେ ମିଶିବେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର । ପ୍ରଶାନ୍ତ କିଶୋର ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ସାଂସଦ ରାହୁଲ ଗାନ୍ଧି ଓ ବରିଷ୍ଠ ନେତା କେ. ବେଣୁଗୋପାଳଙ୍କୁ  ସାକ୍ଷାତ କରିଛନ୍ତି । ଏହି ସାକ୍ଷାତକାର ପରେ ପ୍ରଶାନ୍ତ କିଶୋର କଂଗ୍ରେସରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି । କଂଗ୍ରେସର ନିର୍ବାଚନୀ ପରାଜୟ ପରେ ପ୍ରଶାନ୍ତ କିଶୋର ଦଳର ବରିଷ୍ଠ ନେତାଙ୍କୁ ଭେଟିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ସମେତ ଅନ୍ୟ କିଛି ରାଜ୍ୟରେ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ପାଇଁ ରଣନୀତି ପ୍ରସ୍ତୁତ କରିବାକୁ କଂଗ୍ରେସ ନେତୃବୃନ୍ଦଙ୍କ ସହ ନିକଟରେ ଆଲୋଚନା ଆରମ୍ଭ କରିଥିଲେ ପ୍ରଶାନ୍ତ କିଶୋର । ପୂର୍ବରୁ ମଧ୍ୟ ପ୍ରଶାନ୍ତ କିଶୋର ଓ କଂଗ୍ରେସ ମଧ୍ୟରେ ଆଲୋଚନା ହୋଇଥିଲା । କିନ୍ତୁ ଏହା ବିଫଳ ହୋଇଥିଲା । ଏ ବର୍ଷ ଶେଷ ଆଡ଼କୁ ଗୁଜୁରାଟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଶାନ୍ତ କିଶୋର ପ୍ରଥମେ ଫୋକସ କରିବା ଦରକାର ବୋଲି କଂଗ୍ରେସ ଚାହୁଁଥିବା ଜଣାପଡ଼ିଛି ।

ଅଲ୍ଲୁ ଅର୍ଜୁନଙ୍କ ଠାରୁ ଆରମ୍ଭ କରି ଜୁନିଅର NTRଙ୍କ ପର୍ଯ୍ୟନ୍ତ, ପୋଲିସ୍‌ ଠାରୁ ପାଇଛନ୍ତି ଝଟକା

ନୂଆଦିଲ୍ଲୀ: ଦୀର୍ଘ ଦିନ ଧରି ହାଇଦ୍ରାବାଦ ପୋଲିସ ବିଭିନ୍ନ ସ୍ଥାନରେ ରଙ୍ଗୀନ୍‌ ବା କଳା ନାଚ ଦେଖିବାମାତ୍ରା ଆକ୍ସନ୍‌ ନେଉଛି । ଏଥିପାଇଁ ଏକ ବିଶେଷ ଅଭିଯାନ ଚାଲିଛି । ଭୁଲ କରିଥିଲେ ତ୍ରାହି ନାହିଁ । ଜୋରିମନା ଭରିବାକୁ ପଡ଼ୁଛି । ଯାହାର ସଦ୍ୟ ଶିକାର ହୋଇଛନ୍ତି ସାଉଥର ନାମିଦାମି ସୁପରଷ୍ଟାର । ଯେଉଁଥିରେ ଆଲ୍ଲୁ ଅର୍ଜୁନ ଏବଂ ଜୁନିଅର NTRଙ୍କ ନାମ ସାମିଲ ରହିଛି ।

ପୁଷ୍ପା ଠାରୁ ଆଲ୍ଲୁ ଅର୍ଜୁନଙ୍କୁ ଧରିଥିଲା ହାଇଦ୍ରାବାଦ ଟ୍ରାଫିକ୍‌ ପୋଲିସ୍‌ । କାରଣ ତାଙ୍କ ଗାଡ଼ିରେ ଲାଗିଥିଲା ଟିଟେଣ୍ଡ୍‌ କାଚ । ରଙ୍ଗୀନ୍‌ କାଚକୁ ନେଇ ପୋଲିସ ତାଙ୍କୁ ଚେତାବନୀ ଦେଇଥିଲା । ଏହା ସହିତ ତାଙ୍କ ଗାଡ଼ିରୁ ରଙ୍ଗୀନ୍‌ କାଚକୁ ବାହାର କରିଦିଆଯାଇଥିଲା ଏବଂ ୭୦୦ ଟଙ୍କାର ଜୋରିମନା ଲାଗିଥିଲା ।

ଅକିନେନି ନାଗା ଚୈତନ୍ୟ:  ନିକଟରେ ହାଇଦ୍ରାବାଦ ପୋଲିସ ନାଗା ଚୈତନ୍ୟଙ୍କୁ ସେହି ସମାନ ଘଟଣା ପାଇଁ ଅଟକାଇଥିଲା ।      ନିୟମ ଉଲଙ୍ଘନ କରିଥିବାରୁ ତାଙ୍କୁ ୭୦୦ ଟଙ୍କା ଜୋରିମନା ଭରିବାକୁ ପଡ଼ିଥିଲା ।

ଜୁନିଅର NTR: ଆରଆରଆରକୁ ନେଇ ଏବେ ଉତ୍ସବ ପାଳୁଥିବା ଜୁନିଅର ଏନଟିଆର ମଧ୍ୟ ଆଇନ୍‌ କାନୁନ୍‌ ମଧ୍ୟରେ ଫସି ଯାଇଥିଲେ । ସେ ମଧ୍ୟ ଗାଡ଼ିରେ କଳା କାଚ ବ୍ୟବହାର କରୁଥିଲେ । ଏଥିପାଇଁ ତାଙ୍କୁ ଜୋରିମନା ଭରିବାକୁ ପଡ଼ିଥିଲା ।  ଯାତାୟତ ନିୟମକୁ ଉଲଙ୍ଘନ କରି ୭୦୦ ଟଙ୍କା ଜୋରିମନା ଭରିଥିଲେ ।

ତ୍ରୀବିକ୍ରମ ଶ୍ରୀନିବାସ:  ଶ୍ରୀନିବାସ ମଧ୍ୟ ଯାତାୟତ ନିୟମ ଉଲଙ୍ଘନ କରି ଫସି ଯାଇଥିଲେ ।  ସେ ମଧ୍ୟ ଗାଡ଼ିରା କଳା କାଚ ଲଗାଇଥିଲେ । ଏଥିପାଇଁ ୭୦୦ ଟଙ୍କା ଜୋରିମନା ଭରିଥିଲେ ।

ମାଞ୍ଚ ମନୋଜ:  ଟ୍ରାଫିକ୍‌ ନିୟମ ଉଲଙ୍ଘନ କରି ମନୋଜ ମାଞ୍ଚୁ ଟ୍ରାଫିକ୍‌ ପୋଷ୍ଟରେ ଧରା ପଡ଼ିଥିଲେ । ଏହା ସହିତ ଜୋରିମନା ଭରି ଘରକୁ ଫେରିଥିଲେ ।

ବିଜେପିଠାରୁ ଆସନସୋଲ ଲୋକସଭା ଆସନ ଛଡ଼ାଇ ଆଣିଲା ଟିଏମସି

ନୂଆଦିଲ୍ଲୀ: ଗୋଟିଏ ଲୋକସଭା ଓ ଚାରି ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଆଜି ଗଣତି ଚାଲିଛି । ପଶ୍ଚିମବଙ୍ଗର ଆସାନସୋଲ ଲୋକସଭା ଆସନ ଓ ବାଲିଗଞ୍ଜ ବିଧାନସଭା ଆସନରେ ତୃଣମୂଳ କଂଗ୍ରେସ ଆଗୁଆ ରହିଛି । ଆସାନସୋଲ ଲୋକସଭା ଆସନରେ ଟିଏମସି ପ୍ରାର୍ଥୀ ଅଭିନେତା ଶତ୍ରୁଘ୍ନ ସିହ୍ନା ବିଜେପି ପ୍ରାର୍ଥୀଙ୍କଠାରୁ ଆଗୁଆ ଅଛନ୍ତି । ଏହି ଆସନ ପୂର୍ବରୁ ଭାରତୀୟ ଜନତା ପାର୍ଟି ହାତରେ ଥିଲା । କିନ୍ତୁ ବାବୁଲ ସୁପ୍ରିୟୋ ଏହି ଆସନରୁ ଇସ୍ତଫା ଦେଇଥିଲେ ।  ୨୦୧୯ ନିର୍ବାଚନରେ ବିଜେପି ଟିକେଟରେ ଏହି ଆସନରୁ ବିଜୟୀ ହୋଇଥିଲେ ବାବୁଲ ସୁପ୍ରିୟୋ । ସାଂସଦ ଭାବରେ ନିର୍ବାଚିତ ହେବା ପରେ ବାବୁଲ ସୁପ୍ରିୟୋ ବିଜେପି ଛାଡି ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ ।

ବାବୁଲ ସୁପ୍ରିୟୋ ଚଳିତ ଉପ ନିର୍ବାଚନରେ ଟିଏମସି ଟିକେଟରେ ବାଲିଗଞ୍ଜ ବିଧାନସଭା ଆସନରୁ ଲଢିଥିଲେ । ସେ ମଧ୍ୟ ନିଜର ନିକଟତମ ବିଜେପି ପ୍ରତିଦ୍ବନ୍ଦୀଙ୍କଠାରୁ ଆଗୁଆ ରହିଛନ୍ତି । ବିହାରର ବୋଚାହାନ ବିଧାନସଭା ଆସନରେ ଆରଜେଡି ଆଗୁଆ ରହିଥିବା ବେଳେ ମହାରାଷ୍ଟ୍ରର କୋହ୍ଲାପୁର ନର୍ଥରେ କଂଗ୍ରେସ ଆଗୁଆ ରହିଛି । ସେହିପରି ଛତିଶଗଡ଼ର ଖଇରାଗଡ଼ ଆସନରେ ମଧ୍ୟ ଚାଲିଛି ଭୋଟ୍ ଗଣତି । ଏସବୁ ଆସନରେ ଉପନିର୍ବାଚନ ପାଇଁ ଗତମାସ ୧୨ ତାରିଖରେ ଭୋଟ୍ ଗ୍ରହଣ ହୋଇଥିଲା ।

ଲିଙ୍ଗିପୁର ATM ଲୁଟ ମାମଲାରେ ୨ ଲୁଟେରାକୁ କାବୁ କଲା କମିଶନରେଟ୍ ପୋଲିସ

ଭୁବନେଶ୍ୱର: କମିଶନରେଟ୍ ପୋଲିସର ମିଶନ ଇମ୍ପସିବଲ୍ ହେଲା ପସିବଲ୍ । ଲିଙ୍ଗିପୁର ATM ଲୁଟ ମାମଲାରେ ୨ ଲୁଟେରାକୁ କାବୁ କରିଛି ପୋଲିସ । ଗିରଫ ୨ ଅଭିଯୁକ୍ତ ହେଲେ ଖୋକନ ମୋଲ୍ଲା ଓ ମୀରଜୁଲା ରେହମାନ ମୋଲ୍ଲା । ଏମାନଙ୍କ ମଧ୍ୟରୁ ଜଣେ କୋଲକାତା ଓ ଅନ୍ୟ ଜଣେ ବାଂଲାଦେଶର ବୋଲି ସୂଚନା ମିଳିଛି । ଏମାନଙ୍କ ସହ ଆଉ ୪ ଜଣ ବାଂଲେଦେଶୀ ମଧ୍ୟ ସାମିଲ ଅଛନ୍ତି । ମୋଟ ୬ ଜଣିଆ ଗ୍ୟାଙ୍ଗ ୫ ତାରିଖରେ ଲୁଟ୍‌ ପାଇଁ ଭୁବନେଶ୍ବର ଆସିଥିଲେ । ଲିଙ୍ଗିପୁର ଅଞ୍ଚଳରୁ ଟାଟା ଏସି ଚୋରି କରି ଏଟିଏମ୍ ପାଖରେ ପହଞ୍ଚିଥିଲେ ।

କୌଣସି ପ୍ରକାର ମୋବାଇଲ ବ୍ୟବହାର କରନ୍ତିନି ଏହି ଗ୍ୟାଙ୍ଗ । ପୂର୍ବରୁ ହୋଇଥିବା ପ୍ଲାନ ଅନୁଯାୟୀ ଲୁଟ୍ କରିବା ଦିନ ଗୋଟାଏ ଜାଗାରେ ଏକାଠି ହେଉଥିଲେ । ଫେକ ଆଧାରକାର୍ଡ ଦେଇ ବିଭିନ୍ନ ହୋଟେଲରେ ରହୁଥିଲେ ଏହି ଲୁଟେରା । ଆଉ ୪ ବାଂଲାଦେଶୀ ଲୁଟେରାଙ୍କୁ ଖୋଜା ଚାଲିଛି । ଖୁବଶୀଘ୍ର ୪ ଲୁଟେରାଙ୍କୁ ଗିରଫ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର । ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ସ୍ପେଶାଲ ଟିମ୍ ଗଠନ ହୋଇଥିଲା । ସରାଇ ଆପ୍ଲିକେସନ ଲୁଟେରାଙ୍କୁ ଧରିବାରେ ସାହାଯ୍ୟ କରିଛି । ବେଙ୍ଗାଲୁରୁ, ଦିଲ୍ଲୀ ଓ ଗୋଆରେ ମଧ୍ୟ ଲୁଟ କରିଛି ଏହି ଗ୍ୟାଙ୍ଗ। ଫେକ୍ ଡକ୍ୟୁମେଣ୍ଟ କରି ଭାରତକୁ ଆସୁଥିଲେ ଦୁହେଁ । ଦେଶରେ ଲୁଟ୍ କରିବା ପରେ ଲୁଟ୍ ଟଙ୍କାକୁ ବାଂଲାଦେଶ ପଠାଉଥିବା ସୂଚନା ମିଳିଛି ।

 

 

ରଣବୀରଙ୍କୁ ଶାଶୁ ସୋନି ରାଜଦାନ ଦେଲେ ଅଢ଼େଇ କୋଟିର ଉପହାର

ନୂଆଦିଲ୍ଲୀ: ଦୀର୍ଘ ଅପେକ୍ଷା ପରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଲଭ୍‌ ବର୍ଡ଼ ରଣବୀର କପୂର ଏବଂ ମହେଶଙ୍କ ତନୟା ଆଲିୟା ଭଟ୍ଟ । ଏବେ ତାଙ୍କ ବିବାହ ଫଟୋ ଏବଂ ରୀତିନୀତିକୁ ନେଇ ମାୟାନଗରୀ ବଲିଉଡରେ ଚାଲିଛି ଜବରଦସ୍ତ ଚର୍ଚ୍ଚା । କିନ୍ତୁ ଦୁଇଜଣଙ୍କୁ ବିବାହରେ କିଏ କ’ଣ ଉପହାର ଦେଇଛନ୍ତି ଫ୍ୟାନ୍ସ ତାହା ଜାଣିବା ପାଇଁ ବେଶ୍‌ ଉତ୍ସାହୀ । ତେବେ ଆସନ୍ତୁ ଆଲୋଚନା କରିବା ଉପହାର ବିଷୟରେ ।

ଗଣମାଧ୍ୟମ ଖବର ଅନୁସାରେ,  ବିବାହ ଦିନ ହିଁ ରଣବୀର ଏବଂ ଆଲିୟାଙ୍କ ନିର୍ବନ୍ଧ ହୋଇଥିଲା ।  ରଣବୀରଙ୍କୁ ବ୍ୟାଣ୍ଡ୍‌ ଏବଂ ଆଲିୟାଙ୍କୁ ମିଳିଲା ହୀରା ମୁଦି । ଆଲିୟାଙ୍କ ମା’ ସୋନି ରାଜଦାନ ରଣବୀରଙ୍କୁ ଏକ ଦାମି ଘଣ୍ଟା ଉପହାର ଦେଲେ । ସୋନି ଏଭଳି ଏକ ଘଣ୍ଟା ଦେଇଛନ୍ତି ଯାହା ସହଜରେ ମିଳିବା କାଠିକର । ଖବର ଅନୁସାରେ ସୋନି ରାଜଦାନ ଜ୍ୱାଇଁଙ୍କୁ ଦେଇଥିବା ଘଣ୍ଟାର ମୂଲ୍ୟ ୨.୫ କୋଟି ଟଙ୍କା ।

ରୀତିନୀତି ଅନୁସାରେ ବିବାହକୁ ଆସିଥିବା ଅତିଥିଙ୍କୁ ମଧ୍ୟ ଉପହାର ଦିଆଯାଏ । ସୂଚନା ଅନୁସାରେ ଉପସ୍ଥିତ ଥିବା ସମସ୍ତ ଅତିଥିଙ୍କୁ ଆଲିୟାଙ୍କ ପସନ୍ଦର  କାଶ୍ମୀର ଶାଲ ଉପହାରରେ ଦିଆଯାଇଥିଲା । ଖାଲି ସେତିକି ନୁହେଁ ବରଂ ଜୋତା ଲୁଚାଇବା ବିଧି ମଧ୍ୟ ଖୁବ୍‌ ମଜାଦାର ଥିଲା ବୋଲି କୁହାଯାଉଛି ।  ଶାଳୀମାନେ ରଣବୀରଙ୍କୁ ଜୋତା ପରିବର୍ତ୍ତେ ୧୧.୫ କୋଟି ଡିମାଣ୍ଡ କରିଥିଲେ । ମଜାଦାର କଥା ହେଉଛି ଖୁବ୍‌ ମଜାମସ୍ତି ପରେ ରଣବୀର ଲଫାପାରେ ୧ ଲକ୍ଷ ଦେଲେ ।

ସୂଚନା ଅନୁସାରେ ଆଲିୟାଙ୍କର ଚୁଡ଼ି ବିଧି କରାଗଲା ନାହିଁ । କାରଣ ଯଦି ତାହା ହୋଇଥାନ୍ତା ତେବେ ତାଙ୍କୁ ୪୦ ଦିନ ପର୍ଯ୍ୟନ୍ତ ଚୁଡ଼ି ପିନ୍ଧିବାକୁ ପଡ଼ିଥାନ୍ତା ଏବଂ ଆଲିୟାଙ୍କ ପକ୍ଷେ ଅସମ୍ଭବ । କାରଣ ଖୁବଶୀଘ୍ର ତାଙ୍କୁ ସୁଟିଂକୁ ଫେରିବାର ଅଛି ।

ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି, ଜୁନ୍ ୬ରୁ ୧୬ ପର୍ଯ୍ୟନ୍ତ ମିଳିବ ଖରାଛୁଟି

ଭୁବନେଶ୍ୱର: ଖରାଛୁଟି ନେଇ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି । କମିବ ଖରାଛୁଟି ସମୟ ସୀମା । ଜୁନ ୬ରୁ ଜୁନ୍ ୧୬ ପର୍ଯ୍ୟନ୍ତ ମିଳିବ ଖରାଛୁଟି । ପାଠପଢ଼ା ପାଇଁ ସ୍କୁଲରେ ଖରାଛୁଟ କାଟଛାଣ୍ଟ ନିଷ୍ପତ୍ତି । କରୋନା ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବା ପାଠପଢ଼ା ହେବ ଭରଣା । ମେ’ ୧ତାରିଖରୁ ଜୁନ୍ ୫ଯାଏ ସକାଳ ୬ରୁ ୯ଟା ହେବ କ୍ଲାସ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଚାଲୁ ରହିବ ।

ସେହିପରି ଏପ୍ରିଲ ୨୦ ତାରିଖ ସୁଦ୍ଧା ପ୍ରଥମରୁ ଅଷ୍ଟମ ଶ୍ରେଣୀ ପ୍ରମୋସନ ହେବ । ଏପ୍ରିଲ ୨୦ରୁ ୩୦ ତାରିଖ ମଧ୍ୟରେ ପ୍ରଥମରୁ ନବମ ଶ୍ରେଣୀର ନାମ ଲେଖା ପ୍ରକ୍ରିୟା ଶେଷ ହେବ । ସେହିପରି ନବମରୁ ଦଶମ ଶ୍ରେଣୀକୁ ଉନ୍ନୀତ ପ୍ରକ୍ରିୟା ମେ’ ୧୦ ସୁଦ୍ଧା ଶେଷ ହେବ । ନବମ ଶ୍ରେଣୀ ଛାତ୍ରଛାତ୍ରୀ ସମ୍ମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ଦେବେ । ତେବେ ମେ’ ୧ରୁ ଜୁନ୍ ୫ ପର୍ଯ୍ୟନ୍ତ ହେବାକୁ ଥିବା ସକାଳୁଆ ସ୍କୁଲରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ରନ୍ଧା ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯିବ । ଓପେସା ପରାମର୍ଶ ଅନୁସାରେ ପ୍ରସ୍ତୁତ ହୋଇଛି LRP ।

ସମୁଦ୍ରରେ ବୁଢ଼ି ପର୍ଯ୍ୟଟକ ନିଖୋଜ, ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି

ପୁରୀ: ପୁଅ ଆଗରେ ଭାସିଗଲେ ବାପା । ପୁରୀ ସମୁଦ୍ର ୯ ନମ୍ବର ସେକ୍ଟର ଅଞ୍ଚଳରେ ଜଣେ ପର୍ଯ୍ୟଟକ ନିଖୋଜ । ସମୁଦ୍ର ସ୍ନାନ କରୁଥିବାବେଳେ ନିଖୋଜ ହୋଇଯାଇଛନ୍ତି । ନିଖୋଜ ହୋଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ବାଲେଶ୍ୱର ସାଚିନା ଅଞ୍ଚଳର ବଂଶୀଧର ବେହେରା । ପରିବାର ସହ ସେ ପୁରୀ ବୁଲିବାକୁ ଆସିଥିବା ବେଳେ ବାପ-ପୁଅ ମିଶି ସମୁଦ୍ରରେ ଗାଧୋଉଥିଲେ । ସମୁଦ୍ରରେ ସ୍ନାନ କରୁଥିବାବେଳେ ହଠାତ୍ ପୁଅ ଆଗରେ ଲହଡ଼ିରେ ଭିଡି ହୋଇ ଭିତରକୁ ଚାଲିଗଲେ ବାପା । ଏହି ଘଟଣା ପରେ  ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । କିନ୍ତୁ ଏପର୍ଯ୍ୟନ୍ତ ବଂଶୀଧରଙ୍କର କୌଣସି ପତ୍ତା ମିଳିପାରି ନାହିଁ । ତେବେ ଆଜ ପୁରୀ ସମୁଦ୍ରରେ ଆଉ ଦୁଇ ଜଣ ଝାଡଖଣ୍ଡର ପର୍ଯ୍ୟଟକ ବୁଢ଼ି ଯାଇଥିଲେ । କିନ୍ତୁ ଏହି ଦୁଇ ଝାଡଖଣ୍ଡର ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ ଗାର୍ଡ ।