spot_img
Home Blog Page 4361

ବନ୍ଧାହେଲା ସୋସିଆଲ୍ ମିଡିଆର ଧୋକାବାଜ୍ ପ୍ରେମିକ

ଭୁବନେଶ୍ୱର: ସୋସିଆଲ ମିଡିଆରେ ବନ୍ଧୁତା, କିଛିଦିନ ପରେ ପ୍ରେମ, ପରେ ନ୍ୟୁଡ଼କଲ । ଶେଷରେ ନ୍ୟୁଡ କଲରୁ ଯୁବତୀଙ୍କୁ ବ୍ଲାକ ମେଲିଂ । ଏଭଳି ଅଭିଯୋଗରେ ଅଭିଯୁକ୍ତ ଯୁକ୍ତ ୩ ଛାତ୍ରକୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ଗିରଫ ଛାତ୍ର ଗଞ୍ଜାମ ଛତ୍ରପୁର ଅଞ୍ଚଳର ପପୁନ ସାହୁ । ଘଟଣା ଅନୁଯାୟୀ ପପୁନ ଏବଂ ଯବୁତୀଙ୍କ ପ୍ରେମ ସମ୍ପର୍କ ଜାଣିବା ପରେ ପରିବାର ଲୋକେ ଉଭୟଙ୍କୁ କଥା ହେବାକୁ ବାରଣ କରିଥିଲେ ।

Cyber Police Arrested Lover For Blackmail Nude Call

ଯୁବତୀଙ୍କ ପରିବାର ଲୋକଙ୍କ ବିରୋଧ ପରେ ନ୍ୟୁଡକଲ ଏବଂ ଫଟୋ ଭାଇରଲ କରିବାକୁ  ଧମକ ଦେଇଥିଲେ ପପୁନ । ୨ ବର୍ଷ ପରେ ସମ୍ପର୍କରେ ଫାଟ ସୃଷ୍ଟିହେବାରୁ ଛାତ୍ରୀଙ୍କ ଅଶ୍ଲୀଳ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲା ଅଭିଯୁକ୍ତ । ଏନେଇ ଝିଅର ପରିବାର ଲୋକଙ୍କ ଅଭିଯୋଗ ପରେ ସାଇବର ଥାନା ପକ୍ଷରୁ ପପୁନକୁ ଗିରଫ କରାଯାଇଛି ।

ସାମନ୍ତରାୟପୁରରେ ଗଛରେ ଝୁଲୁଛି ପ୍ରେମୀ ଯୁଗଳଙ୍କ ମୃତଦେହ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଜରଡା ଥାନା ସାମନ୍ତରାୟପୁର ଗାଁରେ ଅଭାବନୀୟ ଘଟଣା । ଗାଁ ଆମ୍ବତୋଟାରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ପୃଥକ ପୃଥକ ଗଛରେ ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମିଲିଛି । ଆଜି ସକାଳେ ପ୍ରେମିକର ଝୁଲନ୍ତା ମୃତଦେହ ଦେଖି ଯୁବତୀ କିଛି ଦୂର ଯାଇ ଆଉ ଏକ ଗଛରେ ଝୁଲିପଡ଼ିଥିବା ସନ୍ଦେହ କରାଯାଉଛି । ଗାଁରେ ଶୋକକୁଳ ପରିବେଶ ଥିବା ବେଳେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି  ।

ଏଥିସହିତ ପଢ଼ନ୍ତୁ: ଘରୋଇ ହିଂସା ମାମଲାରେ ହାଜର ହେଲେ ଅନୁଭବ; ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ

 

କମିଶନି କାରବାର, ବିଦା ହେଲେ ପଞ୍ଜାବ ସ୍ୱାସ୍ଥ୍ୟ ମନ୍ତ୍ରୀ

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ୱନ ମାନ୍‌ଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ । ଦୁର୍ନୀତି ପ୍ରମାଣ ମିଳିବାରୁ ନିଜ ମନ୍ତ୍ରିମଣ୍ଡଳର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ବିଦା କଲେ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କ ବିରୋଧରେ ଦୁର୍ନୀତି ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏଭଳି କି ସେ ତାଙ୍କୁ ଦଳରୁ ମଧ୍ୟ ବହିଷ୍କାର କରିଦେଇଛନ୍ତି । ଏଥିସହ ପଞ୍ଜାବ ପୋଲିସକୁ ବିଜୟ ସିଙ୍ଗଲାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜୟ ସିଙ୍ଗଲା ଜଣେ ଠିକାଦାରଙ୍କ ଠାରୁ ୧ ପ୍ରତିଶତ ଲାଞ୍ଚ ମାଗୁଥିଲେ । ଯାହାର ପ୍ରମାଣ ପଞ୍ଜାବ ମୁଖ୍ୟମନ୍ତ୍ରୀ ପାଇଥିଲେ । ଏ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ପଚାରିବାରୁ ସେ ମଧ୍ୟ ଏହାକୁ ସ୍ୱୀକାର କରିଥିଲେ ।

ବିଜୟ ସିଙ୍ଗଲା, ଭଗୱନ୍ତ ସିଂହ ମାନ ସରକାରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଥିଲେ। ତାଙ୍କ ବିରୋଧରେ ଲାଞ୍ଚ ନେଉଥିବା ଏବଂ ଭ୍ରଷ୍ଟାଚାରରେ ଲିପ୍ତ ଥିବା ଅଭିଯୋଗ ଆସିଥିଲା। ଏନେଇ ବିଜୟ ସିଙ୍ଗଲାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ମିଳିବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାହାର କରିଦେଇଛନ୍ତି। ଏନେଇ ଟ୍ୱିଟ୍‌ ଜରିଆରେ ଏକ ଭିଡିଓ ସେୟାର କରି ପଞ୍ଜାବ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟି ବିପୁଳ ଭୋଟ୍‌ରେ ବିଜୟ ହାସଲ କରିଥିଲା। ଏହାପରେ ହାସ୍ୟ ଅଭିନେତାରୁ ରାଜନେତା ପାଲଟିଥିବା ଭଗୱନ୍ତ ସିଂହ ମାନ୍‌ଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଶୁଭାରମ୍ଭ

ଭୁବନେଶ୍ୱର: ସ୍କୁଲରୁ ଅଲିମ୍ପିକ୍ସ ପ୍ରସ୍ତୁତି। ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଆରମ୍ଭ ହେଲା ଟ୍ରେଣ୍ଡ। ଓଡ଼ିଶା ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରାଥମିକ ଭାବେ ଭୁବନେଶ୍ୱର ଓ ରାଉରକେଲାର ୯୦ଟି ସ୍କୁଲରେ ଆରମ୍ଭ ହୋଇଛି ଯୋଜନା। ଏହାଦ୍ୱାରା ଓଡ଼ିଶାର ଛାତ୍ରଛାତ୍ରୀ ସ୍କୁଲ ସମୟରୁ ହିଁ ଅଲିମ୍ପିକ୍ସର ମୂଲ୍ୟ ବୁଝିବେ । ବ୍ୟକ୍ତିତ୍ୱ ବିକାଶରେ ଶିକ୍ଷା ସହ ସ୍ପୋର୍ଟସର ଭୂମିକା ଗୁରୁତ୍ୱପୂର୍ଣ୍ଣ ।

ସାରା ଦେଶରେ ଓଡ଼ିଶା ଏକ ସ୍ପୋର୍ଟ ହବ୍ ଭାବେ ପରିଚିତି ଲାଭ କରିଛି । ଏପରି କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟ ଛାତ୍ରଛାତ୍ରୀମାନେ କ୍ରୀଡ଼ା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି। ଏହି ଅବସରରେ ଆଇଓସି, ଅଲିମ୍ପିଆନ୍ ଅଭିନବ ବିନ୍ଦ୍ରା, ଆଇଓଏ ସଭାପତି ନରିନ୍ଦର ବାତ୍ରାଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏଣିକି ପାଠଶାଳାରୁ ଆରମ୍ଭ ହେବ ଅଲିମ୍ପିକ୍ସ ପ୍ରସ୍ତୁତି । ଭାରତର କ୍ରୀଡ଼ା କ୍ଷେତ୍ରରେ ଯୋଡ଼ି ହେଲା ନୂଆ ଅଧ୍ୟାୟ । ଆମେରିକା, ଚୀନ ଓ ଜାପାନ ଢାଞ୍ଚାରେ ରାଜ୍ୟରୁ ବାହାରିବେ ଅଲିମ୍ପିକ୍ସ ବିଜେତା । ସ୍କୁଲସ୍ତରରୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଲିମ୍ପିକ୍ସ ସଂପର୍କିତ ଶିକ୍ଷା । ଆଗାମୀ ୨୦୨୮ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ଏବେଠାରୁ ହିଁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର। ସ୍କୁଲପିଲାଙ୍କୁ ଅଲିମ୍ପିକ୍ସ ବାବଦରେ ଶିକ୍ଷା ଓ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ପ୍ରଶିକ୍ଷଣ ଦେବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ।

ଏଥିସହିତ ପଢ଼ନ୍ତୁ: ୧୦ରେ ରାଜ୍ୟସଭା ନିର୍ବାଚନ; ରାଜ୍ୟରେ ପ୍ରାର୍ଥୀ ଦେଇନପାରନ୍ତି ବିରୋଧୀ

 

କୋର୍ଟରେ ହାଜର ହେଲେ ଅନୁଭବ; ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ

କଟକ: ସେଲିବ୍ରିଟି କପଲ୍ ଅନୁଭବ-ବର୍ଷା ଘରୋଇ ହିଂସା ବିବାଦ ମାମଲା। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେଲେ ସାଂସଦ ଅନୁଭବ। ଅନୁଭବଙ୍କ ଆବେଦନ ଉପରେ ହେଲା ଶୁଣାଣି। ରାୟ ସଂରକ୍ଷିତ ରଖିଲେ କୋର୍ଟ। ତେବେ ଏହା ପୂର୍ବରୁ ଅନୁଭବଙ୍କ ଭିଡ଼ିଓ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ହେଉଛି ।

ଅନୁଭବ ଆଉ ଏକ ଭିଡିଓ କରି ବର୍ଷାଙ୍କୁ କିଛି ପ୍ରସଂଗରେ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ବର୍ଷା ତାଙ୍କୁ ସ୍ୱାମୀ ବୋଲି କହୁଛନ୍ତି, ହେଲେ ଗଣମାଧ୍ୟମରେ ଯେତେବେଳେ ସ୍ୱାମୀଙ୍କ ବିରୋଧରେ ଅପପ୍ରଚାର ହେଉଥିଲା, ସେତେବେଳେ ବର୍ଷା କୁଆଡ଼େ ଯାଇଥିଲେ ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି ? ଏବେ ତାଙ୍କ କଥା ପଡ଼ିବାରୁ ସେ ଥାନାକୁ ଯାଇ କାହିଁକି ଧୈର୍ଯ୍ୟହରା ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ଏହାସହ ସମ୍ମାନ ସହ ଅଲଗା ହେବାକୁ ବର୍ଷାଙ୍କୁ ଆହ୍ୱାନ ଦେଇଛନ୍ତି ଅନୁଭବ । ନଚେତ୍ ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଅନୁଭବ କହିଛନ୍ତି । କେବଳ ଏତିକି ନୁହେଁ, ବର୍ଷାଙ୍କ ସବୁ ଡକ୍ୟୁମେଣ୍ଟ ଜାଲ୍‌ ବୋଲି କହିଛନ୍ତି ଅନୁଭବ । ଏସବୁ ଭିତରେ ପ୍ରଶ୍ନ ଉଠୁଛି, କିଏ ସତ କହୁଛି କିଏ ମିଛ କହୁଛି ? ସେଥିପାଇଁ ଭିଡିଓ ମାଧ୍ୟମରେ ପଲିଗ୍ରାଫ୍, ଲାଏ ଡିଟେକ୍ସନ ଓ ମେଡିକାଲ ଟେଷ୍ଟ ପାଇଁ ସେ ପ୍ରସ୍ତୁତ ଅଛନ୍ତି । ବର୍ଷା ବି ଏହି ଟେଷ୍ଟ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଚ୍ୟାଲେଞ୍ଜ କରିଛନ୍ତି ଅନୁଭବ ।

ଏଥିସହିତ ପଢ଼ନ୍ତୁ: ଅନୁଭବ ଭିଡିଓ ପାର୍ଟ- ୩ ; ସ୍ୱାମୀଙ୍କ ବିରୋଧରେ ଅପପ୍ରଚାର ବେଳେ ବର୍ଷା କୁଆଡ଼େ ଯାଇଥିଲେ ବୋଲି ପ୍ରଶ୍ନ କଲେ

ରାତ୍ରି ଭୋଜନରୁ ବାହାରିଲା ଝିଟିପିଟି; ଖାଦ୍ୟ ଖାଇ ଛାତ୍ର ଅସୁସ୍ଥ

ବଲାଙ୍ଗୀର: ରାତ୍ରି ଭୋଜନରୁ ବାହାରିଲା ଝିଟିପିଟି, କିଛି ଛାତ୍ର ଅସୁସ୍ଥ, ମେଡିକାଲରେ ଭର୍ତ୍ତି । ବଲାଙ୍ଗୀର ଲର୍କିପାଲିସ୍ଥିତ ITIରେ ଛାତ୍ର ଖାଉଥିବା ରାତ୍ରି ଭୋଜନରୁ ମଲା ଝିଟିପିଟି ବାହାରିଛି । ଖାଦ୍ୟ ଖାଇବା ପରେ କିଛି ଛାତ୍ର ଅସୁସ୍ଥତା ଅନୁଭବ କରିବାରୁ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ବଲାଙ୍ଗୀର ଭିମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଛି । ଖାଇବା ପରେ କିଛି ଛାତ୍ରଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା ।

ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଚାଲିଛି  । ଦେବହରି ଛତ୍ରିଆ ନାମକ ଜଣେ ଛାତ୍ର ଖାଦ୍ୟ ଖାଉଥିବା ବେଳେ ଡାଲିରେ ଝିଟିପିଟି ପଡ଼ିଥିବା ଦେଖିଥିଲେ  । ଏନେଇ ସେ ଅନ୍ୟ ଛାତ୍ରମାନଙ୍କୁ ଜଣାଇଥିଲେ  । ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେମାନେ କିଛି ହେବ ନାହିଁ ବୋଲି କହିଥିଲେ  । କିନ୍ତୁ ରାତିରେ କିଛି ଛାତ୍ରଙ୍କ ଦେହ ଅସୁସ୍ଥ ହୋଇଥିଲା  । ଏନେଇ ଛାତ୍ରମାନେ ଭୟରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲ ଆସିଛନ୍ତି  । ହଷ୍ଟେଲ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ହୋଇଛି  ।

ଏଥିସହିତ ପଢ଼ନ୍ତୁ: ଅନୁଭବ ଭିଡିଓ ପାର୍ଟ- ୩ ; ସ୍ୱାମୀଙ୍କ ବିରୋଧରେ ଅପପ୍ରଚାର ବେଳେ ବର୍ଷା କୁଆଡ଼େ ଯାଇଥିଲେ ବୋଲି ପ୍ରଶ୍ନ କଲେ

ଅନୁଭବ ଭିଡିଓ ପାର୍ଟ- ୩ ; ସ୍ୱାମୀଙ୍କ ବିରୋଧରେ ଅପପ୍ରଚାର ବେଳେ ବର୍ଷା କେଉଁଠି ଥିଲେ ?

ଭୁବନେଶ୍ୱର: ଅନୁଭବ ଭିଡିଓ ପାର୍ଟ- ୩ । ଚର୍ଚ୍ଚିତ ସେଲିବ୍ରିଟି କପଲ ଅନୁଭବ-ବର୍ଷାଙ୍କ ପାରିବାରିକ ବିବାଦ ମାମଲା ଏବେ ଚର୍ଚ୍ଚାରେ । ଲଗାତର ଭାବେ ସୋସିଆଲ ମିଡିଆରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଭିଡିଓ ଜାରି କରି ଚାଲିଛନ୍ତି । ଅନୁଭବଙ୍କ ଭିଡିଓକୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଥାନାର ଦ୍ୱାରସ୍ଥ ହେବା ପରେ ସାଂସଦ ଅନୁଭବ ଜାରି କରିଛନ୍ତି ଆଉ ଏକ ଭିଡିଓ । ପତ୍ନୀ ବର୍ଷା ଥାନାରେ ଅଭିଯୋଗ କରିଥିଲେ ଯେ, ଅନୁଭବ ଭିଡିଓ ଜାରି କରି ତାଙ୍କର ଅପମାନ କରୁଛନ୍ତି । ଏହାପରେ ପାଲଟା ଭିଡିଓ ଜାରି କରି ଅନୁଭବ କହିଛନ୍ତି, ଦୁଇ ଜଣଙ୍କ ବିରୋଧରେ ଚାଲିଥିବା ଛାଡ଼ପତ୍ର ମାମଲା ମିଡିଆରେ ପ୍ରସାରଣ ନହେବାକୁ କୋର୍ଟରେ ପ୍ରଥମେ ସେ ଅପିଲ୍ କରିଥିଲେ । କିନ୍ତୁ ସେତେବେଳେ ବର୍ଷା ଏହାକୁ ବିରୋଧ କରିଥିଲେ ବୋଲି ସେ ଭିଡିଓ ମାଧ୍ୟମରେ କହିଛନ୍ତି ।

ବର୍ଷା ତାଙ୍କୁ ସ୍ୱାମୀ ବୋଲି କହୁଛନ୍ତି, ହେଲେ ଗଣମାଧ୍ୟମରେ ଯେତେବେଳେ ସ୍ୱାମୀଙ୍କ ବିରୋଧରେ ଅପପ୍ରଚାର ହେଉଥିଲା, ସେତେବେଳେ ବର୍ଷା କୁଆଡ଼େ ଯାଇଥିଲେ ବୋଲି ଅନୁଭବ ପ୍ରଶ୍ନ କରିଛନ୍ତି ? ଏବେ ତାଙ୍କ କଥା ପଡ଼ିବାରୁ ସେ ଥାନାକୁ ଯାଇ କାହିଁକି ଧୈର୍ଯ୍ୟହରା ହେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ । ଏହାସହ ସମ୍ମାନ ସହ ଅଲଗା ହେବାକୁ ବର୍ଷାଙ୍କୁ ଆହ୍ୱାନ ଦେଇଛନ୍ତି ଅନୁଭବ । ନଚେତ୍ ଆବଶ୍ୟକ ପଡ଼ିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଅନୁଭବ କହିଛନ୍ତି । କେବଳ ଏତିକି ନୁହେଁ, ବର୍ଷାଙ୍କ ସବୁ ଡକ୍ୟୁମେଣ୍ଟ ଜାଲ୍‌ ବୋଲି କହିଛନ୍ତି ଅନୁଭବ । ଏସବୁ ଭିତରେ ପ୍ରଶ୍ନ ଉଠୁଛି, କିଏ ସତ କହୁଛି କିଏ ମିଛ କହୁଛି ? ସେଥିପାଇଁ ଭିଡିଓ ମାଧ୍ୟମରେ ପଲିଗ୍ରାଫ୍, ଲାଏ ଡିଟେକ୍ସନ ଓ ମେଡିକାଲ ଟେଷ୍ଟ ପାଇଁ ସେ ପ୍ରସ୍ତୁତ ଅଛନ୍ତି । ବର୍ଷା ବି ଏହି ଟେଷ୍ଟ ପାଇଁ ପ୍ରସ୍ତୁତ ରୁହନ୍ତୁ ବୋଲି ଚାଲେଞ୍ଜ କରିଛନ୍ତି ଅନୁଭବ ।

ଆଇପିଏଲ୍ ୨୦୨୨; ଆଜିଠୁ ପ୍ଳେ-ଅଫ୍ ମ୍ୟାଚ୍

ନୂଆଦିଲ୍ଲୀ: ଆଜିଠୁ ଚଳିତ ଆଇପିଏଲ ସିଜିନର ପ୍ଲେ ଅଫ୍ ମ୍ୟାଚ୍ । ଆଜି ଖେଳାଯିବ ପ୍ରଥମ କ୍ୱାଲିଫାୟର ମ୍ୟାଚ୍ । ମୁହାଁମୁହିଁ ହେବେ ଗୁଜରାଟ ଟାଇଟାନ୍ସ ଓ ରାଜସ୍ଥାନ ରୟାଲସ । ସନ୍ଧ୍ୟା ୭ଟା ୩୦ରେ କୋଲକାତାର ଇଡେନଗାର୍ଡେନରେ ହେବ ଖେଳ । ଚଳିତ ଆଇପିଏଲ ସିଜିନର ପଏଣ୍ଟ ଟେବୁଲରେ ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି ଗୁଜରାଟ ଓ ରାଜସ୍ଥାନ । ନିଜର ପ୍ରଥମ ଆଇପିଏଲ ସିଜନରେ ହିଁ ପ୍ଲେ ଅଫରେ ପ୍ରବେଶ କରିଛନ୍ତି ଗୁଜରାଟ ।

ଆଜିର ମ୍ୟାଚ ଜିତି ସିଧାସଳଖ ଫାଇନାଲ ଟିକେଟ କାଟିବାକୁ ଉଦ୍ୟମ କରିବେ ଉଭୟ ଟିମ୍ । ଯିଏ ପରାଜିତ ହେବ ତାକୁ ମିଳିବ ଆଉ ଏକ ସୁଯୋଗ । ଏଲିମିନେଟର ମ୍ୟାଚର ବିଜୟୀ ଦଳ ସହିତ ପୁଣି ମୁହାଁମୁହିଁ ହେବ ଆଜିର ପରାଜିତ ଟିମ୍ । ପଏଣ୍ଟ ଟେବୁଲର ତୃତୀୟ ଓ ଚତୁର୍ଥ ସ୍ଥାନରେ ଯଥାକ୍ରମେ ରହିଛନ୍ତି ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଉଭୟଙ୍କ ମଧ୍ୟରେ ଆସନ୍ତାକାଲି ହେବ ଏଲିମିନେଟର ମ୍ୟାଚ । ଏମାନଙ୍କ ମଧ୍ୟରେ ବିଜୟୀ ଦଳ ପ୍ରଥମ କ୍ୱାଲିଫାୟରେ ପରାଜିତ ଦଳ ସହିତ ଖେଳିବ ଦ୍ୱିତୀୟ କ୍ୱାଲିଫାୟର । ଆସନ୍ତା ୨୭ରେ ଏହି ମ୍ୟାଚ ଖେଳାଯିବ । ପରେ ମେ ୨୯ ତାରିଖରେ ଅହମ୍ମଦାବାଦରେ ଖେଳାଯିବ ଗ୍ରାଣ୍ଡ୍ ଫାଇନାଲ ।

ଏଥିସହିତ ପଢ଼ନ୍ତୁ: ୧୦ରେ ରାଜ୍ୟସଭା ନିର୍ବାଚନ; ରାଜ୍ୟରେ ପ୍ରାର୍ଥୀ ଦେଇନପାରନ୍ତି ବିରୋଧୀ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ମିଳିଥିବା ସିଂହ ମୂର୍ତ୍ତିକୁ ନେଇ ମୁହଁ ଖୋଲିଲେ ପ୍ରତ୍ନତତ୍ତ୍ୱବିତ, ଜାଣନ୍ତୁ କ’ଣ କହୁଛନ୍ତି

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରୁ ମିଳିଥିବା ସିଂହ ମୂର୍ତ୍ତିକୁ ନେଇ ମୁହଁ ଖୋଲିଲେ ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ ରାଜେଶ ପୁରୋହିତ । ମିଳିଥିବା ସିଂହ ମୂର୍ତ୍ତିଟି ସ୍ୟାଣ୍ଡ ଷ୍ଟୋନର ହୋଇଥିବା ନେଇ ସେ ମତ ଦେଇଛନ୍ତି । ସିଂହ ମୂର୍ତ୍ତିକୁ ନେଇ ସ୍ପଷ୍ଟତା ମିଳିନଥିବାରୁ ଏହାର ଅଧିକ ଗବେଷଣାର ଆବଶ୍ୟକତା ରହିଛି । ସେହିପରି ପୁରୀ ଶ୍ରୀମନ୍ଦିରର ନିର୍ମାଣ ଶୈଳୀର ସ୍ୱତନ୍ତ୍ରତା ରହିଥିବା ବେଳେ ବର୍ତ୍ତମାନ କରାଯାଉଥିବା ବିକାଶ କାର୍ଯ୍ୟ ଦ୍ୱାରା ହୋଇଥିବା ଖନନ ଶ୍ରୀମନ୍ଦିର ପ୍ରତି କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି ସେ ନନ୍ଦିଘୋଷ ଟିଭିକୁ ଦେଇଥିବା ସ୍ୱତନ୍ତ୍ର ସାକ୍ଷାତକାରରେ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ସିଂହ ମୂର୍ତ୍ତି ମିଳିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ହେଉଥିବା ଅଞ୍ଚଳରେ ଜିପିଆରଏସ୍ ହୋଇନଥିବା ନେଇ ମଧ୍ୟ ଅଭିଯୋଗ କରିଥିଲେ ବିରୋଧୀ । ଯାହାର ଜବାବ ଏକ ଭିନ୍ନ ଅନ୍ଦାଜରେ ରଖିଥିଲେ ପୁରୀ ସାଂସଦ ପିନାକୀ ମିଶ୍ର ।

ଜିପଆରଏସ୍ ସର୍ଭେ ନେଇ ସମ୍ବିତ ପାତ୍ରଙ୍କୁ କଟାକ୍ଷ କରିଥିଲେ ପିନାକୀ ମିଶ୍ର । ସମ୍ବିତ ପାତ୍ରଙ୍କ ପାଇଁ ଆଇନ ପରିବର୍ତ୍ତନ ହେବା ଆବଶ୍ୟକ । ଦ୍ୱିତୀୟ ଥର ଜିପିଆରଏସ ହୋଇପାରିବନି ବୋଲି ଆଇନ ହେଲେ ସମ୍ବିତ ଖୁସି ହୁଅନ୍ତେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଅତିତରେ ଜିପିଆରଏସ ହୋଇଥିବା ପ୍ରମାଣ ଦେଇଥିଲେ ପିନାକୀ ।

କିନ୍ତୁ ଗତକାଲି ପୁଣି ଜିପିଆରଏସ ସର୍ଭେ ହୋଇଥିଲା । ଏହାକୁ ନେଇ ସମ୍ବିତ ପାତ୍ର ବିଭିନ୍ନ ପ୍ରଶ୍ନ ଉଠାଇଥିଲେ । ସମ୍ବିତ କହିଥିଲେ ଯେ ପୂର୍ବରୁ କେବେ ସର୍ଭେ ହୋଇନଥିଲା । ସେଥିପାଇଁ ଗତକାଲି ପୁଣି ସର୍ଭେ କରାଗଲା । ସମ୍ବିତଙ୍କ ଏଭଳି ଅଭିଯୋଗକୁ ମିଥ୍ୟା ଦର୍ଶାଇବାକୁ ଯାଇ ପୁରୀ ସାଂସଦ ପିନାକ ମିଶ୍ର ଏଭଳି କଟାକ୍ଷ କରିଛନ୍ତି । ଏବଂ ବିଜେପି ନେତା ସମ୍ବିତ ପାତ୍ରଙ୍କୁ କଡ଼ା କଟାକ୍ଷ କରିଛନ୍ତି  ।

କୁନି ବୟସରେ ଇଣ୍ଡିଆ ବୁକ ଅଫ ରେକର୍ଡ୍ସରେ ସ୍ଥାନ ପାଇଲେ ଓଡ଼ିଶାର ଦୁଇ ପ୍ରତିଭା

ଜଗତସିଂହପୁର: ପରିଚୟ ଦେଇଛି ପ୍ରତିଭା । କମ ବୟସରେ ବିରଳ ରେକର୍ଡର ଅଧିକାରୀ ହୋଇ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି ଓଡ଼ିଶାର କୁନି ପ୍ରତିଭା । କିଏ ଅନର୍ଗଳ ଶ୍ଳୋକ ପଢୁଛି ଆଉ କିଏ ଦେଶ ବିଦେଶର ଜଣାଅଜଣାକୁ ଅନାୟସରେ ନିର୍ଭୁଲ ଭାବରେ କହୁଛି । ଏଭଳି ନିଆରା ପ୍ରତିଭାକୁ ମିଳିଛି ପୁରସ୍କାର । ଜଗତସିଂହପୁର ଓ ସାଲେପୁରରୁ ଦେଖିବା ଦୁଇ କୁନି ପ୍ରତିଭାଙ୍କର ସଫଳତାର କାହାଣୀ ।

ଦେବାନଶୀ ରାୟ । ବୟସ ମାତ୍ର ଅଢେଇ ବର୍ଷ । ଖେଳୁଛି, ବୁଲୁଛି, କୁନି ଦୁଷ୍ଟାମୀରେ ମନ ମୋହୁଛି । ହେଲେ ୟା ଭିତରେ ସେ ହୋଇଛନ୍ତି ବିରଳ ରେକର୍ଡର ଅଧିକାରୀ । ନିଜର ପ୍ରତିଭା ବଳରେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇ ଗୌରବ ଆଣିଛନ୍ତି ଜଗତସିଂହପୁର ଜିଲ୍ଲା ବିରିବାଟି ଗାଁର ଦେବାନଶୀ । ଅନର୍ଗଳ ଗୀତା ପାଠ ସହିତ ବିଭିନ୍ନ ରାଜଧାନୀ ଓ ଅନ୍ୟାନ୍ୟ ସାମଗ୍ରୀର ନାଁ କହି ଇଣ୍ଡିଆ ବୁକରେ ପାଇଛନ୍ତି ସ୍ଥାନ । ତାଙ୍କ ସଫଳରେ ପରିବାର ସହିତ ସ୍ଥାନୀୟ ଅଞ୍ଚଳରେ ଖେଳିଯାଇଛି ଖୁସି ।

ଇଏ ହେଲେ ସାଲେପୁରର କ୍ରିଷ୍ଣାଦେବ ସାହୁ । କୁନି ବୟସରେ ବଡ଼ ସଫଳତା ପାଇଥିବା ଆଉ ଜଣେ ପ୍ରତିଭା । ବୟସ ୩ବର୍ଷ ବି ହୋଇନି । ହେଲେ ପାରଦର୍ଶିତା ବଳରେ ଇଣ୍ଡିଆ ବୁକ୍‌ଅଫ୍ ରେକର୍ଡରେ ପାଇଛନ୍ତି ସ୍ଥାନ । ସମସ୍ତ ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳ, ଓଡ଼ିଶାର ସମସ୍ତ ଜିଲ୍ଲା ଓ ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରି ରେକର୍ଡ କରିଛନ୍ତି କିଷ୍ଣାଦେବ । ଏହା ସହିତ ଓଡ଼ିଆ ଶବ୍ଦର ଇଂରାଜୀ ଉଚ୍ଚାରଣ , ପଣକିଆ ଓ ଓଡିଆରେ କବିତା ପଂକ୍ତିକୁ ମଧ୍ୟ ସେ ସହଜରେ କରିପାରୁଛନ୍ତି ଉଚ୍ଚାରଣ । ଆଗାମୀ ଦିନରେ ପୁଅ ଆହୁରି ସଫଳତା ପାଇବ ବୋଲି ଆଶା ରଖିଛନ୍ତି କୀର୍ତି ରଂଜନ ସାହୁ । ସ୍ଫୁଟିତ ପ୍ରତିଭାକୁ ମିଳୁଛି ସମ୍ମାନ । କମ ବୟସରେ ବିରଳ ରେକର୍ଡ ଅଧିକାରୀ ହୋଇ ସ୍ଥାନୀୟ ଅଞ୍ଚଳ ପାଇଁ ଗୌରବ ଆଣୁଛନ୍ତି କୁନି ପ୍ରତିଭା ।