spot_img
Home Blog Page 4362

ରାଜଧାନୀରୁ କୋକେନ୍ ଜବତ ମାମଲା, ୨୦୨୩ ହକି ବିଶ୍ୱକପକୁ ଟାର୍ଗେଟ କରିଥିଲା ମାଫିଆ

ଭୁବନେଶ୍ୱର: ରାଜଧାନୀରୁ ୨୦୨ ଗ୍ରାମ କୋକେନ୍ ଜବତ ମାମଲା । ଏହି ଘଟଣା ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ୨୦୨୩ ହକି ବିଶ୍ୱକପକୁ ଟାର୍ଗେଟ୍ କରିଥିଲା ମାଫିଆ । ବିଶ୍ୱକପ ପୂର୍ବରୁ ମାଷ୍ଟରମାଇଣ୍ଡ ରବି ମାର୍କେଟ ପ୍ରସ୍ତୁତ କରିଥିଲା । ବିଦେଶୀ ଦର୍ଶକଙ୍କୁ କୋକେନ୍ ବିକ୍ରି ପାଇଁ କରିଥିଲା ଯୋଜନା । ବିଦେଶୀ ଦର୍ଶକ ଓ ଖେଳାଳି ରହୁଥିବା ତାରକା ହୋଟେଲ ସହ କରାଯାଇଥାନ୍ତା ଯୋଗାଯୋଗ । ରବିର ବିଗ୍ ବସ୍ ଦିଲ୍ଲୀର ତୁର୍କମାନ ଗେଟରେ ରହୁଛି । ସେଠାରୁ ଓଡ଼ିଶାକୁ ସପ୍ଲାଏ ହେଉଚି କୋକେନ୍ । ୨୦୧୦ରେ କମନୱେଲଥ ଗେମ୍‌ ସମୟରେ କୋକେନ୍ ବ୍ୟବସାୟ ଆରମ୍ଭ କରିଥିଲା ରବି ।

ରାଜସ୍ଥାନରେ ଚଳାଉଥିଲା ହୋଟେଲ ବ୍ୟବସାୟ । ରବି ଦିଲ୍ଲୀରେ ଟ୍ରାଭେଲ ବ୍ୟବସାୟ କରୁଥିଲା । ରବିଠାରୁ ଜବତ ହୋଇଛି ସାଉଥ ଆଫ୍ରିକା ନୋଟ୍‌ । ରବି ଓ ସନ୍ନିଙ୍କ କଲ ରେକର୍ଡ ଯାଞ୍ଚ କରୁଛି ଏସଟିଏଫ । ଦିଲ୍ଲୀ, ମୁମ୍ବାଇ ଓ ଗୋଆରେ କୋକେନର ଡିମାଣ୍ଡ ଖୁବ୍ ରହୁଛି । କୋକେନ୍ କେଜି ପିଛା ୩ କୋଟିରୁ ୭ କୋଟିରେ ବିକ୍ରି କରୁଥିଲା ରବି । ଦୁଇ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଛି STF । ପଚରାଉଚୁରା ବେଳେ ଖୋଲିବ ଭୁବନେଶ୍ୱର କୋକେନ୍ କାରବାର ଲିଙ୍କ ।

ମାନସ ସ୍ୱାଇଁ ହତ୍ୟା ମାମଲା, ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ ପାଇଁ ଅନୁମତି ଦେଲା ଚାନ୍ଦବାଲି ଜେଏମଏଫସି କୋର୍ଟ

ଭଦ୍ରକ: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ବିଚାରଧିନ ଅଭିଯୁକ୍ତଙ୍କର ହେବ ଟିଆଇ ପରେଡ୍ । ଚାନ୍ଦବାଲି ଜେଏମଏଫସି କୋର୍ଟ ପକ୍ଷରୁ ଟିଆଇ ପରେଡ୍ ପାଇଁ ଅନୁମତି ମିଳିଛି । ଗତ ୧୩ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅପିଲ କରାଯାଇଥିଲା । ଆସନ୍ତାକାଲି ମାନସଙ୍କୁ ଅପହରଣ କରିଥିବା ଭାଗ୍ୟଧର ନାୟକ ଓ ଶର୍ମିଷ୍ଠାର ଭାଇ ପରମେଶ୍ୱର ରାଉତଙ୍କୁ ଭଦ୍ରକ ଉପକାରାଗାରରେ ଜେରା ପାଇଁ କ୍ରାଇମବ୍ରାଞ୍ଚକୁ ଅନୁମତି ମିଳିଛି । ଆସନ୍ତା ୨୨ରେ ସମସ୍ତ ଅଭିଯୁକ୍ତ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହେବେ ହାଜର ।

ଏଥର ଦୁଇ ଥର ନୁହେଁ ବରଂ ଥରକେ ହେବ ଦଶମ ଏବଂ ଦ୍ୱାଦଶ ବୋର୍ଡ଼ ପରୀକ୍ଷା

ଭୁବନେଶ୍ୱର: ୨୦୨୨-୨୩ ଶିକ୍ଷାବର୍ଷର ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଏକକ ବୋର୍ଡ ପରୀକ୍ଷା କରାଯିବ । ଚଳିତ ଶିକ୍ଷାବର୍ଷ ପରି ଆଉ ଦୁଇଟି ପରୀକ୍ଷା କରାଯିବ ନାହିଁ । ବରଂ ପୁଣିଥରେ ପୁରୁଣା ପଦ୍ଧତି ଆପଣାଇବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ପ୍ରସ୍ତୁତ କରିଛି । ଯାହାକୁ ଆଧାର କରି ଓଡ଼ିଶାରେ ଦୁଇ ବୋର୍ଡ ଯଥା ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ସମାନ ପନ୍ଥା ଆପଣାଇବାକୁ ଦୁଇ ଦିନ ତଳେ ଅନୁଷ୍ଠିତ ଗଣଶିକ୍ଷା ବିଭାଗର ସମୀକ୍ଷା ବୈଠକରେ ବ୍ୟାପକ ଆଲୋଚନା ହୋଇଛି । ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ସିଲାବସ୍ ପଢ଼ାଯିବ ସହ ପୂର୍ବ ପଦ୍ଧତି ଅନୁଯାୟୀ ପରୀକ୍ଷା କରିବାକୁ ରୂପରେଖ ପ୍ରସ୍ତୁତ ହୋଇଛି ।

କରୋନା ଯୋଗୁଁ ଦୁଇ ବର୍ଷ ହେଲା ପିଲଙ୍କ ପାଠପଢ଼ା ବହୁ ପରିମାଣରେ ପ୍ରଭାବିତ ହୋଇଥିଲା । ଯେଉଁଥିପାଇଁ ମୋଟ ସିଲାବସ୍ ପଢ଼ାଯିବା ପରିବର୍ତ୍ତେ ୩୦ ପ୍ରତିଶତ ସିଲାବସ୍ କାଣ୍ଟଛାଣ୍ଟ କରାଯାଇ ଶିକ୍ଷା ପ୍ରଦାନ କରାଯାଇଥିଲା ଏବଂ ସେହି ଅନୁଯାୟୀ ପରୀକ୍ଷା ମଧ୍ୟ କରାଯାଉଛି । ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ୨୦୨୧-୨୨ ଶିକ୍ଷାବର୍ଷରେ ଦୁଇଟି ପରୀକ୍ଷା କରାଯାଇ ପାଠପଢ଼ାକୁ ଅଧିକ ସରଳ କରାଯାଇଥିଲା । ସିବିଏସଇ ପକ୍ଷରୁ ନଭେମ୍ବର-ଡିସେମ୍ବର ମାସରେ ଏମସିକ୍ୟୁ ଫର୍ମାଟରେ ଟର୍ମ-୧ ପରୀକ୍ଷା ହୋଇଥିବାବେଳେ ଏପ୍ରିଲ ୨୬ରୁ ଟର୍ମ-୨ ପରୀକ୍ଷା କରାଯିବ । ୨୦୨୦ ଜାତୀୟ ଶିକ୍ଷା ନୀତି ଆଧାରରେ ଦୁଇଟି ପରୀକ୍ଷା ଢ଼ାଞ୍ଚା ଜାରି ରହିବ ବୋଲି ଆକଳନ କରାଯାଉଥିଲା । ମାତ୍ର ଏବେ କୌଣସି ପରିବର୍ତ୍ତନ ନ କରିବାକୁ ବୋର୍ଡ ନିଷ୍ପତ୍ତି ନେଇଛି । ପୂର୍ବ ଢ଼ାଞ୍ଚା ଅନୁଯାୟୀ ଏକକ ବୋର୍ଡ ପରୀକ୍ଷା ସପକ୍ଷରେ ଅଂଶୀଦାରମାନେ ମତ ପ୍ରକାଶ କରିଛନ୍ତି ।

ଏବେ ସ୍ଥିତିରେ ସୁଧାର ଆସିଛି । ଅଫଲାଇନ୍ ପାଠପଢ଼ା ଆରମ୍ଭ ହୋଇଛି । ୨୦୨୨-୨୩ ଶିକ୍ଷାବର୍ଷ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବାରୁ ସମ୍ପୂର୍ଣ୍ଣ ଶତ ପ୍ରତିଶତ ସିଲାବସରେ ପିଲାଙ୍କୁ ଶିକ୍ଷା ଦିଆଯିବ । ସିଆଇଏସସିଇ ବୋର୍ଡ ମଧ୍ୟ ସମାନ ଢ଼ାଞ୍ଚା ଆପଣାଇବାକୁ ନିଷ୍ପତ୍ତି ନେଇଛି । ତେବେ ଗଣଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି କି ଯେହେତୁ ସିବିଏସଇ ପୁଣି ଥରେ ଏକକ ବୋର୍ଡ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି ତେଣୁ ଆମେ ମଧ୍ୟ ସମାନ ପନ୍ଥା ଆପଣାଇବୁ । ଏନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ପ୍ରସ୍ତାବ ଦିଆଯାଇଛି । ଅନୁମତି ମିଳିବା ପରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ।

ଅନୁଗୁଳ ଜିଲ୍ଲା ଜରପଡାରେ ବିଭତ୍ସ ହତ୍ୟା, ଶୋଇଥିବା ଅବସ୍ଥାରେ ଯୁବକଙ୍କୁ ହତ୍ୟା

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଦୁର୍ଗାପୁର ଛକ ନିକଟରେ ଥିବା ମଣ୍ଡପରୁ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର । ମୃତକ ହେଲେ ଦୁର୍ଗାପୁର ଗାଁ ପ୍ରଧାନ ସାହିର ସାଗର ପ୍ରଧାନ । ସାଗର ଦଣ୍ଡନାଚ ଦେଖି ଘର ପାଖ ମଣ୍ଡପରେ ଶୋଇଥିଲେ, ତେବେ ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିବା ଅନୁମାନ । ଜରପଡା ପୋଲିସ ଖବର ପାଇ ଘଟଣାର ତଦନ୍ତ କରିବା ସହ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରି ଜଣେ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି । ସେପଟେ ଏହି ହତ୍ୟାକାଣ୍ଡ ପୂର୍ବ ଶତ୍ରୁତାକୁ ନେଇ ହୋଇଥିବ ବୋଲି ଚର୍ଚ୍ଚା ହୋଇଛି ।

https://www.youtube.com/watch?v=KNVzb307Lho

ମାହାଙ୍ଗା ଗଣହତ୍ୟା ମାମଲା, ୫ ଜଣଙ୍କୁ ବୀଭତ୍ସ ହତ୍ୟାର ଡେମୋ ଦେଖାଇଲା ଅଭିଯୁକ୍ତ ଶିବ

ମାହାଙ୍ଗା: ମାହାଙ୍ଗା ଗଣହତ୍ୟା ମାମଲା । ମାହଙ୍ଗା କୁସୁପୁରର କ୍ରାଇମସ୍ପଟରେ ହେଲା କ୍ରାଇମସିନ୍ ରିକ୍ରିଏସନ । ୫ ଜଣଙ୍କୁ କେମିତି କରିଲା ହତ୍ୟା ତା’ର ଡେମୋ ଦେଖାଇଛି ଅଭିଯୁକ୍ତ ଶିବ । ହତ୍ୟାରେ ବ୍ୟବହୃତ ଶାବଳ ଓ ମାରଣାସ୍ତ୍ର ଜବତ ହୋଇଛି । କଳା ରାତିର ସତ କ’ଣ? ସବୁ କଥା ଟିକନିଖ୍ କ୍ରାଇମସ୍ପଟରେ କହିଛି ଅଭିଯୁକ୍ତ ଶିବ । କଡ଼ା ସୁରକ୍ଷା ବଳୟ ଭିତରେ ଅଭିଯୁକ୍ତକୁ ନେଇ ପୋଲିସ କ୍ରାଇମସିନ୍ ରିକ୍ରିଏଟ୍ କରିଛି । ୫ ଜଣଙ୍କ ହାତ, ଗୋଡ଼ର ପ୍ରମୁଖ ଶିରା କାଟି କରାଯାଇଥିଲା ହତ୍ୟା । ପ୍ରତ୍ୟେକ ମୃତ ଦେହରେ ଧାରୁଆ ଅସ୍ତ୍ରରେ ଏକାଧିକ ଥର ହାଣିଥିଲା ହତ୍ୟାକାରୀ । ବେକ ଓ ମୁଣ୍ଡରେ ଗଭୀର କ୍ଷତଚିହ୍ନ ରହିଛି । ମୃତଦେହକୁ ଘୋଷାଡି ଘୋଷାଡି ଗୋଟିଏ ଘରେ ପକାଯାଇ ବାହାରୁ ତାଲା ପକାଇ ଦେଇଥିଲା ଅଭିଯୁକ୍ତ ଶିବ । ଏପରିକି ଘରର ମୁଖ୍ୟ ଦ୍ୱାର ବାହାର ପଟୁ ତାଲା ପକାଇ ଦେଇଥିଲା ଶିବ ପ୍ରସାଦ ।

ଦିଲ୍ଲୀରେ ପୁଣି ଲାଗୁ ହୋଇପାରେ କରୋନା କଟକଣା

ନୂଆଦିଲ୍ଲୀ: ଦିଲ୍ଲୀକୁ ଫେରୁଛି କୋଭିଡ ବିପଦ । ପୁଣି ଲାଗୁ ହୋଇପାରେ କରୋନା କଟକଣା । କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ କଟକଣା ଲାଗୁ କରିବା ଲାଗି ଚିନ୍ତା କରୁଛନ୍ତି କର୍ତ୍ତୃପକ୍ଷ । ଏନେଇ ଆସନ୍ତା ଏପ୍ରିଲ ୨୦ରେ ବୈଠକ ଡ଼ିକିଛି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଡିଡିଏମଏ । ଏହି ବୈଠକରେ ମାସ୍କକୁ ବାଧ୍ୟତାମୂଳକ କରିବା, ସାମାଜିକ ଦୂରତା ଆଦି କଟକଣା ନେଇ ଆଲୋଚନା କରାଯାଇପାରେ । ଏହି ବୈଠକରେ ଲେଫଟନାଣ୍ଟ ଗଭର୍ଣ୍ଣର ଅନୀଲ ବାଇଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଉପସ୍ଥିତ ରହିବେ । ଗତ ସୋମବାର ୧୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୁରୁବାର ୩୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ହାର ୨.୩୯ ପ୍ରତିଶତ ରହିଛି ।

ନବରଙ୍ଗପୁର ସ୍ୱାସ୍ଥ୍ୟରେ ଯୋଡିହେଲା ବିକାଶର ନୂଆ ଅଧ୍ୟାୟ, ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ବିକାଶରେ ଯୋଡିହେଲା ନୂଆ ଅଧ୍ୟାୟ । ଉପାନ୍ତରେ ମିଳିଲା ଉନ୍ନତମାନର ସ୍ୱାସ୍ଥ୍ୟସେବା । ନବରଙ୍ଗପୁରରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା । ଦୁର୍ଗମ ଅଞ୍ଚଳରେ ରୋଗୀ ପାଇବେ ଉନ୍ନତ ସେବା । ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ରାଜ୍ୟର ସୁପର ସ୍ପେଶାଲିଷ୍ଟ ଡାକ୍ତରମାନେ ନବରଙ୍ଗପୁରରେ ପହଞ୍ଚିଛନ୍ତି । ଆଜି ଓ ଆସନ୍ତାକାଲି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ଶିବିରରେ ମିଳିବ ଚିକିତ୍ସା ସୁବିଧା । ଗ୍ୟାଷ୍ଟ୍ରୋଲୋଜି, ୟୁରୋଲୋଜି, କାର୍ଡିଓଲୋଜି ଓ ଲାପରୋସ୍କୋପିକ ସର୍ଜରୀ ବିଭାଗର ସ୍ୱତନ୍ତ୍ର ଚିକିତ୍ସା ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ହୃଦରୋଗ, କିଡନୀ ଓ ଗ୍ୟାଷ୍ଟ୍ରୋଲୋଜି ବିଶେଷଜ୍ଞ ରୋଗୀଙ୍କୁ ସେବା ପ୍ରଦାନ କରିବେ । ସମ୍ପୂର୍ଣ୍ଣ ମାଗଣାରେ ଏହି ସେବା ଯୋଗାଇ ଦିଆଯିବ । ପୂର୍ବରୁ କଳାହାଣ୍ଡି, ମାଲକାନଗିରି ଓ ନୂଆପଡ଼ାରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି ।

୨୪ ଘଣ୍ଟାରେ ୟୁକ୍ରେନର ୭ଟି ସାମରିକ ଘାଟି ଧ୍ୱଂସ, ବିଭିନ୍ନ ସ୍ଥାନରେ ୩୪ଟି ରକେଟ ମାଡ଼

କିଭ୍: ୫୧ ଦିନରେ ଋଷ-ୟୁକ୍ରେନ ଓ୍ୱାର । ଦିନକୁ ଦିନ ଜଟିଳ ସ୍ଥିତି ଆଡ଼କୁ ଗତି କରୁଛି ଯୁଦ୍ଧ । ଗତ ୨୪ ଘଣ୍ଟାରେ ୟୁକ୍ରେନର ୭ଟି ସାମରିକ ଘାଟି ଧ୍ୱଂସ କରାଯାଇଥିବା ନେଇ ଦାବି କରିଛି ଋଷ । ଖାରକିଭ୍ ସହର ଉପରେ ବି ଜାରି ରହିଛି ଆକ୍ରମଣ । ଗତ କିଛି ଘଣ୍ଟା ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ୩୪ଟି ରକେଟ ମାଡ଼ ହୋଇଛି । ଫେବ୍ରୁଆରୀ ୨୪ରୁ ଆଜି ପର୍ଯ୍ୟନ୍ତ ଋଷ ଆକ୍ରମଣରେ ଖାରକିଭରେ ୫୦୩ ନାଗରିକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ମେୟର । ବୁଚା ସହରରେ ପ୍ରକୃତ ମୃତକଙ୍କ ସଂଖ୍ୟା ତାହାର ତଦନ୍ତ କରୁଛନ୍ତି ଫ୍ରାନ୍ସର ୧୮ ଜଣିଆ ଫରେନସିକ ଟିମ୍ ।

ସେପଟେ ୟୁକ୍ରେନର ନେପଚୁନ୍ ମିଜାଇଲରେ ଧ୍ୱଂସ ହୋଇଥିବା ଋଷର ପ୍ରମୁଖ ଯୁଦ୍ଧ ଜାହାଜ ମୋସକଭା କୃଷ୍ଣସାଗରରେ ବୁଡ଼ିଯାଇଛି । ଜାହାଜରେ ଥିବା ଶତାଧିକ କର୍ମଚାରୀଙ୍କୁ ଉଦ୍ଧାର କରାଯାଇଥିବା କହିଛି ଋଷ । ୧୮୬ ମିଟର ଲମ୍ବା ଓ ୫୦୦ ଲୋକଙ୍କୁ ଧରି ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ଯାଇପାରୁଥିବା ଯୁଦ୍ଧ ଜାହାଜ ନଷ୍ଟ ହେବା ପରେ ଋଷକୁ ପଶିଛି ଛନକା । ଗତ ମାସରେ ଋଷର ଏକ ବୃହତ ଯୁଦ୍ଧଜାହାଜ ଉର୍ସ୍କକୁ ମଧ୍ୟ ଧ୍ୱଂସ କରିଥିବା ନେଇ ଦାବି କରିଥିଲା ୟୁକ୍ରେନ । ତେଣେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି- ୟୁକ୍ରେନକୁ ସମର୍ଥନ କରିବା ପ୍ରକ୍ରିୟାରେ କିଭକୁ ଆମେରିକାର ଏକ ବରିଷ୍ଠ ପ୍ରତିନିଧିମଣ୍ଡଳୀ ପଠାଯିବ । ଏହି ପ୍ରତିନିଧିମଣ୍ଡଳୀରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ କିମ୍ବା ପ୍ରତିରକ୍ଷା ମନ୍ତ୍ରୀ ଲିଡ୍ ଅଷ୍ଟିନ ରହିପାରନ୍ତି ।

ଚିଲିକା ବୁଲିବେ ବାଚସ୍ପତି, ମନ୍ତ୍ରୀ ଓ ବିଧାୟକ, ମା କାଳିଜାଇଙ୍କ ଦର୍ଶନ ପରେ, ଦେଖିବେ ନୌସେନାର ସମରାଭ୍ୟାସ

ଭୁବନେଶ୍ୱର: ଚିଲିକା ବୁଲିବେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି । କାଳିଜାଇ ମା’ଙ୍କ ଦର୍ଶନ ପରେ, ନୌସେନା ଦ୍ୱାରା ଚିଲିକାରେ ହେବାକୁ ଥିବା ସମରାଭ୍ୟାସ ଦେଖିବେ ସମସ୍ତ ବିଧାୟକ । ନୌସେନାର ସମରାଭାସ ଦେଖିବା ପରେ ସନ୍ଧ୍ୟାରେ ଭୁବନେଶ୍ବରକୁ ଫେରିବା କାର୍ଯ୍ୟକ୍ରମ ସ୍ଥିର ହୋଇଛି। ବିଧାନସଭାରୁ ସ୍ୱତନ୍ତ୍ର ବସ୍‌ ଦ୍ୱାରା ଚିଲିକା ଗସ୍ତରେ ଯାଇଛନ୍ତି ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି । ବିଧାୟକ, ମନ୍ତ୍ରୀ ଓ ବାଚସ୍ପତିଙ୍କ ପାଇଁ OTDC ପକ୍ଷରୁ ୪ଟି ସ୍ୱତନ୍ତ୍ର ବସର ବ୍ୟବସ୍ଥା କରାଯାଇଛି । ଏହା ପୂର୍ବରୁ ୨୦୨୦ ମସିହାରେ ପାରାଦ୍ୱୀପ ବନ୍ଦରକୁ ଯାଇ ନୌସେନାର ଯୁଦ୍ଧ ଜାହାଜରେ ସମୁଦ୍ର ଭିତରକୁ ଯାଇ ସେଠାରେ ହେଉଥିବା ସମରାଭ୍ୟାସ ଦେଖିଥିଲେ ବିଧାୟକ, ମନ୍ତ୍ରୀ ଓ ବାଚସ୍ପତି ।

ମହଙ୍ଗା ପଡିଲା ୟୁକ୍ରେନ୍ ସହ ଯୁଦ୍ଧ, ବ୍ଲାକ ସି’ରେ ଋଷର ବିରାଟ ମିଜାଇଲ୍ କ୍ରୁଜ୍ ଧ୍ୱଂସ

କିଭ୍: ୟୁକ୍ରେନ ସହ ଯୁଦ୍ଧ ଋଷକୁ ମହଙ୍ଗା ପଡ଼ିଛି । ବ୍ଲାକ୍ ସି ମଧ୍ୟରେ ବଡ ଧରଣର ବିସ୍ଫୋରଣ ଯୋଗୁଁ ଋଷର ଏକ ବିଶାଳ ମିଜାଇଲ କ୍ରୁଜ୍ ଧ୍ୱଂସ ହୋଇଯାଇଛି । ଏଥିରେ ଥିବା ସମସ୍ତ ସେନା ଅଧିକାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ଋଷ ପକ୍ଷରୁ ସୂଚନା ଦିଆଯାଇଛି । ଋଷ ପ୍ରତିରକ୍ଷା ମନ୍ତ୍ରଣାଳୟର କହିବା ମୁତାବକ, ସମୁଦ୍ର ଭିତରେ ବିସ୍ଫୋରଣ ଯୋଗୁଁ ମିଜାଇଲ କ୍ରୁଜ୍ ମୋସକଭାର ବିପୁଳ କ୍ଷତି ହୋଇଛି । ପ୍ରଥମେ ଜାହାଜରେ ନିଆଁ ଲାଗିଯାଇଥିଲା । ଏହାପରେ ବିସ୍ଫୋରଣ ହୋଇଥିଲା । କିନ୍ତୁ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ ।

ମିଜାଇଲ କ୍ରୁଜର ଜ୍ଞାନକୌଶଳ ଋଷ ପ୍ରଥମେ ୧୯୭୯ରେ ଲଞ୍ଚ କରିଥିଲା । ଏଥିରେ ୧୬ଟି ଆଣ୍ଟି ସିପ୍ ମିସାଇଲ ସହ ଏୟାର ଡିଫେନ୍ସ ମିସାଇଲ, ଟରପିଡୋଜ୍ ଓ ଅନ୍ୟ ମାରଣାସ୍ତ୍ର ସଂଲଗ୍ନ କରାଯାଇଥିଲା । ଋଷର ଏହି ଯୁଦ୍ଧ ପୋତ ବ୍ଲାକ୍ ସି ଫ୍ଲିଟରେ ସାମିଲ ହୋଇଥିଲା । ଗତ ଫେବୃଆରୀ ମାସରୁ ଏହି ଯୁଦ୍ଧପୋତକୁ ୟୁକ୍ରେନ ବିରୋଧରେ ମୁତୟନ କରିଥିଲା ଋଷ ।