spot_img
Home Blog Page 4432

ବିଭିନ୍ନ ଜଳସେଚନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ପ୍ରକ୍ରିୟା ମଇ ୩୦ ସୁଦ୍ଧା ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଗୁରୁବାର ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲାର ବିଭିନ୍ନ ଜଳସେଚନ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି | ଏହି ସମୀକ୍ଷା ବୈଠକରେ ରାଜସ୍ୱ ଡିଭଜନର ରାଜସ୍ୱ କମିଶନର ବୃନ୍ଦ, ବିଭାଗର ବରିଷ୍ଠ ଅଧିକାରୀବୃନ୍ଦ, ରାଜ୍ୟ ରିହାବିଲିଟେସନ ଓ ରିସେଟଲମେଣ୍ଟ ନିର୍ଦ୍ଦେଶକ, ବିଭିନ୍ନ ଜିଲ୍ଲାର ଜମି ଅଧିଗ୍ରହଣ ଅଧିକାରୀ ଓ  ଜଳସେଚନ ବିଭାଗର ପ୍ରମୁଖ ଅଧିକାରୀମାନେ ଯୋଗଦାନ କରିଥିଲେ |

ଏହି ସମୀକ୍ଷା ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଭିନ୍ନ ଜମି ଅଧିଗ୍ରହଣ ପ୍ରକଳ୍ପ ପାଇଁ ଜମି ତ୍ୱରିତ ଜମି ଅଧିଗ୍ରହଣ ଉପରେ ଗୁରୁତ୍ୱାରୋପ କରିଥିଲେ | ଏହି ବୈଠକରେ ସୁବର୍ଣ୍ଣରେଖା, ଆନନ୍ଦପୁର ବ୍ୟାରେଜ, କାନପୁର, ଦେଓ, ରେଙ୍ଗାଲୀ ବାମ ଓ ଦକ୍ଷିଣ, ଲୋୟର ସୁକତେଲ, ଛେଳିଗଡ଼, ତେଲେଙ୍ଗିରି, ରେତ୍ ଓ ହାଡୁଆ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଗତ ସମୀକ୍ଷା ବୈଠକ ପରେ ତେଲେଙ୍ଗିରି ଜଳସେଚନ ପ୍ରକଳ୍ପରେ ୧୧ ଗ୍ରାମରେ, କାନପୁର ଜଳସେଚନ ପ୍ରକଳ୍ପରେ  ଗ୍ରାମରେ ୭ ଗ୍ରାମରେ, ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପରେ ୮ଗ୍ରାମରେ, ଦେଓ ଜଳସେଚନ ପ୍ରକଳ୍ପରେ ୨ ଗାଁରେ, ରେଙ୍ଗାଲୀ ବାମ ଓ ଦକ୍ଷିଣ ଜଳସେଚନ ପ୍ରକଳ୍ପରେ ୧୯ଗାଁରେ, ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପରେ ୯ଗାଁରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ ହୋଇ ଜଳସେଚନ ବିଭାଗକୁ ଜମି ହସ୍ତାନ୍ତର କରାଯାଇଛି | ସେହିପରି ଗତ ସମୀକ୍ଷା ବୈଠକ ପରେ ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ ହେବ ସଙ୍ଗେ ସଙ୍ଗେ ଜଳସେଚନ ବିଭାଗର  ବିଭିନ୍ନ ପ୍ରକଳ୍ପରେ ନିର୍ମାଣ କାର୍ଯ୍ୟରେ ଉଲ୍ଲେଖନୀୟ ଅଗ୍ରଗତି  ହେଇଛି ।

ଜମି ଅଧିଗ୍ରହଣ ବିଳମ୍ବିତ ହେବାରୁ ପ୍ରକଳ୍ପ ସମ୍ପୂର୍ଣ ହେବାପାଇଁ ରାଜ୍ୟ ସରକାରଙ୍କର  ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ|ସେଥିପାଇଁ ବିଭିନ୍ନ ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରକଳ୍ପର ବିଭିନ୍ନ ମାଇଲଖୁଣ୍ଟ ସମ୍ପୂର୍ଣ କରିବାକୁ ତାଗିଦ କରାଯାଇଥିଲା | ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ଆବଶ୍ୟକ ସମୟରେ ବିଭିନ୍ନ ପ୍ରକାର ସହାୟତା ଯୋଗାଇଦେବାକୁ ଜଳସେଚନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା | ଜମି ଅଧିଗ୍ରହଣ ସମ୍ବନ୍ଧୀୟ ଆବଶ୍ୟକୀୟ ଦସ୍ତାବିଜ଼କୁ ଭୂମି ଅଧିଗ୍ରହଣ ପୋର୍ଟାଲ ମାଧ୍ୟମରେ ଉପଲବ୍ଧ କରାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା |

ସୂଚନାଯୋଗ୍ୟ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାସିକ ସମୀକ୍ଷା ବୈଠକ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି |

ପୁଣି ଜୋର ଧରିଲା ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ ଦାବି

ନୂଆଦିଲ୍ଲୀ: ଟାଟା ସାମ୍ରାଜ୍ୟକୁ ସାରା ବିଶ୍ବରେ ପ୍ରସାର କରାଇଥିବା ଓ ଭାରତୀୟ ଅର୍ଥନୀତିକୁ ବଳିଷ୍ଠ କରିବାରେ ମୁଖ୍ୟ ଭୁମିକା ନିଭାଇଥିବା ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ସମ୍ନାନ ଭାରତ ରତ୍ନ ପ୍ରଦାନ ଦାବି ପୁଣି ଥରେ ଜୋର ଧରିଛି । ଗୁରୁବାର ରତନ ଟାଟାଙ୍କୁ ଭାରତ ରତ୍ନ ପ୍ରଦାନ ଦାବିରେ ଦାୟର ମାମଲାର ଶୁଣାଣି ଦିଲ୍ଲୀ ହାଇକୋର୍ଟରେ ହେବ । କୋର୍ଟ କି ରାୟ ଦେଉଛନ୍ତି, ତାହା ଉପରେ ପୂରା ଦେଶ ସହ ବିଶ୍ବର ଶିଳ୍ପପତିମାନଙ୍କ ନଜର ରହିଛି ।

ସୂଚନାଯୋଗ୍ୟ, ଟାଟା ଟ୍ରଷ୍ଟର ଅଧ୍ୟକ୍ଷ ଥିବା ରତନ ଟାଟାଙ୍କୁ ୨୦୦୮ରେ ପଦ୍ମ ବିଭୂଷଣ ଏବଂ ୨୦୦୦ ମସିହାରେ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ଏବେ ତାଙ୍କୁ ଭାରତର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବାକୁ ଦାବି ସୋସିଆଲ ମିଡିଆରେ ଉଠିବାରେ ଲାଗିଲା । ତେବେ ଏହି ଦାବି ଏବେର ନୁହେଁ । ବିଭିନ୍ନ ସମୟରେ ଏମିତି ଦାବି ସୋସିଆଲ ମିଡିଆରେ ଉଠିଛି । ଟାଟା ସମର୍ଥକମାନେ ରତନ ଟାଟାଙ୍କୁ ଏହି ସମ୍ମାନ ପ୍ରଦାନ କରିବାକୁ ଦାବି କରି ଆସିଛନ୍ତି ।

ରତନ ଟାଟାଙ୍କୁ ଭାରତ ରତ୍ନ ସମ୍ମାନ ପ୍ରଦାନ କରିବାକୁ ପ୍ରଥମ ଦାବି ମୋଟିଭେସନାଲ ସ୍ପିକର ବିବେକ ବିନ୍ଦ୍ରା ଉଠାଇ ଥିଲେ । ଏହା ପରେ ଟ୍ବିଟରରେ ଲୋକେ ଏହାକୁ ନେଇ ଦାବି ଉଠାଇବାରେ ଲାଗିଲେ । ହେଲେ ଏମିତି ଦାବି ବନ୍ଦ କରିବାକୁ ନିଜେ ରତନ ଟାଟା ଲୋକଙ୍କୁ ଅନୁରୋଧ କରିଥିଲେ । ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟରରେ ରତନ ଟାଟା ଏକ ପୋଷ୍ଟ କରିଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ, ‘ମୋତେ ଏକ ପୁରସ୍କାର ପ୍ରଦାନ କରିବାକୁ ସୋସିଆଲ ମିଡିଆରେ ଦିଆଯାଉଥିବା ମତକୁ ମୁଁ ପ୍ରଶଂସା କରୁଛି । ମୁଁ ବିନମ୍ରତାର ସହ ଅନୁରୋଧ କରୁଛି, ଏମିତି ଅଭିଯାନକୁ ବନ୍ଦ କରିଦିଅନ୍ତୁ । ମୁଁ ଜଣେ ଭାରତୀୟ ଓ ଦେଶର ଅଭିବୃଦ୍ଧିରେ କିଛି ଯୋଗଦାନ କରିବାକୁ ସକ୍ଷମ ହୋଇଥିବାରୁ ନିଜକୁ ଭାଗ୍ୟଶାଳୀ ମନେ କରୁଛି । ଏହା ମୋ ଦେଶର ବିକାଶ ଓ ଅଭିବୃଦ୍ଧି ପାଇଁ ।’

ସୂଚନାଯୋଗ୍ୟ, ଏହି ସର୍ବୋଚ୍ଚ ସମ୍ମାନ ଦେଶର ଜଣେ ମାତ୍ର ଶିଳ୍ପପତିଙ୍କୁ ମିଳିଛି । ସେ ହେଉଛନ୍ତି ଜମଶେଦ ଜୀ ଟାଟା ଓରଫ ଜେଆରଡି ଟାଟା । ୧୯୯୨ରେ ୫୩ ବର୍ଷ ବୟସରେ ସେ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ । ଜେଆରଡି ଟାଟାଙ୍କ ଅବସର ପରେ ୧୯୯୧ରୁ ୨୦୧୨ ଡିସେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ରତନ ଟାଟା ଟାଟା ସମୂହ କମ୍ପାନୀ ଟାଟା ସନ୍ସର ଅଧ୍ୟକ୍ଷ ରହିଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟାଟା ସମୂହର ରାଜସ୍ବରେ ଦ୍ରୁତ ଅଭିବୃଦ୍ଧି ଘଟିଥିଲା ।

ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ଅଧ୍ୟକ୍ଷଙ୍କ ପ୍ରଶଂସା

ଭୁବନେଶ୍ୱର: ଗୁରୁବାର ସରିଛି ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ରାଜ୍ୟସଭା ସଦସ୍ୟ କାର୍ଯ୍ୟକାଳ । ଆଜି ସସ୍ମିତଙ୍କୁ ମିଶାଇ ମୋଟ ୭୨ ସଦସ୍ୟଙ୍କର କାର୍ଯ୍ୟକାଳ ଶେଷ ହୋଇଛି । ଏହି ଅବସରରେ ସଂସଦର ଉଚ୍ଚସଦନକୁ ସମ୍ବୋଧିତ କରିଛନ୍ତି ଅଧ୍ୟକ୍ଷ ଭେଙ୍କେୟାନାଇଡୁ । ବିଦାୟୀ ଭାଷଣରେ ସେ ସସ୍ମିତଙ୍କ କାର୍ଯ୍ୟକଳାପର ଭୂୟଂସୀ ପ୍ରଶଂସା କରିଛନ୍ତି ।

ପ୍ରଥମ ଥର ଲାଗି ରାଜ୍ୟସଭା ସଦସ୍ୟ ଭାବେ ନିର୍ବାଚିତ ହୋଇ ଗୃହର ଆଦବକାଇଦାକୁ ଖୁବଶୀଘ୍ର ଆପଣାଇ ନେଇଥିଲେ । ପ୍ୟାନେଲର ଉପାଧ୍ୟକ୍ଷ ରହି ଅତ୍ୟନ୍ତ ପରିପକ୍ୱତାର ସହ ଗୃହ ପରିଚାଳନା କରିଥିଲେ । ଖୁବ ଦକ୍ଷତାର ସହ ସସ୍ମିତ ହାଉସ ପ୍ରୋସିଡିଙ୍ଗସ କାର୍ଯ୍ୟଭାର ସମ୍ଭାଳିଥିଲେ ବୋଲି ଶ୍ରୀ ନାଇଡ଼ୁ ସସ୍ମିତଙ୍କ ପ୍ରଶଂସାରେ କହିଥିଲେ । ଏହି ଅବସରରେ ସସ୍ମିତ ମଧ୍ୟ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଥିଲେ । ଆଜି ବିଜେଡିର ତିନି ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ସସ୍ମିତ ପାତ୍ର, ଏନ. ଭାସ୍କର ରାଓ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାଳେ ସେମାନଙ୍କୁ ଫେୟାରୱେଲ ବାର୍ତ୍ତା ଦେଇଛନ୍ତି ଅଧ୍ୟକ୍ଷ ଭେଙ୍କେୟାନାଇଡୁ ।

Sasmit patra

ତେବେ ଖୁବ କମ୍ ସମୟ ମଧ୍ୟରେ ନିଜ ଆଚରଣ ଉଚ୍ଚାରଣ ଲାଗି ରାଜ୍ୟସଭାରେ ବେଶ୍ ଖ୍ୟାତି ଅର୍ଜନ କରିପାରିଛନ୍ତି ଶ୍ରୀ ପାତ୍ର । ରାଜ୍ୟ ସ୍ୱାର୍ଥ ପ୍ରସଂଗକୁ ଅତି ଶାଣିତ ଓ ଶାଳୀନତାର ସହ ଗୃହରେ ଉତ୍ଥାନ କରିଛନ୍ତି ସସ୍ମିତ । ଏହା ସହ ଦୀର୍ଘ ୨୦ ବର୍ଷ ପରେ ଜଣେ ଓଡ଼ିଆ ଭାବେ ଗୃହ ପରିଚାଳନା କରି ପ୍ରତିଟି ଓଡ଼ିଆଙ୍କୁ ବେଶ୍ ଗୌରବାନ୍ୱିତ କରିଛନ୍ତି । ଏବଂ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପ ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଶଂସିତ ମଧ୍ୟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଓଡିଶା ପାଇଁ ଗର୍ବର ଦିନ, ରାଜ୍ୟସଭାରେ ଅଧ୍ୟକ୍ଷତା କଲେ ସସ୍ମିତ ପାତ୍ର

ବସ୍ ଯାତ୍ରୀଙ୍କ ଉପରେ ବଢ଼ିଲା ବୋଝ: ଭଡ଼ା ବଢ଼ାଇଲେ ବସ୍ ମାଲିକ ସଂଘ

ଭୁବନେଶ୍ୱର: ବସ୍‌ ଯାତ୍ରୀଙ୍କ ଉପରେ ବଢ଼ିଲା ବୋଝ । ତେଲ ଦର ବୃଦ୍ଧି ପରେ ବଢ଼ିଲା ବସ୍ ଭଡ଼ା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିମି ପ୍ରତି ୩ପଇସା ବଢ଼ିଲା । ସାଧାରଣ ଭଡ଼ା କିଲୋମିଟର ପିଛା  ୮୭ପଇସାରୁ ବଢ଼ି ୯୦ପଇସା ହୋଇଛି । ସେହିଭଳି ଏକ୍ସପ୍ରେସ ଭଡ଼ା  ୯୧ପଇସାରୁ ବଢ଼ି ୯୪ପଇସାରେ ପହଞ୍ଚିଛି । ଡିଲକ୍ସ, ଏସି ଡିଲକ୍ସ ବସ୍‌ ଭଡ଼ା କିଲୋମିଟର ପିଛା ୧ଟଙ୍କା ୩୧ ପଇସା ଓ ୧ଟଙ୍କା ୫୯ପଇସା ହୋଇଛି । ସୁପର ପ୍ରିମିୟମ ଭଡ଼ା ୨ଟଙ୍କା ୩୮ପଇସାରୁ ବଢ଼ି ୨ଟଙ୍କା ୪୭ପଇସାରେ ପହଞ୍ଚିଛି । ଏ ନେଇ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ୧୦ ଦିନରେ ଲଗାତର ୯ ମ ଥର ଲାଗି ବଢ଼ିଲା ତୈଳ ଦର । ୮୦ ପଇସା ଲେଖାଏଁ ବଢିଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର । ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୧.୮୧ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୩.୦୭ ହୋଇଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଓ ଡିଜେଲର ଦର ୮୪ ପଇସା ଲେଖାଏଁ ବଢିଛି ।

ଫଳରେ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଦର ୧୧୬.୭୨ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ୧୦୦ ଟଙ୍କା ୯୪ ପଇସାରେ ପହଞ୍ଚିଛି । ଚେନ୍ନାଇରେ ୭୬ ପଇସା ଲେଖାଏ ବୃଦ୍ଧି ପାଇଛି ତୈଳ ଦର । ଚେନ୍ନାଇରେ ପେଟ୍ରୋଲ ଲିଟର ପିଛା ୧୦୭ ଟଙ୍କା ୪୫ ପଇସାରେ ପହଞ୍ଚିଥିବା ବେଳେ, ଡିଜେଲ ଦର ୯୭ ଟଙ୍କା ୫୨ ପଇସା ହୋଇଛି ।

ସେହିପରି କୋଲକାତାରେ ୮୦ ପଇସା ଲେଖାଏଁ ବଢି ପେଟ୍ରୋଲ ଦର ୧୧୧ ଟଙ୍କା ୩୫ ପଇସା ଓ ଡିଜେଲର ଦର ୯୬.୨୨ ପଇସାରେ ପହଞ୍ଚିଛି । ଏପଟେ ଭୁବନେଶ୍ୱରରେ ପେଟ୍ରୋଲ ଓ ଡିଜେଲ ଦର ୮୫ ପାଇସା ଲେଖାଏଁ ବୃଦ୍ଧି ପାଇଛି । ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୮.୮୨ ଟଙ୍କାରେ ପହଞ୍ଚିଥିବା ବେଳେ ଡିଜେଲ ୯୮ ଟଙ୍କା ୫୩ ପଇସାରେ ପହଞ୍ଚିଛି ।

ଏଥିସହିତ ପଢ଼ନ୍ତୁ: ୧୦ ଦିନରେ ଲଗାତର ୯ଥର ବଢିଲା ତୈଳ ଦର

ଇମ୍ରାନଙ୍କୁ ଧମକପୂର୍ଣ୍ଣ ଚିଠି ଲେଖିଥିଲା ଆମେରିକା ? ଜାଣନ୍ତୁ ଗୁପ୍ତ ଚିଠିର ସତ…

ନୂଆଦିଲ୍ଲୀ: ଚିଠି ପାଇଁ ସରକାର ଯିବ ! ସିକ୍ରେଟ୍ ଚିଠିକୁ ନେଇ ପାକିସ୍ତାନରେ ଝଡ଼ । ବାଉଳା ହେଲେଣି ଇମ୍ରାନ୍ ଖାନ । ଗୋଟିଏ ଚିଠି ହଜାଇ ଦେଇଛି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ନିଦ । ସେହି ଚିଠି, ଯେଉଁ ଚିଠି କଥା ଇମ୍ରାନ୍ ମାର୍ଚ୍ଚ ୨୭ରେ ଇସଲାମାବାଦର ଏକ ରାଲିରେ କହିଥିଲେ । ଆଉ ଏବେ ସେ ଚିଠିକୁ ନେଇ ଇମ୍ରାନଙ୍କ ହାତରୁ କ୍ଷମତା ଯିବାର ଡର ଗୋଡ଼ାଉଛି । ଇମ୍ରାନ୍ ରାଲିରେ ଚିଠି ଦେଖାଇ କହିଥିଲେ, ସରକାରକୁ କ୍ଷମତାଚ୍ୟୁତ୍ କରିବାକୁ ଷଡ଼ଯନ୍ତ୍ର କରାଯାଇଛି ।

Pakistan Political Crisis US Secret Letter Threatening To Imran Khan

ସରକାର ପରିବର୍ତ୍ତନ ପାଇଁ ବିଦେଶରୁ ଟଙ୍କା ଆସୁଛି । ବାହାରୁ ଟଙ୍କା ଆସୁଥିବା ବେଳେ ଦେଶର କିଛି ଲୋକ ଏହାର ଫାଇଦା ଉଠାଉଛନ୍ତି । ତେବେ ଏଥିରେ କିଏ ସାମିଲ୍ ସେ ଜାଣିନଥିବା କହିଥିଲେ ଇମ୍ରାନ୍ । ତେବେ କିଛି ଲୋକ ଜାଣିଶୁଣି ତାଙ୍କ ବିରୋଧରେ ଆସୁଥିବା ବିଦେଶୀ ଟଙ୍କାର ବ୍ୟବହାର କରୁଥିବା ଇମ୍ରାନ୍ କହିଥିଲେ । ଏବେ ଏହି ସିକ୍ରେଟ୍ ଚିଠିକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କିଏ, କାହିଁକି ଇମ୍ରାନଙ୍କୁ ଲେଖିଲା ଏହି ଚିଠି । ଚିଠିରେ କଣ ଲେଖା ହୋଇଛି ? ଯାହାକୁ ନେଇ ଏତେ ବିଚଳିତ ପାକ୍ ପ୍ରଧାନମନ୍ତ୍ରୀ ?

Pakistan Political Crisis US Secret Letter Threatening To Imran Khan

ମିଳିଥିବା ସୂଚନା ଅନୁସାରେ, ଉକ୍ତ ସିକ୍ରେଟ୍ ଚିଠିକୁ ଇମ୍ରାନ୍ ଖାନ ତାଙ୍କର କିଛି ବିଶ୍ୱସ୍ତ ସାମ୍ବାଦିକଙ୍କୁ ଦେଖାଇଛନ୍ତି । ଏପରିକି ଏହି ଚିଠି ପାକିସ୍ତାନୀ କୂଟନୀତିଜ୍ଞ, ବୈଦେଶିକ ଅଧିକାରୀଙ୍କୁ ଲେଖିଥିବା କୁହାଯାଉଛି । ଯେଉଁଥିରେ ଲେଖାଯାଇଛି ‘ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ବିଫଳ ହେଲେ ପାକିସ୍ତାନର ସମସ୍ୟା ବଢ଼ିଯିବ । ଆମେ ଇମ୍ରାନଙ୍କ ଉପରେ ଖୁସି ନାହୁଁ । ଯେତେବେଳେ ଅନାସ୍ଥା ପ୍ରସ୍ତାବ ପାରିତ ହୋଇଯିବ ତ ପାକିସ୍ତାନରେ ସବୁକିଛି ଠିକ୍ ହୋଇଯିବ ।’ ଏପରିକି ନିକଟରେ ଇମ୍ରାନଙ୍କ ଋଷ ଗସ୍ତକୁ ନେଇ ମଧ୍ୟ ଚିଠିରେ ଚିନ୍ତାପ୍ରକଟ କରାଯାଇଛି । ତେବେ ଏଭଳି ଚିଠି ଇମ୍ରାନ୍ କେଉଁଠୁ ପାଇଲେ ତାହା ସେ ସ୍ପଷ୍ଟ କରୁନାହାଁନ୍ତି ।

Pakistan Political Crisis US Secret Letter Threatening To Imran Khan

ଚିଠିକୁ ଷଡ଼ଯନ୍ତ୍ର ହତିଆର କରି ଇମ୍ରାନ୍ ସରକାର ବଞ୍ଚାଇବାକୁ ପ୍ରୟାସ କରୁଛନ୍ତି । ସିକ୍ରେଟ୍ ଚିଠିରେ ଆମେରିକାରେ ରହୁଥିବା ଜଣେ ପୂର୍ବତନ ପାକିସ୍ତାନ ରାଷ୍ଟ୍ରଦୂତ ଜଣେ ଆମେରିକୀୟ ଅଧିକାରୀଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପର କିଛି ଅଂଶ ରହିଛି । ଚିଠିରେ ଆମେରିକୀୟ ଅଧିକାରୀଙ୍କ ବାର୍ତ୍ତାଳାପକୁ ପୂରା ଆମେରିକା ସରକାରଙ୍କ ନିଷ୍ପତ୍ତି ରୂପେ ଚିତ୍ରଣ କରାଯାଇଛି । ଆଉ ଏବେ ଏ ଚିଠି ଉପରେ ଏବେ ପ୍ରଶ୍ନ ଉଠିବାରେ ଲାଗିଛି ।

Pakistan Political Crisis US Secret Letter Threatening To Imran Khan

ସିକ୍ରେଟ୍ ଚିଠିକୁ ସାହାରା କରି ସରକାର ବଞ୍ଚାଇବାକୁ ଇମ୍ରାନ୍ ଚେଷ୍ଟା କରୁଛନ୍ତି । ଇମ୍ରାନଙ୍କ ମନ୍ତ୍ରୀ ଫାରୁଖ ହବିବ୍ କହିଛନ୍ତି ସରକାର ଭାଙ୍ଗିବା ଷଡ଼ଯନ୍ତ୍ର ବିଫଳ ହୋଇଯିବ । କୌଣସି ଦେଶର ଦାସତ୍ୱ ଆମକୁ ମଞ୍ଜୁର ନୁହେଁ । ଆମେ ସ୍ୱତନ୍ତ୍ର ବିଦେଶ ନୀତିରେ ପରିବର୍ତ୍ତନ ଆଣିବୁ ନାହିଁ । ଏହି ଚିଠି ମାର୍ଚ୍ଚ ୭ରେ ଅବିଶ୍ୱାସ ପ୍ରସ୍ତାବର ଠିକ୍ ଗୋଟିଏ ଦିନ ପୂର୍ବରୁ ଆସିଥିବା ଫାରୁଖ୍ ହବିବ୍ ଦାବି କରିଛନ୍ତି ।

Pakistan Political Crisis US Secret Letter Threatening To Imran Khan

ତେବେ ପାକିସ୍ତାନର ଏଭଳି ସବୁ ଦାବିକୁ ଆମେରିକା ଅଗ୍ରାହ୍ୟ କରି ଦେଇଛି । ବୈଦେଶିକ ମନ୍ତ୍ରଣାଳୟ ସଫା ସଫା କହିଛି, ଅବିଶ୍ୱାସ ପ୍ରସ୍ତାବରେ ଆମେରିକାର କୌଣସି ହାତ ନାହିଁ । ଇମ୍ରାନଙ୍କ ବିରୋଧରେ ଆସିଥିବା ଅନାସ୍ଥାକୁ ନେଇ ଆମେରିକା କହିଛି ପାକିସ୍ତାନର ସାମ୍ବିଧାନିକ ପ୍ରକ୍ରିୟାକୁ ଆମେ ସମ୍ମାନ କରୁ । ତେବେ ସିକ୍ରେଟ୍ ଚିଠିକୁ ରାଜନୀତି ଥମୁ ନଥିବା ବେଳେ ଅନାସ୍ଥା ଭୋଟ୍ ଉପରେ ସମସ୍ତଙ୍କ ନଜର ରହିଛି ।

ସଂସଦରେ ଉଠିଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, ବିଜେପି ସାଂସଦଙ୍କୁ ଜବାବ୍ ଦେଲେ ପିନାକୀ ମିଶ୍ର

ନୂଆଦିଲ୍ଲୀ: ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ଆଇନର କୌଣସି ଉଲ୍ଲଂଘନ ହେଉନାହିଁ । ପ୍ରକଳ୍ପ ପାଇଁ ନ୍ୟାସନାଲ ମନ୍ୟୁମେଣ୍ଟ ଅଥରିଟି-ଏନଏମଏର ଅନୁମତି ରହିଛି । ଏଏସଆଇ ମଧ୍ୟ ପ୍ରକଳ୍ପ ବାବଦରେ ଅବଗତ ଅଛି । ଆଜି ସଂସଦରେ ଏହି ସୂଚନା ଦେଇଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର । ଓଡିଶାରେ ନବୀନ ପଟ୍ଟନାୟକ ସରକାରରେ କୌଣସି କ୍ଷେତ୍ରରେ ଆଇନର ଉଲ୍ଲଂଘନ ହୁଏ ନାହିଁ । ଏ ବିଶ୍ବାସ ଓଡିଶାବାସୀଙ୍କର ରହିଛି । ସେଥିପାଇଁ କ୍ରମାଗତ ଭାବେ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ଜିତି ଆସୁଛନ୍ତି । ପରିକ୍ରମା ପ୍ରକଳ୍ପ ପାଇଁ କେଉଁଠାରେ କୌଣସି ପ୍ରକାର ଖନନ କାର୍ଯ୍ୟ ହେଉନି । କେବଳ ଚାରିଟି ଟଏଲେଟ ନିର୍ମାଣ ଚାଲିଛି । ଦୁଇଟି ମହିଳାଙ୍କ ପାଇଁ ଓ ଦୁଇଟି ପୁରୁଷଙ୍କ ପାଇଁ ଟଏଲେଟ ନିର୍ମାଣ ହେଉଛି । ଭକ୍ତଙ୍କ ସୁବିଧା ପାଇଁ ଏହା କରାଯାଉଛି । ଆଜି ସଂସଦରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ ଉଠାଇଥିଲେ ବିଜେପି ସାଂସଦ ଅପରାଜିତା ଷଢଙ୍ଗୀ ।  ଅପରାଜିତାଙ୍କ ଅଭିଯୋଗର ଜବାବ ଦେଇ ବିଜେଡି ସାଂସଦ ପରିକ୍ରମା ପ୍ରକଳ୍ପରେ ଆଇନର ଉଲ୍ଲଂଘନ ହୋଇନଥିବା ଏବଂ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷର ଅନୁମୋଦନରେ ପ୍ରକଳ୍ପ କାର୍ଯ୍ୟ ଚାଲିଥିବା କହିଛନ୍ତି ବିଜେଡି ସାଂସଦ ପିନାକୀ ମିଶ୍ର ।

ଖୁବ ଶୀଘ୍ର ଆସିବାକୁ ଯାଉଛି ହ୍ୱାଟ୍ସଆପର ଏହି ସବୁ ନୂଆ ଫିଚର

ନୂଆଦିଲ୍ଲୀ: ଲୋକପ୍ରିୟା ଆପ୍ ହ୍ୱାଟ୍ସଆପର ଆସିଛି ଅପଡେଟ ଭର୍ଜନ । ଏଥିରେ ହ୍ୱାଟ୍ସଆପରେ କିଛି ନୂଆ ନୂଆ ଫିଚର ଯୋଡ଼ା ଯାଇଛି । କମ୍ପାନୀ ଦାବି କରିଛି ଯେ, ଭଏସ ନୋଟ ଫିଚର ବ୍ୟବହାର କରି ଆପଣ ଆପଣଙ୍କ ବନ୍ଧୁ ଓ ପରିବାର ସହ ହ୍ୱାଟସଆପ ମାଧ୍ୟମରେ ଯୋଗାଯୋଗ କରିବା ସହଜ ହେବ । ହ୍ୱାଟ୍ସଆପ୍ ଦ୍ୱାରା ଦିଆଯାଇଥିବା ନୂଆ ଫିଚରଗୁଡିକ ହେଉଛି – ଡ୍ରାଫ୍ଟ ପ୍ରିଭିଉ,ପଜ୍ ଆଣ୍ଡ ରିଜୁମ ରେକର୍ଡିଂ, ୱେବଫର୍ମ ଭିଜୁଆଲାଇଜେସନ, ଡ୍ରାଫ୍ଟ ପ୍ରିଭ୍ୟୁ ଏବଂ ରିମେମ୍ବର ପ୍ଲେବ୍ୟାକ୍ ।

ଆଉଟ ଅଫ୍ ଚାଟ ପ୍ଲେବ୍ୟାକ୍ (Out of Chat Playback)- ଏହି ଫିଚର ମାଧ୍ୟରେ ଉପଭୋକ୍ତାମାନେ ଚାଟ୍ ବାହାରେ ଭଏସ୍ ମେସେଜ୍ ଶୁଣିପାରିବେ । ଏହାର ଅର୍ଥ ହେଉଛି ଯେ ଆପଣ ବର୍ତ୍ତମାନ ଆପଣଙ୍କର ସ୍ମାର୍ଟଫୋନରେ ମଲ୍ଟିଟାସ୍କ କରିପାରିବେ ଏବଂ ଆପ ଦ୍ୱାରା ଆସିଥିବା ଭଏସ୍ ମେସେଜ୍ ଶୁଣିପାରିବେ ।

ପଜ୍ ଆଣ୍ଡ ରିଜୁମ ରେକର୍ଡିଂ (Pause and Resume Recording)-ଏହା ଏକ ନୂଆ ଭଏସ୍ ମେସେଜ୍ ରେକର୍ଡିଂ କରିବାବେଳେ, ଆପଣ ବର୍ତ୍ତମାନ ରେକର୍ଡିଂକୁ ପଜ୍ କରିପାରିବେ ଏବଂ ପରେ ଏହାକୁ ଆରମ୍ଭ କରିପାରିବେ । ଏହି ଫିଚର ମାଧ୍ୟମରେ ଉପଭୋକ୍ତାମାନେ ଭଲରେ ଯୋଗାଯୋଗ କରିପାରିବେ ।

ୱେବଫର୍ମ ଭିଜୁଆଲାଇଜେସନ (Waveform Visualization)-ଏହି ଫିଚର ଭଏସ୍ ମେସେଜର ଭିଜୁଆଲ୍ ଦେଖାଇବ ଏବଂ ବ୍ୟବହାରକାରୀଙ୍କୁ ରେକର୍ଡିଂ ଅନୁସରଣ କରିବାରେ ସାହାଯ୍ୟ କରିବ ।

ଡ୍ରାଫ୍ଟ ପ୍ରିଭ୍ୟୁ (Draft Preview)- ଏହି ଫିଚର ଉପଭୋକ୍ତାମାନଙ୍କୁ ପଠାଇବା ପୂର୍ବରୁ ସେମାନଙ୍କର ନିଜସ୍ୱ ରେକର୍ଡ ହୋଇଥିବା ଭଏସ୍ ବାର୍ତ୍ତା ଶୁଣିବାକୁ ସକ୍ଷମ କରିଥାଏ ।

ରିମେମ୍ବର ପ୍ଲେବ୍ୟାକ୍ (Remember Playback)- ଯଦି ଆପଣ ଶୁଣିବା ସମୟରେ ଏକ ଭଏସ୍ ମେସେଜ୍ ପଜ କରନ୍ତି, ଆପଣ ବାର୍ତ୍ତାଳାପକୁ ଫେରିବା ପରେ ଆପଣ କେଉଁଠାରୁ ଛାଡିଛନ୍ତି ସେହିଠାରୁ ହିଁ ବାର୍ତ୍ତାଳପକୁ ଶୁଣିପାରିବେ ।

ବନ୍ଧାହେଲା ଠକ ନିଖିଳାନନ୍ଦ

ଭୁବନେଶ୍ୱର: ୫୦୦ କୋଟି ଠକେଇ ଅଭିଯୋଗରେ ଜଣେ ଗିରଫ । ନିଖିଳାନନ୍ଦ ପଶୁପାଳକଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ଅନଲାଇନ ସର୍ଭିସ ସିଷ୍ଟମ SOSS ପ୍ରାଇଭେଟ୍ ଲିମିଟେଡ ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଇନସ୍ୟୁରାନ୍ସ, ସେୟାର ମାର୍କେଟ, ଫ୍ଲାଟ ଯୋଗାଇବା ନାଁରେ ଠକେଇ କରୁଥିଲା ନିଖିଳାନନ୍ଦ ପଶୁପାଳକ । ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରୁ ତାଙ୍କ ନାମରେ ଠକେଇ ଅଭିଯୋଗ ରହିଥିଲା ।

ଗଞ୍ଜାମ ଜିଲ୍ଲା ଲୋଚାପଡ଼ାରେ ରିଜିଓନାଲ ଅଫିସ ଖୋଲିଥିଲେ ନିଖିଳାନନ୍ଦ । ଓଡ଼ିଶା ଅଫିସର ଏମଡି ରହିଥିଲେ ରମଣ ସିଂ ଓ ସେକ୍ରେଟାରୀ ରାକେଶ କୁମାର । ନିଖିଳାନନ୍ଦ ପଶୁପାଳକଙ୍କ ଅଧୀନରେ ଦୁହେଁ କାମ କରୁଥିଲେ । ଠକେଇ ନେଇ ନିଖିଳାନନ୍ଦ ପଶୁପାଳକଙ୍କ ନାଁରେ ଅଭିଯୋଗ କରିଥିଲେ ପର୍ଶୁରାମ ବେହେରା । ପର୍ଶୁରାମ ବେହେରାଙ୍କ ଅଭିଯୋଗ ଆଧାରରେ ତଦନ୍ତ ହୋଇଥିଲା । ୨୦୧୨ରୁ ଫେରାର ଥିଲା ନିଖିଳାନନ୍ଦ ପଶୁପାଳକ । ଲୋକଙ୍କଠାରୁ ଟଙ୍କା ଠକି ନିଖିଳାନନ୍ଦ ପଶୁପାଳକ ଫିଲ୍ମ ନିର୍ମାଣ ମଧ୍ୟ କରିଥିବା ଜଣାପଡ଼ିଛି ।

୨୦୨୨ର ଶକ୍ତିଶାଳୀ ୧୦୦ ଭାରତୀୟଙ୍କ ମଧ୍ୟରେ ଅଛନ୍ତି କିଏ କିଏ ?

ନୂଆଦିଲ୍ଲୀ: ପାୱାର କରିଡରରୁ ନେଇ ପବ୍ଲିକଙ୍କ ପର୍ଯ୍ୟନ୍ତ । ଆର୍ଥିକ ବର୍ଷ ଆରମ୍ଭ ସହ ଶକ୍ତିଶାଳୀ ଭାରତୀୟଙ୍କୁ ନେଇ ସମସ୍ତଙ୍କ ମନରେ ରହିଛି ଅନେକ ପ୍ରଶ୍ନ । ପୁଣି ଏବେ ଏବେ ସରିଥିବା ୫ ରାଜ୍ୟ ନିର୍ବାଚନର ଫଳାଫଳ କିଭଳି ଦେଶକୁ ପ୍ରଭାବିତ କରୁଛି ତା’ଉପରେ ରହିଛି ସମସ୍ତଙ୍କ ନଜର । ବର୍ଷ ବଦଳିବା ସହ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଛି । ଜାଣିବା ବର୍ଷ ୨୦୨୨ର ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ଭାରତୀୟଙ୍କୁ…

100 The Most Powerful Indians In 2022
Narendra Modi, Prime Minister

ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ପ୍ରକାଶିତ ଶ୍ରେଷ୍ଠ ୧୦୦ ଶକ୍ତିଶାଳୀ ଭାରତୀୟଙ୍କ ମଧ୍ୟରେ ପ୍ରଥମେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଥିବାବେଳେ ତୃତୀୟରେ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗୱତ ରହିଛନ୍ତି । ଚତୁର୍ଥ ସ୍ଥାନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ପଞ୍ଚମ ସ୍ଥାନରେ ଶିଳ୍ପପତି ମୁକେଶ ଅମ୍ବାନୀ, ଷଷ୍ଠ ସ୍ଥାନରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ସପ୍ତମ ସ୍ଥାନରେ ଆଦାନୀ ଗ୍ରୁପ୍ ଅଧ୍ୟକ୍ଷ ଗୌତମ ଆଦାନୀ, ଅଷ୍ଟମ ସ୍ଥାନରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍, ନବମ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ଦଶମ ସ୍ଥାନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରହିଛନ୍ତି ।

100 The Most Powerful Indians In 2022
Naveen Patnaik, Chief Minister Of Odisha

ତାଲିକାର ୩୩ତମ ସ୍ଥାନରେ ଅଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୧ ବର୍ଷରେ ନବୀନ ୪୫ତମ ସ୍ଥାନରେ ଥିବାବେଳେ ଚଳିତବର୍ଷ ୩୩ତମ ସ୍ଥାନକୁ ଉଠିଛନ୍ତି । ଦେଶରେ ସର୍ବାଧିକ ସମୟ ଲାଗି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି । ଏବେ ଏବେ ସରିଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ପଞ୍ଚାୟତ ନିର୍ବାଚନରେ ୮୫୩ ଜିଲ୍ଲା ପରିଷଦ ଆସନରୁ ୭୬୬ଟିରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ । ଏହାଛଡ଼ା ଓଡ଼ିଶା ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କୁ ନବୀନ ସରକାର ପ୍ରତି ଆକର୍ଷିତ କରିଛି । ଭାରତୀ ହକି ଟିମକୁ ପ୍ରାୟୋଜିତ କରି ଜାତୀୟ ସ୍ତରରେ ନାଁ କମେଇଛି ଓଡ଼ିଶା ।

ଫ୍ରାନ୍ସ ଜ୍ୟୋତିଷଙ୍କ ଭବିଷ୍ୟବାଣୀ, ଆସନ୍ତା ବର୍ଷ ତୃତୀୟ ବିଶ୍ୱଯୁଦ୍ଧ !

ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧରୁ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭର ଆଶଙ୍କା । ଏମିତି ଏକ ଭବିଶ୍ୟବାଣୀ କରିଛନ୍ତି ଜଣେ ଜ୍ୟୋତିଷ । ଫ୍ରାନ୍ସର ଜଣେ ଜ୍ୟୋତିଷ ନଷ୍ଟ୍ରାଡମସଙ୍କ ଭବିଶ୍ୟବାଣୀ ଅନୁସାରେ ଆସନ୍ତା ବର୍ଷ ବିଶ୍ୱରେ ତୃତୀୟ ବିଶ୍ୱ ଯୁଦ୍ଧ ଆରମ୍ଭ ହେବାକୁ ଯାଉଛି । ଯାହାର ଆଶଙ୍କାରେ ଗୋଟେ ପ୍ରକାର ଭୟ ସୃଷ୍ଟି ହୋଇଛି । ଆଉ ଏହି ଜ୍ୟୋତିଷ ହେଉଛନ୍ତି ନଷ୍ଟ୍ରାଡମସ ଯହାଙ୍କ ଜନ୍ମ ୧୬ତମ ଶତାବ୍ଦିରେ ଫ୍ରାନ୍ସର ହୋଇଥିଲା । ସେ ଭବିଷ୍ୟରେ ହେବାକୁ ଥିବା କିଛି ଘଟଣା ସମ୍ପର୍କରେ ଭବିଷ୍ୟବାଣୀ କରିଛନ୍ତି । କୁହାଯାଉଛି ଯେ, ଏହି ଭବିଷ୍ୟବାଣୀରେ ଋଷ ୟୁକ୍ରେନ ସମ୍ବନ୍ଧରେ ଯାହା ଥିଲା ତାହା ଏବେ ସତ ପ୍ରମାଣିତ ହୋଇଛି ।

କୁହାଯାଉଛି ଯେ, ନଷ୍ଟ୍ରାଡମସ ଭବିଷ୍ୟବାଣୀ କରିଥିଲେ ଯେ, ଋଷ ୟୁକ୍ରେନ ମଧ୍ୟରେ ଯୁଦ୍ଧ ତ ସମାପ୍ତ ହୋଇଯିବ କିନ୍ତୁ ବିଭିନ୍ନ ଦେଶ ମଧ୍ୟରେ ମତଭେଦର ନିଆଁ ଧିରେ ଧିରେ ଜ୍ୱାଳମୁଖି ହୋଇ ଫାଟିବ । ଯାହା ଫଳରେ ଆସନ୍ତା ବର୍ଷ ପୂର୍ବ ୟୁରୋପରେ ଯୁଦ୍ଧ ଆରମ୍ଭ ହୋଇଯିବ । ଆଉ ଏହା ତୃତୀୟ ବିଶ୍ୱଯୁଦ୍ଧ ହେବ ବୋଲି ସ୍ପଷ୍ଟ କରିଛନ୍ତି ନଷ୍ଟ୍ରାଡମସ ।

୭ମାସ ପର୍ଯ୍ୟନ୍ତ ହେବ ତୃତୀୟ ବିଶ୍ୱଯୁଦ୍ଧ

ନଷ୍ଟ୍ରାଡମସ ଏହା ମଧ୍ୟ କହିଛନ୍ତି ଯେ, ଏହି ତୃତୀୟ ବିଶ୍ୱଯୁଦ୍ଧ ୭ମାସ ପର୍ଯ୍ୟନ୍ତ ଚାଲିବ । ଏବଂ ଏହି ସମୟରେ ବିଶ୍ୱରେ ପ୍ରାୟ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହୋଇଯିବ । ନଷ୍ଟ୍ରାଡମସଙ୍କ ଅନୁସାରେ, ଏହି ଯୁଦ୍ଧରେ ବିଶ୍ୱରେ ନିଆଁ ବର୍ଷା ହେବ ଏବଂ ଅନେକ ଦେଶ ସେମାନଙ୍କ ଅସ୍ଥିତ୍ୱ ହରାଇଦେବେ ।  ଏବଂ ବଞ୍ଚିଯାଇଥିବା କିଛି ଲୋକ ମାନବ ଜୀବନର ନୂଆ ଆରମ୍ଭ କରିବେ । ଆଉ ଏହାରି ପରେ ବିଶ୍ୱରେ ଆଉ ଗୋଟେ ନୂଆ ବିଶ୍ୱଯୁଦ୍ଧ ମଧ୍ୟ ଆରମ୍ଭ ହୋଇଯିବ ।

ବିଶ୍ୱାସ କରାଯାଏ ଯେ,  ସେ ୨୦୨୨ ମସିହାରେ ୟୁରୋପରେ ଯୁଦ୍ଧ ଆରମ୍ଭ ହେବାର ପୂର୍ବାନୁମାନ କରିଛନ୍ତି  । ଏହି ଯୁଦ୍ଧ ଧୀରେ ଧୀରେ ବୃଦ୍ଧି ପାଇ ତୃତୀୟ ବିଶ୍ୱଯୁଦ୍ଧର ରୂପ ନେବ, ଯେଉଁଥିରେ ଅନ୍ୟ ଦେଶମାନେ ମଧ୍ୟ ଯୋଗଦେବେ  ।

ନଷ୍ଟ୍ରାଡାମସଙ୍କ ପ୍ରାୟ ୭୦ ପ୍ରତିଶତ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି

ନଷ୍ଟ୍ରାଡାମସଙ୍କ ମୃତ୍ୟୁ ପ୍ରାୟ ୪୫୦ ବର୍ଷ ପୂର୍ବେ ହୋଇଥିଲା । ସେ ତାଙ୍କ ଜୀବନରେ ୬,୩୩୮ ଭବିଷ୍ୟବାଣୀ କରିଥିଲେ । ଏହି ଭବିଷ୍ୟବାଣୀଗୁଡିକର ୭୦ ପ୍ରତିଶତ ବର୍ତ୍ତମାନ ସୁଧା ସତ ହୋଇଛି । ତାଙ୍କର ସତ ହୋଇଥିବା କିଛି ଭବିଷ୍ୟବାଣୀ ହୋଉଛି ଜର୍ମାନୀରେ ଆଡଲଫ୍ ହିଟଲରଙ୍କ ଜନ୍ମ, ଦ୍ୱିତୀୟ ବିଶ୍ୱଯୁଦ୍ଧ, ୧୧ ସେପ୍ଟେମ୍ବରର ଆତଙ୍କବାଦୀ ଆକ୍ରମଣ, ଫରାସୀ ବିପ୍ଳବ ଏବଂ ପରମାଣୁ ବୋମାର ବିକାଶ ।

୨୦୨୦ ମସିହାରେ କରୋନା ଭାଇରସ୍ ମହାମାରୀର ବିଷୟରେ ନଷ୍ଟ୍ରାଡମସ୍ ମଧ୍ୟ ପୂର୍ବାନୁମାନ କରିଥିଲେ, ଯାହା ସତ ପ୍ରମାଣିତ ହୋଇଥିଲା  । ଏପରି ପରିସ୍ଥିତିରେ, ତାଙ୍କର ଭବିଷ୍ୟବାଣୀ ମଧ୍ୟ ସଠିକ୍ ହୋଇପାରେ ବୋଲି ବିଶ୍ୱାସ କରାଯାଉଛି ।