spot_img
Home Blog Page 4457

ଯଦି ଋଷ କୌଣସି ଗୋଟିଏ ବି ରାସାୟନିକ ଅସ୍ତ୍ର ପ୍ରୟୋଗ କରେ ତାହାଲେ…

ୱାସିଂଟନ: ଋଷ ବିରୋଧରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କଡ଼ା ଘୋଷଣା । ଯଦି ୟୁକ୍ରେନରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କୌଣସି ଗୋଟିଏ ରାସାୟନିକ ଅସ୍ତ୍ର ପ୍ରୟୋଗ କରନ୍ତି, ତେବେ ନାଟୋ ଏହାର ଜବାବ ଦେବ ବୋଲି ଧମକ ଦେଇଛନ୍ତି ବାଇଡେନ । ବ୍ରସଲେସରେ ଆୟୋଜିତ ନାଟୋ ସମ୍ମିଳନୀରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ବାଇଡେନ । ୟୁକ୍ରେନକୁ ୨ ବିଲିୟନ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ଓ ୧ ବିଲିୟନ ଡଲାର ମୂଲ୍ୟର ମାନବିକ ସହାୟତା ଯୋଗାଇବାକୁ ଆମେରିକା ନିଷ୍ପତ୍ତି ନେଇଛି ବୋଲି ବାଇଡେନ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ଛାଡିଥିବା ଶରଣାର୍ଥୀଙ୍କ ସଂଖ୍ୟା ୩୭ ଲକ୍ଷ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ଶରଣାର୍ଥୀଙ୍କୁ ଆମେରିକା ଗ୍ରହଣ କରିବ ବୋଲି  ସେ କହିଛନ୍ତି । ସେପଟେ ୟୁକ୍ରେନରେ ମାନବିକ ସଂକଟ ପ୍ରସଙ୍ଗରେ ଋଷର ଏକ ପ୍ରସ୍ତାବ ନେଇ ଜାତିସଂଘ ନିରାପତ୍ତା ପରିଷଦରେ ଭାରତ ସମେତ ୧୨ଟି ରାଷ୍ଟ୍ର ବିରତ ରହିଛନ୍ତି  । ସିରିୟା, ଉତ୍ତରକୋରିଆ ଓ ବେଲାଋଷର ସହଯୋଗରେ ଋଷ ଯେଉଁ ପ୍ରସ୍ତାବ ଆଗତ କରିଥିଲା ତାହା ଆବଶ୍ୟକ ସଂଖ୍ୟକ ଭୋଟ ଅଭାବରୁ ଖାରଜ ହୋଇଯାଇଛି । ଏହି ପ୍ରସ୍ତାବ ସପକ୍ଷରେ ଚୀନ ଓ ଋଷ ଭୋଟ ଦେଇଥିବା ବେଳେ, ବିରୋଧରେ କୌଣସି ରାଷ୍ଟ୍ର ଭୋଟ ଦେଇ ନଥିଲେ । ଭାରତ ଓ ଅନ୍ୟାନ୍ୟ ନିରାପତ୍ତା ସଦସ୍ୟ ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିଲେ ।

ସେପଟେ ଋଷ ବିରୋଧରେ ଲଢେଇ ଲାଗି ତୁରନ୍ତ ଅତ୍ୟାଧୁନିକ ଲଢୁଆ ଜେଟ, ମିସାଇଲ ଡିଫେନ୍ସ ସିଷ୍ଟମ, ଟ୍ୟାଙ୍କ, ସାଞ୍ଜୁଆ ଯାନ, ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ର ଆଦି ଯୋଗାଇବାକୁ ନାଟୋ ସଦସ୍ୟ ରାଷ୍ଟ୍ରକୁ ଆହ୍ବାନ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏହି ସଂଖ୍ୟା ରୋକିବା ଲାଗି ତୁରନ୍ତ ଅସ୍ତ୍ରଶସ୍ତ୍ର ସହାୟତା ଜରୁରୀ ବୋଲି ଜେଲେନସ୍କି କହିଛନ୍ତି । ୟୁକ୍ରେନରେ ଋଷ ରାସାୟନିକ ଅସ୍ତ୍ର ପ୍ରୟୋଗ କରିବା ଏକରକମ ନିଶ୍ଚିତ ବୋଲି ସେ ସୂଚନା ଦେଇଛନ୍ତି ।

ନାଟୋ ଓ ଗ୍ରୁପ-7 ରାଷ୍ଟ୍ରର ନେତାଙ୍କୁ ଜେଲେନସ୍କି ମାରିଉପୋଲରେ ଜଳୁଥିବା ଏକ ବୃହତ ଋଷୀୟ ଯୁଦ୍ଧଜାହାଜର ଭିଡିଓ ଫୁଟେଜକୁ ମଧ୍ୟ ଜାରି କରିଛନ୍ତି । ପୂର୍ବରୁ ୟୁକ୍ରେନକୁ ନାଟୋ ବିପୁଳ ଟ୍ୟାଙ୍କ ବିଧ୍ବଂସୀ ରକେଟ ଯୋଗାଇଥିଲା । ସେପଟେ ୟୁକ୍ରେନକୁ ଯୁଦ୍ଧବିମାନ ଓ ଅନ୍ୟାନ୍ୟ ବୃହତ ଅସ୍ତ୍ର ଯୋଗାଇବାକୁ ଅଗ୍ରାହ୍ୟ କରିଛନ୍ତି ବାଇଡେନ । ଯଦି ଆମେରିକା ଏହା ଯୋଗାଏ ତେବେ ତୃତୀୟ ବିଶ୍ବଯୁଦ୍ଧ ଘଟିବ ବୋଲି ବାଇଡେନ କହିଛନ୍ତି । ଋଷ ରାଷ୍ଟ୍ରପତି ପୁଟିନ ଧ୍ବଂସଲୀଳାର ରେଡ ଲାଇନ ପାର୍ ହୋଇଯାଇଛନ୍ତି ବୋଲି କହିଛନ୍ତି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ । ତେଣେ ରାସାୟନିକ ଓ ଆଣବିକ ଆକ୍ରମଣର ପ୍ରତିରୋଧ ଲାଗି ରୋମାନିଆ, ହଙ୍ଗେରୀ, ସ୍ଲୋଭାକିଆ ଓ ବୁଲଗେରିଆରେ ସତର୍କତାମୂଳକ ପଦକ୍ଷେପ ନିଆଯିବା ସହ ଅଧିକ ସୈନ୍ୟ ମୁତୟନ କରାଯାଇଛି ବୋଲି କହିଛନ୍ତି ନାଟୋ ମହାସଚିବ ଜେନସ ଷ୍ଟୋଲଟନବର୍ଗ ।

 

୪ ଦିନରେ ପେଟ୍ରୋଲ ଲିଟର ପିଛା ୨ଟଙ୍କା ୮୦ ପଇସା ବୃଦ୍ଧି

ଭୁବନେଶ୍ୱର: ପୁଣି ବଢିଲା ପେଟ୍ରୋଲ ଡିଜେଲ ଦର । ରୁଷୋ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଚାରି ଦିନ ମଧ୍ୟରେ ତୃତୀୟ ଥର ପାଇଁ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି । ପେଟ୍ରୋଲ ଲିଟର ପିଛା ୮୦ ପଇସା ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ଅର୍ଥାତ ଚାରି ଦିନରେ ପେଟ୍ରୋଲ ଲିଟର ପିଛା ୨ଟଙ୍କା ୮୦ ପଇସା ଓ ଡିଜେଲ ଲିଟର ପିଛା ୨ ଟଙ୍କା ୬୭ପଇସା ବୃଦ୍ଧି ପାଇଛି । ଭାରତୀୟ ତତୈଳ ନିଗମ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ୮୦ ପଇସା ବୃଦ୍ଧି ପରେ ଆଜି ମାର୍ଚ ୨୫ ତାରିଖ ସୁଧା ଦିଲ୍ଲୀରେ ଡିଜେଲ୍‌ ଲିଟର୍‌ ପିଛା  ୮୯.୦୭ଟଙ୍କା ଏବଂ ପେଟ୍ରୋଲ୍‌ ଲିଟର୍‌ ପିଛା ୯୭.୮୧ଟଙ୍କା ରହିଛି ।

Diesel Price Increase RS 25 Per Liter For Bulk Customers

ପୂର୍ବରୁ ଚଳିତ ସପ୍ତାହର ମଙ୍ଗଳବାର ଏବଂ ବୁଧବାର ଦିନ ଉପରୋକ୍ତ ତୈଳ ଦର ବୃଦ୍ଧି ପାଇଥିଲା। ଯଦି ପୂର୍ବ ରେକର୍ଡ ଦେଖାଯାଏ ତେବେ ତେଲ ଦର ପ୍ରତି ଥର ଲିଟର୍‌ ପିଛା ମୂଲ୍ୟ ୮୦ ପଇସା ବୃଦ୍ଧି ପାଉଛି। ଭାରତରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍‌ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତୈଳଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ। ଏହାଛଡ଼ା, ‘ଭାଟ୍‌’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍‌ ଦେଖା ଦେଇଥାଏ।

Congress To Protest In Every Block Against Fuel Price Hike

ଦର ବୃଦ୍ଧି ପରେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ୧୦୩ ଟଙ୍କା ୬୯ ପଇସାରୁ ୧୦୪ ଟଙ୍କା ୫୫ ପଇସାକୁ ବୃଦ୍ଧି ପାଇଛି । ସେହିପରି ଡିଜେଲ ଦର ଲିଟର ପିଛା ୯୩ ଟଙ୍କା ୪୪ ପଇସାରୁ ବୃଦ୍ଧି ପାଇ ୯୪ ଟଙ୍କା ୨୯ ପଇସାରେ ପହଞ୍ଚିଛି । ଲଗାତର ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।

ଇଭିଏମରେ ସିଲ୍‌ ପ୍ରାର୍ଥୀଙ୍କ ଭାଗ୍ୟ, ଆସନ୍ତାକାଲି ସକାଳ ୮ଟାରୁ ଭୋଟ୍ ଗଣତି

ଭୁବନେଶ୍ୱର: ସରିଲା ଭୋଟ୍ ଆସନ୍ତାକାଲିକୁ ଆସିବ ଫଳାଫଳ । ୩ ମହାନଗର ନିଗମର ୩୫ ମେୟର ପ୍ରାର୍ଥୀଙ୍କ ସମେତ ୬୮୯ କର୍ପୋରେଟର ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ୍ ହୋଇଛି । ସେହିପରି ୧୦୫ଟି ସହରାଞ୍ଚଳର ୫୩୪ ଅଧ୍ୟକ୍ଷ ଏବଂ ୫୧୬୨ କାଉନସିଲର ପ୍ରାର୍ଥୀଙ୍କ ଭାଗ୍ୟ ମଧ୍ୟ ପରୀକ୍ଷା ହୋଇଛି । ମତଦାନ ପରେ ସବୁ ଇଭିଏମକୁ କଡ଼ା ସୁରକ୍ଷା ସହ ଷ୍ଟ୍ରଙ୍ଗ ରୁମରେ ରଖାଯାଇଛି । ପ୍ରତ୍ୟେକ ଷ୍ଟ୍ରଙ୍ଗ ରୁମରେ ସିସିଟିଭି ଲଗାଯିବା ସହ ପ୍ରଶାସନର ନଜର ରହିଛି ।

ଆସନ୍ତାକାଲି ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି କରାଯିବ । ସେପଟେ ନବରଙ୍ଗପୁର ଜିଲ୍ଲା ଉମରେକାଟ ପୌରାଞ୍ଚଳର ୮ ନମ୍ବର ଓ୍ବାର୍ଡରେ ଇଭିଏମରେ ଭୁଲ୍ ବାଲଟ ପେପର ଯୋଗୁଁ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି । ଏଠାରେ ଆଜି ସାନି ନିର୍ବାଚନ କରାଯିବ। ସେହିପରି ଭଦ୍ରକ ଜିଲ୍ଲାର ଭଦ୍ରକ ପୌରାଞ୍ଚଳ ଏବଂ ନବ ଗଠିତ ଧାମନଗର ଏନଏସିର କିଛି ଜାଗାରେ ଉତ୍ତେଜନା ସୃଷ୍ଟି ହୋଇଥିବାରୁ ଏଠାରେ ସାନି ନିର୍ବାଚନ ହୋଇପାରେ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ଜିଲ୍ଲାପାଳଙ୍କ ବିସ୍ତୃତ ରିପୋର୍ଟ ପରେ ପୁନଃ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର ।

ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ଶେଷ ପରୋକ୍ଷ ନିର୍ବାଚନ

ଭୁବନେଶ୍ୱର: ଆଜି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ଶେଷ ପରୋକ୍ଷ ନିର୍ବାଚନ । ଜିଲ୍ଲା ପରିଷଦ ଉପସଭାପତି ପାଇଁ ନିର୍ବାଚନ ହେବ । ନିର୍ବାଚିତ ହୋଇଥିବା ଜିଲ୍ଲାପରିଷଦ ସଦସ୍ୟ ମାନେ ଉପସଭାପତି ନିର୍ବାଚିତ କରିବେ ।  ଏଥିପାଇଁ ସକାଳ ୧୦ଟା ୩୦ରୁ ୧୧ଟା ୩୦ ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ପରେ ୧୨ଟା ୩୦ ମଧ୍ୟରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ ।

ଅପରାହ୍ନ ଗୋଟାଏରୁ ୪ଟା ଭିତରେ ଭୋଟିଂ ହେବ । ପଞ୍ଚାୟତ ନିର୍ବାଚନରେ ୮୫୨ ଆସନରୁ ଶାସକ ବିଜେଡି ଏକାକି ୭୬୬ ଆସନ ନେଇଥିବା ବେଳେ, ବିଜେପି ୪୨ ଓ କଂଗ୍ରେସ ୩୭ ଆସନ ପାଇଛି । ବିଜେଡି ସବୁ ଜିଲ୍ଲା ପରିଷଦ ସଭାପତି ଆସନ ହାତେଇଛି । ଏଣୁ ସବୁଠି ଉପସଭାପତି ପଦ ମଧ୍ୟ ବିଜେଡି ହାତେଇବ ବୋଲି ସ୍ପଷ୍ଟ ହୋଇଛି । ନିର୍ବାଚନରେ ଦଳବଦଳ ନିରୋଧ ଆଇନ ଲାଗୁ ହେଉଥିବାରୁ ଦଳୀୟ ଚିହ୍ନରେ ଲଢ଼ି ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ମାନେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍ ନିଜ ଦଳର ପ୍ରତିନିଧିଙ୍କୁ ଦେଖାଇବେ ।

ଆଜିଠୁ ବିଧାନସଭାର ବଜେଟ ଅଧିବେଶନ, ୩୦ରେ ଆସିବ କାମଚଳା ବଜେଟ

ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ । ପ୍ରଥମେ ଗୃହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଅଭିଭାଷଣ ରଖିବେ । ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ପରେ ଗୃହକୁ ଅପରାହ୍ମ ୪ଟା ପର୍ଯ୍ୟନ୍ତ ମୁଲତବି ରଖାଯିବ । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ୨୫, ୨୬  ଓ ୨୮ ତାରିଖ ୩ ଦିନ ଧରି ଆଲୋଚନା ହେବ । ୩୦ ତାରିଖରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକବର୍ଷ ପାଇଁ କାମଚଳା ବଜେଟ୍ ଉପସ୍ଥାପନ କରିବେ । ୩୧ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ପାସ୍ ହେବ ।

କାର୍ଯ୍ୟସୂଚୀ ଅନୁସାରେ ୬ଟି କାର୍ଯ୍ୟଦିବସରେ ଗୃହରେ ବିଜେପି ୩ଟି ଓ କଂଗ୍ରେସ ୨ଟି ମୁଲତବୀ ପ୍ରସ୍ତାବ ଆଣିବ । ସରକାର ଅନେକ ବିଲ୍ ଆଣିବେ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ସେପଟେ ନୂଆ ଓ ପୁରୁଣା ପ୍ରସଙ୍ଗରେ ବିଧାନସଭାର ବଜେଟ୍ ଅଧିବେଶନ ଉଷ୍ମ ହେବ । ସରକାରଙ୍କୁ ଘେରିବା ପାଇଁ ବିରୋଧୀ ରଣନୀତି ପ୍ରସ୍ତୁତ କରିଛନ୍ତି । ବିଜେପି ଆଇନଶୃଙ୍ଖଳାକୁ ମୁଖ୍ୟ ମୁଦ୍ଦା କରିବାକୁ ପ୍ରସ୍ତୁତି କରିଥିବାବେଳେ କଂଗ୍ରେସ ପାଞ୍ଚଟି ରାଜ୍ୟର ନିର୍ବାଚନ ପରେ ଦରଦାମ ବୃଦ୍ଧିକୁ ମୁଖ୍ୟ ପ୍ରସଙ୍ଗ କରି କେନ୍ଦ୍ରକୁ ଟାର୍ଗେଟ୍ କରିବ । ଅନ୍ୟପଟେ ଶାସକ ଦଳ କହିଛି, ବିରୋଧୀଙ୍କ ସବୁ ପ୍ରଶ୍ନ ଓ ପ୍ରସଙ୍ଗର ଉତ୍ତର ଦେବାକୁ ପ୍ରସ୍ତୁତ ଅଛି । ଆଜି ସକାଳେ ବିଧାନସଭା ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବସିବ । ସେହିପରି କଂଗ୍ରେସ ବିଧାୟକ ଦଳ ବୈଠକ ମଧ୍ୟ ବସିବ ।

ଦ୍ୱିତୀୟ ପାଳି ପାଇଁ ଯୋଗୀଙ୍କ ସଜବାଜ, ଆଜି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ

ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଯୋଗୀ ଆଦିତ୍ୟନାଥ । ଏହି ଅବସରରେ ଏକ ବିରାଟ ଶପଥ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଆଦିତ୍ୟନାଥଙ୍କ ସହ କିଛି ବିଧାୟକ ମଧ୍ୟ ମନ୍ତ୍ରୀ ପଦର ଶପଥ ନେବେ । ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ରହିବେ ।

ଗତକାଲି ନବନିର୍ବାଚିତ ବିଜେପି ବିଧାୟକ ଦଳର ନୂଆ ନେତା ଭାବରେ ନିର୍ବାଚିତ ହୋଇଥିଲେ ନରେନ୍ଦ୍ର ମୋଦି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଲକ୍ଷ୍ନୌରେ ବସିଥିବା ବିଧାୟକ ଦଳ ବୈଠକରେ ଯୋଗୀଙ୍କୁ ସର୍ବସମ୍ମତ ଭାବେ ନେତା ନିର୍ବାଚିତ କରଯାଇଥିଲା । ନେତା ନିର୍ବାଚିତ ହେଲା ପରେ ଯୋଗୀ ଆଦିତ୍ୟନାଥ ରାଜଭବନରେ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ । ଚଳିତ ବିଧାନସଭା ନିର୍ବାଚନରେ ୪୦୩ ଆସନ ମଧ୍ୟରୁ ବିଜେପି ୨୭୩ ଆସନରେ ବିଜୟ ଲାଭ କରିଥିଲା । ବିଜେପି ୨୭୩ ଆସନ ଜିତିଥିବାବେଳେ ବିରୋଧୀ ସମାଜବାଦୀ ପାର୍ଟି ୧୨୫ ଆସନରେ ବିଜୟ ଲାଭ କରିଛି ।

ପୌର ଭୋଟରେ ହିଂସା: କେଉଁଠି ମାରପିଟ, କେଉଁଠି ଉତ୍ତେଜନା

ଭୁବନେଶ୍ୱର / ଢେଙ୍କାନାଳ : ପୌର ଭୋଟରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ଥାନା ଭିତରେ ପଶି ବିଜେଡ଼ି କର୍ମୀଙ୍କୁ ବିଜେପି କର୍ମୀ ଆକ୍ରମଣ କରିଥିବା ଦେଖିବାକୁ ଢେଙ୍କାନାଳରେ ମିଳିଛି । ଏହି ଘଟଣାରେ ବିଜେଡିର 15ନମ୍ବର କାଉନସିଲରଙ୍କ ସହ 2 ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ  ବୁଥ୍‌ ଭିତରେ ବିଜେପି କର୍ମୀ ଟଙ୍କା ବାଣ୍ଟୁଥିବା ଦେଖି ବିଜେଡି କର୍ମୀ ବିରୋଧ କରିଥିଲେ  । ଫଳରେ ବିଜେପି କର୍ମୀ ଗଣ୍ଡଗୋଳ କରିଥିଲେ  ।   ପରେ ମାମଲା ଥାନାକୁ ଆସିଥିଲେ ମଧ୍ୟ ପୋଲିସ ଉପସ୍ଥିତିରେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିଥିଲେ ବିଜେପି କର୍ମୀ ।

ସେପଟେ 34 ନମ୍ବର ୱାର୍ଡରେ ଭୋଟ ପରେ ବୁଥ ସାମ୍ନାରେ ଉତେଜନା । ସତ୍ୟନଗର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବୁଥ ନ ୩୬୧, ୩୬୨ରେ ଭୋଟ ସରିବ ପରେ ଉତ୍ତେଜନା ଦେଖାଦେଇଛି । ଭୋଟ ସରିବା ପରେ ଷ୍ଟ୍ରଙ୍ଗରୁମ ପରିବର୍ତ୍ତେ ବୁଥ ଭିତରେ ରହିଥିଲା ଇଭିଏମ । ଇଭିଏମ୍ ଯିବା ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଅଭିଯୋଗ ଆଣିଥିଲେ । ଜଣେ ପୋଲିଙ୍ଗ ଏଜେଣ୍ଟ, ପୋଲିସ ଅଧିକାରୀ ଓ ଭୋଟ ହେଉଥିବା ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଭୋଟ କେନ୍ଦ୍ରରେ ଉପସ୍ଥିତିକୁ ନେଇ ସ୍ଥାନୀୟ ଲୋକେ ତାତିଥିଲେ । ଲୋକଙ୍କ ଅଭିଯୋଗ ଭୋଟ ସରିଲା ପରେ ଏମାନେ କାହିଁକି ଭୋଟ କେନ୍ଦ୍ରକୁ ପଶିଥିଲେ । ପୋଲିସ ଉପସ୍ଥିତିରେ ଇଭିଏମକୁ ଷ୍ଟ୍ରଙ୍ଗ ରୁମକୁ ନିଆଯାଇଛି । ଅନ୍ୟପଟେ ପୁରା ଅଭିଯୋଗ ର ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନଶିକ୍ଷୟତ୍ରୀ ଓ ପୋଲିଂ ଏଜେଣ୍ଟ ।

୨୨ ରାତିର ବୀଭତ୍ସ ହତ୍ୟା: ୪ ପୁଅଙ୍କ ହତ୍ୟାରେ ପରିବାର ସ୍ତବ୍ଦ

ଗଞ୍ଜାମ: ହିଞ୍ଜିଳି ପିତଳ ଛକ ଭୁଲିପାରୁନି ୨୨ ରାତିର ବୀଭତ୍ସ କାହାଣୀ । ସମାନ୍ୟ ବଚସାରୁ ଲିଭିଗଲା ଗୋଟିଏ ବଂଶର କୁଳଦୀପ । ଅନ୍ଧାର ହୋଇଗଲା ଗୋଟିଏ ପରିବାରରର ଭବିଷ୍ୟତ । ଚାଲିଗଲେ ଚାରି ଚାରିଟି ଭେଣ୍ଡିଆ ପୁଅ । ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗାଁରେ ବୀଭତ୍ସ ହତ୍ୟା ପରେ ନିର୍ବାକ ହୋଇଯାଇଛି ପୂରା ଗଞ୍ଜାମ ଜିଲ୍ଲା । ଘଟଣା ପରଠୁ ଏବେଯାଏ ଖୋଲୁନି ପିତଳ ଛକ ବଜାର । ଭୟ ଆଉ କୋହରେ ଦିନ ବିତାଉଛନ୍ତି ବ୍ୟବସାୟୀ । ସେପଟେ କାନ୍ଦ ବୋବାଳିରେ ଫାଠି ପଡ଼ୁଛି ନରେନ୍ଦ୍ରପୁର । ମାଆ ଆଖି ଆଗରେ ଜଳିଛି ୪ କୁଳନନ୍ଦନଙ୍କ ଜୁଇ ।

ଅବେଳରେ ଆଶାଭରସାକୁ ହରାଇ ଚେତାଶୂନ୍ୟ ହୋଇଯାଉଛି ମାଆ । କିଏ ବୁଝାଇବ କାହାକୁ ? ସବୁଠି ଖାଲି ଲୁହ କାନ୍ଦ, ଆଉ ହରାଇବାର ଅସମ୍ଭବ ନିରବତା । ଗତ ୨୨ତାରିଖ ରାତିରେ ଫାଷ୍ଟଫୁଡ ଦୋକାନରେ ସାମାନ୍ୟ ବଚସାରୁ ଚାରି ଜଣଙ୍କୁ କାଠ ଫାଳିଆରେ ପିଟି ପିଟି ନିର୍ମମ ହତ୍ୟା କରିଥିଲେ ଅଭିଯୁକ୍ତ । ଘଟଣାରେ ନରେନ୍ଦ୍ରପୁର ଗାଁର ରାଜା ସ୍ବାଇଁ, ଶମ୍ଭୁ ସ୍ବାଇଁ, ପାଣ୍ଡବ ସ୍ବାଇଁ ଓ ଚନ୍ଦନ ସ୍ବାଇଁଙ୍କ ମୃତ୍ୟୁ ହୋଇଥିଲା । ସମସ୍ତଙ୍କର ଶବ ବ୍ୟବଚ୍ଛେଦ ପରେ ଆଜି ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତିନିଜଣଙ୍କୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଏଯାଏ କାହାକୁ ଗିରଫ କରିନାହିଁ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକ ଦାବି କରିଛନ୍ତି ।

ଏ ଘଟଣା ଗୋଟିଏ ପରିବାରକୁ ନିଶ୍ଟିହ୍ନ କରିଦେଇଛି  । ଏମିତି ଏକ ଘଟଣା ଆତଙ୍କ ସୃଷ୍ଟି କରିଛି  । ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା କରିବା ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି  । ତେବେ ପିତା-ମାତାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଳ ନାହିଁ  । କାରଣ କେଉଁ ବାପା ମାଆ ଏମିତି କେବେ ପୁଅଙ୍କ ମୃତ୍ୟୁ ଦେଖିବେ ବୋଲି ଭାବି  ନଥିବେ  । ବୃଦ୍ଧ ବୟସରେ ୪ ଭେଣ୍ଡା ପୁଅଙ୍କ ହତ୍ୟାକୁ କିଏ ବା କେମିତି ସହି ପାରିବ  । ସେପଟେ ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଳମ୍ବ କରୁଅଛି  । କାରଣ ଏବେ ସୁଦ୍ଧା ୩ ଜଣଙ୍କୁ ପୋଲିସ ଅଟକ ରଖିଥିବାବେଳେ କାହାକୁ ମଧ୍ୟ ଗିରଫ କରିନାହିଁ  ।

ବିଦ୍ୟୁତ ଉପଭୋକ୍ତା ଆଶ୍ୱସ୍ତ, ୨୦୨୨-୨୩ ଆର୍ଥିକ ବର୍ଷରେ ବଢିବନି ବିଦ୍ୟୁତ ଦର

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିକର ଖବର । ୨୦୨୨-୨୩ ଆର୍ଥିକ ବର୍ଷରେ ବଢିବନି ବିଦ୍ୟୁତ ଦର । ଅପରିବତ୍ତିତ ରହିବ ରିଟେଲ ଦର । ସେହିପରି ଚାଷୀ,ଶିଳ୍ପ ଏବଂ ସାଧାରଣ ଲୋକଙ୍କ ପାଇଁ ଅନେକ ରିହାତି ବ୍ୟବସ୍ଥା ଘୋଷଣା କରିଛି ଓଇଆରସି । ଏହାସହ ଡ଼ିଜିଟାଲ ପେମେଣ୍ଟ କଲେ ଉପଭୋକ୍ତାଙ୍କୁ ୩ ପ୍ରତିଶତ ସବସିଡ଼ି ମିଳିବ ବୋଲି ଓଇଆାରସି ପକ୍ଷରୁ ସୂଚନା ଦିଆଯାଇଛି । କ୍ଷୁଦ୍ରଶିଳ୍ପ ପାଇଁ ୧୦ ପଇସା ରିହାତି ଘୋଷଣା କରାଯାଇଛି । ଅକ୍ଷୟଶକ୍ତିର ବିକାଶ ପାଇଁ ଗ୍ରାହକକୁ ଅଧିକ ୫୦ ପଇସା ଦେବାକୁ ପଡ଼ିବ ।

ବିଦ୍ୟୁତ ବିତରଣ କମ୍ପାନୀ ଓ ଉପାଦନ କମ୍ପାନୀଙ୍କ ସହ ଜନ ଶୁଣାଣୀରେ ଆଲୋଚନା କରିବା ପରେ ରାଜ୍ୟ ସରକାର ଏପରି ନିଷ୍ପତି ନେଇଛନ୍ତି । ବିଦ୍ୟୁତ ଦର ବୃଦ୍ଧି ନକରିବା ପାଇଁ ରାଜ୍ୟ ସରକାର ଶକ୍ତି ବିଭାଗକୁ ଚିଠି ଲେଖି ଓଇଆରସିକୁ ଅନୁରୋଧ କରିଥିଲେ । ମହାମାରୀ ଯୋଗୁଁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଥିବାରୁ ଦର ବୃଦ୍ଧି ନକରିବା ପାଇଁ ସରକାର ଚିଠିରେ କମିଶନଙ୍କୁ ଅନୁରୋଧ କରିଥିଲେ ।

୫୦ ପଇସା ୟୁନିଟ ପିଛା ୩ଟଙ୍କା ଲେଖାଏ ବିଦ୍ୟୁତ ଶୁକ୍କ ଦେବାକୁ ପଡ଼ିବ । ୫୦ରୁ ୨୦୦ ଯୁନିଟ ପାଇଁ ୟୁନିଟ ପିଛା ୪ଟଙ୍କା ୮୦ ପଇସା , ୨୦୦ରୁ ୪୦୦ ୟୁନିଟ ପାଇଁ ୟୁନିଟ ପିଛା ୫ଟଙ୍କା ୮୦ ପଇସା । ସେହିପରି ୪୦୦ରୁ ଅ୍ରଧିକ ୟୁନିଟ ହେଲେ ୟୁନିଟ ପିଛା ୬ଟଙ୍କା ୨୦ ପଇସା ଦେବାକୁ ପଡ଼ିବ ।

ବିଲେଇ ପାଇଁ ୧୦୦ କୋଟି କ୍ଷତି, ୮ ଘଣ୍ଟା ଅନ୍ଧାର      

ପୁନେ: ବିଲେଇ ପାଇଁ ୮ ଘଣ୍ଟା ଅନ୍ଧାର । କ୍ଷତି ହେଲା ୧୦୦ କୋଟିରୁ ଅଧିକ ଟଙ୍କା । ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗୁଥିଲେ ବି ଏଭଳି କିଛି ଘଟିଛି ମହାରାଷ୍ଟ୍ରର ପୁନେକୁ ଲାଗିଥିବା ଚିଞ୍ଚୱାଡ଼ରେ । କୁହାଯାଉଛି ଯେଉଁଠି ବିଲେଇ ପାଇଁ ୮ ଘଣ୍ଟା ଅନ୍ଧାର ହୋଇଯିବା ସହ ୧୦୦ କୋଟି ଟଙ୍କା କ୍ଷତି ହୋଇଛି । ବିଲେଇଟି ପିମ୍ପରି ଚିଞ୍ଚୱାଡ଼ର ମହାପରେଶନ ପାୱାର ଟ୍ରାନ୍ସଫର ଭିତରେ ଫସି ଯାଇଥିଲା । ଯେଉଁଥପାଇଁ ଭୀଷଣ ଗରମରେ ଲୋକ ବିଦ୍ୟୁତ୍ ବିନା ୮ ଘଣ୍ଟା କାଟିଥିଲେ ।

Pimpri Chinchwad Electricity Issue Automobile Sector Loss 100 Crore For Cat

ପିମ୍ପରିକୁ ଦେଶର ସବୁଠୁ ବଡ଼ ଅଟୋମୋବାଇଲ୍ ହବ୍ କୁହାଯାଏ । ଅନେକ ବଡ଼ ଶିଳ୍ପ ମଧ୍ୟ ଉକ୍ତ ଅଞ୍ଚଳରେ ରହିଛି । ପ୍ରାୟ ୭ ହଜାର ୫ ଶହ ଉତ୍ପାଦନକାରୀ ୟୁନିଟ୍ ପିମ୍ପରି ଚିଞ୍ଚୱାଡ଼ ମହାନଗର ନିଗମ ଅଞ୍ଚଳରେ ରହିଛି । ବିଦ୍ୟୁତ୍ କାଟ ଯୋଗୁଁ ଅଧିକାଂଶ ୟୁନିଟରେ ୮ ଘଣ୍ଟା ଯାଏ ଉତ୍ପାଦନ ଠପ୍ ହୋଇ ଯାଇଥିଲା । ଅନୁମାନ କରାଯାଉଛି ଏଥିପାଇଁ ଅଟୋମୋବାଇଲ୍ ଶିଳ୍ପର ୧୦୦ କୋଟରୁ ଅଧିକ ଟଙ୍କା କ୍ଷତି ହୋଇଛି ।

Pimpri Chinchwad Electricity Issue Automobile Sector Loss 100 Crore For Cat

ତେବେ ବିଦ୍ୟୁତ୍ ଝଟକାରେ ବିଲେଇର ମୃତ୍ୟୁ ହୋଇଛି । କିନ୍ତୁ ବିଲେଇକୁ ଟ୍ରାନ୍ସଫର୍ମରରୁ ବାହାର କରିବା ପରେ ବିଦ୍ୟୁତ୍ ସରବରାହ କରିବା ପାଇଁ ନାକେଦମ୍ ହୋଇଛନ୍ତି ଅଧିକାରୀ । ପିମ୍ପରିରେ ୨୨୦ କେଭି ସବଷ୍ଟେସନରେ ୧୦୦ ଏମଭିଏ କ୍ଷମତାର ବିଦ୍ୟୁତ୍ ଟ୍ରାନ୍ସଫର୍ମର ବୁଧବାର ସକାଳୁ ଖରାପ ହୋଇ ଯାଇଥିଲା । ଫଳରେ ବିଦ୍ୟୁତ୍ କାଟି ଦିଆଯାଇଥିଲା ।