spot_img
Home Blog Page 4464

ଟିକାକରଣକୁ ନେଇ ସରକାରଙ୍କ ନିଷ୍ପତ୍ତି: ପିଲାଙ୍କୁ Corvevax ଏବଂ Covaxin ଦେବାକୁ ଅନୁମତି

0

ନୂଆଦିଲ୍ଲୀ:  ଦେଶରେ କରୋନାର ବଢ଼ୁଥିବା ମାମଲାକୁ ନେଇ ଦୃଷ୍ଟିରେ ରଖି  କେତେକ ସହରରେ ପୁଣିଥରେ ପ୍ରତିବନ୍ଧକ ଲଗାଯାଇଛି । ଏବେ ସରକାର ଏହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ।  ସରକାର ନେଇଥିବା ନିଷ୍ପତ୍ତି ଅନୁସାରେ,  ୧୨ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଟିକା ଦେବାପାଇଁ ସରକାର ସବୁଜ ସଙ୍କେତ ଦେଇ ସାରିଛନ୍ତି । ସୂଚନାଯୋଗ୍ୟ, ୫ରୁ ୧୨ ବର୍ଷ ପିଲାଙ୍କୁ  କୋର୍ବେଭାକ୍ସ ଏବଂ ୬ରୁ ୧୨ ବର୍ଷ ପିଲାଙ୍କୁ  କୋଭାକ୍ସିନ୍‌ ଟିକା ଦିଆଯିବ । ଏଥିପାଇଁ ଜରୁରୀକାଳୀନ ଅନୁମତି ପ୍ରଦାନ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନମୁଖ ମାଣ୍ଡବୀୟ ଏହି ସୂଚନା ଟ୍ୱିଟରରେ ଦେଇଛନ୍ତି । ଟ୍ୱିଟ୍‌ କରି ସେ ଲେଖିଛନ୍ତିଯେ, କରୋନା ଯୁଦ୍ଧକୁ ସୁଦୃଢ଼ କରି ଏହିଭଳି ନିଷ୍ପତ୍ତି ନିଆଯାଇଛି ।  ଏହି ବର୍ଗର ବୟସ ପାଇଁ ଦୁଇଟି ଟିକା ଚୟନ କରାଯାଇଛି ।  ଏହା ସହିତ ୧୨ ବର୍ଷରୁ ଅଧିକ ବୟସ୍କ ପିଲାଙ୍କୁ Zycov-Dର ଦ୍ୱିତୀୟ ଡୋଜ୍‌ ଟିକାକୁ ଅନୁମତି ମିଳିଛି ।

 

ଅବଶ୍ୟ ଏହି ଟିକାକରଣ କେବେ ଆରମ୍ଭ ହେବ ତାହାକୁ ନେଇ କୌଣସି ସୂଚନା ଦିଆଯାଇନାହିଁ ।  କିନ୍ତୁ କୁହାଯାଉଛିଯେ, ଖୁବଶୀଘ୍ର ଏହି ବାବଦରେ ସୂଚନା ଆସିବ । ତେବେ ଖୁବଶୀଘ୍ର ପିଲାଙ୍କ ଟିକାକରଣକୁ ନେଇ ସୂଚନା ଦିଆଯିବ ବୋଲି କୁହାଯାଇଥିଲା । ଏବେ ଡିସିଜିଆଇ ଏହି ବୟସର ପିଲାଙ୍କୁ ଟିକା ଦେବାକୁ ଅନୁମତି ଦେଇ ସାରିଛି ।

ଅନ୍ୟପଟେ ଦେଶର କେତେକ ପ୍ରାନ୍ତରେ କରୋନା ବଢ଼ିବାରେ ଲାଗିଛି । ବିଶେଷକରି ଦିଲ୍ଲୀ, ହରିୟାଣା, ୟୁପିକୁ ନେଇ ସତର୍କ କରାଇଛନ୍ତି ସରକାର ।

ବିଧାନସଭା ପରିସରରେ ପାରଳା ମହାରାଜାଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର: ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ୧୩୦ ତମ ଜୟନ୍ତୀ ଅବସରରେ ଓଡ଼ିଶା ବିଧାନସଭା ପରିସରରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଉପବାଚସ୍ପତି ରଜନୀକାନ୍ତ ସିଂ, ଜଳ ସମ୍ପଦ, ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ବରିଷ୍ଠ ବିଧାୟକ ପ୍ରଫୁଲ୍ଲ ସାମଲ, ଉତ୍କଳ ସମ୍ମିଳନୀର ସଭାପତି ପ୍ରଫେସର ଅଦ୍ୱେତ କୁମାର ପାତ୍ର, ବିଧାନସଭା ସଚିବ ଦାଶରଥୀ ଶତପଥୀ, ନିର୍ଦ୍ଦେଶକ (ଗବେଷଣା) କୃପାସିନ୍ଧୁ ମିଶ୍ର ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Odisha Assembly Celebrated Anniversary Of  Parala Maharaja

ଭାରତର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ନବଉତ୍କଳ ଗଠନ ହେଲା ପରେ ୧୯୩୭ ଏପ୍ରିଲ୍ ୧ ତାରିଖରେ ସେ ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ବହନ କରିଥିଲେ । ପରେ ୧୯୪୧ ମସିହା ନଭେମ୍ବର ମାସଠାରୁ ୧୯୪୪ ମସିହା ଜୁନ ମାସ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ନାରୀଶିକ୍ଷାର ଉନ୍ନତି, ଉତ୍କଳ ବିଶ୍ୱବିଦ୍ୟାଳୟର ସ୍ଥାପନା, ପୂର୍ଣ୍ଣାଙ୍ଗ ସ୍ୱତନ୍ତ୍ର ଓଡ଼ିଶା ଗଠନ, ଓଡ଼ିଆ ଭାଷାର ପ୍ରଚାରପ୍ରସାର, କୃଷି, ସ୍ୱାସ୍ଥ୍ୟ ଓ ଶିଳ୍ପର ବିକାଶ ପାଇଁ ବିବିଧ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଥିଲେ । ସେ ନବଉତ୍କଳର ଅନ୍ୟତମ ନିର୍ମାତା ଥିଲେ ବୋଲି ବାଚସ୍ପତି ଓ ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ ।

ପାରଳା ମହାରାଜାଙ୍କ ତ୍ୟାଗ ଏବଂ ଓଡ଼ିଶା ପ୍ରତି ଥିବା ଭଲପାଇବା ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ନ୍ୟାୟାଳୟ, କାର୍ଯ୍ୟାଳୟ ଓ ବିଦ୍ୟାଳୟମାନଙ୍କରେ ଓଡ଼ିଆ ଭାଷା ଆନ୍ତରିକ ଭାବରେ ବ୍ୟବହୃତ ହେଲେ ହିଁ ଏ ଭାଷା ସମୃଦ୍ଧ ହେବ ଏବଂ ବରପୁତ୍ରମାନଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଶାଶ୍ୱତୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କଣ୍ଠଶିଳ୍ପୀମାନେ କୃଷ୍ଣଚନ୍ଦ୍ର ଗଜପତିଙ୍କ ସ୍ମୃତିରେ ପ୍ରେରଣାଦାୟୀ ସଂଗୀତ ପରିବେଷଣ କରିଥିଲେ । ଯୁଗ୍ମ ନିର୍ଦ୍ଦେଶକ (ଗବେଷଣା) ଶ୍ରୀ ଶିବ ପ୍ରସାଦ ପଟ୍ଟନାୟକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ପାକିସ୍ତାନ:  କରାଚୀ ବିଶ୍ୱବିଦ୍ୟାଳୟରେ ଧମାକା, ୫ ଜଣଙ୍କର ମୃତ୍ୟୁ

କରାଚୀ: ପାକିସ୍ତାନର କରାଚୀ ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ହୋଇଛି ।  ଏହା ସହିତ ଏକାଧିକ ଲୋକ ଗୁରୁତର ଆହତ ହୋଇଛନ୍ତି । ପାକିସ୍ତାନର ସ୍ଥାନୀୟ ମିଡିଆ ରିପୋର୍ଟ ଅନୁସାରେ, ଏହି ବିସ୍ଫୋରଣ ବିଶ୍ୱବିଦ୍ୟାଳୟର କନଫ୍ୟୁଶିୟମ ସଂସ୍ଥାନ ନିକଟରେ ଘଟିଛି । ଭ୍ୟାନରେ ନିଆଁ ଲାଗିଯାଇଛି ।

ପାକିସ୍ତାନ ମିଡିଆ ରିପୋର୍ଟରେ କରାଚୀ ୟୁନିଭର୍ସିଟିର କନଫ୍ୟୁଶିୟମ୍‌ ସଂସ୍ଥାନ ନିକଟରେ ଏକ ଭ୍ୟାନରେ ହୋଇଥିବା ଧମାକାରେ ୫ ଜଣଙ୍କର ଜୀବନ ଯାଇଛି ।

କରାଚୀ ୟୁନିଭର୍ସିଟି କ୍ୟାମ୍ପସରେ ନିଆଁ ଲାଗିଥିବାର ଭିଡ଼ିଓ ସାମ୍ନାକୁ ଆସିଛି । ଏକ ଧଳା ରଙ୍ଗର ଭ୍ୟାନରେ ନିଆଁ ଲାଗିଥିବାର ଦେଖିବାକୁ ମିଳିଛି ।  ଭ୍ୟାନରେ ନିଆଁ ଲାଗିଥିବାବେଳେ ଆଖପାଖ ବିଲଡିଙ୍ଗ ଝରକାରେ ନିଆଁ ଲାଗି ଯାଇଥିଲା ।

ସ୍ଥାନୀୟ ପୋଲିସର କହିବା ହେଉଛି, ଭ୍ୟାନରେ ପ୍ରାକୃତିକ କାରଣରୁ ନିଆଁ ଲାଗିଛି । କିନ୍ତୁ ବିସ୍ଫୋରଣର ଶବ୍ଦ ଖୁବ୍‌ ଅଧିକ ଥିଲା । ଏଥିପାଇଁ ବିସ୍ଫୋରକ ନିରୋଧକ ଟିମ୍‌ ସେଠାରେ ତୁରନ୍ତ ପହଞ୍ଚିଥିଲେ । କିନ୍ତୁ ଏ ସବୁ ପ୍ରାକୃତିକ କାରଣରୁ ହୋଇଥିବା କୁହାଯାଉଛି ।

ଓଡ଼ିଶା କଂଗ୍ରେସକୁ ମିଳିବ ନୂଆ ମଙ୍ଗୁଆଳ

ଭୁବନେଶ୍ୱର: ଓଡ଼ିଶା କଂଗ୍ରେସର ହେବ ନବକଳେବର । ଦଳକୁ ମିଳିବ ନୂଆ ନେତୃତ୍ୱ । ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । କଂଗ୍ରେସର ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର କଂଗ୍ରେସ ଭବନରେ ପିସିସି ସଭାପତିଙ୍କ, ବିଧାୟକ ଓ ଅନ୍ୟ ନେତାଙ୍କ ସହ ମିଶିଛନ୍ତି । ଚର୍ଚ୍ଚା ହେଉଛି କଂଗ୍ରେସ ବିଧାୟକ ଦଳ ନେତା ପଦରୁ ନରସିଂହ ମିଶ୍ର ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଆଜି କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ୩୦ ମିନିଟ୍ ଧରି ନରସିଂହ ଦଳର ସଂଗଠନ ଉପରେ ଆଲୋଚନା କରିବା ପରେ ଏପରି ଚର୍ଚ୍ଚା କଂଗ୍ରେସ ଶିବିରକୁ ଦୋହଲାଇ ଦେଇଛି ।

Are Narasingh Mishra Resigned From The Leader Post Of Congress Legislature Party

ତେବେ ଇସ୍ତଫା କି ଦଳର ସଂଗଠନ ଉପରେ କିଛି କହିବାକୁ ମନା କରିଛନ୍ତି ନରସିଂହ ମିଶ୍ର । ଅନ୍ୟପଟେ ରାଜ୍ୟ କଂଗ୍ରେସ ପ୍ରଭାରୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏ ନରସିଂହଙ୍କ ଇସ୍ତଫା ନେଇ ମୁହଁ ଖୋଲି ନାହାନ୍ତି । ଅନ୍ୟପଟେ ଖୁବଶୀଘ୍ର ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ମୁଖିଆ । ଏନେଇ ଦଳୀୟ ନେତା ଓ ବିଧାୟକଙ୍କ ସହ ୱାନ ଟୁ ୱାନ ଆଲୋଚନା କରିଛନ୍ତି ପ୍ରଭାରୀ ଚେଲ୍ଲା କୁମାର । ଆଲୋଚନା ପରେ ଖୁବଶୀଘ୍ର ଅର୍ଥାତ ମେ’ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସକୁ ନୂଆ ପିସିସି ସଭାପତି ମିଳିଯିବ ବୋଲି ଅନୁମାନ କରାଯାଉଛି  ।

Are Narasingh Mishra Resigned From The Leader Post Of Congress Legislature Party

ଆଜିର ଆଲୋଚନାକୁ ନେଇ ଚେଲ୍ଲା କୁମାର ହାଇକମାଣ୍ଡଙ୍କୁ ରିପୋର୍ଟ ପ୍ରଦାନ କରିବେ । ମୁଖ୍ୟତଃ ହାଇକମାଣ୍ଡ ପ୍ରସ୍ତାବିତ ତିନିଟି ନାଁ ମଧ୍ୟରୁ ଜଣକ ଉପରେ ମୋହର ମାରିପାରନ୍ତି । ପିସିସି ସଭାପତି ରେସରେ ଦଳର ବରିଷ୍ଠ ନେତା ଶରତ ପଟ୍ଟନାୟକ, ଭକ୍ତ ଦାସ ଓ ମହମ୍ମଦ ମୋକିମ ରହିଛନ୍ତି । ୨୦୧୯ ନିର୍ବାଚନ ପରାଜୟ ପରେ ନୈତିକତା ଓ ପରେ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦୁଇ ଥର ଇସ୍ତଫା ଦେଇଛନ୍ତି ।

Jersy Box Office Collection: ୟଶଙ୍କ KGF ସାମ୍ନାରେ ଶହୀଦ ହେଲା ଶାହିଦଙ୍କ ଜର୍ସି

ନୂଆଦିଲ୍ଲୀ:  କବୀର ସିଂରୁ ଭାରତ ଏବଂ ଭାରତ ବାହାରେ  ଜବରଦସ୍ତ ନା କରିଥିବା ଅଭିନେତା ଶାହିଦଙ୍କ ଫିଲ୍ମ ଜର୍ସିଠାରୁ ଖୁବ୍‌ ଆଶା ଥିଲା ।  କିନ୍ତୁ ଫିଲ୍ମ ଅଭିନେତାଙ୍କ ସମସ୍ତ ଆଶାକୁ ଫିକା କରି ଦେଇଛି ।  ରିଲିଜର ପ୍ରାୟ ତିନି ଦିନରେ ଫିଲ୍ମ ୟଶଙ୍କ ଫିଲ୍ମ କେଜିଏଫ୍‌ ସାମ୍ନାରେ ଫିକା ପଡ଼ିଯାଇଛି ।  ଫିଲ୍ମ ନିର୍ମାତା ମଧ୍ୟ ବିଶ୍ୱାସ କରିପାରୁନାହାଁନ୍ତିଯେ,  ଏତେ ପରିଶ୍ରମ ପରେ ମଧ୍ୟ କାହିଁକି ଫିଲ୍ମ ବକ୍ସ ଅଫିସରେ ହିଟ୍‌ ହୋଇପାରୁନାହିଁ ।  ସିନେମାଘରେ ଭିଡ଼ ମଧ୍ୟ ଜମୁନାହିଁ ।  ୨୨ ଏପ୍ରିଲରେ ରିଲିଜ ହୋଇଥିଲେ ମଧ୍ୟ ଫିଲ୍ମର ରୋଜଗାର କମ୍‌ ରହିଛି ।

ଓପନିଂରେ ଫିଲ୍ମ ୪ କୋଟି ସଂଗ୍ରହ କରିଥିଲା ।  ଶନିବାର ଫିଲ୍ମ ବକ୍ସ ଅଫିସରେ ୫.୫୦ କୋଟି ସଂଗ୍ରହ କରିଥିଲା । ଶନିବାର କଲେକ୍ସନକୁ ଦେଖି ଲୋକ ଭାବୁଥିଲେ ରବିବାର ଫିଲ୍ମ ଭଲ କଲେକ୍ସନ କରିବ, କିନ୍ତୁ ଆଶା ଆଶାରେ ରହିଯାଇଛି ।  ରବିବାର ଫିଲ୍ମ ୪.୭୦ କୋଟି ଏବଂ ସୋମବାର ୩.୫୦ କୋଟି ପାଖାପାଖି ରହିଛି ।  ଯଦି ମଙ୍ଗଳବାର କଥା ଆଲୋଚନା କରିବା ତେବେ ଫିଲ୍ମ ୩ କୋଟି ବାଣିଜ୍ୟ କରିପାରେ । ଫିଲ୍ମ ୫ ଦିନରେ ପ୍ରାୟ ୨୦ କୋଟି କଲେକ୍ସନ କରିଛି ।

ସୂଚନାଯୋଗ୍ୟ, ଶାହିଦ କପୂରଙ୍କ ସହିତ ମୃଣାଳ ଠାକୁର ନଜର ଆସିଛନ୍ତି । ପଙ୍କଜ କପୂରଙ୍କୁ ମଧ୍ୟ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି ।

ହାତ ଧରିବେନି ପ୍ରଶାନ୍ତ କିଶୋର, ଟ୍ୱିଟ୍ କଲେ ସୁରଜୱାଲା

ନୂଆଦିଲ୍ଲୀ: କଂଗ୍ରେସରେ ମିଶିବେନି PK  ।  ଦୀର୍ଘ ଦିନର ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଲେ  ରାଜନୈତିକ ଋଣନିତୀକାର  ।  ହଁ ଖୋଦ ପ୍ରଶାନ୍ତ କିଶୋର ଏହି ପ୍ରସ୍ତାବକୁ ମନା କରିଦେଇଛନ୍ତି  । କଂଗ୍ରେସର ବରିଷ୍ଠ ନେତା ଋଣଦୀପ ସୁରଜୱାଲା ଏନେଇ ସୂଚନା ଦେଇଛନ୍ତି  । ୨୦୨୪ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସକୁ ମଜଭୁତ କରିବାକୁ ପ୍ରୟାସ କରିଛନ୍ତି PK  । ପ୍ରଶାନ୍ତ କିଶୋରଙ୍କ ପ୍ଲାନରେ ଦଳ ଏକ ନୂତନ କମିଟି ଗଠନ କରିଛି  । ୟେଉଁ କମିଟି ଆଗାମୀ ନିର୍ବାଚନରେ କଂଗ୍ରେସ ପାଇଁ ସଞ୍ଜୀବନି ସଦୃଶ୍ୟ ହେବା ନେଇ ଚର୍ଚ୍ଚା ହେଉଛି  ।

ସୂଚନା ମୁତାବକ  ରାଜନୈତିକ ରଣନିତୀକାର ପ୍ରଶାନ୍ତ କିଶୋରଙ୍କ ସହ କଂଗ୍ରେସର ଶୀର୍ଷ ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା  । ୨୦୨୪ ନିର୍ବାଚନ ପାଇଁ ପିକେଙ୍କ ପ୍ରସ୍ତାବ ମୁତାବକ ଏକ କମିଟି ଗଠନ କରାଯାଇଛି  । ଏହା କମିଟିରେ ଖୋଦ ପିକେଙ୍କୁ ସଦସ୍ୟ ରଖିବା ପାଇଁ ଇଛୁକ ଥିଲେ କଂଗ୍ରେସ କମାଣ୍ଡ  । ଏବଂ ଦଳରେ ଯୋଗ ଦେଇ କମିଟିରେ ସଦସ୍ୟ ରହିବାକୁ ପ୍ରସ୍ତାବ ଦେଇଥିଲେ ଦଳର ସଭାପତି  । କିନ୍ତୁ ପ୍ରଶାନ୍ତ କିଶୋର ଏହି ପ୍ରସ୍ତାବକୁ କାରଜ କରିଦେଇଥିବା ସୂଚନା ଦେଇଛନ୍ତି ରଣଦୀପ ସୁରଜୱାଲା  ।

କିନ୍ତୁ କାହିଁକି ସୋନିଆଙ୍କ ନିମନ୍ତ୍ରଣ ରଖିଲେନି ପିକେ ?

ସୂଚନା ମୁତାବକ ରାଜନୈତିକ ରଣନିତୀକାର ପ୍ରଶାନ୍ତ କିଶୋରଙ୍କ ସହ କଂଗ୍ରେସର ଶୀର୍ଷ ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା । ୨୦୨୪ ନିର୍ବାଚନ ପାଇଁ ପିକେଙ୍କ ପ୍ରସ୍ତାବ ମୁତାବକ ଏକ କମିଟି ଗଠନ କରାଯାଇଛି । ଏହା କମିଟିରେ ଖୋଦ ପିକେଙ୍କୁ ସଦସ୍ୟ ରଖିବା ପାଇଁ ଇଛୁକ ଥିଲେ କଂଗ୍ରେସ କମାଣ୍ଡ । ଏବଂ ଦଳରେ ଯୋଗ ଦେଇ କମିଟିରେ ସଦସ୍ୟ ରହିବାକୁ ପ୍ରସ୍ତାବ ଦେଇଥିଲେ ଦଳର ସଭାପତି । କିନ୍ତୁ ପ୍ରଶାନ୍ତ କିଶୋର ଏହି ପ୍ରସ୍ତାବକୁ କାରଜ କରିଦେଇଥିବା ସୂଚନା ଦେଇଛନ୍ତି ରଣଦୀପ ସୁରଜୱାଲା ।

ସେପଟେ କଂଗ୍ରେସର ବିଗ ଅଫର ସ୍ୱତେ କାହିଁକି ହାତ ଧରିଲେନି ପିକେ ?
ପ୍ରଶାନ୍ତ କିଶୋର କହିଛନ୍ତି, କଂଗ୍ରେସରେ ମୋର ଆବଶ୍ୟକତା ନାହିଁ । ବଂର ଦଳରେ ଥିବା ଅନେକ ନେତାଙ୍କ ପଦବୀ ପରିବର୍ତ୍ତନ କରିବାର ଯଥେଷ୍ଠ ଆବଶ୍ୟକତା ରହିଛି । ମୋତେ EAG ବା ଏମ୍ପାୟର୍ଡ ଆକ୍ସନ କମିଟି ସଦସ୍ୟ ଭାବେ କଂଗ୍ରେସରେ ସାମିଲ କରିବା ପ୍ରସ୍ତାବକୁ ମୁଁ ଖାରଜ କରିଦେଇଛି । ସାମୁହିକ ଇଛାଶକ୍ତି ଏବଂ ପ୍ରଭାବୀ ନେତୃତ୍ୱଙ୍କ ଫଳରେ କଂଗ୍ରେସରେ ପରିବର୍ତ୍ତନ ଘଟିପାରିବ । ଫଳରେ ସଂରଚନାତ୍ମକ ସମସ୍ୟାର ସମାଧାନ ଘଟିପାରିବ । ଯାହା ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି କହିଛନ୍ତି ପିକେ ।

କିଛିଦିନ ତଳେ ପ୍ରଶାନ୍ତ କିଶୋର କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଏକ ପ୍ରୋଜେକ୍ସନ ରିପୋର୍ଟ ଦେଇଥିଲେ । ୬ଶହ ପୃଷ୍ଠା ସମ୍ଭଳିତ ଏହି ରିପୋର୍ଟରେ ୨୦୨୪ ମୁକାବିଲା ପାଇଁ ରୋଡ ମ୍ୟାପ ପ୍ରସ୍ତୁତ କରିଥିଲେ । ସେପଟେ ପିକେଙ୍କ ପାଇଁ କଂଗ୍ରେସରେ ଏକ କମିଟି ମଧ୍ୟ ଗଠନ କରିଥିଲେ ସୋନିଆ । ଦଳର କିଛି ନେତା ପିକେଙ୍କ ରାଜନୈତିକ ଅତୀତ ଓ ବିଚାରଧାରାକୁ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ଦଳର ବରିଷ୍ଠ ନେତା ରଣଦୀପ ସୁରଜୱାଲା କହିଛନ୍ତି- ପିକେଙ୍କୁ ଦଳକୁ ନିମନ୍ତ୍ରଣ କରିଥିଲେ ସୋନିଆ ଗାନ୍ଧୀ । କିନ୍ତୁ ପିକେ କଂଗ୍ରେସର ହାତ ଧରିବେ ନାହିଁ ବୋଲି ସିଧା ସିଧା ମନାକରି ଦେଇଥିଲେ ।

କାହିଁକି ବନ୍ଦ କଲ ମୋ ସ୍ତ୍ରୀର ଦରମା ? ଏମିତି କହି ଜିଲ୍ଲା ଶିକ୍ଷାଧିକାରୀଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ

ବ୍ରହ୍ମପୁର: ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପିଟିଲେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ବୀନିତା ସେନାପତିଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ସରକାରୀ କାର୍ଯ୍ୟାଳୟରେ ପଶି ଡିଇଓଙ୍କୁ ଆକ୍ରମଣ କରିଛନ୍ତି ବେଲଗୁଣ୍ଠା ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାମୀ ସୁମନ । ଆକ୍ରମଣରେ ଗୁରୁତର ହୋଇ ଏମକେସିଜିରେ ଭର୍ତ୍ତି ହୋଇଛନ୍ତି ଡିଇଓ ।

Husband Of Headmistress Attacked Ganjam DEO For Salary

ସୁମନ, ଡିଇଓଙ୍କୁ ଆକ୍ରମଣ କରିବା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁସାରେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ ହୋଇ ଯାଇଥିବା ଅଭିଯୋଗ କରି ସେ ଗତ ଡିସେମ୍ବର ମାସରୁ ଧାରଣାରେ ବସିଥିଲେ । ଆଜି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟକୁ ଯିବା ସମୟରେ ତାଙ୍କୁ ଆକ୍ରମଣ କରିଥିଲେ ସୁମନ ।

ବିଏସ୍‌ଏଫ୍ ପକ୍ଷରୁ ବିକ୍ରମ ଦେବ କଲେଜରେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ଓ ଡଗ୍ ଶୋ’

କୋରାପୁଟ: ଆଜାଦି କା ଅମୃତ ମହୋତ୍ସବ ଅବସରରେ ୨୬ ଏପ୍ରିଲ ୨୦୨୨ରେ  ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍) କୋରାପୁଟ ଶାଖା ପକ୍ଷରୁ ବିକ୍ରମ ଦେବ କଲେଜରେ ଏକ ଡଗ୍ ଶୋ’ ଅନୁଷ୍ଠିତ ହୋଇଥିଲା । ଏହା ସହିତ ସୀମା ସୁରକ୍ଷା ବଳ ଦ୍ୱାରା ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ଉପକରଣ ସବୁ ପ୍ରଦର୍ଶିତ ହୋଇଥିଲା ।

ଏହି ଅବସରରେ ବିଏସ୍ଏଫ୍ ଛୋଟ ହତିଆର ମଧ୍ୟରେ ହ୍ୟାଣ୍ଡ ଗ୍ରେନେଡ୍ ସହିତ ଅସାଲ୍ଟ ରାଇଫଲ୍, ୟୁବିଜିଏଲ୍ (ଅଣ୍ଡର ବ୍ୟାରେଲ୍ ଗ୍ରେନେଡ୍), ମୋର୍ଟାର, ଲାଇଟ୍ ମେସିନ୍ ଗନ, ମିଡିୟମ୍ ମେସିନ୍ ଗନ୍, ହ୍ୟାଣ୍ଡ ହୋଲ୍ଡ ମେଟାଲ ସହିତ ବିଭିନ୍ନ ହତିଆର ପ୍ରଦର୍ଶିତ କରାଯାଇଥିଲା । ଥର୍ମାଲ ଇଭେଜିଂ ଡିଭାଇଜ୍, ନାଇଟ୍ ଭିଜନ ଉପକରଣ ବିଷୟରେ କଲେଜ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା ।

ଅସ୍ତ୍ରଶସ୍ତ୍ର ପ୍ରଦର୍ଶନୀ ସହିତ ଡଗ୍ ଶୋ’ ଆୟାେଜିତ ହୋଇଥିଲା । ଏଥିରେ ବିଏସ୍ଏଫ୍‌ ଯବାନମାନେ କୁକୁରଙ୍କୁ ବ୍ୟବହାର କରି ଦେଶ ସୁରକ୍ଷାକୁ କିଭଳି ସୁନିଶ୍ଚିତ କରୁଛନ୍ତି ତାହା ଅବଗତ କରାଇଥିଲେ ।

ମଦନ ଲାଲ ଆଇଜି ବିଏସ୍ଏଫ୍ (କୋରାପୁଟ), ଅଜୟ କୁମାର କମାଣ୍ଡାଣ୍ଟ, ୧୫୧ ବାଟାଲିୟନ୍ ବିଏସ୍ଏଫ୍, କର୍ଣ୍ଣନ ନବୀନ ପାରାଶର, ୧ ଓଡ଼ିଶା ଇନ୍‌ଫେଣ୍ଟ୍ରି କମ୍ପାନୀଙ୍କ ସହିତ ବିକ୍ରମ ଦେବ କଲେଜ ଅଧ୍ୟକ୍ଷ ଗୋପାଳ ହଲଦର ଏବଂ ଅନ୍ୟ କଲେଜ କର୍ମଚାରୀ ଉପସ୍ଥିତ ଥିଲେ ।

ଆଇଜି ଛାତ୍ରଙ୍କ ସହ କଥାବାର୍ତ୍ତା ସମୟରେ ପ୍ରଯୁକ୍ତି ବିଦ୍ୟା, ଆଧୁନିକ କୌଶଳ ଦ୍ୱାରା କିଭଳି ଅସ୍ତ୍ରଶସ୍ତ୍ର ବିକଶିତ ହୋଇଥାଏ ସେ ସମ୍ପର୍କରେ ଅବଗତ କରାଇଥିଲେ । ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଛାତ୍ରଛାତ୍ରୀଙ୍କ ମଧ୍ୟ ଦେଶମାତୃକାର ଭାବନାକୁ ଉଜାଗର କରିବା ସହ ବିଏସ୍‌ଏଫରେ ଯୋଗଦେବା ନେଇ ଉତ୍ସାହିତ କରିବାକୁ ଚାହୁଁଛି ବିଏସ୍ଏଫ୍ ।

ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାମିଲ ହେବା ସହ ବିଏସ୍ଏଫ୍ ଓ ଏହାର କାର୍ଯ୍ୟଶୈଳୀ ସମ୍ପର୍କରେ ଜାଣିବାର ଜିଜ୍ଞାସା ପ୍ରକଟ କରିଥିଲେ ।

ହର୍ଷଙ୍କୁ ପସନ୍ଦ ଆସିଲା ଦୋସା ଦୋକାନୀଙ୍କ ନିଆରା ଅନ୍ଦାଜ

ନୂଆଦିଲ୍ଲୀ: ହର୍ଷ ଗୋଏଙ୍କା  ସୋସିଅଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ । ଅଧିକାଂଶ ସମୟରେ ସେ ତାଙ୍କ ଫଲୋର୍ସଙ୍କ ସହିତ ମଜାଦାର ଭିଡ଼ିଓ ସବୁ ଶେୟାର କରନ୍ତି । ନିକଟରେ ସେ ସେହିଭଳି ଏକ ଭିଡ଼ିଓ ଶେୟାର କରିଛନ୍ତି । ଭିଡ଼ିଓରେ ଜଣେ ବ୍ୟକ୍ତିଙ୍କୁ ରାସ୍ତାକଡ଼ରେ ଏକ ଠେଲାଗାଡ଼ିରେ ଦୋସା ତିଆରି କରୁଥିବାର ଦେଖିବାକୁ ମିଳିଛି । ଦୋସା ତିଆରି କରିବାର ଅଦ୍ଭୁତ  କଳା ରାସ୍ତାରେ ଯାଉଥିବା ଲୋକଙ୍କୁ ଦୋକାନ ନିକଟକୁ ଟାଣି ଆଣିବ । ହର୍ଷ ଗୋଏଙ୍କାଙ୍କୁ ଏହି ଭିଡ଼ିଓଟି ଖୁବ ଆକର୍ଷିତ କରିଛି ।  ଭିଡ଼ିଓଟିକୁ ଏପର୍ଯ୍ୟନ୍ତ ୫୦ ହଜାରରୁ ଅଧିକ ଥର ଦେଖା ସରିଲାଣି ।

ଭାଇରାଲ ଭିଡ଼ିଓରେ ଆପଣ ଦୋସା ଦୋକାନୀଙ୍କୁ ଏକ ଠେଲା ଗାଡ଼ିରେ ଏକ ଭିନ୍ନ ଅନ୍ଦାଜରେ ଦୋସା ତିଆରି କରୁଥିବାର ଦେଖିବାକୁ ପାଇବେ ।  ଦୋସା ତିଆରି କରିବା ଠାରୁ ଆରମ୍ଭ କରି ଡ୍ୟାନ୍ସିଂ ଷ୍ଟାଇଲରେ ଫୋପାଡ଼ି ସର୍ଭ କରିବା ପର୍ଯ୍ୟନ୍ତ ଆପଣଙ୍କୁ ତାଙ୍କ ଦୋକାନ ନିକଟକୁ ଯିବାକୁ ବାଧ୍ୟ କରିବ । କିନ୍ତୁ ଖାସ୍‌ କଥା ହେଉଛି ଆମେ ଯାହା ମଧ୍ୟ କାମ କରୁ ହୃଦୟରୁ ମନ ଧ୍ୟାନ ଦେଇ କରିବା ଉଚିତ୍‌, ଏହାଦ୍ୱାରା ଆନନ୍ଦ ମିଳିଥାଏ । ଯାହା ଏହି ବ୍ୟକ୍ତିଙ୍କ ନିକଟରେ ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ମିଳିଛି ।

କେହି କେହି ତାଙ୍କୁ ରୋବଟଠାରୁ ଅଧିକ ଉଚ୍ଚ ସ୍ଥାନରେ ରଖିଛନ୍ତି । ଲୋକଙ୍କ କହିବା ହେଉଛି ରୋବୋ ମଧ୍ୟ ଏମିତି କାମ କରିପାରିବ ନାହିଁ ଯେମିତି ସେହି ଦୋସା ଦୋକାନୀ କରୁଛନ୍ତି । ତେବେ ଏଠାରୁ ଲୋକ ହୋମ୍‌ ଡେଲିଭରି ପସନ୍ଦ କରନ୍ତି ନାହିଁ । କାରଣ ଗ୍ରାହକ ସେହି ସ୍ଥାନରେ ହିଁ ଦୋସାର ମଜା ନେବାକୁ ଚାହାଁନ୍ତି ।

KGFର ଜଲୱା ଜାରି, ୧୧ଦିନରେ ୮୮୩କୋଟି ଟଙ୍କା ଆୟ

ନୂଆଦିଲ୍ଲୀ: ଗ୍ଲୋବାଲ ଷ୍ଟାର ହୋଇଯାଇଥିବା ଅଭିନେତା ୟସଙ୍କ ଫିଲ୍ମ KGF -2 ବ୍ଲକବଷ୍ଟର ହୋଇଯାଇଛି । ଆଉ ଏହି ଫିଲ୍ମ ବକ୍ସଅଫିସରେ ଧମାଲ କରିଛି । ଫିଲ୍ମ ରିଲିଜ ହେବାର ୧୧ ଦିନ ହୋଇଯାଇଥିଲେ ବି ଏହାର କ୍ରେଜ କମିନି । KGF -2 ଭାରତର ୬ଷ୍ଠ  ସବୁଠୁ ଅଧିକ ରୋଜଗାର କରିଥିବା ଫିଲ୍ମ ହୋଇଯାଇଛି । ବର୍ତ୍ତମାନ ସୁଦ୍ଧା ଫିଲ୍ମଟି ସମୁଦାୟ ୮୮୩କୋଟି ଟଙ୍କାର ଆୟ କରିସାରିଛି ।

କୁହାଯାଉଛି ଯେ, ୧୧ଦିନରେ KGF-2 ୮୮୩କୋଟି ଟଙ୍କା ରୋଜଗାର କରି ଅମିର ଖାନଙ୍କ ଫିଲ୍ମ ପିକେ’କୁ ପଛରେ ପକାଇଛି । ଆଉ ଏହି ଫିଲ୍ମ ଖୁବ ଶୀଘ୍ର ହଜାର କୋଟି ଟଙ୍କାରୁ ଅଧିକ ଆୟ କରିବ ବୋଲି ଅନୁମାନ କରାଯାଉଛି ।

ଟ୍ରେଣ୍ଡ ଆନାଲିଷ୍ଟ ମନୋବାଲା ବିଜୟବାଲାଙ୍କ ଟ୍ୱିଟ ଅନୁସାରେ, ୧୦୦କୋଟିର ବଜେଟରେ ନିର୍ମିତ ଫିଲ୍ମ  KGF-2 ଦ୍ୱତୀୟ ସପ୍ତାହ ଅର୍ଥାତ୍ ୧୧ତମ ଦିନରେ ୬୪.୮୩ କୋଟି ଟଙ୍କାର ରୋଜଗାର କରିଛି । ଏବଂ ଏହି ଆୟକୁ ଯୋଡ଼ି KGF-2  ବର୍ତ୍ତମାନ ସୁଦ୍ଧା ୮୮୩.୫୬ କୋଟି ଟଙ୍କା ହୋଇଛି । କୁହାଯାଉଛି ଯେ, ଫିଲ୍ମଟି ଅମିରଙ୍କ  ଫିଲ୍ମ ପିକେ’ର ଲାଇଫଟାଇମ୍ କଲେକ୍ସନକୁ ପଛରେ ପାଇଛି ଏବଂ ଭାରତର ସବୁଠୁ ଅଧିକ ରୋଜଗାର କରିଥିବା ୬ଷ୍ଠ ଫିଲ୍ମ ହୋଇଯାଇଛି ।

ହିନ୍ଦି ଭାଷାରେ ୩୦୦କୋଟିରୁ ଅଧିକ ଟଙ୍କାର ଆୟ କରିସାରିଛି KGF-2

ରକି ଭାଇ ଅର୍ଥାତ୍ ୟଶଙ୍କ ଫିଲ୍ମ KGF-2ର ହିନ୍ଦି ଭର୍ଜନ ମଧ୍ୟ ବକ୍ସ ଅଫିସରେ କମାଲ କରିଛି । ଏହା ୩୦୦ କୋଟିରୁ ଅଧିକ ଆୟ କରିସାରିଛି । ଟ୍ରେଣ୍ଡ ଆନାଲିଷ୍ଟ ତରୁଣ ଆଦର୍ଶଙ୍କ ଅନୁସାରେ KGF-2ର ହିନ୍ଦି ବର୍ଜନ ୧୧ଦିନରେ ୩୨୧.୧୨ କୋଟି ଟଙ୍କା ରୋଜଗାର କରିସାରିଛି । ସୂଚନା ଥାଉକି, ଫିଲ୍ମଟିକୁ ୧୪ ଏପ୍ରିଲ ହଲମାନଙ୍କରେ ରିଲିଜ କରାଯାଇଛି । ଏହି ଫିଲ୍ମରେ ୟସ ଏବ ଶ୍ରୀନିଧି ସେଠୀଙ୍କ ବ୍ୟତୀତ ସଞ୍ଜୟ ଦତ୍ତ, ରବୀନା ଟଣ୍ଡନଙ୍କ ଭଳି ନାମିଦାମୀ ଅଭିନେତା ଅଛନ୍ତି । ଆଉ ଏହି ଫିଲ୍ମ ପାଇଁ ସମସ୍ତ କଳାକାରଙ୍କୁ ଖୁବ ପ୍ରଶଂସା ମଧ୍ୟ ମିଳିଛି । ଆଉ ମଧ୍ୟ ସମସ୍ତଙ୍କ ଚରିତ୍ର ସୁପର ହିଟ୍ ହୋଇଛି । ଫିଲ୍ମଟିକୁ ତେଲୁଗୁ, ତାମିଲ, କନ୍ନଡ, ହିନ୍ଦି ଏବଂ ମାଲୟାଲମ ଭାଷାରେ ରିଲିଜ କରାଯାଇଛି ।