spot_img
Home Blog Page 4463

ସଲମାନଙ୍କ ‘ବିଗବସ’ଠାରୁ ଭଲ କଙ୍ଗନାଙ୍କ ‘ଲକ୍‌ ଅପ୍‌’

ମୁମ୍ବାଇ: କଙ୍ଗନା ରନୌତଙ୍କ ଶୋ ଲକ୍‌ ଅପ୍‌ ଗତ କିଛି ଦିନ ମଧ୍ୟରେ ଲୋକଙ୍କ ଧ୍ୟାନ ଆକର୍ଷଣ କରିବାରେ ସକ୍ଷମ ହୋଇଛି । ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରୁଛନ୍ତି ।  ନିକଟରେ ଘର ମଧ୍ୟରୁ ଦ୍ୱିତୀୟ ଥର ପାଇଁ ବାହାରିଛନ୍ତି ଅଭିନେତା କରଣବୀର ବୋହରା । କରଣବୀର ବୋହରାଙ୍କୁ ବିଗବସ ସିଜନ ୧୨ରେ ମଧ୍ୟ ଦେଖିବାକୁ ମିଳିଥିଲା । କିନ୍ତୁ ଶୋ’ରୁ ବାହାରିବା ପରେ ସେ ସଲମାନଙ୍କ ବିଗବସ ସହିତ କଙ୍ଗନାଙ୍କ ଲକ୍‌ ଅପ୍‌ କୁ ତୁଳନା କରିଛନ୍ତି ।

ଏକ ସାକ୍ଷାତକାରରେ କରଣ କହିଛନ୍ତିଯେ, କଙ୍ଗନା ବିନା ଡରରେ ନିଜର ମତ ପ୍ରକାଶ କରନ୍ତି । ସେ ଘର ଭିତରେ ଯେମିତି ଘର ବାହାରେ ମଧ୍ୟ ସେମିତି । ଲୋକଙ୍କ ଚିନ୍ତାଧାରା ତାଙ୍କୁ ନେଇ ଖୁବ୍‌ ଭିନ୍ନ । ଲୋକ ଭାବନ୍ତି ସେ ଅନ୍ୟକୁ ଜଜ୍‌ କରନ୍ତି, କିନ୍ତୁ ବାସ୍ତବରେ ତାହା ନୁହେଁ, ସେ ଖୁବ୍‌ ନମ୍ର । ସେ ଅନ୍ୟ ମଧ୍ୟରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତି । ଯେଉଁଥିପାଇଁ ଜଣେ ହୋଷ୍ଟ ଭାବରେ ସେ ସମସ୍ତଙ୍କର ପ୍ରିୟ ହୋଇ ପାରିଛନ୍ତି ।  ଅନ୍ୟପଟେ ସଲମାନ ଭାଇ ଜଣେ ବଡ଼ ଭାଇ ଭଳି । ସେ ଭୁଲକୁ ଦର୍ଶାନ୍ତି । ହୋଷ୍ଟ ଭାବରେ ତାଙ୍କର ଚମକ ଖୁବ୍‌ ଭିନ୍ନ । କିନ୍ତୁ ପ୍ରଥମ ଶୋ’ ଭାବରେ କଙ୍ଗନାଙ୍କ ଶୋ ଖୁବ୍‌ ଭଲ  ।

ଏହା ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ କରଣ କହିଥିଲେଯେ, ବିଗବସ ତୁଳନାରେ କଙ୍ଗନାଙ୍କ ଶୋ ଖୁବ୍‌ ଭଲ ।   କାରଣ କଙ୍ଗନାଙ୍କ ଶୋ’ରେ ତାଙ୍କୁ କେହି ଜଜ୍‌ କରୁନଥିଲେ, ଯାହା ତାଙ୍କୁ ଖୁବ୍‌ ପସନ୍ଦ ଆସିଲା ।

ଯଶସ୍ୱୀ ସାଧକ ମନୋଜ ଦାସଙ୍କ ସ୍ମୃତିରେ ଆନ୍ତର୍ଜାତୀୟ ପୁରସ୍କାର ନିୟମାବଳୀରେ ପରିବର୍ତ୍ତନ

ଭୁବନେଶ୍ୱର: ଯଶସ୍ୱୀ ସାରସ୍ୱତ ସାଧକ ସ୍ୱର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବା ନେଇ ୨୦୨୧ ମେ’ ମାସରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତା’ସହ ନିୟମାବଳୀ ମଧ୍ୟ ପ୍ରକାଶିତ ହୋଇଥିଲା । ତେବେ ବିଭିନ୍ନ ସ୍ତରରେ ସାହିତ୍ୟିକ ଓ ବିଶିଷ୍ଟ ବ୍ୟକ୍ତିଙ୍କର ମତାମତ ସଂଗ୍ରହ କରାଯାଇ ଏହି ପୁରସ୍କାରରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ।

ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଓଡ଼ିଆ ସାହିତ୍ୟିକ ମାନଙ୍କୁ ଆନ୍ତର୍ଜାତୀୟ ପୁରସ୍କାର ରାଶି ବାବଦକୁ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା । ନୂତନ ନିଷ୍ପତ୍ତି ଅନୁଯାୟୀ ଇଂରାଜୀ ଭାଷାରେ ସୃଜନାତ୍ମକ ସାହିତ୍ୟ ସୃଷ୍ଟି କରୁଥିବା ଭାରତୀୟ ସାହିତ୍ୟିକ ମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ।

ସେହିପରି ଯୁବପିଢ଼ି ମଧ୍ୟରେ ଉଭୟ ଇଂରାଜୀ ଓ ଓଡ଼ିଆ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ପ୍ରତିବର୍ଷ ହାଇସ୍କୁଲ ସ୍ତରରେ ଇଂରାଜୀ ଓ ସାହିତ୍ୟରେ ମୌଳିକ ରଚନା ପାଇଁ ‘ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ’ ପ୍ରଦାନ କରାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ଏଥି ନିମନ୍ତେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଗୋଟିଏ ଗୋଟିଏ ପୁରସ୍କାର  ପ୍ରଦାନ କରାଯିବ । ପୁରସ୍କାର ବାବଦରେ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।

Changes In Author Manoj Das International Award Norms

ନୂତନ ନିଷ୍ପତ୍ତି ଅନୁଯାୟୀ ଉଭୟ ଇଂରାଜୀ ଓ ଓଡ଼ିଆ ଗଳ୍ପ ବିଭାଗରେ ରାଜ୍ୟସ୍ତରରେ ପ୍ରଥମ ବିବେଚିତ ଛାତ୍ରଛାତ୍ରୀ ମାନଙ୍କୁ ୩୦ ହଜାର ଟଙ୍କା, ଦ୍ୱିତୀୟ ବିବେଚିତ ଛାତ୍ରଛାତ୍ରୀ ମାନଙ୍କୁ ୨୦ ହଜାର ଟଙ୍କା ଏବଂ ତୃତୀୟ ବିବେଚିତ ଛାତ୍ରଛାତ୍ରୀ ମାନଙ୍କୁ ୧୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ଦିଆଯିବା ସହ ମନୋଜ ଦାସଙ୍କ ପୁସ୍ତକ, ତୈଳଚିତ୍ର, ଅଙ୍ଗବସ୍ତ୍ର ଓ ତାମ୍ରଫଳକ ପ୍ରଦାନ କରାଯିବ । ପ୍ରଥମ ସ୍ଥାନ ପାଇଁ ପ୍ରତ୍ୟେକ ବିଭାଗରେ ଜଣଙ୍କୁ, ଦ୍ୱିତୀୟ ସ୍ଥାନ ପାଇଁ ପ୍ରତ୍ୟେକ ବିଭାଗରେ ଦୁଇ ଜଣଙ୍କୁ ଓ ତୃତୀୟ ସ୍ଥାନ ପାଇଁ ପ୍ରତ୍ୟେକ ବିଭାଗରେ ତିନି ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏଥିନିମନ୍ତେ ପ୍ରତିବର୍ଷ ୨ ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ।

ସେହିପରି ମନୋଜ ଦାସଙ୍କ ପରିବାର ସଦସ୍ୟ ମାନଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ତାଙ୍କର ଜନ୍ମସ୍ଥାନ ବାଲେଶ୍ୱର ଜିଲ୍ଲା ଶଂଖାରୀ ଗ୍ରାମରେ ଥିବା ତାଙ୍କର ପୈତୃକ ବାସଭବନକୁ ହାତକୁ ନେବେ ଏବଂ ତାହାକୁ ପ୍ରଥିତଯଶା ଭାତୃଦ୍ବୟ   ପ୍ରଫେସର ମନ୍ମଥ ନାଥ ଦାସ ଓ ମନୋଜ ଦାସ, ଏହି ଦୁଇ ଭାଇଙ୍କ ନାମରେ  ‘ମନ୍ମଥ-ମନୋଜ ସ୍ମାରକୀ’ ଭାବରେ ଘୋଷଣା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । ସେଠାରେ ଉଭୟ ମନ୍ମଥ ନାଥ ଦାସ ଓ ମନୋଜ ଦାସଙ୍କ ଦ୍ୱାରା ଇତିହାସ ଓ ସାହିତ୍ୟ ଉପରେ ଲିଖିତ ସମସ୍ତ ପୁସ୍ତକକୁ ରଖାଯାଇ ଏକ ଲାଇବ୍ରେରୀ ମଧ୍ୟ ସ୍ଥାପନ କରାଯିବ ଓ ବାସଭବନ ପରିସରରେ ଥିବା ମନ୍ଦିରର ସଂରକ୍ଷଣ ମଧ୍ୟ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।

ଏଥିପାଇଁ ତାଙ୍କ ପରିବାର ତରଫରୁ ଆବଶ୍ୟକ ପୈତୃକ ଜମି ଓ ଘର ହସ୍ତାନ୍ତର ପ୍ରକ୍ରିୟା ଜାରି ରହିଛି । ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଖୁବଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ତାତିରୁ ନାହିଁ ନିସ୍ତାର, ୪୪.୫ ଡିଗ୍ରୀ ତାପମାତ୍ରାରେ ଭାଜି ହେଲା ବୌଦ୍ଧ

ଭୁବନେଶ୍ୱର: ଏବେ ତାତିରୁ ମିଳିବନି ନିସ୍ତାର । ଆଜି ରାଜ୍ୟର ୨୨ ସହରରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରେକର୍ଡ କରାଯାଇଛି । ୯ ସହରରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀରୁ ଅଧିକ ରହିଛି । ୪୪.୫ ଡିଗ୍ରୀ ସେଲସିୟସ୍ ତାପମାତ୍ରା ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଭାବେ ଉଭା ହୋଇଛି ବୌଦ୍ଧ । ଝାରସୁଗୁଡ଼ାରେ ପାରଦ ୪୩.୯ ଡିଗ୍ରୀ ରହିଥିବା ବେଳେ ବଲାଙ୍ଗିରରେ ୪୩.୮ ଡିଗ୍ରୀ, ସୋନପୁରରେ ୪୩.୬ ଡିଗ୍ରୀ, ଟିଟିଲାଗଡ଼ରେ ୪୩.୫ ଡିଗ୍ରୀ, ଅନୁଗୁଳ ଓ ସମ୍ବଲପୁରରେ ୪୩.୧ ଡିଗ୍ରୀ ଓ ସୁନ୍ଦରଗଡ଼ରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି ।

ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହ ଓ ଉଚ୍ଚ ସୌରତାପ ଯୋଗୁଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଏହି ସମୟରେ ଦିନର ସର୍ବାଧିକ ତାପମାତ୍ରା କିଛି ସ୍ଥାନରେ ୨ ଡିଗ୍ରୀ ଯାଏ ବଢ଼ିଯିବ । ଉପକୂଳ ଓଡ଼ିଶାରେ ଏଭଳି ସ୍ଥିତି ଆଉ ୨ ଦିନ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ ।

ମେ’ ୧ ଯାଏ ହିଟ୍ ୱେଭ ନେଇ ବିଭିନ୍ନ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସହ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ଆଶଙ୍କା ରହିଛି । ଖରା ପାଇଁ ନବଜାତ, ବୟସ୍କ ଓ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଘରୁ ବାହାରକୁ ନ ବାହାରିବାକୁ କୁହାଯାଇଛି ।

ଋଷିଆ ଉପରେ ୟୁକ୍ରେନର ଆଟାକ୍, ଧ୍ୱଂସ କରିଦେଲା ତୈଳ ଡିପୋ

କିଭ୍: ଆକ୍ରମଣର ଜବାବ ଦେଇଛି ୟୁକ୍ରେନ  । ବୃହତ ଦେଶ ଋଷିଆ ଉପରେ ଆଟାକ କରିଛି କ୍ଷୁଦ୍ର ରାଷ୍ଟ୍ର ୟୁକ୍ରେନ  । ନିଜ ଋଣନିତୀରେ ଅଟଳ ଥିବା ଯୁକ୍ରେନ ଋଷିଆକୁ ପାଣି ପିଆଇଛି  । କେତେବେଳେ ମିସାଇଲ ମାଡ଼ କରୁଛି ତ, କେତେବେଳେ ତୈଳ ଡିପୋ ଉପରେ କରୁଛି ଘନାଘନ ଆଟାକ୍  । ଜେଲେନସ୍କିଙ୍କ ଏହି ଜବାବପୂର୍ଣ୍ଣ ଆକ୍ରମଣ ଋଷିଆର ଭିଜନକୁ ମନ୍ଥର କରିଦେଇଛି  ।

ରିପୋର୍ଟ ମୁତାବକ ୟୁକ୍ରେନର ସୀମା ନିକଟରେ ଥିବା ଋଷର ଏକ ତୈଳ ଭଣ୍ଡାରରେ ମିସାଇଲ ମାଡ କରିଛି ୟୁକ୍ରେନ  । ଫଳରେ ସମ୍ପୂର୍ଣ୍ଣ ଭାବେ ଧୂଳିସାତ ହୋଇଯାଇଛି ବଡ଼ ବଡ଼ ତୈଳ ଡିପୋ । ଋଷ ଜରୁରୀକାଳୀନ ସେବା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ସୀମାନ୍ତ ସହ ବ୍ରାଂସ୍କ ଓ ଡୁଝବାରେ ଥିବା ତୈଳ ଭଣ୍ଡାର ଛାରଖାର ହୋଇଯାଇଛି   । ଡୋନବାସରେ ଥିବା ଋଷିଆ ସେନାଙ୍କ ପାଇଁ ଏହିଠାରୁ ଯାଇଥାଏ ତୈଳ  । ସେହିଭଳି ଡୁଝବା ତୈଳ ଡିପୋରୁ ୟୁରୋପକୁ ପାଇପଲାଇନ୍ ଯୋଗେ ତୈଳ ଯୋଗାଣ ହେଉଥିଲା  ।

ୟୁକ୍ରେନର ରିପୋର୍ଟ ମୁତାବକ ଡୋନବାସ ଯୁଦ୍ଧ ଅଭିଯାନକୁ ଶିଥିଳ କରିବା ପାଇଁ ୟୁକ୍ରେନ ଏହିଭଳି ପଦକ୍ଷେପ ନେଇଛି  । ସୀମାଠାରୁ ୭୦ ମାଇଲ ଦୂରରେ ଥିବା ଦୁଇଟି ତୈଳ ଡିପୋକୁ ଏହା ମିସାଇଲ ମାଡ଼ କରି ଉଡ଼ାଇ ଦେଇଛି  । ସେପଟେ ତୈଳ ଭଣ୍ଡାର ଜଳିବାର ଦୃଶ୍ୟ ସାମାଜିକ ଗଣମାଧ୍ୟରେ ଭାଇରାଲ ହେଉଛି । ଏହା ପୂର୍ବରୁ ୟୁକ୍ରେନର ସେନା ଆକ୍ରମଣରେ ଋଷର ବେଲଗୋରଡ ସହରରେ ଥିବା ରୋଜନେଫ୍ଟ ତୈଳ ଭଣ୍ଡାର ଜଳିଯାଇଥିଲା । ସେହିପରି ଋଷର ଆକ୍ରମଣରେ ମଧ୍ୟ ୟୁକ୍ରେନର ଖାରକିବ ଅଞ୍ଚଳରେ ଥିବା ଏକ ବଡ ତୈଳ ଡିପୋରେ ନିଆଁ ଲାଗି ଧ୍ୱଂସ ପାଇଥିଲା ।

 

ଇମ୍ରାନଙ୍କ ଡ୍ରିମ୍ ୟୁନିଭର୍ସିଟରେ ପଢୁଛନ୍ତି ମାତ୍ର ୩୭ ଛାତ୍ର

ଇସଲମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଡ୍ରିମ୍ ୟୁନିଭର୍ସିଟର ଅବସ୍ଥା ଏବେ ଶୋଚନୀୟ  ।  ଅଲ କାଦିର ବିଶ୍ୱବିଦ୍ୟାଳୟ ଲଗାତାର ଲକ୍ଷାଧିକ ଟଙ୍କା ଡୋନେସନ ମିଳୁଛି  । କିନ୍ତୁ ଏକଥା ଶୁଣିଲେ ଆପଣ ହଇରାଣ ହୋଇଯିବେ ଯେ, ଏବେ ୟୁନିଭର୍ସିଟରେ ଅଧ୍ୟୟନ କରୁଛନ୍ତି ମାତ୍ର, ୩୭ ଜଣ ଛାତ୍ରଛାତ୍ରୀ  । ଅଲକାଦିର ବିଶ୍ୱବିଦ୍ୟାଳୟ ୨୦୧୯ ରେ ଏକ ରିୟଲ ଇଷ୍ଟେଟ ବ୍ୟବସାୟୀ ଦାନ ସୂରୂପରେ ପ୍ରଦାନ କରିଥିଲେ ।

ଦ-ନ୍ୟୁଜ ରିପୋର୍ଟ ମୁତାବକ  ଏହାର ମୂଳ ଟ୍ରଷ୍ଟି ରହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ତାଙ୍କ ପତ୍ନୀ ବୁଶରା ବିବି, ଜୁଲଫିକର ଅବାସ ବୁଖାରୀ ଏବଂ ଜହୀର ଉଦ ଦୀନ ବାବର ରହିଥିଲେ  ।  ପରବର୍ତ୍ତୀ ସମୟରେ ବୁଖାରୀ ଏବଂ ବାବରଙ୍କୁ ଏହି ସଂସ୍ଥାର ଟ୍ରଷ୍ଟି ତାଲିକାରୁ ହଠାଇ ଦିଆଯାଇଥିଲା  । ଏବଂ ଏହି ସ୍ଥାନରେ ଆରିଫ ନଜୀର ଭଟ୍ଟ ଏବଂ ଫରହତ ଶହଜାଦୀଙ୍କ  ନାମ ସ୍ଥାନ ପାଇଥିଲା  ।

ଅଲ କାଦୀର ଏକ ବିଶ୍ୱବିଦ୍ୟାଳୟ ବୋଲି ଦାବି କରି ଆସୁଛି  । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ପଞ୍ଜାବ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଉକ୍ତ କଲେଜକୁ ମାନ୍ୟତା ମିଳି ପାରିନାହିଁ  । ସେପଟେ ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ବେଳେ ୟୁନିଭର୍ସିଟ ଯଦି ବା ଠିକ ଠାକ ଚାଲିଥିଲା, ବର୍ତ୍ତମାନ ବିପର୍ଯ୍ୟୟ ହୋଇ ପଡ଼ିଛି ଏହି ୟୁନିଭର୍ସିଟର ଅବସ୍ଥା  । ପଦ ଯିବା ପରେ କଲେଜର ଅବସ୍ଥା ମଧ୍ୟ ତଦନୁରୂପ ହୋଇ ପଡିଛି  । ଫଳରେ ଇମ୍ରାନଙ୍କ ବିପକ୍ଷ ଦଳ ଗୁଡିକ ଏବେ ମଜାକ ଉଡାଇଛନ୍ତି  ।

ବିଲ୍‌ ପେମେଣ୍ଟକୁ ନେଇ ରାଗରେ ପିଟି ପିଟି ମାରିଦେଲେ ରେଷ୍ଟୁରାଣ୍ଟ କର୍ମଚାରୀ

ନୋଏଡ଼ା:  ରେଷ୍ଟୁରାଣ୍ଟ ବିଲ୍‌ ପେମେଣ୍ଯକୁ ନେଇ ଝଗଡ଼ା ଏବଂ ଶେଷରେ ମୃତ୍ୟୁ ।  ନୋଏଡାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।  ସୋମବାର ରାତି ପ୍ରାୟ ୧୧ଟାରେ ନୋଏଡାର କାର୍ଡେନ ଗ୍ୟାଲେରିଆ ମଲ୍‌ ନିକଟରେ ଥିବା ଲଷ୍ଟ ଲେମନ ରେଷ୍ଟ୍ରୋ ବାରରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ମାରି ଦେଇଛନ୍ତି ରେଷ୍ଟୁରାଣ୍ଟ କର୍ମଚାରୀ ।

ସୂଚନା ଅନୁସାରେ ମୃତକଙ୍କ ବୟସ ଥିଲା ୩୦ ବର୍ଷ ।  ନାଁ ବ୍ରଜେଶ୍‌ । ଘର ବିହାରରେ । ପୋଲିସର କହିବା ଅନୁସାରେ ବ୍ରଜେଶ୍‌ ତାଙ୍କ ଅଫିସ ବନ୍ଧୁ ମାନଙ୍କ ସହ ପାର୍ଟି ପାଇଁ ସେହି ରେଷ୍ଟୁରାଣ୍ଟକୁ ଯାଇଥିଲେ । ରାତି ପ୍ରାୟ ୧୧ଟା ବେଳେ ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ସହ ତାଙ୍କର ଗଣ୍ଡଗୋଳ ହୋଇଗଲା । ବିଲ୍‌ ପେମେଣ୍ଟକୁ ନେଇ ସେଠାକାର କର୍ମଚାରୀଙ୍କ ସହ ଝଗଡ଼ା ଯଥେଷ୍ଟ ବଢ଼ିଗଲା । କଥା ଏତେ ବଢ଼ିଗଲାଯେ ସେଠାର କର୍ମଚାରୀ ବ୍ରଜେଶଙ୍କୁ ଖୁବ୍‌ ପିଟାପିଟି କଲେ । ଗୁରୁତର ଅବସ୍ଥାରେ ବ୍ରଜେଶଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଗଲା । କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ହେଲା ।

ସିସିଟିଭି ଫୁଟେଜ ଦେଖିବା ପରେ ୧୨ ଜଣଙ୍କୁ ପୋଲିସ ହେପାଜତକୁ ନେଇଛି । କିନ୍ତୁ କାହାକୁ ମଧ୍ୟ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ ।

ସଫେଇ କମର୍ଚାରୀଙ୍କୁ କୁଶଳୀ ଶ୍ରମିକ ମାନ୍ୟତା ଦିଅ, ବର୍ଦ୍ଧିତ ମଜୁରୀ ଦିଅ

ଭୁବନେଶ୍ବର: ରାଜ୍ୟର ସଫେଇ କର୍ମଚାରୀମାନେ ବହୁବିଧ ଅସୁବିଧା ଦେଇ ଗତି କରୁଛନ୍ତି । ରାଜ୍ୟର ସମସ୍ତ ସହରାଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷାରେ ଏହି ଚୁକ୍ତିଭିତ୍ତିକ ସଫେଇ କର୍ମଚାରୀମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇ ଆସୁଛନ୍ତି । ମାତ୍ର ସେମାନଙ୍କୁ ପରିଶ୍ରମ ଅନୁସାରେ ହକ୍ ମିଳୁନି  । ଅଣକୁଶଳୀ ଶ୍ରମିକଙ୍କ ପାଇଁ ଧାର୍ଯ୍ୟ ମଜୁରୀ ମିଳୁଛି । ତୁରନ୍ତ ଏହି ସଫେଇ କର୍ମଚାରୀମାନଙ୍କୁ କୁଶଳୀ ଶ୍ରମିକର ମାନ୍ୟତା ଦେଇ ଅଧିକ ମଜୁରୀ ସହ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେବାକୁ ଖୋର୍ଦ୍ଧା ଜିଲ୍ଲାସ୍ତରୀୟ ଚୁକ୍ତିଭିତ୍ତିକ ଠିକା ସଫେଇ କର୍ମଚାରୀ ସଂଘ ପକ୍ଷରୁ ଭୁବନେଶ୍ବର ଶ୍ରମ ଆୟୁକ୍ତଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ମୋହନ ନାୟକଙ୍କ ନେତୃତ୍ବରେ ବହୁ ସଫେଇ କର୍ମଚାରୀ ଆସି ଏ ଦାବିପତ୍ର ପ୍ରଦାନ କରିଛନ୍ତି ।

ସଂଘ ପକ୍ଷରୁ ଦର୍ଶାଯାଇଛି, କରୋନା ମହାମାରୀ ସମୟରେ ଏହି ସଫେଇ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରିଥିଲେ । ସହରାଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ । ସ୍ବଚ୍ଛ ଭାରତ ମିଶନରେ ଏମାନଙ୍କର ଅବଦାନ ସର୍ବାଧିକ । ପୌରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନାରେ ଏହି କର୍ମଚାରୀମାନେ ସବୁବେଳେ ବଡ଼ ଭୂମିକା ତୁଲାଇ ଆସୁଛନ୍ତି । ଫିକାଲ ସ୍କଜ କାର୍ଯ୍ୟକ୍ରମରେ ଓଡ଼ିଶା ଜାତୀୟସ୍ତରରେ ପୁରସ୍କୃତ ହୋଇଛି । ଏ କ୍ଷେତ୍ରରେ ଚୁକ୍ତିଭିତ୍ତିକ ସଫେଇ କର୍ମଚାରୀଙ୍କ ଭୂମିକା ସର୍ବାଧିକ । ତେଣୁ ଏମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବା ସହ କୁଶଳୀ ଶ୍ରମିକ ଭାବେ ଗ୍ରହଣ କରି ବର୍ଦ୍ଧିତ ମଜୁରୀ ଦେବାକୁ ଏମାନେ ଦାବି କରିଛନ୍ତି । ରାଜ୍ୟ ସରକାର ସବୁବର୍ଗ ପାଇଁ ବହୁ ଜନକଲ୍ୟାଣ ଯୋଜନା ହାତକୁ ନେଇଛନ୍ତି । ସଫେଇ କର୍ମଚାରୀଙ୍କ ପ୍ରତି ଧ୍ୟାନ ଦେବାକୁ ଦାବି ହୋଇଛି ।

ବହୁ ପ୍ରତିକ୍ଷୀତ ‘ଭୁଲ୍‌ ଭୁଲୈୟା ୨’ର ଟ୍ରେଲର ରିଲିଜ୍‌

ମୁମ୍ବାଇ: ଗୁରୁବାର ହରର କମେଡି ‘ଭୁଲ ଭୁଲେୟା ୨’ର ଟ୍ରେଲର ରିଲିଜ୍‌ ହୋଇଛି । ଟ୍ରେଲରରେ  କାର୍ତ୍ତିକ ଆର୍ୟନ, କିୟାରା ଆଡ଼ବାଣି ଏବଂ ତବୁ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଅନିଜ ବାଜମୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୨୦୦୭ରେ ରିଲିଜ ହୋଇଥିଲା । ଯେଉଁଥିରେ ଅକ୍ଷୟ କୁମାର ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ଅକ୍ଷୟ କୁମାରଙ୍କ ସହିତ ବିଦ୍ୟା ବାଲାନ ଏବଂ ସାଇନି ଆହୁଜା ମଧ୍ୟ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ।

 

ମଙ୍ଗଳବାର ରିଲିଜ ହୋଇଥିବା ଭୁଲ ଭୁଲେୟାଁର ସିକ୍ୱେଲକୁ ଦର୍ଶକ ବେଶ୍‌ ପସନ୍ଦ କରୁଛନ୍ତି ।  କାର୍ତ୍ତିକଙ୍କୁ ଫିଲ୍ମରେ ରୁହ ବାବା ଚରିତ୍ରରେ ଦେଖିବାକୁ ମିଳିଛି । ଯଦିଓ କାର୍ତ୍ତିକ ବେଶ୍‌ ଭଲ ଅଭିନୟ କରିଛନ୍ତି ତଥାପି ଦର୍ଶକ ଅକ୍ଷୟ କୁମାରଙ୍କ ଅଭିନୟକୁ ଖୁବ୍‌ ମନେ ପକାଉଛନ୍ତି ।

ଟ୍ୱିଟରରେ ୟୁଜର୍ସ ଟ୍ରେଲର୍ସକୁ ଯଥେଷ୍ଟ ପ୍ରଶଂସା କରୁଛନ୍ତି ।  ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ ।  ଫିଲ୍ମର ଟ୍ରେଲର  ଯେତିକି କମେଡିଭରା ହୋଇଛି ସେତିକି ମନୋରଞ୍ଜନଧର୍ମୀ ।  ଫିଲ୍ମରେ କମେଡି ଏବଂ ଏଣ୍ଟରଟେନମେଣ୍ଟର ତଡ଼କା ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛନ୍ତି ।

କାହିଁକି ମହିଳାଙ୍କୁ ମୋହରା କରୁଛନ୍ତି ନିଶା ମାଫିଆ ?

ଭୁବନେଶ୍ୱର: ନିଶା କବଳରେ ଭୁବନେଶ୍ୱର । ପୁରୁଷ ଅପେକ୍ଷା ନିଶା କାରାବାରରେ ମାତିଛନ୍ତି ମହିଳା । ପୋଲିସର ସନ୍ଦେହୀ ଆଖିକୁ ଚକମା ଦେବା ପାଇଁ ମହିଳାଙ୍କୁ ଢାଲ କରୁଛନ୍ତି ମାଫିଆ । ବସ୍ତିର ଗଳି କନ୍ଦିରେ କରୁଛନ୍ତି କାରବାର । ଏଥିରେ ରୋକ୍ ଲଗାଇବା ପାଇଁ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ ପରେ ଅବକାରୀ ସ୍କ୍ୱାଡ୍ କରିଛି ସ୍ପେଶାଲ ଡ୍ରାଇଭ୍ । ଗତ ୭ ଦିନରେ ୧୦ଟି ମାମଲା ରଜୁ ହୋଇଥିବା କେବଳ ୫ ମହିଳାଙ୍କୁ ଗରିଫ କରିଛି ଅବକାରୀ ଟିମ୍ ।

Why Drug Peddler Targeting Women In Slum Of Bhubaneswar For Brown Sugar Sell

ରାଜଧାନୀରେ ବଦଳିଛି ବ୍ରାଉନସୁଗାର ବେପାର ତରିକା । କେତେବେଳେ ଗାଡ଼ିର ହେଡ୍ ଲାଇଟରେ ତ ଆଉ କେତେ ବେଳେ ପରିବା ବ୍ୟାଗରେ । ଧଳା ଜହର ଧନ୍ଦାର ମଙ୍ଗ ଧରିଛନ୍ତି ମହିଳା ବେପାରୀ । ବସ୍ତି ଓ ଗଳି କନ୍ଦିରେ ମାତିଛନ୍ତି ନିଶାରାଣୀ । ମହିଳାଙ୍କ ମାୟାରେ ଗ୍ରାହକ ହେଉଛନ୍ତି ମୋହ । ସପ୍ତାହକରେ ବନ୍ଧା ହେଲେଣି ୫ ନିଶା କୁଇନ୍ । କିଏ କରଜ ଶୁଝିବାକୁ ତ ଆଉ କିଏ ନିଶା କାରବାରରେ ଜେଲ୍ ଯାଇଥିବା ସ୍ୱାମୀ ଓ ପରିବାର ଲୋକଙ୍କୁ ଜାମିନରେ ଆଣିବାକୁ ବିକୁଛନ୍ତି ବିଷ ।

Why Drug Peddler Targeting Women In Slum Of Bhubaneswar For Brown Sugar Sell

୧୦ ମାମଲା, ୫ ଗିରଫ

ତାରିଖ ସ୍ଥାନ ଗିରଫ ଜବତ ନିଶା ସାମଗ୍ରୀ
ଏପ୍ରିଲ ୨୦, ୨୦୨୨   ନୟାପଲ୍ଲୀ ହାଟିଆଶୁଣି ବସ୍ତି  ଅନୁପମା ପ୍ରଧାନ  ୫୬ ଗ୍ରାମ ବ୍ରାଉନସୁଗାର
ଏପ୍ରିଲ ୨୧, ୨୦୨୨  କ୍ୟାପିଟାଲ ଥାନା ନାରାୟଣୀ ବସ୍ତି ରଞ୍ଜୁ ନାୟକ ଗିରଫ ୬୩ ଗ୍ରାମ ବ୍ରାଉନସୁଗାର
ଏପ୍ରିଲ ୨୧,୨୦୨୨  ବଡଗଡ ଥାନା ଉପର ସାହି ରୀନା ପ୍ରଧାନ ୨୫ କେଜି ଗଞ୍ଜେଇ
ଏପ୍ରିଲ ୨୫,୨୦୨୨ ଖଣ୍ଡଗିରି ବରବାରି ବସ୍ତି  ଐଶ୍ୱର୍ଯ୍ୟା ମହାପାତ୍ର ଓ କୁନା ମହାନ୍ତି  ୫୬ ଗ୍ରାମ ବ୍ରାଉନସୁଗାର ଓ ମଦ

କାହିଁକି ମହିଳାଙ୍କୁ ମୋହରା କରୁଛନ୍ତି ନିଶା ମାଫିଆ ? ବସ୍ତି ଅଞ୍ଚଳରେ ମହିଳା ମାନେ ବ୍ରାଉନସୁଗାର ବିକ୍ରି କରୁଥିବାରୁ କଲେଜ ଛାତ୍ର, ଯୁବକମାନେ ତାଙ୍କ ଠାରୁ କିଣିଥାନ୍ତି । ଅଳ୍ପ ପରିମାଣରେ ସାମଗ୍ରୀ ହୋଇଥିବାରୁ ମହିଳା ନିଶା ବେପାରୀ ମାନେ ଲୁଚାଇ ରଖିବାକୁ ସୁବିଧା ହୋଇଥାଏ । ତେଣୁ ସହଜରେ ସନ୍ଦେହ ଘେରକୁ ଆସନ୍ତି ନାହିଁ । ନିଶା କାରବାର ଉପରେ ରୋକ୍ ଲଗାଇବା ପାଇଁ ଟିମ୍ ସ୍ପେଶାଲ ଡ୍ରାଇଭ କରୁଛି । ୭ ଦିନରେ ୩୬ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୩୩୨ ଗ୍ରାମ ବ୍ରାଉନସୁଗର ଓ ନଗଦ ୪୯ ହଜାର ଟଙ୍କା ଜବତ ହୋଇଛି । ସେପଟେ ବସ୍ତିରେ ଶିକ୍ଷା ଓ ସଚତେନତାର ଆବଶ୍ୟକତା ରହୁଛି । କମ୍ ସମୟରେ ମୋଟା ଅଙ୍କର ଟଙ୍କା ରୋଜଗାର ଲୋଭ ନିଶା କାରବାର ଭଳି ବାଟକୁ ବାଛୁଛନ୍ତି ମହିଳା ।

Why Drug Peddler Targeting Women In Slum Of Bhubaneswar For Brown Sugar Sell

୨୦୨୧ରେ ନିଶା କାରବାର ନେଇ ୨୧ଟି ମାମଲା ରୁଜୁ ହୋଇଥିବା ବେଳେ ୨୪ ଜଣ ଗିରଫ ହୋଇଥିଲେ । ସେମାନଙ୍କ ଭିତରେ ୧୨ ଜଣ ମହିଳା ନିଶା ବେପାରୀ ଥିଲେ । ଚଳିତ ବର୍ଷ ଆରମ୍ଭରୁ ୧୦ଟି ମାମଲା ରୁଜୁ ହୋଇଥିବା ବେଳେ ଏବେ ସୁଦ୍ଧା ୫ ଜଣ ମହିଳା ଗିରଫ ହୋଇଛନ୍ତି ।

RSP ଠିକା ସଂସ୍ଥାର ସୁପରଭାଇଜରଙ୍କ ହାତରେ ଅସ୍ଥାୟୀ କର୍ମଚାରୀଙ୍କ ଏଟିଏମ୍, ଇଚ୍ଛା ହେଲେ ଖାଲି କରୁଛନ୍ତି ଆକାଉଣ୍ଟ !

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ଉଦ୍ୟାନ ବିଭାଗରେ ଠିକା ସଂସ୍ଥା ଅଧିନରେ କାର୍ଯ୍ୟ କରୁଥିବା ୧୦ରୁ ଅଧିକ ଠିକା କର୍ମଚାରୀ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଠିକା ସଂସ୍ଥାର ସୁପରଭାଇଜର ଠିକା କର୍ମଚାରୀମାନଙ୍କୁ ଭୟଭୀତ କରି ବ୍ୟାଙ୍କ ପାସବୁକ୍, ଏଟିଏମ୍ କାର୍ଡ ନିଜ ପାଖରେ ରଖି ଟଙ୍କା ଉଠାଇ ନେଇଥିବା ସେକ୍ଟର ୩ ଥାନାରେ ଅଭିଯୋଗ ହୋଇଛି ।

Allegation Against RSP Contractor For Holding Employees ATM Withdrawal Money

ଶୋଷଣ କରୁଛି ଠିକା ସଂସ୍ଥା, ଠକେଇର ଶିକାର ଠିକା କର୍ମଚାରୀ । ଅଜାଣତରେ ଆକାଉଣ୍ଟରୁ ଚାଲି ଯାଉଛି ଟଙ୍କା । ଏମିତି ସାଂଘାତିକ ଅଭିଯୋଗ କରିଛନ୍ତି ରାଉରକେଲା ଇସ୍ପାତ କାରଖାନା ଉଦ୍ୟାନ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀ । ଉତ୍କଳ ଉଦ୍ୟାନ ପ୍ରାଇଭେଟ୍ ଲିମିଟେଡ୍ ନାମକ ଠିକା ସଂସ୍ଥା ଅଧିନରେ କାର୍ଯ୍ୟ କରୁଥିବା ୧୦ରୁ ଅଧିକ ଠିକା କର୍ମଚାରୀ ଠକେଇର ଶିକାର ହୋଇଥିବା ଅଭିଯୋଗ ହୋଇଛି । କର୍ମଚାରୀମାନଙ୍କ ବ୍ୟାଙ୍କ ପାସବୁକ ଓ ଏଟିଏମ୍ କାର୍ଡକୁ ଠିକା ସଂସ୍ଥାର ସୁପରଭାଇଜର ନିଜ ପାଖରେ ରଖି କର୍ମଚାରୀଙ୍କ ଆକାଉଣ୍ଟରୁ ୩୫ ହଜାରରୁ ୪୦ ହଜାର ଟଙ୍କା ଉଠାଇ ନେଇଥିବା ଅଭିଯୋଗ ହୋଇଛି ।

Allegation Against RSP Contractor For Holding Employees ATM Withdrawal Money

ଠିକା ସଂସ୍ଥାର ସୁପରଭାଇଜର ଠିକା କର୍ମଚାରୀମାନଙ୍କୁ ଭୟଭୀତ କରି ପାସବୁକ ଓ ଏଟିଏମ୍ ନେଇଯାଇଥିବା ସେକ୍ଟର-୩ ଥାନାରେ ଠିକା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଆରଏସପି ଅଧିନରେ ଥିବା ନର୍ସରୀ, ଗାର୍ଡେନ, ଏୟାରପୋର୍ଟ ଓ ରାଉରକେଲା ହାଉସରେ ଘାସ କଟା, ଝାଡୁ ମାରିବା, ଫୁଲଗଛ ଯତ୍ନ ନେଵା କାର୍ଯ୍ୟ ଠିକା କର୍ମଚାରୀମାନେ କରୁଥିଲେ । ହେଲେ ବାରମ୍ବାର ମାଗିବା ସତ୍ତ୍ୱେ ଠିକାଦାର କର୍ମଚାରୀଙ୍କ ପାସବୁକ୍ ଓ ଏଟିଏମ୍ ଦେଉ ନଥିବା ଅଭିଯୋଗ କରିଛନ୍ତି କର୍ମଚାରୀ ।

Allegation Against RSP Contractor For Holding Employees ATM Withdrawal Money

ଏନେଇ ସେକ୍ଟର-୩ ଥାନାରେ ଅଭିଯୋଗ ହେବା ପରେ ଉତ୍କଳ ଉଦ୍ୟାନ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଠିକା କର୍ମଚାରୀମାନଙ୍କ ଟଙ୍କା ଫେରସ୍ତ ଆରମ୍ଭ ହୋଇଛି । ଏହାସହ ଠକେଇ କରିଥିବା ସୁପରଭାଇଜରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉତ୍କଳ ଉଦ୍ୟାନ ପ୍ରାଇଭେଟ୍ ଲିମିଟେଡ ପରିଚାଳନା ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।