spot_img
Home Blog Page 4487

ମେ’ ମାସରେ ଖରାଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଛି: ସମୀର ଦାସ

ଭୁବନେଶ୍ୱର: ବଦଳିପାରେ ଖରାଛୁଟି ନିଷ୍ପତ୍ତି । ମେ’ ବଦଳରେ ଜୁନ୍ ମାସରେ ଖରାଛୁଟିକୁ ନେଇ ଅନେକ ଅଭିଯୋଗ ଆସିଥିବା ବେଳେ ପରିସ୍ଥିତି ଦେଖି ବିଭାଗ ବିଚାର କରିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ବର୍ତ୍ତମାନ କରୋନା ପ୍ରଭାବ ସେଭଳି ନାହିଁ । ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନି । ସ୍ଵାସ୍ଥ୍ୟ ବିଭାଗ ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି ।

ଅନ୍ୟପକ୍ଷରେ ଚଳିତ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ପୁସ୍ତିକା । ଯେଉଁଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ । ମେ’ରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ । ଏହି ସ୍ୱତନ୍ତ୍ର ପୁସ୍ତକ ଦେବାର ଉଦ୍ଦେଶ୍ୟ ହେଉଛି ଦୁଇ ବର୍ଷର ପିଲାଙ୍କ ପାଠ ପଢ଼ା କ୍ଷତି ଭରଣା କରିବା । ଏହା କେବଳ ଖରା ଛୁଟି ସମୟରେ ହେବାକୁ ଥିବା କ୍ଲାସରେ ପଢ଼ାଯିବନି । ପୂରା ସେସନରେ ଏହି ପାଠ ପଢ଼ାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

ଚଇତି ପର୍ବରେ ତୁମୁଳକାଣ୍ଡ, ଧାରୁଆ ଅସ୍ତ୍ରରେ ଆକ୍ରମଣ, ୨ ମୃତ

ଜୟପୁର: ଚଇତି ପର୍ବ ଚାଲିଥିବା ବେଳେ ତୁମୁଳକାଣ୍ଡ । ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ଧାରୁଆ ଅସ୍ତ୍ରରେ ହୋଇଥିବା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଜୟପୁରର ଦାମନଯୋଡ଼ି ଥାନା ସିନ୍ଧିପାର୍‌ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଚଇତି ପର୍ବ ବେଣ୍ଟ ପରେ ସିନ୍ଧିପାର ଗାଁରେ ଲୋକେ ଉତ୍ସବ ପାଳୁଥିବା ବେଳେ, କୌଣସି କାରଣରୁ କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଦୁର୍ବୃତ୍ତମାନେ ପୂର୍ଣ୍ଣ ନାୟକ ଏବଂ ଦେବେନ୍ଦ୍ର ଦାମୀ ନାମକ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମନାଥ ଦାମୀ ନାମକ ବ୍ୟକ୍ତିଙ୍କୁ ବିଶାଖାପାଟଣା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଉତ୍ତେଜନାକୁ ଦୃଷ୍ଚିରେ ରଖି ଉକ୍ତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଘଟଣାରେ କିଛି ଲୋକଙ୍କୁ ପୋଲିସ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି ।

ଖୁଲାସା କଲେ ରଣବୀର: ଆଦିତ୍ୟ ଚୋପ୍ରା କହିଥିଲେ ତୁମେ ହ୍ରିତିକ୍ ନୁହଁ…

ମୁମ୍ବାଇ: ଭିନ୍ନ ଭୂମିକାରେ ଷ୍ଟାଇଲିସ ଅଭିନେତା ରଣବୀର ସିଂ । ଦର୍ଶକ ଏବେ ତାଙ୍କୁ ନୂଆ ଲୁକରେ ଦେଖିବେ । କାରଣ ରଣବୀର ତାଙ୍କ ଫ୍ୟାନ ମାନଙ୍କପାଇଁ ଏକ ନୂଆ ଫିଲ୍ମ ନେଇ ଆସିଛନ୍ତି । ଏହାର ନାଁ ହେଉଛି ‘ଜୟେସଭାଇ ଜୋରଦାର୍’ । ଏହି ଫିଲ୍ମରେ ଆାପଣଙ୍କୁ ଗୁଜୁରାଟି ତଡକା ଦେଖିବାକୁ ମିଳିବ ।

ଏବେ କିନ୍ତୁ ରଣବୀର ତାଙ୍କର ଏକ ପୁରୁଣା ଅନୁଭବ ସେୟାର କରିଛନ୍ତି । ସେ ତାଙ୍କର ପ୍ରଥମ ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ ବେଳେ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ତାଙ୍କୁ ନେଇ ଏକ କଥା କହଥିଲେ । ଯାହାକୁ କି ରଣବୀର ଏବେ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ‘ମୋର ପ୍ରଥମ ଫିଲ୍ମ ରିଲିଜ ପୂର୍ବରୁ ପୋଷ୍ଟର ବିଭିନ୍ନ ଜାଗାରେ ଲାଗିଥିଲା । ମୁଁ ଏକ ଫିଲ୍ମ ଦେଖିବାକୁ ଗଲାବେଳ ଲୋକେ ପୋଷ୍ଟର ଆଗରେ ଠିଆ ହେବାର ଦେଖିଲି । ସେମାନେ କ’ଣ କଥା ହେଉଛନ୍ତି ଜାଣିବାପାଇଁ ମୁଁ ତାଙ୍କ ପାଖକୁ ଯାଇଥିଲି । ସେମାନେ କଥା ହେଉଥିଲେ ଇଏ କିଏ? ଇଏ ତ ହିରୋ ଭଳି ଦେଖାଯାଉନି?’  ଏହା ପରେ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା କହିଥିଲେ ‘ତୁମେ ହ୍ରିତିକ୍ ରୋସନ ନୁହଁ, ତେଣୁ ତୁମେ ଅଭିନୟ କର’ ।

ଏହା ପରେ ନିଜେ ଆଦିତ୍ୟ ହିଁ ତାଙ୍କୁ ବଲିଉଡରେ ଡେବ୍ୟୁ କରାଇଥିଲେ । ନିକଟରେ ତାଙ୍କର ନୂଆ ଫିଲ୍ମ ‘ଜୟେସଭାଇ ଜୋରଦାର୍’ର ଟ୍ରେଲର ରିଲିଜ ହୋଇସାରିଛି । ଏଥିରେ ରଣବୀର ଜଣେ ଗୁଜୁରାଟି ବ୍ୟକ୍ତି ଚରିତ୍ରରେ ନଜର ଆସିବେ । ତାଙ୍କ ବିପକ୍ଷରେ ଅର୍ଜୁନ ରେଡି ଫେମ୍ ଅଭିନେତ୍ରୀ ଶାଲିନୀ ପାଣ୍ଡେଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ଜରିଆରେ ଶାଲିନୀ ବଲିଉଡରେ ଡେବ୍ୟୁ କରିବେ । ତେବେ ଫିଲ୍ମରେ ରଣବୀରଙ୍କ ବ୍ୟତୀତ ରତ୍ନା ପାଠକ ଓ ବୋମନ ଇରାନୀ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ଆସନ୍ତା ମେ ୧୩ରେ ରିଲିଜ ହେବ ।

କେନ୍ଦୁଝରରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ, କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟର କଲେ ଅନୁଧ୍ୟାନ

କେନ୍ଦୁଝର: କେନ୍ଦୁଝରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି.କେ. ପାଣ୍ଡିଆନ୍ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । କେନ୍ଦୁଝର ଯୋଡ଼ା ବ୍ଲକ ବାସୁଦେବପୁର ନିକଟ କାନପୁର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ । ଚିମିଳାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସେଠାରୁ ସଡ଼କ ପଥରେ ନିର୍ମାଣାଧୀନ କାନପୁର ଡ୍ୟାମ୍ ଅଞ୍ଚଳରେ ପହଞ୍ଚିଥିଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍-ଟି ସଚିବ । ୨ ହଜାର ୪୩୮ କୋଟି ଟଙ୍କାର ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଓ ଅନ୍ୟ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ ।

ରାଜଧାନୀରେ ଲୁଟେରାଙ୍କ ରାଜ୍, ସୁନା ଦୋକାନୀଙ୍କଠାରୁ ଲୁଟି ନେଲେ ୬ ଲକ୍ଷ

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ରାଜ୍ । ସୁନା ଦୋକାନୀଙ୍କଠାରୁ ଲୁଟ୍ । ରାତିରେ ଦୋକାନ ବନ୍ଦ କରି ସ୍କୁଟିରେ ଯାଉଥିବା ବେଳେ ସୁନା ଗହଣା ଲୁଟି ନେଇଛନ୍ତି ଲୁଟେରା । ୬ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ ଲୁଟ୍ ହୋଇଥିବା ଜଣାପଡ଼ିଛି । ଗୋଟିଏ ପଲସରରେ ୩ ଜଣ ଲୁଟେରା ଆସି ସୁନା ଗହଣା ଲୁଟ କରିଥିବା ଅଭିଯୋଗ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ତଦନ୍ତ । ଆଖ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ବି ଯାଞ୍ଚ କରୁଛି ପୋଲିସ । ଗତବର୍ଷ ମଧ୍ୟ ସୁନା ଦୋକାନ ମାଲିକ ଓମ୍ ପ୍ରକାଶ ସାହୁଙ୍କ ଦୋକାନରୁ କୋଟିଏ ଟଙ୍କାର ସୁନା ଗହଣା ଲୁଟି ଚମ୍ପଟ ମାରିଥିଲେ ଲୁଟେରା । ଆଉ ଗତକାଲି ରାତିରେ ବନ୍ଧୁକ ଦେଖାଇ ସୁନା ଦୋକାନ ମାଲିକଙ୍କଠାରୁ ଲୁଟେରା ଲୁଟି ନେଇଥିଲେ ସୁନା ଗହଣା ।

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବଜେଟ ଉପରେ ହେବ ଆଲୋଚନା

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଦିନ ୧୧ଟାରେ ନୀଳାଦ୍ରି ଭକ୍ତ ନିବାସରେ ଏହି ପରିଚାଳନା ବୈଠକ ଅନୁଷ୍ଠିତ ହେବ । ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାକୁ ଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ, ଜିଲ୍ଲାପାଳ ସମର୍ଥ ବର୍ମା, ଏସପି କନଓ୍ବର ବିଶାଲ ସିଂ, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହିବେ ।

ଏହି ପରିଚାଳନା କମିଟି ବୈଠକରେ ମୁଖ୍ୟତଃ ବଜେଟ ଉପରେ ଆଲୋଚନା ହେବାକୁ ଥିବା ବେଳେ ଫାଇନାନସିଆଲ ସବ କମିଟି, ନୀତି ସବ କମିଟିର ପ୍ରୋସିଡିଙ୍ଗ ଉପରେ ଆଲୋଚନା ସହ ରାଜସ୍ବ, ସେବାୟତଙ୍କ ଗୁରୁକୁଳ ଉପରେ ମଧ୍ୟ ଆଲୋଚନା କରାଯିବ । ଏଥିସହ ଐତିହ୍ୟ କରିଡର, ଭକ୍ତଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ଶ୍ରୀମନ୍ଦିର ସମ୍ମୁଖରେ ମୁଖ୍ୟତଃ ବିକ୍ଷୋଭ ବା ଆନ୍ଦୋଳନକୁ ବନ୍ଦ କରାଯିବା ପାଇଁ ଛତିଶା ନିଯୋଗରେ ପାରିତ ହୋଇଥିବା ବେଳେ ପରିଚାଳନା କମିଟିରେ ମଧ୍ୟ ଆଲୋଚନା କରାଯିବ ।

ରାଜ୍ୟରେ କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି, ଦୁଇ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର: ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାତିରୁ ମିଳିବ ତ୍ରାହି । କାଳବୈଶାଖୀ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା ଥିବାରୁ ତାତି କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କାଳବୈଶାଖୀ ବର୍ଷା ପାଇଁ ୧୮ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କେନ୍ଦୁଝର ମୟୂରଭଞ୍ଜ ଓ ଢେଙ୍କାନାଳରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ।

ଏହି ବର୍ଷା ପ୍ରଭାବରେ ସ୍ବାଭାବିକଠାରୁ ୨ ରୁ ୩ ଡିଗ୍ରୀ ତାପମାତ୍ରା କମିବ । ଆସନ୍ତା ୨୪ ତାରିଖରୁ ପାଗ ବଦଳିବ । କାଳବୈଶାଖୀର ପ୍ରଭାବ କମିବା ସହ ତାତି ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ବାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢ଼ିବ । ଅଧିକାଂଶ ଜିଲ୍ଲାରେ ୪୦ ଡିଗ୍ରୀ କିମ୍ବା ତାହାଠାରୁ ଅଧିକ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ।

ବାରମୁଳାରେ ଆତଙ୍କବାଦୀଙ୍କୁ କଡ଼ା ପ୍ରହାର, ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ

ଶ୍ରୀନଗର: ଅଶାନ୍ତ ଜମ୍ମୁ-କଶ୍ମୀର । ୨୪ ଘଣ୍ଟାରେ ୪ ଆତଙ୍କବାଦୀ ସଫା । ଜମ୍ମୁ କଶ୍ମୀରର ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବାରାମୁଳାରେ ସୁରକ୍ଷାକର୍ମୀ-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ନିହତ ହୋଇଛନ୍ତି ୪ ଆତଙ୍କବାଦୀ । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି । ସୁଞ୍ଜୱାନ ଆର୍ମି କ୍ୟାଣ୍ଟନମେଣ୍ଟ ନିକଟରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏହି ଏନକାଉଣ୍ଟର ବେଳେ ସିଆଇଏସଏଫର ଏଏସଆଇ ସହିଦ ହୋଇଛନ୍ତି । ଏହା ସହ ୨ ଯବାନ ଆହତ ହୋଇଛନ୍ତି ।

୨୦୧୮ ଫେବ୍ରୁଆରୀରେ ସିଞ୍ଜୁଆନ ଆର୍ମି କ୍ୟାଣ୍ଟନମେଣ୍ଟରେ ଆତଙ୍କବାଦ ଆକ୍ରମଣରେ ଅନେକଙ୍କ ଜୀବନ ଯାଇଥିଲା । ଗତକାଲି ବାରାମୁଳା ଏନକାଉଣ୍ଟରରେ ଲସ୍କର-ଇ-ତୋଇବାର କମାଣ୍ଡର ନିହତ ହୋଇଥିଲା । ଗୁରୁବାର ସକାଳୁ ଆରମ୍ଭ ହୋଇଥିବା କମ୍ବିଂ ଅପରେସନ ଏବେ ବି ଜାରି ରହିଛି । ଆହୁରି ଆତଙ୍କବାଦ ଲୁଚି ରହିଥିବା ଅଞ୍ଚଳରେ ଯବାନଙ୍କ ସର୍ଚ୍ଚ ଅପରେସନ ଜାରି ରହିଛି ।

ସେପଟେ ୧୫ ଜଣ ସିଆଇଏସଏଫ ଯବାନଙ୍କୁ ନେଇ ଯାଉଥିବା ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ସକାଳୁଆ ସିଫ୍ଟ ପାଇଁ ଯାଉଥିବା ଛଢ଼ା କ୍ୟାମ୍ପ ନିକଟରେ ଯବାନଙ୍କୁ ଭୋର ଟାର୍ଗେଟ୍ କରିଥିଲେ ଆତଙ୍କବାଦୀ । ତେବେ ସମସ୍ତ ଯବାନ ସୁରକ୍ଷିତ ଥିବା ବେଳେ ଆତଙ୍କବାଦୀ ଘଟଣାସ୍ଥଳରୁ ଖସି ପଳାଇଛନ୍ତି ।

୫ରୁ ୧୨ ବର୍ଷ ବୟସ୍କ ପିଲାଙ୍କୁ ମିଳିବ କୋଭିଡ ଟିକା, ଜରୁରୀ ବ୍ୟବହାର ଲାଗି ପରାମର୍ଶ

ନୂଆଦିଲ୍ଲୀ: ୫ରୁ ୧୨ ବର୍ଷ ବୟସ୍କ ପିଲାଙ୍କୁ ମିଳିବ କୋଭିଡ ଟିକା । ବାୟୋଲୋଜିକାଲ-ଇ ଦ୍ବାରା ପ୍ରସ୍ତୁତ କୋର୍ବେଭାକ୍ସ ଟିକା ଲାଗି ସୁପାରିସ କରିଛି ବିଷୟଗତ ବିଶେଷଜ୍ଞ କମିଟି । ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇଙ୍କୁ ଏହି ସୁପାରିସ କରିଛି ଏସଇସି । ଜରୁରୀ ବ୍ୟବହାର ଲାଗି କୋର୍ବେଭାକ୍ସ ଟିକାକୁ କମିଟି ସୁପାରିସ କରିଛି । ସ୍କୁଲ ଖୋଲିଥିବାରୁ ଏହି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି କମିଟି । ବର୍ତ୍ତମାନ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କୁ ଦିଆଯାଉଛି କୋର୍ବେଭାକ୍ସ ଟିକା । ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ଲାଗି ଗତ ଜାନୁଆରୀ ୩ରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ୧୫ରୁ ୧୮ ବର୍ଷ ବୟସ୍କ ପିଲାଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୧୬ରୁ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଟିକା ଦେବା ପ୍ରକ୍ରିୟା ଆରମ୍ଭ ହୋଇଛି ।

ସେପଟେ ୨ରୁ ୧୨ ବର୍ଷ ପିଲାଙ୍କ ନିମନ୍ତେ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅନୁମତି ଦେବା ପ୍ରସଙ୍ଗ କମିଟିର ବିଚାରାଧୀନ ରହିଛି । ଗତ ବର୍ଷ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ କୋଭାକ୍ସିନ ବ୍ୟବହାର ସମ୍ପର୍କିତ ପରୀକ୍ଷଣ ତଥ୍ୟ ଭାରତ ବାୟୋଟେକ, ବିଶେଷଜ୍ଞ କମିଟି ନିକଟରେ ରଖିଥିଲା ।

ଆଜି ମୋଦିଙ୍କୁ ଭେଟିବ ବ୍ରିଟେନ ପ୍ରଧାନମନ୍ତ୍ରୀ, ପ୍ରାୟ ୧ ବିଲିୟନ ପାଉଣ୍ଡର ଚୁକ୍ତି ହୋଇପାରେ ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଆଜି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟଘାଟ । ଦୁଇ ନେତାଙ୍କ ମଧ୍ୟରେ ଆତଙ୍କବାଦ ଓ ପ୍ରତିରକ୍ଷା ପ୍ରସଙ୍ଗ ନେଇ ଆଲୋଚନା ହେବ । ଏହା ସହ ଋଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ମଧ୍ୟ ଦୁଇ ନେତା ଆଲୋଚନା କରିବେ । ଏହି ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୧ ବିଲିୟନ ପାଉଣ୍ଡର ଚୁକ୍ତି ହେବାର ସମ୍ଭାବନା ରହିଛି । ବ୍ରିଟେନରେ ଖଲିସ୍ତାନୀ ସଂଗଠନ ସହ ଜଡ଼ିତ ସଦସ୍ୟମାନଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପ କଥା ଉଠାଇବା ଭାରତ । ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବ୍ରିଟେନଠାରେ ଦାବି କରିବ ନୂଆଦିଲ୍ଲୀ । ଭାରତୀୟ ବଜାରରେ ଅଧିକ ପ୍ରବେଶ ଅଧିକାର ଚାହୁଁଛି ବ୍ରିଟେନ୍ ।

ଗତକାଲି ଦୁଇଦିନିଆ ଭାରତ ଗସ୍ତର ପ୍ରଥମ ଦିନରେ ଗୁଜରାଟ ଯାଇଥିଲେ ଜନସନ । ଅହମ୍ମଦାବାଦରେ ଜନସନଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଥିଲା । ସାବରମତୀ ଆଶ୍ରମ ପରିଦର୍ଶନ କରିବା ସହ ଭାରତର ବିଭିନ୍ନ ଶିଳ୍ପପତିଙ୍କ ସହ ଆଲୋଚନା କରିଥିଲେ ଜନସନ୍ । ବିଭିନ୍ନ ଶିଳ୍ପପତିଙ୍କ ଆଲୋଚନା କରିବା ପରେ ସେ ଅକ୍ଷରଧାମ ମନ୍ଦିର ପରିଦର୍ଶନ କରିଥିଲେ । ବ୍ରିଟେନ ପ୍ରଧାନମନ୍ତ୍ରୀ ଭାବରେ ବୋରିସ୍ ଜନସନ୍ ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି । ଏହା ପୂର୍ବରୁ ଦୁଇ ଥର ବୋରିସ୍ ଜନସନ୍ ଭାରତକୁ ଆସିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ କରୋନା ମହାମାରୀ ପାଇଁ ଜନସନଙ୍କ ଏହି ଗସ୍ତକୁ ଦୁଇ ଥର ବାତିଲ କରିବାକୁ ପଡ଼ିଥିଲା ।