spot_img
Home Blog Page 4488

ସହରରେ ଜମୁଛି ପ୍ରଚାର, ପ୍ରଚାର ମଇଦାନକୁ ଓହ୍ଲାଇଲେଣି ହେଭିଓ୍ୱେଟ୍

ଭୁବନେଶ୍ୱର: ଚାଲିଛି ପୌର ନିର୍ବାଚନ ପାଇଁ ପ୍ରଚାର । ପୌର ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ନିଜ ନିଜର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରି ପ୍ରଚାର ଜୋରଦାର କରିଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ସଭା ସମିତିରେ କମ୍ପୁଛି ସହର । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ଏନଏସି ଅଧ୍ୟକ୍ଷଠୁ ନେଇ ମେୟର ପଦ ପର୍ଯ୍ୟନ୍ତ ତାତିଲାଣି ସହର । ପଞ୍ଚାୟତ ନିର୍ବାଚନରେ ବିରୋଧୀ ପରାଜୟ ଗ୍ରହଣ କରିଥିବାରୁ ପୌରରେ ସମ୍ମାନ ବଞ୍ଚାଇବା ପାଇଁ ଲାଗିପଡ଼ିଛନ୍ତି ।

ପୌର ନିର୍ବାଚନ ପାଇଁ ପ୍ରଚାରର ଆଗରେ ରହିଛି ବିଜୁ ଜନତା ଦଳ । ସୋସିଆଲ ମିଡିଆରେ ପ୍ରଚାରକୁ ବି ଅଧିକ ଫୋକସ କରିଛି ବିଜେଡି । ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ୩ଟି ମହାନଗର ନିଗମ ଓ ସମସ୍ତ ପୌରାଞ୍ଚଳ ବିଜେଡି ଦଖଲ କରିବ ବୋଲି ଦୃଢକ୍ତି ପ୍ରକାଶ କରିଛି । ଯଦି ଭୁବନେଶ୍ବର କଥା କହିବା ତାହାଲେ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଜୋରଦାର ପ୍ରଚାର କରୁଛନ୍ତି । ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ଓ୍ୱାର୍ଡର କର୍ପୋରେଟର ପ୍ରାର୍ଥୀଙ୍କ ସହ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ସୁଲୋଚନା ଦାସ ।

ଆପ୍ ପକ୍ଷରୁ ରାଜ୍ୟସଭା ଯିବେ ହରଭଜନ ସିଂହ!

ଚଣ୍ଡିଗଡ଼: ରାଜ୍ୟସଭା ଯିବେ ଭାରତୀୟ ଦଳର ପୂର୍ବତନ କ୍ରିକେଟର ହରଭଜନ ସିଂହ । ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟସଭା ଯାଇପାରନ୍ତି ହରଭଜନ ସିଂ । ଏହା ସହ ତାଙ୍କୁ କ୍ରୀଡା ବିଶ୍ୱବିଦ୍ୟାଳୟର ଦାୟିତ୍ୱ ମଧ୍ୟ ଦିଆଯାଇପାରେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବରେ ଭଗଓ୍ୱନ୍ତ ମାନ୍ ଶପଥ ନେବା ପରେ ଏହି ଖବର ଏବେ ସାମ୍ନାକୁ ଆସିଛି । ନିର୍ବାଚନ ପ୍ରଚାର ସମୟରେ ହିଁ ଭଗଓ୍ୱନ୍ତ ମାନ୍ ଘୋଷଣା କରିଥିଲେ କି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ପଞ୍ଜାବରେ କ୍ରୀଡାକୁ ଏକ ବଡ଼ ଉତ୍ସାହ ଦିଆଯିବ । ଏହା ସହ ଜଲନ୍ଧରରେ ମଧ୍ୟ ଏକ କ୍ରୀଡା ବିଶ୍ୱବିଦ୍ୟାଳୟ ନିର୍ମାଣ ହେବ ।

ସୂଚନା ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟସଭା ପାଇଁ ଆମ୍ ଆଦମୀ ପାର୍ଟିକୁ ୫ଟି ଆସନ ମିଳିବ । ତେବେ ଏହି ୫ଟି ଆସନ ମଧ୍ୟରୁ ପ୍ରଥମ ନାମ ହରଭଜନ ସିଂ ଅଟେ । ଏନେଇ ଖୁବଶୀଘ୍ର ଅରବିନ୍ଦ କେଜ୍ରୀଓ୍ୱାଲ ତାଙ୍କ ନାମ ଘୋଷଣା କରିପାରନ୍ତି । ଭଗଓ୍ୱନ୍ତ ମାନ୍ ଓ ହରଭଜନ ସିଂହ ଭଲ ବନ୍ଧୁ ଅଟନ୍ତି । ପଞ୍ଜାବରେ ଆପର ପ୍ରଚଣ୍ଡ ବିଜୟ ପରେ ହରଭଜନ ସିଂ ଟ୍ୱିଟ କରି ଭଗଓ୍ୱନ୍ତ ମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ବିଜୟ ପରେ ହରଭଜନ ଟ୍ୱିଟ କରି କହିଥିଲେ କି ଆମ୍ ଆଦମୀ ପାର୍ଟିକୁ ଶୁଭେଚ୍ଛା ଏବଂ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ମୋର ବନ୍ଧୁ ଭଗଓ୍ୱନ୍ତ ମାନଙ୍କୁ ମଧ୍ୟ ଶୁଭେଚ୍ଛା ।

ପଞ୍ଜାବ ନିର୍ବାଚନ କଥା ଯଦି କହିବା ତାହାଲେ ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏକ ଐତିହାସିକ ବିଜୟ ଲାଭ କରିଥିଲା । ପ୍ରଥମ ଥର ପାଇଁ ପଞ୍ଜାବରେ ଆପ୍ ସରକାର ଗଢ଼ିଛି । ପଞ୍ଜାବରେ ମୋଟ ୧୧୭ ଆସନରୁ ୯୨ଟି ଆସନରେ ବିଜୟ ଲାଭ କରିଥିଲା ଆପ୍ ।

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଏକକାଳୀନ ୫ଟି ସ୍ଥାନରେ ରେଡ୍‌

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ । ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍‌ । ବାଲେଶ୍ୱର ସୋରର RW ଡିଭିଜନ-୨ ସହକାରୀ ଯନ୍ତ୍ରୀ ପ୍ରମୋଥ କୁମାର ବେହୁରିଆଙ୍କ ଘରେ ଭିଜିଲାନ୍ସ ଛାପା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଦ୍ରକ ଓ ବାଲେଶ୍ୱରରେ ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ଭଦ୍ରକ ଟାଉନର ବାଗୁରାଇରେ ଗୋଟିଏ ୩ ମହଲା ଓ ଗୋଟିଏ ଦୁଇ ମହଲା କୋଠାରେ ଚଢ଼ାଉ ଜାରି ରହିଛି । ଭଦ୍ରକ ମଧୁସୂଦନପୁରରେ ଥିବା ପୈତୃକ ଘର, ଅର୍ଣ୍ଣାପଲରେ ଥିବା ମାର୍କେଟ୍ କମ୍ପ୍ଲେକ୍ସ, ବାସୁଦେବପୁରରେ ଥିବା ସମ୍ପର୍କୀୟଙ୍କ ଘର ଓ ସୋରରେ ଥିବା ବେହୁରିଆଙ୍କ ଅଫିସରେ ଚାଲିଛି ଭିଜିଲାନ୍ସ ରେଡ୍ । ତେବେ ଏପର୍ଯ୍ୟନ୍ତ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ । ଏହି ରେଡରେ ୪ ଜଣ ଡିଏସପି, ୪ ଇନ୍ସପେକ୍ଟର ଓ ଜଣେ ଅତିରିକ୍ତ ଏସପି ସାମିଲ ହୋଇଛନ୍ତି ।

ତାତିବ ଓଡ଼ିଶା: ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

ଭୁବନେଶ୍ୱର: ଆହୁରି ୨ଦିନ ଯାଏଁ ତାତିବ ଓଡ଼ିଶା । ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ଖରା ପାଇଁ ଆଜି ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବଲାଙ୍ଗୀର, ସୋନପୁର, ବୌଦ୍ଧ, ସମ୍ବଲପୁର, ଅନୁଗୁଳ, ନୟାଗଡ, ଖୋର୍ଦ୍ଧା, ମୟୁରଭଞ୍ଜ ଏବଂ ବାଲେଶ୍ୱରରେ ତାପମାତ୍ରା ଅଧିକ ବୃଦ୍ଧି ପାଇବ ବୋଲି ଆଲର୍ଟ ଜାରି କରାଯାଇଛି  ।

Climate Change Report On Earth Climate Predict Above 2 Degree Rise In Temperature By 2100

ସେହିପରି ଆସନ୍ତାକାଲି ପାଇଁ ମଧ୍ୟ ୯ଜିଲ୍ଲାକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗତ ୨୪ଘଣ୍ଟାରେ ରାଜ୍ୟରେ ୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଟପିଛି । ବଲାଙ୍ଗୀରରେ ସର୍ବାଧିକ ୪୦.୫ ଡିଗ୍ରୀ ପାରା ରେକର୍ଡ ହୋଇଛି । ଆସନ୍ତା ଦୁଇ ଦିନରେ ରାଜ୍ୟର ଏକାଧିକ ସହର ୪୦ ଡିଗ୍ରୀ ପାର କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଅନ୍ୟପଟେ ଲଘୁଚାପରେ ପରିଣତ ହୋଇଛି ଘୂର୍ଣ୍ଣିବଳୟ । ଏବେ ଏହା ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରର କେନ୍ଦ୍ରୀଭୂତ ହୋଇଛି । ଏହି ଲଘୁଚାପଟି ଧିରେ ଧିରେ ପୂର୍ବ-ଉତ୍ତର-ପୂର୍ବ ଦିଗକୁ ଗତି କରିବା ପରେ ଆସନ୍ତା ୧୯ ତାରିଖ ବେଳକୁ ଏକ ଓ୍ବେଲମାର୍କ ଲୋ ପ୍ରେସରରେ ପରିଣତ ହେବ । ପରେ ଏହା ଦିଗ ବଦଳାଇ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ୍ ସାଗରରେ ପହଞ୍ଚିବ । ଆଣ୍ଡାମାନ୍ ଓ ନିକୋବର ଦୀପପୁଞ୍ଜରୁ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ୨୦ ତାରିଖ ସକାଳ ସୁଦ୍ଧା ଏହା ଡିପ୍ରେସନରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ହିଜାବ ମାମଲାରେ ଆଜି କର୍ଣ୍ଣାଟକରେ ବନ୍ଦ ପାଳନ କରୁଛି ସଂଖ୍ୟାଲଘୁ ସଂପ୍ରଦାୟ

ବେଙ୍ଗାଲୁରୁ: ଦିନକୁ ଦିନ ଜଟିଳ ହେଉଛି ହିଜାବ ମାମଲା । ହାଇକୋର୍ଟଙ୍କ ରାୟ ବିରୋଧରେ ଆଜି କର୍ଣ୍ଣାଟକ ବନ୍ଦ ପାଳନ କରୁଛନ୍ତି ସଂଖ୍ୟାଲଘୁ ସଂପ୍ରଦାୟ । ଶିକ୍ଷାନୁଷ୍ଠାନରେ ଧାର୍ମିକ ପୋଷାକ ନ ପିନ୍ଧିବାକୁ ହାଇକୋର୍ଟଙ୍କ ରାୟକୁ ଦୁଃଖଦାୟକ କହିଛି ସଂପ୍ରଦାୟ । ଏହାର ପ୍ରତିବାଦରେ ଆଜି ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳିବାକୁ ଆହ୍ବାନ ଦିଆଯାଇଛି । ସମସ୍ତେ ବିକ୍ଷୋଭରେ ସାମିଲ ହୋଇ  ପ୍ରତିବାଦ କରିବାକୁ ଆହ୍ବାନ ଦିଆଯାଇଛି । ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶନାମା ଜାରି କରି ଛାତ୍ରଛାତ୍ରୀଙ୍କୁ ଧାର୍ମିକ ପୋଷାକ ପିନ୍ଧିବାକୁ ବାରଣ କରିଛନ୍ତି କୋର୍ଟ ।

ସେପଟେ କର୍ଣ୍ଣାଟକ ହାଇକୋର୍ଟ ୧୨୯ ପୃଷ୍ଠାର ରାୟ ପ୍ରଦାନ କରିବା ପରେ ଜଣେ ଛାତ୍ର ଆଦେଶ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସେ କହିଛନ୍ତି ହିଜାବ୍ ପିନ୍ଧିବାର ଅଧିକାର ‘ଅଭିବ୍ୟକ୍ତି’ର ଆଭିମୁଖ୍ୟରେ ଆସିଛି । ଏହା ସମ୍ବିଧାନର ଧାରା ୧୯(କ) ଅନୁଯାୟୀ ସୁରକ୍ଷିତ, ଧାରା ୨୫ ଅନୁଯାୟୀ ହିଜାବ ପିନ୍ଧିବାର ଅଧିକାର ମଧ୍ୟ ସୁରକ୍ଷିତ ଥିବା ଚ୍ୟାଲେଞ୍ଜକୁ ହୋଲି ଛୁଟି ପରେ ବିଚାର କରିବେ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ତୁରନ୍ତ ବିଚାର ପାଇଁ ଆବେଦନକାରୀଙ୍କ ପକ୍ଷରୁ ଅନୁରୋଧ କରାଯାଇଥିବାବେଳେ ଏହାକୁ ଖାରଜ କରିଛନ୍ତି ପ୍ରଧାନ ବିଚାରପତି  ।

ଆମେରିକାକୁ ଆର୍ଥିକ ଓ ସାମରିକ ସହାୟତା ମାଗିଲେ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କି

କିଭ୍: ଆମେରିକା କଂଗ୍ରେସକୁ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନସ୍କିଙ୍କ ସମ୍ବୋଧନ । ମାଗିଲେ ଆର୍ଥିକ ଓ ସାମରିକ ସହାୟତା । ଯେତିକି ଆମେରିକା ଦେଇଛି ସେତିକି ଯଥେଷ୍ଟ ନୁହେଁ ବୋଲି ଜେଲେନସ୍କି କହିଛନ୍ତି  । ତେବେ ଆମେରିକାର ସହଯୋଗ ଲାଗି କୃତଜ୍ଞତା ଜଣାଇଛନ୍ତି  । ଏଥିସହ ନୋ ଫ୍ଲାଏ ଜୋନ ଘୋଷଣା ଦାବି ଦୋହରାଇଛନ୍ତି  । ୟୁକ୍ରେନର ଧ୍ୱଂସ ଅର୍ଥ ୟୁରୋପର ଧ୍ୱଂସ । ୟୁକ୍ରେନରେ ଅପରାଧ ଘଟାଇଚାଲିଛି ଋଷ  । ୟୁକ୍ରେନର ସ୍ପପ୍ନକୁ ଋଷ୍‌ ଧୂଳିସାତ୍ କରିଛି ବୋଲି ଜେଲେନସ୍କି କହିଛନ୍ତି  ।

ସେହିପରି ବ୍ୟକ୍ତିଗତ ସ୍ୱାଧିନତା ଉପରେ ମଧ୍ୟ ଆକ୍ରମଣ ହୋଇଛି  । ୮୦ ବର୍ଷରେ ୟୁରୋପ କେବେ ଏଭଳି ସ୍ଥିତି ଦେଖିନଥିଲା  । ୟୁକ୍ରେନ ଉପରେ ଆକ୍ରମଣ ଲାଗି ପୁଟିନଙ୍କୁ ଦଣ୍ଡ ମିଳିବା ଉଚିତ  । ତେବେ ୯-୧୧ ପ୍ରସଙ୍ଗ ଉଠାଇ ସ୍ଥିତିକୁ ଗମ୍ଭୀର କରିବାକୁ ଚେଷ୍ଟା କରିଥିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି  ।

ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା ଋଷର ୧୨ ହଜାର ସୈନ୍ୟ ପ୍ରାଣ ହରାଇଥିବାବେଳେ ୫୭ଟି ବିମାନ, ୩୫୩ ଟ୍ୟାଙ୍କ, ୮୩ଟି ହେଲିକପ୍ଟର, ୧୧ ଶହ ୬୫ ସାମରିକ ଯାନ ଧ୍ୱଂସ ହୋଇଛି । ସେପଟେ ବ୍ରିଟିଶ ଗୁଇନ୍ଦା ସଂସ୍ଥା ଦର୍ଶାଇଛି ଯେ ଋଷ ନିକଟରେ ଆଉ ମାତ୍ର ୧୪ ଦିନର ଅସ୍ତ୍ରଶସ୍ତ୍ର ମହଜୁଦ ରହିଛି । ଯେସାକୁ ତେସା ନୀତିରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବୈଦେଶିକ ମନ୍ତ୍ରୀ ଆନ୍ଥୋନି ବ୍ଲିଙ୍କେନ, ପ୍ରତିରକ୍ଷା ମନ୍ତ୍ରୀ ଲିଡ ଅଷ୍ଟିନ ଓ ମିଳିତ ବାହିନୀ ମୁଖ୍ୟ ମାର୍କ ମିଲେଙ୍କ ବିରୋଧରେ କଟକଣା ଲଗାଇଛି ଋଷ । ଯୁଦ୍ଧକୁ ତିନି ସପ୍ତାହ ପୁରିଥିବାବେଳେ  ରାଜଧାନୀ କିଭ୍ ସମେତ ଅନେକ ସହରରେ ଜାରି ରହିଛି ଧ୍ୱଂସଲୀଳା ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ, ଆଗକୁ ଆହୁରି ଭୟଙ୍କର ହୋଇପାରେ କରୋନା

ନୂଆଦିଲ୍ଲୀ: ଆଗକୁ ଆହୁରି ଭୟଙ୍କର ହୋଇପାରେ କରୋନା । ଗତ ସପ୍ତାହରେ ସାରା ବିଶ୍ବରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି । ଅନେକ ରାଷ୍ଟ୍ର କୋଭିଡ ଟେଷ୍ଟିଂ କମାଇ ଦେଇଥିବା ବେଳେ ପୁଣି ସଂକ୍ରମଣ ବୃଦ୍ଧି ନୂଆ ସଙ୍କଟ ଆଣିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଛି । ବର୍ତ୍ତମାନ ଆସୁଥିବା ସଂକ୍ରମଣ ମାମଲା ଆଗକୁ ଆସୁଥିବା ବିପଦର ମାତ୍ର ଏକ ଅଂଶ ବୋଲି ଡବ୍ଲୁଏଚଓ କହିଛି । କେବଳ ମାର୍ଚ୍ଚ ୭ରୁ ୧୩ ତାରିଖ ମଧ୍ୟରେ ବିଶ୍ବରେ କରୋନା ସଂକ୍ରମଣ ୮ ପ୍ରତିଶତ ବଢ଼ିଛି । ୧ କୋଟି ଅଧିକ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ୪୩ ହଜାର ଲୋକଙ୍କ ଜୀବନ ନେଇଛି ଭୂତାଣୁ ।

ଏପଟେ ଇସ୍ରାଏଲରେ ପୁଣି ବାହାରିଲା କୋଭିଡର ନୂଆ ଭାରିଆଣ୍ଟ । ଏନେଇ ଇସ୍ରାଏଲ୍‌ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ପୂର୍ବରୁ ଜଣାପଡ଼ିନଥିବା କୋଭିଡର ଏହି ଭାରିଆଣ୍ଟରେ ଦୁଇ ଜଣ ସଂକ୍ରମିତ ହୋଇଛନ୍ତି । ଏଥିରେ ଓମିକ୍ରନର ସବ୍‌-ଭାରିଆଣ୍ଟ ବିଏ-୧ ଏବଂ ଅନ୍ୟ ଏକ ସବ୍‌-ଭାରିଆଣ୍ଟ ବିଏ-୨ ଦେଖିବାକୁ ମିଳୁଛି । ଏହାର ପ୍ରଭାବରେ ସାମାନ୍ୟ ଜ୍ୱର, ମାଂସପେଶୀ ଦରଜ ଏବଂ ମୁଣ୍ଡ ବିନ୍ଧା ହେଉଥିବା ଦେଖୁବାକୁ ମିଳୁଛି । ଏହି ଭାରିଆଣ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ଅନ୍ୟ କେଉଁଠି ଜଣାପଡ଼ିନଥିଲା । ଇସ୍ରାଏଲର ବେନ୍‌ ଗୁରିଅନ୍‌ ବିମାନବନ୍ଦରରୁ ଯାତ୍ରୀଙ୍କ କୋଭିଡ୍‌ ଟେଷ୍ଟ କରିବା ସମୟରେ ଏହି ଭାରିଆଣ୍ଟ ବିଷୟରେ ଜଣାପଡ଼ିଥିଲା । ତେବେ ଏହା ଅଧିକ ଘାତକ ବୋଲି ଗବେଷକମାନେ କହିଛନ୍ତି ।

ୟୁକ୍ରେନ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ଆଇସିଜେର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କୋର୍ଟ ବା ଇଣ୍ଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସରେ ୟୁକ୍ରେନ୍‌ର ବଡ଼ ବିଜୟ । କୋର୍ଟ ଦେଇଛନ୍ତି ବଡ ରାୟ । ୟୁକ୍ରେନ ଉପରେ ଆକ୍ରମଣ ତୁରନ୍ତ ବନ୍ଦ କରିବାକୁ ଆଇସିଜେ ରୁଷକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟଙ୍କ ଆଦେଶ ପାଳନ କରିବାକୁ ରୁଷକୁ ନିର୍ଦ୍ଦେଶ ଦିଆଯାଇଛି । ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୨୦ରୁ ଅଧିକ ଦିନ ବିତିଗଲାଣି । ଆଇସିଜେ ନିଜ ନିଷ୍ପତ୍ତିରେ ଉଭୟ ପକ୍ଷ ମାନିବାକୁ ବାଧ୍ୟ ବୋଲି କହିଛି କୋର୍ଟ ।

ରୁଷ ସପକ୍ଷରେ କୌଣସି ରାଷ୍ଟ୍ର ସୈନ୍ୟ ପ୍ରେରଣ ନକରନ୍ତୁ । ଏହି ସମୟରେ ଆଇସିଜେ ରୁଷ ସାମ୍ନାରେ ୟୁକ୍ରେନର ସୈନିକଙ୍କ ଦ୍ଵାରା ଅସ୍ତ୍ର ଶସ୍ତ୍ର ଛାଡିବାକୁ ନେଇ ପ୍ରଶଂସା କରିଛନ୍ତି । କୋର୍ଟ କହିଛନ୍ତି ରୁଷ ଆକ୍ରମଣ ବିରୋଧରେ ୟୁକ୍ରେନର ନାଗରିକ, ସୈନିକ ଏବଂ ରାଷ୍ଟ୍ରପତି ଜେଲେନସ୍କିଙ୍କ ମୁକାବିଲା ବେଶ ପ୍ରଶଂସନୀୟ । ୟୁକ୍ରେନ ଉପରେ ରୁଷର ଆକ୍ରମଣ ଜାରି ରହିଛି ।

ଖାରକିଭ ଏବଂ ଖେରସନ ସମେତ ଅନେକ ସହର ଦଖଲ କରି ସାରିଛି ରୁଷ । ଘନ ଘନ ମିସାଇଲ ମାଡ ଏବଂ ବୋମାବର୍ଷଣରେ ଛାରଖାର ହୋଇଗଲାଣି ୟୁକ୍ରେନର ଅନେକ ସହର । କିଭ୍ ଦଖଲ ପାଇଁ ରୁଷ ସେନା ଆକ୍ରମଣ ଜୋରଦାର କରିଛି ।

ନାବାଳକକୁ ଛୁରା ମାରିଲା ନାବାଳକ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଜରିପଡା ଗାଁରେ ଅଭାବନୀୟ ଘଟଣା । ଜଣେ ନାବାଳକର ଛୁରା ମାଡରେ ଆଉ ଜଣେ ନାବାଳକ ଗୁରୁତର । ନାବାଳକର ଛାତିରେ ଲାଗିଛି ଆଘାତ ।

ଜଗନ୍ନାଥପୁର  ଗାଁରେ ଦୋଳ ପର୍ବ ପାଇଁ ଠାକୁର ରାମେଶ୍ବର ଦେବଙ୍କର ଭୋଗ ଖିଆ ଚାଲିଥିବା ବେଳେ କିଛି ନାବାଳକଙ୍କ ମଧ୍ୟ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଜଣେ ନାବାଳକୁ ଆଉ ଜଣେ ନାବାଳକ ଛୁରାମଡ କରିଥିଲା । ଆହତ ନାବାଳକକୁ ଟାଙ୍ଗୀ ମେଡିକାଲରେ ପ୍ରଥମେ ଭର୍ତ୍ତି କରାଯାଇଥିଲା । ହେଲେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି ।

ଏ ଟୁ ଜେଡ୍ ମଲରେ ଲାଗିଲା ନିଆଁ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରରେ ଥିବା ଏ ଟୁ ଜେଡ୍ ମଲରେ ଭୟାବହ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଥିବା ସୂଚନା । ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ନିଆଁ କେମିତି ଲାଗିଲା ତାହା ଜଣାପଡିନି । ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନିଆଁକୁ ଆୟତ୍ତ କରାଯାଇ ପାରିନି । ମଲ ଭିତରେ ହୁତୁହୁତୁ ହୋଇ ନିଆଁ ଜଳୁଥିବାର କ୍ଷୟକ୍ଷତି ଅଧିକ ହେବା ନେଇ ଆଶଙ୍କା କରାଯାଉଛି ।