spot_img
Home Blog Page 4518

ହାତୀ ପାଇଁ ବନ୍ଦ ରହିଲା ନନ୍ଦନକାନନ

ଭୁବନେଶ୍ୱର: ହାତୀ ପାଇଁ ନନ୍ଦନକାନନ ବନ୍ଦ । ନନ୍ଦନକାନନରେ ପଶିଛନ୍ତି ୨ଟି ଜଙ୍ଗଲୀ ହାତୀ । ତେଣୁ ପର୍ଯ୍ୟଟକଙ୍କ ପାଇଁ ହାତୀ ସାଜିପାରନ୍ତି ବିପଦ । ୨ଟି ଜଙ୍ଗଲୀ ହାତୀ ନନ୍ଦନକାନନରେ ପଶିବା ପରେ ନନ୍ଦନକାନନକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରଖାଯାଇଛି । ଲୋକଙ୍କ ବୁଲାବୁଲି ଜାଗାରେ ଗଜରାଜ ପଶିଥିବାରୁ ସୁରକ୍ଷା ପାଇଁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରହିବ ନନ୍ଦନକାନନ । ଯେପର୍ଯ୍ୟନ୍ତ ବଣୁଆ ହାତୀକୁ ସୁରକ୍ଷିତ ଭାବେ ନନ୍ଦନକାନନରୁ ବାହାର କରାଯାଇନି, ସେ ପର୍ଯ୍ୟନ୍ତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ ବୋଲି ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର ସୂଚନା ଦେଇଛନ୍ତି । ତେବେ ହାତୀ ଘଉଡାଇବାକୁ ନନ୍ଦନକାନନ ଓ ଚନ୍ଦକା ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେମାନେ ହାତୀ ଗତିବିଧି ଉପରେ ନଜର ରଖିଛନ୍ତି । ସେପଟେ ହାତୀ ପାଇଁ ନନ୍ଦନକାନନ ବନ୍ଦ ରହିବ କିନ୍ତୁ ବଟାନିକାଲ ଗାର୍ଡେନ୍ ଖୋଲା ରହିବ ବୋଲି ସୂଚନା ଦେଇଛନ୍ତି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର ।

ଗାଦିରୁ ହଟିବେ ପାକ୍ ପ୍ରଧାନମନ୍ତ୍ରୀ, ଇମ୍ରାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲେ ବିରୋଧୀ

ଇସଲାମାବାଦ: ସଙ୍କଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଇମ୍ରାନଙ୍କ ବିରୋଧରେ ଅନସ୍ତା ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ୮୬ ଜଣ ସଦସ୍ୟ ଏହି ପ୍ରସ୍ତାବକୁ ସମର୍ଥନ ଜଣାଇଛନ୍ତି । ପ୍ରସ୍ତାବ ଆଣିବାକୁ ୬୮ ଜଣ ସଦସ୍ୟଙ୍କର ସହମତି ଆବଶ୍ୟକ ରହିଥିବାରୁ ୮୬ ଜଣ ପ୍ରସ୍ତାବକୁ ସମର୍ଥନ କରିଥିବାରୁ ଅନାସ୍ଥା ପ୍ରସ୍ତାବ ପାଇଁ ଅଧିବେଶନ ଡକାଯିବା ଏକପ୍ରକାର ସ୍ପଷ୍ଟ ହୋଇଛି । ଆଗାମୀ ୩ରୁ ୭ ଦିନ ମଧ୍ୟରେ ଏହି ପ୍ରସ୍ତାବ ବାବଦରେ ଆଲୋଚନା ପାଇଁ ଅଧିବେଶନ ଡକାଯିବ । ଏହାକୁ ଦୃଷ୍ଟିରେ ରଖି ଉଭୟ ବିରୋଧୀ ଦଳର ସାଂସଦମାନଙ୍କୁ ଏକାଠି ଗୋଟିଏ ସ୍ଥାନରେ ରହିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ପାକିସ୍ତାନର ଅର୍ଥବ୍ୟବସ୍ଥାକୁ ଦୁର୍ବଳ କରିବାଠାରୁ ଆରମ୍ଭ କରି ଶାସନ କ୍ଷମତାର ଦୁରୂପଯୋଗ କରୁଥିବା ନେଇ ଅଭିଯୋଗ ଆଣିଛନ୍ତି ବିରୋଧୀ । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାରିତ କରିବା ପାଇଁ ୧୭୨ ସାଂସଦଙ୍କ ସମର୍ଥନ ଜରୁରୀ ରହିଛି । ତୁରନ୍ତ ଇସ୍ତଫା ଦେଇ ସଂସଦ ଭଙ୍ଗ କରିବା ଲାଗି ଇମ୍ରାନଙ୍କୁ ଆହ୍ୱାନ ଦେଇଥିଲେ ବିରୋଧୀ ପାକିସ୍ତାନ ପିପୁଲସ ପାର୍ଟି ନେତା ବିଲଓ୍ୱାଲ ଭୁଟ୍ଟୋ ଜର୍ଦ୍ଦାରୀ । ୩୪୨ ସଦସ୍ୟ ବିଶିଷ୍ଟ ପାକିସ୍ତାନ ଆସେମ୍ବ୍ଲିରେ ଇମ୍ରାନ ଖାଁଙ୍କ ନେତୃତ୍ୱାଧୀନ ପାକିସ୍ତାନ ତେହରିକ-ଇ-ଇନସାଫର ୧୫୫ ସଦସ୍ୟ ରହିଛନ୍ତି । ତେବେ ବିରୋଧୀ ଦଳ ସଦସ୍ୟଙ୍କ ସଂଖ୍ୟା ମ୍ୟାଜିକ ନମ୍ବରଠାରୁ ଅଧିକ ହେବା ସମ୍ଭାବନା ରହିଛି । ପାକିସ୍ତାନ ମୁସଲିମ ଲିଗ-ଏନର ୮୪ ସଦସ୍ୟ ଥିବାବେଳେ ପିପିପିର ସଦସ୍ୟ ସଂଖ୍ୟା ରହିଛନ୍ତି ୫୬ ।

 

 

ପୌର ନିର୍ବାଚନ: ଆଜି ପ୍ରାର୍ଥିପତ୍ର ଯାଞ୍ଚ, ୧୪ ତାରିଖରେ ପ୍ରକାଶ ପାଇବ ଚୁଡ଼ାନ୍ତ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ନାମାଙ୍କନ ସରିବା ପରେ ଆରମ୍ଭ ହୋଇଛି ଜୋରଦାର ପ୍ରଚାର । ଆଜି ପ୍ରାର୍ଥିପତ୍ର ଯାଞ୍ଚ ହେବା ପରେ ୧୪ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମିଳିବ ପ୍ରତ୍ୟାହାରର ସୁଯୋଗ । ସେହିଦିନ ସଂଧ୍ୟାରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା । ଆସନ୍ତା ୨୪ରେ ହେବ ଭୋଟ, ୨୬ ତାରିଖରେ ହେବ ଗଣତି । ଚଳିତତ ଥର ପ୍ରତି ବୁଥରେ ରହିବ ଦୁଇଟି ଇଭିଏମ୍ ।  ପ୍ରଥମ ଥର ପାଇଁ ପୌରାଧ୍ୟକ୍ଷ ଏବଂ ମେୟର ପଦ ପାଇଁ ହେବ ପ୍ରତ୍ୟକ୍ଷ ନିର୍ବାଚନ । ୫୯ ଏନଏସି, ୪୭ ମ୍ୟୁନିସିପାଲିଟି, ୩ଟି ମହାନଗରରେ ହେବ ନିର୍ବାଚନ ।

ସେପଟେ ଏବେଠାରୁ ସରଗରମ ହେଲାଣି ପ୍ରଚାର ମଇଦାନ । ପ୍ରତି ଓ୍ୱାର୍ଡରେ ଘରକୁ ଘରକୁ ଘର ବୁଲି କ୍ୟାମ୍ପେନିଂ କରୁଛନ୍ତି ପ୍ରାର୍ଥୀଙ୍କ ସହିତ ନେତା । ଜନ ସମର୍ଥନ ସାଉଁଟିବକୁ ବିଭିନ୍ନ ମୁଦ୍ଦା ନେଇ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ଲୋକଙ୍କ ସମର୍ଥନ ଓ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀର ଯୋଜନା ଆଧାରରେ ବିଜେଡି ସମସ୍ତ ଆସନ ଦଖଲ କରିବ ବୋଲି ଆଶାବାଦୀ ରହିଛି । କଂଗ୍ରେସ ଓ ବିଜେପି ପଞ୍ଚାୟତ ନିର୍ବାଚନରେ ପରାଜୟ ପରେ ପୌରରେ ନିଜର ସମ୍ମାନ ବଞ୍ଚାଇବା ପାଇଁ ଘରକୁ ଘରକୁ ବୁଲି ଜୋରଦାର ପ୍ରଚାର କରୁଛନ୍ତି ।

ୟୁକ୍ରେନରୁ ଫେରିଲେ ଆଉ ୪୮ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ୟୁକ୍ରେନରୁ ଫେରିଲେ ଆଉ ୪୮ ଓଡ଼ିଆ ମେଡିକାଲ ଛାତ୍ରଛାତ୍ରୀ । ଗତକାଲି ରାତିରେ ସମସ୍ତେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ପରିବାରକୁ ଦେଖି ଭାବ ବିହ୍ୱଳ ହୋଇପଡ଼ିଥିଲେ ଛାତ୍ରଛାତ୍ରୀ । କେନ୍ଦ୍ର ଏବଂ ଓଡ଼ିଶା ସରକାରଙ୍କ ସହାୟତାରେ ଯୁଦ୍ଧ ଭୂମିରୁ ଫେରିବା ପରେ ସେଠାକାର ଭୟଙ୍କର ଅନୁଭୂତ ବଖାଣିଥିଲେ ଛାତ୍ରଛାତ୍ରୀ । ଯୁଦ୍ଧ ସମୟରେ ବଙ୍କର ଭିତରେ ରହିବା, ସ୍ୱଳ୍ପ ଖାଦ୍ୟରେ ଦିନ ବିତେଇବା ଏବଂ ପାଦରେ ଚାଲିଚାଲି ଦୀର୍ଘ ରାସ୍ତା ଅତିକ୍ରମ କରି ଭାରତକୁ ଫେରିବା ଏକ ନୂଆ ଜୀବନ ବୋଲି କହିଛନ୍ତି ଛାତ୍ରଛାତ୍ରୀ । ଏହାସହ ଦିଲ୍ଲୀରେ ପହଞ୍ଚିବା ପରେ ରାଜ୍ୟ ସରକାର ଓଡ଼ିଶା ଭବନରେ ରହିବା ଖାଇବା ବ୍ୟବସ୍ଥା କରିବା ସହ ଭୁବନେଶ୍ୱର ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଖର୍ଚ୍ଚ ବହନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ ।

5-T ସଂସ୍କାର ଆଣିଛି ବୈପ୍ଳବିକ ପରିବର୍ତ୍ତନ: ୪୧ହଜାର ୧୯୧କୋଟି ଟଙ୍କାର ରେକର୍ଡ ରାଜସ୍ୱ ସଂଗ୍ରହ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ 5-T ସଂସ୍କାର ଆଣିଛି ବୈପ୍ଲବିକ ପରିବର୍ତ୍ତନ । ଖଣି ରାଜସ୍ୱ ସଂଗ୍ରହରେ ଐତିହାସିକ ସଫଳତା ପାଇଛନ୍ତି ରାଜ୍ୟ ସରକାର । ୨୦୨୧-୨୨ ଆର୍ଥିକ ବର୍ଷର ମାର୍ଚ୍ଚ ୭ ତାରିଖ ସୁଦ୍ଧା ୪୧ ହଜାର ୧୯୧ କୋଟି ରାଜସ୍ୱ ସଂଗ୍ରହ କରି ରେକର୍ଡ କରିଛି ଖଣି ବିଭାଗ । ମାର୍ଚ୍ଚ ମାସ ବାକି ୨୦ ଦିନରେ ଏହି ରାଜସ୍ୱ ସଂଗ୍ରହ ୪୫ ହଜାର କୋଟି ଟପିବ ବୋଲି ଆକଳନ କରାଯାଇଛି । ମାତ୍ର ୨୨ଟି ଖଣି କାର୍ଯ୍ୟକ୍ଷମ ଥିବାରୁ ଏତିକି ଆଦାୟ ହୋଇଛି । ଆଗକୁ ଆଉ ୧୩ଟି ଖଣି ପାଇଁ ନିଲାମ ପ୍ରକ୍ରିୟା ଜାରି ଅଛି । ଆସନ୍ତାବର୍ଷରେ ଖଣି ବିଭାଗ ରାଜସ୍ୱ ସଂଗ୍ରହରେ ଆହୁରି ବଡ଼ ମାଇଲଷ୍ଟୋନ୍‌ ଠିଆ କରିବ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

ଫାଇଭ-ଟି ଫର୍ମୁଲାରେ ଅଭୂତପୂର୍ବ ସଫଳତା । ଖଣି ବିଭାଗର ରେକର୍ଡ ରାଜସ୍ୱ ସଂଗ୍ରହ । ଚଳିତ ଆର୍ଥିକ ବର୍ଷରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୩ ଗୁଣ ଅଧିକ ଖଣି ରାଜସ୍ବ ସଂଗ୍ରହ କରି ଐତିହାସିକ ସଫଳତା ହାସଲ କରିଛି ଖଣି ବିଭାଗ । ୨୦୨୨ ମାର୍ଚ୍ଚ ୭ ତାରିଖ ସୁଦ୍ଧା ଖଣି ରାଜସ୍ୱ ସଂଗ୍ରହ ହୋଇଛି ୪୧ ହଜାର ୧୯୧ କୋଟି ଟଙ୍କା । ରାଜ୍ୟର ୩୫ଟି ଖଣିରୁ ୨୨ଟି ଲୁହାପଥର ଓ ମାଙ୍ଗାନିଜ୍‌ ଖଣି କାର୍ଯ୍ୟକ୍ଷମ ହୋଇଛି । କାର୍ଯ୍ୟକ୍ଷମ ହୋଇଥିବା ଖଣିର ପ୍ରିମିୟମ୍‌ ଓ ସରକାରୀ ଉଦ୍ୟୋଗମାନଙ୍କ ଉପରେ ଅତିରିକ୍ତ ରୟାଲଟି ଆଦାୟରୁ ରାଜ୍ୟ ସରକାର ଏପରି ଉଲ୍ଲେଖନୀୟ ରାଜସ୍ୱ ପାଇବାରେ ସଫଳ ହୋଇଛନ୍ତି । ମାର୍ଚ୍ଚ ଶେଷସୁଦ୍ଧା ଖଣି ରାଜସ୍ୱ ସଂଗ୍ରହ ୪୫ ହଜାର କୋଟିରେ ପହଞ୍ଚିବ ବୋଲି ସରକାର ଆଶା ରଖିଛନ୍ତି ।

୨୦୧୯-୨୦ରେ ଖଣି ରାଜସ୍ୱ ଆଦାୟ ହୋଇଥିଲା ୧୧ ହଜାର କୋଟି । ୨୦୨୦-୨୧ରେ ୧୩ ହଜାର ୭୦୦ କୋଟି ସଂଗ୍ରହ ହୋଇଥିଲା । କୋଭିଡ ମହାମାରୀ ପରେ ଅନ୍ତରାଷ୍ଟ୍ରୀୟ ବଜାରରେ ଇସ୍ପାତର ଚାହିଦା ବୃଦ୍ଧି ପାଇଛି । ଏଥିପାଇଁ ଲୁହାପଥର ଖଣିରୁ ଉତ୍ତୋଳନ ପରିମାଣ ବି ବଢିଛି । ଖଣି କାରବାରରେ ସ୍ବଚ୍ଛତା ପାଇଁ ରାଜ୍ୟ ସରକାରଙ୍କ ପ୍ରାଶାସନିକ ସଂସ୍କାରକୁ ଏବେ ସବୁ ମହଲରେ ସ୍ବାଗତ କରାଯାଉଛି । ଆଗକୁ ଏହି ଧାରା ଜାରି ରହିଲେ ଖଣି ବିଭାଗ ତାର ପୂର୍ବ ରେକର୍ଡ ଭାଙ୍ଗିବ । ବାକି ରହିଥିବା ୧୩ଟି ଖଣି କାର୍ଯ୍ୟକ୍ଷମ କରିବା ପାଇଁ ବିଭିନ୍ନ ଷ୍ଟାଚ୍ୟୁଟାରୀ କ୍ଲିଅରାନ୍‌ସ ମିଳିବା ବାକି ଅଛି । ମୋଟ ୩୫ଟି ଖଣି କାର୍ଯ୍ୟକ୍ଷମ ହେଲେ ଆସନ୍ତାବର୍ଷରେ ସରକାରଙ୍କ ଖଣି ରାଜସ୍ବ ସଂଗ୍ରହ ସବୁ ଅଙ୍କ ଟିପିଯିବ ।ଖଣିରୁ ରେକର୍ଡ ପରିମାଣର ଆୟ ସରକାରଙ୍କ ବଜେଟ୍‌ ପ୍ରସ୍ତୁତି କରିବାରେ ଯଥେଷ୍ଟ ସହାୟକ ହେବ । କାରଣ ଗରିବଙ୍କ ସ୍ବାସ୍ଥ୍ୟ ସୁବିଧା, ଖାଦ୍ୟ, ଚାଷୀ ଓ ମହିଳାଙ୍କ ଆୟ ବୃଦ୍ଧି ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ବଜେଟ୍‌ର ଆକାର ବୃଦ୍ଧି କରିଚାଲିଛନ୍ତି ।

‘ନାରୀ ଶକ୍ତି’ ପୁରସ୍କାରରେ ସମ୍ମାନିତ ଶ୍ରୁତି ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଶ୍ରୁତି ମହାପାତ୍ରଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ୱାରା ନାରୀ ଶକ୍ତି ପୁରସ୍କାରରେ ସମ୍ମାନିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି । ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ଆଜି ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଛି। ମହିଳା ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଦୁଇ ବର୍ଷ ପାଇଁ ମୋଟ୍‌ ୨୯ ଜଣ ମହିଳାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।  ନାରୀ ସଶକ୍ତିକରଣ, ବିଶେଷ କରି ଦୁର୍ବଳ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୯ ଜଣ ମହିଳାଙ୍କୁ ମୋଟ ୨୮ଟି ପୁରସ୍କାରରେ ସମ୍ମାନିତ କରାଯାଇଛି।

ମହିଳାମାନଙ୍କ ଉପଲବ୍ଧିକୁ ସମ୍ମାନ ଜଣାଇବା ପାଇଁ, ନାରୀ ସଶକ୍ତିକରଣ ଓ ସମାଜ କଲ୍ୟାଣ ଦିଗରେ ଯୋଗଦାନ ତଥା ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିଥିବା ପ୍ରଗତିଶୀଳ ମହିଳାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ । କୋଭିଡ-୧୯ ମହାମାରୀ କାରଣରୁ ଦେଖା ଦେଇଥିବା ପରିସ୍ଥିତି ଯୋଗୁ ୨୦୨୦ ଏବଂ ୨୦୨୧ରେ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇପାରି ନଥିଲା।

ପୂର୍ଣ୍ଣ ଟିକାକରଣରେ ଜାତୀୟ ସ୍ତରରେ ସର୍ବାଗ୍ରେ ଓଡ଼ିଶା

ଭୁବନେଶ୍ୱର: ଓଡ଼ିଶାରେ ପୂର୍ଣ୍ଣ ଟିକାକରଣ ହାର ୯୦.୫% ପ୍ରତିଶତ ରହିଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଷ୍ଟିଅରିଂ କମିଟି ବୈଠକରେ ଏହି ସୂଚନା ଦିଆଯାଇଛି । ଓଡ଼ିଶାରେ ସହନ ଟିକାକରଣ ମିଶନ ଇନ୍ଦ୍ରଧନୁଶ୍ ୪.୦ ର ଆରମ୍ଭ ହୋଇଛି । ତିନିଟି ରାଉଣ୍ଡରେ ହେବ ଟିକାକରଣ । ୧ମ ରାଉଣ୍ଡ- ୭ ମାର୍ଚ୍ଚରୁ ଆରମ୍ଭ ହୋଇଛି । ୨ୟ ପର୍ଯ୍ୟାୟ ୪ ଏପ୍ରିଲ ଏବଂ ୩ୟ ପର୍ଯ୍ୟାୟ ୨ମେରୁ ଆରମ୍ଭ ହେବ ।

ଏହି ମିଶନରେ ପ୍ରାୟ ୧୨ ପ୍ରକାର ରୋଗର ପ୍ରତିଷେଧକ ଟିକା ଦିଆଯିବ । ବାକି ରହିଯାଇଥିବା ଦୁଇ ବର୍ଷରୁ କମ୍ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ଟିକା ଦିଆଯିବ । ବିଭିନ୍ନ ବିଭାଗ ମଧ୍ୟରେ କ୍ଷେତ୍ରସ୍ତରୀୟ ସମନ୍ୱୟ ରଖି ଶତ ପ୍ରତିଶତ ଲକ୍ଷ୍ୟ ହାସଲ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

 

ୟୁକ୍ରେନରୁ ଫେରିଲେ ଆଉ ୪୮ଜଣ ଓଡ଼ିଆ ଛାତ୍ରଛାତ୍ରୀ

ଭୁବନେଶ୍ୱର: ୟୁକ୍ରେନରୁ ଫେରିଲେ ଆଉ ୪୮ ଓଡ଼ିଆ ମେଡିକାଲ ଛାତ୍ରଛାତ୍ରୀ । ଗତକାଲି ରାତି ଓ ଆଜି ସକାଳେ ଖାରକିଭ୍ ସହରରୁ ପୋଲାଣ୍ଡ ସୀମା ଦେଇ ସି-୧୭ ବିମାନରେ ଏମାନେ ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀରୁ ଇଣ୍ଡିଗୋ ବିମାନ ଯୋଗେ ଓଡ଼ିଶା ଅଭିମୁଖେ ରାତି ୮ଟା ୨୦ରେ ଯାତ୍ରା କରିବେ । ରାତି ୧୦ଟା ୩୦ରେ ସମସ୍ତେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ ।

ଗତକାଲି ସୁଦ୍ଧା ୩୦୦ରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ରେନରୁ ଓଡ଼ିଶାରେ ପହଞ୍ଚି ସାରିଛନ୍ତି । ବର୍ତ୍ତମାନ ଖାରକିଭ୍ ସହରରେ ଆଉ କୌଣସି ଓଡ଼ିଆ ଛାତ୍ରଛାତ୍ରୀ ଫସି ନଥିବା ସୂଚନା ମିଳିଛି । ଆଜି ଫେରିଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କ ପ୍ରଚେଷ୍ଟା ଯୋଗୁ ଯୁଦ୍ଧଭୂମିରୁ ମାତୃଭୂମିକୁ ଫେରି ପାରିଛନ୍ତି ବୋଲି କହିଛନ୍ତି । ଅପରେସନ ଗଙ୍ଗାରେ କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ବ୍ୟବସ୍ଥା କରିଥିଲେ ।

ଏହି ମିଶନରେ ୬୬ଟି ସ୍ୱତନ୍ତ୍ର ବିମାନ ନିୟୋଜିତ କରାଯାଇଥିଲା । ଆଜି ପର୍ଯ୍ୟନ୍ତ ୧୭ ହଜାରରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି । ସେପଟେ ୟୁକ୍ରେନ ଫେରନ୍ତା ଛାତ୍ରଛାତ୍ରୀଙ୍କ ପାଠପଢ଼ା ଭାରତରେ କିପରି ଜାରି ରହିବ, ସେ ଦିଗରେ ବ୍ୟବସ୍ଥା କରିବାକୁ ପ୍ରାଧାମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖଛନ୍ତି । ଏହା ସମସ୍ତ ଛାତତ୍ରଛତ୍ରୀଙ୍କୁ ଆଶ୍ୱସ୍ତ କରିଛି ।

 

ରେଳ ପ୍ରଳକ୍ପ ନିମନ୍ତେ ହୋଇଥିବା ଜମି ଅଧିଗ୍ରହଣ ନେଇ ଖୁସି ବ୍ୟକ୍ତ କଲେ ରେଳବାଇ ଅଧିକାରୀ

ଭୁବନେଶ୍ୱର: ମଙ୍ଗଳବାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରେଲୱେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବା ନିମନ୍ତେ  ଏକ ଆଭାସୀ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି ।  ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀ, ବାଣିଜ୍ୟ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀ, ଜମି ଅଧିଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ, ଜୋନ ଅଧିକାରୀ, ରେଲୱେ ବିଭାଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ | ଏହି ସମୀକ୍ଷା ବୈଠକରେ ରେଲୱେ ବିଭାଗର ବରିଷ୍ଠ ଅଧିକାରୀମାନେ ଗତ ଦେଢ଼ ମାସ ମଧ୍ୟରେ ରେଲୱେ ଜମି ଅଧିଗ୍ରହଣରେ ଉନ୍ନତି ପରିଲକ୍ଷିତ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ସମୀକ୍ଷା ବୈଠକରେ ଖୋର୍ଦ୍ଧା ରୋଡ ବଲାଙ୍ଗୀର, ତାଳଚେର ବିମଳାଗଡ, ସମ୍ବଲପୁର ତାଳଚେର ଦୋହରୀକରଣ, ବୁଢାପଙ୍କ ସାଲେଗାଓଁ ତୃତୀୟ ଓ ଚତୁର୍ଥ ଲାଇନ, ଅନଗୁଳ ସୁକିନ୍ଦା ରେଲୱେ ପ୍ରକଳ୍ପର ଜମି ଅଧିଗ୍ରହଣର ସମୀକ୍ଷା ହୋଇଥିଲା । ଗତ ଦେଢ଼ମାସ ମଧ୍ୟରେ ଖୋର୍ଦ୍ଧା ରୋଡ ବଲାଙ୍ଗୀର ରେଲୱେ ପ୍ରକଳ୍ପରେ ନୟାଗଡ ଜିଲ୍ଲାରେ ୨ଟି ଗ୍ରାମରେ, ବୌଦ୍ଧ ଜିଲ୍ଲାରେ ୩ଟି ଗ୍ରାମରେ, ସୁବର୍ଣ୍ଣପୁର ଜିଲ୍ଲାରେ ୧୨ଟି ଗ୍ରାମରେ  ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ ହୋଇ ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଅଛି ।

ସେହିପରି ତାଳଚେର ବିମଳାଗଡ ରେଲୱେ ପ୍ରକଳ୍ପରେ ଅନଗୁଳ ଜିଲ୍ଲାରେ ୩ଟି ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ ହୋଇ ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଅଛି| ସମ୍ବଲପୁର ତାଳଚେର ଦୋହରୀକରଣ ରେଲୱେ ପ୍ରକଳ୍ପରେ ଅନଗୁଳ ଜିଲ୍ଲାରେ ୨୩ଟି ଗ୍ରାମରେ ଏବଂ ସମ୍ବଲପୁର ଜିଲ୍ଲାରେ ୩୯ଟି ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ ହୋଇ ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଅଛି   |

ବୁଢ଼ାପଙ୍କ ସାଲେଗାଓଁ ତୃତୀୟ ଓ ଚତୁର୍ଥ ଲାଇନ ରେଲୱେ ପ୍ରକଳ୍ପରେ କଟକ ଜିଲ୍ଲାରେ ୧୧ଟି ଗାଁରେ ସମସ୍ତ ପଟ୍ଟାରେ ଦାଖଲ ଖାରଜ ମାମଲା ସମ୍ପୂର୍ଣ ହୋଇ ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଅଛି | ସେହିପରି ଉକ୍ତ ପ୍ରକଳ୍ପରେ ଢେଙ୍କାନାଳ ଜିଲ୍ଲାରେ ୮ଟି ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ ହୋଇ ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଅଛି । ଅନଗୁଳ ସୁକିନ୍ଦା ରେଲୱେ ପ୍ରକଳ୍ପରେ ଅନଗୁଳ ଜିଲ୍ଲାରେ ୩ଟି ଗ୍ରାମରେ ଓ ଯାଜପୁର ଜିଲ୍ଲାରେ ୩ଟି ଗ୍ରାମରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ ହୋଇ ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର କରାଯାଇଅଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଗତ ଦେଢ଼ମାସ ମଧ୍ୟରେ ହୋଇଥିବା କାର୍ଯ୍ୟନେଇ ସନ୍ତୋଷ ବ୍ୟକ୍ତ କରିବା ସଂଗେ ସଂଗେ ରେଲୱେ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣର କୌଣସି ବିଳମ୍ବ ନକରିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଅତିରିକ୍ତ ମୁଖ୍ୟ ଶାସନ ସଚିବ ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ପ୍ରାପ୍ୟ ବଣ୍ଟନ ପରେ ତତ୍କାଳ ଦାଖଲ ଖାରଜ ଫଇସଲା କରି ରେଲୱେ ଅଧିକାରୀଙ୍କୁ ଜମି ହସ୍ତାନ୍ତର ଉପରେ ଗୁରୁତ୍ୱାରୋପ କଲେ| ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ପରେ ରେଲୱେ ଅଧିକାରୀମାନେ ତୁରନ୍ତ କାମ ଆରମ୍ଭ ଓ ତ୍ୱରାନ୍ୱିତ କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଲେ |ଦେଶ ଓ ରାଜ୍ୟରେ ରେଲୱେ ସରବରାହର ମୁଖ୍ୟ ମାଧ୍ୟମ | ତେଣୁ ରେଲୱେ ପ୍ରକଳ୍ପ  ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଓ  ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାସିକ ସମୀକ୍ଷା ବୈଠକ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଗୁରୁତ୍ୱାରୋପ କରାଯାଇଛି  ।

ଅଶ୍ଲୀଳ ଭିଡିଓ ଦେଖି ୨ ନାବାଳିକାଙ୍କୁ ୬ ଜଣଙ୍କ ଗଣଦୁଷ୍କର୍ମ

ପାଟଣା: ଅଶ୍ଲୀଳ ଭିଡିଓ ଦେଖି ଗଣଦୁଷ୍କର୍ମ । ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଖବର ଆସିଛି ବିହାରରୁ । ଶେଖପୁରା ବରବିଘା ଥାନା ଅନ୍ତର୍ଗତ ଏକ ଗାଁରେ ସୋମବାର ସନ୍ଧ୍ୟାରେ ୮ ବର୍ଷୀୟ ୨ ଜଣ ବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଗଣଦୁଷ୍କର୍ମ ପରେ ୩ ଟଙ୍କା ଦେଇ ଏନେଇ କାହାରିକୁ ନ କହିବାକୁ କୁହାଯାଇଛି । ଏ କଥା ଜଣାପଡ଼ିବା ପରେ ପୋଲିସ ୨ ନାବାଳକଙ୍କୁ ଧରିଛି । ଯେତେବେଳେ କି ଏଥିରେ ସମ୍ପୃକ୍ତ ୪ ଜଣ ଏବେ ବି ଫେରାର୍ ଅଛନ୍ତି । ସମସ୍ତ ବାଳକ ଗଣଦୁଷ୍କର୍ମ ପୂର୍ବରୁ ଏକାଠି ବସି ଅଶ୍ଲୀଳ ଭିଡିଓ ଦେଖିଥିଲେ ।

ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅନୁସାରେ, ୬ ଜଣ ସାଙ୍ଗ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଗୋଟିଏ ସ୍ଥାନରେ ବସି ମୋବାଇଲରେ ଅଶ୍ଲୀଳ ଭିଡିଓ ଦେଖିଥିଲେ । ଏହାପରେ ସେହିଭଳି କାମ କରିବାକୁ ଚାହିଁଥିଲେ । ସେଠାରୁ କିଛି ଦୂର ଏକ ଗାଁର ଜମିରେ ୨ ନାବାଳିକ ଶାଗ ତୋଳୁଥିଲେ । ନାବାଳକମାନେ ସେଠାରୁ ୨ ନାବାଳିକାଙ୍କୁ ଉଠାଇ ନେଇ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ ।

ପୋଲିସ ଅନୁସାରେ, ଏଥିରେ ସମ୍ପୃକ୍ତ ସମସ୍ତ ନାବାଳକଙ୍କ ବୟସ ୧୦ରୁ ୧୨ ବର୍ଷ ହୋଇଥିବା ବେଳେ ନାବାଳିକାଙ୍କ ବୟସ ୮ ବର୍ଷ । ପୋଲିସ ୨ ନାବାଳିକାଙ୍କ ଡାକ୍ତରୀ ମାଇନା କରିଛି । ଧରା ପଡ଼ିଥିବା ୨ ନାବାଳକଙ୍କୁ ଜୁଭେନାଇଲ୍ କୋର୍ଟରେ ହାଜର କରାଯାଇଛି ।