spot_img
Home Blog Page 4527

ଭୁଲରେ ବି ଖାଲିପେଟରେ ପିଅନ୍ତୁ ନାହିଁ ଗ୍ରୀନ୍ ଟି’, ଚାଲିଯାଇପାରେ ଜୀବନ

ଭୁବନେଶ୍ୱର: ଆଜି କାଲି ପ୍ରାୟ ସମସ୍ତେ ଫିଟ୍ ରହିବାକୁ ଚାହାଁନ୍ତି । ଆଉ ଏଥିପାଇଁ ପ୍ରୟ ଲୋକ ଏବେ ଚାହା କଫି ବଦଳରେ ଗ୍ରୀନ୍‌ ଟି’ ପିଇବାକୁ ପସନ୍ଦ କରୁଛନ୍ତି। କାରଣ ପତଳା ହେବା ପାଇଁ ଆଉ ଫିଟ୍‌ ରହିବା ପାଇଁ ଗ୍ରୀନ୍‌ ଟି’ ହେଉଛି ସବୁଠୁ ଭଲ ଉପାୟ। ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ସ୍ୱାସ୍ଥ୍ୟକୁ ଠିକ୍‌ ରଖିବାରେ ସାହାଯ୍ୟ କରିଥାଏ ଏବଂ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ। ତେବେ ଗ୍ରୀନ୍ ଟି’କୁ ଯଦି ଆପଣ ସଠିକ୍ ଭାବରେ ନ ପିଇବେ, ତେବେ ଏହା ଆପଣଙ୍କ ଶରୀର ପ୍ରତି କ୍ଷତିକାରକ ହୋଇପାରେ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ଅନେକ ଲୋକଙ୍କର ସକାଳେ ଖାଲି ପେଟରେ ଗ୍ରୀନ୍ ଟି’ ପିଇବା ଅଭ୍ୟାସ ଅଛି, କିନ୍ତୁ ଏହି ଅଭ୍ୟାସ ଆପଣଙ୍କୁ ଭାରି ପଡିପାରେ। ଆସନ୍ତୁ ଜାଣିବା ଖାଲି ପେଟରେ ଗ୍ରୀନ୍‌ ଟି’ ପଇଲେ କ’ଣ ହେବ ।

  • ପେଟରେ ଗ୍ରୀନ୍‌ ଟି’ ପିଇବା ଦ୍ୱାରା ଏସିଡ୍‌ ସୃଷ୍ଟି ହୁଏ। ଏହି କାରଣରୁ ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ। ଭୋକ ହୁଏନି। କିଛି ଖାଇବାକୁ ଭଲ ଲାଗିବନି। ବିଶେଷଜ୍ଞଙ୍କ ମୁତାବକ, ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ବଦଳରେ ଏହାକୁ ଦିନରେ ସମୟ ସମୟରେ ଅଳ୍ପ ଅଳ୍ପ କରି ପିଇବା ଉଚିତ।
  • ଅତ୍ୟଧିକ ମାତ୍ରାରେ ଗ୍ରୀନ୍‌ ଟି’ ସେବନ କରିବା ଦ୍ୱାରା ଶରୀରରେ ଆଇରନ୍‌ର ଅଭାବ ଦେଖାଦିଏ। ଗ୍ରୀନ୍‌ ଟି’ରେ ଥିବା ଟ୍ୟାନିନ୍‌, ଶରୀରେ ଆଇରନ୍‌ ଉତ୍ପନ୍ନରେ ବାଧା ସୃଷ୍ଟି କରେ। ଏହାର ଅତ୍ୟଧିକ ବ୍ୟବହାର ଗର୍ଭାବସ୍ଥାରେ କିମ୍ବା ଶିଶୁର ଜନ୍ମ ପରେ ମଧ୍ୟ କ୍ଷତି ପହଞ୍ଚାଇପାରେ। ଏପରିକିଏହା ଆପଣଙ୍କ ଗର୍ଭପାତର କାରଣ ମଧ୍ୟ ହୋଇପାରେ।
  • କଫି ପରି ଗ୍ରୀନ୍‌ ଟି’ରେ ମଧ୍ୟ କ୍ୟାଫିନ୍ ରହିଛି। ଯଦିଓ ଏହାର ପରିମାଣ କମ୍‌ ତଥାପି ଖାଲି ପେଟରେ ସବୁବେଳେ ଏହାକୁ ପିଇଲେ ଶରୀରରେ ଡିହାଇଡ୍ରେସନ୍ ଭଳି ସମସ୍ୟା ଦେଖାଦେଇଥାଏ।
  • ଅନେକ ଲୋକଙ୍କୁ ଖାଲି ପେଟରେ ଗ୍ରୀନ୍‌ ଟି’ ପିଇବା ଯୋଗୁଁ ମୁଣ୍ଡ ବିନ୍ଧା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। କୁହାଯାଏ, ଖାଲି ପେଟରେ ଏହାକୁ ପିଇବା ଦ୍ୱାରା ଗ୍ୟାସ୍‌ ହୋଇଯାଏ। କିଛି ସମୟ ପରେ ଏହି ଗ୍ୟାସ୍‌ ଯୋଗୁଁ ମୁଣ୍ଡ ବିନ୍ଧେ। ତେବେ ଜଳଖିଆ ଖାଇବାର କିଛି ସମୟ ପରେ ହିଁ ଗ୍ରୀନ୍‌ ଟି’ ପଇବା ଉଚିତ।

ହୋଲିରେ କରନ୍ତୁ ଏହିସବୁ ଉପାୟ, ଘରେ କେବେ ହେବନି ଧନର ଅଭାବ

ଭୁବନେଶ୍ୱର: ଆଉ ମାତ୍ର ଦିନ କେଇଟା ପରେ ରଙ୍ଗର ପର୍ବ ହୋଲି। ଭାରତରେ ୨ ଦିନ ଧରି ଏହି ପର୍ବ ବେଶ୍ ଧୂମଧାମରେ ପାଳନ ହୁଏ । ଚଳିତ ବର୍ଷ ମାର୍ଚ୍ଚ ୧୭ ଓ ୧୮ ତାରିଖରେ ପଡୁଛି ରଙ୍ଗର ପର୍ବ ହୋଲି। ୧୭ରେ ହୋଲିକା ଦହନ ଓ ୧୮ରେ ହୋଲି ବା ଫଗୁ ଖେଳ । ବର୍ଷକେ ଥରେ ଏହି ରଙ୍ଗୀନ ପର୍ବକୁ ସାରା ଦେଶ ଖୁସି ବା ଆନନ୍ଦ ସହ ପାଳନ କରିଥାଏ।  ଶାସ୍ତ୍ର ଅନୁସାରେ ହୋଲିକା ଦହନ ଦିନ କିଛି ବିଶେଷ ଉପାୟ କଲେ ଜୀବନରେ ସୁଖ ସମୃଦ୍ଧି ବଢିଥାଏ। ଆସନ୍ତୁ ଜାଣିବା ଏହି ଦିନ କ’ଣ ସବୁ କରିବା ଉଚିତ।

ଗରିବଙ୍କୁ ଦାନ କରନ୍ତୁ: ହୋଲି ଦିନ ଗରିବ ଏବଂ ଅଭାବୀ ଲୋକଙ୍କୁ ଦାନ କଲେ ବହୁତ ଭଲ ଫଳ ମିଳିଥାଏ । ଏହାଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏକ ସକରାତ୍ମକ ପ୍ରଭାବ ପଡିଥାଏ, ଘରେ ସୁଖ, ସମ୍ପତ୍ତି ବଢ଼ିବା ସହ  ମାନସିକ ଶାନ୍ତି ମଧ୍ୟ ମିଳିଥାଏ ।

ଚାକିରିରେ ସଫଳତା ପାଇବା ପାଇଁ: ଯଦି ଆପଣ ନିଜ ଚାକିରୀ, ବ୍ୟବସାୟ କିମ୍ବା ବୃତ୍ତିରେ ସନ୍ତୁଷ୍ଟ ନୁହଁ କିମ୍ବା କଠିନ ପରିଶ୍ରମ ପରେ ମଧ୍ୟ ସଫଳତା ପାଇପାରୁ ନାହାଁନ୍ତି, ତେବେ ହୋଲିକା ଦହନ ପୂଜା ସମୟରେ ଏକ ନଡ଼ିଆକୁ ନିଆଁରେ ପକାନ୍ତୁ ଏବଂ ଏହା ପରେ, ହୋଲିକାର ଚାରିପଟେ ସାତଥର ପରିକ୍ରମା କରନ୍ତୁ। ଦେଖିବେ ଖୁବଶୀଘ୍ର ଆପଣଙ୍କୁ କର୍ମକ୍ଷେତ୍ରରେ ସଫଳତା ମିଳିବ।

ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇ: ହୋଲି ଉତ୍ସବ ହୋଲିକା ଦହନରୁ ଆରମ୍ଭ ହୁଏ । ଯଦି ଆପଣ ନିଜର ଆର୍ଥିକ ସ୍ଥିତିକୁ ସୁଧାରିବାକୁ ଚାହୁଁଛନ୍ତି ଏବଂ ଘରେ ସୁଖ ଏବଂ ଶାନ୍ତି ଆଣିବାକୁ ଚାହୁଁଛନ୍ତି, ତେବେ ହୋଲିକା ଦହନ ପୂଜାରେ ବାଦାମ ଏବଂ ମିଠା ଭୋଗ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଘରେ କେବେ ହେଲେ ଅଭାବ ଦେଖା ଦେବନାହିଁ ।

ମନସ୍କାମନା ପୂରଣ କରିବା ପାଇଁ: ପ୍ରତ୍ୟେକ ବ୍ୟକ୍ତିଙ୍କର କିଛି ନା କିଛି ମନସ୍କାମନା ଥାଏ । କିନ୍ତୁ ଅନେକ ଲୋକଙ୍କର ମନସ୍କାମନା କେବେ ପୂରଣ ହୁଏ ନାହିଁ । ଏପରି ପରିସ୍ଥିତିରେ, ହୋଲିକା ଦହନଙ୍କ ପୂଜା ସମୟରେ ନଡ଼ିଆ ସହିତ ନିଆଁରେ ପାନ ପତ୍ର ଏବଂ ଗୁଆ ଅର୍ପଣ କରନ୍ତୁ। ଦେଖିବେ ଖୁବ ଶାଘ୍ର ଆପଣଙ୍କ ମନସ୍କାମନା ନିଶ୍ଚିତ ପୂରା ହେବ।

ଭୟକୁ ଏଡାଇବା ପାଇଁ: ଯଦି ଆପଣଙ୍କୁ ଖରାପ ସ୍ୱପ୍ନ ଆସୁଛି, କିମ୍ବା ଆପଣଙ୍କୁ ଭୟ ଲାଗୁଛି କି ବାରମ୍ବାର ଚମକୁଛନ୍ତି । ତେବେ ହୋଲିକା ଦହନଙ୍କ ପୂଜା ସମୟରେ ଏକ ଶୁଖିଲା ନଡ଼ିଆ, କଳା ରାଶି ଏବଂ କିଛି ସୋରିଷ ଦାନା ନେଇ ୭ ଥର ମୁଣ୍ଡରେ ମାରି ନିଆଁରେ ଅର୍ପଣ କରନ୍ତୁ ।

ଘରୁ ନକରାତ୍ମକ ଶକ୍ତିକୁ ଦୂରେଇବା ପାଇଁ: ଯଦି ଆପଣଙ୍କ ଘରେ ଦୀର୍ଘ ସମୟ ଧରି ଖରାପ ସମୟ ଚାଲିଥାଏ ଏବଂ ଆପଣ ଏଥିରୁ ମୁକ୍ତି ପାଇବାକୁ ଚାହାଁନ୍ତି, ତେବେ ହୋଲିକା ଦହନର ପାଉଁଶକୁ ଘରକୁ ଆଣି ସୋରିଷ ମଞ୍ଜି ଏବଂ କିଛି ଲୁଣ ମିଶାଇ ଏକ ଶୁଦ୍ଧ ସ୍ଥାନରେ ରଖନ୍ତୁ । ଏପରି କଲେ ଆପଣଙ୍କ ଘରୁ ସମସ୍ତ ପ୍ରକାରର ନକାରାତ୍ମକତା ଦୂରେଇ ରହିବ।

ମାର୍ଚ୍ଚ ୩୧ ପୂର୍ବରୁ ବସିବ ବିଧାନସଭା ବଜେଟ ଅଧିବେଶନ

ଭୁବନେଶ୍ୱର: ମାର୍ଚ୍ଚ ୩୧ ପୂର୍ବରୁ ବସିବ ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟପାଳଙ୍କ ଅନୁମୋଦନ ପରେ ବିଧିବଦ୍ଧ ତାରିଖ ଘୋଷଣା କରାଯିବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି । ଏଥର ପୂର୍ଣ୍ଣାଙ୍ଗ ବଜେଟ୍ କି ୩ମାସିଆ ବଜେଟ୍ ଆସିବ, ତାହା ଏଯାଏ ସ୍ଥିର କରାଯାଇନାହିଁ ।

ରାଜ୍ୟ ବଜେଟର ଆକାର ଲକ୍ଷେ ୭୦ ହଜାର କୋଟିରୁ ବୃଦ୍ଧି ପାଇ ପ୍ରାୟ ୨ଲକ୍ଷ କୋଟିରେ ପହଞ୍ଚିବ । ୨୦୨୧-୨୨ ଆର୍ଥିକ ବର୍ଷରେ ୧ଲକ୍ଷ ୭୦ହଜାର କୋଟିର ବଜେଟ୍ ପାରିତ ହୋଇଥିଲା । ଏଥର ବଜେଟରେ ସ୍ବାସ୍ଥ୍ୟ, ଭିତ୍ତିଭୂମି, ସାମାଜିକ କ୍ଷେତ୍ର ଓ ମହିଳା ଶିଶୁ କଲ୍ୟାଣ ଉପରେ ପୋକସ କରିବେ ରାଜ୍ୟ ସରକାର ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶା ବିଧାନସଭା ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ: ଆଗକୁ ଟିଭି ହେବ

 

ବ୍ରହ୍ମପୁରରେ ମାତିଛନ୍ତି ଜମି ଦଲାଲ: ମୃତ ବ୍ୟକ୍ତିଙ୍କ ନାଁରେ ବିକ୍ରି ହେଉଛି ମୂଲ୍ୟବାନ ଜମି

ବ୍ରହ୍ମପୁର: ନକଲି ଆଧାର କାର୍ଡ, ନକଲି ଭୋଟ ପରିଚୟ ପତ୍ରରେ କୋଟି କୋଟି ଟଙ୍କାର ଜମି ଠକେଇ ଅଭିଯୋଗ । ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ଗାନ୍ଧିନଗର ଅଞ୍ଚଳରେ ସାମ୍ନାକୁ ଆସିଛି ଏଭଳି ବଡ଼ ଧରଣର ଜମି ଠକେଇ କାରନାମା । ଠକାମୀର ଶିକାର ହୋଇଥିବା ପ୍ରକୃତ ଜମି ମାଲିକ ଥାନାରେ ଅଭିଯୋଗ କରିବା ପରେ ଘଟଣାର ଖୋଳତାଡ଼ ଆରମ୍ଭ କରିଛି ବ୍ରହ୍ମପୁର ପୋଲିସ୍ । ମାମଲାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଗକୁ ଗିରଫଦାରୀ ଆହୁରି ବ୍ୟାପକ ହେବ ବୋଲି କହିଛନ୍ତି ବ୍ରହ୍ମପୁର ଏସ୍‌ପି ।

ବ୍ରହ୍ମପୁର ସହରରେ ମାତିଛନ୍ତି ଜମି ଦଲାଲ । ମୃତ ବ୍ୟକ୍ତିଙ୍କ ନାଁରେ ବିକ୍ରି ହେଉଛି ମୂଲ୍ୟବାନ ଜମି । ମାଲାମାଲ ହେଉଛନ୍ତି ଜମି ମାଫିଆ । ଯେଉଁଠି ଘର ଛିଡ଼ା ହୋଇଛି ସେହି ଜାଗାକୁ ଜମି ଡିହ ବୋଲି ଦର୍ଶାଇ ବିକ୍ରି କରାଯାଉଛି । ଏ ନେଇ ଗାନ୍ଧିନଗର ଅଞ୍ଚଳର କମଳେନ୍ଦୁ ପାତ୍ର ଠକେଇର ଶିକାର ହେବା ପରେ ବ୍ରହ୍ମପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଜାଗାକୁ ଡବ୍ଲ୍ୟୁ.ଭି.ରାମା ରାଓଙ୍କ ଠାରୁ ୧୯୭୨ରେ କିଣିଥିଲେ କମଳେନ୍ଦୁଙ୍କ ବାପା ଲକ୍ଷ୍ମୀକାନ୍ତ ପାତ୍ର । ହେଲେ ରାମା ରାଓଙ୍କ ୧୯୯୪ରେ ମୃତ୍ୟୁ ହେବା ପରେ ତାଙ୍କ ନାଁରେ ଆଧାର କାର୍ଡ କରି ଗୋପୀନାଥ ପାଣିଗ୍ରାହୀ ନାମକ ଜଣେ ବ୍ୟକ୍ତି ଏହାକୁ ଜଣେ ମହିଳାଙ୍କୁ ବିକ୍ରି କରିଦେଇଛନ୍ତି । ଜାଗାର ଉନ୍ନତିକରଣ ପାଇଁ ବ୍ୟାଙ୍କକୁ ଋଣ ଆଣିବାକୁ ଯିବା ବେଳେ ଏ ସଂପର୍କରେ ଜାଣିବାକୁ ପାଇ ଟାଉନ ଥାନାରେ ଅଭିଯୋଗ କରିଛନ୍ତି ।

ଖାଲି ଏହି ଗୋଟିଏ ଘଟଣା ନୁହେଁ, ବ୍ରହ୍ମପୁର ସହରରେ ସହରର ବିଭିନ୍ନ ସ୍ଥାନରେ ମାତିଛନ୍ତି ଜମି ଦଲାଲ୍ । ନକଲି କାଗପତ୍ର କରି ଜମି ବିକି ମାଲାମାଲ ହେଉଛନ୍ତି ମାଫିଆ । ତୁରନ୍ତ ଏହାରି ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । ସେପେଟ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ୍ ।  ଜମି ଦଲାଲି ପଛରେ ଖାଲି ମାଫିଆ ନୁହନ୍ତି କିଛି ବଡ ଅଧିକାରୀଙ୍କ ହାତ ଥିବା ଅଭିଯୋଗ ହୋଇଛି ।

 

 

ଭାରତୀଙ୍କ ବେବି ବମ୍ପକୁ କିସ୍ କଲେ ମାଧୁରୀ, କହିଲେ ‘କାହା ନଜର ନ ଲାଗୁ…’

ମୁମ୍ବାଇ: ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି କମେଡ଼ି କ୍ୱିନ୍ ଭାରତୀ ସିଂହ ଲିମ୍ବାଚିୟା । ନିକଟରେ ସେ ନିଜ ବେବି ବମ୍ପର କିଛି ଫଟୋ ସୋଶିଆଲ ମିଡିଆରେ ଶେଆର କରିଥିଲେ ଯହାକି ବେଶ୍ ଚର୍ଚ୍ଚାରେ ରହିଥିଲା । ଏବେ ପୁଣି ଭାରତୀ ଚର୍ଚ୍ଚାକୁ ଆସିଛନ୍ତି । ଏଥର କିନ୍ତୁ ବଲିଉଡର ଧକ୍ ଧକ୍ ଗର୍ଲ ମାଧୁରୀଙ୍କ ପାଇଁ ।

ଗର୍ଭବତୀ ଅବସ୍ଥାରେ ମଧ୍ୟ ସେ ବେଶ୍ ଆକ୍ଟିଭ ଅଛନ୍ତି ଭାରତୀ ।  ବର୍ତ୍ତମାନ ସେ ନିଜ ସ୍ୱାମୀଙ୍କ ସହ ରିୟାଲିଟି ଶୋ ‘ହୁନର ବାଜ୍’ ହୋଷ୍ଟ କରୁଛନ୍ତି ଆଉ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଛନ୍ତି । ଏହି ଶୋ’କୁ ଅତିଥି ଭାବେ ଆସିଛନ୍ତି ଧକ ଧକ୍ ଗର୍ଲ ମାଧୁରୀ ଦୀକ୍ଷିତ। ଆଉ ଏହି ଏପିସୋଡର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି।

ଶୋ’ର ଭିଡିଓରେ, ଆପଣ ଦେଖିପାରିବେ ଯେ ମାଧୁରୀ ଦୀକ୍ଷିତ, ପ୍ରତିଯୋଗୀଙ୍କ ପ୍ରଦର୍ଶନରେ ଖୁସି ହୋଇ ମଞ୍ଚକୁ ଆସନ୍ତି ଏବଂ ତିନିଜଣ ପ୍ରତିଯୋଗୀଙ୍କୁ ଟଙ୍କା ଦେଉଛନ୍ତି ଏବଂ କହୁଛନ୍ତି ଆପଣ ତିନିଜଣଙ୍କୁ କାହା ନଜର ନ ଲାଗୁ। ପ୍ରତିଯୋଗୀମାନଙ୍କ ନଜର ଉତାରିବା ପରେ ମାଧୁରୀ ଭାରତୀଙ୍କ ବେବି ବମ୍ପକୁ ଏକ କିସ୍ କରୁଛନ୍ତି ଆଉ କହୁଛନ୍ତି ଯେ ତୁମକୁ ବି କାହା ନଜର ନ ଲାଗୁ।

ମାଧୁରୀଙ୍କ ଏହି ଅନ୍ଦାଜ ଭାରତୀ ଏବଂ ସମସ୍ତ ଜଜ୍ ଓ ଦର୍ଶକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ମନୋରଞ୍ଜନ ଜଗତର ଦୁଇ ପ୍ରତିଭାଶାଳୀ ମହିଳା ମାଧୁରୀ ଦୀକ୍ଷିତ ଏବଂ ଭାରତୀ ସିଂଙ୍କ ମଧ୍ୟରେ ଏହି ସୁନ୍ଦର ମୁହୂର୍ତ୍ତ ଦେଖି ଆପଣ ମଧ୍ୟ ନିଶ୍ଚିତ ଖୁସି ହୋଇଯିବେ। ବାସ୍ତବରେ  ହୁନାରବାଜ୍ ମଞ୍ଚରୁ ଆସିଥିବା ଏହି ଭିଡିଓ ଏତେ ହୃଦୟଶ୍ପର୍ଶୀ ହୋଇଛି ଯେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ସମସ୍ତଙ୍କୁ ଏହା ବହୁତ ପସନ୍ଦ ମଧ୍ୟ ଆସୁଛି।

ମହିିଳାଙ୍କ ଠାରୁ ୪ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀରେ ମାତିଛନ୍ତି ଲୁଟେରା । ଆଜି ସହିଦନଗର ଅଞ୍ଚଳରୁ ଜଣେ ମହିଳାଙ୍କଠାରୁ ୪ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ । ଦୁଇଜଣ ବାଇକରେ ଆସି ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଛନ୍ତି । ଏନେଇ ଲୁଟର ଶିକାର ହୋଇଥିବା ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାସ୍ଥଳକୁ ଯାଇ ଛାନ୍‌ଭିନ୍ କରିଥିଲେ ସୁଦ୍ଧା ଲୁଟେରାଙ୍କ ଟେର୍ ପାଇନି ।

ମହିଳାଜଣକ ଆଜି ମଧ୍ୟାହ୍ନରେ ବ୍ୟାଙ୍କରୁ ୪ ଲକ୍ଷ ଟଙ୍କା ଉଠାଇ ବ୍ୟାଗରେ ରଖି ଯାଉଥିବାବେଳେ ତାଙ୍କୁ ଟାର୍ଗେଟ କରିଥିଲେ ଲୁଟେରା । ଦୁଇଜଣ ଲୁଟେରା ବାଇକରେ ଆସି ତାଙ୍କ ବ୍ୟାଗ ନେଇ ଚମ୍ପଟ ମାରିଥିଲେ । ଲୁଟେରାମାନେ ବମିଖାଲ ଓଭରବ୍ରିଜ ଦେଇ ଫେରାର ହୋଇଯାଇଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଗତ କିଛିଦିନ ତଳେ ଲୁଟେରାମାନେ କାରର କାଚ ଭାଙ୍ଗି ଲୁଟିଥିବା ବେଳେ ପୋଲିସ୍ ସେହି ମାମଲାରେ ମଧ୍ୟ କୌଣସି ଟେର୍ ପାଇନାହିଁ । ଏହାରି ମଧ୍ୟରେ ରାଜଧାନୀର ରାଜରାସ୍ତା ଉପରେ ମହିଳାଙ୍କ ଠାରୁ ଲୁଟ ପୋଲିସ ପାଇଁ ଆହ୍ୱାନ ସୃଷ୍ଟି କରିଛି ।

ମାର୍ଚ୍ଚ ୨୬ରୁ ଆରମ୍ଭ ହେବ IPLର ୧୫ ତମ ସଂସ୍କରଣ: ପ୍ଳେ ଅଫ୍ ଭେନ୍ୟୁ ହୋଇନାହିଁ ଚୂଡ଼ାନ୍ତ

ମୁମ୍ୱାଇ:  ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୧୫ତମ ସଂସ୍କରଣ । ୨ମାସ ଧରି ଖେଳାଯିବାକୁ ଥିବା ଏହି ବ୍ୟୟବହୁଳ ପ୍ରିମିୟର ଲିଗ୍ । ଚଳିତ ଥର ଏଥିରେ ୧୦ଟି ଦଳ ଭାଗ ନେବେ ଯାହା ଏବଂ ଏହା ମଇ ୨୯ରେ ଶେଷ ହେବ । ଏ ନେଇ ବସିସିଆଇ ପକ୍ଷରୁ ଖେଳସୂଚୀ ପ୍ରକାଶ ପାଇଛି । ପ୍ରାରମ୍ଭିକ ମ୍ୟାଚ୍‌ରେ ଗତ ସଂସ୍କରଣର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ ।

ମୋଟ ୧୦ଟି ଟିମ୍‌କୁ ଏ ଓ ବି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି । ଗ୍ରୁପ୍ ଏ’ରେ ମୁମ୍ୱାଇ ଇଣ୍ଡିଆନ୍ସ, କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଏବଂ ନୂଆ ଦଳ ଲକ୍ଷ୍ଣୌ ସୁପର ଜିଆଣ୍ଟସ୍ ରହିଛନ୍ତି ସେହିଭଳି ଗ୍ରୁପ ବି’ରେ ଚେନ୍ନାଇ ସୁପର କିଙ୍ଗସ୍, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ,  ପଞ୍ଜାବ କିଙ୍ଗସ୍ ଏବଂ ଗୁଜୁରାଟ ଟାଇଟନ୍ସ ଏହି ଗ୍ରୁପରେ ସ୍ଥାନ ପାଇଛନ୍ତି ।

ତେବେ ସମସ୍ତ ଲିଗ୍‌ ମ୍ୟାଚ୍‌ ମୋଟର ଚାରୋଟି ଭେନ୍ୟୁରେ ଖେଳାଯିବ । ମୁ୍ମ୍ୱାଇର ଓ୍ୱାଙ୍ଖଡେ, ପୁନେର ଡିଓ୍ୱାଇ ପଟିଲ ଷ୍ଟାଡିୟମ୍‌ରେ ୨୦ଟି ଲେଖାଏଁ ମ୍ୟାଚ୍‌ ଖେଳାଯିବ । ସେହିଭଳି ମୁମ୍ୱାଇର ବ୍ରୋବନ ଷ୍ଟାଡିୟମ୍‌ ଓ ଏମ୍‌ସିଏ ଷ୍ଟାଡିୟମ୍‌ ପୁଣେରେ ୧୫ଟି ମ୍ୟାଚ୍‌ ଖେଳାଯିବ । ତେବେ ଚଳିତ ସଂସ୍କରଣର ପ୍ରଥମ ଡବଲ ହେଡର ମ୍ୟାଚ୍‌ ମାର୍ଚ୍ଚ ୨୭ରେ ଖେଳାଯିବ । ଏହାସହିତ ୨୫ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ୍‌  ଦେଖିବାକୁ ଅନୁମତି ଦିଆଯିବ । ଏ ନେଇ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ତେବେ ଏ ନେ ପ୍ଳେ ଅଫ୍ ମ୍ୟାଚ୍‌ର ଭେନ୍ୟୁ ଚୂଡ଼ାନ୍ତ ହୋଇନାହିଁ ।

ୟୁକ୍ରେନ ଫେରନ୍ତା ଡାକ୍ତରୀ ଛାତ୍ରଙ୍କ ଅଧ୍ୟୟନ ବ୍ୟବସ୍ଥା ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ୟୁକ୍ରେନରୁ ଫେରିଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ । ସେମାନଙ୍କ ଭବିଷ୍ୟତ ଏବେ ଅନ୍ଧାର ଭିତରକୁ ଠେଲି ହୋଇଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନ୍‌ରୁ ଅଧାରୁ ପାଠ ଛାଡ଼ି ଆସିଥିବା ଛାତ୍ରଛାତ୍ରୀଙ୍କୁ ସହାୟତା ଦେବା ପାଇଁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ତୁରନ୍ତ ଏ ପ୍ରସଙ୍ଗକୁ ଗୁରୁତର ସହ ନ୍ୟାସନାଲ ମେଡିକାଲ କାଉନସିଲ୍‌ ଏବଂ ମନ୍ତ୍ରାଳୟ ସହ ଆଲୋଚନା କରି ଛାତ୍ରଛାତ୍ରୀଙ୍କ ପାଠ ପଢା କିପରି ଭାରତରେ ହୋଇପାରିବ ସେନେଇ ବ୍ୟବସ୍ଥା କରିବାକୁ ନିବେଦନ କରିଛନ୍ତି । ଏହି ପ୍ରସଂଗରେ କେନ୍ଦ୍ର ସରକାର ଯାହା ନିଷ୍ପତ୍ତି ନେବେ ରାଜ୍ୟ ସରକାରଙ୍କ ତରଫରୁ ସମ୍ପୂର୍ଣ୍ଣ ସମର୍ଥନ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଛନ୍ତି ।

 

ବଚପନ କା ପ୍ୟାର୍ ଫେମର ସହଦେବଙ୍କ ମାସକୁ ଆୟ ୨ ଲକ୍ଷ, ରଖିଛନ୍ତି ଦୁଇ ଜଣ ମ୍ୟାନେଜର

ରାୟପୁର: ‘ବଚପନ୍ କା ପ୍ୟାର’ ଗୀତ ଗାଇ ଘରେ ଘରେ ବେଶ୍ ପରିଚିତ ହୋଇଥିବା ସହଦେବ ଦିରଦୋଙ୍କ ଜୀବନ ଏବେ ପୂରା ବଦଳିଯାଇଛି । ‘ବଚପନକା ପ୍ୟାର୍’ ଗୀତକୁ ନିଜ ଅନ୍ଦାଜରେ ଗାଇ ବେଶ୍ ଭାଇରାଲ ହୋଇଥିଲେ ସହଦେବ । ସୋସିଆଲ ମିଡିଆରେ ଷ୍ଟାର ପାଲଟିଯାଇଥିଲେ । ସହଦେବଙ୍କ ଏହି ଭିଡିଓକୁ ୨ କୋଟି ଭିୟ୍ୟୁ ମିଳିସାରିଛି। ରାପ ସୁପରଷ୍ଟାର ବାଦଶାହ ମଧ୍ୟ ସହଦେବଙ୍କ ଭିଡିଓରେ ଇମ୍ପ୍ରେସ ହୋଇ ତାଙ୍କ ସହ ‘ବଚପନ କା ପ୍ୟାର’ ଗୀତ ରେକର୍ଡ଼ିଂ କରିଥିଲେ। ଏହି ଗୀତକୁ ବର୍ତ୍ତମାନ ୟୁଟ୍ୟୁବରେ ୩୯ କୋଟିରୁ ଅଧିକ ଥର ଦେଖାସରିଲାଣି।

ଛତିଶଗଡ଼ର ସୁକମା ଜିଲ୍ଲାର ଉରମପାଳ ପରି ଛୋଟ ଗାଁର ଆଦିବାସୀ ପିଲା ସହଦେବଙ୍କ ଜୀବନ ଆଜି ପୂରା ପୂରି ବଦଳିଯାଇଛି । ବର୍ତ୍ତମାନ ତାଙ୍କର ୨ ଜଣ ପର୍ସନାଲ ମ୍ୟାନେଜରଅଛନ୍ତି । ଆଉ ସେମାନଙ୍କୁ ସହଦେବ ପ୍ରତି ମାସରେ ୩୨୦ ହଜାର ଟଙ୍କା ଲେଖାଏଁ ଦରମା ବି ଦେଉଛନ୍ତି । ମ୍ୟାନେଜର ପିଣ୍ଟୁ ମାନିକପୁରୀ ସହଦେବଙ୍କ ସମସ୍ତ କାମ ବୁଝାବୁଝି କରନ୍ତି। ଆଉ ରାଜେଶ ସୋରି ଭିଡିଓ ପ୍ଲାଟଫର୍ମ ‘ମୋଜ’ ପାଇଁ ରିଲ୍ ବନାନ୍ତି। କେବଳ ଏହି ୨ ଜଣ ନୁହଁନ୍ତି । ବାଦଶାହ ମଧ୍ୟ ନିଜଆଡ଼ୁ ସହଦେବଙ୍କ ପାଇଁ ଜଣେ ମ୍ୟାନେଜର ରଖିଛନ୍ତି । ଯିଏ କି ମୁମ୍ବାଇରେ ରହି ଅନ୍ତର୍ଜାତୀୟ କଣ୍ଟ୍ରାକ୍ଟ ଗୁଡ଼ିକୁ ସମ୍ଭାଳୁଛନ୍ତି ।

ଆଗକୁ ସହଦେବ ଜଣେ ସିଙ୍ଗର ହେବାର ସ୍ୱପ୍ନ ରଖିଛନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର ସଙ୍ଗୀତ ଶିକ୍ଷା ଆରମ୍ଭ ହୋଇପାରିନାହିଁ। ସୁକମା ଜିଲ୍ଲାପାଳ ତାଙ୍କ ପାଇଁ ଉତ୍ତମ ସଂଙ୍ଗୀତ ଶିକ୍ଷା ବ୍ୟବସ୍ଥା କରୁଥିବା ସେ କହିଛନ୍ତି। ଆଗକୁ ସହଦେବ ଛତିଶଗଡ଼ର ପୂର୍ବ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ବାୟୋପିକରେ ତାଙ୍କର ପିଲାବେଳର ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ବର୍ତ୍ତମାନ ଏହାର ସୁଟିଂ ଚାଲିଛି। ଏହା ବ୍ୟତୀତ ‘ୟୁନିଭର୍ସାଲ ମ୍ୟୁଜିକ ଗ୍ରୁପ’ ସହ ୩ଟି ଗୀତର ଆଗ୍ରିମେଣ୍ଟ ବି ହୋଇଛି । ଏହା ବାଦ୍ ଏକ ବଲିଉଡ ଫିଲ୍ମ ପାଇଁ ମଧ୍ୟ କଥାବାର୍ତ୍ତା ଚାଲିଛି।

ମାସକୁ ରୋଜଗାର ୨ ଲକ୍ଷ ଟଙ୍କା:

ସୋସିଆଲ ମିଡିଆରେ ଷ୍ଟାର ହେବା ପରେ ସହଦେବ ‘ମୌଜ୍’ ସହ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଚୁକ୍ତି ଅନୁଯାୟୀ ସହାଦେବଙ୍କୁ ପ୍ରତି ମାସରେ ୪୦ଟି ଭିଡିଓ ଅପଲୋଡ୍ କରିବାକୁ ହେବ। ଆଉ ଏଥିପାଇଁ ତାଙ୍କୁ ମାସକୁ ୨ ଲକ୍ଷ ଟଙ୍କା ଦିଆଯାଉଛି। ଆଉ ଯଦି ଛଅ ମାସ ପର୍ଯ୍ୟନ୍ତ ଲଗାତାର ଭିଡିଓ ଅପଲୋଡ  ହୁଏ, ତେବେ ମାସକୁ ୨ ଲକ୍ଷ ବଦଳରେ ଆପଣଙ୍କୁ ୪ ଲକ୍ଷ ଟଙ୍କା ମିଳିବ। ବର୍ତ୍ତମାନ, ସହଦେବଙ୍କର ‘ମୌଜ୍’ରେ ପାଖାପାଖି ୨ ଲକ୍ଷ ଫଲୋୟର୍ସ ଅଛନ୍ତି ।

ସେଲିବ୍ରିଟିଙ୍କୁ ପଛରେ ପକାଇଲେ ସହଦେବ:

ସାହଦେବ ଏକ NFT(Non-fungible token) ଲଞ୍ଚ କରିଛନ୍ତି | ଯାହାକୁ ମର୍ଡନ ଯୁଗର ନିଲାମ କୁହାଯାଇପାରେ। ଏହା ମାଧ୍ୟମରେ ଯେକେହି ସେମାନଙ୍କର ଡିଜିଟାଲ୍ ପେଣ୍ଟିଂ, ଗୀତ, ଫଟୋ, ଭିଡିଓ କିମ୍ବା ଆପ୍ ବିକ୍ରି କରିପାରିବେ। ଦୁନିଆର ଯେକୌଣସି ସ୍ଥାନରେ ବସିଥିବା ଜଣେ ବ୍ୟକ୍ତି ଏହାକୁ କିଣି ପାରିବେ। ସେଲେବ୍ରିଟିମାନେ ଏହା ମାଧ୍ୟମରେ ସେମାନଙ୍କର ଫଟୋ ଏବଂ ଭିଡିଓଗୁଡିକ କୋଟି କୋଟି ଟଙ୍କାରେ ବିକ୍ରି କରୁଛନ୍ତି । ବଲିଉଡ ସେଲେବ୍ରିଟିଙ୍କ ମଧ୍ୟରେ ସଲମାନ ଖାନ ଏବଂ ଅମିତାଭ ବଚ୍ଚନ NFT ଲଞ୍ଚ୍ କରିଛନ୍ତି। ବର୍ତ୍ତମାନ ଏହି ଧାରାରେ ସହଦେବଙ୍କ ନାମ ଯୋଡ଼ି ହୋଇଯାଇଛି।

 

ବ୍ରହ୍ମପୁର ମହାନଗର ନିଗମ ପାଇଁ ବିଜେପି ମେୟର ପ୍ରାର୍ଥୀ ହେଲେ ସବିତା ସୁଆର

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ମେୟର ପାଇଁ ପ୍ରାର୍ଥୀ ଘୋଷଣା କଲା ଭାରତୀୟ ଜନତା ପାର୍ଟି । ସବିତା ସୁଆର ହେଲେ ବିଜେପିର ମେୟର ପ୍ରାର୍ଥୀ । ପୂର୍ବରୁ ସଂଘମିତ୍ରା ଦଳାଇଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ବିଜୁ ଜନତା ଦଳ । ତେବେ ଏଯାଏଁ ବ୍ରହ୍ମପୁର ମହାନଗର ନିଗମ ପାଇଁ ପ୍ରାର୍ଥୀ ଘୋଷଣା କରିନାହିଁ କଂଗ୍ରେସ । ଅନ୍ୟପକ୍ଷରେ ଆଜି କଟକ ମହାନଗର ନିଗମ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ସିଏମସି ପାଇଁ ଅଭିନେତା ଶ୍ରୀତମ ଦାସଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଛି ବିଜେପି । କଟକ ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁଙ୍କ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ବିଜେପି ପୂର୍ବରୁ କଟକ ମେୟର ପଦବୀ ପାଇଁ କଂଗ୍ରେସ ଗିରିବାଳା ବେହେରାଙ୍କ ନାମ ଘୋଷଣା କରିଥିଲା । କଂଗ୍ରେସ ପରେ ଶନିବାର ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡି ପକ୍ଷରୁ ରାଜ୍ୟସଭା ସାଂସଦ ସୁବାସ ସିଂଙ୍କୁ ମେୟର ପ୍ରାର୍ଥୀ ଭାବରେ ଘୋଷଣା କରିଥିଲା । ସେହିଭଳି ଭୁବନେଶ୍ୱର ମହାନଗର ନିଗମ ପାଇଁ ବିଜେଡିରୁ ସୁଲୋଚନା ଦାସ, ବିଜେପିରୁ ସୁନୀତି ମୁଣ୍ଡ୍ ଓ କଂଗ୍ରେସରୁ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି ଦଳ ।