spot_img
Home Blog Page 4534

ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ୨୨ଟି ଆସନ ପାଇଁ ଭୋଟିଂ ଆରମ୍ଭ

ଇମ୍ଫାଲ: ଆଜି ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୨୨ଟି ଆସନରେ ଭୋଟିଂ ଆରମ୍ଭ ହୋଇଛି । ରାଜ୍ୟରେ ଏଥର କିଏ ଗଢ଼ିବ ସରକାର ତାହା ଆଜିର ଭୋଟିଂ ସ୍ଥିର କରିବାକୁ ଯାଉଛି । ଉଭୟ ବିଜେପି ଓ କଂଗ୍ରେସ ଚଳିତ ଥର ସରକାର ଗଢ଼ିବେ ବୋଲି ଦାବି କରୁଛନ୍ତି । ଆଜି ଭୋଟିଂ ହେଉଥିବା ୨୨ଟି ଆସନରୁ ୧୫ଟି ଆସନ ବିଜେପି ହାତେଇବ ବୋଲି ଦାବି କରୁଛି । ଅନ୍ୟପକ୍ଷରେ କଂଗ୍ରେସ ୨୦ଟି ଆସନ ହାତେଇବ ବୋଲି ଦାବି କରୁଛି ।

ମଣିପୁରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୯୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେଉଛି । ଆଠ ଲକ୍ଷରୁ ଅଧିକ ଭୋଟର ମତାଧିକାର ସାବ୍ୟସ୍ଥ କରିବେ । ସେପଟେ ପ୍ରଥମ ପର୍ଯ୍ୟାୟ ମତଦାନରେ ୧୨ଟି ପୁଲିଂ ବୁଥରେ ହିଂସା ହୋଇଥିବାରୁ ସେଠାରେ ମଧ୍ୟ ଆଜି ନିର୍ବାଚନ ହେଉଛି । ସେପଟେ ଉତ୍ତରପ୍ରଦେଶରେ ଆଜି ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଶେଷ ଦିନ । ଆସନ୍ତା ୭ରେ ସପ୍ତମ ପର୍ଯ୍ୟାୟ ମତଦାନ ହେବ । ୯ଟି ଜିଲ୍ଲାର ୫୪ଟି ଆସନରେ ମତଦାନ ହେବ । ଏହାରି ଭିତରେ ବାରଣାସୀ, ଆଜମଗଡ଼, ମିର୍ଜାପୁର, ଗାଜିପୁର ଭଳି ହାଇପ୍ରୋଫାଇଲ୍‌ ଆସନ ରହିଛି । ଏହି ପର୍ଯ୍ୟାୟରେ ଉତ୍ତରପ୍ରଦେଶର କିଛି ମନ୍ତ୍ରୀଙ୍କ ମଧ୍ୟ ଭାଗ୍ୟ ପରୀକ୍ଷା ହେଉଛି । ଆସନ୍ତା ୧୦ରେ ପାଞ୍ଚଟି ରାଜ୍ୟର ନିର୍ବାଚନ ଫଲାଫଳ ଘୋଷଣା ହେବ ।

ସାରା ରାଜ୍ୟରେ ନିରାଡ଼ମ୍ବରରେ ପାଳନ ହେଉଛି ବିଜୁ ଜୟନ୍ତୀ, ପ୍ରତି ନିର୍ବାଚନ ମଣ୍ଡଳୀରେ ହେଉଛି ସାଧାରଣ ସଭା

ଭୁବନେଶ୍ୱର: ସାରା ରାଜ୍ୟରେ ନିରାଡମ୍ବରରେ ପାଳନ ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ତମ ଜନ୍ମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡମ୍ବର ଭାବେ ପାଳନ କରାଯାଉଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭା ଆୟୋଜନ କରାଯାଇ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ବିଜେଡିର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯାଉଛି । ବିଜୁ ବାବୁ ହେଉଛନ୍ତି ଓଡ଼ିଶା ସଫଳ ବିକାଶ ଯାତ୍ରାର ମହାନାୟକ । ତାଙ୍କରି ଆଦର୍ଶକୁ ଆଧାର କରି ବିଜେଡି ରାଜ୍ୟର ବିକାଶ ଯାତ୍ରା ଜାରି ରଖିଛି । ପ୍ରଶାସନକୁ ସ୍ବଚ୍ଛ କରିବାକୁ ୫-ଟି ଓ ମୋ ସରକାର ଭଳି ବିକାଶମୂଳକ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଏଣୁ ବିଜୁ ବାବୁଙ୍କ ଜନ୍ମ ଦିବସରେ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଅନ୍ୟପଟେ ମାର୍ଚ୍ଚ ୮ରେ ପ୍ରତି ନିର୍ବାଚନ ମଣ୍ଡଳୀରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରିବ ଦଳ । ମହିଳା ସଶକ୍ତିକରଣ ପାଇଁ ବିଜୁ ଜନତା ଦଳର ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରାଯିବ ।

 

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଠିକାଦାରଙ୍କ ବିଲ୍ ପାସ୍ ପାଇଁ ନେଉଥିଲେ ଲାଞ୍ଚ

କଟକ: ଭିଜିଲାନ୍ସ ପଞ୍ଝାରେ କଟକ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ । ଜେଇ ଧ୍ରୁବାନନ୍ଦ ରାଉତ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । କଟକ ବଡ଼ ମେଡ଼ିକାଲର ରେସେଡେନ୍ସିଆଲ୍ କୋଠାରେ ହୋଇଥିବା କାର୍ଯ୍ୟର ବିଲ୍ ପାଇଁ ଜଣେ ଠିକାଦାରଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଧ୍ରୁବାନନ୍ଦ । ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଧ୍ରୁବାନନ୍ଦଙ୍କୁ ତାଙ୍କ ଏସସିବି କ୍ୟାମ୍ପସ ସ୍ଥିତ ଅଫିସରୁ ଧରିଛି ।

Junior Engineer Of R&B Arrested By Vigilance On Bribe Case

ଧ୍ରୁବାନନ୍ଦଙ୍କ ସରକାରୀ ବାସଭବନ ସହ ମାହାଙ୍ଗା ଚମ୍ପତିପୁର ଗାଁରେ ଥିବା ପୈତୃକ ଘରେ ଭିଜିଲାନ୍ସର ୪ ଜଣିଆ ଟିମ୍ ରେଡ୍ କରିଛି । ଭିଜିଲାନ୍ସ ଧ୍ରୁବାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଦାଲତ ମାର୍ଚ୍ଚ ୧୭ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଏନେଇ ଭିଜିଲାନ୍ସ ପକ୍ଷରୁ ଦୁର୍ନୀତି ନିବାରଣ ଆଇନ୍ ୨୦୧୮ ଅନୁସାରେ ମାମଲା ରୁଜୁ କରାଯାଇଛି ।

କ୍ୟାପିଟାଲ୍ ହସ୍ପିଟାଲରୁ ଦଲାଲ୍ ଗିରଫ, ଭଲ ସେବା ଯୋଗାଇ ଦେବାର ଲୋଭ ଦେଖାଇ ଠକୁଥିଲା

ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲରେ ରୋଗୀଙ୍କୁ ଠକେଇ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଭିଯୁକ୍ତ ଜଣଙ୍କ ହେଲେ କାକଟପୁର ଥାନା ଅଞ୍ଚଳର ସୁମନ୍ତ ସ୍ୱାଇଁ । ସ୍ତ୍ରୀ ଏବଂ ପ୍ରସୁତି ବିଭାଗର ଭାରପ୍ରାପ୍ତ ଅଧିକାରିଣୀଙ୍କ ଅଭିଯୋଗ କ୍ରମେ ସୁମନ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ନିକଟରୁ ୨ଟି ମୋବାଇଲ୍ ଫୋନ ଜବତ ହୋଇଛି । ଅଭିଯୋଗ ଅନୁସାରେ, ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ଭଲ ସେବା ଯୋଗାଇ ଦେବାର ଲୋଭ ଦେଖାଇ ସେମାନଙ୍କୁ ଟଙ୍କା ଲୁଟୁଥିଲା ସୁମନ୍ତ ।

Police Arrested Cheater From Capital Hospital Bhubaneswar

ଅନେକ ସମୟରେ ସେ ଡାକ୍ତରଖାନାର କାମରେ ହସ୍ତକ୍ଷେପ କରିବା ସହିତ କର୍ଚାରୀଙ୍କୁ ଧମକଚମକ ମଧ୍ୟ ଦେଉଥିଲା ।  ଗତ ୨ ତାରିଖରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ କରାଇ ଦେବାକୁ କହି ୨୦୦୦ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ଅଭିଯୋଗ ପରେ ତଦନ୍ତ କରି ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।

୫୨ ବର୍ଷ ବୟସରେ ଅଷ୍ଟ୍ରେଲିୟ କ୍ରିକେଟ୍ ଖେଳାଳି ଶେନ୍ ୱାର୍ଣ୍ଣଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆଉ ନାହାନ୍ତି ବିଶିଷ୍ଟ କ୍ରିକେଟର ଶେନ୍ ୱାର୍ଣ୍ଣ । ୫୨ ବର୍ଷ ବୟସରେ ହୃଦଘାତରେ ଶେନ୍ ୱାର୍ଣ୍ଣଙ୍କ ପରଲୋକ ହୋଇଛି । ଥାଇଲାଣ୍ଡରେ ଶେନ ୱାର୍ଣ୍ଣଙ୍କ ମୃତ୍ୟୁ ହୋଇଛି । ୧୯ ବର୍ଷର ଅନ୍ତର୍ଜାତୀୟ କ୍ରିକେଟ ଜୀବନୀରେ ଶେନ୍ ୱାର୍ଣ୍ଣ ବଲକୁ ନିଜ ଅଙ୍ଗୁଠିରେ ନଚାଇ ଥିଲେ । ନିକଟରେ ଇଂଲଣ୍ଡ କ୍ରିକେଟ ଟିମର ମୁଖ୍ୟ କୋଚ୍ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ଏବେ ଅଚାନକ ତାଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।

 Australia Cricket Legend Shane Warne Dies At 52

୧୯୬୯ ସେପ୍ଟେମ୍ବର ୧୩ରେ ଜନ୍ମ ହୋଇଥିଲେ ଶେନ୍ ୱାର୍ଣ୍ଣ । ୧୯୯୨ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ । ଦଶନ୍ଧି ଧରି କ୍ରିକେଟର ସବୁ ଫର୍ମାଟରେ ଥିଲା ତାଙ୍କ ଦବଦବା । ବଡ଼ ବଡ଼ ବ୍ୟାଟ୍ସମ୍ୟାନ ତାଙ୍କ ବଲ ଆଗରେ ଫେଲ୍ ମାରୁଥିଲେ । ଦୁନିଆର ସବୁଠୁ ଭଲ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ଥିଲେ ଶେନ୍ ୱାର୍ଣ୍ଣ ।

 Australia Cricket Legend Shane Warne Dies At 52

ଅଷ୍ଟ୍ରେଲିଆ କ୍ରିକେଟ୍ ଟିମ୍ ପାଇଁ ଶେନ୍ ୱାର୍ଣ୍ଣ ୧୪୫ଟି ଟେଷ୍ଟ ଓ ୧୯୪ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟରେ ସେ ୭୦୮ଟି ୱିକେଟ୍ ନେଇଥିବା ବେଳେ ଦିନିକିଆରେ ୨୯୩ଟି ସଫଳତା ପାଇଛନ୍ତି । ୨୦୦୭ରେ ଶେଷଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ ଶେନ୍ ୱାର୍ଣ୍ଣ ।

ଋଷ ମିଡିଆର ଦାବି, ୟୁକ୍ରେନ୍ ଛାଡ଼ି ପୋଲାଣ୍ଡରେ ଜେଲେଂସ୍କି

କିଭ୍: ୟୁକ୍ରେନ୍-ଋଷ ମଧ୍ୟରେ ଯୁଦ୍ଧ ନବମ ଦିନରେ ପହଞ୍ଚିଛି । ଋଷ ଆଗରେ ମୁଣ୍ଡ ନୂଆଁଇବେ ନାହିଁ ବୋଲି ବାରମ୍ବାର କହି ଆସୁଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେଂସ୍କି । ଘନ ଘନ ଆକ୍ରମଣ ଭିତରେ ଋଷ ଗଣମାଧ୍ୟମ ଦାବି କରିଛନ୍ତି, ୟୁକ୍ରେନ୍ ରାଷ୍ଟ୍ରପତି ଜେଲେଂସ୍କି ଦେଶ ଛାଡ଼ି ସାରିଛନ୍ତି । ଜେଲେଂସ୍କି ୟୁକ୍ରେନ୍ ଛାଡ଼ି ପୋଲାଣ୍ଡରେ ପହଞ୍ଚିଥିବା ଦାବି କରିଛି ଋଷ ଗଣମାଧ୍ୟମ । ନିକଟରେ ଜେଲେଂସ୍କି ଦେଶ ଛାଡ଼ିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଋଷ ମିଡିଆର ଦାବି ସମସ୍ତଙ୍କୁ ଚକିତ କରିଛି ।

Russia Media Claims Volodymyr Zelenskyy Left Ukraine For Poland

ଏହା ପୂର୍ବରୁ ମଧ୍ୟ ବ୍ରିଟିଶ୍ ଖବରକାଗଜ ଦ ଟାଇମ୍ସ ଏକ ଦାବି କରିଥିଲା । ଯେଉଁଥିରେ କୁହା ଯାଇଥିଲା ସପ୍ତାହକ ମଧ୍ୟରେ ଜେଲେଂସ୍କି ୩ ଥର ହତ୍ୟା ଉଦ୍ୟମ କରାଯାଇଛି । ଏହା ଛଡ଼ା ହତ୍ୟା ଉଦ୍ୟମ ଋଷ ସଂସ୍ଥା ଦ୍ୱାରା ବିଫଳ ହୋଇଥିବା ଖବରକାଗଜ ଦାବି କରିଛି । ଏହା ପୂର୍ବରୁ ଜେଲେଂସ୍କି ନିଜେ ଦାବି କରିଥିଲେ କି ତାଙ୍କୁ ମାରିବା ପାଇଁ କିଭକୁ ୪୦୦ ଅସ୍ତ୍ରଶସ୍ତ୍ର ପଠା ଯାଇଛି । ଆଉ ଏଥିପାଇଁ ବଡ଼ ଧରଣର ପୁରସ୍କାର ମଧ୍ୟ ରଖାଯାଇଛି ।

ଏଥିସହ ପଢ଼ନ୍ତୁ: ୟୁକ୍ରେନ୍ ରାଷ୍ଟ୍ରପତି ଜେଲେଂସ୍କିଙ୍କୁ ୭ ଦିନ ମଧ୍ୟରେ ୩ ଥର ହତ୍ୟା ଉଦ୍ୟମ

ଫେବ୍ରୁଆରୀ ୨୪ ତାରିଖରେ ୟୁକ୍ରେନରେ ମିଲିଟାରୀ ଅପରେସନ୍ ପାଇଁ ନିର୍ଦ୍ଦେଶ ଦେଇଥିଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଏହାପର ଠାରୁ ଯୁଦ୍ଧ ଜାରି ରହିଛି । ପଡ଼ୋଶୀ ଦେଶ ୟୁକ୍ରେନର କିଛି ଅଂଶକୁ ଋଷ ନିଜ ଅକ୍ତିଆରକୁ ନେଇ ସାରିଛି । ତଥାପି ୟୁକ୍ରେନ୍ ରାଜଧାନୀ କିଭକୁ ଅକ୍ତିଆର କରିପାରିନି ଋଷ ।

GST ଆଦାୟରେ ରେକର୍ଡ କଲା ଓଡ଼ିଶା, ପଛରେ ବଡ଼ ବଡ଼ ରାଜ୍ୟ

ଭୁବନେଶ୍ୱର: ଜିଏସଟି ସଂଗ୍ରହରେ ପୁଣି ଆଗରେ ଓଡ଼ିଶା, ପଛରେ ବଡ଼ ବଡ଼ ରାଜ୍ୟ । ଲଗାତର ୪ ମାସ ଧରି ଓଡ଼ିଶାର ଜିଏସଟି ବୃଦ୍ଧି ଦେଶର ବଡ଼ ରାଜ୍ୟଗୁଡ଼ିକ ତୁଳନାରେ ସର୍ବାଧିକ ରହିଛି । ଫେବ୍ରୁଆରୀରେ ୧୧୫୨ କୋଟି ଆଦାୟ ହୋଇଛି । ଯାହା ଗତ ବର୍ଷ ଫେବ୍ରୁଆରୀ ତୁଳନାରେ ୪୭ ପ୍ରତିଶତ ଅଧିକ । ୨୦୨୧-୨୨ ଆର୍ଥିକ ବର୍ଷର ଫେବ୍ରୁଆରୀ ସୁଦ୍ଧା ମୋଟ ଜିଏସଟି ପରିମାଣ ୧୧ ହଜାର ୩୯୨କୋଟିରେ ପହଞ୍ଚିଥିବା ବେଳେ ଗତବର୍ଷ ଏହି ପରିମାଣ ଥିଲା ୭ ହଜାର ୩୩୮କୋଟି । ଗତବର୍ଷ ଅପେକ୍ଷା ଏଥର ୫୫ ପ୍ରତିଶତ ବୃଦ୍ଧି ହୋଇଛି । ଉତ୍ତମ ପରିଚାଳନା, ସଚେତନତା ଏବଂ ଲଗାତାର ଚଢାଉ ଯୋଗୁଁ ଜିଏସଟି ବଢିଚାଲିଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି ।

Odisha Collects Record GST, Big States Are In Back

ଜିଏସଟି ଆଦାୟରେ ଓଡ଼ିଶାର ରେକର୍ଡ । ୨୦୨୧ ନଭେମ୍ବର, ଡିସେମ୍ବର, ୨୦୨୨ ଜାନୁଆରୀ ଓ ଫେବ୍ରୁଆରୀ, ଲଗାତାର ୪ ମାସ ହେଲା ଜିଏସଟି ଆଦାୟରେ ଗୋଟିଏ ପରେ ଗୋଟିଏ ରେକର୍ଡ ରଚି ଚାଲିଛି ଓଡ଼ିଶା । ଦେଶର ବଡ଼ ବଡ଼ ରାଜ୍ୟକୁ ପଛରେ ପକାଇ ଓଡ଼ିଶାର ଅଭିବୃଦ୍ଧି ହାର ସର୍ବାଧିକ ରହିଛି । ଖଣି କାରବାରରେ ବୃଦ୍ଧି ସାଙ୍ଗକୁ ନିର୍ମାଣ ଓ ଅଟୋମୋବାଇଲ କ୍ଷେତ୍ରରେ ଅଧିକ କାରବାର ଯୋଗୁଁ ଓଡ଼ିଶାର ଜିଏସଟି ବଢ଼ି ଚାଲିଛି । ଗତବର୍ଷ ଫେବ୍ରୁଆରୀ ତୁଳନାରେ ଏବର୍ଷ ଫେବ୍ରୁଆରୀରେ ଜିଏସଟି ପରିମାଣ ୪୭ ପ୍ରତିଶତ ବୃଦ୍ଧି ହୋଇଛି । ଗତବର୍ଷ ଫେବ୍ରୁଆରୀରେ ୭୮୧ କୋଟି ଆଦାୟ ହୋଇଥିଲା । ଏଥର ରାଜ୍ୟ ଜିଏସଟି ପରିମାଣ ୧୧୫୨କୋଟିରେ ପହଞ୍ଚିଛି ।

Odisha Collects Record GST, Big States Are In Back

ରାଜ୍ୟର ମୋଟ ଜିଏସଟି ପରିମାଣରେ ବି ବୃଦ୍ଧି ହୋଇଛି । ଗତବର୍ଷ ଫେବ୍ରୁଆରୀରେ ୩୩୪୧କୋଟି ଆଦାୟ ହୋଇଥିବା ବେଳେ ଏଥର ଫେବ୍ରୁଆରୀରେ ଏହା ୪୧୦୧କୋଟିରେ ପହଞ୍ଚିଛି । ଏସଜିଏସଟି ବାବଦକୁ ଗତବର୍ଷ ଫେବ୍ରୁଆରୀ ସୁଦ୍ଧା ମୋଟ ୨୬ ହଜାର ୫୬୭ କୋଟି ୪୭ ଲକ୍ଷ ଥିବାବେଳେ ଏବର୍ଷ ଏହି ପରିମାଣ ୪୦ ହଜାର ୨୧୦ କୋଟିରେ ପହଞ୍ଚିଛି । ଯାହା ଗତବର୍ଷ ଅପେକ୍ଷା ୫୧ ପ୍ରତିଶତ ବୃଦ୍ଧି ।

Odisha Collects Record GST, Big States Are In Back

କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ ବ୍ୟବସାୟୀ ଜିଏସଟି ବାବଦରେ ଅଧିକ ସଚେତନ ହେବା ସହ ଜିଏସଟି ଅଧିକାରୀଙ୍କ ଉତ୍ତମ ପରିଚାଳନା ଯୋଗୁଁ ଏହା ସମ୍ଭବ ହୋଇପାରିଛି । ଏହି ପରିମାଣ ଆଗକୁ ମଧ୍ୟ ବଢିବାର ସମ୍ଭାବନା ରହିଛି ।  ଗତବର୍ଷ ଅନେକ ଖଣି ନିଲାମ ହୋଇଥିବାରୁ କାରବାର ବଢିବା ସାଙ୍ଗକୁ ଜିଏସଟି ପରିମାଣ ବୃଦ୍ଧି ହୋଇଛି । ଖଣି ସେକ୍ଟରରେ ୮୪ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ନିର୍ମାଣ କ୍ଷେତ୍ରରେ ୧୦୧ ପ୍ରତିଶତ ବୃଦ୍ଧି ହୋଇଛି ।

ଭୁବନେଶ୍ୱରରେ ଖୁବଶୀଘ୍ର ଗଡ଼ିବ ଇ-ବସ୍ ଓ ଇ-ରିକ୍ସା

ଭୁବନେଶ୍ୱର: ସ୍ମାର୍ଟସିଟିରେ ଆରମ୍ଭ ହେବ ମୋ ଇ-ରାଇଡ୍ ସେବା । ମୋ ବସ୍ ଭଳି ଗଡ଼ିବ ମୋ ଇ-ରିକ୍ସା ଓ ଇ-ବସ୍ । ଆଉ ତାକୁ ଚଲାଇବେ ମହିଳା ଓ କିନ୍ନର । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ କ୍ରୁଟ୍ ଆଣିଛି ଏହି ସୁଯୋଗ ।  ମହିଳା ଓ କିନ୍ନରଙ୍କ ପାଇଁ ନୂଆ ସୁଯୋଗ । ସମ୍ମାନର ସହ ବଞ୍ଚିବେ ଓ ଆତ୍ମନିର୍ଭରଶୀଳ ହେବେ । ଚଲାଇବେ ଇ-ରିକ୍ସା ଓ ଇ-ବସ୍ । କ୍ରୁଟ ସୃଷ୍ଟି କରିଛି ନୂଆ ସମ୍ଭାବନା । ଭୁବନେଶ୍ୱରରେ ଖୁବଶୀଘ୍ର ଗଡ଼ିବ ଇ-ବସ୍ ଓ ଇ-ରିକ୍ସା ।

Mo E Ride Service To Start In Bhubaneswar Soon

ଏନେଇ ଗତ ୩ ମାସ ହେବ ପର୍ଯ୍ୟାୟକ୍ରମେ ଇଛୁକ ମହିଳା ଟ୍ରାନ୍ସଜେଣ୍ଡରଙ୍କୁ ଦିଆଯାଉଛି ପ୍ରଶିକ୍ଷଣ । ଥିଓରୀ ସହିତ ପ୍ରାକ୍ଟିକାଲ ଟ୍ରେନିଂ ବ୍ୟବସ୍ଥା କରାଯାଇଛି । ରାଜରାସ୍ତାରେ ଯାତ୍ରୀମାନଙ୍କୁ ନେବା ସହ ସୁରକ୍ଷିତ ଭାବେ ଗାଡ଼ି ଚଳାଇବା ପାଇଁ ଦିଆଯାଉଛି ଟ୍ରେନିଂ । ଏଭଳି ଏକ କାମ ପାଇଁ ପ୍ରଶିକ୍ଷଣ ନେଇ ଖୁସି ପ୍ରକାଶ କରିବା ସହ ରାଜ୍ୟ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ କରାଇଥିବାରୁ ବେଶ ଉତ୍ସାହିତ ଅଛନ୍ତି ।

Mo E Ride Service To Start In Bhubaneswar Soon

ବର୍ତ୍ତମାନ କିଛି କିଛି ସ୍ଥାନରେ ପାଇଲଟ୍ ପ୍ରକଳ୍ପ ଭାବେ ଇ-ରିକ୍ସା ଚାଲୁ କରାଯାଇଛି । ଏପ୍ରିଲ୍ ମାସରେ ୫୦ଟି ଇ-ବସ୍ ଆସିବାର ଯୋଜନା ରହିଛି । ଏଥିପାଇଁ ଗାଢ଼କଣରେ ସ୍ୱତନ୍ତ୍ର ଇ-ବସ୍ ଡିପୋ କରାଯାଉଛି । ଏଥିପାଇଁ ୬୦ ପ୍ରତିଶତ ମହିଳା ଓ ଟ୍ରାନ୍ସଜେଣ୍ଡର (କିନ୍ନରଙ୍କ) ପ୍ରଶିକ୍ଷଣ ଶେଷ ହୋଇଛି । କେବଳ ଇ-ରିକ୍ସା ନୁହେଁ ଆବଶ୍ୟକ ପଡ଼ିଲେ ଇ-ବସ୍ ମଧ୍ୟ ମହିଳା ଓ କିନ୍ନରମାନେ ଚଲାଇବେ । ବର୍ତ୍ତମାନ ରାଜ୍ୟ ସରକାର ଇ-ଯାନକୁ ପ୍ରୋତ୍ସାହନ ଦେଉଥିବାବେଳେ ଇ-ବସ୍ ଓ ଇ-ରିକ୍ସା ସେବା ଖୁବଶୀଘ୍ର ଆରମ୍ଭ କରିବେ ରାଜ୍ୟ ସରକାର ।

ପିଡିଏସ୍ ଚାଉଳ ହେରଫେର ମାମଲା, ପୂର୍ବତନ ସରପଞ୍ଚ ଓ ପିଇଓ ଗିରଫ

ଦେବଗଡ଼: ମହଙ୍ଗା ପଡ଼ିଲା ପିଡିଏସ୍ ଚାଉଳ ହେରଫେର । ପଞ୍ଚାୟତ ଗୋଦାମ ଘରୁ ଚାଉଳ ହେରଫେର ଘଟଣାରେ ବନ୍ଧାହେଲେ ପୂର୍ବତନ ସରପଞ୍ଚ ଓ ପିଇଓ । ପୋଲିସ ଦଣ୍ଡାସିଂହା ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ପିଇଓଙ୍କୁ ଗିରଫ କରିଛି । ଗୁରୁବାର ଅପରାହ୍ଣରେ ପଞ୍ଚାୟତ ଗୋଦାମ ଘରୁ ପିଇଓ ନୀଳକଣ୍ଠ ପ୍ରଧାନ ଓ ବିଜେପି ସମର୍ଥିତ ପୂର୍ବତନ ସରପଞ୍ଚ ଅମିତ ଦେହୁରୀ ଏକ ଟ୍ରାକ୍ଟରରେ ଚାଉଳ ବୋଝେଇ କରି ବାହାରକୁ ନେଇ ଯାଉଥିଲେ । ଯାହାର ଗିରଫ କରିଥିଲେ ଗ୍ରାମବାସୀ ।

Deogarh Ex-Sarpanch And PEO Arrested For PDS Rice Tampering

ପୂର୍ବତନ ସରପଞ୍ଚ ଅମିତ ଦେହୁରୀ ସୁଯୋଗ ଦେଖି ଟ୍ରାକ୍ଟର ଇଞ୍ଜିନକୁ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ପରେ ଟ୍ରାକ୍ଟର ଡାଲାରେ ବୋଝେଇ ହୋଇ ରହିଥିବା ପ୍ରାୟ ଶହେ ବସ୍ତା ଚାଉଳକୁ ଜବତ କରି ବାରକୋଟ ବିଡିଓ ଓ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ବିଡିଓ ଓ ବାରକୋଟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏନେଇ ଆଜି ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ବାରକୋଟ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପରେ ପୋଲିସ ପୂର୍ବତନ ସରପଞ୍ଚ ଅମିତ ଦେହୁରୀ ଓ ପିଇଓ ନୀଳକଣ୍ଠ ପ୍ରଧାନଙ୍କୁ ଗରିଫ କରିଛି ।

ଖାର୍କିଭ ଓ ପିସୋଚିନରୁ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ୟୁକ୍ରେନରେ ଯୁଦ୍ଧ ଜାରି ରହିଛି । ଯୁଦ୍ଧ ଅଞ୍ଚଳ ଖାର୍କିଭ୍ ଓ ପେସୋଚିନରେ ବର୍ତ୍ତମାନ ସୁଦ୍ଧା ଆହୁରି ଅନେକ ଓଡ଼ିଆ ଛାତ୍ରଛାତ୍ରୀ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମକୁ ଜୋରଦାର କରିଛନ୍ତି । ଖାର୍କିଭ୍ ଓ ପିସୋଚିନ୍ ଅଞ୍ଚଳରେ ଥିବା ଛାତ୍ରଛାତ୍ରୀ ଗତ ୩ ଦିନ ଧରି ଅଟକି ରହି ଭୀଷଣ ସମସ୍ୟାର ସମ୍ମୁଖୀନ  ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୬୫ ଜଣଙ୍କୁ ରାଜ୍ୟ ସରକାର ଦୁଇଟି ସ୍ୱତନ୍ତ୍ର ବସ୍ ଯୋଗେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ ସୀମାକୁ ଆଣିବା ପାଇଁ ସଫଳ ହୋଇଛନ୍ତି ।

Odisha Government Rescued Students From Ukraine

ଉକ୍ତ ଅଞ୍ଚଳରେ ଥିବା ସବୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ବିମାନ ଯୋଗେ ଭାରତକୁ ଆଣିବା ପାଇଁ ପ୍ରକ୍ରିୟା ଜାରି ରହିଛି । ଏ ପର୍ଯ୍ୟନ୍ତ ୧୯୯ ଜଣ ଛାତ୍ରଛାତ୍ରୀ ନିରାପଦରେ ଭାରତରେ ପହଞ୍ଚି ସାରିଛନ୍ତି । ସବୁ ଓଡ଼ିଆ ପିଲାଙ୍କୁ ନିରାପଦ ଭାବରେ ଉଦ୍ଧାର କରିବା ପାଇଁ ଓଡ଼ିଶା ସରକାର ଉଦ୍ୟମ ଜାରି ରଖିଛନ୍ତି ।

Odisha Government Rescued Students From Ukraine

ନୂଆଦିଲ୍ଲୀ ସ୍ଥିତ ରେସିଡେଣ୍ଟ କମିଶନ୍ ଅଫିସ୍ ଉଦ୍ଧାର କାର୍ଯ୍ୟରେ ସମନ୍ୱୟ ରକ୍ଷା କରୁଛନ୍ତି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ୟୁକ୍ରେନ ସୀମା ସଂଲଗ୍ନ ୪ଟି ଦେଶ ପାଇଁ ୪ ଜଣ ସ୍ୱତନ୍ତ୍ର ପ୍ରତିନିଧିଙ୍କୁ ସମନ୍ୱୟ ରଖିବା ପାଇଁ ଦାୟିତ୍ୱ ଦେଇଛନ୍ତି ।