spot_img
Home Blog Page 4533

୧୦ ଦିନ ଭିତରେ ୧୨ ଟଙ୍କା ପର୍ଯ୍ୟନ୍ତ ବଢିପାରେ ପୋଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ଅଶୋଧିତ ତୈଳ ବଜାରରେ ହା ହା କାର ଦେଖିବାକୁ ମିଳିଛି । ଏବଂ ଏହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ଦେଖିବାକୁ ମିଳିଛି । ଯଦିଓ ବର୍ତ୍ତମାନ ତୈଳ ଦର ସ୍ଥିର ଅଛି କିନ୍ତୁ ଆଗାମୀ ୧୦ ଦିନରେ ୧୨ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ ବୋଲି କୁହାଯାଉଛି । ଯଦି ଆଜି ଅର୍ଥାତ୍ ମାର୍ଚ୍ଚ ୫ କଥା କୁହାଯାଏ ତେବେ ଦେଶରେ ପେଟ୍ରୋଲ ଡିଜେଲ ଦର ସ୍ଥିର ରହିଛି । ବିଧାନସଭା ନିର୍ବାଚନ ପୂର୍ବରୁ ତୈଳ ଦର ବୃଦ୍ଧି ପାଇବା ନେଇ କୌଣସି ସମ୍ଭାବନା ମଧ୍ୟ ନାହିଁ । ଅନ୍ୟପଟେ ଋଷ ୟୁକ୍ରେନ  ଯୁଦ୍ଧ ମଧ୍ୟରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି ।

ଅଶୋଧିତ ତୈଳ ଦର କ୍ରୟ କରିବାରେ ବ୍ୟାରେଲ ପିଛା ୧୧୭.୩୯ ଡଲାର ହୋଇଯାଇଛି । ଏହି ଦର ୨୦୧୨ ପରେ ପ୍ରଥମଥର ପାଇଁ ସର୍ବାଧିକ ହୋଇଛି । ଯେତେବେଳେ ଗତବର୍ଷ ନଭେମ୍ବରରେ ପେଟ୍ରୋଲ ଡିଜେଲ ଦର ବୃଦ୍ଧି ଉପରେ ରୋଗ ଲାଗିଥିଲା ସେତେବେଳେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୧.୫ ଡଲାର ଥିଲା ।

ଏଭଳି ପରିସ୍ଥିତିରେ ଖୁଚୁରା ଇନ୍ଧନ ବିକ୍ରେତାମାନେ ମାର୍ଚ୍ଚ ୧୬ ସୁଦ୍ଧା ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୧୨ ଟଙ୍କାରୁ ଅଧିକ ବୃଦ୍ଧି କରିବା ଆବଶ୍ୟକ ପଡ଼ିପାରେ ବୋଲି କୁହାଯାଉଛି । ଆଇସିଆଇସିଆଇ ସିକ୍ୟୁରିଟି ଏକ ରିପୋର୍ଟରେ କହିଛି ଯେ ଗତ ଦୁଇ ମାସ ମଧ୍ୟରେ ଆନ୍ତର୍ଜାତୀୟ ତୈଳ ମୂଲ୍ୟ ବୃଦ୍ଧି ହେତୁ ଖୁଚୁରା ବ୍ୟବସାୟୀମାନେ ଏହାର ମୂଲ୍ୟ ପୁନରୁଦ୍ଧାର ପାଇଁ ମାର୍ଚ୍ଚ ୧୬, ୨୦୨୨ କିମ୍ବା ତା ପୂର୍ବରୁ ଲିଟର ପିଛା ୧୨.୧ବୃଦ୍ଧି କରି ପାରନ୍ତି । ଏଥି ସହିତ, ତୈଳ କମ୍ପାନୀଗୁଡିକର ମାର୍ଜିନକୁ ମିଶାଇଲେ ତୈଳ ଦର ୧୫.୧ ଟଙ୍କା ବୃଦ୍ଧି ହେବାର ଆବଶ୍ୟକତା ରହିବ ବୋଲି କୁହାଯାଉଛି ।

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ, ପ୍ରତିମୂର୍ତ୍ତିରେ ଶ୍ରଦ୍ଧା ସୁମନ ଅର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଝଡ଼ର ଇଗଲ୍ ସେ । ଆଜି ପ୍ରବାଦ ପୁରୁଷ, ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ଏହି ଅବସରରେ ବିଜୁବାବୁଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିଜୁ ପଟ୍ଟନାୟକ ପାର୍କ ପରିସରରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନବୀନ । ନତଃ ମସ୍ତକ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବାପାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକ କଲ୍ୟାଣ ଓ ଉନ୍ନତି ପାଇଁ ବିଜୁବାବୁ ଆଙ୍କିଥିଲେ ବିକାଶର ବିସ୍ତୃତ ନକ୍ସା । ତାଙ୍କର ପ୍ରତିଟି କାମ ଥିଲା ଓଡ଼ିଆ ଜାତିର ସ୍ବାଭିମାନ ଓ ଗୌରବ ପାଇଁ । ତାଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ଏବେ ଅନେକ କ୍ଷେତ୍ରରେ ଅଗ୍ରଣୀ ହୋଇଛି । ସେହି ବିକାଶ ପୁରୁଷଙ୍କ ଜୟନ୍ତୀରେ ତାଙ୍କ ଅବଦାନକୁ ସ୍ମରଣ କରିଛନ୍ତି ନବୀନ ପଟ୍ଟନାୟକ ।

ଆପଲ୍ ପରେ ସାମସଙ୍ଗ୍ ଋଷକୁ ଦେଲା ବଡ଼ ଝଟକା

କିଭ୍: ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଆପଲ୍ ପରେ ସାମସଙ୍ଗ କମ୍ପାନୀ ଏକ ବଡ ନିଷ୍ପତ୍ତି ନେଇଛି । ସାମସଙ୍ଗ ତାର ସମସ୍ତ ଉତ୍ପାଦର ପରିବହନକୁ ସ୍ଥଗିତ ରଖିଛି । ଅର୍ଥାତ୍, ବର୍ତ୍ତମାନ ଋଷରେ ସାମସଙ୍ଗ ଉତ୍ପାଦଗୁଡିକର ପ୍ରବେଶ ବନ୍ଦ ହୋଇଯାଇଛି । ସାମସଙ୍ଗର ପିଆର ଇମେଲରେ ଏହା ମଧ୍ୟ କୁହାଯାଇଛି ଯେ ସେମାନେ ନିରନ୍ତର ପରିସ୍ଥିତି ଉପରେ ନଜର ରଖିବେ ଏବଂ ପଦକ୍ଷେପ ନେବେ  । ସାମସଙ୍ଗ ତାର କେବଳ ସ୍ମାର୍ଟଫୋନ୍ ଯୋଗାଣ ବନ୍ଦ କରୁନାହିଁ ବରଂ ମେମୋରି ଚିପ, ଇଲେକ୍ଟ୍ରୋନିକ୍ସ ଜିନିଷ ଭଳି ଅନ୍ୟାନ୍ୟ ଉତ୍ପାଦକୁ ମଧ୍ୟ ବନ୍ଦ କରୁଛି ।

ସୂଚନା ଅନୁସାରେ ସାମସଙ୍ଗର ଏହି ପଦକ୍ଷେପ ଋଷକୁ ଏକ ବଡ଼ ଝଟକା ଦେଇଛି। ଏବେ ଋଷରେ ସବୁଠୁ ବଡ଼ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଉପଲବ୍ଧ ହେବ ନାହିଁ  । କମ୍ପାନୀ କହିଛି ଯେ, ଯିଏ ବି ଯୁଦ୍ଧରେ ପ୍ରଭାବିତ ହୋଇଛନ୍ତି କମ୍ପାନୀ ସେମାନଙ୍କ ସହ ଅଛି । କମ୍ପାନୀର ପ୍ରାଥମିକତା ହେଉଛି ସେମାନଙ୍କର ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ପରିବାରକୁ ସୁରକ୍ଷା ଦେବା । ମାନବିକତାକୁ ସାହାଯ୍ୟ କରିବା ପାଇଁ ସେମାନେ ସକ୍ରିୟ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି କମ୍ପାନୀ କହିଛି ।

ଯଦିଓ ସାମସଙ୍ଗର ଏହି ପଦକ୍ଷେପ ନୂଆ ନୁହେଁ । ଏହାପୂର୍ବରୁ ମଧ୍ୟ ଅନେକ ବୈଷୟିକ କମ୍ପାନୀ ଋଷରେ ସେମାନଙ୍କର ସେବା ବନ୍ଦ କରି ଦେଇଛନ୍ତି । ଆପଲ୍ କମ୍ପାନୀ କିଛି ସମୟ ପୂର୍ବରୁ ଋଷରେ ଏହାର ବିକ୍ରି ବନ୍ଦ କରୁଥିବା ଘୋଷଣା କରିଥିଲା । ଏହା ବ୍ୟତୀତ ସେ ଅନେକ ସେବା ବନ୍ଦ କରିବାକୁ ମଧ୍ୟ ଘୋଷଣା କରିଥିଲେ।

ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ, ଟ୍ବିଟ୍ କରି ସ୍ମୃତି ଚାରଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଆଜି ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ତମ ଜନ୍ମ ଜୟନ୍ତୀ । ସାରା ରାଜ୍ୟରେ ନିରାଡମ୍ବରରେ ପାଳନ ହେଉଛି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ୧୦୬ତମ ଜନ୍ମ ଜୟନ୍ତୀ । ପ୍ରତି ନିର୍ବାଚନ ମଣ୍ଡଳୀରେ ବିଜୁ ବାବୁଙ୍କ ଜନ୍ମ ଜୟନ୍ତୀଙ୍କୁ ନିରାଡମ୍ବର ଭାବେ ପାଳନ କରାଯାଉଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତି ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭା ଆୟୋଜନ କରାଯାଇ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ପରିଚାଳିତ ବିଜେଡିର ସଫଳ ଯାତ୍ରା ସମ୍ପର୍କରେ ଆଲୋଚନା କରାଯାଉଛି ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛଡ଼୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜନ୍ମ ଜୟନ୍ତି । ଏହି ଅବସରରେ ଟଲ୍ ମ୍ୟାନ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ । ଟ୍ବିଟ୍ କରି ବିଜୁ ପଟ୍ଟନାୟକଙ୍କ ଜନ୍ମଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

 

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଲେଖିଛନ୍ତି କି ଲୋକଙ୍କ କଲ୍ୟାଣ ଓ ଉନ୍ନତି ପାଇଁ ବିଜୁବାବୁ ଆଙ୍କିଥିଲେ ବିକାଶର ବିସ୍ତୃତ ନକ୍ସା । ତାଙ୍କର ପ୍ରତିଟି କାମ ଥିଲା ଓଡ଼ିଆ ଜାତିର ସ୍ୱାଭିମାନ ଓ ଗୌରବ ପାଇଁ । ତାଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ଏବେ ଅନେକ କ୍ଷେତ୍ରରେ ଅଗ୍ରଣୀ ହୋଇଛି । ସେହି ବିକାଶ ପୁରୁଷଙ୍କ ଜୟନ୍ତୀରେ ତାଙ୍କ ଅବଦାନକୁ ସ୍ମରଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେହିପରି ବିଜୁବାବୁଙ୍କ ୧୦୬ତମ ଜୟନ୍ତୀ ଅବସରରେ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ୍ । ମହାନ ସ୍ୱାଧୀନତା ସଂଗ୍ରାମୀ, ଲୋକପ୍ରିୟ ରାଷ୍ଟ୍ରନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ଆସନ୍ତୁ ବିଜୁ ବାବୁଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସମୃଦ୍ଧ ଓଡ଼ିଶା ଗଠନ କରିବା ଦିଗରେ ଏକଜୁଟ ହୋଇ କାମ କରିବା ବୋଲି ଟ୍ୱିଟ୍ କରି କହିଛନ୍ତି ପ୍ରଣବ ପ୍ରକାଶ ଦାସ ।

ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରକେଟ ମାଡ଼ କଲା ଋଷ, ଜେଲେନସ୍କି କହିଲେ- ଫେଲ ମାରିଲା ଟାର୍ଗେଟ

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ଋଷ ଆକ୍ରମଣର ୟୁକ୍ରେନର ବିଭିନ୍ନ ସହର ଧ୍ୱଂସ ହୋଇଯାଇଛି । ୟୁକ୍ରେନର ବିଭିନ୍ନ ସହରକୁ ଋଷ କବ୍ଜା କରିବା ପରେ ଏବେ ଟାର୍ଗେଟରେ ୟୁକ୍ରେନ ରାଜଧାନୀ କିଭ୍ । କିଭ୍ ଉପରେ ଘନ ଘନ ମିଜାଇଲ ମାଡ଼ କରୁଛି ଋଷ । ତେବେ ଆଜି ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରକେଟ୍ ଆକ୍ରମଣ କରିଛି ଋଷ । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଦଶମ ଦିନରେ ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ଆକ୍ରମଣ ହୋଇଛି । ଋଷ ରାଷ୍ଟ୍ରପତି ଭବନରେ ହୋଇଥିବା ଆକ୍ରମଣରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଋଷ କରିଥିବା ଟାର୍ଗେଟ୍ ଫେଲ୍ ମାରିଛି ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର୍ ଜେଲେନସ୍କି ।

ଅନ୍ୟପକ୍ଷରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ କହିଛନ୍ତି ଯେ, ବିଦେଶୀଙ୍କୁ ୟୁକ୍ରେନ ହ୍ୟୁମାନ ସିଲ୍ଡ ବା ମାନବ ପ୍ରତିବନ୍ଧକ ଭାବେ ଛିଡା କରିଛି । ୟୁକ୍ରେନକୁ ନିଓ ନାଜୀ ବୋଲି ବର୍ଣ୍ଣନା କରିଛନ୍ତି ପୁଟିନ । ଯୁଦ୍ଧ କ୍ଷେତ୍ରରେ ୟୁକ୍ରେନ ବିଦେଶୀ ନାଗରିକଙ୍କୁ ଆଗରେ ରଖି ଭୟଙ୍କର ଖେଳ ଖେଳୁଛି । କିନ୍ତୁ ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ ରୋକିବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ରାଷ୍ଟ୍ରପତି ପୁଟିନ।

ସୂଚନା ଅନୁସାରେ ଋଷ-ୟୁକ୍ରେନ ମଧ୍ୟରେ ଏବେ ବି ଜାରି ରହିଛି ଘମାଘୋଟ ଯୁଦ୍ଧ । ଶୁକ୍ରବାର ୟୁକ୍ରେନର ଜପୋରିଜିୟା ପରମାଣୁ ପ୍ଲାଣ୍ଟକୁ କବଜା କରିନେଇଥିଲା ଋଷ ସେନା। ପରମାଣୁ ପ୍ଲାଣ୍ଟର ଆଡମିନ ବ୍ଲକ ଓ କଣ୍ଟ୍ରୋଲ ବ୍ଲକକୁ ଅକ୍ତିଆର କରିନେଇଥିଲା ଋଷ ସେନା। କିନ୍ତୁ ଗୁଳି ମାଡରେ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା। ପରେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ସେପଟେ ଚିର୍ନୀହୀବ ସହରରେ ୨୪ ଘଣ୍ଟା ଧରି ଋଷ ସେନା ଆକାଶ ମାର୍ଗରୁ ଗୁଳି ବର୍ଷଣ ଜାରି ରଖିଛି। ଏଥିରେ ୪୭ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ଋଷର ରକେଟ୍ ମାଡ଼

କିଭ୍: ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରକେଟ୍ ମାଡ଼ । ଦଶମ ଦିନରେ ପହଞ୍ଚିଛି ଋଷିଆ-ୟୁକ୍ରେନ ଯୁଦ୍ଧ । କିବ୍ କବଜା ପାଇଁ ୟୁକ୍ରେନର ବିଭିନ୍ନ ସହରରେ ବୋମା ମାଡ଼ କରି ଆଗକୁ ଆଗକୁ ମାଡି ଚାଲିଛି ଋଷ ସେନା । ଏ ମଧ୍ୟରେ ଶନିବାର ଦିନ ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରକେଟ୍ ଆକ୍ରମଣ କରିଛି ଋଷ ।  ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।

Russia Media Claims Volodymyr Zelenskyy Left Ukraine For Poland

ତେବେ ଋଷର ଟାର୍ଗେଟ୍ ଫେଲ୍ ମାରିଥିବା କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ଏବେ ବି ଯୁଦ୍ଧ ଜାରି ରହିଛି । ଶୁକ୍ରବାର ଦିନ ପରମାଣୁ ପ୍ଲାଣ୍ଟକୁ କବଜା କରିଛନ୍ତି ଋଷ ସେନା । ପରମାଣୁ ପ୍ଲାଣ୍ଟର ଆଡମିନ ବ୍ଲକ ଓ କଣ୍ଟ୍ରୋଲ ବ୍ଲକକୁ ଅକ୍ତିଆର କରି ନେଇଥିଲା ଋଷ ସେନା । କିନ୍ତୁ ଗୁଳି ମାଡରେ ପ୍ଲାଣ୍ଟରେ ନିଆଁ ଲାଗିଯାଇଥିଲା । ଅନ୍ୟପକ୍ଷରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ କହିଛନ୍ତି ଯେ, ବିଦେଶୀଙ୍କୁ ୟୁକ୍ରେନ ହ୍ୟୁମାନ ସିଲ୍ଡ ବା ମାନବ ପ୍ରତିବନ୍ଧକ ଭାବେ ଛିଡା କରିଛି ୟୁକ୍ରେନ ।

ଅନ୍ୟପଟେ ଯୁଦ୍ଧ ପରିସ୍ଥିତି ଭିତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଦେଶ ଛାଡ଼ି ପୋଲାଣ୍ଡ ପଳାଇଥିବା କହିଛି ଋଷ । ହେଲେ ଋଷର ଏହି ଦାବିକୁ ଖଣ୍ଡନ କରିଛି ୟୁକ୍ରେନ । ଜେଲେନସ୍କି ଏବେ ବି ୟୁକ୍ରେନରେ ଅଛନ୍ତି ବୋଲି ୟୁକ୍ରେନ ସ୍ପଷ୍ଟ କରିଛନ୍ତି । ସେ ଏକ ବଙ୍କର ଭିତରେ ଥିବା ଜଣାପଡିଛି । ଏପଟେ ଭାରତ ସରକାର ସେଠାରେ ଫଶି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଛନ୍ତି  ।

ପୌର ନିର୍ବାଚନ: ଆଜି ଘୋଷଣା ହୋଇପାରେ ବିଜେଡି ଓ ବିଜେପିର ପ୍ରାର୍ଥୀ ତାଲିକା

ଭୁବନେଶ୍ୱର: ପୌର ପାଇଁ ସରଗରମ ରାଜନୀତି । ନାମାଙ୍କନ ପାଇଁ ଆଜିକୁ ମିଶାଇ ହାତରେ ରହିଛି ଆଉ ମାତ୍ର ତିନି ଦିନ । ୭ ତାରିଖରେ ସରବି ନାମାଙ୍କନ ପତ୍ର ଦାଖଲ । ସବୁ ରାଜନୈତିକ ଦଳ ଚୂଡାନ୍ତ ତାଲିକା ପ୍ରକାଶ କରିନଥିବା ବେଳେ କିଏ ଟିକେଟ୍ ପାଇବ ତାକୁ ନେଇ ସପେନ୍ସ ବଢିବାରେ ଲାଗିଛି । ଟେନସନରେ ଅଛନ୍ତି ଆଶାୟୀ ପ୍ରାର୍ଥୀ । କଂଗ୍ରେସ ପ୍ରଥମ ଦଳ ଭାବେରେ ଭୁବନେଶ୍ୱର ଓ କଟକ ପାଇଁ ମେୟର ସହିତ କିଛି କର୍ପୋରେଟରଙ୍କ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ କରିଛି । କିନ୍ତୁ ବିଜେପି ଓ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି । ଆଜି ଉଭୟ ଦଳ ଚୂଡାନ୍ତ ପ୍ରାର୍ଥୀ ତାଲିକା ସହିତ ମେୟର ପ୍ରାର୍ଥୀ ଘୋଷଣା କରିବାର ସମ୍ଭାବନା ରହିଛି । ପଞ୍ଚାୟତ ନିର୍ବାଚନର ଫଳାଫଳ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ସ୍ବଚ୍ଛ ଓ ନିର୍ମଳ ଶାସନକୁ ଆଧାର କରି ପୌର ନିର୍ବାଚନରେ ମଧ୍ୟ ଅନୁରୂପ ସଫଳତା ହାସଲ କରିବା ପାଇଁ ଆଶା ରଖିଛି ଶାସକ ବିଜେଡି ଦଳ । ସହରରେ କରାଯାଇଥିବା ବିକାଶକୁ ଭୋଟ୍ ମିଳିବ ବୋଲି ବିଜେଡି କହିଛି । ସେପଟେ ବିରୋଧୀ ପଞ୍ଚାୟତ ଫଳାଫଳକୁ ସୁଧାରି ଶାସକ ଦଳକୁ ଟକ୍କର ଦେବାକୁ ଉଦ୍ୟମ କରୁଛନ୍ତି ।

ୟୁକ୍ରେନସ୍ଥିତ ଆଣବିକ କାରଖାନାର ସୁରକ୍ଷା ପାଇଁ ଜାତିସଂଘରେ ଭାରତର ଦାବି

ନୂଆଦିଲ୍ଲୀ: ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଋଷ ୟୁକ୍ରେନ ଯୁଦ୍ଧ । ଋଷ ତା ସେନାବଳରେ ୟୁକ୍ରେନରେ ଧ୍ୱଂସ ଲୀଳା ରଚୁଛି । ୟୁକ୍ରେନସ୍ଥିତ ଆଣବିକ କାରଖାନାର ସୁରକ୍ଷା ନେଇ ଜାତିସଂଘ ନିରାପତ୍ତା ପରିଷଦ ନିକଟରେ ଭାରତର ଦାବି । ଜାପୋରିଝିଝିଆ ଆଣବିକ କାରଖାନାକୁ ଋଷ ନିଜ କବଜାକୁ ନେଇଥିବା ବେଳେ, ଦେଶରେ ଥିବା ଅନ୍ୟାନ୍ୟ ଆଣବିକ କାରଖାନାର ସୁରକ୍ଷା ନେଇ ଭାରତ ଚିନ୍ତାପ୍ରକଟ କରିଛି ।

 ୧୫ ରାଷ୍ଟ୍ର ବିଶିଷ୍ଟ ନିରାପତ୍ତା ପରିଷଦର ଏକ ଜରୁରୀ ବୈଠକରେ ଭାରତର ସ୍ଥାୟୀ ପ୍ରତିନିଧି ଟିଏସ ତିରୁମୂର୍ତ୍ତି କହିଛନ୍ତି ଯେ, ଋଷ-ୟୁକ୍ରେନ ଯୁଦ୍ଧ ପରିସ୍ଥିତିରେ ଆଣବିକ କାରଖାନା ଉପରେ ଆକ୍ରମଣ ଜନଜୀବନ ଲାଗି ଭୟଙ୍କର ବିପଦ ସୃଷ୍ଟି କରିବ । ଏହାର ସୁରକ୍ଷା ଅତି ଜରୁରୀ । ଆଲବାନିଆ, ଫ୍ରାନ୍ସ, ଆୟାର୍ଲାଣ୍ଡ, ନରୱେ , ବ୍ରିଟେନ ଓ ଆମେରିକା ଦ୍ୱାରା ଏହି ବୈଠକ ଆହୂତ ହୋଇଥିଲା । ତେଣେ ଆନ୍ତର୍ଜାତିକ ଆଣବିକ ଶକ୍ତି ସଂସ୍ଥା ବା ଆଇଏଇଏର ମହାନିର୍ଦ୍ଦେଶକ ରାଫେଲ ମାରିଆନୋ ଗ୍ରସି କହିଛନ୍ତି ଯେ, ୟୁକ୍ରେନସ୍ଥିତ ଆଣବିକ କାରଖାନା ଉପରେ ସତର୍କ ଦୃଷ୍ଟି ରଖାଯାଇଛି । ସେ ଚେର୍ଣ୍ଣୋବିଲ ଯାଇ ଏହି ପ୍ରସଙ୍ଗରେ ଋଷ ଓ ୟୁକ୍ରେନ ସହ ଆଲୋଚନା କରିବା ଲାଗି ପ୍ରସ୍ତାବ ଦେଇଛନ୍ତି ।

ସେହିପରି ରାଜନୈତିକ ଓ ଶାନ୍ତି ପ୍ରତିଷ୍ଠା ବ୍ୟାପାର ଉପମହାନିର୍ଦ୍ଦେଶକ ରୋଜମାରି ଡିକାର୍ଲୋ କହିଛନ୍ତି, ଆଣବିକ ବିପତ୍ତି ଯେପରି ଘଟିବ ନାହିଁ ସେଥିଲାଗି ପଦକ୍ଷେପ ନିଆଯାଉଛି । ଆଣବିକ କାରଖାନା ନିକଟବର୍ତ୍ତୀ ସ୍ଥାନରେ ସାମରିକ କାର୍ଯ୍ୟକଳାପକୁ ସେ ତୀବ୍ର ବିରୋଧ କରିଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି, ୟୁକ୍ରେନ ଉପରେ ଆକ୍ରମଣ କରିବା ସହ ଋଷ ଆଣବିକ ଆତଙ୍କ ସୃଷ୍ଟି କରୁଛି । ଚେର୍ଣ୍ଣୋବିଲ ପରି ଆଉ ଏକ ଘଟଣା ଘଟୁ ବୋଲି ଋଷ ରାଷ୍ଟ୍ରପତି ଚାହୁଁଥିବା ନେଇ ଅଭିଯୋଗ କରିଛନ୍ତି ଜେଲେନସ୍କି ।

ଋଷ ପାଇଁ ବିପଦ ସାଜିଛି ଆମେରିକୀୟ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର

କିଭ୍: ବେଳକୁ ବେଳ ତୀବ୍ର ହେବାରେ ଲାଗିଛି ଋଷ-ୟୁକ୍ରେନ ଯୁଦ୍ଧର ଘନଘଟା । ଅନେକ ଛୋଟବଡ ସହରରେ ଚାଲିଛି ଜୋରଦାର ଯୁଦ୍ଧ । ସେପଟେ କାନ୍ଧରେ ଧରି ନିକ୍ଷେପ କରାଯାଇ ପାରୁଥିବା ଆମେରିକୀୟ ଟ୍ୟାଙ୍କ ବିଧ୍ୱଂସୀ କ୍ଷେପଣାସ୍ତ୍ର ଆଣ୍ଟି ଟ୍ୟାଙ୍କ ଜାଭେଲିନ ଋଷ ଲାଗି ଅଧିକ ବିପଦ ସୃଷ୍ଟି କରିଛି । ଏହି କ୍ଷେପଣାସ୍ତ୍ର ୟୁକ୍ରେନ ସୈନ୍ୟଙ୍କ ନିକଟରେ ପର୍ଯ୍ୟାପ୍ତ ମହଜୁଦ ରହିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଏହି କ୍ଷେପଣାସ୍ତ୍ର ଜରିଆରେ ୨୮୦ରୁ ଅଧିକ ଋଷୀୟ ଟ୍ୟାଙ୍କ ଧ୍ୱଂସ କରାଯାଇଥିବା ଦାବି କରିଛି ୟୁକ୍ରେନ । ସେହିପରି ୟୁକ୍ରେନ ସୈନ୍ୟଙ୍କ ନିକଟରେ ଆମେରିକା ନିର୍ମିତ ବିମାନ ବିଧ୍ୱଂସୀ ଷ୍ଟିଞ୍ଜର ମିସାଇଲ ରହିଥିବାରୁ ଅନେକ ଯୁଦ୍ଧ ବିମାନକୁ ଖସାଇବା ସହଜ ହୋଇଛି । ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ୧୦ ହଜାରରୁ ଅଧିକ ଋଷ ସୈନ୍ୟ ପ୍ରାଣ ହରାଇଥିବା ଦାବି କରିଛି ୟୁକ୍ରେନ ।

Russia Ukraine War One Indian Student Dead In Kharkiv

ଋଷର ୩୩ଟି ଯୁଦ୍ଧ ବିମାନ, ୩୭ଟି ହେଲିକପ୍ଟର, ୧୦୫ଟି କମାଣ, ୯୩୯ ସାଞ୍ଜୁଆ ଗାଡ଼ି, ୬୦ଟି ଇନ୍ଧନ ଟ୍ୟାଙ୍କ, ୩ଟି ମାନବ ବିହୀନ ବିମାନ, ୧୮ଟି ବିମାନ ବିଧ୍ୱଂସୀ ତୋପକୁ ଧ୍ୱଂସ କରାଯାଇଥିବା ୟୁକ୍ରେନ କହିଛି । ଯୁଦ୍ଧରେ ଏଯାଏ ୧୨ ଲକ୍ଷ ଲୋକ ୟୁକ୍ରେନ ଛାଡି ପଡୋଶୀ ରାଷ୍ଟ୍ରକୁ ଚାଲିଯାଇଥିବା କହିଛି ଜାତିସଂଘ ।

ପୁଟିନଙ୍କ ସହ ଆଲୋଚନା ପରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସୂଚନା, ୟୁକ୍ରେନ ପାଇଁ ବାକି ଅଛି ଆହୁରି ଦୁର୍ଦ୍ଦିନ

ମସ୍କୋ: ଦଶମ ଦିନରେ ପହଞ୍ଚିଛି ଋଷ-ୟୁକ୍ରେନ ଯୁଦ୍ଧ । ଏବେ ବି କୂଟନୈତିକ ସମାଧାନ ପାଇଁ ଲଗାତାର ପ୍ରୟାସ ଜାରି ରହିଛି । କିନ୍ତୁ ଏପର୍ଯ୍ୟନ୍ତ ସମାଧାନର ବାଟ ବାହାରି ପାରୁନାହିଁ । ଋଷର କହିବା କଥା ୟୁକ୍ରେନ୍‌ ସବୁ ସର୍ତ୍ତ ମାନିଲେ ଯୁଦ୍ଧରେ ବିରାମ ଲାଗିପାରିବ । କିନ୍ତୁ ୟୁକ୍ରେନ୍‌ ସରକାର ମାନିବାକୁ ନାରାଜ । ସେପଟେ ଋଷ ଗଣମାଧ୍ୟମ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଦେଶ ଛାଡ଼ି ପୋଲାଣ୍ଡ ପଳାଇଛନ୍ତି ବୋଲି ଅଭିଯୋଗ କରିଥିଲେ । ଯାହାକୁ ୟୁକ୍ରେନ୍‌ ଗଣମାଧ୍ୟମ ଖଣ୍ଡନ କରିଛନ୍ତି ।

ଏ ସବୁ ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିଲେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ପ୍ରାୟ ୯୦ ମିନିଟର କଥାବାର୍ତ୍ତା ପରେ ଫ୍ରାନ୍ସ ରାଷ୍ଟ୍ରପତି ଯେଉଁ ସୂଚନା ଦେଇଛନ୍ତି ତାହା ୟୁକ୍ରେନ ପାଇଁ ଚିନ୍ତାଜନକ । ୟୁକ୍ରେନ ପାଇଁ ଆହୁରି ଦୁର୍ଦ୍ଦିନ ବାକି ଅଛି ବୋଲି କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ । ବର୍ତ୍ତମାନ ୟୁକ୍ରେନ ଉପରେ ଆକ୍ରମଣ ବନ୍ଦ କରିବାକୁ ରାଜି ନାହାନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ହେଲେ ଅଧିକ ମାନବୀୟ କ୍ଷତିକୁ ରୋକିବା ପାଇଁ ମସ୍କୋ ସହିତ ଲଗାତର ଆଲୋଚନା ଜାରି ରହିବ ବୋଲି ଫ୍ରାନ୍ସ ରାଷ୍ଟ୍ରପତି ସୂଚନା ଦେଇଛନ୍ତି  ।

ଅପ୍ୟପକ୍ଷରେ ଭାରତ ସରକାର ୟୁକ୍ରେନରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରିଛନ୍ତି । ଆଜି ୧୬ଟି ସ୍ୱତନ୍ତ୍ର ବିମାନରେ ଭାରତୀୟଙ୍କୁ ଫେରାଇ ଅଣାଯିବ । ଆର୍ମେନିଆ ସୀମାରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍‌ ଜାରି କରାଯାଇଛି । ଏପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାରତ ଫେରିଲେଣି ବୋଲି ସୂଚନା ଦେଇଛି କେନ୍ଦ୍ର ସରକାର ।