spot_img
Home Blog Page 4546

ମହାଦେବଙ୍କୁ ପ୍ରସନ୍ନ କରିବାକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ ଏହି ୮ଟି ଜିନିଷ

ଆଜି ସାରା ଦେଶରେ ମହା ଶିବରାତ୍ରୀ ପର୍ବ ପାଳନ କରାଯାଉଛି । ମହାଶିବରାତ୍ରୀ ଫାଲଗୁନ୍ ମାସର କୃଷ୍ଣ ପକ୍ଷ ଚାତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ । ଏହି ଦିନ ଭକ୍ତମାନେ ଉପବାସ କରି ଦେବ ଦେବ ମହାଦେବଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରିଥାନ୍ତି । ମହାଶିବରାତ୍ରୀରେ ଦେଶର ୧୨ଟି ଜ୍ୟୋତିର୍ଲିଙ୍ଗରେ ଶିବ ଭକ୍ତଙ୍କ ଭିଡ ଜମିଥାଏ । ଏହି ଦିନ ଶିବଲିଙ୍ଗରେ କିଛି ବିଶେଷ ଜିନିଷ ଚଢାଯାଇଥାଏ । ବିଶ୍ୱାସ କରାଯାଏ ଯେ, ଏହା କରିବା ଦ୍ୱାରା ମାହାଦେବ ପ୍ରସନ୍ନ ହୁଅନ୍ତି ।

ମହାଶିବତ୍ରୀ

ମଙ୍ଗଳବାର, ମାର୍ଚ୍ଚ ୧, ୨୦୨୨ ନିଶିତା କାଳ ପୂଜା ସମୟ – ୧୨:୦୮ରୁ ୨ ମାର୍ଚ୍ଚ ୧୨:୫୮ ପର୍ଯ୍ୟନ୍ତ  ଶିବରାତ୍ରୀ ପରାନ ସମୟ ୨ମାର୍ଚ୍ଚ ପ୍ରାତଃ ୦୬:୪୫ ସମୟରେ ।

ମହାଦେବଙ୍କର ଏହି ୮ଟି ଜିନିଷ ପ୍ରିୟ ଅଟେ

ମହାଶିବରାତ୍ରୀରେ ସହଜରେ ସନ୍ତୁଷ୍ଟ ହୋଇଯାଇଥାନ୍ତି ଭୋଳାଶଙ୍କର । ତାଙ୍କ ପୂଜା ସମୟରେ ଶିବଲିଙ୍ଗ ଅଭିଷେକ କରିବା ଦ୍ୱାରା ପ୍ରସନ୍ନ ହୋଇଯାଆନ୍ତି ମହାଦେବ । ଏହି ସମୟରେ ଶିବଲିଙ୍ଗ ଉପରେ ଅର୍ପଣ କରାଯାଉଥିବା ପ୍ରତ୍ୟେକ ଜିନିଷର ନିଜସ୍ୱ ମହତ୍ତ୍ୱ ରହିଛି ଯାହା ଦ୍ୱାରା ଭକ୍ତଙ୍କ ଇଚ୍ଛା ପୂରଣ ହେବାର ମାନ୍ୟତା ରହିଛି ।

ଜଳ-ମନ୍ତ୍ର ଜପ କରିବା ସହ ଶିବଲିଙ୍ଗ ଉପକରେ ଜଳ ଅର୍ପଣ କରିବା ଦ୍ୱାରା ମନୁଷ୍ୟର ଆଚରଣ ଶାନ୍ତ ଏବଂ ସ୍ନେହପୂର୍ଣ୍ଣ ହୋଇଥାଏ ।

 କ୍ଷୀର– ଶିବଶଙ୍କରଙ୍କୁ କ୍ଷୀର ଅର୍ପଣ କରିବା ଦ୍ୱାରା ସ୍ୱାସ୍ଥ୍ୟ ସର୍ବଦା ଭଲ ରହେ ଏବଂ ରୋଗ ଦୂର ହୁଏ ।

ବେଲପତ୍ର– ଶିବଲିଙ୍ଗ ପୂଜା ସମୟରେ ଏକ ଗୁରୁତ୍ତ୍ୱ ପୂର୍ଣ୍ଣ ଭୂମିକା ବେଲପତ୍ରର ରହିଛି ବିନା ବେଲପତ୍ରରେ ଶିବଙ୍କ ଉପାସନା ଅସଂପୂର୍ଣ୍ଣ । ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରି ଭକ୍ତମାନେ ଇଚ୍ଛାକୃତ ଫଳାଫଳ ପାଇଥାନ୍ତି ।

ଭାଙ୍ଗ– ମାହାଦେବଙ୍କୁ ଭାଙ୍ଗ ଅତ୍ୟନ୍ତ ପ୍ରିୟ ହୋଇଥାଏ  । ତେଣୁ ଭାଙ୍ଗ ଅର୍ପଣ କରିବା ଦ୍ୱାରା ଆମର ଅଭାବ ଏବଂ ନକରାରତ୍ମ ଚିନ୍ତାଧାରା ଦୂରେଇ ଯାଇଥାଏ ।

ଦୁଦୁରା ଫୁଲ– ଭଗବାନ ଶିବଙ୍କୁ ଦୁଦୁରା ଫୁଲ ଅର୍ପଣ କରିବା ଦ୍ୱାରା ରାହୁ ଶାନ୍ତ ହେବା ସହ କାଳସର୍ପ ଯୋଗ ଏବଂ ପିତୃ ଦୋଶ ଦୂର ହୋଇଥାଏ ।

ମିଶିରି– ମହାଦେବଙ୍କୁ ମିଶିରି ସହ ଅଭିଷେକ କରିବା ଦ୍ୱାରା ସୁଖ ଏବଂ ସମୃଦ୍ଧତା ବୃଦ୍ଧି ପାଇଥାଏ । ଏହା କରିବା ଦ୍ୱାରା ମନୁଷ୍ୟର ଜୀବନରୁ ଦାରିଦ୍ର୍ୟତା ଦୂରେଇ ଯାଏ ।

ଘିଅ– ଭଗବାନ ଶଙ୍କରଙ୍କ ଉପରେ ଘିଅ ଅର୍ପଣ କରିବା ଦ୍ୱାରା ମନୋବଳ ଦୃଢ ହୋଇଥାଏ ।

ଅତର– ଶିବଲିଙ୍ଗ ଉପରେ ଅତର ପ୍ରୟୋଗ କରିବା ଦ୍ୱାରା ଚିନ୍ତାଧାରା ପବିତ୍ର ଏବଂ ଶୁଦ୍ଧ ହୋଇଥାଏ । ଏହା ଆମକୁ ଜୀବନରେ ଖରାପ କାମରୁ ଦୂରେଇ ରଖେ ।

ଅନୁଗୁଳୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ ମୃତ

ଅନୁଗୁଳ: ରାସ୍ତାରେ ଛିଡ଼ା ହୋଇଥିଲ ଟ୍ରକ । ପଛରୁ ପିଟିଲା କାର । ଯାହା ଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି ବିଳମ୍ବିତ ରାତ୍ରିରେ ଅନୁଗୁଳୁ ପାଲଲହଡ଼ା ଖମାର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଏକ ଟ୍ରକ ଛିଡା ହୋଇଥିବାବେଳେ ଦ୍ରୁତ ଗତିରେ ଏକ କାର ଆସି ଏହି ଟ୍ରକ ପଛକୁ ପିଟିଥିଲା । ଏହି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ସମସ୍ତେ ହେଉଛନ୍ତି ଖମାର ଥାନା ଅଧୀନ ଇଞ୍ଜିଡ଼ି ଗାଁ’ର ।

ସୂଚନା ଅନୁସାରେ ସୋମବାର ବିଳମ୍ବିତ ରାତିରେ ଇଞ୍ଜିଡ଼ି ଗାଁ’ର ୫ ଜଣ ପାଲଲହଡ଼ା ଭୋଟ ଗଣତି କେନ୍ଦ୍ରକୁ ଯାଇଥିଲେ । ସେଠାରୁ ବିଳମ୍ବିତ ରାତିରେ ଗାଁକୁ ଫେରୁଥିଲେ । କିନ୍ତୁ ଗାଁ’କୁ ଫେରିବା ସମୟରେ କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲେ ଯେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ହସ୍ପିଟାଲରେ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୨ଟି ଗାଡ଼ିକୁ ଜଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

 

ଶିବରାତ୍ରୀରେ କାହିଁକି କରାଯାଇଥାଏ ରୁଦ୍ରାଭିଷେକ ?

ରୁଦ୍ରାଭିଷେକ ଅର୍ଥାତ୍ ରୁଦ୍ରଙ୍କ ଅଭିଷେକ ଦେବ ଦେବ ମହାଦେବଙ୍କୁ ପ୍ରସନ୍ନ କରିବାକୁ ରୁଦ୍ରାଭିଷେକ କରାଯାଇଥାଏ । ଆଉ ଏହି ଅଭିଷେକ କରିବା ଦ୍ୱାରା ଶୁଭ ଫଳ ମିଳିଥାଏ । ତେବେ, ମହାଶିବରାତ୍ରୀରେ ରୁଦ୍ରାଭିଷେକର ମହତ୍ତ୍ୱ ଶିବ ପୂରାଣର ରୁଦ୍ରସଂହିତାରେ କୁହାଯାଇଛି- ମହାଶିବରାତ୍ରୀ, ଶ୍ରାବଣ ସୋମବାର, ଶିବରାତ୍ରୀରେ ରୁଦ୍ରାଭିଷେକ ବିଶେଷ ଫଳ ଦେଇଥାଏ । ରୁଦ୍ରାଭିଷେକରେ ଶିବ ଲିଙ୍ଗର ପବିତ୍ର ସ୍ନାନ କରାଯାଏ । ରୁଦ୍ରାଭିଷେକ ଦ୍ୱାରା ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହେବା ସହ ଭକ୍ତଙ୍କ ସକଳ ଦୁଃଖକୁ ଦୂର କରିଥାନ୍ତି । ତେବେ ଆପଣ ଏହି ପ୍ରଭାବଶାଳୀ ପୂଜାକୁ ଆପଣଙ୍କ ଘରେ ମଧ୍ୟ କରିପାରିବେ ।

କଣ ରହିଛି ରୁଦ୍ରାଭିଷେକର ମହତ୍ତ୍ୱ ?

ଘରେ ରୁଦ୍ରାଭିଷେକ ନେଇ ଯର୍ଜୁବେଦରେ ଉଲ୍ଲେଖ ରହିଛି । ଯର୍ଜୁବେଦ ଅନୁସାରେ ଶିବଭକ୍ତଙ୍କ ପାଇଁ ରୁଦ୍ରାଭିଷେକ ଅତ୍ୟନ୍ତ ଲାଭଦାୟକ । ‘ସର୍ବଦେୱତ୍ମକୋ ରୁଦ୍ରଃ ସର୍ବେ ଦେବାଃ ଶିବାତ୍ମକାଃ’ ଅର୍ଥାତ୍ ସମସ୍ତ ଦେବତାମାନଙ୍କ ଆତ୍ମାରେ ରୁଦ୍ର ଉପସ୍ଥିତ ଏବଂ ସମସ୍ତ ଦେବତା ରୁଦ୍ରଙ୍କ ସହ ସମ୍ବଦ୍ଧିତ । ମନ୍ତ୍ରରୁ ସଫା ଜଣାପଡ଼ୁଛି ରୁଦ୍ର ହିଁ ସର୍ବଶକ୍ତିମାନ । ଏହା ଭଗବାନ ଶିବଙ୍କ ପ୍ରଚଣ୍ଡ ରୂପ ଅଟେ । ଏହି ରୂପର ବିଧି ବିଧାନ ଅନୁସାରେ ପୂଦା କଲେ ଗ୍ରହ-ନକ୍ଷତ୍ରର ବାଧା ଦୂର ହେବା ସହ ଶୁଭ ଫଳ ମିଳିଥାଏ । ଏଥିସହ ରୋଗ ଓ ଚିନ୍ତାରୁ ମୁକ୍ତି ମିଳେ । ମହାଶିବରାତ୍ରୀ ଦିନକୁ ଶିବଙ୍କ ସବୁଠୁ ପ୍ରିୟ କୁହାଯାଏ । କାରଣ ଏହି ଦିନ ଶିବ ଓ ଶକ୍ତିଙ୍କର ମିଳନ ହୋଇଥିଲା ।

ରୁଦ୍ରାଭିଷେକ ପାଇଁ ଦରକାର ଦେଉଥିବା ସାମଗ୍ରୀ

ଶିବଲିଙ୍ଗ ଅଭିଷେକରେ ଗୁଆଘିଅ, ବେଲ ପତ୍ର ଚନ୍ଦନ, ପାନ ପତ୍ର, ଧୂପ, ଫୁଲ, ଗନ୍ଧ କର୍ପୂର, ମିଠେଇ, ଫଳ, ମହୁ, ଦହି, ଅଁଳା, ପଞ୍ଚାମୃତ, ଆଖୁ ରସ, ନଡ଼ିଆ ପାଣି, ଗଙ୍ଗାଜଳ, ଗୁଆ, ପାଣି ଓ ନଡ଼ିଆ ଆଦି ଆବଶ୍ୟକ । ଯଦି ଆପଣ ସୁଗନ୍ଧିତ ପଦାର୍ଥ ଶିବଲିଙ୍ଗରେ ଅର୍ପଣ କରିବାକୁ ଚାହାଁନ୍ତି ତ ପୂର୍ବରୁ ଯୋଗାଡ଼ କରି ନିଅନ୍ତୁ । ଏଥିସହ ଗାଈ ସିଂଘରେ ତିଆରି ଅଭିଷେକ ପାତ୍ର ପିତ୍ତଳ କିମ୍ବା ଅନ୍ୟ ଧାତୁରେ ତିଆରି ହୋଇଥିବା ତାକୁ ଆଣନ୍ତୁ । ରୁଦ୍ରାଷ୍ଠାଧ୍ୟାୟୀର ଏକାଦଶୀନି ଋଦ୍ରୀକୁ ୧୧ଥର ପାଠ କରନ୍ତୁ । ଏହାକୁ ହିଁ ଲଘୁ ରୁଦ୍ର କୁହନ୍ତି । ଶିବଲିଙ୍ଗରେ ଅର୍ପଣ ହୋଇ ବୋହି ଯାଉଥିବା ପାଣିକୁ ଏକତ୍ରିତ କରି ବେଦୀରେ ରଖନ୍ତୁ ।

ସାଧାରଣଭାବେ ରୁଦ୍ରାଭିଷେକ ମନ୍ଦିରରେ କରାଯାଇଥାଏ କିନ୍ତୁ ଘରେ ମଧ୍ୟ ରୁଦ୍ରାଭିଷେକ କରିପାରିବେ ଭକ୍ତ । ଆସନ୍ତୁ ଜାଣିବା ଘରେ କିଭଳି ଭାବେ କରିପାରିବେ ରୁଦ୍ରାଭିଷେକ ?

ଘରେ ରୁଦ୍ରାଭିଷେକ କରୁଥିଲେ ସର୍ବପ୍ରଥମେ ମାଟିର ଶିବଲିଙ୍ଗ ତିଆରି କରନ୍ତୁ । ଯଦି ଘରେ ଆଗରୁ ଶିବଲିଙ୍ଗ ରହିଛି ତେବେ ଆପଣ ସେହି ଲିଙ୍ଗରେ ମଧ୍ୟ ଅଭିଷେକ କରିପାରିବେ । ଏହି ପୂଜା ପୂର୍ବରୁ ପ୍ରଥମେ ଅଗ୍ରପୂଜ୍ୟ ଭଗବାନ ଗଣେଶଙ୍କ ଆବାହନ କରନ୍ତୁ । ତା’ପରେ ମାତା ପାର୍ବତୀ, ନବଗ୍ରହ, ମାତା ଲକ୍ଷ୍ମୀ, ପୃଥିବୀ ମାତା, ବ୍ରହ୍ମଦେବ, ସୂର୍ଯ୍ୟ ଦେବ, ଓ ଗଙ୍ଗାମାତାଙ୍କୁ ଆବାହନ କରିବା ସହ ଆସନ (ସ୍ଥାନ) ରଖନ୍ତୁ । ଏହି ସମସ୍ତ ଦେବାଦେବୀଙ୍କୁ ଅରୁଆ ଚାଉଳ ଓ ଫୁଲ ଚଢ଼ାଇ ପୂଜା କରିବା ପରେ ପ୍ରସାଦ ଅର୍ପଣ କରନ୍ତୁ । ତା’ପରେ ଶିବଲିଙ୍କ ପୂଜା କରାଯାଏ ।

  • ଘରେ ଶିବଲିଙ୍ଗଙ୍କୁ ଉତ୍ତରଦିଗକୁ ରଖନ୍ତୁ । ଯେମିତିକି ଆରଧନାକାରୀଙ୍କ ମୁହଁ ପୂର୍ବ ଦିଗକୁ ରହିବ । ଅଭିଷେକ ପାଇଁ ପ୍ରଥମେ ପିତ୍ତଳ ପାତ୍ରରେ ଗଙ୍ଗାଜଳ ଢ଼ାଳି ଅଭିଷେକ ଆରମ୍ଭ କରନ୍ତୁ । ଉକ୍ତ ପାତ୍ରରେ ଆଖୁ ରସ, ମହୁ, ଦହି, ଦୁଗ୍ଧରେ ପଞ୍ଚାମୃତ ସମେତ ସମସ୍ତ ତରଳ ପଦାର୍ଥରେ ଶିବଲିଙ୍ଗର ଅଭିଷେକ କରନ୍ତୁ ।
  • ଭଗବାନ ଶିବଙ୍କ ଅଭିଷେକ ସମୟରେ ଧ୍ୟାନର ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର, ଶିବ ତାଣ୍ଡବ ସ୍ରୋତ, ଓଁ ନମଃ ଶିବାୟ ଅଥବା ରୁଦ୍ରାମନ୍ତ୍ର ଜପ କରନ୍ତୁ ।
  • ଏହା ପରେ ଶିବଲିଙ୍ଗରେ ଚନ୍ଦନର ପ୍ରଲେପ ଲଗାନ୍ତୁ । ତା’ପରେ ପାନ ପତ୍ର, ବେଲପତ୍ର, ଗୁଆ ଆଦି ସମସ୍ତ ସାମଗ୍ରୀକୁ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ।
  • ଏହାପରେ ଶିବଙ୍କ ଲାଗି ପ୍ରସ୍ତୁତ କରି ରଖିଥିବା ଭୋଗକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଏହା ପରେ ଭଗବାନ ଶିବଙ୍କ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ଏବଂ ପୂରା ପରିବାର ସହିତ ଶିବଲିଙ୍ଗର ଆରତୀ କରନ୍ତୁ ।
  • ଅଭିଷେକ ଜଳକୁ ଏକତ୍ର କରି ପୂରା ଘରେ ଛିଞ୍ଚନ୍ତୁ ଏବଂ ସେହି ଜଳକୁ ସମସ୍ତଙ୍କୁ ପିଇବାକୁ ଦିଅନ୍ତୁ । ବିଶ୍ୱାସ ରହିଛି ଏଭଳି କରିବା ଦ୍ୱାରା ସମସ୍ତ ରୋଗ ଦୂର ହୋଇ ଯାଇଥାଏ । ମହାଶିବରାତ୍ରିରେ ରୁଦ୍ରାଭିଷେକର ପ୍ରକ୍ରିୟା ବେଳେ ଶିବ ମନ୍ତ୍ର ଜପି ଚାଲିଥାନ୍ତୁ ।

ପଞ୍ଚାୟତ ଫଳାଫଳ: ୮୨୯ ଜୋନରୁ ୭୪୩ ଜୋନରେ ବାଜି ମାରିଲା ବିଜେଡି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନରେ ବିଜେଡିର ବୃହତ୍ତ ବିଜୟ । ଭାଙ୍ଗିଲା ସବୁ ରେକର୍ଡ। ମାଟି କାମୁଡ଼ିଲେ ବିରୋଧୀ । ବର୍ତ୍ତମାନ ସୁଦ୍ଧା ଘୋଷଣା ହୋଇଥିବା ୮୨୯ ଜୋନ୍‌ ମଧ୍ୟରୁ ୭୪୩ଟି ଜୋନରେ ବିଜେଡି ବାଜିମାତ୍‌ କରିଛି । ବିଜେପି ଖାତାକୁ ମାତ୍ର ୪୨ ଆସନ ଆସିଥିବାବେଳେ ୩୭ଟି ଜୋନ ହାତେଇଛି କଂଗ୍ରେସ । ସେହିପରି ୮୨୯ ଜୋନ୍ ମଧ୍ୟରୁ ଅନ୍ୟ ରାଜନୈତିକ ଦଳଙ୍କ ଖାତାକୁ ଯାଇଛି ମାତ୍ର ୭ଟି ଜୋନ୍ । ଭଦ୍ରକ, ଝାରସୁଗୁଡ଼ା, ଯାଜପୁର ଓ ଦେବଗଡ଼ରେ କ୍ଲିନ୍‌ ସୁଇପ୍ କରିଛି ବିଜେଡି । ମୟୂରଭଞ୍ଜରୁ ମାଲକାନିଗିରି, ବରଗଡ଼ରୁ ବାଲେଶ୍ବର, ଗଜପତିରୁ ଗଞ୍ଜାମ, ସୁନ୍ଦରଗଡ଼ରୁ ସମ୍ବଲପୁର ସବୁଠି କେବଳ ଶଙ୍ଖଧ୍ବନି । ସବୁ ଜିଲ୍ଲାରେ ଚିତପଟାଙ୍ଗ ମାରିଛି ବିଜେପି । କଂଗ୍ରେସ ମଧ୍ୟ ନିଜ ସ୍ଥିତି ବଞ୍ଚାଇବାକୁ ଭୟଙ୍କର ସଂଘର୍ଷ କରୁଛି । ୨୨ ବର୍ଷ ଶାସନରେ ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ବିଜେଡି ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି । ୨୦୧୨ରେ ବିଜେଡିକୁ ସର୍ବାଧିକ ୬୫୧ ସିଟ୍ ମିଳିଥିଲା । ତେବେ ବିଜେଡିର ଏହି ରେକର୍ଡକୁ ଭାଙ୍ଗିଛି ବିଜେଡି । ୨୦୨୨ରେ ପଞ୍ଚାୟତ ନିର୍ବାଚନରେ ବର୍ତ୍ତମାନ ସୁଦ୍ଦା ଘୋଷଣା ହୋଇଥିବା ଫଳାଫଳ ଅନୁସାରେ ୨୦୧୨ ରେକର୍ଡକୁ ଅତିକ୍ରମ କରି ନୂଆ ରେକର୍ଡ କରିଛି ବିଜେଡି ।

ଆଜି ପବିତ୍ର ମହାଶିବରାତ୍ରୀ, ଚଳଚଞ୍ଚଳ ରାଜ୍ୟର ସମସ୍ତ ଶୈବପୀଠ

ଭୁବନେଶ୍ୱର: ଆଜି ପବିତ୍ର ମହାଶିବରାତ୍ରୀ । ମହାଶିବରାତ୍ରୀ ଅବସରରେ ଚଳଚଞ୍ଚଳ ହୋଇପଡ଼ିଛି ରାଜ୍ୟର ସମସ୍ତ ଶୈବପୀଠ । ଜାଗର ଉପଲକ୍ଷେ ବିଭିନ୍ନ ଶୈବପୀଠ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଛି । ତେବେ ରାଜ୍ୟରେ ଏପର୍ଯ୍ୟନ୍ତ କୋଭିଡର ଭୟ କମିନଥିବାରୁ ବିଭିନ୍ନ ଶୈବପୀଠରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ଭକ୍ତମାନେ କରୋନା କଟକଣା ମାନି ଦର୍ଶନ କରୁଛନ୍ତି । ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ନାହିଁ ନଥିବା ଭିଡ଼ ପରିଲିକ୍ଷିତ ହୋଇଛି । ଭୋର ୩.୩୦ରେ ମଙ୍ଗଳା ଆଳତି ପରେ ଆରମ୍ଭ ହୋଇଛି ଅବକାଶ ନୀତି । ୫ଟାରୁ ସାହଣ ମେଳା ଦର୍ଶନ ବା ସାଧାରଣ ଦର୍ଶନ ହେଉଛି ।

ସେହିପରି ରାଜ୍ୟର ପ୍ରମୁଖ ଶୈବପୀଠ ପୁରୀର ଶ୍ରୀଲୋକନାଥ ପୀଠ, ରାଉରକେଲାର ବେଦବ୍ୟାସ, ଆଠଗଡର ଧବଳେଶ୍ବର, ଢେଙ୍କାନାଳର କପିଳାସ, ଆରଡିର ଆଖଣ୍ଡଳମଣି, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ବର, ଜଳେଶ୍ବରର ଚନ୍ଦନେଶ୍ବର, ଭୋଗରାଇର ଭୁଷଣ୍ଡେଶ୍ବର, ନୟାଗଡ଼ର ଲଢୁବାବା, କୋରାପୁଟର ଗୁପ୍ତେଶ୍ବର ଭଳି ଶୈବ ପୀଠରେ ମହାଶିବରାତ୍ରୀ ଆଡ଼ମ୍ବରର ସହ ପାଳନ କରାଯାଉଛି । ସମସ୍ତ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଦେଖିବାକୁ ମିଳୁଛି । ପୁରୀ ଲୋକନାଥଙ୍କ ପୀଠରେ ରାତି ୨ ଟାରୁ ୩ ଟା ମଧ୍ୟରେ ହରିହର ଭେଟ ହେବା ପରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି । ଭକ୍ତମାନେ ଯେପରି ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ବ୍ୟାରିକେଡ୍, ସ୍ବତନ୍ତ୍ର ପୋଲିସ କଣ୍ଟ୍ରୋଲ ରୁମର ବ୍ୟବସ୍ଥା କରାଯାଇଛି ।

ଆଜି ମହାଶିବରାତ୍ରି, ଚାଲିଛି ବାବା ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି

ଭୁବନେଶ୍ୱର: ଆଜି ମହାଶିବରାତ୍ରି । ମହାଶିବରାତ୍ରି ଅବସରରେ ଅନୁଷ୍ଠିତ ହେଉଛି ବାବା ଲିଙ୍ଗରାଜଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ନୀତିକାନ୍ତି । ରାତି ୩ଟାରୁ ଖୋଲିଛି ମନ୍ଦିରର ମୁଖ୍ୟଦ୍ୱାର । ୩.୩୦ରେ ମଙ୍ଗଳା ଆଳତି ପରେ ଆରମ୍ଭ ହୋଇଛି ଅବକାଶ ନୀତି । ୫ଟାରୁ ସାହଣ ମେଳା ଦର୍ଶନ ବା ସାଧାରଣ ଦର୍ଶନ ହେଉଛି । ଚଳିତବର୍ଷ ଗର୍ଭଗୃହ ଦର୍ଶନ ମନା ହୋଇଥିବାବେଳେ ଆଡ଼କାଠରୁ ଦର୍ଶନ କରୁଛନ୍ତି ଭକ୍ତ । ବ୍ୟାରିକେଡ୍ ଭିତରେ ଧାଡ଼ି ବାନ୍ଧି ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି । ଉତ୍ତର ଦ୍ୱାର ଦେଇ ପ୍ରବେଶ କରୁଛନ୍ତି ସେବାୟତ ଓ ତାଙ୍କ ପରିବାର ବର୍ଗ । ରାତି ୧୦ଟାରେ ମହାଦୀପ ଉଠିବା ନେଇ ପ୍ରସ୍ତୁତି ହୋଇଛି । ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ହେବାକୁ ଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପଡୁଆଲ୍ ଓ କବିତା କ୍ରିଷ୍ଣାମୂର୍ତ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପକ୍ଷରେ ମହାଶିବରାତ୍ରିକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି, ୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି  ।

ବିଶ୍ବାଳ ମାଟିକୁ କବଜା କଲେ ମଲ୍ଲିକ ବୋହୂ: ଜଗତସିଂହପୁର ଜିଲ୍ଲା ତୁଳଙ୍ଗ ବାଛିଲା ନିବେଦିତାଙ୍କୁ

ଭୁବନେଶ୍ବର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକର ତୁଳଙ୍ଗ ପଞ୍ଚାୟତ ଏଥର ବାଛିଛି ନୂଆ ସରପଞ୍ଚଙ୍କୁ । ଗାଁ ସରପଞ୍ଚ ହୋଇଛନ୍ତି ନିବେଦିତା ମଲ୍ଲିକ । ଏ ହେଉଛି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ ବିଶ୍ବାଳଙ୍କ ଜନ୍ମମାଟି । ଦୁଇପୁଅ ରଂଜୀବ ବିଶ୍ବାଳ ଓ ଚିରଞ୍ଜିବୀ ବିଶ୍ବାଳ କଂଗ୍ରେସର ହେଭିୱେଟ ନେତା । ଜଣେ ବିଧାୟକ ଓ ଅନ୍ୟଜଣେ ପୂର୍ବତନ ସାଂସଦ । ଦଶନ୍ଧି ଦଶନ୍ଧି ଧରି ବିଶ୍ବାଳ ପରିବାରର ରାଜ ଚାଲି ଆସୁଥିଲା ତୁଳଙ୍ଗରେ । ଗୋଡ଼ିମାଟି ପାଣିପବନରେ ବିଶ୍ବାଳ ପରିବାରର ସ୍ବାକ୍ଷର । ହେଲେ ଏଥର କିନ୍ତୁ ଜଣେ ନବାଗତା ବିଶ୍ବାଳ ପରିବାରକୁ ଧୂଳି ଚଟାଇ ଦେଇଛନ୍ତି ତାଙ୍କ ଜନ୍ମମାଟିରେ ।

କିଛିମାସ ତଳେ ବିଶ୍ବାଳ ପରିବାରର ଏକାନ୍ତ ଅନୁଗତ ଥିବା କୃଷ୍ଣଚନ୍ଦ୍ର ମଲ୍ଲିକ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ । ଏଥର ତାଙ୍କ ବଡ଼ ବୋହୂଙ୍କୁ ଛାଡିଥିଲେ ତୁଳଙ୍ଗ ମୈଦାନକୁ । ପ୍ରଚାରର ପ୍ରଥମ ଦିନରୁ ହିଁ ଉଚ୍ଚଶିକ୍ଷିତା ନିବେଦିତା ବିକାଶର ପ୍ରତିଶୃତି ଦେଇ ଗାଁ ଲୋକଙ୍କ ହୃଦୟ ଜିତିବାକୁ ଚେଷ୍ଟା କରିଥିଲେ । ଶ୍ବଶୁର ବିଜେଡି ନେତା । ବିଜେଡି କହିଲେ ବିକାଶ । ସେହି ବିଶ୍ବାସକୁ ପୁଞ୍ଜି କରି ବୋହୂ ନିବେଦିତା ଲୋକଙ୍କ ପାଖରେ ପହଞ୍ଚିଥିଲେ । ରଂଜୀବ ଓ ଚିରଞ୍ଜିବୀଙ୍କ ସବୁ ପ୍ରତିରୋଧ ସତ୍ତ୍ବେ ବିକାଶର ସଂକଳ୍ପ ନିବେଦିତାଙ୍କୁ ବିଜୟର ଭରସା ଦେଇଥିଲା । ପରୋକ୍ଷରେ ସାହାଯ୍ୟ କରିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ରାଣ୍ଡ ଇମେଜ୍ । ଦଳୀୟ ଚିହ୍ନ ସିନା ବ୍ୟବହାର କରିବାକୁ ସୁଯୋଗ ନଥିଲା ହେଲେ ବିଜେଡି ନେତା ତଥା ଶ୍ବଶୁରଙ୍କ ଭୋଟ ଭିକ୍ଷା ଲୋକଙ୍କୁ ବୁଝାଇ ଦେଇଥିଲା ଯେ ନିବେଦିତା ହେଉଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀନି । ଉନ୍ନତି ଓ ପ୍ରଗତିର ପୁରୋଧା ନବୀନ । ଆଉ ନିବେଦିତାଙ୍କ ହାତରେ ଏବେ ନୂଆ ତୁଳଙ୍ଗର ଗଠନର କମାଣ ।

ବିଜେଡିର ବିଜୟ ରେକର୍ଡ, ମାଟି କାମୁଡିଲେ ବିରୋଧୀ

ଭୁବନେଶ୍ବର: ପଞ୍ଚାୟତ ଭୋଟ ଫଳାଫଳରେ ସବୁ ରେକର୍ଡ ଭାଙ୍ଗିଛି ବିଜେଡି । ୮୫୨ ଜିଲ୍ଲା ପରିଷଦ ଜୋନରୁ ବିଜେଡି ୭୬୦ରୁ ଅଧିକ ସିଟ୍ ହାତେଇଛି । ୨୦୧୨ରେ ବିଜେଡିକୁ ସର୍ବାଧିକ ୬୫୧ ଜୋନ୍ ମିଳିଥିଲା । ଏଥର କିନ୍ତୁ ନିଜ ରେକର୍ଡକୁ ନିଜେ କାଟିଛି ବିଜେଡି । ୨୦୧୭ରେ ମୟୂରଭଞ୍ଜ, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼ ଜିଲ୍ଲାରେ ବିଜେପି ଭଲ କରିଥିବା ବେଳେ ଏଥର ଧୂଳି ଚାଟିଛି । ୧୦ ଜିଲ୍ଲାରେ ଦଳ ଖାତା ଖୋଲିବାକୁ ସକ୍ଷମ ହୋଇନି । କଂଗ୍ରେସ ଅବସ୍ଥା ଆହୁରି ଶୋଚନୀୟ ହୋଇପଡ଼ିଛି । ୧୮ ଜିଲ୍ଲାରେ ଖାତା ଖୋଲିପାରିନି କଂଗ୍ରେସ । ବିଜେଡି ୧୧ ଜିଲ୍ଲାରେ କ୍ଲିନ୍ ସୁଇପ୍ କରିଛି ।

ମୟୂରଭଞ୍ଜରୁ ମାଲକାନାଗିରି, ବରଗଡ଼ରୁ ବାଲେଶ୍ବର, ଗଜପତିରୁ ଗଞ୍ଜାମ, ସୁନ୍ଦରଗଡ଼ରୁ ସମ୍ବଲପୁର ସବୁଠି କେବଳ ଶଙ୍ଖଧ୍ବନି । ସବୁ ଜିଲ୍ଲାରେ ଚିତପଟାଙ୍ଗ ମାରିଛି ବିଜେପି । ବିକାଶ ସପକ୍ଷରେ ପଡ଼ିଛି ଗାଁ ଭୋଟ୍‌ । ଫମ୍ପା ପ୍ରତିଶ୍ରୁତି ଓ ହିଂସାକୁ ଲୋକ ନାସପନ୍ଦ କରିଛନ୍ତି । କଂଗ୍ରେସ ନିଜ ସ୍ଥିତି ବଞ୍ଚାଇବାକୁ ଭୟଙ୍କର ସଂଘର୍ଷ କରୁଛି । ଦୁଇଦିନର ଗଣତିରେ ୬୨୧ ଜୋନ୍ ମଧ୍ୟରୁ ବିଜେଡି ୫୫୨ ସିଟ୍ ହାତେଇଛି । ଭଦ୍ରକ, ଦେବଗଡ଼, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ମାଲକାନାଗିରି, ନୟାଗଡ଼, ସୋନପୁର, ମୟୂରଭଞ୍ଜ, କଳାହାଣ୍ଡି ଭଳି ୧୧ଟି ଜିଲ୍ଲାରେ ବିଜେଡି କ୍ଲିନ୍‌ ସୁଇପ୍‌ ମୁହାଁ ହୋଇଛି । ୨୦୧୭ରେ ଯେଉଁ ଜିଲ୍ଲାରେ ବିଜେପିର ଦବଦବା ଥିଲା, ସେଠାରେ ଭୋଟର ବିଜେଡି ମୁହାଁ ହୋଇଛନ୍ତି ।

୨୨ବର୍ଷ ଶାସନରେ ଜିଲ୍ଲା ପରିଷଦ ନିର୍ବାଚନରେ ଶାସକ ବିଜେଡି ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗି ଚାଲିଛି । ୨୦୧୨ରେ ବିଜେଡିକୁ ସର୍ବାଧିକ ୬୫୧ ସିଟ୍ ମିଳିଥିଲା । ୨୦୨୨ରେ ଏହି ସଂଖ୍ୟା ଅତିକ୍ରମ କରି ନୂଆ ରେକର୍ଡ କରିଛି । କଳାହାଣ୍ଡିରୁ ମୟୂରଭଞ୍ଜ, ବରଗଡ଼ରୁ ବଲାଙ୍ଗୀର, ସୋନପୁରରୁ ରାୟଗଡା, ସବୁଠି ଭୁଶୁଡ଼ିଛି ବିରୋଧୀଙ୍କ ଗଡ଼ । ବିରୋଧୀଙ୍କ ନକାରାତ୍ମକ ପ୍ରଚାରକୁ ଲୋକ ନାପସନ୍ଦ କରିଛନ୍ତି । ତୃଣମୂଳ ସ୍ତରରେ ସଙ୍ଗଠନ ନଥାଇ କେବଳ ଫମ୍ପା ବାହାସ୍ଫୋଟର କିଛି ମାନେ ନାହିଁ ବୋଲି ନିର୍ବାଚନ ଫଳ ସ୍ପଷ୍ଟ କରିଛି । ଯେଉଁଠି ବିକାଶ, ସେଇଠି ଭୋଟ ବୋଲି ପ୍ରମାଣିତ ହୋଇଛି । ୨୦୧୭ ଏବଂ ୨୦୧୯ରେ କିଛି ଜାଗାରେ ବିଜେପିକୁ ଲୋକ ଭରସା କରିଥିଲେ । ୨୦୨୨ରେ ଲୋକଙ୍କ ସେହି ବିଶ୍ବାସ ସମ୍ପୂର୍ଣ୍ଣ ତୁଟିଯାଇଛି । ୨୦୧୭ରେ ବରଗଡ଼, ବଲାଙ୍ଗୀର, ଦେବଗଡ଼, ସମ୍ବଲପୁର, ସୋନପୁର, ଗଜପତି ଜିଲ୍ଲା ଅକ୍ତିଆର କରିଥିବା ବିଜେପି ଏଥର ସେଠାରେ ମାଟି କାମୁଡ଼ିଛି । ଉପକୂଳ ଜିଲ୍ଲାରେ ବିଜେଡି ନିଜ ଗଡ଼କୁ ସୁରକ୍ଷିତ ରଖିବା ସହ ସିଟ୍‌ ସଂଖ୍ୟା ବୃଦ୍ଧି କରିଛି । ଆଶାଠାରୁ ଅଧିକ ସିଟରେ ଆଗଉଛି ବିଜେଡି । ତୃତୀୟ ଦିନ ଗଣତିର ସନ୍ଧ୍ୟା ସୁଦ୍ଧା ବିଜେଡିକୁ ପ୍ରାୟ ୯୦ ପ୍ରତିଶତ ସଫଳତା ମିଳିଛି ।

ଶେଷଦିନ ଗଣତିରେ ବିଜେଡି ୭୬୦ ଟପିଥିବା ବେଳେ ବିଜେପି ୫୦ ଛୁଇଁବା କଷ୍ଟକର ହୋଇପଡ଼ିଛି । କଂଗ୍ରେସ ମାତ୍ର ୩୬ଟି ସିଟରେ ସନ୍ତୁଷ୍ଟ ରହିଛି ।

ଢେଙ୍କାନାଳରେ ବିଜେଡିର ମହା ମିଶ୍ରଣ ପର୍ବ

0

ଢେଙ୍କାନାଳ: ସାରା ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ରେଜ୍‌ । ନବୀନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିକୁ ଛୁଟିବାରେ ଲାଗିଛି ନେତା, କର୍ମୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିଙ୍କ ସୁଅ । ଢେଙ୍କାନାଳ ଭୁବନରେ ଅନୁଷ୍ଠିତ ହୋଇଯାଇଛି ଏକ ବଡ଼ ଧରଣର ମିଶ୍ରଣ ପର୍ବ । ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ଭୁବନର ପ୍ରତିଷ୍ଠିତ ସମାଜସେବୀ ଶୁଭେନ୍ଦୁ କୁମାର ସାହୁ ଓ ତାଙ୍କର ୨୫୦ରୁ ଅଧିକ ସମର୍ଥକ ।

ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶୁଭେନ୍ଦୁ ଓ ସହଯୋଗୀଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରିଥିଲେ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ  ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜୁ ଜନତା ଦଳରେ ଯୋଗ ଦେଇଥିବା କହିଛନ୍ତି । ମିଶ୍ରଣ ପର୍ବରେ ଢେଙ୍କାନାଳ ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ବିଜୟ ନାୟକ, ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ନଗରପାଳ ନନ୍ଦକିଶୋର ସାହୁ, ଢେଙ୍କାନାଳ ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଧର୍ମାନନ୍ଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।

ପୌର ନିର୍ବାଚନ: କେଉଁଦିନ କ’ଣ ?

0

ଭୁବନେଶ୍ବର: ସହରାଞ୍ଚଳ ନିର୍ବାଚନ ପାଇଁ ବାଜିଲା ବିଗୁଲ । ୨୪ ମାର୍ଚ୍ଚରେ ହେବ ପୌର ନିର୍ବାଚନ  । ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତ ସାବ୍ୟସ୍ତ କରିବେ ଭୋଟର । ଭୁବନେଶ୍ବର, କଟକ ଏବଂ ବ୍ରହ୍ମପୁର ତିନୋଟି ମହାନଗର ନିଗମ ସମେତ ରାଜ୍ୟର ସମସ୍ତ ପୌରସଂସ୍ଥା ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଏମସି କାର୍ଯ୍ୟାଳୟ, ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସମେତ ଓ୍ବାର୍ଡ ଓ୍ବାରି ଜାରି ହୋଇଛି ବିଜ୍ଞପ୍ତି ।

ମେୟର, ଡେ଼ପୁଟି ମେୟର ଓ କର୍ପୋରେଟର ନିର୍ବାଚନ ପାଇଁ ବିଜ୍ଞପ୍ତିରେ ତାରିଖ ପ୍ରକାଶ କରାଯାଇଛି । ମାର୍ଚ୍ଚ ୨ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବେ ପ୍ରାର୍ଥୀ । ୯ ତାରିଖରେ ଏହାର ଯାଞ୍ଚ କରାଯିବ  । ୧୦ ତାରିଖରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯିବ  । ୧୪ ତାରିଖ ୩ଟା ସୁଦ୍ଧା ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ୧୪ ତାରିଖ ସଂଧ୍ୟା ପାଞ୍ଚଟା ସୁଦ୍ଧା ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ  । ୨୪ ମାର୍ଚ୍ଚ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ନିର୍ବାଚନ । ୨୬ ତାରିଖ ସକାଳ ୮ଟାରେ ହେବ ଭୋଟ ଗଣତି  । ୨୯ରେ ନିର୍ବାଚିତ ମେୟର ଓ କର୍ପୋରେଟରଙ୍କ ନାମ ଘୋଷଣା କରାଯିବ  । ୩୧ ତାରିଖରେ ଡେ଼ପୁଟି ମେୟର ନିର୍ବାଚନ ପାଇଁ ମେୟରଙ୍କ ଦ୍ବାରା ବୈଠକ ବସିବ  । ଏପ୍ରିଲ ୮ ତାରିଖରେ ଡେ଼ପୁଟି ମେୟର ନିର୍ବାଚନ । ନିର୍ବାଚନ ପାଇଁ ଆଚରଣ ବିଧି ୨୫ ତାରିଖ ଠାରୁ ଲାଗୁ ହୋଇସାରିଥିବା ବେଳେ ଏହା ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ନିର୍ବାଚନ ଆଚରଣ ବିଧିକୁ କଡାକଡି ଲାଗୁ କରିବା ସହିତ ଶାନ୍ତିପୂର୍ଣ୍ଣ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।