spot_img
Home Blog Page 4552

ୟୁକ୍ରେନ ରାଜଧାନୀକୁ କେତେବେଳେ ବି ଅକ୍ତିଆର କରିପାରେ ଋଷ: ୮୨୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧୁଳିସାତ୍

ନୂଆଦିଲ୍ଲୀ: ୟୁକ୍ରେନ ରାଜଧାନୀକୁ ଯେକୌଣସି ମୁହୁର୍ତ୍ତରେ ଅକ୍ତିଆର କରିବ ଋଷ୍‌ । ଚାଲିଛି ଭୟଙ୍କର ଲଢେଇ । ଚାରିପଟୁ ଋଷର ମିସାଇଲ ଷ୍ଟ୍ରାଇକ । ୮୨୦ରୁ ଅଧିକ ସାମରିକ ପ୍ରତିଷ୍ଠାନ ଧୁଳିସାତ୍‌ । ନଷ୍ଟ ହେଉଛି ଲୋକଙ୍କ ସମ୍ପତ୍ତି । ପ୍ରତିରୋଧ ଲାଗି ପ୍ରାଣମୂର୍ଚ୍ଛା ସଂଗ୍ରାମ ଜାରି ରଖିଛନ୍ତି ୟୁକ୍ରେନ ସୈନ୍ୟ । ୟୁକ୍ରେନ୍‌ରେ ଜରୁରୀକାଳିନ ପରିସ୍ଥିତି ଜାରି ହୋଇଥିବା ବେଳେ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଇଛି । ଯିଏ ବାହାରକୁ ବାହାରିବ ସେମାନେ ଅପରାଧୀ ବୋଲି ଧରାଯିବ ।

ଋଷ ଜନବହୁଳ ଅଞ୍ଚଳ ଉପରେ ଆକ୍ରମଣ କରିପାରେ ବୋଲି ୟୁକ୍ରେନ୍‌ ଅନୁମାନ କରିଛି । ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଅଞ୍ଚଳରେ ଥିବା ଅଣ୍ଡରଗ୍ରାଉଣ୍ଡ ବିଲଡିଂରେ ନାଗରିକଙ୍କୁ ଥଇଥାନ କରାଯାଇଛି । ସେପଟେ ଲୋକଙ୍କ ପାଇଁ ଖାଦ୍ୟ ଦିନକୁ ଦିନ ସରୁଥିବା ବେଳେ କୌଣସି ସହାୟତା ମିଳୁନଥିବା ଦେଖିବାକୁ ମିଳିଛି । ଏପଟେ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି କହିଛନ୍ତି ଯେ ସେ ଶେଷ ପର୍ଯ୍ୟନ୍ତ ଲଢେଇ କରିବେ । ଶତ୍ରୁ ନିକଟରେ ମୁଣ୍ଡ ନୁଆଁଇବେ ନାହିଁ । ବିଭିନ୍ନ ସହଯୋଗୀ ରାଷ୍ଟ୍ରରୁ ଖୁବ୍ ଶୀଘ୍ର ଅସ୍ତ୍ରଶସ୍ତ୍ର ଆସିବ ବୋଲି ସେ ଆଶା ରଖିଛନ୍ତି ।

ଅନ୍ୟପକ୍ଷରେ ଋଷର ଏହି ଆକ୍ରମଣକୁ ବିରୋଧ କରି ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଏକ ପ୍ରସ୍ତାବ ଉପରେ ମତଦାନ ହୋଇଥିଲା । ଋଷର ଏହି ଆକ୍ରମଣକୁ ରୋକିବା ପାଇଁ ଏବଂ ଋଷ ସୈନ୍ୟଙ୍କୁ ୟୁକ୍ରେନରୁ ପ୍ରତ୍ୟାହାର କରିବା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି ଋଷ । ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି ଋଷ । ଯାହାଫଳରେ ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି । ତେବେ ମିଳିତ ଜାତିସଂଘରେ ହୋଇଥିବା ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇନଥିଲା । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଏଥିସହିତ ପଢ଼ନ୍ତୁ: ରୋମାନିଆରୁ ମୁମ୍ବାଇରେ ପହଞ୍ଚିଲା ବିମାନ, ଫେରିଲେ ୨୧୯ ଭାରତୀୟ

ପଞ୍ଚାୟତ ଭୋଟ ଗଣତିର ଆଜି ଦ୍ୱିତୀୟ ଦିନ: ୩୦୫ଜୋନ୍‌ରେ ହେବ ଗଣତି

ଭୁବନେଶ୍ୱର: ପଞ୍ଚାୟତ ଭୋଟ୍ ଗଣତିର ଆଜି ଦ୍ୱିତୀୟ ଦିନ । ଆଜି ରାଜ୍ୟରେ ୩୦୫ ଜୋନରେ ହେବ ଗଣତି । ଖୋଲିବ ନେତାଙ୍କ ସିଲ୍ ଆସିବ ଜନତାଙ୍କ ରାୟ । ଗତକାଲି ବ୍ଲକର ଗୋଟିଏ ଲେଖାଏ ଜୋନରେ ଗଣତି ହୋଇଥିଲା । କେବଳ ଭୋଗରାଇ ବ୍ଲକରେ ୨ଟି ଜୋନରେ ଗଣତି ହୋଇଥିଲା । ତେବେ ଆଜି ୫ଟି ଜୋନ୍ ଥିବା ବ୍ଲକର ୨ଟି ଲେଖାଏ ଜୋନରେ ଗଣତି ହେବ । ସକାଳ ୮ଟାରୁ କଡ଼ା ସୁରକ୍ଷାରେ କାଉଣ୍ଟିଂ ଆରମ୍ଭ ହେବ । ଏଜେଣ୍ଟଙ୍କ ଉପସ୍ଥିତିରେ ସିଲ୍ ଖୋଲି ବାଲଟ ବାହାର କରି ଗଣତି କରାଯିବ । ପ୍ରତି ୱାର୍ଡର ଗଣତି ପରେ ମାଇକ ମାଧ୍ୟମରେ ଫଳାଫଳ ଘୋଷଣା କରାଯିବ । ଏଥିପାଇଁ କାଉଣ୍ଟିଂ ସେଣ୍ଟର ଭିତରେ ଓ ବାହାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସୂଚନା ଯୋଗ୍ୟ ଯେ, ଏଯାବତ୍ ସରିଥିବା ଗଣତି ମଧ୍ୟରେ ରେକର୍ଡ ସଂଖ୍ୟକ ଜିଲ୍ଲା ପରିଷଦ ଆସନରେ ଶାସକ ବିଜୁ ଜନତା ଦଳ ବିଜୟୀ ହୋବାକୁ ଯାଉଛି  । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତବାକ ବର୍ତ୍ତମାନ ସୁଦ୍ଧା ୨୭୫ ଆସନରେ ଆଗରେ ରହିଛି ବିଜେଡି  । ଗଣତିର ପ୍ରାରମ୍ଭ ଦିନରେ ୩୧୫ ଜୋନର ଗଣତି ରହିଥିବାବେଳେ ଅର୍ଦ୍ଧାଧିକ ଆସନରେ ବିଜେଡି ଯଥେଷ୍ଟ ଆଗରେ ରହିଛି  । ସେପଟେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଆସନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା, ବର୍ତ୍ତମାନ ପରିପ୍ରେକ୍ଷୀରେ ସେହି ସମସ୍ତ ଜୋନରେ ବିରୋଧି ବିଜେପିର ପ୍ରଦର୍ଶନ ଅପରିବର୍ତ୍ତିତ ରହି ନାହିଁ   । ଅର୍ଥାତ ବିଜେପିର ସ୍ଥିତି ଏଠାରେ ଖରାପ ରହିଛି  ।

ଏଥିସହିତ ପଢ଼ନ୍ତୁ: ଜାଗର ପାଇଁ ସମନ୍ୱୟ ବୈଠକ, ଏଥର ମୁତୟନ ହେବେ ବ୍ୟାପକ ପୋଲିସ ଫୋର୍ସ

ଜାଗର ପାଇଁ ସମନ୍ୱୟ ବୈଠକ, ଏଥର ମୁତୟନ ହେବେ ବ୍ୟାପକ ପୋଲିସ ଫୋର୍ସ

ଭୁବନେଶ୍ୱର: ଭୁବନେଶ୍ୱରେରେ ଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ନେଇ ପୋଲିସ, ସେବାୟତ ଏବଂ ଅନ୍ୟ ବିଭାଗକୁ ନେଇ ସମନ୍ୱୟ ପ୍ରସ୍ତୁତି ବୈଠକ । ଶାନ୍ତି ଶୃଙ୍ଖଳାର ସହ ଦର୍ଶନ, ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା ନେଇ ସମୀକ୍ଷା କରିଛନ୍ତି ପୋଲିସ କମିଶନର । ରାତି ୧୦ଟା ରେ ପୂର୍ବନିର୍ଦ୍ଧାରିତ ସମୟରେ ଉଠିବ ମହାଦୀପ । ଶିବରାତ୍ରୀ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବ । ବିଏମସି ଗାଇଡ଼ ଲାଇନ ଅନୁସାରେ କୋଭିଡ କଟକଣାରେ ଦର୍ଶନ କରିବେ ଭକ୍ତ ।

ସାହାଣମଲା ହେବ ନାହିଁ । ହୁଣ୍ଡି ପର୍ଯ୍ୟନ୍ତ ଭକ୍ତ ଯାଇ ଦର୍ଶନ କରି ପାରିବେ । ଟ୍ରାଫିକ ଆଡ଼ଭାଇଜାରୀ ଇସ୍ୟୁ କରାଯାଇଛି । ଏହା ସହ ପାର୍କିଂ ବ୍ୟବସ୍ଥା, ଦର୍ଶନ ଯେପରି ସୁରୁଖୁରୁରେ ହୋଇପାରିବ ସେ ଉପରେ ମଧ୍ୟ ଆଲୋଚନା ହୋଇଛି । ସେପଟେ ବିଏମସିର ଗାଇଡ ଲାଇନ ଅନୁସାରେ ଜାଗରଯାତ୍ରା ପାଳନ ହେବ । ଖରାକୁ ନଜରରେ ରଖି ଜଳ ଛତ୍ର ଓ କୁତ୍ରିମ ଛାଇର ବ୍ୟବସ୍ଥା କରାଯାଇଛି ।

ମନ୍ଦିର ଭିତରେ ଦୀପ ଜାଳିବା ଉପରେ କଟକଣା ଜାରି ହୋଇଛି । ଧାଡି ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଥିବା ବେଳେ ମନ୍ଦିର ବେଢାରେ ଭକ୍ତ ବସିବା ଉପରେ ଲାଗିଛି କଟକଣା । ତେବେ ଆଡକଠା ପାଖରେ ଦର୍ଶନ ହେଉ କିନ୍ତୁ ଭକ୍ତମାନେ ମନ୍ଦିର ବେଢ଼ାରେ ଦୀପ ଏବଂ ଭୋଗ କରାଯିବାକୁ ଅନୁମତି ଦିଆଯାଉ ବୋଲି ବ୍ରାହ୍ମଣ ନିଯୋଗ ଏବଂ ପୂଜାପଣ୍ଡା ନିଯୋଗ ବୈଠକରେ ଦାବି କରିଛନ୍ତି ।

5T ସଚିବଙ୍କୁ ହକି ଇଣ୍ଡିଆ ସଭାପତି ପ୍ରଦାନ କଲେ ବିଶ୍ୱକପ ଟ୍ରଫିର ପ୍ରତିକୃତି

ଭୁବନେଶ୍ୱର: କ୍ରୀଡାର ଏନ୍ତୁଡିଶାଳ ଓଡିଶାକୁ ମିଳିଛି ନୂଆ ରୂପ  । ବଣ ମଲ୍ଲିର ମହକକୁ ପ୍ରତିପାଦନ କରାଯାଇଛି  । ଯେଉଁଠି ଖେଳାଳୀ ଥିଲେ, କିନ୍ତୁ ଷ୍ଟାଡିୟମ୍ ନଥିଲା  । ଆଜି ଖେଳାଳୀ ଅଛନ୍ତି, ଭିତ୍ତିଭୂମି ବି ଅଛି  । ନବୀନଙ୍କ ଏହି ଭିଜନ ପଛର ମହାନାୟକ ହେଉଛନ୍ତି ଭି. କାର୍ତ୍ତିକେୟନ ପାଣ୍ଡିୟାନ  । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ଲାଭ କରିଥିବା ପ୍ରଦର୍ଶନ ପଛରେ ମଧ୍ୟ ରହିଛି ଓଡିଶାର ପ୍ରତ୍ୟକ୍ଷ ଅବଦାନ ।  ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ ଭିଜନକୁ ବାସ୍ତବରେ ପରିଣତ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନ  । ଟ୍ୱିଟରରେ ଓଡିଶା ସ୍ପୋର୍ଟସ ପକ୍ଷରୁ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ପ୍ରଶଂସା କରାଯାଇଛି  ।

ଓଡିଶାରେ ଏଫଆଇଏଚ ପ୍ରୋ ଲିଗ ଚାଲିଥିହବାବେଳେ ସଭାପତି ନରିନ୍ଦର ଧ୍ରୁବ ବାର୍ତ୍ତା ଆସିଛନ୍ତି ।  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ  ଜୁନିଅର ପୁରୁଷ ହକି ବିଶ୍ୱକପ ଟ୍ରଫିର ପ୍ରତିକୃତି ପ୍ରଦାନ କରିଛନ୍ତି ହକି ଇଣ୍ଡିଆ ସଭାପତି  । ଅପରାହ୍ନରେ କଳିଙ୍ଗ ଷ୍ଟାଡିୟମରେ ଏହି ଟ୍ରଫି ଦେଇଛନ୍ତି  । ଓଡିଶା ସର୍ବଦା ହକିକୁ ପ୍ରୋତ୍ସାହିତ କରି ଆସୁଛି  । ଓଡିଶା ଯେବେଠୁ ହକି ଇଣ୍ଡିଆର ପ୍ରାୟୋଜକ ହୋଇଛି, ସେବେଠୁ ହକି ଟିମ୍ ଭଲ ପ୍ରଦର୍ଶନ କରିବାରେ ଲାଗିଛି  ।

ସେପଟେ ଓଡିଶାରେ କିଭଳି ଖେଳ ଓ ଖେଳାଳୀଙ୍କର ଉନ୍ନତି ହୋଇପାରିବ ସେନେଇ ମଧ୍ୟ ହକି ଇଣ୍ଡିଆର ସଭାପତି ସମର୍ଥନ ଯୋଗାଇ ଆସିଛନ୍ତି  । ସର୍ବଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ସ୍ୱାଗତ ଜଣାଇ ଆସିଛନ୍ତି ହକି ଇଣ୍ଡିଆ ସଭାପତି  । ଏହି ଅବସରରେ ହକି ଇଣ୍ଡିଆ ସଭାପତି 5T ସିଚବଙ୍କୁ ଭେଟି ଦେଇଛନ୍ତି ହକି ବିଶ୍ୱକପ ଟ୍ରଫିର ଏକ ପ୍ରତିକୃତି  ।

ତିନି ଜିିଲ୍ଲାପରିଷଦ ଜୋନରେ ବିଜେଡି ବିଜୟୀ, ପଟାଙ୍ଗୀରେ ସ୍ୱାଧୀନ ପ୍ରାର୍ଥୀଙ୍କ ବାଜିମାତ୍

ନନ୍ଦିଘୋଷ ବ୍ୟୁରୋ: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୂର ଜୋନ ନମ୍ବର ୧ରେ ଜିତିଲେ ବିଜେଡି ପ୍ରାର୍ଥିନୀ ପ୍ରମିଳା ମାଝୀ । 5 ହଜାର 931ଭୋଟ ବ୍ୟବଧାନରେ ଜିତିଲେ ପ୍ରମିଳା । କଂଗ୍ରେସକୁ ହରାଇଲେ ବିଜେଡି ପ୍ରାର୍ଥିନୀ । ପଟାଙ୍ଗି ଜୋନ ନଂ1ରେ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ହୋଇଛି । ବିଜୟୀ ହେଲେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ । 3 ହଜାର 700ଭୋଟରେ ସେ  ବିଜୟୀ ହୋଇଛନ୍ତି। ସେହିପରି ପରାଜିତ ହୋଇଛନ୍ତି ସର୍ବଦଳୀୟ ପ୍ରାର୍ଥୀ ମମତା ଯାନୀ ।

ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ବହୁମତ ମିଳୁଛି । ରାୟଗଡ଼ା ପଦ୍ମପୁର ୧୨ ନଂ ଜୋନ୍‌ରେ ବିଜେଡିର ବାଜିମାତ୍‌ ହୋଇଛି । ବିଜେଡି ପ୍ରାର୍ଥୀ ଡର୍ଗିନ ଶବର 1486 ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ କଂଗ୍ରେସ ପ୍ରାର୍ଥୀ ଶୋବିତା ଗମାଙ୍ଗଙ୍କୁ ହରାଇଛନ୍ତି । ଡର୍ଗିନ୍ 5618ଖଣ୍ଡ ଭୋଟ୍‌ ପାଇଥିବା ବେଳେ ଶୋବିତାଙ୍କୁ ମିଳିଛି 4132ଖଣ୍ଡ ଭୋଟ୍‌।

ତେବେ ପ୍ରଥମେ ଗଂଜାମରୁ ଆସିଥିଲା ଆଜିର ପ୍ରଥମ ବିଜୟ ଖବର । ଗଞ୍ଜାମ ଜିଲ୍ଲା ସୋରଡ଼ା 63 ନମ୍ବର ଜୋନ ଜିଲ୍ଲା ପରିଷଦକୁ ହାତେଇ ନେଇଛି ବିଜେଡି । 1908 ଭୋଟ ବ୍ୟବଧାନରେ ବିଜେଡିର ବିଜୟ ହୋଇଛି । ବିଜେଡି ପ୍ରାର୍ଥୀ ସମରେନ୍ଦ୍ର କୁମାର ସାହୁଙ୍କୁ 2944 ଖଣ୍ଡ ଭୋଟ୍ ମିଳିଥିବାବେଳେ 1036ଟି ଭୋଟ ସହିତ ଦ୍ବିତୀୟ ସ୍ଥାନରେ ବିଜେପିକୁ ସନ୍ତୁଷ୍ଟ ହେବାକୁ ପଡିଛି । କଂଗ୍ରେସକୁ ମିଳିଛି ମାତ୍ର 377 ଭୋଟ୍ ।

FIH Pro League: ସ୍ପେନକୁ ୨-୧ ଗୋଲରେ ହରାଇଲା ଭାରତୀୟ ମହିଳା ହକି ଟିମ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ପ୍ରଥମରୁ ଭାରତୀୟ ମହିଳା ଟିମ୍‌ର ଚମତ୍କାର ପ୍ରଦର୍ଶନ। ସ୍ପେନକୁ ୨-୧ ଗୋଲରେ ହରାଇଲା ଭାରତୀୟ ମହିଳା ହକି ଟିମ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏଫଆଇଏଚ୍ ପ୍ରୋ ଲିଗରେ ଚଳିତ ସିଜିନର ପ୍ରଥମ ମ୍ୟାଚକୁ ନିଜ ନାଁରେ କରିଛି ଟିମ ଇଣ୍ଡିଆ । ଆରମ୍ଭରୁ ଭାରତୀୟ ମହିଳା ଟିମ ଓ ସ୍ପେନ ମହିଳା ଟିମ ମଧ୍ୟରେ କଡା ଟକର ଦେଖିବାକୁ ମିଳିଥିଲା ।

ଭାରତ ପକ୍ଷରୁ ଜ୍ୟୋତି ଦ୍ବିତୀୟ କ୍ବାର୍ଟରରେ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ଓ ନେହା ଶେଷ କ୍ବାଟରରେ ବିଜୟ ସୂଚକ ଗୋଲ ସ୍କୋର କରିଥିଲେ । ସ୍ପେନ ପକ୍ଷରୁ ଏମ ସେଗୁ ଏକମାତ୍ର ଗୋଲ ସ୍କୋର କରିଛନ୍ତି । ଭାରତୀୟ ମହିଳା ଟିମ ଘରୋଇ ପରିବେଶରେ ପ୍ରଥମ ଥର ପାଇଁ ଏଫଆଇଏଚ ପ୍ରୋ ଲିଗ ଖେଳୁଛି ।

ପୂର୍ବରୁ ଓମାନ୍‌ର ମସ୍କଟରେ ଖେଳାଯାଇଥିବା ଚୀନ୍‌ ବିପକ୍ଷ ଦୁଇଟି ମ୍ୟାଚ୍‌କୁ ଭାରତ ୭-୧ ଓ ୨-୧ରେ ଜିତି ନେବା ପରେ ଏହା ହେଉଛି ଭାରତୀୟ ମହିଳା ଦଳର ଲଗାତାର ତୃତୀୟ ବିଜୟ।

ରୋମାନିଆରୁ ମୁମ୍ବାଇରେ ପହଞ୍ଚିଲା ବିମାନ, ଫେରିଲେ ୨୧୯ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଭାରତୀୟ ସ୍ୱଦେଶ ଫେରିଲେ । ଶନିବାର ଦିନ ଏୟାର ଇଣ୍ଡିଆର ଏକ ବିମାନ ରୋମାନିଆର ବୁଖାରେଷ୍ଟରୁ ଭାରତୀୟ ଯାତ୍ରୀଙ୍କୁ ନେଇ ମୁମ୍ବାଇ ଫେରିଛି । ସେହିପରି ଶନିବାର ସକାଳେ ଆଉ ଏକ ବିମାନ ମୁମ୍ବାଇରୁ ବୁଖାରେଷ୍ଟ ସହରକୁ ଯାଇଥିଲା । ଯେଉଁଥିରେ ୪୭୦ ଜଣ ଛାତ୍ରଛାତ୍ରୀଙ୍କୁ ଭାରତ ଅଣାଯାଉଛି । ଏହା ବ୍ୟତୀତ ଅନ୍ୟ ଏକ ଫ୍ଲାଇଟ୍ ହଙ୍ଗେରୀରୁ ଦିଲ୍ଲୀ ଆସିବ ।

ତେବେ ଭାରତ ସରକାରଙ୍କ ନିୟମ ମୁତାବକ ସମସ୍ତ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କର ବିମାନବନ୍ଦରରେ ଯାଞ୍ଚ କରାଯିବ । ଯାତ୍ରୀଙ୍କର ଭ୍ୟାକ୍ସିନ୍ ଡୋଜ୍ ତଥା ଆରଟିପିସିଆର୍ ରିପୋର୍ଟ ମଧ୍ୟ ଯାଞ୍ଚ କରାଯିବ। ଏହା ପୂର୍ବରୁ ଶୁକ୍ରବାର ଦିନ ଭାରତୀୟ ବେଦୖେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ପୋଲାଣ୍ଡ ଓ ହଙ୍ଗେରି ରାସ୍ତା ଦେଇ ଅଣାଯିବ ।

ମୁମ୍ବାଇରେ ପହଞ୍ଚିବା ପରେ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ୍ ସମସ୍ତ ଯାତ୍ରୀଙ୍କୁ ସ୍ୱାଗତ କରିଛନ୍ତି।

ଅଧିକ ପଢନ୍ତୁ- ଭାରତ ଅଭିମୁଖେ ଏୟାର ଇଣ୍ଡିଆ ବିମାନ, ଫେରୁଛନ୍ତି ୟୁକ୍ରେନରେ ଫସିଥିବା ଭାରତୀୟ 

 

ସୋମବାର ଖୋଲିବ ସ୍କୁଲ, ବିଦ୍ୟାଳୟରେ ବ୍ୟାପକ ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୮ରୁ ଖୋଲୁଛି ପ୍ରାଥମିକ ସ୍କୁଲ । ସେମାନଙ୍କୁ ମାନସିକସ୍ତରରେ ଚାପମୁକ୍ତ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରୋଡମ୍ୟାପ ପ୍ରସ୍ତୁତ କରିଛି । ଦୁଇ ବର୍ଷ ପରେ କୁନି କୁନି ପିଲା ସ୍କୁଲ ଯାଉଥିବାରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ପ୍ରଥମ ସପ୍ତାହରେ ପାଠ ପଢାଯିବ ନାହିଁ ବୋଲି ସମସ୍ତ ବିଇଓ ଓ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚିଠି କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରଥମ ୬ ଦିନ ପିଲମାନଙ୍କୁ ଖେଳ, ନାଚ, ଗୀତ ଓ ବିଭିନ୍ନ ପ୍ରତିଯୋଗିତାମୂଳକ କାର୍ଯ୍ୟରେ ନିଯୋଜିତ କରାଯିବ ।

ମାର୍ଚ୍ଚ ୯ରୁ ତିନି ଧରି ସାହିତ୍ୟ, ଗଣିତ ଓ ଇଂରାଜୀରେ ଦକ୍ଷତା ପରୀକ୍ଷା କରାଯାଇ ଛାତ୍ରଛାତ୍ରୀଙ୍କ ଗତ ଦୁଇ ବର୍ଷର ଶୈକ୍ଷିକ କ୍ଷତିକୁ ଭରଣା କରିବାକୁ ସ୍କୁଲ ଏଭଳି ପ୍ରୟାସ କରିବ । ଦ୍ବିତୀୟ ଶ୍ରେଣୀକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ଲାସରୁମ୍ ଅନୁଭବ ନୂଆ ହେବାକୁ ଯାଉଛି । ପ୍ରତ୍ୟକ୍ଷ ଶିକ୍ଷାଗ୍ରହଣରୁ ଦୂରରେ ରହି ସେମାନଙ୍କ ମୌଳିକ ଜ୍ଞାନ ହ୍ରାସ ପାଇଥିବା ସ୍ବାଭାବିକ । ଶ୍ରେଣୀ ଅନୁସାରେ ପାଠ୍ୟକ୍ରମକୁ ପ୍ଲାନ-ଏ ଓ ପ୍ଲାନ-ବି ରେ ବିଭକ୍ତ କରାଯାଇଛି । ପ୍ଲାନ-ଏ ଏପ୍ରିଲରୁ ଜୁଲାଇ ଓ ପ୍ଲାନ-ବି ଅଗଷ୍ଟରୁ ମାର୍ଚ୍ଚ ଯାଏ ଚାଲିବ । ପାଠପଢା ନର୍ଦ୍ଧାରିତ ସମୟସୀମା ଓ ବିଷୟବସ୍ତୁ ଆଧାରରେ ହି ପଠାଯିବ ।

ଶିକ୍ଷା ଯେପରି ଅଧିକ ପ୍ରଭାବିତ ନ ହୁଏ, ସେଥିପାଇଁ ଖରା ଛୁଟିକୁ ମାତ୍ର ୧୫ ଦିନ କରାଯିବାର ବି ଚିନ୍ତା କରୁଛନ୍ତି ବିଭାଗୀୟ ଅଧିକାରୀ । ପ୍ରାଥମିକ ସ୍କୁଲ ସକାଳ ୯ଟାରୁ ୧ଟା ଯାଏ ଚାଲିବ । ଆସନ୍ତା ଫେବୃଆରୀ ୨୫ରୁ ୨୮ ଯାଏ ସ୍କୁଲ ମ୍ୟାନେଜମେଣ୍ଟ କମିଟି ପାଇଁ ଟ୍ରେନିଂର ବ୍ୟବସ୍ଥା କରାଯିବ । ସ୍କୁଲ ସୁରକ୍ଷା, ପରିମଳ, ପରିଚାଳନା ଓ ଅନ୍ୟାନ୍ୟ ବିଷୟ ଉପରେ ଏହି ଟ୍ରେନିଂ ଦିଆଯିବ ।

Ukraine-Russia War: ମୋଦିଙ୍କୁ ସହାୟତା ମାଗିଲେ ୟୁକ୍ରେନ୍ ରାଷ୍ଟ୍ରପତି, କହିଲେ- ତୁମ ଉପରେ ଆଶା ଅଛି

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଋଷର ଆକ୍ରମଣ ୩ ଦିନ ଧରି ଚାଲିଛି। ଏହି ସମୟରେ ଋଷ ଦାବି କରିଛି ଯେ ସେମାନେ ୮୦୦ ୟୁକ୍ରେନ ସେନାର ଆର୍ମୀ ବେସ ଧ୍ୱଂସ କରିଦେଇଛନ୍ତି। ଏଥିମଧ୍ୟରେ ୧୪ ଏୟାରଫିଲ୍ଡ, ୧୯ କମାଣ୍ଡ ପୋଷ୍ଟ, ୨୪ଟି S-300 ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ ସିଷ୍ଟମ ଏବଂ ୪୮ଟି ରାଡାର ଷ୍ଟେସନ ସାମିଲ ।

ଶନିବାର ସନ୍ଧ୍ୟାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭାରତ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇଛନ୍ତି । ଏନେଇ ସେ ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଜେଲେନସ୍କିଙ୍କ ଅନୁଯାୟୀ- ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ କଥା ହୋଇ ସାହାଯ୍ୟ ମାଗିଛି। ଦେଶ ଉପରେ ୧ ଲକ୍ଷ ଅନୁପ୍ରବେଶକାରୀ ଆକ୍ରମଣ କରିଛନ୍ତି। ଆମ ଘର ଓ ମାଟି ଉପରେ କବଜା କରିଛନ୍ତି । ଆମ ଘର ଜଳୁଛି, ଏପରି ଘଡିସନ୍ଧି ମୂହୁର୍ତ୍ତରେ ଆମକୁ ରାଜନୖେତିକ ଓ ଅନ୍ୟ ସହାୟତା କରନ୍ତୁ । ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ୟୁକ୍ରେନକୁ ସମର୍ଥନ କରନ୍ତୁ ବୋଲି ଆମେ ଆଶା କରୁଛୁ । ଆମେ ସମସ୍ତେ ଏକାଠି ହୋଇ ଏହାର ସାମ୍ନା କରିବା ଜରୁରୀ ।

Ukraine Banned 18 To 60 Years Old Male To Leave Country During War

ଋଷର ଜାହାଜକୁ କବଜା କଲା ଫ୍ରାନ୍ସ-
ଏକ ଜାତୀୟ ଗଣମାଧ୍ୟମ ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଫ୍ରାନ୍ସର ନୗେସେନା ଋଷର ଏକ କାର୍ଗୋ ଜାହାଜକୁ କବଜା କରିଛି । ଏହି ଜାହାଜଟି ଇଂଲିସ୍ ଚ୍ୟାନେଲରେ ଥିଲା | ରିପୋର୍ଟ ଅନୁଯାୟୀ, ଏହି ଜାହାଜରେ ଦାମୀ କାର ଏବଂ କିଛି ଇଲେକ୍ଟ୍ରୋନିକ୍ ଉପକରଣ ରହିଛି| ଫ୍ରାନ୍ସର ନୗେସେନା ଏବଂ କଷ୍ଟମ୍ସ ଡିପାର୍ଟମେଣ୍ଟ ଜାହାଜର ଯାଞ୍ଚ ଆରମ୍ଭ କରିଥିବା ବେଳେ ଫ୍ରାନ୍ସରେ ଉପସ୍ଥିତ ଋଷର ରାଷ୍ଟ୍ରଦୂତ ଇମାନୁଏଲ୍ ମାକ୍ରୋନ୍ ସରକାରଙ୍କ ସହ ଯୋଗାଯୋଗ କରିଛନ୍ତି। ତେବେ ଏନେଇ ଅଧିକ ସୂଚନା ମିଳିପାରିନାହିଁ ।

ଅଧିକ ପଢନ୍ତୁ- ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ଋଷ ବିରୋଧୀ ପ୍ରସ୍ତାବ, ଭୋଟ ଦେଲାନି ଭାରତ 

ଉଲ୍ଲେଖଯୋଗ୍ୟ, ଋଷର ଏହି ଆକ୍ରମଣକୁ ରୋକିବା ପାଇଁ ଏବଂ ଋଷ ସୈନ୍ୟଙ୍କୁ ୟୁକ୍ରେନରୁ ପ୍ରତ୍ୟାହାର କରିବା ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ତେବେ ଏହି ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି ଋଷ । ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପାଞ୍ଚ ଜଣ ସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି ଋଷ । ଯାହାଫଳରେ ଋଷ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ପ୍ରସ୍ତାବ ଉପରେ ଭିଟୋ ପ୍ରୟୋଗ କରିଛି । ତେବେ ମିଳିତ ଜାତିସଂଘରେ ହୋଇଥିବା ପ୍ରସ୍ତାବ ଉପରେ ଭାରତ ଭୋଟ ଦେଇନଥିଲା ।

ସୋରଡା ୬୩ ନମ୍ବର ଜୋନରେ ବିଜେଡିର ବାଜିମାତ

ଗଞ୍ଜାମ: ପଞ୍ଚାୟତ ନିର୍ବାଚନ ଗଣତିର ପ୍ରଥମ ଦିନରେ ଆସିଲା ପ୍ରଥମ ଫଳାଫଳ  । ଗଞ୍ଜାମ ଜିଲ୍ଲା ସୋରଡା ୬୩ ନମ୍ବର ଜୋନର ଫଳାଫଳ ପ୍ରକାଶ ପାଇଛି  । ବିଜେଡି ପ୍ରାର୍ଥୀ ସମେରନ୍ଦ୍ର କୁମାର ସାହୁ ବିଜୟୀ ହୋଇଛନ୍ତି  । ବିଜେଡି ୬୩ ନମ୍ବର ଜୋନରେ ୨୯୪୪ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ପ୍ରାର୍ଥୀ ପାଇଛନ୍ତି ୧୦୩୬ ଖଣ୍ଡ ଭୋଟ  । ସେହିପରି କଂଗ୍ରେସ ପ୍ରାର୍ଥୀ ମାତ୍ର ୩୭୭ ଖଣ୍ଡ ଭୋଟ ପାଇ ୩ ନମ୍ବର ସ୍ଥାନରେ ରହିଛନ୍ତି  ।