spot_img
Home Blog Page 4557

ଯୁଦ୍ଧ ଭୂଇଁରୁ ଉଦ୍ଧାର ପାଇଁ ଭାରତର ଯୋଜନା, ଦୂତାବାସ ଜାରି କଲା ନୂଆ ଆଡଭାଇଜରି

ନୂଆଦିଲ୍ଲୀ: ୟୁକ୍ରେନର ଯୁଦ୍ଧ ଭୂଇଁରୁ ଉଦ୍ଧାର ହେବେ ଫସିଥିବା ଭାରତୀୟ । ଏନେଇ କିଏଭ୍ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ନୂଆ ଆଡଭାଇଜରି ଜାରି ହୋଇଛି । ଯେଉଁଥିରେ ଭାରତ ସରକାର ଓ ଭାରତୀୟ ଦୂତାବାସ ୟୁକ୍ରେନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ କରୁଥିବା କୁହାଯାଇଛି । ଦୂତାବାସ ଅନୁସାରେ, ରୋମାନିଆ ଓ ହଙ୍ଗରେ ରାସ୍ତାରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଅଣାଯିବା ପାଇଁ ଉଦ୍ୟମ କରାଯାଉଛି ।

ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି ଶୁକ୍ରବାର ହଙ୍ଗରୀ ସୀମା ଅଜୋହରୋଡ୍ ଓ ପୋରୁବନେ ସିରେଟ୍ ଚେରନିନ୍ସି ନିକଟ ରୋମାନିଅନ୍ ବର୍ଡର ଚେକ୍ ପଏଣ୍ଟରେ ଭାରତୀୟ ଟିମ୍ ରହିଛନ୍ତି । ଆଡଭାଇଜରିରେ କୁହାଯାଇଛି, ଏହି ୨ ବର୍ଡର ନିକଟରେ ରହୁଥିବା ଭାରତୀୟ ବିଶେଷକରି ଛାତ୍ର ବିଦେଶ ମନ୍ତ୍ରଣାଳୟ ସହ ସମନ୍ୱୟ ରକ୍ଷା କରି ପ୍ରଥମେ ୟୁକ୍ରେନରୁ ଚାଲି ଆସନ୍ତୁ ।

ଏହି ୨ ରାସ୍ତା ଦେଇ ଭାରତୀୟ ଆସିବାକୁ ଦୂତାବାସ ପକ୍ଷରୁ କୁହାଯାଇଛି । ଏଥିସହ ସୀମାରେ କରଯାଉଥିବା ହେଲ୍ପ ଲାଇନ୍ ସହ ନିୟମିତ ବ୍ୟବଧ୍ୟାନରେ ସମ୍ପର୍କ କରିବାକୁ ପରାମର୍ଶ ଦେଇଛି ଦୂତାବାସ । ସୀମାରେ କଣ୍ଟ୍ରୋଲ୍ ରୁମ୍ ଖୋଲିବା ମାତ୍ରେ ନମ୍ବର ଜାରି କରାଯିବ ବୋଲି ଦୂତାବାସ ପକ୍ଷରୁ ସୂଚନା ଦିଆଯାଇଛି ।

ୟୁକ୍ରେନରେ ଫସିଥିବା ଭାରତୀୟ ଧ୍ୟାନ ଦିଅନ୍ତୁ

  • ଛାତ୍ର ଓ ଭାରତୀୟ ନାଗରିକ ନିଜ ନିଜର ପାସପୋର୍ଟ ନିଜ ସହିତ ରଖନ୍ତୁ । ଜରୁରୀକାଳୀନ ସ୍ଥିତିରେ ନିଜ ପାଖରେ ଖର୍ଚ୍ଚ ପାଇଁ ଡଲାର ରଖନ୍ତୁ ।
  • କୋଭିଡର ୨ ଡୋଜ୍ ଟିକା ନେଇଥିଲେ ପ୍ରମାଣପତ୍ର ରଖନ୍ତୁ ।
  • ଯାତ୍ରା ବେଳେ ଗାଡ଼ି ଓ ବସରେ ଭାରତୀୟ ତ୍ରିରଙ୍ଗା ପତାକା ଲଗାନ୍ତୁ ।

ୟୁକ୍ରେନରେ ସାଇକେଲ୍ ଚାଳକଙ୍କ ଉପରେ ତୋପମାଡ଼, ଦେଖନ୍ତୁ ଭିଡିଓ

କିଏଭ୍: ଜାରି ରହିଛି ଯୁଦ୍ଧ । ୟୁକ୍ରେନର ପାଦେ ପାଦେ ଏବ ବିପଦ ହିଁ ବିପଦ । ଆଧୁନିକ ଅସ୍ତ୍ରଶସ୍ତ୍ର ଓ ତୋପ ଦ୍ୱାରା ଋଷ ୟୁକ୍ରେନରେ ସଂହାରଲୀଲା ରଚୁଛି । ଆତଙ୍କ ଭିତରେ ସାମ୍ନାକୁ ଆସିଛି ଏକ ଭୟଙ୍କର ଚିତ୍ର । ଋଷର ଯୁଦ୍ଧ ନିଷ୍ପତ୍ତି ୟୁକ୍ରେନରେ ଥିବା ଲୋକଙ୍କୁ କିଭଳି ମରଣମୁହଁକୁ ଠେଲି ଦେଇଛି ଏହି ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି । ଜମି ପାଇଁ ଚାଲିଥିବା ଯୁଦ୍ଧରେ ଜୀବନ ହାରୁଛନ୍ତି ନିରୀହ ଜନତା ।

ଭାଇରାଲ୍ ଭିଡିଓରେ ଦେଖାଯାଉଛି ଜଣେ ବ୍ୟକ୍ତି ସାଇକେଲରେ ଯାଉଛନ୍ତି । ଆଉ ହଠାତ୍ ଆକାଶ ମାର୍ଗରୁ ସାଇକେଲ୍ ଚାଳକଙ୍କ ଉପରେ ତୋପମାଡ଼ ହେଉଛି । ଉକ୍ତ ଅଞ୍ଚଳରେ ବିସ୍ଫୋରଣ ହେବା ସହ ସବୁକିଛି ସରି ଯାଉଛି । ବୋମା ବିସ୍ଫୋରଣ ପରେ ସବୁଠି ନିଆଁ ଆଉ ଧୂଆଁ ଦେଖା ଯାଉଛି । ଏଭଳି ଦୃଶ୍ୟ ଦେଖିବା ପରେ ଯେ କେହିବି ସ୍ତବ୍ଧ ହୋଇଯିବ ।

https://twitter.com/i/status/1496757503195029508

ଋଷ ସେନା ଜଳ, ସ୍ଥଳ ଓ ଆକାଶ ସବୁଠୁ ୟୁକ୍ରେନ୍ ଉପରେ ଆକ୍ରମଣ କରୁଛି । ୟୁକ୍ରେନର ସୈନ୍ୟ ଠିକଣା ଉପରେ ଋଷ ଆକ୍ରମଣ କରୁଥିବା ବେଳେ ଏଥିରେ ନିରୀହ ଲୋକଙ୍କ ଜୀବନ ମଧ୍ୟ ଯାଉଛି । ମିଡିଆ ରିପୋର୍ଟ ଅନୁସାରେ ୟୁକ୍ରେନରେ ୧୩୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଆହାତ ହୋଇଛନ୍ତି ।

ଗୁରୁବାର ସକାଳେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନଙ୍କ ଆକ୍ରମଣ ନିର୍ଦ୍ଦେଶ ପରେ ୟୁକ୍ରେନ୍ ଜଳୁଛି । ଆମେରିକା ସମେତ ବ୍ରିଟେନ୍, ଫ୍ରାନ୍ସ ଓ ଅନ୍ୟ କେତେକ ଦେଶ ଋଷ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି । ତଥାପି ପୁଟିନ୍ ଆକ୍ରମଣରୁ ବିରାମ ନେଉ ନାହାନ୍ତି ।

ବନ୍ଦ ହେବ କୋଭିଡ୍ କେୟାର ସେଣ୍ଟାର

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ବନ୍ଦ ହେବାକୁ ଯାଉଛି କୋଭିଡ କେୟାର ସେଣ୍ଟର । ଭୁବନେଶ୍ୱରରେ ବନ୍ଦ ହେବ ସମସ୍ତ କୋଭିଡ କେୟାର ସେଣ୍ଟର । କରୋନା ସ୍ଥିତିରେ ସୁଦ୍ଧାର ଆସୁଥିବାରୁ ଏପରି ନିଷ୍ପତ୍ତି ନେଇଛି ବିଏମସି । ଆସନ୍ତା ଫେବ୍ରୁଆରୀ ୨୮ ତାରିଖରୁ ସମସ୍ତ କୋଭିଡ କେୟାର ସେଣ୍ଟର ବନ୍ଦ ହେବ । ରାଜଧାନୀରେ ଥିବା ହାଇଟେକ କୋଭିଡ ହସ୍ପିଟାଲ ଓ କିମ୍ସ କୋଭିଡ ହସ୍ପିଟାଲକୁ ମଧ୍ୟ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।   ଉଭୟ ହସ୍ପିଟାଲକୁ କ୍ଲୋଜର ନୋଟିସ ଦେଇଛି ଭୁବନେଶ୍ୱର ମହାନଗର ନିଗମ । ଏହା ବ୍ୟତୀତ ସମ୍ ଓ ଆଦିତ୍ୟ ଅଶ୍ବିନୀ କୋଭିଡ ହସ୍ପିଟାଲର ଶଯ୍ୟା ସଂଖ୍ୟା କମାଯିବକୁ ନିଷ୍ପତ୍ତି ହୋଇଛି । ସମ୍ ହସ୍ପିଟାଲରେ ୭୦ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୩୦ ଲେଖାଏଁ ଶଯ୍ୟା ରହିବ । ବର୍ତ୍ତମାନ କେବଳ ୩୦ ଜଣ କୋଭିଡ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ତେଣୁ ଏପରି ନିଷ୍ପତ୍ତି ନିଆଯାଇଛି ବୋଲି ବିଏମସି ଡେପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।

 

ଯୁଦ୍ଧ ଭିତରେ ୧୮ରୁ ୬୦ ବର୍ଷ ବୟସ ପୁରଷଙ୍କୁ ଦେଶ ଛାଡ଼ିବାକୁ ବାରଣ

କିଏଭ୍‌: ଋଷ ବିରୋଧୀ ଯୁଦ୍ଧରେ ନିଜର ସାଧାରଣ ଲୋକଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି ୟୁକ୍ରେନ୍ । ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍‌ ଭିତରେ ପଶି ଘନଘନ ମିଜାଇଲ ମାଡ଼ କରୁଛି ଋଷ। ତେବେ ପାଲଟା ଜବାବ ଦେବାରେ ୟୁକ୍ରେନ୍ କୌଣସି ଅବହେଳା କରୁ ନାହିଁ । ମୁହଁତୋଡ ଜବାବ ଦେଉଛି ୟୁକ୍ରେନ୍‌ । ଶକ୍ତିଶାଳୀ ଋଷ ସହ ପାରୁ ପର୍ଯ୍ୟନ୍ତ ଲଢୁଛି ୟୁକ୍ରେନ୍‌। ଯୁଦ୍ଧ ଆରମ୍ଭ ହେବାର ୨୪ ଘଣ୍ଟା ବିତି ଯାଇଥିଲେ ସୁଦ୍ଧା ହାର୍‌ ନମାନି ମୈଦାନରେ ୟୁକ୍ରେନ୍‌ ଏକାକୀ ଲଢୁଛି । ବିଶ୍ୱର ଦ୍ୱିତୀୟ ଶକ୍ତିଶାଳୀ ସେନାକୁ ଜବରଦସ୍ତ ଜବାବ ଦେଉଛି ୟୁକ୍ରେନ୍‌ ସେନା ।

Ukraine Banned 18 To 60 Years Old Male To Leave Country During War

ଏହାରି ମଧ୍ୟ ଋଷ ଆଗକୁ ଆଗକୁ ବଢିବାରେ ଲାଗିଛି । ୟୁକ୍ରେନର ରାଜଧାନୀ କିଏଭରେ ପ୍ରବେଶ କରିଛି ଋଷ ସେନା । ୟୁକ୍ରେନ୍ ରାଷ୍ଟ୍ରପତି ଏ ସୂଚନା ଦେଇଛନ୍ତି । ଅନୁପ୍ରବେଶକାରୀଙ୍କ ସହ ଋଷିଆ ସେନା ସାମିଲ୍ ଅଛନ୍ତି । ୯୬ ଘଣ୍ଟାରେ ପୂରା ରାଜଧାନୀକୁ ଋଷିଆ ଦଖଲ କରି ନେବା ଆଶଙ୍କା କରିଛନ୍ତି । ୟୁକ୍ରେନ୍ ନାଗରିକଙ୍କୁ କର୍ଫ୍ୟୁ ନିୟମ ପାଳନ ପାଇଁ ଅନୁରୋଧ କରିଛନ୍ତି ରାଷ୍ଟ୍ରପତି । ପାଶ୍ଚାତ୍ୟ ଦେଶଗୁଡ଼ିକ ଠାରୁ ସହାୟତା ମାଗି ନିରାଶ ହୋଇଥିବା ୟୁକ୍ରେନ ଏବେ ନିଜର ସୁରକ୍ଷା କରିବାକୁ ଏକାକୀ ଅଣ୍ଟା ଭିଡ଼ିଛି। ଗୁରୁବାର ଆରମ୍ଭ ହୋଇଥିବା ଯୁଦ୍ଧରେ ବ୍ୟାପକ କ୍ଷତି ସହିଥିବା ୟୁକ୍ରେନ ଏବେ କାଉଣ୍ଟର ଆଟାକ ଆରମ୍ଭ କରିଛି ।

Ukraine Banned 18 To 60 Years Old Male To Leave Country During War

ୟୁକ୍ରେନ ରାଜଧାନୀ କିଏଭ୍ ଆଡ଼କୁ ଲଗାତର ଋଷ ସେନା ଅଗ୍ରସର ହେଉଛି । ଏହାରି ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଦେଶର ସାଧାରଣ ନାଗରିକଙ୍କୁ ଯୁଦ୍ଧ ମଇଦାନକୁ ଓହ୍ଲାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଲଗାତାର ଋଷର ଆକ୍ରମଣରେ ୟୁକ୍ରେନ୍ କ୍ଷତିଗ୍ରସ୍ତ ହେଉଥିଲେ ମଧ୍ୟ ​​ଏପର୍ଯ୍ୟନ୍ତ ଦୁର୍ବଳ ହୋଇନାହିଁ । ରାଷ୍ଟ୍ରପତି ଜେଲେନସ୍କି ପୁଣିଥରେ ଋଷର ଅସ୍ତ୍ରଶସ୍ତ୍ର ତ୍ୟାଗ ଧମକକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାସହ ସେ ଦେଶର ନାଗରିକମାନଙ୍କୁ କହିଛନ୍ତି ଯେ ଋଷକୁ କଡ଼ା ଜବାବ ଦେବାକୁ । ରୁଷିଆର ମୁକାବିଲା ପାଇଁ ୟୁକ୍ରେନ୍ ସାଧାରଣ ନାଗରକିଙ୍କୁ ଅସ୍ତ୍ରଶସ୍ତ୍ର ଦେଇଛି । ଲୋକଙ୍କୁ ପ୍ରାୟ ୧୦ ହଜାର ଆସଲ୍ଟ ରାଇଫଲ ଦେଇଥିବା କିଏଭ୍ ମିଡିଆରେ ପ୍ରକାଶ କରାଯାଇଛି। ଜେଲେନସ୍କିଙ୍କ ଅଫିସିଆଲ୍ ୱେବସାଇଟ୍ ସାଧାରଣ ଲୋକଙ୍କୁ ଯୁଦ୍ଧରେ ନିୟୋଜିତ ପାଇଁ ନିଷ୍ପତ୍ତି ପ୍ରକାଶ କରିଛି । ଏଥିରେ ସାଧାରଣ ଲୋକଙ୍କୁ ଯୁଦ୍ଧ ପାଇଁ ନିୟୋଜିତ କରିବାର ଆଦେଶ ରହିଛି ।

Ukraine Banned 18 To 60 Years Old Male To Leave Country During War

ଏହି ନିର୍ଦ୍ଦେଶରେ କୁହାଯାଇଛି ଯେ ୟୁକ୍ରେନ ବିରୋଧରେ ଋଷର ସାମରିକ ଅପରେସନ୍ ତଥା ଦେଶର ପ୍ରତିରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହା ଯୁଦ୍ଧର ଜାରି ରଖିବାକୁ ଅନୁମତି ଦେବ ଏବଂ ୟୁକ୍ରେନର ସଶସ୍ତ୍ର ବାହିନୀ ଏବଂ ସହଯୋଗୀ ସାମରିକ ୟୁନିଟକୁ ସାହାଯ୍ୟ କରିବ । ୟୁକ୍ରେନ ସୀମା ପ୍ରତିରକ୍ଷା ସେବାର ମୁଖ୍ୟ ଡାନିଏଲ ମେନସିକୋଭ ନିର୍ଦ୍ଦେଶ ଦେଇଛନ୍ତି ଯେ ୧୮ ରୁ ୬୦ ବର୍ଷ ବୟସ୍କ ପୁରୁଷଙ୍କୁ ଦେଶ ଛାଡ଼ିବାକୁ ଦିଆଯିବ ନାହିଁ । ସେ ଏକ ଫେସବୁକ୍ ପୋଷ୍ଟରେ ଲେଖିଛନ୍ତି ଯେ ଯୁଦ୍ଧକୁ ଦୃଷ୍ଟିରେ ରଖି ଏହି ବୟସର ପୁରୁଷମାନଙ୍କୁ ଦେଶ ଛାଡ଼ିବାକୁ ଦିଆଯିବ ନାହିଁ । ଦୟାକରି ଭୟଭୀତ ହୁଅନ୍ତୁ ନାହିଁ ଏବଂ ବିନା ଅନୁମତିରେ ସୀମା ଅତିକ୍ରମ କରିବାକୁ ଚେଷ୍ଟା କରନ୍ତୁ ନାହିଁ ।

Ukraine Banned 18 To 60 Years Old Male To Leave Country During War

ବାସ୍ତବରେ, ୟୁକ୍ରେନର ସେନା ସୁପର ପାୱାର ଦେଶ ଋଷର ସେନା ଆଗରେ ଅତ୍ୟନ୍ତ ଶକ୍ତିଶାଳୀ ନୁହେଁ, କିନ୍ତୁ ଏହାର ଆତ୍ମା ​​ଶକ୍ତିଶାଳୀ । ଋଷ କ୍ରମାଗତ ଭାବେ ବୋମା ବିସ୍ଫୋରଣ କରି ୟୁକ୍ରେନ ଉପରେ ଅଧିକ କ୍ଷତି କରୁଛି। ୟୁକ୍ରେନ ମଧ୍ୟ ଋଷର ଅନେକ ବିମାନ ଏବଂ ସୈନିକଙ୍କୁ ଗୁଳି କରି ନିପାତ କରିଛି । ଋଷ ସେନା ୟୁକ୍ରେନର ରାଜଧାନୀ କିଏଭରେ ବୋମା ବର୍ଷଣ କରୁଛନ୍ତି । ହେଲେ ୟୁକ୍ରେନ ଭୟଭୀତ ନ ହୋଇ କଡ଼ା ମୁକାବିଲା କରୁଛି । କିଏଭ୍‌ ଭିତରକୁ ଛଦ୍ମବେଶରେ ଆସିବାକୁ ଉଦ୍ୟମ କରୁଥିବା ରୁଷ ସେନାର ଏକାଧିକ ଗାଡ଼ିକୁ ୟୁକ୍ରେନ୍ ସେନା ଧ୍ୱଂସ କରି ଦେଇଛି ।

ଏଥିସହ ପଢ଼ନ୍ତୁ: ଋଷ ସେନାର ଛତ୍ରଭଙ୍ଗ, ଏକୁଟିଆ ଲଢ଼ି ମେଲିଟୋପୋଲ ସହରକୁ ଦଖଲକୁ ନେଲା ୟୁକ୍ରେନ୍

ଋଷ ସେନାର ଛତ୍ରଭଙ୍ଗ, ଏକୁଟିଆ ଲଢ଼ି ମେଲିଟୋପୋଲ ସହରକୁ ଦଖଲକୁ ନେଲା ୟୁକ୍ରେନ୍

କିଏଭ୍: ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ଜାରି ରହିଛି । ୟୁକ୍ରେନର ଗୋଟିଏ ପରେ ଗୋଟିଏ ସହର ଦଖଲ ପାଇଁ ଉଦ୍ୟମ କରୁଛୁ ଋଷ । ଆଜି ଋଷ ସୈନ୍ୟ ୟୁକ୍ରେନର ରାଜଧାନୀ କିଏଭରେ ପହଞ୍ଚିବା ପୂର୍ବରୁ ୬ ଥର ମିଜାଇଲ୍ ମାଡ଼ କରିଛନ୍ତି । ଋଷ ସହ ଏକୁଟିଆ ଲଢ଼ୁଥିବା ୟୁକ୍ରେନ୍ ଦମ୍ ହାରି ନାହିଁ । ଆକ୍ରମଣରେ ୧୩୭ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୧୬ରୁ ଅଧିକ ଜଣ ଆହାତ ହୋଇଛନ୍ତି ।

Ukraine Russia War Melitpol Town

ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନ୍ ସୈନ୍ୟ ଋଷକୁ ଚକମା ଦେଖାଇଛନ୍ତି । ଗୋଟିଏ ପଟେ ଋଷ ସୈନ୍ୟ କିଏଭ୍ ଯାଏ ପହଞ୍ଚିଥିବା ବେଳେ ଅନ୍ୟପଟେ ୟୁକ୍ରେନ୍ ସେନା ମେଲିଟୋପୋଲ ସହରକୁ ଦଖଲକୁ ନେଇଥିବା ଜଣାପଡ଼ିଛି । ଋଷ ସୈନ୍ୟ ଚେରନୋବିଲ ପରମାଣୁ ଶକ୍ତି କେନ୍ଦ୍ରରେ ଆକ୍ରମଣ କରି ତାକୁ ନିଜ ଅଧିନକୁ ନେଇ ଯାଇଛନ୍ତି ।

Ukraine Russia War Melitpol Town

ଅନ୍ୟପଟେ ଋଷ ସେନାକୁ ରୋକିବାକୁ ୟୁକ୍ରେନ୍ ଯଥାସମ୍ଭବ ଚେଷ୍ଟା କରୁଛି । କିଏଭ୍ ନିକଟରେ ଋଷ ସୈନ୍ୟକୁ ଅଟକାଇବା ଲାଗି ୟୁକ୍ରେନ୍ ତେତରିବ ନଦୀର ଏକ ପୋଲକୁ ଉଡ଼ାଇ ଦେଇଛି । ଋଷ ସେନା ସହ ଟ୍ୟାଙ୍କକୁ ରୋକିବା ଲାଗି ୟୁକ୍ରେନ୍ ଏଭଳି କରିଛି । ଯୁଦ୍ଧ ଚାଲିଥିବା ବେଳେ ପ୍ରଥମଥର ଋଷ ସୀମାରେ ପହଞ୍ଚିଛନ୍ତି ୟୁକ୍ରେନ୍ ସୈନିକ । ଋଷର ରୋସ୍ତୋବ ଉପରେ ଆକ୍ରମଣ କରିଛି ୟୁକ୍ରେନ୍ ।

ୟୁକ୍ରେନରେ ଫସିଥିବା ଓଡ଼ିଆଙ୍କ ପାଇଁ ନବୀନଙ୍କ ବଡ଼ ପଦକ୍ଷେପ

ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଦୁଇ ଦିନ ଧରି ଜାରି ରହିଛି ଯୁଦ୍ଧ । ଗତକାଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଦ୍ଧ ନେଇ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରିଛି ଋଷ । ତିନିପଟୁ ୟୁକ୍ରେନକୁ ଘେରି ଆକ୍ରମଣ କରୁଛି ଋଷ । ୟୁକ୍ରେନ ରାଜଧାନୀ କିଭ୍ ସହ ବିଭିନ୍ନ ସହରରେ ବାଲାଷ୍ଟିକ୍ ଓ କ୍ରୁଜ୍ ମିଜାଇଲାରେ ଆକ୍ରମଣ କରୁଛି ଋଷ । ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ୧୬ ହଜାର ଭାରତୀୟ ନାଗରିକ ଫସି ରହିଛନ୍ତି । ୟୁକ୍ରେନରେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକ ମଧ୍ୟ ଏବେ ଫସି କରି ରହିଛନ୍ତି ।

ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଫେରାଇ ଆଣିବାକୁ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୟୁକ୍ରେନରେ ଫସିଥିବା ଓଡ଼ିଶାର ଛାତ୍ର ଓ ଶ୍ରମିକମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି । ସେହିପରି ୟୁକ୍ରେନର ଛାତ୍ର ଓ ଶ୍ରମିକମାନଙ୍କ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ କରିବା ଏବଂ ଏହି ସଙ୍କଟ ସମୟରେ ସେମାନଙ୍କ ପରିବାର ସଦସ୍ୟଙ୍କ ସହିତ ପ୍ରଭାବଶାଳୀ ସମନ୍ୱୟ ରକ୍ଷା କରିବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ ଆଜି ଏହି ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କଥା ହୋଇଥିଲେ। ଛାତ୍ର ଓ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପରେ ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି । ସେ କହିଛନ୍ତି କି ଭାରତ ସରକାର ୟୁକ୍ରେନ ସରକାରଙ୍କ ସହ ଯୋଗଯୋଗରେ ରହିଛନ୍ତି ଏବଂ ଶୀଘ୍ର ୟୁକ୍ରେନରୁ ଛାତ୍ର ଓ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି ।

 

ପୌର ନିର୍ବାଚନ ପାଇଁ ମାର୍ଚ୍ଚ ୨ରୁ ନାମାଙ୍କନ, ୨୪ରେ ଭୋଟ୍

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ରାଜ୍ୟର ତିନି ମହାନଗର ନିଗମ ସହ ୧୦୬ଟି ପୌରାଞ୍ଚଳରେ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ପ୍ରେସମିଟରେ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ।

ମାର୍ଚ୍ଚ ୨୪ ତାରିଖରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ଫେବ୍ରୁଆରୀ ୨୮ ତାରିଖରେ ନିର୍ବାଚନ ଅଧିକାରୀ ବିଜ୍ଞପ୍ତି ପ୍ରକାଶ କରିବେ । ମାର୍ଚ୍ଚ ୨ରୁ ୭ ତାରିଖ ଯାଏ ହେବ ନାମାଙ୍କନ । ଛୁଟିଦିନରେ ବି ନାମାଙ୍କନ ପତ୍ର ଦାଖଲ କରି ହେବ । ୯ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ, ୧୪ ତାରିଖ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇ ପାରିବ ।

୨୬ ତାରିଖର ମତଗଣନା ସହ ଫଳାଫଳ ଘୋଷଣା ହେବ । ଡେପୁଟି ମେୟର ନିର୍ବାଚନ ଏପ୍ରିଲ୍ ୪ରେ, ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ୍ ୭ରେ କରାଯିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ୨ଟି ସତ୍ୟପାଠ ଦାଖଲ କରିବେ । ପ୍ରଥମ ସତ୍ୟପାଠରେ ପ୍ରାର୍ଥୀ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲା ତଥ୍ୟ ଦେବେ । ଦ୍ୱିତୀୟ ସତ୍ୟପାଠରେ ଗୋଟିଏ ସ୍ତ୍ରୀ ଓ ୨ଟିରୁ ଅଧିକ ଛୁଆ ନଥିବା ସୂଚନା ଦେବେ ।

ପ୍ରଥମ ଥର ପାଇଁ ପୌରସଂସ୍ଥା ନିର୍ବାଚନରେ ନୋଟା ବିକଳ୍ପ ରହିବ । ବାଲାଟ୍ ପେପରର ସବାଶେଷରେ ନୋଟା ବଟନ୍ ରହିବ । ନିର୍ବାଚନ ମଇଦାନରେ ଭୋଟରଙ୍କ ମନ ପସନ୍ଦର ପ୍ରାର୍ଥୀ ନଥିଲେ ଭୋଟରମାନେ ନୋଟା ବ୍ୟବହାର କରିପାରିବେ । ପୌର ନିର୍ବାଚନ ପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଲେଖାଏ ଇଭିଏମ୍ ରହିବ ।

ସେଥିରୁ ଗୋଟିଏ କର୍ପୋରେଟର/କାଉନସିଲର ନିର୍ବାଚନ ପାଇଁ ଓ ଅନ୍ୟଟି ଅଧ୍ୟକ୍ଷ/ମେୟର ନିର୍ବାଚନ ପାଇଁ ବ୍ୟବହୃତ ହେବ । କର୍ପୋରେଟର/କାଉନସିଲର ପ୍ରାର୍ଥୀମାନଙ୍କ ପାଇଁ ଗୋଲାପି ରଙ୍ଗର ବାଲାଟ୍ ପେପର ଓ ଅଧକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ହଳଦିଆ ରଙ୍ଗର ବାଲାଟ୍ ପେପର ବ୍ୟବସ୍ଥା କରାଯିବ । ଏତଦବ୍ୟତୀତ ଭୋଟରମାନଙ୍କ ସୁବିଧା ନିମନ୍ତେ କର୍ପୋରେଟର/କାଉନ୍‌ସିଲର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ଗୋଲାପି ରଙ୍ଗର ଗୋଲ ଷ୍ଟିକର ଓ ଅଧକ୍ଷ/ମେୟର ପ୍ରାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଇଭିଏମ୍ ଉପରେ ହଳଦିଆ ରଙ୍ଗର ଗୋଲ ଷ୍ଟିକର ଲଗାଯିବ ।

ୟୁକ୍ରେନ ରାଜଧାନୀରେ ପଶିଲା ଋଷ ସେନା, ସେନାଙ୍କୁ ରୋକିବା ପାଇଁ ବ୍ରିଜ୍ ଉଡ଼ାଇଲା ୟୁକ୍ରେନ

କିଭ୍: ଦୁଇ ଦିନ ଧରି ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ୟୁକ୍ରେନ । ଗତକାଲି ପୁଟିନ୍ ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ୟୁକ୍ରେନ ରାଜଧାନୀ କିଭ୍ ସହ ବିଭିନ୍ନ ସହର ଉପରେ ଆକ୍ରମଣ କରିଛି ଋଷ । ତିନିପଟୁ ୟୁକ୍ରେନକୁ ଘେରି ଭୟଙ୍କର ଆକ୍ରମଣ କରିଛି ଋଷ । ଗୋଟିଏ ପରେ ଗୋଟିଏ ସହର ଉପରେ କବ୍ଜା କରିବାରେ ଲାଗିଛି ଋଷ । ତେବେ ଏହାରି ମଧ୍ୟରେ ସବୁଠାରୁ ବଡ଼ ଖବର ହେଉଛି ଋଷ ସୈନ୍ୟ ୟୁକ୍ରେନ ରାଜଧାନୀ କିଭରେ ପହଞ୍ଚି ସାରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ।

କିଭରେ ଋଷ ସେନା ପ୍ରବେଶ କରିବା ପୂର୍ବରୁ ଆଜି ସକାଳୁ କିଭ୍ ଉପରେ ଜୋରଦାର ଆକ୍ରମଣ କରିଥିଲେ । କିଭ୍ ପରେ ଛଅଟି ମିଜାଇଲ ଆକ୍ରମଣ କରିଥିଲା ଋଷ । ଋଷର ଏହି ଆକ୍ରମଣ ଫଳରେ କିଭରେ ବହୁ କ୍ଷୟକ୍ଷତି ହୋଇଥିବା ଅନୁମାନ କରାଯାଇଛି । ଋଷର ଭୟଙ୍କର ଆକ୍ରମଣ ସତ୍ତ୍ୱେ ୟୁକ୍ରେନ ପଛକୁ ଫେରିବ ନାହିଁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି । ଅନ୍ୟପକ୍ଷରେ ୟୁକ୍ରେନ ରାଜଧାନୀରେ ଯେପରି ଋଷ ସେନା ପହଞ୍ଚି ପାରିବ ନାହିଁ ସେଥିପାଇଁ ୟୁକ୍ରେନର କିଭର ଏକ ବ୍ରିଜକୁ ଉଡ଼ାଇ ଦେଇଛି ୟୁକ୍ରେନ । ଋଷ ସେନା ଏହି ବ୍ରିଜ୍ ମାଧ୍ୟମରେ ୟୁକ୍ରେନ ମଧ୍ୟକୁ ପଶିବାକୁ ଚେଷ୍ଟା କରିଥିଲା । ଯାହା ଫଳରେ କିଭରେ ଥିବା ଏକ ବ୍ରିଜକୁ ଉଡ଼ାଇ ଦେଇଛି ୟୁକ୍ରେନ ।

ୟୁକ୍ରେନରେ ଫସିଥିବା ଓଡ଼ିଆ ଛାତ୍ରଙ୍କୁ ଉଦ୍ଧାର ପ୍ରସଙ୍ଗ, ଅମିତ ଶାହାଙ୍କ ସହ କଥା ହେଲେ ନବୀନ

ଭୁବନେଶ୍ୱର: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଗତକାଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଦ୍ଧ ନେଇ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରିଛି ଋଷ । ତିନିପଟୁ ୟୁକ୍ରେନକୁ ଘେରି ଆକ୍ରମଣ କରୁଛି ଋଷ । ୟୁକ୍ରେନ ରାଜଧାନୀ କିଭ୍ ସହ ବିଭିନ୍ନ ସହରରେ ମିଜାଇଲା ମାଡ଼ କରିଛି ଋଷ । ୟୁକ୍ରେନରେ ଯୁଦ୍ଧ ଫଳରେ ସେଠାରେ ୧୬ ହଜାର ଭାରତୀୟ ନାଗରିକ ଫସି ରହିଛନ୍ତି । ୟୁକ୍ରେନରେ ବହୁ ଓଡ଼ିଆ ଛାତ୍ରଛାତ୍ରୀ ଓ ଶ୍ରମିକ ମଧ୍ୟ ଏବେ ଫସି କରି ରହିଛନ୍ତି ।

ତେବେ ୟୁକ୍ରେନରେ ଫସି କରି ରହିଥିବା ଓଡ଼ିଆଙ୍କୁ ଉଦ୍ଧାର କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛାତ୍ର ଓ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ ପରେ ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ୱାସନା ଦେଇଛନ୍ତି । ସେ କହିଛନ୍ତି କି ଭାରତ ସରକାର ୟୁକ୍ରେନ ସରକାରଙ୍କ ସହ ଯୋଗଯୋଗରେ ରହିଛନ୍ତି ଏବଂ ଶୀଘ୍ର ୟୁକ୍ରେନରୁ ଛାତ୍ର ଓ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି ।

 

ୟୁକ୍ରେନରେ ଭାରତର ’ମିଶନ୍ ଏୟାରଲିଫ୍ଟ’, ୧୬ ହଜାର ଭାରତୀୟଙ୍କୁ ଉଦ୍ଧାର ପାଇଁ ଆରମ୍ଭ ହେଲା ପ୍ରସ୍ତୁତି

ନୂଆଦିଲ୍ଲୀ: ୟୁକ୍ରେନ-ଋଷ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଗତକାଲି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ କରୁଛି ଋଷ । ତିନିପଟୁ ୟୁକ୍ରେନକୁ ଘେରି ଆକ୍ରମଣ କରୁଛି ଋଷ । ୟୁକ୍ରେନ ରାଜଧାନୀ କିଭ୍ ସହ ଅନେକ ସହର ଉପରେ ମିଜାଇଲ ମାଡ଼ କରୁଛି ଋଷ । ତେବେ ୟୁକ୍ରେନରେ ଏହି ଯୁଦ୍ଧ ଭିତରେ ହଜାର ହଜାର ଭାରତୀୟ ନାଗରିକ ଓ ଛାତ୍ରଛାତ୍ରୀ ଫସି ରହିଛିନ୍ତି । ଏହାରି ଭିତରେ ୟୁକ୍ରେନରୁ ଭାରତୀୟଙ୍କୁ ଉଦ୍ଦାର କରିବା ପାଇଁ ଏକ ବଡ଼ ଧରଣର କୂଟନୈତିକ ପଦକ୍ଷେପ ଗ୍ରହଣ କରିଛି ଭାରତ । ୟୁକ୍ରେନରେ ଋଷର ଆକ୍ରମଣ ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏହି ଆଲୋଚନା ମଧ୍ୟରେ ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ସୁରକ୍ଷାକୁ ପୁଟିନଙ୍କୁ ଅବଗତ କରିଥିଲେ । ୟୁକ୍ରେନରେ ଫସିଥିବା ଭାରତୀୟ ନାଗରିକଙ୍କୁ ଉଦ୍ଧାର କରିବା ଉପରେ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ସରକାର । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ୟୁକ୍ରେନରେ ଫସିଥିବା ୧୬ ହଜାର ଭାରତୀୟଙ୍କ ସୁରକ୍ଷାକୁ ନେଇ କ୍ୟାବିନେଟ କମିଟି ବୈଠକ ଡାକିଥିଲେ । ଋଷର ଆକ୍ରମଣ ପରେ ୟୁକ୍ରେନ ତା’ର ଆକାଶ ସୀମା ବନ୍ଦ କରିଛି । ତେଣୁ ଭାରତ ହଙ୍ଗେରୀ, ପୋଲାଣ୍ଡ ଓ ରୋମାନିଆ ଦେଇ ସଡ଼କ ପଥରେ ଆଣିବାକୁ ଯୋଜନା କରିଛି ।

ୟୁକ୍ରେନରେ ମୋଟ ୨୦ ହଜାର ଭାରତୀୟ ନାଗରିକ ଫସି ରହିଥିଲେ । ସେଥିମଧ୍ୟରୁ ପ୍ରାୟ ୪ ହଜାର ନାଗରିକ ଭରତୀୟକୁ ଫେରି ପାରିଛନ୍ତି । ତେବେ ୟୁକ୍ରେନରେ ଫସି ରହିଥିବା ଆଉ ୧୬ ହଜାର ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବା ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପୋଲାଣ୍ଡ, ହଙ୍ଗେରୀ ଓ ରୋମାନିଆ ସରକାରଙ୍କ ସହ ଆଲୋଚନ କରିଛନ୍ତି । କେବଳ ଏତିକି ନୁହେଁ ଏସ. ଜୟଶଙ୍କର ୟୁକ୍ରେନ ବୈଦେଶିକ ମନ୍ତ୍ରୀଙ୍କ ସହ ବି ଆଲୋଚନା କରିପାରନ୍ତି ବୋଲି ମଧ୍ୟ ସୂଚନା ମିଳୁଛି ।