spot_img
Home Blog Page 4559

ପୁଣି ଅନିଶ୍ଚିତତାରେ ସ୍କୁଲ ଖୋଲିବା ନିଷ୍ପତ୍ତି

ଭୁବନେଶ୍ୱର: ପ୍ରଥମରୁ ସପ୍ତମ ଶ୍ରେଣୀ ସ୍କୁଲ ଖୋଲିବା ନେଇ ପୁଣି ଥରେ ଦ୍ୱନ୍ଦ୍ୱ ଉପୁଜିଛି । କାରଣ ଫେବୃଆରୀ ୨୮ ତାରିଖରୁ ଖୋଲିବାକୁ ଥିବା ପ୍ରଥମରୁ ସପ୍ତମ ଶ୍ରେଣୀ ବିଭିନ୍ନ କାରଣରୁ ଖୋଲିନପାରେ । ସେହିପରି ଦଶମ ଓ ଦ୍ୱାଦଶ ପରୀକ୍ଷା କରିବା ନିଷ୍ପତ୍ତି ସଂପୃକ୍ତ ବୋର୍ଡ ଉପରେ ସୁପ୍ରିମକୋର୍ଟ ଛାଡ଼ିବାରୁ, ଅଫଲାଇନ୍ ପରୀକ୍ଷାର ସମ୍ଭାବନା ବଢିଛି । ଏପରିକି କିଛି ରାଜ୍ୟରେ ଅଫଲାଇନ୍ ବୋର୍ଡ ପରୀକ୍ଷା ଆରମ୍ଭ ବି ହୋଇସାରିଛି ।

ଅଫଲାଇନ ପରୀକ୍ଷାର ଆଶା ସଞ୍ଚାର ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମହଲରେ ସନ୍ତୋଷ ପ୍ରକାଶ ପାଇଛି । କାରଣ ବିଗତ ଦୁଇ ବର୍ଷରେ କରୋନା ଯୋଗୁ ପରୀକ୍ଷା ହୋଇପାରି ନଥିଲା । ମାର୍କିଂ ପଦ୍ଧତିରେ ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ମଧ୍ୟ ପ୍ରକାଶ କରିଥିଲେ । ଚଳିତ ବର୍ଷ ଦଶମ ଓ ଦ୍ୱାଦଶ ପରୀକ୍ଷା ପରିଚାଳନା ପାଇଁ ଆସନ୍ତାକାଲି ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ବୈଠକରେ ମାଧ୍ୟମିକ ଶିକ୍ଷା ବୋର୍ଡ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ଗଣଶିକ୍ଷା ବିଭାଗର ଅଧିକାରୀମାନେ ଉପସ୍ଥିତ ରହିବେ ।

ସେପଟେ କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ବୟସ ସୀମା ୬ ବର୍ଷ ରହିଛି । ଗତକାଲି ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ୫ ବର୍ଷରୁ ଆଡମିଶନ ଲାଗି ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହେଉଥିଲେ । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଉତ୍କଳ ଅଭିଭାବକ ସଂଘ । ମହାମାରୀ ସମୟରେ କେବଳ ଚଳିତ ବର୍ଷ ଲାଗି ୫ ବର୍ଷରୁ ଅଧିକ ବୟସର ପିଲାଙ୍କୁ ଆଡମିଶନ କରିବା ଦାବିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖିଛି ସଂଘ ।

ୟୁକ୍ରେନରେ ଫସିଛନ୍ତି ଝାରସୁଗୁଡ଼ାର ୨୦ ଛାତ୍ରଛାତ୍ରୀ

ଝାରସୁଗୁଡ଼ା: ରୁଷ ଓ ୟୁକ୍ରେନ ମଧ୍ୟରେ ଉପୁଜିଛି ଭୟଙ୍କର ସ୍ଥିତି  ।  ଉପୁଜୁଥିବା ବେଳେ ଜିଲ୍ଲାର ୨୦ ଜଣ ଛାତ୍ରଛାତ୍ରୀ  ୟୁକ୍ରେନ ରେ ଫସି ରହିଥିବା ସୂଚନା ମିଳିଛି ।  ସେମାନଙ୍କ ମଧ୍ୟରୁ ବନ୍ଧବାହାଲ ଅଞ୍ଚଳର ୮ଜଣ ଛାତ୍ର ଛାତ୍ରୀ  ରହିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ଡାକ୍ତରୀ ପାଠ ପଢ଼ିବାକୁ ଯାଇଛନ୍ତି ।୭ଜଣ ଛାତ୍ର ଛାତ୍ରୀ ୟୁକ୍ରେନର ଖାରଖିକି ଛାତ୍ର ଛାତ୍ରୀ ରହିଛନ୍ତି । ଜଣେ ଛାତ୍ର ରାଜଧାନୀ କିଏଭ୍ ରହିଛନ୍ତି ।

ସେଠାରେ ଫସି ରହିଥିବା ଛାତ୍ର ଛାତ୍ରୀ ହେଉଛନ୍ତି ବନ୍ଧବାହାଲ କୋଲୋନୀ ଟାଉନ୍ ସିପର ସୃତିଶିକ୍ତା ବେହେରା (ଶେଷ ବର୍ଷର ଛାତ୍ରୀ), ସୃଶ୍ରୀ ସ୍ୱାଗତିକା ( ଶେଷ ବର୍ଷର ଛାତ୍ରୀ) , ସୋନାଲୀ ତ୍ରିପାଠୀ, ହରପ୍ରସାଦ ସାହୁ, ରଞ୍ଜିତା ପ୍ରଧାନ,ନେଲ୍ ସନ୍ ସାହୁ, ଭାବନା ସିଂହଦେଓ, ଅକ୍ଷୟ ସିଂହ ଦେଓଙ୍କ ସମେତ  ସମୁଦାୟ ଝାରସୁଗୁଡ଼ା ଜିଲ୍ଲା ର ୨୦ ଜଣ ଛାତ୍ର ଛାତ୍ରୀ ଫସି ରହିଥିବା ସୂଚନା ମିଳିଛି ।

ସେପଟେ ସମସ୍ତ ଛାତ୍ରଛାତ୍ରୀଙ୍କ ସୂଚନା ମିଳିଲା ପରେ  ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିବା ପାଇଁ ରାଜ୍ୟସରକାରଙ୍କୁ ଅବଗତ କରାଯିବ ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ ସାମଲ କହିଛନ୍ତି ।

ୟୁକ୍ରେନର ୭୦ ସୈନ୍ୟ ଠିକଣା ଉଡ଼ାଇ ଦେଲା ଋଷ

କିଏଭ୍: ଜଳୁଛି ୟୁକ୍ରେନ୍ । କିଏଭରେ ଲାଗୁ ହେଲା କର୍ଫ୍ୟୁ । ୟୁକ୍ରେନରେ ଋଷର ଘନ ଘନ ଆକ୍ରମଣ ପରେ ଦୁନିଆ ଆତଙ୍କ ଭିତରେ ରହିଛି । ୟୁକ୍ରେନ୍ ଫସିଥିବା ଲୋକ ଅନିଶ୍ଚିତତା ମଧ୍ୟରେ ଅଛନ୍ତି । କିଏଭ୍ ସ୍ଥିତ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଉପରେ ମଧ୍ୟ ଋଷ ସୈନ୍ୟ ଆକ୍ରମଣ କରିଛନ୍ତି । ଋଷ ଆକ୍ରମଣରେ ୟୁକ୍ରେନ୍ ବ୍ୟାପକ କ୍ଷତି ସହ ଧନଜୀବନ ହାନି ହୋଇଛି ।

Curfew Imposed In Ukraine Capital Kiev Russia War

ଅନ୍ୟପଟେ ଋଷ ସେନା ଚେର୍ନୋବଲ ସ୍ଥିତ ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ କବଜା କରିବାକୁ ପ୍ରୟାସ କରୁଥିବା ୟୁକ୍ରେନ୍ ରାଷ୍ଟ୍ରପତି ଟ୍ୱିଟ୍ କରିଛନ୍ତି । କୌଣସି ବି ପରିସ୍ଥିତିରେ ୟୁକ୍ରେନ୍ ସେନା ଋଷ ହାତରେ ନ୍ୟୁକ୍ଲିୟର ପ୍ଲାଣ୍ଟ ଛାଡ଼ିବ ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି । ବିଗୁଡ଼ିଥିବା ପରିସ୍ଥିତିକୁ ଦେଖି ୟୁକ୍ରେନ୍ ରାଜଧାନୀ କିଏଭରେ କର୍ଫ୍ୟୁ ଘୋଷଣା କରିଛନ୍ତି ସ୍ଥାନୀୟ ମେୟର ।

Curfew Imposed In Ukraine Capital Kiev Russia War

ଅନ୍ୟପଟେ ୟୁକ୍ରେନର ୭୦ଟି ସୈନ୍ୟ ଠିକଣାକୁ ଋଷ ସୈନ୍ୟ କ୍ଷତି ପହଞ୍ଚାଇଛନ୍ତି । ଯେଉଁଥିରେ ୧୧ଟି ଏୟାର ଫିଲ୍ଡ ମଧ୍ୟ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଋଷ ସେନା ହେନିଚେସ୍କ ଓ କହୋକ୍କା ସହରକୁ କବଜା କରି ନେଇଛନ୍ତି । ଯୁଦ୍ଧ ଚାଲିଥିବା ବେଳେ ପ୍ରାୟ ୧୦୦ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ବିଗତ ୧୯ ଘଣ୍ଟା ହେଲା ୟୁକ୍ରେନ୍, ଋଷ ମଧ୍ୟରେ ଯୁଦ୍ଧ ଜାରି ରହିଛି ।

ଯୁଦ୍ଧ ଭିତରେ ଭ୍ଲାଦିମିର ପୁଟିନଙ୍କୁ ଭେଟିଲେ ଇମ୍ରାନ ଖାନ

ମସ୍କୋ: ୟୁକ୍ରେନରେ ଋଷର ଆକ୍ରମଣ ଭିତରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଋଷ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି । ଦୁଇ ଦିନିଆ ଋଷ ଗସ୍ତରେ ଯାଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ।

ବୈଠକ ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟଙ୍କ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା । ଯେଉଁଥିରେ ଦୁଇଦେଶ ମଧ୍ୟ ଦ୍ୱିପାକ୍ଷିକ ସମ୍ବନ୍ଧ ନେଇ ସମସ୍ତ କ୍ଷେତ୍ରରେ ଆଲୋଚନା ସହ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମତ ଦିଆଯିବ ବୋଲି କୁହାଯାଇଥିଲା । ବିଗତ ୨ ଦଶନ୍ଧି ମଧ୍ୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଋଷ ଗସ୍ତ ।

ଏଥିସହ ପଢ଼ନ୍ତୁ: ୨୦୦୮ରେ ଜର୍ଜିଆ, ୨୦୧୪ରେ କ୍ରିମିଆ; ୮ ବର୍ଷ ପରେ ୟୁକ୍ରେନ୍ ଉପରେ ଆକ୍ରମଣ

ଏଥିସହ ପଢ଼ନ୍ତୁ:  ଯୁଦ୍ଧ ଭିତରେ ଇମ୍ରାନ୍ ଖୁସ୍, ମସ୍କୋରେ କହିଲେ ‘ଠିକ୍ ସମୟରେ ପହଞ୍ଚିଛି’

୨୪ ତାରିଖରେ ଇମ୍ରାନ ଖାନ ମସ୍କୋର ପହଞ୍ଚିଥିଲେ । ଇମ୍ରାନଙ୍କ ମସ୍କୋ ଗସ୍ତ ଉପରେ ଆମେରିକା ସମେତ ଅନ୍ୟ ରାଷ୍ଟ୍ର ମଧ୍ୟ ନଜର ରଖିଛନ୍ତି ।

ନିଆଁ ଲିଭାଇବ ଏରିଏଲ୍ ଭେହିକିଲ୍, ବିପର୍ଯ୍ୟୟ ରୋକିବ ଭିସୁଟ ଛାତ୍ରଙ୍କ ନୂତନ ଉଦ୍ଭାବନ

ସମ୍ବଲପୁର: ଭିସୁଟ୍ ଛାତ୍ରଙ୍କ ନୂତନ ଉଦ୍ଭାବନ । ତୁରନ୍ତ ଅଗ୍ନିକାଣ୍ଡ ନିୟନ୍ତ୍ରଣ ପାଇଁ ତିଆରି କଲେ ଯନ୍ତ୍ରାଂଶ । ନିଜସ୍ୱ ଜ୍ଞାନ କୌଶଳରେ ଏରିଏଲ୍ ଭେହିକିଲ୍ ତିଆରି କରୁଛନ୍ତି ବୀର ସୁରେନ୍ଦ୍ର ସାଏ ବୈଷୟିକ ମହାବିଦ୍ୟାଳୟର ଦୁଇ ଛାତ୍ର । ଏହି ଯନ୍ତ୍ରାଂଶ ଖୁବ୍ କମ୍ ସମୟ ମଧ୍ୟରେ ବଡ଼ ବିପର୍ଯ୍ୟୟକୁ ମୁକାବିଲା କରିବା ସହିତ ଧନ ଜୀବନକୁ ବଞ୍ଚାଇବାରେ ସହାୟକ ହେବ ।

ଏହି ମେସିନ ଘଣ୍ଟା ପ୍ରତି ୧୨୦ କିଲୋମିଟର ବେଗରେ ଆକାଶ ମାର୍ଗରେ ଉଡିବା ସହିତ ୫୦ କିମି ପରିସର ଭିତରେ ନିଆଁ ଲିଭାଇବାରେ ସାହାଯ୍ୟ କରିବ । ଏଥିରେ ୩ କେଜି ଓଜନର ମନୋଆମୋନିୟମ ଫସଫେଟ୍ ବ୍ୟବହାର ହୋଇପାରିବ । ଏହି ମାନବ ବିହୀନ ଯନ୍ତ୍ରାଂଶ ଭିସୁଟର ଏକ ସ୍ବତନ୍ତ୍ର ପ୍ରୋଜେକ୍ଟ ରୁମରେ ତିଆରି ହେଉଛି ।

ସେପଟେ ଷ୍ଟାଟଅପ ପାଇଁ ଏକ ଘରୋଇ କମ୍ପାନୀ ୨୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି । ଯନ୍ତ୍ରାଂଶ ତିଆରି ସମ୍ପୂର୍ଣ୍ଣ ହେଲେ ଏହା ଅଗ୍ନିଶମ ଓ ଓଡ୍ରାଫ ପାଇଁ ବେଶ ଉପକାରୀ ହେବ ବୋଲି ଭିସୁଟର ମେକାନିକାଲ ବିଭାଗର ଅଧିକାରୀ ପ୍ରକାଶ କରିଛନ୍ତି ।

୨୦୦୮ରେ ଜର୍ଜିଆ, ୨୦୧୪ରେ କ୍ରିମିଆ; ୮ ବର୍ଷ ପରେ ୟୁକ୍ରେନ୍ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ୍ ମଧ୍ୟରେ ଆରମ୍ଭ ହୋଇ ସାରିଛି ଯୁଦ୍ଧ । ଦୁଇ ଦେଶର ସେନା ପରସ୍ପର ଉପରେ ଆକ୍ରମଣ କରୁଛନ୍ତି । ୟୁକ୍ରେନ୍ ରାଜଧାନୀ କିଭ୍ ଉପରେ ମିଜାଇଲ୍ ମାଡ଼ କରିଛି ଋଷ । ଅନ୍ୟପଟେ ଋଷ ଯବାନଙ୍କୁ ମାରିବା ସହ ୨ ଜଣଙ୍କୁ ବନ୍ଧକ ରଖିଥିବା ଦାବି କରିଛି ୟୁକ୍ରେନ୍ । ୧୪ ବର୍ଷ ମଧ୍ୟରେ ଋଷ ତୃତୀୟ ଥର ଯୁଦ୍ଧ ଲଢ଼ୁଛି । ଏହା ପୂର୍ବରୁ ୨୦୦୮ରେ ଜର୍ଜିଆ, ୨୦୧୪ରେ କ୍ରିମିଆ ଉପରେ ଋଷ ଆକ୍ରମଣ କରିଥିଲା ।

ପୂର୍ବରୁ ଜର୍ଜିଆ ଓ କ୍ରିମିଆ ଶୋଭିଏତ୍ ସଂଘର ଅଂଶ ଥିଲା । ୧୯୯୧ରେ ଶୋଭିଏତ ସଂଘର ବିଘଟନ ପରେ ଜର୍ଜିଆ ଓ କ୍ରିମିଆ ସ୍ୱାଧୀନ ରାଷ୍ଟ୍ର ଘୋଷିତ ହୋଇଥିଲେ । ତେବେ ଜର୍ଜିଆ ଓ କ୍ରିମିଆରେ ଋଷ ସମର୍ଥିକ ସରକାର ରହିବା ଚାହୁଁଛି ଋଷ । ଫଳରେ ୨ ଦେଶ ନାଟୋ ଓ ପାଶ୍ଚାତ୍ୟ ରାଷ୍ଟ୍ର ଠାରୁ ଦୂରେଇ ରହିବେ ।

୨୦୦୮ରେ ଜର୍ଜିଆ ସହିତ ଋଷ ଲଢ଼ିଥିଲା । ଆଉ ପରିଣାମ ସ୍ୱରୂପ ଜର୍ଜିଆର ୨ ଅଞ୍ଚଳ ଅବକାଜିଆ ଓ ସାଉଥ୍ ଓସୋଶିଆକୁ ଅଲଗା ରାଷ୍ଟ୍ର ଘୋଷଣା କରାଯାଇଥିଲା । ଏହାପରେ ୨୦୧୪ରେ ଯୁଦ୍ଧ ନ ଲଢ଼ି ୟୁକ୍ରେନ୍ ଠାରୁ କ୍ରିମିଆକୁ ବିଚ୍ଛିନ୍ନ କରି ନିଜ ରାଷ୍ଟ୍ର ସହ ଯୋଡ଼ିଥିଲା ଋଷ ।

How Russia Claims Georgia And Crimea And Now Ukraine War

ଜର୍ଜିଆ ଯନ୍ତ୍ରଣା

୨୦୦୩ରେ ଜର୍ଜିଆରେ ସାଧାରଣ ନିର୍ବାଚନ ହୋଇଥିଲା । ନିର୍ବାଚନରେ ଘୋଡ଼ା ବେପାର ହୋଇଥିବା ଅଭିଯୋଗ ଆଣିଥିଲେ ବିରୋଧୀ । ଯାହାକୁ ସାଧାରଣ ଲୋକ ବି ସମର୍ଥନ କରିଥିଲେ । ଏହାପରେ ନଭେମ୍ବର ୩ରେ ଜର୍ଜିଆରେ ଆରମ୍ଭ ହୋଇଥିଲା ଗୋଲାପ ବିପ୍ଳବ । ୨୦ ଦିନ ଧରି ଆନ୍ଦୋଳନ ପରେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଥିଲେ ଏଡୁଆର୍ଡ ଶେବର୍ଡନେଜ୍ । ଏହାପରେ ବିରୋଧୀ ଦଳର ନେତା ମିଖିଲ ସାକଶଭିଲି ରାଷ୍ଟ୍ରପତି ହୋଇଥିଲେ । ପାଶ୍ଚାତ୍ୟ ଦେଶ ଭଲ ସମ୍ପର୍କ ରଖିଥିବା ସାକଶଭିଲି ଜର୍ଜିଆକୁ ନାଟୋ ସଂଗଠନରେ ସାମିଲ୍ ପାଇଁ ଉଦ୍ୟମ କରିଥିଲେ । ୨୦୦୮ରେ ଏହାର ବିରୋଧ କରିଥିଲେ ପୁଟିନ୍ ।

How Russia Claims Georgia And Crimea And Now Ukraine War

ଆଉ ଜର୍ଜିଆର ଅବକାଜିଆ ଓ ସାଉଥ୍ ଓସୋଶିଆରେ ବିଚ୍ଛିନ୍ନତାବାଦୀଙ୍କୁ ଋଷ ସମର୍ଥନ ଦେଇ ଲାଭ ଉଠାଇଥିଲା । ବିଚ୍ଛିନ୍ନତାବାଦୀ ଓ ଜର୍ଜିଆ ସେନା ସଂଘର୍ଷକୁ ନେଇ ଜର୍ଜିଆ ଉପରେ ଋଷ ନରସଂହାର ଅଭିଯୋଗ ଆଣି ଅଗଷ୍ଟ ୮ରେ ଯୁଦ୍ଧ ଘୋଷଣା କରିଥିଲା । ସେତେବେଳେ ଶାନ୍ତି ପାଇଁ ସୈନ୍ୟ ପଠାଇଥିବା କହିଥିଲା ଋଷ । ଏପରିକି ବିବାଦୀୟ ନଥିବା ଅଞ୍ଚଳରେ ବୋମାବର୍ଷା କରିଥିଲା । ଶେଷରେ ଅଗଷ୍ଟ ୨୬ରେ ଋଷ, ଅବକାଜିଆ ଓ ସାଉଥ୍ ଓସୋଶିଆକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଇଥିଲା । ଯାହାକୁ ଏବେ ଯାଏ ଜାତିସଂଘ ମାନି ନାହିଁ ।

ସଂକଟ ବେଳେ ଆକ୍ରମଣ

୨୦୦୪ରେ ଋଷ ସମର୍ଥିତ ଭିକ୍ଟର ୟାନୁକୋଭିଚ୍ ହୋଇଥିଲେ ୟୁକ୍ରେନ୍ ରାଷ୍ଟ୍ରପତି । ଭିକ୍ଟରଙ୍କୁ ବିରୋଧ କରି ୟୁକ୍ରେନରେ ବିଦ୍ରୋହ ଆରମ୍ଭ ହୋଇଥିଲା । ତେବେ ଏ ଆନ୍ଦୋଳନ ସେତେଟା ଫଳପ୍ରଦ ହୋଇ ନଥିଲା । ପୁଣି ଥରେ ୨୦୧୦ରେ ଭିକ୍ଟର ୟାନୁକୋଭିଚ୍ ରାଷ୍ଟ୍ରପତି ନିର୍ବାଚନ ଜିତିଥିଲେ । ଆଉ ୨୦୧୩ରେ ୟୁରୋପିଆନ୍ ୟୁନିୟନ୍ ସହ ଏକ ବୁଝାମଣାରୁ ଭିକ୍ଟର ପଛଘୁଞ୍ଚା ଦେଇଥିଲେ । ଯାହାକୁ ନେଇ ୟୁକ୍ରେନରେ ପୁଣି ବିଦ୍ରୋହ ହେବାରୁ ୨୦୧୪ ଫେବ୍ରୁଆରୀ ୨୨ରେ ଦେଶ ଛାଡ଼ି ପଳାଇ ଯାଇଥିଲେ ଭିକ୍ଟର ୟାନୁକୋଭିଚ୍ । ୟୁରୋପିଆନ୍ ୟୁନିୟନ୍ ସମର୍ଥକ କ୍ଷମତାକୁ ଆସିବା ମାତ୍ରେ କ୍ରମିଆ ଉପରେ ଆକ୍ରମଣ କରିଥିଲା ଋଷ । ଆର୍ମି ପୋଷାକରେ କ୍ରିମିଆର ସରକାରୀ କୋଠାକୁ ଋଷ କବଜା କରି ନେଇଥିଲା । ପରେ ସେହିବର୍ଷ ମାର୍ଚ୍ଚ ୧୬ରେ କ୍ରିମିଆରେ ଜନମତ ସଂଗ୍ରହ କରାଯାଇଥିଲା । ଦାବି ଅନୁସାରେ ୯୭ ପ୍ରତିଶତ ଲୋକ ଋଷ ସହ ମିଶିବାକୁ ଭୋଟ୍ ଦେଇଥିଲେ । ଆଉ ବିନା ଯୁଦ୍ଧରେ ଋଷ କ୍ରିମିଆକୁ ଜିତି ନେଇଥିଲା ।

How Russia Claims Georgia And Crimea And Now Ukraine War

ୟୁକ୍ରେନରେ ଜର୍ଜିଆ ଗଣିତ

ଜର୍ଜିଆକୁ ଜିତିବା ଲାଗି ୨୦୦୮ରେ ଋଷ ଆପଣାଇଥିବା ଫର୍ମୁଲାକୁ ପୂର୍ବ ୟୁକ୍ରେନ୍ ଉପରେ ଲାଗୁ କରିଥିଲା । ପୂର୍ବ ୟୁକ୍ରେନର ଡୋନବାସ୍ ପ୍ରାନ୍ତର ଡୋନେସ୍କ ଓ ଲୁହସ୍କରେ ସକ୍ରିୟ ବିଚ୍ଛିନ୍ନତାବାଦୀଙ୍କୁ ଢାଲ୍ କରିଥିଲା ଋଷ । କ୍ରିମିଆ ଭଳି ସେଠି ବି ଜନମତ ସଂଗ୍ରହ ଦାବି ଉଠିଥିଲା । ଯାହାକୁ ୟୁକ୍ରେନ୍ ଅଗ୍ରାହ୍ୟ କରିବା ପରେ ବିଚ୍ଛିନ୍ନତାବାଦୀ ସରକାରୀ କୋଠାକୁ କବଜା କରି ନେଇଥିଲା । ଯାହାପରେ ଉଭୟ ସ୍ଥାନର ଜନମତ ସଂଗ୍ରହ ହେବା ସହ ଅଲଗା ଦେଶ ଘୋଷଣା କରାଯାଇଥିଲା । ଆଉ ସେବେଠାରୁ ୟୁକ୍ରେନ୍ ସେନା ଓ ବିଚ୍ଛିନ୍ନତାବାଦୀଙ୍କ ମଧ୍ୟରେ ସଂଘର୍ଷ ଜାରି ରହିଛି । ଡୋନେସ୍କ ଓ ଲୁହସ୍କର କିଛି ଅଞ୍ଚଳ ବିଚ୍ଛିନ୍ନତାବାଦୀଙ୍କ କବଜାରେ ଥିବା ବେଳେ ଅନ୍ୟ ଅଞ୍ଚଳରେ ୟୁକ୍ରେନ୍ ସେନା ମୁତୟନ ରହିଛି । ଆଉ ଋଷ ଚାହୁଁନାହିଁ ୟୁକ୍ରେନ୍ ଯବାନ ସେଠି ମୁତୟନ ରୁହନ୍ତୁ । ଯେତେବେଳେ କି ଋଷର ପ୍ରକୃତ ଲକ୍ଷ୍ୟ ହେଉଛି, ନାଟୋ ଓ ଆମେରିକା ଉପରେ ଚାପ ପକାଇବା ।

ସ୍ୱଚ୍ଛ ହେବ ସହର, ସଚେତନ କରିବ BMC

ଭୁବନେଶ୍ୱର: ସ୍ୱଚ୍ଛତା କ୍ଷେତ୍ରରେ ସଚେତନତା ସୃଷ୍ଟି ପାଇଁ ବିଏମସିର ନୂଆ ପଦକ୍ଷେପ  । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା 4ଜଣ ବିଶିଷ୍ଠ ଵ୍ୟକ୍ତିଙ୍କୁ ସାମିଲ କରାଯାଇଛି  । ଏହି ୪ ଜଣ ବିଏମସିର ବ୍ରାଣ୍ଡ ଅମ୍ବାସଡ଼ର ହୋଇଛନ୍ତି  । ଏହି ତାଲିକାରେ ରହିଛନ୍ତି  ସିନେ ତାରକା ଦମ୍ପତି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ , କ୍ରୀଡ଼ାବିତ ଅନୁରାଧା ବିଶ୍ୱାଳ, ଶିଳ୍ପୀ ତଥା ସ୍ଥପତି ପଦ୍ମବିଭୂଷଣ ସୁଦର୍ଶନ ସାହୁ ରହିଛନ୍ତି  ।

ବିଏମସି ସ୍ୱଚ୍ଛତାକୁ ବେସ ଗୁରୁତ୍ୱ ପ୍ରଦାନ କରିଛି  । ଏହି ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ସାମିଲ ହେବେ ସମସ୍ତେ  । ବିଏମସିର ବ୍ରାଣ୍ଡ ଅମ୍ବାସଡ଼ର ହୋଇଥିବା ଏହି ୪ ପ୍ରସିଦ୍ଧି ବ୍ୟକ୍ତି ରାଜଧାନୀବାସୀଙ୍କୁ ସଚେତନ କରିବେ  । ସ୍ମାର୍ଟସିଟିରେ ବିଭିନ୍ନ ସ୍ଥାନରେ  ଏହି ବ୍ୟକ୍ତି ବିଶେଷଙ୍କର ଲାଗିବ ହୋର୍ଡିଂ ଓ ପୋଷ୍ଟର  । ସ୍ମାର୍ଟସିଟିକୁ ଅଧିକ ସ୍ମାର୍ଟ କରିବ ବିଏମସିର ଏହି ଅଭିଯାନ  ।

 

ବାଲାଟ ବାକ୍ସରେ ପାଣି ପୁରାଇଦେଲେ, ଭୁଜାଲି ଧରି ବୁଥକୁ ଗଲେ

କଟକ: ଶୃଙ୍ଖଳିତ ମତ ଦାନ ପାଇଁ ପ୍ରଶାସନ କରିଥିଲା ସମସ୍ତ ପ୍ରସ୍ତୁତି । ବୁଥରେ ମଧ୍ୟ ଜାରି ରହିଥିଲା ମତଦାନ  । ମତଦାନ ଭିତରେ ବିଭ୍ରାଟ ସୃଷ୍ଟି କରିଛନ୍ତି କିଛି ବିଶୃଙ୍ଖଳିତ ବ୍ୟକ୍ତି  ।  କଟକ ଜିଲ୍ଲା ନିଆଳି ବ୍ଲକରେ ମତଦାନ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ମୁତାବକ ମତଦାନ ପକ୍ରିୟା ଚାଲିଥିବାବେଳେ ଅଳଣା ପଞ୍ଚାୟତର ୧୨ ନମ୍ବର ବୁଥରେ ବିଭ୍ରାଟ ସୃଷ୍ଟି ହୋଇଛି  । କିଛି ବ୍ୟକ୍ତି ବାଲାଟ ବାକ୍ସ ଭିତରେ ପାଣିପୁରାଇ ଦେଇଥିବାରୁ ଭୋଟଦାନ ପକ୍ରିୟାକୁ ବନ୍ଦ କରାଯାଇଛି  । ସେପଟେ ଦୁଇ ଗୋଷ୍ଠୀ ଭିତରେ ମାରପିଟ୍ ମଧ୍ୟ ହୋଇଛି  । ଫଳରେ ପୋଲିସ ଘଟଣାସ୍ଥଳରେ ପହଁଚି ତନାଘନା ଆରମ୍ଭ କରିଛି  ।

ନିର୍ବାଚନରେ ବାଧା ସୃଷ୍ଟି କରିଥିବା ଅଭିଯୋଗରେ ୪ ଜଣ ବ୍ୟକ୍ତିଙ୍କ ଗିରଫ କରିଛି ନିଆଳି ପୋଲିସ  । ସେପଟେ ଜଲାରପୁର ପଞ୍ଚାୟତର ୧୮ ନମ୍ବର ବୁଥରେ ମଧ୍ୟ ନିର୍ବାଚନ ବାଧାପ୍ରାପ୍ତ ହୋଇଛି  ।  ଜଣେ ଯୁବକ ଭୁଜାଲି ବୁଥ ମଧ୍ୟକୁ ପ୍ରବେଶ କରିଥିଲେ  । ପୋଲିସ ପହଁଚି ଉକ୍ତ ଅସମାଜିକ ବ୍ୟକ୍ତିଙ୍କୁ ଗିରଫ କରିଛି  ।   ପୋଖରୀ ଗାଁ ପଞ୍ଚାୟତର ୨, ୧୧, ୧୬, ୧୭, ୧୮ ନମ୍ବର ବୁଥରେ ଭୋଟ ବର୍ଜନ ହୋଇଥିବା ବେଳେ ୧୨, ୧୩, ୧୪, ୧୫ ନମ୍ବର ବୁଥରେ ଥିବା ବାଲଟ ବକ୍ସରେ ପାଣି ପଶିଥିବା ଜଣାପଡିଛି ।

ସେହିପରି ବ୍ଲକର କପାସି ପଞ୍ଚାୟତର ଅରକଟା ଗାଁରେ ଥିବା ୧ ନମ୍ବର ବୁଥରେ ଲୋକେ ଭୋଟ ବର୍ଜନ କରିଛନ୍ତି । ନିଆଳି ବ୍ଲକର ଅନେକ ସ୍ଥାନରେ ନିର୍ବାଚନରେ ବିଭ୍ରାଟ ସୃଷ୍ଟି ହୋଇଛି  । ଯେଉଁ ସମସ୍ତ ସ୍ଥାନରେ ନିର୍ବାଚନ ହୋଇପାରିନି,  ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ସାନି ମତଦାନ ହୋଇପାରେ ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

ୟୁକ୍ରେନ୍ ରାଜଧାନୀ କିଏଭରେ ଋଷ ସେନାର ଆକ୍ରମଣ, ଜବାବରେ ନାଟୋ ମୁତୟନ କଲା ୧୦୦ ଲଢ଼ୁଆ ବିମାନ

କିଏଭ୍: ଆକ୍ରମଣ କରି ଆଗକୁ ବଢ଼ୁଛି ଋଷ । ଋଷ ସେନା ୟୁକ୍ରେନ୍ ରାଜଧାନୀ ଉପରେ ଆକ୍ରମଣ କରିଛି । ୟୁକ୍ରେନର ସହର ଓଡ଼େଶା ଉପରେ ଆକ୍ରମଣ ପରେ ଉତ୍ତର କିଏଭରେ ଋଷ ସେନା ପଶିଛି । ଋଷ ସୈନ୍ୟ ପ୍ରାୟ ୩୦ଟି ସ୍ଥାନରେ ଆକାଶ ମାର୍ଗରୁ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣରେ କେବଳ ଓଡ଼େଶା ଉପକୂଳରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଋଷର ୨ଟି ହେଲିକପ୍ଟରକୁ ଗୋଷ୍ଟେମେଲରେ ଖସାଇ ଦେଇଥିବା ୟୁକ୍ରେନ୍ ଦାବି କରିଛି ।

Russian Military Centers In North Kiev Of Ukraine

ଅନ୍ୟପଟେ ଉତ୍ତର ଆଟଲାଣ୍ଟିକ୍ ସନ୍ଧି ସଂଗଠନ (NATO) ୟୁକ୍ରେନ୍ ଛାଡ଼ି ଚାଲିଯିବାକୁ ଋଷକୁ ଚେତାବନୀ ଦେଇଛି । ଅନ୍ତର୍ଜାତୀୟ ନିୟମ ମାନି ଋଷ ପ୍ରତ୍ୟାବର୍ତ୍ତନ କରୁ । ୟୁକ୍ରେନ୍ ଉପରେ ନିଜ ବଳପ୍ରୟୋଗ ନକରୁ । ୟୁକ୍ରେନ୍ ଉପରେ ଋଷର ଆକ୍ରମଣକୁ ବ୍ୟର୍ଥ ବୋଲି କହିଛନ୍ତି ନାଟୋ ମହାସଚିବ ଜେନ୍ସ ଷ୍ଟୋଲ୍ଟେନବର୍ଗ ।

Russian Military Centers In North Kiev Of Ukraine

ୟୁକ୍ରେନ୍ ସୁରକ୍ଷା ପାଇଁ ନାଟୋ ୧୦୦ରୁ ଅଧିକ ଲଢ଼ୁଆ ବିମାନ ସହ ସମୁଦ୍ରରେ ୧୨୦ରୁ ଅଧିକ ନୌ ଜାହାଜକୁ ପ୍ରସ୍ତୁତ କରି ରଖିଛି । ସହଯୋଗୀଙ୍କୁ ବଞ୍ଚାଇବା ଲାଗି ଯାହା ଆବଶ୍ୟକ କରିବୁ ବୋଲି କହିଛନ୍ତି ନାଟୋ ମହାସଚିବ । ଋଷ ତୁରନ୍ତ ସୈନ୍ୟ ପ୍ରତ୍ୟାହାର ସହ ୟୁକ୍ରେନ୍ ଉପରେ ଆକ୍ରମଣ ନ କରିବା ଲାଗି କହିଛନ୍ତି ନାଟୋ ମହାସଚିବ ।

ବିରିୟାନି ପାଇଁ ଜୀବନ ହାରିଲେ ନାବାଳକ

ନୀଳଗିରି: ବାପାଙ୍କୁ ବିରିୟାନି ଆଣିବାକୁ ବାରମ୍ବାର ଅଳି କରୁଥିଲା  । ବିରିୟାନି ଖାଇବା ପାଇଁ ଇଛା କରିଥିଲା  । ଶେଷରେ ବିରିୟାନି ନଆଣିବାରୁ ଜୀବନ ହାରିଲା  । ନୀଳଗିରି ଥାନା ଗୋବିନ୍ଦପୁର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା  । ମନରଞ୍ଜନ ମହାର୍ଣ୍ଣାଙ୍କ ୧୩ ବର୍ଷର ପୁଅ ସତ୍ୟବ୍ରତ, ଅଷ୍ଟମ ଶ୍ରେଣୀରେ ପଢୁଥୁଲା  ।  ବାପାଙ୍କ ଆଗରେ ଦୁଇଦିନ ହେବ ଅଳି କରିଥିଲା ବିରିୟାନି ଆଣିବାକୁ । ସେପଟେ ବାପା ୱାର୍ଡ ସଭ୍ୟ ପାର୍ଥୀ ହୋଇଥିବା ବେଳେ ନିର୍ବାଚନ ପାଇଁ ବ୍ୟସ୍ତରେ ରହୁଥିଲେ, ତେଣୁ ବିରିୟାନି ଆଣି ପାରିନଥିଲେ  ।

ଅନ୍ୟପଟେ  ଗତକାଲି ପୁଅ ଅଧିକ  ଅଳି କରିଥିଲା  । ବାପା ଯେହେତୁ ଏକ କମ୍ପାନୀରେ ସିକ୍ୟୁରୁଟି କାର୍ଯ୍ୟ କରନ୍ତି ତେଣୁ ବ୍ୟସ୍ତତା ପାଇଁ ବିରିୟାନି ଆଣି ପାରିନବା କହିଛନ୍ତି । ବାପା ବିରିୟାନି ନଆଣିବାରୁ ରାଗି ଯାଇଥିଲା ୧୩ ବର୍ଷର ନାବାଳକ ପୁଅ  ।  ପରେ ଏକ ଗାମୁଛାରେ ଫାଶୀ ଲଗାଇ ଜୀବନ ହାରିଥିବା ଜଣାପଡ଼ିଛି । ପରିବାର ଲୋକେ ପ୍ରଥମେ ଖନ୍ତାପଡା ମେଡିକାଲ ନେଇଥିଲେ, ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ପରବର୍ତ୍ତୀ ସମୟରେ ବାଲେଶ୍ଵର ମେଡିକାଲରେ ପୋଷ୍ଟମର୍ଟମ କରାଯାଇ, ପରିବାରକୁ ମୃତ ଦେହ ହସ୍ତାନ୍ତର କରାଯାଇଛି  ।