spot_img
Home Blog Page 4561

ଯୁଦ୍ଧ ଭିତରେ ଇମ୍ରାନ୍ ଖୁସ୍, ମସ୍କୋରେ କହିଲେ ‘ଠିକ୍ ସମୟରେ ପହଞ୍ଚିଛି’

ମସ୍କୋ: ଋଷ ୟୁକ୍ରେନ୍ ଉପରେ ଆକ୍ରମଣ କରି ସାରିଛି । ପୁଟିନ୍ ଆମେରିକା ଓ ନାଟୋକୁ ଦୁଇ ଦେଶ ମଧ୍ୟରେ ଯୁଦ୍ଧରେ ମୁଣ୍ଡ ନ ପୂରାଇବାକୁ ଧମକ ଦେଇ ସାରିଲେଣି । ପୂରା ବିଶ୍ୱ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କା ଭିତରେ ଥରହର ହେଉଛି । କାରଣ ଆମେରିକା ଯଦି ଋଷକୁ ଜବାବ ଦିଏ ତେବେ ଯୁଦ୍ଧର ନିଆଁ ୟୁକ୍ରେନ୍ ସୀମାରୁ ବାହାରକୁ ମଧ୍ୟ ବ୍ୟାପିବ । ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ ହେଉ ବୋଲି ଦାବି ହେଉଥିବା ବେଳେ ଜଣେ କିନ୍ତୁ ଖୁସି ଅଛନ୍ତି । ସେ ହେଉଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ । ଖାଦ୍ୟ ନ ପାଇଁ ଥାଳି ଧରି ଗୋଟିଏ ଦେଶରୁ ଆଉ ଗୋଟିଏ ଦେଶକୁ ଭଡ଼ା ବିମାନରେ ଉଡ଼ୁଥିବା ଇମ୍ରାନ୍ ମସ୍କୋରେ ପହଞ୍ଚି କହିଛନ୍ତି ମୁଁ ଠିକ୍ ସମୟରେ ପହଞ୍ଚିଛି ।

ବିନା ନିମନ୍ତ୍ରଣରେ ଅତିଥି ଇମ୍ରାନ

ମାଗିଯାଚି ନିମନ୍ତ୍ରିତ ଅତିଥି ହୋଇଥିବା ଇମ୍ରାନ ଗୁରୁବାର ଦିନ ମସ୍କୋରେ ପହଞ୍ଚିଛନ୍ତି । ଅନେକ ନିମନ୍ତ୍ରଣ ପରେ ବି ଋଷ ରାଷ୍ଟ୍ରପତି ପୁଟିନ ପାକିସ୍ତାନ ଆସିନଥିଲେ । ଶେଷରେ ନିଜ ଆଡୁ ଇମ୍ରାନ୍ ଋଷରେ ପହଞ୍ଚିଛନ୍ତି । ଇମ୍ରାନଙ୍କ ବିମାନ ମସ୍କୋରେ ଅବତରଣ କରିବା ସମୟରେ ଋଷର ଆକ୍ରମଣ ଆରମ୍ଭ ହୋଇ ସାରିଥିଲା । ବିମାନବନ୍ଦରରେ ଆକ୍ରମଣକୁ ନେଇ ନିଜ ବଡ଼ବୋଲା ବୈଦେଶିକ ମନ୍ତ୍ରୀଙ୍କ ସହିତ କଥା ହେଉଥିଲେ ଇମ୍ରାନ । କିନ୍ତୁ ଭୁଲି ଯାଇଥିଲେ କ୍ୟାମେରା ଅନ୍ ଅଛି । ଇମ୍ରାନ୍ ଓ ତାଙ୍କ ବୈଦେଶିକ ମନ୍ତ୍ରୀଙ୍କ କଥାବାର୍ତ୍ତା ରେକର୍ଡ ହୋଇଯାଇଥିଲା । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

Russia Invades Ukraine Imran Khan Says It's Right Time

‘ମୁଁ ବହୁତ ଉଲ୍ଲସିତ ଅଛି’

ଦୁନିଆ ଚିନ୍ତାରେ କିନ୍ତୁ କାଙ୍ଗାଳ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖୁସି ଅଛନ୍ତି । ମସ୍କୋ ବିମାନବନ୍ଦରରେ ସେ ନିଜ ବୈଦେଶିକ ମନ୍ତ୍ରୀଙ୍କୁ କହିଥିଲେ ‘ମୁଁ ଠିକ୍ ସମୟରେ ଆସି ପହଞ୍ଚିଛି । ମୁଁ ବହୁତ ଉଲ୍ଲସିତ ଅଛି’ । ସୂଚନାଯୋଗ୍ୟ ଯେ, ଇମ୍ରାନ୍ ପାକିସ୍ତାନ ଛାଡ଼ିବାର କିଛି ସମୟ ପୂର୍ବରୁ ଆମେରିକା ଓ ଅନ୍ୟ ନାଟୋ ରାଷ୍ଟ୍ର ଋଷ ବିରୋଧରେ ଅର୍ଥନୈତିକ ପ୍ରତିବନ୍ଧକ ଲାଗୁ କରିଥିଲେ । ଆମେରିକା ମଧ୍ୟ ଇମ୍ରାନଙ୍କ ଏହି ଗସ୍ତ ଉପରେ ନଜର ରଖିଛି । ପାକିସ୍ତାନ, ଚୀନ୍ ଭଳି ଋଷକୁ ସମର୍ଥନ କରିବ କି ନାହିଁ ତା’ ଉପରେ ନଜର ରଖିଛି ଆମେରିକା । ସୂଚନାଯୋଗ୍ୟ ଯେ, ଚୀନ୍ ଓ ଋଷ ୟୁକ୍ରେନକୁ ନେଇ ଗୋଟିଏ ପଟରେ ଅଛନ୍ତି । ଋଷ ସହିତ ସାମରିକ ସମ୍ପର୍କ ପ୍ରତିଷ୍ଠା ପାଇଁ ଏହା ଉପଯୁକ୍ତ ସମୟ ବୋଲି ପାକିସ୍ତାନ ମନେ କରୁଛି ।

ବିରୋଧୀଙ୍କ ମୁହଁରେ ସତ, ପଞ୍ଚାୟତ ନିର୍ବାଚନରେ ପୁଣି ୧ ନମ୍ବର ଦଳ ହେବ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ୫ଟି ପର୍ଯ୍ୟାୟରେ ଚାଲିଛି ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବାବେଳେ ଆଜି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପୂର୍ବରୁ ହାର ମାନିଛନ୍ତି ବିରୋଧୀ । ଫଳାଫଳ ବାହାରିବା ପୂର୍ବରୁ ବିରୋଧୀ ମାନିଲେ ସତ । ରାଜ୍ୟରେ ଜାରି ରହିଥିବା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ପୁଣି ୧ ନମ୍ବର ଦଳ ହେବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ । ନିର୍ବାଚନ ଫଳାଫଳ ପୂର୍ବରୁ ଏଭଳି ବୟାନ ଦେଇଛନ୍ତି ସୁରେଶ ରାଉତରାୟ ।  ସେ ଆହୁରି କହିଛନ୍ତି କି ଏହି ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଓ ବିଜେପି ତୃତୀୟ ସ୍ଥାନରେ ରହିବ । ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ବିଜେପି ଯେଉଁ ଦାବି କରୁଛି ତାହା ଉପହାସ ଓ ହସ ଲାଗୁଛି । ତୃଣମୂଳ ସ୍ତରରେ ବିଜେପି ନାହିଁ । ଅନେକ ସ୍ଥାନରେ ବିଜେପି ପୋଷ୍ଟର ମାରିପାରୁନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ଯେଉଁ ଓଡ଼େଶାରେ ଋଷ ପ୍ରବଳ ବୋମା ବର୍ଷଣ କରୁଛି,ଜାଣନ୍ତୁ ତା’ର ଇତିହାସ କ’ଣ ?

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଋଷ-ୟୁକ୍ରେନ ମହାଯୁଦ୍ଧ । ଉଭୟ ଦେଶ ମଧ୍ୟରେ ବିଗତ କିଛି ଦିନ ଧରି ଲଗାତର ଭାବରେ ବିବାଦ ଲାଗି ରହିଥିଲା । ତେବେ ଏହି ବିବାଦ ମଧ୍ୟରେ ଆଜି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ସେନା ଅପରେସନ ପାଇଁ ଘୋଷଣା କରିଛନ୍ତି । ପୁଟିନଙ୍କ ଘୋଷଣା ପରେ ଋଷ ସେନା ୟୁକ୍ରେନ ଉପରେ କରିଛି ଜୋରଦାର ଆକ୍ରମଣ । ୟୁକ୍ରେନକୁ ତିନି ପଟୁ ଘେରି ସାରିଛି ଋଷ । ୟୁକ୍ରେନ ରାଜଧାନୀ କିଭ୍ ସହ ୧୦ ସହରରେ ଭୟଙ୍କର ଆକ୍ରମଣ କରିଛି ଋଷ । ତେବେ ଏହି ୧୦ ସହର ଭିତରେ ଏମିତି ଏକ ସହର ରହିଛି ଯାହାର ନାମ ଓଡ଼ିଶା ସହ ସାମଞ୍ଜ୍ୟସ ରହିଛି ।

ୟୁକ୍ରେନର ‘ଓଡ଼େଶା’

ଓଡ଼େଶା ହେଉଛି ୟୁକ୍ରେନର ତୃତୀୟ ଜନବହୁଳ ନଗର । କୃଷ୍ଣ ସାଗର କୁଳରେ ଅବସ୍ଥିତ ଓଡ଼େଶା ୟୁକ୍ରେନ ପର୍ଯ୍ୟଟନ ନଗରୀ ଭାବେ ମଧ୍ୟ ପରିଚିତ । ଓଡ଼େଶାକୁ କୃଷ୍ଣ ସାଗରର ମୋତି ବୋଲି କୁହାଯାଇଥାଏ । ଋଷର ଜାର ସାମ୍ରାଜ୍ୟ ଓ ସୋଭିଏତ ଅମଳରେ ଏହା ‘ଦକ୍ଷୀଣ ରାଜଧାନୀ’ ଭାବେ ପରିଚିତ ଥିଲା । ଜାର ମାନଙ୍କ କବଳକୁ ଆସିବାର ବହୁ ପୂର୍ବରୁ ଏଠାରେ ଲୋକ ରହୁଥିଲେ । ଅତିତରେ ସେଠାରେ ଏକ ଗ୍ରୀକ ଜନବସତି ଥିବାର ପ୍ରମାଣ ମିଳେ ।୧୫୨୯ ମସିହାରେ ଏହା ତୁର୍କ ସାମ୍ରାଜ୍ୟ ଅଧିନକୁ ଆସିଥିଲା । ୧୭୯୨ ଋଷ-ତୁର୍କୀ ଯୁଦ୍ଧ ପରେ ଏହା ପୁଣିଥରେ ଋଷ ଅଧିନକୁ ଆସିଥିଲା ।
୧୭୯୨ରେ ଓଡ଼େଶା ନଗର ପ୍ରତିଷ୍ଠା ହୋଇଥିଲା । ଋଷର ସମ୍ରାଜ୍ଞୀ କାଥେରାଇନ୍ ଦି ଗ୍ରେଟ୍ ନଗରର ନାମକରଣ ଆଦେଶ ଦେଇଥିଲେ । ତାଙ୍କ ଆଦେଶରେ ଏହାର ନାମ ଓଡ଼େଶା ହୋଇଥିଲା । ୧୮୧୯ରୁ ୧୮୫୮ ପର୍ଯ୍ୟନ୍ତ ଓଡ଼େଶା ଏକ ମୁକ୍ତ ବନ୍ଦର ନଗର ଥିଲା । ସୋଭିଏତ ସଂଘ ଅମଳରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦରରେ ପରିଣତ ହୋଇଥିଲା ।

ଫିଲ୍ମ ଓ ଉପନ୍ୟାସରେ ଓଡ଼େଶା

ସୋଭିଏତ ସଂଘ ଅମଳରେ ଓଡେଶା ଗୁରୁତ୍ୱପୂର୍ଣ୍ଣ ନଗର ଭାବେ ଉଭା ହୋଇଥିଲା । ଏହି ସମୟରେ ଓଡେଶାରେ ସୋଭିଏତ ନୌସେନାର ମୁଖ୍ୟ ଘାଟି ଥିଲା । ଏହି ସହରକୁ ନେଇ ୧୯୭୨ରେ ଫେଡ୍ରିକ୍ ଫୋରସାଇଥ୍ ଏକ ଚର୍ଚ୍ଚିତ ଉପନ୍ୟାସ ‘ ଦ ଓଡେଶା ଫାଇଲ୍’ ଲେଖିଥିଲେ । ପରେ ୧୯୭୪ ମସିହାରେ ଏହି ଉପନ୍ୟାସକୁ ନେଇ ସମାନ ନାମରେ ଫିଲ୍ମ ତିଆରି ହୋଇଥିଲା ।

ଫିଲ୍ମର କାହାଣୀ

ଉପନ୍ୟାସର ମୁଖ୍ୟ ନାୟକ ଜଣେ ଜର୍ମାନୀ ସାମ୍ବାଦିକ । ସାମ୍ବାଦିକ ଜଣକ ଦ୍ୱିତୀୟ ବିଶ୍ୱଯୁଦ୍ଧ କାଳରେ ନାଜି ଯାତନା ଶିବିରର କମାଣ୍ଡିଂ ଅଫିସର ଥିବା ଜଣେ ଜେନରାଲଙ୍କୁ ଖୋଜି ଖୋଜି ଓଡ଼େଶାରେ ପହଂଚିଛି । ଉପନ୍ୟାସରେ ଅଭିଯୋଗ କରାଯାଇଛି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ହିଟଲରର ପରାଜୟ ପୂର୍ବରୁ ଓଡ଼େଶାରେ ଗୋଟିଏ ସଂଗଠନ ପ୍ରତିଷ୍ଠା କରାଯାଇଥିଲା ଯାହାର ମୁଖ୍ୟ ଉଦ୍ଦେଷ୍ୟ ଥିଲା ନାଜି କମାଣ୍ଡରଙ୍କୁ ସୁରକ୍ଷା ପ୍ରଦାନ କରିବା ।

ଫିଲ୍ମ ପାଇଁ ଧରା ପଡିଥିଲା ଜଣେ ନାଜି ଯୁଦ୍ଧ ଅପରାଧୀ

ଦି ଓଡ଼େଶା ଫାଇଲ ଫିଲ୍ମ ପାଇଁ ଜଣେ ନାଜି ଯୁଦ୍ଧ ଅପରାଧି ଧରା ପଡିଥିଲା । ୧୯୭୪ ମସିହାରେ ଫିଲ୍ମ ରିଲିଜ୍ ହେବା ପରେ ‘ରିଗାର କଂସେଇ’ ଭାବେ ପରିଚିତ ଏ଼ଡୁଆର୍ଡ୍ ରୋସମ୍ୟାନ୍ ଆର୍ଜେଣ୍ଟିନାରେ ଗିରଫ ହୋଇଥିଲା । ତେବେ ପରେ ସେ ଫେରାର ହେବାରେ ସଫଳ ହୋଇଥିଲା । ୧୯୭୭ରେ ପାରାଗୁଆରେ ରୋସମ୍ୟାନର ମୃତ୍ୟୁ ହୋଇଥିଲା ।

ଋଷ ଉପରେ ଆକ୍ରମଣ କରିବ NATO, ୩୦ ଦେଶ ମିଶିକି କରିବେ ଆକ୍ରମଣ

ନୂଆଦିଲ୍ଲୀ: ଆରମ୍ଭ ହେଲା ମହାଯୁଦ୍ଧ । ଋଷ-ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଛି ମହାଯୁଦ୍ଧ । ଦୀର୍ଘଦିନ ଋଷ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ବିବାଦ ଆଜି ଯୁଦ୍ଧ ରୂପ ନେଇଛି । ଆଜି ସକାଳୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନ ବିରୋଧରେ ସେନା ଅପରେସନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପୁଟିନଙ୍କ ଏହି ନିର୍ଦ୍ଦେଶ ପରେ ୟୁକ୍ରେନ ମୁହାଁ ହୋଇଥିଲା ଋଷ ।  ୟୁକ୍ରେନ୍ ରାଜଧାନୀ କିଭ୍ ସହ ୧୦ଟି ସହର ଉପରେ ଭୟଙ୍କର ଆକ୍ରମଣ କରିଛି ଋଷ । ୟୁକ୍ରେନକୁ ତିନିପଟୁ ଘେରି ଆକ୍ରମଣ ଜୋରଦାର ଆକ୍ରମଣ କରୁଛି ଋଷ । ଜଳ, ସ୍ଥଳ ଓ ଆକାଶ ସମସ୍ତ ଜରିଆରେ ୟୁକ୍ରେନ ଉପରେ ଆକ୍ରମଣ କରୁଛି ଋଷ । ୟୁକ୍ରେନ ରାଜଧାନୀ କିଭରେ କ୍ରୁଜ ଓ ବାଲାଷ୍ଟିକ୍ ମିଜାଇଲରେ ଆକ୍ରମଣ କରିଛି ଋଷ । ଋଷର ଏହି ଆକ୍ରମଣ ଫଳରେ ୟୁକ୍ରେନରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ।

ୟୁକ୍ରେନରେ ଉପରେ ଋଷର ଏହି ଆକ୍ରମଣକୁ ନିନ୍ଦା କରିଛି ଆମେରିକା । ଆମେରିକା ସହ ବିଭିନ୍ନ ରାଷ୍ଟ୍ର ଋଷର ଏହି ପଦକ୍ଷେପକୁ ନିନ୍ଦା କରିଛି । ପୁଟିନ ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଘୋଷଣା କରିବା ପରେ ଋଷ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଜି ସନ୍ଧ୍ୟାରେ UNSCରେ ହେବ ଭୋଟିଂ । ପୂର୍ବରୁ ଆମେରିକା ଓ ଅଷ୍ଟ୍ରେଲିଆ ମଧ୍ୟ ଲଗାଇ ସାରିଛନ୍ତି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଋଷ ବିରୋଧରେ ଆକ୍ରମଣ କରିବ ବୋଲି NATO ଘୋଷଣା କରିଛି । NATOରେ ଥିବା ୩୦ ଦେଶ ମିଶି ଋଷ ଉପରେ ଆକ୍ରମଣ କରିବ ବୋଲି ୟୁକ୍ରେନ ଗଣମାଧ୍ୟମରୁ ସୂଚନା ମିଳିଛି । ଅନ୍ୟପକ୍ଷରେ ଋଷ- ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜରୁରୀକାଳୀନ ବୈଠକ ଡାକିଛି ବ୍ରିଟେନ । ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଅଧ୍ୟକ୍ଷତାରେ ବସିଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ।

ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ବଢ଼ିଲା ଅଶୋଧିତ ତୈଳ ଦର, ବ୍ୟାରେଲ ପିଛା ଟପିଲା ୧୦୦ ଡଲାର

ନୂଆଦିଲ୍ଲୀ: ୟୁକ୍ରେନ ବିପକ୍ଷରେ ଯୁଦ୍ଧ ପାଇଁ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ ବିପକ୍ଷରେ ଯୁଦ୍ଧ ଘୋଷଣା ପରେ ଦ୍ରୁତଗତିରେ ଋଷ ଆଡ଼କୁ ଅଗ୍ରସର ହେଉଛି ଋଷ । ଋଷର ଯୁଦ୍ଧ ଘୋଷଣା ପରେ ଏହାର ପରିଣାମ ବଜାର ଦର ଉପରେ ପଡ଼ିଛି । ଗତକାଲି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୯୫ ଡଲାର ରହିଥିଲା । କିନ୍ତୁ ଆଜି ପୁଟିନ୍ ଯୁଦ୍ଧ ଘୋଷଣା କରିବା ପରେ ଅଶୋଧିତ ତୈଳ ଦର ୧୦୦ ଡଲାର ଟପିଛି । ଯାହା ବିଗତ ୮ ବର୍ଷ ରେ ସର୍ବାଧିକ ଅଟେ । ଋଷ ହେଉଛି ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ଉତ୍ପାଦକ । କିନ୍ତୁ ଏବେ ଯୁଦ୍ଧ ଫଳରେ ଆରମ୍ଭ ହେବା ଫଳରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି ।

ସୂଚନା ଅନୁସାରେ ବିଗତ କିଛି ଦିନ ଧରି ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଥିଲା ବିବାଦ । ତେବେ ଆଜି ସକାଳୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ୟୁକ୍ରେନରେ ମିଲିଟାରୀ ଅପରେସନ ଘୋଷଣା କରିଥିଲେ । ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ୟୁକ୍ରେନ ଉପରେ ଘନଘନ ଆକ୍ରମଣ କରିଛି ଋଷ । ୟୁକ୍ରେନକୁ ତିନି ପଟୁ ଘେରିଛି ଋଷ । ୟୁକ୍ରେନ ରାଜଧାନୀ କିଭ୍ ସହ ୧୦ ସହର ଉପରେ ଆକ୍ରମଣ କରିଛି ଋଷ । ରାଜଧାନୀ କିଭ୍ ଉପରେ କ୍ରୁଜ୍ ଓ ବାଲାଷ୍ଟିକ୍ ମିଜାଇଲ ଆକ୍ରମଣ କରିଛି ଋଷ । ଋଷର ଆକ୍ରମଣରେ ୟୁକ୍ରେନରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ପୁଟିନ୍ ୟୁକ୍ରେନ ସହ ଯୁଦ୍ଧ ଘୋଷଣା କରିବା ସହ ବିଶ୍ୱକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି କୌଣସି ଦେଶ ଋଷକୁ ରୋକିବାକୁ ଚେଷ୍ଟା କରିବେ ତାହାଲେ ଭୟଙ୍କର ପରିଣାମ ଭୋଗିବେ ବୋଲି କହିଛନ୍ତି ।

ୟୁକ୍ରେନ ରାଜଧାନୀ କିଭ୍ ଉପରେ କ୍ରୁଜ୍ ଓ ବାଲାଷ୍ଟିକ୍ ମିଜାଇଲରେ ଆକ୍ରମଣ କଲା ଋଷ

ମସ୍କୋ: ଆରମ୍ଭ ହେଲା ଋଷ- ୟୁକ୍ରେନ ଯୁଦ୍ଧ । ଯୁଦ୍ଧ ଘୋଷଣା କଲେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ୟୁକ୍ରେନ ଉପରେ ମିଲିଟାରୀ ଅପରେସନ ନେଇ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ମିଲିଟାରୀ ଅପରେସନ ନେଇ ଋଷ୍‌ ନିର୍ଦ୍ଦେଶ ଦେଇଥିବା ଆନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି । ପୁଟିନଙ୍କ ଯୁଦ୍ଧ ଘୋଷଣା ପରେ ଦ୍ରୁତ ଗତିରେ ୟୁକ୍ରେନ ଆଡ଼କୁ ଅଗ୍ରସର ହେଉଛି ଋଷ ସେନା । ୟୁକ୍ରେନର ସମସ୍ତ ଏୟାରବେସ୍ ଉପରେ ଆକ୍ରମଣ କରିଛି ଋଷ । ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନର ଏୟାରବେସ ଉପରେ ଋଷ କରିପାରେ କ୍ରୁଜ୍ ମିଜାଇଲ ଆକ୍ରମଣ । ୟୁକ୍ରେନ ରାଜଧାନୀ କିଭ୍ ଉପରେ ମଧ୍ୟ ଆକ୍ରମଣ କରିଛି ଋଷ ସେନା । କିଭ୍ ଉପରେ କ୍ରୁଜ୍ ଓ ବାଲାଷ୍ଟିକ୍ ମିଜାଇଲରେ ଆକ୍ରମଣ କରିଛି ଋଷ । ସେପଟେ ୟୁକ୍ରେନର ଓଡେଶା ସହରକୁ ଘେରିଛି ଋଷର ନୌ-ସେନା । ୟୁକ୍ରେନର ଓଡେଶା ତଟ ଉପରେ ଜୋରଦାର ଆକ୍ରମଣ କରିଛି ଋଷ । ୟୁକ୍ରେନର ରାଜଧାନୀ ସହ ଚାରୋଟି ସହର ଉପରେ ଜୋରଦାର ଆକ୍ରମଣ କରିଛି ଋଷ ।

ଅନ୍ୟପକ୍ଷରେ ୟୁକ୍ରେନ ସେନାଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦେଇଛନ୍ତି ଭ୍ଲାଦିମିର ପୁଟିନ୍ । ଏହା ସହ ପୂରା ବିଶ୍ୱ ଏକ ପ୍ରକାର ଧମକ ଦେଇଛନ୍ତି ପୁଟିନ୍ । ସେ କହିଛନ୍ତି ଯଦି ଋଷକୁ ରୋକିବାକୁ କୌଣସି ଦେଶ ଚେଷ୍ଟା କରିବେ ତାହାଲେ ତା’ର ପରିଣାମ ଭୟଙ୍କର ହେବ ବୋଲି ସେ କହିଛନ୍ତି । ସେପଟେ ସେପଟେ ଋଷ୍‌- ୟୁକ୍ରେନ ବିବାଦକୁ ନେଇ ଆଜି ଜାତିସଂଘ ନିରାପତ୍ତା ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି । ୟୁକ୍ରେନରେ ଆକ୍ରମଣ ବନ୍ଦ କରିବାକୁ ଋଷକୁ ଆହ୍ୱାନ କରିଛନ୍ତି । ୟୁକ୍ରେନ ମଧ୍ୟ ରୁଷ ଆଡ଼ୁ ଥିବା ବିପଦକୁ ଦୃଷ୍ଟିରେ ରଖି ନିଜ ଦେଶରେ ୩୦ ଦିନ ପାଇଁ ଜରୁରୀ ପରିସ୍ଥିତି ଲାଗୁ କରିଛି ।

ଆରମ୍ଭ ହେଲା ଯୁଦ୍ଧ, ୟୁକ୍ରେନ ବିପକ୍ଷରେ ’ସେନା ଅପରେସନ’ ପାଇଁ ନିର୍ଦ୍ଦେଶ ଦେଲେ ପୁଟିନ୍

ନୂଆଦିଲ୍ଲୀ: ଆରମ୍ଭ ହେଲା ଯୁଦ୍ଧ । ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଆଜି ଯୁଦ୍ଧର ରୂପ ନେଇଛି । ୟୁକ୍ରେନ ବିପକ୍ଷରେ ସେନା ଅପରେସନ ପାଇଁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ସେନା ଅପରେସନ ନେଇ ଆନ୍ତର୍ଜାତୀୟ ଗଣମାଧ୍ୟମ ସୂତ୍ରରୁ ସୂଚନା । ଭ୍ଲାଦିମିର ପୁଟିନ କହିଛନ୍ତି ଯେ ଋଷ ପୂର୍ବ ୟୁକ୍ରେନରେ ସାମରିକ ଅପରେସନ କରିବ । ଏହା ସହ ପୁଟିନ୍ ଚେତାବନୀ ଦେଇଛନ୍ତି ଯେ ଋଷର କାର୍ଯ୍ୟରେ ଯେକୌଣସି ଦେଶ ହସ୍ତକ୍ଷେପ କରିବେ ତାହାଲେ ତାହାର ପରିଣାମ ଭୟଙ୍କର ହେବ । ଏହା ସହ ପୁଟିନ୍ ୟୁକ୍ରେନ ସେନାଙ୍କୁ ଆତ୍ମସମର୍ପଣ କରି ଘରକୁ ଯିବାକୁ ଆହ୍ୱାନ କରିଛନ୍ତି ।

ଶେଷ ପର୍ଯ୍ୟାୟ ମତଦାନ ଆରମ୍ଭ, ୧୦ ବର୍ଷ ପରେ ଭୋଟ୍ ଦେଉଛନ୍ତି ସ୍ୱାଭିମାନ ଅଞ୍ଚଳବାସୀ

ମାଲକାନିଗିରି: ରାଜ୍ୟରେ ଚାଲିଛି ଶେଷ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟିଂ ଚାଲିଛି । ତେବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଉଛନ୍ତି ମାଲକାନିଗିରି ସ୍ୱାଭିମାନ ଅଞ୍ଚଳବାସୀ । ୧୦ ବର୍ଷ ପରେ ଭୋଟ୍ ଦେଉଛନ୍ତି ମାଲକାନାଗିରି ସ୍ବାଭିମାନ ଅଞ୍ଚଳବାସୀ । ଗତଥର ମାଓ ହିଂସା ପାଇଁ ଏଠାରେ ଦୁଇଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ବନ୍ଦ ହୋଇଥିଲା । ନିର୍ବାଚନ ବନ୍ଦ ରହିବା ଫଳରେ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହିତ ନେଇ ମାଓ ଦମନ ଅଭିଯାନକୁ ଜୋରଦାର କରିଥିଲେ । ଏଥର ମାଓ ଗିତିବିଧି କମିବା ସହିତ ଗଣତାନ୍ତ୍ରିକ ଉତ୍ସବରେ ସାମିଲ ହୋଇପାରିଛନ୍ତି ସ୍ବାଭିମାନ ଅଞ୍ଚଳବାସୀ  । ୧୭ଟି ପଞ୍ଚାୟତରେ ୫୯ ଜଣ ସରପଞ୍ଚ ଓ ୪୧ ଜଣ ସମିତି ସଭ୍ୟ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ସ୍ୱାଭିମାନ ଅଞ୍ଚଳର ମୋଟ ୪୧ ହଜାର ୫୮୨ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି  । ସ୍ୱାଭିମାନ ଅଞ୍ଚଳର ଅନେକ ବୁଥରେ ଲଞ୍ଚରେ ଯାଇ ଭୋଟ ଗ୍ରହଣ କରୁଛନ୍ତି ପୋଲିଂ ପାର୍ଟି ।

ଆଜିଠୁ ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍, ଲକ୍ଷ୍ନୌରେ ଖେଳାଯିବ ପ୍ରଥମ ମ୍ୟାଚ୍

ଲକ୍ଷ୍ନୌ: ଆଜିଠୁ ଭାରତ-ଶ୍ରୀଲଙ୍କା ଟି-୨୦ ସିରିଜ୍ । ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ୩ ଟିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ଲକ୍ଷ୍ନୌରେ ଖେଳାଯିବ । ଲକ୍ଷ୍ନୌରେ ସନ୍ଧ୍ୟା ୭ଟାରୁ ମ୍ୟାଚ୍ ଆରମ୍ଭ ହେବ । କ୍ୟାପଟେନ୍ ରୋହିତ ଶର୍ମାଙ୍କ ନେତୃତ୍ବରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଓ୍ୱେଷ୍ଟଇଣ୍ଡିଜକୁ ଉଭୟ ଦିନିକିଆ ଓ ଟି-୨୦ ସିରିଜରେ କ୍ଲିନ୍ ସୁଇପ କରିବା ପରେ ଏବେ ଶ୍ରୀଲଙ୍କାକୁ ମାତ୍ ଦେବାକୁ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ।

ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା । ଆହତ କାରଣରୁ ଦଳରୁ ସୂର୍ଯ୍ୟକୁମାର ଯାଦବ ଓ ଦୀପକ ଚହର ବାଦ୍ ପଡ଼ିଛନ୍ତି । ସେହିପରି ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଟି-୨୦ ପରେ ବିରାଟ କୋହଲି ଓ ଋଷଭ ପନ୍ତଙ୍କୁ ବିଶ୍ରାମ ଦିଆଯାଇଛି । ତେଣୁ ଆଜି ମ୍ୟାଚରେ ଋତୁରାଜ ଗାଏକ୍ବାଡ୍, ଶ୍ରେୟସ୍ ଆୟାର୍, ସଞ୍ଜୁ ସାମସନଙ୍କୁ ଦଳରେ ସୁଯୋଗ ମିଳିପାରେ । ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ସିରିଜ୍ ସହିତ ସମସ୍ତ ମ୍ୟାଚ୍ ଜିତି ଭାରତର ମନୋବଳ ଦୃଢ ରହିଛି । ଏହା ସହିତ ଏବେ ଆଇସିସି ଟି-୨୦ ରାଙ୍କିଂରେ ଏକ ନମ୍ବର ସ୍ଥାନରେ ରହିଛି ମେନ୍ ଇନ ବ୍ଲୁ । ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍ ଜିତି ଶୀର୍ଷ ସ୍ଥାନକୁ ବଜାୟ ରଖିବାକୁ ଉଦ୍ୟମ କରିବ ରୋହିତ ବାହିନୀ  । ସେପଟେ ଭାରତକୁ ଟକ୍କର ଦେଇ ଜିତିବା ଲକ୍ଷରେ ପଡ଼ିଆକୁ ଓହ୍ଲାଇବ ଶ୍ରୀଲଙ୍କା ।

ଆଜି ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ, ୧୩୧ ଜିଲ୍ଲା ପରିଷଦ ଜୋନରେ ଭୋଟିଂ

ଭୁବନେଶ୍ୱର: ଆଜି ରାଜ୍ୟରେ ଆରମ୍ଭ ହୋଇଛି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ୨୫ ଜିଲ୍ଲାର ୪୮ ବ୍ଲକରେ ଆରମ୍ଭ ହୋଇଛି ଭୋଟିଂ । ୧୩୧ ଜିଲ୍ଲା ପରିଷଦ ଆସନରେ ନେତା ବାଛୁଛନ୍ତି ଜନତା । ୯୭୫ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଭୋଟ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

ଭୋଟ କାର୍ଡ ନଥିଲେ ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ଅନ୍ୟ ୧୩ଟି କାର୍ଡ ଦେଖାଇ ଭୋଟର ମତାଧିକାର ସାବ୍ୟସ୍ତ କରିପାରିବେ ଭୋଟର । ସେହିପରି ମହିଳା ମାନଙ୍କ ପାଇଁ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଯେଉଁ ବୁଥ୍ ସମ୍ବେଦନଶୀଳ ରହିଛି ସେଠାରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ୧ ହଜାର ୭୭୫ ସମ୍ବେଦନଶୀଳ ବୁଥ ରହିଛି । ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡ଼ାକଡ଼ି କରାଯାଇଛି । ଏହି ପର୍ଯ୍ୟାୟରେ ୩୦ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସୂଚନା ଅନୁସାରେ ରାଜ୍ୟରେ ଚାରୋଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ଶେଷ ହୋଇଥିବା ବେଳେ ଆଜି ରାଜ୍ୟରେ ଶେଷ ତଥା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି । ଆଜି ପଞ୍ଚମ ପର୍ଯ୍ୟାୟ ଭୋଟ ଶେଷ ହେବା ପରେ ଫେବ୍ରୁଆରୀ ୨୬ରୁ ୨୮ ପର୍ଯ୍ୟନ୍ତ ଭୋଟ ଗଣତି ହେବ ।