spot_img
Home Blog Page 4562

ପୁଣି ଚର୍ଚ୍ଚାରେ ଷ୍ଟାଇଲିସ୍ ଲେଡି ରୀନା ଦ୍ୱିବେଦୀ: ପୋଲିସ କର୍ମଚାରୀ ମଧ୍ୟ ନେଲେ ସେଲ୍‌ଫି

ଲକ୍ଷ୍ଣୌ: ପୁଣି ଚର୍ଚ୍ଚାରେ ଷ୍ଟାଇଲିସ ଲେଡି ରୀନା ଦ୍ୱିବେଦୀ । ଗତ ୨୦୧୯ ସାଧାରଣ ନର୍ବାଚନ ବେଳେ ନିଜ କୁଲ୍‌ ଲୁକ୍‌ ପାଇଁ ଚର୍ଚ୍ଚାକୁ ଆସିଥିବା ରୀନାଙ୍କୁ ନେଇ ଏବେ ପୁଣି ଚର୍ଚ୍ଚା । ଲକ୍ଷ୍ଣୌରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ ତାଙ୍କୁ ବଳ୍କ୍‌ ସ୍ଳିଭ୍‌ଲେସ୍ ଟପ୍‌ରେ ଦେଖିବାକୁ ମିଳିଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ । ଏଭଳି ସାଥି ପୋଲିଂ ଅଧିକାରୀ, ପୋଲିସ କର୍ମୀଙ୍କୁ ମଧ୍ୟ ତାଙ୍କ ସହ ସେଲ୍‌ଫି ନେଉଥିବା ଦେଖିବାକୁ ମିଳିଥିଲା ।

Reena Dwivedi, Polling Officer Who Went Viral In Yellow Saree in 2019, Is Back. New Photos | India.com

ନିଜ ଷ୍ଟାଇଲସ ଅନ୍ଦାଜ ପାଇଁ ଚର୍ଚାରେ ଥିବା ରୀନା ଦ୍ୱିବେଦୀ ଉତରପ୍ରଦେଶ PWD ବିଭାଗରେ କାମ କରନ୍ତି । ତାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ପରେ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫଲୋର୍ଅସଙ୍କ ସଂଖ୍ୟା ୨ଲକ୍ଷରେ ପହଞ୍ଚିଛି ।

Image

ତେବେ ନିର୍ବାଚନ ହେଉଛି ଗଣତନ୍ତ୍ରର ବଡ଼ ପର୍ବ । ଲୋକେ ନିଜ ମତାଧିକାର ସାବ୍ୟସ୍ତ କରିବା ସହ ଏହି ମହା ପର୍ବରେ ସାମିଲ ହେବାକୁ ସମସ୍ତଙ୍କୁ ଅପିଲ୍ କରିଛନ୍ତି ରୀନା ।

ଟଙ୍କା ବାଣ୍ଟୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଲେ ବିଜେପି ପ୍ରାର୍ଥୀ

ରାଉରକେଲା: ହିଂସା କରୁଛି, ଟଙ୍କା ବାଣ୍ଟୁଛି ବିଜେପି । ପଞ୍ଚାୟତ ନିର୍ବାଚନ ଜିତିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଉଥିବା ବିଜେପି ସୁନ୍ଦରଗଡ଼ରେ ଟଙ୍କା ବାଣ୍ଟୁଛି । ଆସନ୍ତକାଲି ସୁନ୍ଦରଗଡ଼ ସଦର ବ୍ଲକରେ ଭୋଟ୍ ଗ୍ରହଣ ହେବ । ଏଥିପାଇଁ ପ୍ରଚାର ସରିଥିବା ବେଳେ ବିଜେପି ପ୍ରାର୍ଥୀ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଟଙ୍କା ବାଣ୍ଟୁଛନ୍ତି । ଭୋଟ୍ ପାଇଁ ଭୋଟରଙ୍କୁ ଟଙ୍କା ବାଣ୍ଟିବା ବେଳେ ଗ୍ରାମବାସୀଙ୍କ ହାତରେ ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରବୀଣ ନାୟକ ଧରା ପଡ଼ିଛନ୍ତି ।

Villagers Detained BJP Zilla Parishad Aspirant During Money Distributing For Panchayat Vote

ଏଥିସହ ପଢ଼ନ୍ତୁ: କର୍ମୀଙ୍କ ପରେ ବିଜେପି ବିଧାୟିକାଙ୍କ ଗୁଣ୍ଡାଗିରି, ଥାନାରେ ଆଇଆଇସସିଙ୍କୁ ପକାଇଲେ ତାଲା !

ଗ୍ରାମବାସୀ ପ୍ରବୀଣଙ୍କୁ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ । କିଞ୍ଜିରମ ଅଞ୍ଚଳରେ ଟଙ୍କା ବାଣ୍ଟୁଥିଲେ ବିଜେପି ପ୍ରାର୍ଥୀ ପ୍ରବୀଣ । ଅଟକ ବିଜେପି ପ୍ରାର୍ଥୀଙ୍କ ଠାରୁ ପୋଲିସ ୪୫ ହଜାର ଟଙ୍କା ଜବତ କରିଛି । ଘଟଣାସ୍ଥଳରେ ପହଞ୍ଚି ସୁନ୍ଦରଗଡ଼ ଏସପି ସାଗରିକା ନାଥ ତଦନ୍ତ କରୁଛନ୍ତି । ପୋଲିସ ପ୍ରାର୍ଥୀଙ୍କ କାରକୁ ଜବତ କରିବା ସହ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଅଟକ ରଖି ପଚରାଉଚରା କରୁଛି ।

କର୍ମୀଙ୍କ ପରେ ବିଜେପି ବିଧାୟିକାଙ୍କ ଗୁଣ୍ଡାଗିରି, ଥାନାରେ ଆଇଆଇସସିଙ୍କୁ ପକାଇଲେ ତାଲା !

ରାଉରକେଲା: ପୁଣି ସାମ୍ନାକୁ ଆସିଲା ବିଜେପି ନେତାଙ୍କ ଦାଦାଗିରି । ଏଥର କର୍ମୀ ନୁହଁନ୍ତି ଖୋଦ୍ ଦଳର ବିଧାୟିକାଙ୍କ ଗୁଣ୍ଡାଗିରି ଦେଖିବାକୁ ମିଳିଛି । ତାହା ପୁଣି ଥାନା ଭିତରେ । ସୁନ୍ଦରଗଡ଼ ବିଜେପି ବିଧାୟିକା କୁସୁମ ଟେଟେ ଭଷ୍ମା ଥାନା ଭିତରେ ପଶି ଗିରଫ ହୋଇଥିବା ବିଜେପି କର୍ମୀଙ୍କୁ ଛାଡ଼ିବାକୁ ହଙ୍ଗାମା କରିଛନ୍ତି । ଅଭିଯୋଗ ଅନୁସାରେ ୩ଜଣ ବିଜେପି କର୍ମୀଙ୍କ ବିରୋଧରେ ଜାମିନ ବିହୀନ ପରୱାନାରେ ଗିରଫ କରିଥିଲା ଭଷ୍ମା ଥାନା ପୋଲିସ ।

Sundargarh BJP MLA Kusum Tete Bhasma Police Station Tension

ତେବେ ସେମାନଙ୍କୁ ଛଡ଼ାଇ ନେବା ପାଇଁ ସମର୍ଥକଙ୍କ ସହିତ ଥାନାକୁ ଆସି ହଙ୍ଗାମା କରିଛନ୍ତି ବିଧାୟିକା କୁସୁମ ଟେଟେ । ଆଇଆଇସିଙ୍କ କବାଟରେ ତାଲା ପକାଇବାକୁ ଉଦ୍ୟମ କରିବା ସହିତ ପୋଲିସ ସହ ଯୁକ୍ତିତର୍କ କରିଥିଲେ କୁସୁମ । ଏଥିସହ ପୋଲିସକୁ ସେ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ତେବେ ବିଜେପିର ଜଣେ ପରେ ଜଣେ ନେତାଙ୍କ ଏଭଳି ଗୁଣ୍ଡାଗିରି ଚିତ୍ର ସାମ୍ନାକୁ ଆସିବା ପରେ ଦଳର ଚରିତ୍ର ସ୍ପଷ୍ଟ ହୋଇଛି ।

ନୟାଗଡ଼ରେ ପ୍ରାକ୍ ନିର୍ବାଚନୀ ହିଂସା, ବୋମାମାଡ଼ରେ ଉଡ଼ିଗଲା ଯୁବକଙ୍କ ମୁଣ୍ଡ

ନୟାଗଡ଼: ନୟାଗଡ଼ରେ ପ୍ରାକ୍ ନିର୍ବାଚନୀ ହିଂସା । ଭୋଟ୍ ପୂର୍ବରୁ ଗଡ଼ିଲା ମୁଣ୍ଡ । ଖଣ୍ଡପଡ଼ା ଥାନା ବଡ଼ବୋଦସା ଗାଁ ଦାଣ୍ଡରେ ବୋମାମାଡ଼ ହୋଇଛି । ଗାଁ ଦାଣ୍ଡରେ ବାଇକ୍ ନେଇ ଯାଉଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବୋମା ବିସ୍ଫୋରଣରେ ମୃତ ଯୁବକଙ୍କ ମୁଣ୍ଡ କେଉଁ ଆଡ଼େ ଉଡ଼ି ଯାଇଥିବା ବେଳେ ରକ୍ତ ଜୁଡ଼ୁବୁଡ଼ୁ ଶରୀର ପଡ଼ି ରହିଛି । ସେହି ଗାଁର ଜଣେ ଯୁବକ ବୋମାମାଡ଼ କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ପ୍ରଶାନ୍ତଙ୍କ ମୃତ୍ୟୁ ହୋଇଛି ।

Panchayat Elections Bomb Hurled In Nayagarh One Dead

ଆସନ୍ତାକାଲି ଗୁରୁବାର ଖଣ୍ଡପଡ଼ାରେ ନିର୍ବାଚନ ହେବାକୁ ଥିବା ବେଳେ ବୋମାମାଡ଼ରେ ଯୁବକଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ଖଣ୍ଡପଡ଼ା ଥାନା ପୋଲିସ, ଏସଡିପିଓ ଓ ନୟାଗଡ଼ ଏସପି ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି । ବୋମାମାଡ଼ କରିଥିବା ଯୁବକ ଜଣଙ୍କ ସେହି ଗାଁର ନରେଶ ମାଝୀ ଓରଫ କାମେନା ବୋଲି କହିଛନ୍ତି ଗ୍ରାମବାସୀ । ସେ ଜଣେ କୁଖ୍ୟାତ ଅପରାଧୀ ହୋଇଥିବା ବେଳେ ତା’ନାଁରେ ପୂର୍ବରୁ ଥାନାରେ ମାମଲା ରହିଛି । ଗାଁରେ ଉତ୍ତେଜନା ଲାଗି ରହିଛି । ଲୋକେ ଭଙ୍ଗାରୁଜା କରିଛନ୍ତି ।

ଗୁପଚୁପ୍ ଖାଉଥିବା ବେଳେ ଠେଲା ଉପରେ ଚଢ଼ିଗଲା ଟ୍ରକ୍

କେନ୍ଦୁଝର: ମୃତ୍ୟୁ ଆସିଲା, ଆଖି ପିଛୁଳାକେ ଜୀବନ ଛଡ଼ାଇ ନେଲା । ଯେଉଁ ଜୀବିକାକୁ ଆଶ୍ରା କରି ସେ ଚଳୁଥିଲା, ସେଇ ଜୀବିକା ନିର୍ବାହ ବେଳେ ଜୀବନ ଚାଲିଗଲା । ଏମିତି ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା କାଳିମାଟି ଛକରେ । ସନ୍ଧ୍ୟା ସମୟରେ ଜଣେ ନାବାଳକ ରାସ୍ତାକଡ଼ରେ ଗୁପଚୁପ୍ ବିକୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ନାବାଳକଙ୍କ ମୃତ୍ଯୁ ହୋଇଛି ।

 Two Minor Died In Keonjhar Gupchup Stall

ମହାପର୍ବତ ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରୁ କଞ୍ଚାମାଲ ବୋଝେଇ କରି ଏକ ଟ୍ରକ୍ ଦ୍ରୁତ ଗତିରେ ନୟାଗଡ଼ ସାଇଡିଂକୁ ଯାଉଥିବା ବେଳେ କାଳିମାଟି ନିକଟରେ ଏକ ଗୁପଚୁପ୍ ଠେଲା ଉପରେ ଚଢ଼ି ଯାଇଥିଲା । ଘଟଣାସ୍ଥଳରେ ଗୁପଚୁପ ବିକାଳି ୧୩ ବର୍ଷର ଲକ୍ଷ୍ମଣ କୁମାର ଭଗତଙ୍କ ସହ ଗୁପଚୁପ୍ ଖାଉଥିବା ଜଣେ ବଡ଼ କାଳିମାଟିର ଚନ୍ଦ୍ର ମୁଣ୍ଡାଙ୍କ ପୁଅ ୧୪ ବର୍ଷର କିସମତ ମୁଣ୍ଡାଙ୍କ ମୃତ୍ୟୁ ହୋଇଛି ।

 Two Minor Died In Keonjhar Gupchup Stall

୨ ନାବାଳକଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବାମେବାରୀ ପୋଲିସ ପହଞ୍ଚି ବୁଝାସୁଝା କରୁଥିଲେ ମଧ୍ୟ ଲୋକ ରାସ୍ତାରୁ ହଟି ନାହାନ୍ତି । ଯେ ପର୍ଯ୍ୟନ୍ତ ଖଣି କର୍ତ୍ତୃପକ୍ଷ ନ ଆସିବେ ସେ ପର୍ଯ୍ୟନ୍ତ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ୍ ଧରିଛନ୍ତି ଗ୍ରାମବାସୀ ।

ରାତି ୧୦ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ, ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ

ଭୁବନେଶ୍ୱର: କରୋନା ପାଇଁ ଜାଗରରେ ଏଥର ନିରାଶ ହେବେ ନାହିଁ ଶ୍ରଦ୍ଧାଳୁ । ମହାଶିବରାତ୍ରୀରେ ଭକ୍ତଙ୍କୁ ମିଳିବ ଦର୍ଶନ ସୁଯୋଗ । ରାତି ୧୦ଟାରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ । ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ଦିନ ୩ଟାରୁ ସାଢ଼େ ୩ଟା ଯାଏ ଅବକାଶ ନୀତି ଅନୁଷ୍ଠିତ ହେ ।

Maha Deepa Lingaraj Temple Time Devotees Can Enter Temple

ଅପରାହ୍ଣ ୩ ଟା୩୦ ଠାରୁ ୫ ଟା ଯାଏ ସେବାୟତ ପରିବାର ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବେ । ସନ୍ଧ୍ୟା ୫ଟାରୁ ସର୍ବସାଧାରଣ ଦର୍ଶନ ପାଇଁ ଅନୁମତି ମିଳିବ । ମନ୍ଦିର ଗର୍ଭଗୃହକୁ କେହି ଯାଇପାରିବେନି କିମ୍ବା ଭୋଗ ନେଇ ପାରିବେନି । ମନ୍ଦିର ହୁଣ୍ଡି ପର୍ଯ୍ୟନ୍ତ ଯାଇ ଦର୍ଶନ କରିପାରିବେ ଭକ୍ତ । ଗତବର୍ଷ ଭଳି କୋଭିଡ୍ କଟକଣା ସହ ଦର୍ଶନ ଅନୁମତି ମିଳିବ । ସମସ୍ତ ନିଯୋଗ ପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Maha Deepa Lingaraj Temple Time Devotees Can Enter Temple

ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରି ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସର୍କିଟ ହାଉସ ସମ୍ମିଳନୀରେ ବୈଠକ ବସିଥିଲା । ଏଥିରେ ସବୁ ବିଭାଗର ଅଧିକାରୀ ସାମିଲ୍ ହୋଇଥିଲେ । ବୈଠକରେ ଟ୍ରାଫିକ୍ ସୁପରିଚାଳନା, ଠିକ୍ ସମୟରେ ମହାଦୀପ ଉଠିବା, ପାଣି ଓ ବିଦ୍ୟୁତ୍ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ଆଦି ବିଷୟ ଉପରେ ବ୍ୟାପକ ଆଲୋଚନା ହୋଇଥିଲା ।

ଗୁରୁବାର ୨୫ ଜିଲ୍ଲାର ୧୩୧ ଜିଲ୍ଲା ପରିଷଦ ଆସନ ଲାଗି ଭୋଟ୍ ଗ୍ରହଣ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଗୁରୁବାର ଶେଷ ପର୍ଯ୍ୟାୟ ଭୋଟ୍‌ । ୨୫ଜିଲ୍ଲାର ୪୮ ବ୍ଲକରେ ୧୩୧ ଜିଲ୍ଲା ପରିଷଦ ଆସନ ପାଇଁ ହେବ ମତଦାନ । ୯୭୫ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ମତଦାନ ପାଇଁ ପୋଲିଂ ପାର୍ଟି ନିଜ ନିଜ ବୁଥରେ ପହଞ୍ଚିଛନ୍ତି । ୧୭୭୫ଟି ସମ୍ବେଦନଶୀଳ ବୁଥ୍ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ପଞ୍ଚମ ପର୍ଯ୍ୟାୟରେ ୪୧ ଲକ୍ଷ ୮୮ ହଜାର ଭୋଟର ମତଦାନ କରିବେ । ୧୦ ବର୍ଷ ପରେ କାଲି ଭୋଟ୍‌ ଦେବେ ମାଲକାନାଗିରି ସ୍ୱାଭିମାନ ଅଞ୍ଚଳବାସୀ ।

Panchayat Elections Voting To Held In 131 Zilla Parishad Seat In 25 Districts

ଆସନ୍ତାକାଲି ପଞ୍ଚମ ତଥା ଶେଷ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୨୫ ଜିଲ୍ଲାର ୪୮ ବ୍ଲକରେ ୧୩୧ ଜିଲ୍ଲା ପରିଷଦ ଆସନ ପାଇଁ ନିର୍ବାଚନ ହେବ । ୫୨୦ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ୯୭୫ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ସକାଳ ୭ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଭୋଟିଂ ହେବ । ୧୭୭୫ଟି ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ପ୍ରାୟ ୩୦ ହଜାରରୁ ଅଧିକ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

ଝାରୁସୁଗୁଡ଼ା, ବୌଦ୍ଧ, ସୋନପୁର, ଅନୁଗୁଳ ଓ ଢେଙ୍କାନାଳରେ ସରିଛି ପଞ୍ଚାୟତ ନିର୍ବାଚନ । ୫ଜିଲ୍ଲାରେ ନିୟୋଜିତ ପୋଲିସ ଫୋର୍ସକୁ ଅନ୍ୟ ଜିଲ୍ଲାରେ ନିର୍ବାଚନ ବେଳେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯିବ । ଚତୁର୍ଥ ପର୍ଯ୍ୟାୟରେ ୭୯ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ସୋନପୁରରେ ସର୍ବାଧିକ ୮୬.୫୧ ପ୍ରତିଶତ ଏବଂ ଗଞ୍ଜାମରେ ସର୍ବନିମ୍ନ ୬୫.୨ ପ୍ରତିଶତ ଭୋଟିଂ ହୋଇଛି । ସେପଟେ ୧୦ ବର୍ଷ ପରେ କାଲି ଭୋଟ୍‌ ଦେବେ ମାଲକାନାଗିରି ସ୍ୱାଭିମାନ ଅଞ୍ଚଳବାସୀ । ଗତଥର ମାଓ ହିଂସା ପାଇଁ ଏଠାରେ ୨ଟି ଜିଲ୍ଲା ପରିଷଦ ଆସନରେ ନିର୍ବାଚନ ବନ୍ଦ ହୋଇଥିଲା । ସ୍ବାଭିମାନ ଅଞ୍ଚଳର ୧୧ଟି ବୁଥ୍‌ରେ ନିର୍ବାଚନ ପାଇଁ ଲଞ୍ଚରେ ଯାଇଛନ୍ତି ୧୧ଟି ପୋଲିଂ ଦଳର ୬୦ଜଣ କର୍ମଚାରୀ ।

Panchayat Elections Voting To Held In 131 Zilla Parishad Seat In 25 Districts

ରାଜ୍ୟର ମୋଟ ୮୫୧ ଜିଲ୍ଲା ପରିଷଦ ଆସନ ପାଇଁ ଦଳୀୟ ଚିହ୍ନରେ ନିର୍ବାଚନ ହେଉଥିବାରୁ ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି । ଫେବ୍ରୁଆରୀ ୨୬ରୁ ୨୮ ତାରିଖ ଯାଏ ବ୍ଲକ ମୁଖ୍ୟାଳୟରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

ରାଜଧାନୀରେ ଧର୍ମାନୁଷ୍ଠାନ ପ୍ରବେଶ ପାଇଁ ଲୋଡ଼ା ନାହିଁ କୋଭିଡ୍ ଟିକା ପ୍ରମାଣପତ୍ର

ଭୁବନେଶ୍ୱର: ରାଜଧାନୀର ଧର୍ମାନୁଷ୍ଠାନରେ ପ୍ରବେଶ ପାଇଁ ହଟିଲା କଟକଣା । ଆଉ ଦରକାର ନାହିଁ କୋଭିଡ୍ ସାର୍ଟିଫିକେଟ । ବର୍ତ୍ତମାନ କୋଭିଡ୍ ଓ ଟିକାକରଣର ସ୍ଥିତିକୁ ଦେଖି ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଏଣିକି ବିଏମସି ଅଧିନରେ ଥିବା କୈାଣସି ବି ଧାର୍ମିକ ଅନୁଷ୍ଠାନକୁ ପରିଦର୍ଶନ ବା ଦର୍ଶନ ପାଇଁ ଟିକାକରଣ ପ୍ରମାଣପତ୍ର କିମ୍ବା ପରିଚୟପତ୍ରର ଆବଶ୍ୟକତା ନାହିଁ ।

Image

କିନ୍ତୁ ମନ୍ଦିର କିମ୍ବ ଧର୍ମାନୁଷ୍ଠାନ କର୍ତ୍ତୃପକ୍ଷ ସେମାନଙ୍କ ପରିସରରେ ସାମାଜିକ ଦୂରତା, ମାସ୍କ ପିନ୍ଧିବା ଏବଂ ହାତ ବିଶୋଧନ ଭଳି ସମସ୍ତ କୋଭିଡ୍ ନିୟମ ପାଳନ କରିବେ । ଏନେଇ ବିଏମସି ନିର୍ଦ୍ଦେଶନାମା ଜାରି କରିଛି । ଗତ ୧୨ ତାରିଖରୁ ୧୫ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଧର୍ମାନୁଷ୍ଠାନରେ ପ୍ରବେଶ ନେଇ ଅନୁମତି ଦେଇଥିଲେ ବିଏମସି ।

ଘୁଙ୍ଗୁଡି ମାରିବା ଗମ୍ଭୀର ରୋଗର ଲକ୍ଷଣ

ଭୁବନେଶ୍ୱର: କିଛି ଲୋକ ଶାନ୍ତିରେ ଶୁଅନ୍ତି । ଆଉ କିଛି ଲୋକ ଶୋଇବା ବେଳେ ଏମିତି ଘୁଙ୍ଗୁଡ଼ି ମାରନ୍ତି ଯେ ପାଖଆଖରେ ଶୋଇଥିବା ଲୋକଙ୍କୁ ନିଦ ହୁଏ ନାହିଁ । ଯଦି ଆଖି ଲାଗିଯାଏ ତେବେ ଘୁଙ୍ଗୁଡ଼ି ଶବ୍ଦରେ ନିଦ ହୁଏ ନାହିଁ । ଆଉ ଏ ଘୁଙ୍ଗୁଡ଼ି ମାରିବା ଆଜିକା ଦିନରେ ଏକ ବଡ଼ ସମସ୍ୟା ପାଲଟି ଗଲାଣି । ଏଭଳି ସମସ୍ୟାରୁ ମୁକ୍ତି ପାଇବା ଲାଗି ଲୋକେ ବଜାରରେ ମିଳୁଥିବା ସାମଗ୍ରୀକୁ ନାକରେ ଲଗାଇ ଶୋଉଛନ୍ତି ।

କିନ୍ତୁ କିଛି ଲୋକ ଘୁଙ୍ଗୁ଼ଡ଼ି ମାରିବାକୁ ଗୁରୁତର ସହ ନେଉ ନାହାନ୍ତି । କିନ୍ତୁ ଘୁଙ୍ଗୁଡ଼ି ମାରିବା ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ । ଯଦି ଆପଣଙ୍କ ଘୁଙ୍ଗୁଡ଼ି ମାରିବା ଅଭ୍ୟାସ ଅଛି ତ ଧ୍ୟାନ ଦିଅନ୍ତୁ ।

Snoring Could Be Signs Of Serious Health Issues

ଘୁଙ୍ଗୁଡ଼ି ମାରିବାର କାରଣ ଆଷ୍ଟ୍ରକ୍ଟିଭ୍ ଏପନିୟା (ଓଏସଏ) ହୋଇପାରେ । ଯେଉଁଥିରେ କିଛିଦିନ ତଳେ ପ୍ରସିଦ୍ଧ ସଙ୍ଗୀତଜ୍ଞ ଲାହିଡିଙ୍କ ମୃତ୍ୟୁ ହୋଇଥିଲା । ବିଶେଷଜ୍ଞଙ୍କ ଅନୁସାରେ, କୌଣସି ପ୍ରକାର ଘୁଙ୍ଗୁଡ଼ି ଆସୁଥିଲେ ଘୁଙ୍ଗୁଡ଼଼ି ସହ ନିଦ ଉପରେ ଧ୍ୟାନ ଦେବା ଦରକାର । ଫଳରେ ପ୍ରକୃତ ସ୍ଥିତି ଜଣାପଡ଼ିବ ।

ତେବେ ଡାକ୍ତରଙ୍କ ଅନୁସାରେ, ଅଧିକ ଓଜନ ଥିବା ଲୋକଙ୍କ କ୍ଷେତ୍ରରେ ଓଏସଏ ଏକ ସାମାନ୍ୟ ରୋଗ ହୋଇପାରେ । ଯାହାକି ନିଦ ସମୟରେ ଉପର ଶ୍ୱାସନଳୀ ବନ୍ଦ ହୋଇଯିବା ଯୋଗୁ ହୋଇଥାଏ । ଏହାଦ୍ୱାରା ଶ୍ୱାସକ୍ରିୟା ସ୍ୱଳ୍ପ ସମୟ ପାଇଁ ବନ୍ଦ ହୋଇଯାଏ । ଏଥିରେ ପ୍ରଭାବିତ ଲୋକଙ୍କ ଘୁଙ୍ଗୁଡ଼ି ଆସିଥାଏ । ଆଉ ଏମାନେ ଦିନ ବେଳା ଚିଡ଼ଚିଡ଼ା ସ୍ୱଭାବର ହୋଇଯାଆନ୍ତି । କାମ ଉପରେ ଧ୍ଯାନ ଦେଇ ନଥାନ୍ତି ।

Snoring Could Be Signs Of Serious Health Issues

ପ୍ରତିଦିନ ଘୁଙ୍ଗୁଡ଼ି ମାରିବା ଓ ଭଲ ନିଦ ନହେବା ଯୋଗୁ ରକ୍ତରେ ଅମ୍ଲଜାନ ମାତ୍ର କମି ଯାଏ । ଦୀର୍ଘ ସମୟ ଧରି ଶ୍ୱାସକ୍ରିୟା ବାଧାପ୍ରାପ୍ତ ହେବା, ହୃଦୟ ସମ୍ପର୍କିତ ରୋଗ, ହୃଦଘାତ ଭଳି ଗମ୍ଭୀର ସମସ୍ୟା ହୋଇପାରେ । ଏପରିକି ସ୍ମରଣ ଶକ୍ତି ହରାଇବା, ସକାଳେ ମୁଣ୍ଡ ବିନ୍ଧା ହେବା, ଡିପ୍ରେସନ୍ (ମାନସିକ ଅବସାଦ) ସ୍ଥିତି ଉପୁଜେ । ଯାହାକି ଓଏସଏ ପାଇଁ ହୋଇଥାଏ ।

ଘୁଙ୍ଗୁଡ଼ି ଆସେ କାହିଁକି ?

ସାଇନସ, ଅଧିକ ଓଜନ, ଥକ୍କାପଣ, ଧୂମ୍ରପାନ, ଡିପ୍ରେସନ୍, ଗର୍ଭାବସ୍ଥା, ମଦ ପିଇବା, ଥଣ୍ଡା କିମ୍ବା ଆଲର୍ଜି, ପିଠିକୁ ତଳ କରି ଶୋଇବା ଯୋଗୁଁ ଘୁଙ୍ଗୁ଼ଡ଼ି ଆସିଥାଏ ।

ଭୋଟର ତାଲିକାରୁ କେମିତି କଟିଲା ନାଁ ? ବିଡିଓ ତୁମେ ଜବାବ ଦିଅ…

ଦିଗପହଣ୍ଡି: ଭୋଟର ତାଲିକାରେ ନାଁ ନଥିବାରୁ ବିଡିଓଙ୍କୁ ଆକ୍ରମଣ କରିବା ସହିତ ଅଟକ ରଖିଛନ୍ତି ଗ୍ରାମବାସୀ । ଗଞ୍ଜାମ ଜିଲ୍ଲା ପାତ୍ରପୁର ବିଡିଓଙ୍କୁ ରାସ୍ତା ଉପରୁ ଉଠାଇ ନେଇ ଅଟକ ରଖିଛନ୍ତି ଧାଡ଼ିଆମ୍ବ ଗ୍ରାମବାସୀ । ଭୋଟର ତାଲିକାରେ ନାଁ ନଥିବାରୁ ଭୋଟ୍ ଦାନରୁ ବଞ୍ଚିତ ହୋଇଥିଲେ ତୁମ୍ବା ପଞ୍ଚାୟତର ଧାଡ଼ିଆମ୍ବ ଗ୍ରାମବାସୀ । ଆଜି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟ ସମୀକ୍ଷା କରି ଫେରିବା ବେଳେ ଗ୍ରାମବାସୀ ବିଡିଓଙ୍କୁ ରାସ୍ତାରୁ ଉଠାଇ ନେଇଛନ୍ତି ।

Patrapur BDO Detained By Villagers After 25 Family Name Missing In Voter List

ଖବର ପାଇ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ବ୍ରହ୍ମପୁର ଉପଜିଲ୍ଲାପାଳ, ପାତ୍ରପୁର ତହସିଲଦାର ଓ ପୋଲିସ ଘଟଣାସ୍ଥଳକୁ ଯାଇଛନ୍ତି । ଗତ ୨୦ ତାରିଖରେ ତୁମ୍ବା ପଞ୍ଚାୟତରେ ଭୋଟିଂ ହୋଇଥିଲା । ୩ ନମ୍ବର ବୁଥରେ ୨୫ରୁ ଅଧିକ ପରିବାରର ନାଁ ଭୋଟର ତାଲିକାରୁ କଟିଯାଇଥିବାରୁ ପୁନଃ ଭୋଟ ଗ୍ରହଣ ପାଇଁ ଦାବି କରିଥିଲେ ଗ୍ରାମବାସୀ ।

Patrapur BDO Detained By Villagers After 25 Family Name Missing In Voter List

ସେହିଦିନ ହିଁ ବାଲାଟ୍ ବାକ୍ସ ସହିତ ପ୍ରିଜାଇଡିଂ ଓ ପୋଲିଂ ଅଫିସର ଏବଂ ତହସିଲଦାରଙ୍କୁ ଗ୍ରାମବାସୀ ୪ ଘଣ୍ଟା କାଳ ଅଟକ ରଖିଥିଲେ । ବୁଝାସୁଝା ପରେ ସମସ୍ତଙ୍କୁ ଗ୍ରାମବାସୀ ଛାଡ଼ି ଦେଇଥିଲେ । ଆଜି ପୁଣି ବିଡିଓଙ୍କୁ ଅଟକ ରଖିଥିବା ଜଣାପଡ଼ିଛି ।