spot_img
Home Blog Page 4568

ଖେଳ ଦେଖିଲେ, କ୍ରୀଡା ଭିତ୍ତିଭୂମି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଳିଙ୍ଗ ଷ୍ଟାଡିୟମ କମ୍ପଲେକ୍‌ସ ଗସ୍ତ କରି ସେଠାରେ ୩୦୦ କୋଟି ଟଙ୍କାର ବିଭିନ୍ନ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପ ବିଶେଷତଃ ନିର୍ମାଣଧୀନ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ ହେଉଛି ଦେଶର ସର୍ବ ପ୍ରଥମ ଇନ୍‌ଡୋର ଆଥଲେଟିକ୍‌ ଷ୍ଟାଡିଅମ । ମୁଖ୍ୟମନ୍ତ୍ରୀ ଏହାର ଅଗ୍ରଗତିରେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ‌ଆଥଲେଟ ମାନଙ୍କ ପାଇଁ ଏହି ଇନ୍‌ଡୋର ସୁବିଧା ଦେଶରେ ଆଥଲେଟିକ୍‌ ଖେଳର ବିକାଶକୁ ଜୋରଦାର କରିବ ଏବଂ ଏହି ଷ୍ଟାଡିୟମ ଆଗାମୀ ଦିନରେ ଆଥଲେଟିକ ଚମ୍ପିଆନ ସୃଷ୍ଟି କରିବାରେ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ ।

ଏହି ଷ୍ଟାଡିଅମଟି ୧୨୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ କରାଯାଉଛି ଏବଂ ଚଳିତ ୨୦୨୨ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି । ଏଥିରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଆଥଲେଟିକ କ୍ରୀଡା ଅନୁଷ୍ଠିତ ହେବ ଏବଂ ଖେଳାଳୀମାନେ ସାରା ବର୍ଷ ତମାମ ଖେଳ ଅଭ୍ୟାସ ଜାରି ରଖିପାରିବେ । ଶହେ ଜଣ ଖେଳାଳୀଙ୍କୁ କୋଚିଂ ଦେବା ପାଇଁ ଏଥିରେ ଆବାସିକ ସୁବିଧା ମଧ୍ୟ ରହିଛି। ଏହାପରେ ମୁଖ୍ୟମନ୍ତ୍ରୀ ନିର୍ମଣାଧୀନ ଟେନିସ ସେଣ୍ଟର ପ୍ରକଳ୍ପ ମଧ୍ୟ ପ୍ରଦର୍ଶନ କରିଥିଲେ। ଏହି ଟେନିସ୍‌ ସେଣ୍ଟର ଆଇଟିଏଫ ଟୁର୍ଣ୍ଣାମେଣ୍ଟ ଓ ଡେଭିସ କପ ଭଳି ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ଅନୁଷ୍ଠିତ ହେବାର ସୁବିଧା ଉପଲବ୍ଧ ହେବ ।

ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡା ଭିତ୍ତିଭୂମି ଉନ୍ନୟନ ପ୍ରକଳ୍ପ ଅଧୀନରେ ଏହିସବୁ କ୍ରୀଡା ପ୍ରକଳ୍ପ ନିର୍ମାଣ କରାଯାଉଛି। ଏହାଦ୍ୱାରା ରାଜ୍ୟର କ୍ରୀଡା କ୍ଷେତ୍ରରେ ରୂପାନ୍ତର ଆସିପାରିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ କଳିଙ୍ଗ ଷ୍ଟାଡିଅମ୍‌ କମ୍ପେଲେକ୍‌ସରେ ଇନ୍‌ଡୋର ଆଥଲେଟିକ ଷ୍ଟାଡିଅମ ଓ ଟେନିସ ସେଣ୍ଟର ସହିତ ଇନ୍‌ଡୋର ଆକ୍ବାଟିକ୍‌ସ ଷ୍ଟାଡିଅମ, Hockey HPC Building, ଓ ଷ୍ଟାଫ ମାନଙ୍କ ପାଇଁ ଆବାସିକ ବ୍ୟବସ୍ଥା ଆଦି ୩୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ନିର୍ମାଣ ଚାଲିଛି । ଏହାପରେ ମୁଖ୍ୟମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମର ମୁଖ୍ୟ ଫୁଟବଲ୍‌ ପଡିଆରେ ଅନୁଷ୍ଠିତ ହେଉଥିବା ଓଡିଶା ମହିଳା ଫୁଟବଲ ଲିଗ୍‌ର ମ୍ୟାଚ ଦେଖିଥିଲେ ଏବଂ ଖେଳାଳୀ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ।

ପରେ ମୁଖ୍ୟମନ୍ତ୍ରୀ ଭାରତୀୟ ଜାତୀୟ ହକୀ ଦଳର ଉଭୟ ପୁରୁଷ ଓ ମହିଳା ଖେଳାଳୀ ମାନଙ୍କୁ ଭେଟି ସେମାନଙ୍କର ରହଣୀ ଓ ଖେଳ ଅଭ୍ୟାସ ସଂପର୍କରେ ପଚାରି ବୁଝିଥିଲେ। ହକୀ କ୍ରୀଡାକୁ ମୁଖ୍ୟମନ୍ତ୍ରୀ ଯେଉଁ ସହଯୋଗ ଯୋଗାଇ ଦେଇଛନ୍ତି, ସେଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଗାମୀ ପ୍ରୋ-ଲିଗ୍‌ ମ୍ୟାଚ ପାଇଁ ଶୁଭେଚ୍ଛା ଜଣାଇଥିଲେ ଏବଂ ଆଗାମୀ ଏସିଆନ ଓ କମନୱେଲ୍‌ଥ ଗେମ୍‌ସରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ଆଣିବା ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଶ୍ରୀ ଭି.କେ. ପାଣ୍ଡିଆନ ଓ କ୍ରୀଡା ସଚିବ ଶ୍ରୀ ଭିନିଲ କ୍ରୀଷ୍ଣା ଉପସ୍ଥିତ ଥିଲେ ।

କିଶୋର ନେବେ କୋର୍ବେଭାକ୍ସ, ଅନୁମତି ଦେଲେ DCGI

ନୂଆଦିଲ୍ଲୀ: ୧୨ରୁ ୧୮ ବର୍ଷ ପିଲା ନେବେ ଟିକା   । ଏବି ବୟସର ପଲାଙ୍କୁ ଦିଆଯିବ କୋର୍ବେଭାକ୍ସ ଟିକା  । କୋର୍ବେଭାକ୍ସକୁ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି DCGI  ।  ବାୟୋଲୋଜିକାଲ ଇ ଦ୍ୱାରା ପ୍ରସ୍ତୁତ ଏହି ଟିକାକୁ କିଶୋରଙ୍କୁ ଦେବା ଲାଗି ଅନୁମତି ପ୍ରଦାନ କରାଯାଇଛି  । କୋଭିଡ ଟିକା କୋର୍ବେଭାକ୍ସକୁ ବିଶେଷଜ୍ଞ ପ୍ୟାନେଲର ଗ୍ରୀନ ସିଗନାଲ ମିଳିଛି । ଭାରତର ଔଷଧ ମହାନିୟନ୍ତ୍ରକ ବା ଡିସିଜିଆଇ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ଦେଇଛନ୍ତି  ।

୧୮ରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି କୋଭିCorbevax ଡ ବିରୋଧରେ ଟିକା ନେଇସାରିଥିବାବେଳେ 12ରୁ 18 ବର୍ଷ ବୟସ୍କ କିଶୋରଙ୍କୁ ଟିକା ପ୍ରଦାନ କରାଯାଇନଥିଲା  । ବର୍ତ୍ତମାନ କୋର୍ବେଭାକ୍ସକୁ ଗ୍ରୀନ ସିଗନାଲ ମିଳିବା ପରେ ପିଲାଙ୍କୁ ଟିକା ଦିଆଯିବା ଏକ ପ୍ରକାର ସ୍ପଷ୍ଟ ହୋଇଛି  ।  ହାଇଦ୍ରାବାଦସ୍ଥିତ ବାୟୋଲୋଜିକାଲ-E ପକ୍ଷରୁ ପ୍ରସ୍ତୁତ ଏହି ଟିକା କୋଭିଡ ବିରୋଧରେ ସଫଳ ଲଢେଇ କରିପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ବିଶେଷଜ୍ଞ ଟିମ୍  ।

ଶ୍ରୀମନ୍ଦିର ପରେ ଲିଙ୍ଗରାଜ ମନ୍ଦିରରେ ସମୀକ୍ଷା କରୁଛନ୍ତି ଭି.ବିଦ୍ୟାବତୀ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପରିସରରେ ASI DG ଭି.ବିଦ୍ୟାବତୀ । ବିଭିନ୍ନ ପ୍ରୋଜେକ୍ଟର ଅନୁଧ୍ୟାନ କରିବା ସହ ମନ୍ଦିରର କଳାକୀର୍ତ୍ତିକୁ କିପରି ସୁରକ୍ଷିତ ରଖାଯିବ ସେନେଇ ଆଲୋଚନା କରିଛନ୍ତି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରୁଛନ୍ତି ଏଏସଆଇ ଡିଜି । ପ୍ରଥମେ ପୁରୀ ଯାଇ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମୀକ୍ଷା କରିଥିଲେ ଭି.ବିଦ୍ୟାବତୀ ।

ସେପଟେ ପରିକ୍ରମା ମାର୍ଗ ପ୍ରକଳ୍ପ ମାଷ୍ଟରପ୍ଲାନର ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ଏଏସଆଇ ଡିଜିଙ୍କ ସହିତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ASI ଓଡିଶା ମୁଖ୍ୟ ଅରୁଣ ମଲ୍ଲିକ ସମେତ ଓବିସିସିର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଓଡ଼ିଶାରେ ଏଏସଆଇ ଦ୍ବାରା ବିଭିନ୍ନ କାର୍ଯ୍ୟ ଜାରି ରହିଥିବା ବେଳେ, ଏହାର ତଦାରଖ ପାଇଁ ଓଡ଼ିଶା ଆସିଛନ୍ତି ଏସଏସଆଇ ଡିଜି ।

ଶସ୍ତା ହେଲା ସୁନା, ରୂପା ଦର ୪୮୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ: ଡଲାର ତୁଳନାରେ ଶକ୍ତ ହେଉଛି ଟଙ୍କା । ଗତ ୫ ଦିନ ହେଲା ଡଲାର ତୁଳନାରେ ଟଙ୍କାର ମୂଲ୍ୟ ବୃଦ୍ଧି ପାଇ ଆଜି ଡଲାର ପିଛା ଟଙ୍କାର ମୂଲ୍ୟ ୭୪.୫୫ ରହିଛି । ଅନ୍ୟପଟେ ଦେଶରେ ଆଜି ସୁନା ଦାମ ଖସିଛି । ସୁନା ଦର ୨୧୨ ଟଙ୍କା ଖସି ୧୦ ଗ୍ରାମ ପିଛା ୪୯ ହଜାର ୮୨୭ ଟଙ୍କା ରହିଛି । ଗତ ସପ୍ତାହରେ ସୁନା କାରବାର ୧୦ ଗ୍ରାମ ପ୍ରତି ୫୦ ହଜାର ୩୯ ଟଙ୍କାରେ ବନ୍ଦ ହୋଇଥିଲା ।

ସୁନା ସହ ଆଜି ରୂପା ମୂଲ୍ୟ କମିଛି । ଦିଲ୍ଲୀର ସରାଫା ବଜାରରେ ରୂପା ମୂଲ୍ୟ ୪୮୦ ଟଙ୍କା ଖସି କେଜି ପିଛା ୬୩ ହଜାର ୩୨୯ ଟଙ୍କା ରହିଛି । ଗତ ସପ୍ତାହରେ ରୂପା କାରବାର କେଜି ପିଛା ୬୩ ହଜାର ୮୦୯ ଟଙ୍କାରେ ବନ୍ଦ ହୋଇଥିଲା ।

Gold And Silver Rates Decreased In India

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ଖସିଛି । ଆସ୍ ପ୍ରତି ୧ ହଜାର ୮୯୩ ଡଲାର ରହିଛି ସୁନା ମୂଲ୍ୟ । ସେହିଭଳି ରୂପା ମୂଲ୍ୟ ସାମାନ୍ୟ ହ୍ରାସ୍ ପାଇ ଆସ୍ ପ୍ରତି ୨୩.୭୮ ଡଲାରରେ କାରବାର ହେଉଛି । ଡଲାର ତୁଳନାରେ ଟଙ୍କା ମଜଭୁତ୍ ସ୍ଥିତିକୁ ଆସିଥିବାରୁ ଦେଶରେ ସୁନା ଦର ଖସିଥିବା କହିଛନ୍ତି ବିଶେଷଜ୍ଞ ।

ନବୀନଙ୍କ ନୂଆ ଲୁକ୍, ଟ୍ରାକ୍ ପ୍ୟାଣ୍ଟ-ଜର୍ସିରେ ଷ୍ଟାଡିୟମରେ ଏଣ୍ଟ୍ରି

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ନବୀନ ଜଲୱା  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ପୋର୍ଟି ଲୁକ  । ଟ୍ରାକ ପ୍ୟାଣ୍ଟ ଏବଂ ଟି-ସାର୍ଟ ପରିଧାନ କରି ପ୍ରବେଶ  କରିଥିଲେ ନବୀନ ପଟ୍ଟନାୟକ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା ଓମେନ୍ ଫୁଟବଲ ଲିଗ ଦେଖିଛନ୍ତି । ଷ୍ଟାଡିୟମରେ ବସି ଫୁଟବଲ ଖେଳକୁ ଅନୁଭବ କରିଛନ୍ତି  । ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡ଼ିଶା ଜର୍ସି ପରିଧାନ କରି ପ୍ରବେଶ କରିଥିଲେ  । ମୁଖ୍ୟମନ୍ତ୍ରୀଙ୍କ ସହ 5-ଟି ସଚିବ ଭି.କେ ପାଣ୍ଡିଆନ୍ ମଧ୍ୟ କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ । ନବୀନଙ୍କ ଏଭଳି ଗସ୍ତ ଖେଳାଳିଙ୍କୁ ଉତ୍ସାହିତ କରିଛି । ତେବେ ଷ୍ଟାଡିୟମରେ ଚାଲିଥିବା ନିର୍ମାଣଧୀନ ପ୍ରକଳ୍ପର ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜ୍ୟକୁ କ୍ରୀଡ଼ା ହବ୍ କରିବା ନିମନ୍ତେ ଓଡିଶା ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି  । ବିଶ୍ୱକପ ଜୁନିୟର ହକି ହେଉ କିମ୍ବା ସିନିୟର ହକି  । ସେହିପରି ଫୁଟବଲ ଖେଳ ହେଉ କିମ୍ବା ଦୌଡ଼ ପ୍ରତିଯୋଗିତା  । ରାଜ୍ୟରେ ସମସ୍ତ ପ୍ରକାର ଖେଳର ଆୟୋଜନ କରି ନବୀନ ଓଡିଶାକୁ ବିଶ୍ୱରେ ପ୍ରତିପାଦିତ କରିଛନ୍ତି  । ସେହିପରି ସମସ୍ତ ଖେଳାଳୀକୁ ସବୁ ସମୟରେ ଖେଳାଳୀଙ୍କୁ ଉତ୍ସାହିତ  କରିବାକୁ ଭୁଲି ନାହାଁନ୍ତି  । ପ୍ରତିଟି ମ୍ୟାଚରେ ଖୋଦ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥିତ ରହି ଖେଳାଳୀଙ୍କ ମନବୋଳକୁ ସୁଦୃଢ କରିଛନ୍ତି, ଉତ୍ସାହିତ ଏବଂ ପ୍ରୋତ୍ସାହିତ କରିଛନ୍ତି  ।

ଗୋଟିଏ ଛାତ ତଳେ ୪ ହଜାରରୁ ଅଧିକ ଫ୍ୟାଶନ ଲାଇଫ୍ ଷ୍ଟାଇଲ୍ ସାମଗ୍ରୀ

ଭୁବନେଶ୍ୱର: ରାଜଧାନୀରେ ‘ଲାଟ୍ ଲିଭ୍’ର ପ୍ରଥମ ଏକ୍ସକ୍ଲୁସିଭ୍ ଷ୍ଟୋର୍ ଉଦଘାଟିତ ହୋଇଯାଇଛି । କଳ୍ପନା ଉତ୍କଳ କନିକା ଗ୍ୟାଲେରିଆ ମଲ୍ ପରିସରରେ ଶୁଭାରମ୍ଭ ହୋଇଥିବା ଏହି ଷ୍ଟୋରରେ ୪ ହଜାରରୁ ଅଧିକ ଫ୍ୟାଶନ୍ ଲାଇଫ୍ ଷ୍ଟାଇଲ ସାମଗ୍ରୀ ଉପଲବ୍ଧ ରହିଛି । ଯେଉଁଥିରେ ଫ୍ୟାଶନ୍‌, ବିୟୁଟି, ଷ୍ଟେସନାରୀ, ଡିଜିଟାଲ୍‌, କିଚେନ୍‌, ଗିଫ୍ଟ, ପିଲାଙ୍କ ଆନୁଷଙ୍ଗିକ ସହ ଘର ଉପକରଣ ସାମଗ୍ରୀ ରହିଛି । ସବୁଠୁ ବଡ଼ କଥା ହେଲା ୨ ଶହରୁ ଊର୍ଦ୍ଧ୍ୱ କ୍ଲାସିକ୍ ସାମଗ୍ରୀ ଏଠାରେ ମିଳିପାରିବ ।

‘ଲାଟ୍ ଲିଭ’ର ଏହି ଷ୍ଟୋରକୁ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇ ଉଦଘାଟନ କରି ଷ୍ଟୋରରେ ଥିବା ସାମଗ୍ରୀ ଗୁଡ଼ିକର ପ୍ରଶଂସା କରିଥିଲେ । ରାଜଧାନୀ ବାସିନ୍ଦାଙ୍କ ଚାହିଦାକୁ ଏହି ଷ୍ଟୋର ପୂରଣ କରିପାରିବ ବୋଲି ସେ କହିଥିଲେ । ଏହି ଅବସରରେ ଷ୍ଟୋରର ନିର୍ଦ୍ଦେଶକ ସିଲ୍ଲା ରାମାରାଓ ଓ ନିର୍ଦ୍ଦେଶିକା ସିଲ୍ଲା ସରୋଜା କହିଛନ୍ତି ସାରା ଭାରତରେ ‘ଲାଟ୍ ଲିଭ୍‌’ର ୩୦ରୁ ଅଧିକ ଶାଖା ଥିବା ବେଳେ ଭୁବନେଶ୍ୱରରେ ପ୍ରଥମ କରି ଖୋଲା ଯାଇଛି ।

ଏହି ଷ୍ଟୋରରେ ସମସ୍ତ ପ୍ରକାର ସାମଗ୍ରୀ ସୁଲଭ ମୂଲ୍ୟରେ ଗ୍ରାହକ ପାଇ ପାରିବେ । ଷ୍ଟୋର୍‌ରେ ଗ୍ରାହକମାନଙ୍କୁ କିଣିବା ସମୟରେ ଏକ ସ୍ୱତନ୍ତ୍ର ଅନୁଭୂତି ମିଳିବ । ଆଗାମୀ ଦିନରେ ସାରା ଓଡ଼ିଶାରେ ଏହାର ଶାଖା ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବ୍ରାଣ୍ଡ ରିପ୍ରେଜେଣ୍ଟେଟିଭ୍ ଛାୟା ଠାକେରଙ୍କ ସହ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ଦୋଷ କରି ଅଠା ବୋଳୁଛି ବିଜେପି, ହାରିବା ଭୟରେ ରକ୍ତମୁଖା ନେତା

ଭୁବନେଶ୍ୱର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଅଞ୍ଚଳରେ ସାମ୍ବାଦିକମାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ତୀବ୍ର ନିନ୍ଦା ପ୍ରକଟ କରିଛି ବିଜେଡି । ଦଳର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି,  ଗଣମାଧ୍ୟମରୁ ଆମେ ଜାଣିବାକୁ ପାଇଲୁ ଯେ ଏହି ଆକ୍ରମଣକାରୀମାନଙ୍କ ବିରୋଧରେ ପୁଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଅଭିଯୁକ୍ତମାନଙ୍କୁ ଆଇନ ଅନୁଯାୟୀ କଠୋରରୁ କଠୋର ଦଣ୍ଡ ମିଳିବ ବୋଲି  । ସେ କହିଛନ୍ତି ଯେ ତିନୋଟି ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ଜାଣି ସାରିଲାଣି ଯେ ସେମାନେ ଅତ୍ୟନ୍ତ ଶୋଚନୀୟ ଭାବେ ପରାସ୍ତ ହେବାକୁ ଯାଉଛନ୍ତି । ଫଳରେ ବିଜେପିକୁ ଏବେ ହାରିବା ଭୟ ଘାରିଛି । ଆଉ ଏହି ଲଜ୍ଜାରୁ ମୁକୁଳିବା ପାଇଁ ସେମାନେ ବିଭିନ୍ନ ବାହାନା କରଛୁନ୍ତି । ପ୍ରତିଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଜେ ହିଂସା ଘଟାଇ ପାଲଟା ଅଭିଯୋଗ ଆଣୁଥିବା କହିଛନ୍ତି ଲେନିନ ମହାନ୍ତି ।

କିଛି ଦିନ ତଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସରକାରୀ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ କରି ହାତ ଭାଙ୍ଗି ଦେଇଥିଲେ । ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ନିଜ ଦଳର ଜଣେ ଯୁବ ନେତ୍ରୀଙ୍କୁ ଲଜ୍ଜାଜନକ ଭାବେ ଅଶାଳୀନ ବ୍ୟବହାର କରିଥିଲେ । ଏକଥା ବି ସମସ୍ତେ ଜାଣନ୍ତି ଯେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିଲେ ଏବଂ ଏବେ ସେ ଜାମିନରେ ଅଛନ୍ତି । ଚଳିତ ନିର୍ବାଚନରେ ଓଡ଼ିଶା ବିଜେପି ହତାଶ ହୋଇ ପିପିଲିଠୁ ନେଇ ଗଜପତି ଓ ଜଗତସିଂହପୁର
ପର୍ଯ୍ୟନ୍ତ, ସାରା ରାଜ୍ୟରେ ବ୍ୟାପକ ହିଂସା ଘଟାଇ ଚାଲିଛି । ରକ୍ତମୁଖା ବିଜେପି କର୍ମୀ ସାଧାରଣ ଜନତାଙ୍କଠୁ ନେଇ ପୁଲିସ, ସରକାରୀ କର୍ମଚାରୀ କାହାକୁ ଛାଡ଼ୁ ନାହାନ୍ତି ।

ସେହିପରି ଗତକାଲି କୁଜଙ୍ଗରେ ବରିଷ୍ଠ ନେତା ଦାମୋଦର ରାଉତଙ୍କ ଗାଡ଼ି ଉପରକୁ ବି ଆକ୍ରମଣ କରିଛନ୍ତି । ଆମେ ଆଶା କରୁଛୁ ସେମାନେ ଏଭଳି ହିଂସାରୁ କ୍ଷାନ୍ତ ହେବେ ଏବଂ ଆଇନର ଶାସନକୁ ସମ୍ମାନ ଦେବେ । ଓଡ଼ିଶା ବିଜେପି ଅତ୍ୟନ୍ତ ବିପଦଜନକ ଭାବେ କିଭଳି ବିହାର ଓ ୟୁପି ମଡ଼େଲର ନିର୍ବାଚନୀ ହିଂସାକୁ ଆମଦାନୀ କରିବାକୁ ଚେଷ୍ଟା
କରୁଛି ତାହା ସମସ୍ତେ ଦେଖୁଛନ୍ତି । ମାତ୍ର ସେମାନେ ଭୁଲିଯିବା ଉଚିତ ନୁହେଁ ଯେ ଶାନ୍ତିପ୍ରିୟ ଓଡ଼ିଶାବାସୀ ଏକ ଶାନ୍ତିପୂର୍ଣ୍ଣ ବାତାବରଣରେ ରହିବାକୁ ଭଲ ପାଆନ୍ତି । ବିଗତ ନିର୍ବାଚନମାନଙ୍କରେ ଏଭଳି ହିଂସା ଘଟାଇଥିବା  ବିଜେପିକୁ ଓଡ଼ିଶାବାସୀ ପ୍ରତ୍ୟାଖାନ କରିଥିଲେ । ଚଳିତ ନିର୍ବାଚନରେ ମଧ୍ୟ ବିଜେପି ଯେମିତି ରକ୍ତମୁଖା ହୋଇଛି, ତାହାକୁ ଓଡ଼ିଶାବାସୀ କେବେ ବି ବରଦାସ୍ତ କରିବେ ନାହିଁ ।  ପୁଣି ଥରେ ରାଜ୍ୟବାସୀ ବିଜେପିକୁ  ପରାଜୟର ରାସ୍ତା ଦେଖାଇବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

ନିଜ ନିଜ ସ୍ତ୍ରୀଙ୍କୁ ଏକାଥରକେ କାହିଁକି ୩ ଭାଇ ଦେଲେ ଛାଡ଼ପତ୍ର ?

ନୂଆଦିଲ୍ଲୀ: ଆଧୁନିକ ସମାଜରେ ଯୌଥ ପରିବାର ବଦଳରେ ଅନେକ ଛୋଟ ପରିବାରରେ ରହିବାକୁ ପସନ୍ଦ କରୁଛନ୍ତି । ସୀମିତ ରୋଜଗାର ହେଉ ଅବା ଯୌଥ ପରିବାରରେ ବ୍ୟୟୋଜେଷ୍ଠ୍ୟଙ୍କ ଆଦବକାଏଦା । ଏସବୁ କାରଣରୁ ଏବେ ଅଧିକାଂଶ ବଡ଼ ପରିବାର ବଦଳରେ ଏକାକୀ ରହିବାକୁ ପସନ୍ଦ କରୁଛନ୍ତି । ଅନେକ କ୍ଷେତ୍ରରେ ବାପା, ମାଆଙ୍କୁ ଅଲଗା କରି ସ୍ତ୍ରୀ ସହ ରହୁଛି ପୁଅ । ଥରେ ଭାବିଲେ ପିଲାଟି ଦିନରୁ ଆପଣଙ୍କୁ କଷ୍ଟ କରି ବଡ଼ କରିଥିବା ବାପାମାଆ ବୃଦ୍ଧାବସ୍ଥାରେ କେମିତି ନିଃସଙ୍ଗ ଜୀବନ ବିତାଇବେ ? ଏସବୁ ପ୍ରଶ୍ନର ଉତ୍ତର ଜାଣିବା ଅଲଜେରିଆରର ଏହି ଖବରରୁ…

ଘରେ ତିନି ପୁଅ, ତିନି ବୋହୂ । ଭାବୁଥିବେ ବୃଦ୍ଧ ବାପାମାଆଙ୍କ ଜୀବନ ବେଶ୍ ଆରାମରେ କଟୁଥିବ । କିନ୍ତୁ ନା… ବଡ଼ ପରିବାର ଥାଇ ବି ଅବହେଳିତ ବୃଦ୍ଧା ମାଆ । ଯେଉଁଥିପାଇଁ ତିନି ଭାଇ ଏକାଥରକେ ନିଜ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଛନ୍ତି । ଗୋଟିଏ ମିନିଟ୍ ଭିତରେ ବୁଝି ବିଚାରି ଏଭଳି ସ୍ତ୍ରୀଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି ତିନିଭାଇ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି ।

ଏଥିସହ ପଢ଼ନ୍ତୁ: ବଞ୍ଚିବ ମରଶରୀର ! ବଡ଼ ବଡ଼ ଟାଙ୍କିରେ ବର୍ଷ ବର୍ଷ ଧରି ରଖାଯାଇଛି ମୃତଦେହ

ସୂଚନା ଅନୁସାରେ, ବୁଢ଼ି ମାଆର ଦେଖାଶୁଣା କରୁ ନଥିଲେ ତିନି ବୋହୂ । ଯାହା ଫଳରେ ତିନି ଭାଇ ଏଭଳି ନିଷ୍ପତ୍ତି ନେଇ ନିଜ ସ୍ତ୍ରୀଙ୍କୁ ଶିକ୍ଷା ଦେବା ସହ ସମାଜକୁ ବାର୍ତ୍ତା ଦେଇଛନ୍ତି । ଗୋଟିଏ ଦିନ ତିନି ଭାଇ କାମରୁ ଫେରିବା ବେଳେ ଦେଖନ୍ତି ବୁଢି ମାଆକୁ ପଡ଼ୋଶୀ ଗାଧୋଇ ଦେଉଛନ୍ତି । ଘରେ ତିନି ବୋହୂ ଥିଲେ ସୁଦ୍ଧା ପାଖରେ କେହି ନାହାନ୍ତି । ଏଥିରେ ବ୍ୟଥିତ ହୋଇ ତିନିଭାଇ ସଙ୍ଗେ ସଙ୍ଗେ ନିଜ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଦେଇଥିଲେ ।

ତିନି ଭାଇଙ୍କ ସ୍ତ୍ରୀମାନେ ବୁଢି ମାଆର ସେବା ତ ଦୂରର କଥା, ଖାଇବା ପିଇବା କଥା ବୁଝି ନଥିଲେ । ସପ୍ତାହରେ ଦୁଇଥର ଝିଅ ଆସି ମାଆକୁ ଗାଧୋଇ ଦେବା ସହ ଖାଇବା ଦେଇ ଯାଉଥିଲା । ହେଲେ ଝିଅର ସ୍ୱାମୀ କ୍ୟାନସରରେ ପଡ଼ିବା ପରେ ସେ ଆସି ପାରି ନଥିଲା । ଝିଅ ନ ଆସିବାରୁ ବୁଢ଼ି ମାଆର ସମସ୍ୟା ଆହୁରି ବଢ଼ି ଯାଇଥିଲା । ତିନି ପୁଅଙ୍କ କହିବା ସତ୍ତ୍ୱେ ସେମାନଙ୍କ ସ୍ତ୍ରୀ ବୁଢ଼ି ମାଆର ସେବା କରି ନଥିଲେ । ଯାହାର ଫଳ ଏବେ ତିନି ବୋହୂଙ୍କୁ ଭୋଗିବାକୁ ପଡ଼ିଛି ।

ଆଶିଷ ମିଶ୍ରାଙ୍କୁ ଜାମିନ୍ ବିରୋଧରେ ସୁପ୍ରିମକୋର୍ଟ ଗଲେ ମୃତ ଚାଷୀଙ୍କ ପରିବାର

ନୂଆଦିଲ୍ଲୀ: ୟୁପି ଲଖିମପୁର ଖିରିରେ ଗାଡ଼ି ଚଢ଼ାଇ ଚାଷୀଙ୍କୁ ହତ୍ୟା ମାମଲା । ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଜାମିନ୍ ବିରୋଧରେ ସୁପ୍ରିମକୋର୍ଟରେ ଆଉ ଏକ ଆବେଦନ ହୋଇଛି । ଲଖିମପୁର ଖିରି ମାମଲାରେ ୮ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତ କୃଷକଙ୍କ ପରିବାର ପକ୍ଷରୁ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ ଆଶିଷ ମିଶ୍ରାଙ୍କ ଜାମିନ୍ ବିରୋଧରେ ଆବେଦନ କରିଛନ୍ତି ପ୍ରଶାନ୍ତ ଭୂଷଣ ।

ସେ କହିଛନ୍ତି, ଜାମିନ୍ ଦେବା ବେଳେ ହାଇକୋର୍ଟ ଅପରାଧକୁ ଗମ୍ଭୀରତାର ସହ ଧ୍ୟାନ ଦେଇ ନାହାନ୍ତି । ଏହା ବିରୋଧରେ ରାଜ୍ୟ ସରକାର, ସୁପ୍ରିମକୋର୍ଟରେ ଅପିଲ୍ କରିବା କଥା । କିନ୍ତୁ ରାଜ୍ୟ ସରକାର ସେଭଳି କରି ନାହାନ୍ତି । ଏହା ପୂର୍ବରୁ ଓକିଲ ଶିବ କୁମାର ତ୍ରିପାଠୀ ଓ ସିଏସ୍ ପଣ୍ଡା ଫେବ୍ରୁଆରୀ ୧୭ରେ ଜାମିନକୁ ବିରୋଧ କରି ଆବେଦନ କରିଥିଲେ । ଆଶିଷ ମିଶ୍ରାଙ୍କୁ ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ବେଞ୍ଚ ଫେବ୍ରୁଆରୀ ୧୦ରେ ଜାମିନ୍ ଦେଇଥିଲା ।

 Farmers Challenged Bail To Ashish Mishra On Lakhimpur Kheri Case In Supreme Court

୨୦୨୧ ଅକ୍ଟୋବର ୩ରେ କେନ୍ଦ୍ରର ତିନି କୃଷି ଆଇନକୁ ବିରୋଧ କରି କୃଷକ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଗାଡ଼ି ଚଢ଼ାଇ ଦେଇଥିଲେ । ଏଥିରେ କେତେକ କୃଷକଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ସ୍ଥାନୀୟ ସାମ୍ବାଦିକ ରମନ କଶ୍ୟପଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଉତ୍ତ୍ୟକ୍ତ କୃଷକ ବିଜେପି କର୍ମୀଙ୍କୁ ମାଡ଼ ମାରିଥିଲେ, ଯେଉଁଥିରେ କିଛି ଜଣଙ୍କ ମୃତ୍ୟୁ ହୋଇଥିଲା ।

ଏନେଇ ଓକିଲ ଶିବ କୁମାର ତ୍ରିପାଠୀ ପ୍ରଧାନ ବିଚାରପତି ଏନଭି ରମଣାଙ୍କୁ ଘଟଣା ସମ୍ପର୍କରେ ଚିଠି ଲେଖିଥିଲେ । ଏହାକୁ ଗମ୍ଭୀରତାର ସହ ନେଇ ସୁପ୍ରିମକୋର୍ଟ ଶୁଣାଣି କରିବା ସହ ନଭେମ୍ବର ୧୭ରେ ଆଦେଶ ଦେଇଥିଲେ । ସୁପ୍ରିମକୋର୍ଟ ଏସଆଇଟି ଗଠନ କରିଥିଲେ ।

୩୧ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

0

ନୂଆଦିଲ୍ଲୀ: ୩୧ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ । ସେଠାକାର ଜଳରାଶିରେ ମାଛ ମାରୁଥିବା ଅଭିଯୋଗରେ ପାକିସ୍ତାନୀ ସାମୁଦ୍ରିକ କର୍ତ୍ତୃପକ୍ଷ ସେମାନଙ୍କୁ ଗିରଫ କରିଛି । ଏହା ସହିତ ୫ଟି ମାଛଧରା ଡଙ୍ଗା ମଧ୍ୟ ଜବତ କରିଥିବା ସେମାନଙ୍କ ପକ୍ଷରୁ କୁହାଯାଇଛି । ଶୁକ୍ରବାର ‘ପାକିସ୍ତାନ ଏକ୍ସକ୍ଲୁଜିଭ୍ ଇକୋନୋମିକ ଜୋନ୍’ ପାଟ୍ରୋଲିଂ କରିବା ବେଳେ ଅନୁପ୍ରବେଶକାରୀ ମାଛଧରା ଡଙ୍ଗାଗୁଡ଼ିକୁ ଅଟକା ଯାଇଥିଲା ।

ସମୁଦ୍ରର କେତେକ ସ୍ଥାନରେ ଠିକ୍‌ ରୂପେ ସୀମାନ୍ତ ନିର୍ଦ୍ଧାରଣ କରାଯାଇ ନ ଥିବାରୁ ସାମୁଦ୍ରିକ ସୀମା ଉଲ୍ଲଂଘନ ଅଭିଯୋଗରେ ପାକିସ୍ତାନ ଓ ଭାରତ ନିୟମିତ ଭାବେ ଅପରପକ୍ଷର ମତ୍ସ୍ୟଜୀବୀଙ୍କୁ ଗିରଫ କରୁଛନ୍ତି। ଅନ୍ୟର ଜଳରାଶିରୁ ମାଛ ମାରିବା ଅଭିଯୋଗରେ ଗିରଫ ହେଉଥିବା ପାକିସ୍ତାନ ଓ ଭାରତର ମତ୍ସ୍ୟଜୀବୀମାନଙ୍କୁ କରା ଦଣ୍ଡାଦେଶ ହେଉଛି।

ଚଳିତ ବର୍ଷ ପ୍ରାରମ୍ଭରେ ଭାରତ ଓ ପାକିସ୍ତାନ କରିଥିବା କଏଦୀମାନଙ୍କ ତାଲିକା ବିନିମୟରୁ ଜଣାପଡ଼ିଛି ଯେ, ୫୧ଜଣ ସାଧାରଣ ନାଗରିକଙ୍କ ଓ ୫୭୭ଜଣ ମତ୍ସ୍ୟଜୀବୀଙ୍କ ସମେତ ଅନ୍ୟୂନ ୬୨୮ଜଣ ଭାରତୀୟ ପାକିସ୍ତାନ ଜେଲରେ କଏଦ ଅଛନ୍ତି । ଭାରତ ଦେଇଥିବା ତାଲିକା ଅନୁସାରେ, ୨୮୨ଜଣ ସାଧାରଣ ନାଗରିକ ଏବଂ ୭୩ଜଣ ମତ୍ସ୍ୟଜୀବୀଙ୍କ ସମେତ ୩୫୫ଜଣ ପାକିସ୍ତାନୀ ଭାରତର ଜେଲ୍‌ରେ କଏଦ ଅଛନ୍ତି।