spot_img
Home Blog Page 4570

ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ: ୧୧ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ

ଯାଜପୁର: ବିଞ୍ଝାରପୁର ବ୍ଲକ୍‌ ବାଚ୍ଛଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହା ସହିତ ୧୧ ଜଣଙ୍କୁ କୋର୍ଟ ଚାଲାଣ  କରିଛି ପୋଲିିସ । ଏମାନଙ୍କ ମଧ୍ୟରେ ୬ ଜଣ ମହିଳା ଥିବା ଜଣାପଡିଛି ।

ଏନେଇ ସୂଚନା ଦେଇଛନ୍ତି ଯାଜପୁର ଏସପି ରାହୁଲ ପି.ଆର । ଖୁବ୍‌ଶୀଘ୍ର ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ । ବିଞ୍ଝାରପୁର ଥାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ଗତକାଲି ବାଚ୍ଛଳ ପଞ୍ଚାୟତର 4 ଓ 2 ନମ୍ବର ବୁଥରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଭୋଟ୍‌ ବାକ୍ସ ଛଡ଼ାଇ ନେବା ବେଳେ କିଛି ସାମ୍ବାଦିକ ଚିତ୍ର ଉତ୍ତୋଳନ କରୁଥିବାରୁ ଦୁର୍ବୃତ୍ତମାନେ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ ।

ସାମ୍ବାଦିକମାନଙ୍କୁ ବାନ୍ଧି ମାଡ଼ ମାରିବା ସହିତ ଗାଡ଼ିକୁ ଟେକା ପଥର ଫିଙ୍ଗିଥିଲେ ଅଭିଯୁକ୍ତ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲା । ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆହତ ସାମ୍ବାଦିକମାନଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି । ଏହି ଆକ୍ରମଣ ଘଟଣାକୁ ସବୁଠି ନିନ୍ଦା କରାଯାଉଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜି ଓ ଯାଜପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ନିର୍ବାଚନ କମିଶନ ।

ବ୍ୟବସାୟୀଙ୍କ ଘରେ ପଶିଥିଲେ ଡକାୟତ: ପୋଲିସ ପହଞ୍ଚିବାରୁ ଗୁଳି ଚଳାଇଲେ

କୋଲକାତା: ବ୍ୟବସାୟୀଙ୍କ ଘରୁ ଡକାୟତି ଉଦ୍ୟମ । ସୁନ୍ଦର ଭାଲୋଟିଆ ନାମ ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି ଉଦ୍ୟମ । ଆସନ ସୋଲ ଜିଲ୍ଲା ସ୍ଥିତ ରାଣୀ ଗଞ୍ଜ ଥାନା ଅନ୍ତର୍ଗତ ରାମ ବାଗାନ ଅଞ୍ଚଳରେ ଡକାୟତି ଉଦ୍ୟମ । ଡକାୟତମାନେ ବ୍ୟବସାୟୀଙ୍କ ଘରେ ପଶିଥିବା ବେଳେ ପରିବାର ଲୋକେ ଶୋଇନଥିଲେ । ଡକାୟତମାନେ ପରିବାର ଲୋକଙ୍କ ଉପରେ ବନ୍ଧୁକ ଦେଖାଇ ଧମକାଇ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ । କିନ୍ତୁ ପରିବାରର ଜଣେ ସଦସ୍ୟ କୌଶଳ କ୍ରମେ ପଡ଼ୋଶୀଙ୍କ ନିକଟକୁ ଫୋନ୍ ଯୋଗେ ସୂଚିିତ କରିଥିଲେ । ଖବର ପାଇଁ ପଡ଼ୋଶୀ ଲୋକେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ଡକାୟତଙ୍କ ଗୁଳିରେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଡକାୟତ ଗ୍ୟାଙ୍ଗକୁ ଆତ୍ମସମର୍ପଣ କରିବାକୁ କହିଥିଲା । କିନ୍ତୁ ସେମାନେ ପୋଲିସ କଥାକୁ ମଧ୍ୟ ଖାତିର କରିନଥିଲେ ଏବଂ ପୋଲିସ ଉପରକୁ ଗୁଳି ଚାଳାଇଥିଲେ । ଯାହା ଫଳରେ ୨ଟି ପୋଲିସ ଗୁରୁତର ଭାବେ ଆହତ ହୋଇଛନ୍ତି । ଦୀର୍ଘ ସମୟ ଧରି ଗୁଳି ଚାଳନା ପରେ ପୋଲିସ ବର୍ତ୍ତମାନ ବ୍ୟବସାୟୀ ଘରେ ପଶି ଡକାୟତ ଗ୍ୟାଙ୍ଗର ୩ଜଣକୁ ଗିରଫ କରିଛି । ଏବେ ମଧ୍ୟ ଡକାୟତ ଗ୍ୟାଙ୍ଗ ସଦସ୍ୟ ଫେରାର ଅଛି ବୋଲି ପୋଲିସ ସନ୍ଦେହ କରୁଛି ।

ଏଥିସହିତ ପଢ଼ନ୍ତୁ: ଆଜିଠୁ ପାଗ ବଦଳିବ: ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଖସିବ ତାପମାତ୍ରା

ବଦଳୁନି ମାନସିକତା: ଯୌତୁକ ଯୋଗୁଁ ୪ବର୍ଷରେ ଗଲାଣି ୧୫୦ଜଣଙ୍କ ଜୀବନ

ଭୁବନେଶ୍ୱର: ସଚେତନତା ପରେ ବି ବଦଳୁନି ଲୋକଙ୍କ ମାନସିକତା । ଯୌତୁକ ଜନିତ ଘୃଣ୍ୟପ୍ରଥାର ବଶବର୍ତ୍ତୀ ହୋଇ ରାଜ୍ୟରେ ୪ ବର୍ଷରେ ଗଲାଣି ୧୫୦ ଜୀବନ । କରୋନାରେ ବେକାରୀ ସମସ୍ୟା ଓ ଘରୋଇ କଳି ବୃଦ୍ଧି ଘଟୁଥିବା ବେଳେ ସମାଜର ମାନସିକତା ଏଥିପାଇଁ ମୁଖ୍ୟତଃ ଦାୟୀ ବୋଲି କହିଛନ୍ତି ବିଶେଷଜ୍ଞ ।

ସାମାଜିକ ବ୍ୟାଧିରେ ପରିଣତ ହେଲାଣି ଯୌତୁକ ପ୍ରଥା । ୪ ବର୍ଷରେ ଗଲାଣି ୧୫୦ ମହିଳାଙ୍କ ଜୀବନ ।  ଟଙ୍କା ଲୋଭ ଆଗରେ ହାର ମାନିଛି ସଚେତନତା । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ବିହାରରେ ମୃତ୍ୟୁ ସଂଖ୍ୟା ଅଧିକ । ପୁଅ ପାଇଁ ସୁନ୍ଦର ଝିଅ ଦରକାର । ତା’ ସହ ଦାଣ୍ଡ ସୁନ୍ଦର ପାଇଁ ଲକ୍ଷାଧିକ ଟଙ୍କା, ସୁନାଗହଣା, ନଣନ୍ଦ ପୁଟୁଳି ଓ ଭାର ।  ଶାଗୁଆନ ଖଟ, ସୋଫା, ଡାଇନିଂ ନହେଲେ କଥା ସରିଲା । ଯୌତୁକ ଭଳି କଳୁଷିତ ପ୍ରଥାରେ କବଳିତ ସଭ୍ୟ ସମାଜ । ରାଜ୍ୟ ମହିଳା କମିଶନରୁ ମିଳିଥିବା ତଥ୍ୟ ଅନୁଯାୟୀ ବିଗତ ୪ ବର୍ଷରେ ରାଜ୍ୟରେ ୧୫୦ ଯୌତୁକ ଜନିତ ହତ୍ୟା ଘଟିଛି ।  ୨୦୧୮ ରେ ୪୯ ଜଣ, ୨୦୧୯ ରେ ୪୭ , ୨୦୨୦ ରେ ୩୧ ଓ ୨୦୨୧ ରେ ୨୩ ଜଣଙ୍କ ମୃତ୍ୟୁ ଘଟିଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ କମିଶନ ପକ୍ଷରୁ ଆଇନ ସମ୍ବନ୍ଧିତ କାଉନସେଲିଂ କରାଯାଉଥିବା କୁହାଯାଇଛି।

ଉତ୍ତରପ୍ରଦେଶରେ ଯୌତୁକ ଜନିତ ମୃତ୍ୟୁ ସର୍ବାଧିକ ହୋଇଥିବା ବେଳେ ପଛକୁ ରହିଛି ବିହାର ଓ ମଧ୍ୟପ୍ରଦେଶ । ଓଡ଼ିଶାରେ ଗତ ୪ ବର୍ଷରେ ୨୨ ଶହ ୨୬ ଟି କେସ୍ ରୁଜୁ ହୋଇଥିବା ବେଳେ ମିଥ୍ୟା ବିବାହ ପ୍ରତିଶ୍ରୁତିରେ ଦୈହିକ ସମ୍ପର୍କ ରଖିଥିବା ୩୯୫ ଟି ଅଭିଯୋଗ ସାମ୍ନାକୁ ଆସିଛି । ଦୁଇ ପରିବାରର ବୁଝାମଣାରେ ଯୌତୁକକୁ ଉପହାର ଭାବେ ଗ୍ରହଣ କରାଯାଉଛି ।  ଏଣୁ ସମାଜରେ ଶିକ୍ଷିତ ବୋଲାଉଥିବା ଲୋକେ ଏଭଳି ଘୃଣ୍ୟ କାମରୁ ଦୁରେଇଲେ ସମାଧାନର ସୂତ୍ର ବାହାରି ପାରିବ ବୋଲି କହିଛନ୍ତି ବିଶେଷଜ୍ଞ।  ନିଜ ଝିଅକୁ ଯୌତୁକ ଦେବାକୁ ଅପସଂସ୍କୃତି କହୁଥିବା ଲୋକ, ପୁଅ ବାହାଘରରେ ବୋହୁ ଘରୁ ଟଙ୍କା ଆଣୁଛି। ସମାଜ ଗଠନ ପାଇଁ ପ୍ରଥମେ ନିଜେ ବଦଳିବାର ଆବଶ୍ୟକତା ରହିଛି।

ଏଥିସହିତ ପଢ଼ନ୍ତୁ: ଆଜିଠୁ ପାଗ ବଦଳିବ: ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଖସିବ ତାପମାତ୍ରା

କୋହଳ ହେଲା କଟକଣା: ବିନା ଟିକା ପ୍ରମାଣ ପତ୍ରରେ ଚାଲିଛି ଜଗା ଦର୍ଶନ

0

ପୁରୀ: ଆଜିଠାରୁ ବିନା କୋଭିଡ ଟିକା ଓ କୋଭିଡ ପ୍ରମାଣପତ୍ରରେ ଚାଲିଛି ଜଗା ଦର୍ଶନ । ଲାଗୁ ହୋଇଥିବା ନୂଆ SOP କାର୍ଯ୍ୟକାରୀ ହୋଇଛି । କୋଭିଡ଼ ନିୟମ ମାନି ମାସ୍କ ପରିଧାନ ଓ ସାନିଟାଇଜ ହୋଇ ଦର୍ଶନ ପାଇଁ ଭକ୍ତ ମନ୍ଦିର ପ୍ରବେଶ କରୁଛନ୍ତି। ପୂର୍ବଭଳି କିନ୍ତୁ ସକାଳ ୬ ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ପାଇଁ ଅନୁମତି ରଖାଯାଇଥିବା ବେଳେ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର ।

କରୋନା କଟକଣା କାରଣରୁ ସାଧାରଣ ଦର୍ଶନ ନିମନ୍ତେ ବନ୍ଦ ଥିବା ଶ୍ରୀମନ୍ଦିର ଫେବ୍ରୁଆରୀ ପହିଲାରୁ ଖୋଲିଥିଲା । କୋଭିଡ ପ୍ରଟୋକଲ ମାନି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ଭକ୍ତ ।  ଛତିଶା ନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିଲା । ୨୦୦ରୁ ୩୦୦ ସେବାୟତ ନେଇସାରିଛନ୍ତି ବୁଷ୍ଟର ଡୋଜ୍ । ସବୁ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଉଦ୍ୟମ ଜାରି ରହିଛି ।

ଏଥିସହିତ ପଢ଼ନ୍ତୁ: ଜଗା ଦର୍ଶନ ପାଇଁ ଦରକାର ନାହିିଁ କୋଭିଡ ପ୍ରମାଣପତ୍ର

ଆଜିଠୁ ପାଗ ବଦଳିବ: ୩ରୁ ୫ଡିଗ୍ରୀ ପର୍ଯ୍ୟନ୍ତ ଖସିବ ତାପମାତ୍ରା

ଭୁବନେଶ୍ୱର: ପଶ୍ଚିମା ଝଡ଼ ପ୍ରଭାବରେ ପ୍ରବଳ ବର୍ଷା ପରେ ଆଜିଠୁ ବଦଳିବ ପାଗ । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା । ୩ ଦିନ ପରେ ଆସନ୍ତା ୨୪ ତାରିଖରେ ପୁଣି ଆଉ ଏକ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଫଳରେ ସ୍ୱାଭାବିକ ଠାରୁ ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଘଟିବ । ତେବେ ଚଳିତ ବର୍ଷ ପିଛା ଛାଡୁନି ପଶ୍ଚିମା ଝଡ । ଜାନୁଆରୀ ମାସରେ ସ୍ୱାଭାବିକ ଠାରୁ ୨୬୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଚଳିତ ମାସରେ ମଧ୍ୟ ରେକର୍ଡ ବର୍ଷା ହୋଇଛି ।

ଗତ କାଲି ରାଜଧାନୀରେ ମଧ୍ୟ ମୂଷଳ ଧାରାରେ ବର୍ଷା ହୋଇଥିଲା । ଅପରାହ୍ନରେ ଅନ୍ଧାର ହୋଇଗଲା ରାଜଧାନୀ ଭୁବନେଶ୍ୱର । ଅଦିନିଆ ବର୍ଷାରେ ଦିଶିଲାନି ରାସ୍ତାଘାଟ । ପଶ୍ଚିମା ଝଡ଼ ପ୍ରଭାବରେ ଟୁଇନ୍ ସିଟରେ ପ୍ରବଳ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହୋଇଛି । ପଶ୍ଚିମା ଝଡ଼ ସହ ଜଡିତ ମେଘ ଖଣ୍ଡ ପଶ୍ଚିମରୁ ପୂର୍ବକୁ ଗତି କରିବା ସହ ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି-ଘଡଘଡି ସହ ବର୍ଷା ହୋଇଛି ।

ଉପକୂଳ ଓଡିଶାର ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି । ଆଜିଠୁ ପାଗ ଶୁଖିଲା ରହିବ । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା ।

ଏଥିସହିତ ପଢ଼ନ୍ତୁ: ବାଲାଟ ପେପରରେ ଚିହ୍ନ ଅସ୍ପଷ୍ଟ, ଭୋଟ ବାକ୍ସକୁ ପୋଖରୀକୁ ଫିଙ୍ଗିଦେଲେ

ସିରିଜ ଫୋଛିନେଲା ଭାରତ, ଇଡେନଗାର୍ଡେନରେ ଓ୍ବେଷ୍ଟଇଣ୍ଡିଜ୍ ପରାସ୍ତ

କୋଲକାତା:  ଭାରତ ଓ୍ବେଷ୍ଟଇଣ୍ଡିଜ୍ ଟି-୨୦ ସିରିଜରେ ଭାରତର କ୍ଲିନ ସ୍ୱିପ  ।  ସିରିଜ୍ କ୍ଲିନ ସୁଇପ୍ କଲା ଭାରତ  । ଇଡେନଗାର୍ଡେନରେ ଖେଳା ଯାଉଥିବା ଶେଷ ଟି-୨୦ ମ୍ୟାଚ୍‌ରେ ଭାରତ ଦମଦାର ବ୍ୟାଟିଂ ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜ୍‌ ୧୮୫ ରନ୍‌ ଟାର୍ଗେଟ ଦେଇଥିଲା  । ଦ୍ୱିତୀୟ ଇଂନିସରେ ପ୍ରତିପକ୍ଷ ଓ୍ବେଷ୍ଟଇଣ୍ଡିଜ୍ ଟିମ୍ ୨୦ ଓଭରରେ ୧୬୭ ରନ କରିଥିଲା  । ଫଳରେ ଶେଷ ମ୍ଯାଚରେ ମଧ୍ୟ ଭାରତର ଚମକପଦ ଜିତ ହୋଇଥିଲା  ।

ଭାରତ ପକ୍ଷରୁ ବ୍ୟାଟ୍ସମ୍ୟାନ ଇଶାନ କିଷନ ଓ ଶ୍ରେୟସ ଆୟରଙ୍କ  ଅର୍ଦ୍ଧଶତକୀୟ ଭାଗିଦାରୀ ଖେଳିଥିଲେ । ତେବେ ୨୫ ରନ ଆଉଟ ହୋଇଥିଲେ ଶ୍ରେୟସ ଆୟର । ଏହାପରେ ଇଶାନ କିଶନ ମଧ୍ୟ ୩୪ ରନ୍‌ କରି ପାଭେଲିୟନ ଫେରିଥିଲେ । ରୋହିତ ଶର୍ମା ମଧ୍ୟ ବିଶେଷ ଭଲ ପ୍ରଦର୍ଶନ କରିପାରିନଥିଲେ  ।

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ, ୨୦ ଅଟକ

ଯାଜପୁର: ବିଞ୍ଝାରପୁର ବ୍ଲକ୍‌ ବାଚ୍ଛଳ ପଞ୍ଚାୟତରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ୨୦ ଜଣଙ୍କୁ ସହଯୋଗୀଙ୍କୁ ଅଟକ ରଖାଯାଇଥିବା ବେଳେ ତାଙ୍କୁ ପଚରାଉଚରା ଜାରି ରହିଛି । ଖୁବ୍‌ଶୀଘ୍ର ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯିବ । ସ୍ଥିତି ପରଖିବା ପାଇଁ ବିଞ୍ଝାରପୁର ଥାନାରେ ପହଞ୍ଚିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ । ରବିବାର ବାଚ୍ଛଳ ପଞ୍ଚାୟତର 4 ଓ 2 ନମ୍ବର ବୁଥରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।

ଭୋଟ୍‌ ବାକ୍ସ ଛଡ଼ାଇ ନେବାବେଳେ କିଛି ସାମ୍ବାଦିକ ଚିତ୍ର ଉତ୍ତୋଳନ କରୁଥିବାରୁ ଦୁର୍ବୃତ୍ତମାନେ ଅମାନୁଷିକ ଭାବେ ଆକ୍ରମଣ କରିଥିଲେ । ସାମ୍ବାଦିକମାନଙ୍କୁ ବାନ୍ଧି ମାଡ଼ ମାରିବା ସହିତ ଗାଡ଼ିକୁ ଟେକା ପଥର ଫିଙ୍ଗିଥିଲେ ଅଭିଯୁକ୍ତ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲା । ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।

ଆହତ ସାମ୍ବାଦିକମାନଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଇଛି । ଏହି ଆକ୍ରମଣ ଘଟଣାକୁ ସବୁଠି ନିନ୍ଦା କରାଯାଉଛି । ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଡିଜି ଓ ଯାଜପୁର ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ନିର୍ବାଚନ କମିଶନ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଫେରାଦ ହୋଇଥିଲେ ସାମ୍ବାଦିକଙ୍କ ପ୍ରତିନିଧି ଦଳ ।

ଫଗୁଣରେ ଶ୍ରାବଣର ମୂଷଳ ଧାର, ବର୍ଷିଲା – ଭସାଇଲା

ଭୁବନେଶ୍ୱର:  ଅପରାହ୍ନରେ ଅନ୍ଧାର ହୋଇଗଲା ରାଜଧାନୀ ଭୁବନେଶ୍ବର । ଅଦିନିଆ ବର୍ଷାରେ ଦିଶିଲାନି ରାସ୍ତାଘାଟ । ପଶ୍ଚିମା ଝଡ ପ୍ରଭାବରେ ଟୁଇନ୍ ସିଟରେ ପ୍ରବଳ ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ବର ସମେତ ଉପକୂଳ ଓଡିଶାର ଅଧିକାଂଶ ଜିଲ୍ଲାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ହୋଇଛି । ପଶ୍ଚିମା ଝଡ ସହ ଜଡିତ ମେଘ ଖଣ୍ଡ ପଶ୍ଚିମରୁ ପୂର୍ବକୁ ଗତି କରିବା ସହ ଆଭ୍ୟନ୍ତରୀଣରୁ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ବିଜୁଳି-ଘଡଘଡି ସହ ବର୍ଷା ହୋଇଛି ।

ଉପକୂଳ ଓଡିଶାର ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ବାଲେଶ୍ବର, ଭଦ୍ରକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ଘଡଘଡି ବିଜୁଳି ସହ ବର୍ଷା ହୋଇଛି । ଆସନ୍ତା ୨୪ ତାରିଖରେ ପୁଣି ଆଉ ଏକ ପଶ୍ଚିମା ଝଡ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲିଠାରୁ ପାଗ ଶୁଖିଲା ରହିବ । ଆଗାମୀ ୨ ରୁ ୩ ଦିନ ମଧ୍ୟରେ ୨ ରୁ ୩ ଡ଼ିଗ୍ରୀ ଯାଏଁ ତଳକୁ ଖସିବ ରାତ୍ରି ତାପମାତ୍ରା ।

୩ ଦିନ ପରେ ପୁଣି ପଶ୍ଚିମା ଝଡ ପ୍ରଭାବ ଥିବାରୁ ସ୍ଵାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ଘଟିବ। ତେବେ ଚଳିତ ବର୍ଷ ପିଛା ଛାଡୁନି ପଶ୍ଚିମା ଝଡ। ଜାନୁଆରୀ ମାସରେ ସ୍ବାଭାବିକ ଠାରୁ ୨୬୦ ପ୍ରତିଶତ ଅଧିକ ବର୍ଷା ହୋଇଥିବା ବେଳେ ଚଳିତ ମାସରେ ମଧ୍ୟ ରେକର୍ଡ ବର୍ଷା ହୋଇଛି ।

ଲୁଗା ଦୋକାନ ସହ କାର ଜାଳିଦେଲେ ଦୁର୍ବୃତ୍ତ

କଟକ: ଲୁଗା ଦୋକାନ ସହ କାର ଜାଳିଦେଲେ ଦୁର୍ବୃତ୍ତ । କଟକ ଜିଲ୍ଲା ବଡମ୍ବା ଥାନା ଅନ୍ତର୍ଗତ ରତାପାଟ ଗାଁରେ ଘଟିଛି ଘଟଣା । ରତାପାଟ ଛକଠାରେ କିଛି ଦୁର୍ବୁତ୍ତ ସୁରେଶ କଅଁରଙ୍କର ଲୁଗା ଦୋକାନ ଏବଂ ମିହିର ପ୍ରଧାନଙ୍କର ଦୋକାନ ଓ କାରକୁ ପୋଡ଼ି ଦେଇଛନ୍ତି ଦୁର୍ବୃତ୍ତ । ଘଟଣା ସ୍ଥଳରେ ବଡମ୍ବା ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ସେପଟେ ଛକରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ସ୍ଥାନୀୟବାସୀ ଭୟବିତ ଅବସ୍ଥାରେ ରହିଛନ୍ତି । ଏହା ଏକ ନିର୍ବାଚନୀ ହିଂସାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ । କିନ୍ତୁ ଏପରି କିଏ କାହିଁକି କରିଛି ଏବଂ କେଉଁ ଉଦ୍ଦେଶ୍ୟରେ କରିଛି ତାହାର କରାଣ ଅସ୍ପଷ୍ଟ ରହିଛି  । ପୋଲିସ ସଠିକ ସମୟରେ ସଠିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ବିଶ୍ୱାସ ରହିଛି  ।

ଫେରିଗଲେ ରାଷ୍ଟ୍ରପତି, ବିଦାୟ ଦେଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ପୁରୀ ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ତାଙ୍କୁ ବିଦାୟ ଜଣାଇଥିଲେ । ଆଜି ପୁରୀରେ ବିଶ୍ବବୈଷ୍ଣବ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରପତି ଅଭିଭାଷଣ ରଖିଥିଲେ । ଶ୍ରୀକ୍ଷେତ୍ରରେ ଆୟୋଜିତ ବିଶ୍ବବୈଷ୍ଣବ ସମ୍ମିଳନୀରେ ସାମିଲ ହୋଇ ବହୁତ ଖୁସି ବୋଲି ରାଷ୍ଟ୍ରପତି କହିଥିଲେ । ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ମୋ ପାଇଁ ସୌଭାଗ୍ୟ । ସନ୍ଥମାନେ କରୋନା ଯୋଦ୍ଧାଙ୍କ ମନୋଭାବକୁ ପ୍ରଶଂସା କରିବା ସହ ବିଶ୍ୱକୁ ମହାମାରୀ କରୋନାରୁ ଶୀଘ୍ର ମୁକ୍ତି ମିଳୁ ବୋଲି କାମନା କରିଥିଲେ ।

ସେ କହିଥିଲେ, ସତ୍ୟ ଏକ ଓ ବିଜ୍ଞ ଜନ ତାକୁ ଭିନ୍ନ ଭିନ୍ନ ବ୍ୟାଖ୍ୟା କରିଥାନ୍ତି । ଶ୍ରୀ ଚୈତନ୍ୟଙ୍କ ଆଦର୍ଶରେ ଅନେକ ଭକ୍ତି ମାର୍ଗ ବାଛିଛନ୍ତି । ସବୁ ଧର୍ମର ଲୋକଙ୍କୁ ଶ୍ରୀ ଚୈତନ୍ୟ ପ୍ରଭାବିତ କରିପାରିଥିଲେ । କେବଳ ଦେଶ ନୁହେଁ ବିଦେଶରେ ବି ଶ୍ରୀ ଚୈତନ୍ୟଙ୍କ ଭକ୍ତ ରହିଛନ୍ତି । ସର୍ବଦା ଈଶ୍ୱରଙ୍କୁ ସ୍ମରଣ କରିବା ଦରକାର । ଈଶ୍ୱରଙ୍କ ପ୍ରତି ପୂର୍ଣ୍ଣ ସମର୍ପଣରେ ଜୀବନ ଧନ୍ୟ ହୋଇଥାଏ । ସନ୍ଥମାନେ ଭକ୍ତିମାର୍ଗରେ ପୂରା ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧିଛନ୍ତି ବୋଲି ରାଷ୍ଟ୍ରପତି କହିଥିଲେ ।