spot_img
Home Blog Page 4571

ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ଭୋଟିଂ

ଭୁବନେଶ୍ୱର: ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହ ସରିଲା ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । କାଁ ଭାଁ ହିଂସାକୁ ଛାଡିଦେଲେ ୧୩ ଶହ ୮୨ ପଞ୍ଚାୟତରେ ନିର୍ବାଚନ ଉତ୍ସାହଜନକ ରହିଛି । ସଂଧ୍ୟା ୫ଟା ସୁଦ୍ଧା ମୋଟ ୭୧ ପ୍ରତିଶତ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ରବିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ମୋଟ ୨୯ ଟି ଜିଲ୍ଲାର ୬୩ ଟି ବ୍ଳକର ୧ ହଜାର ୩୮୨ ଟି ଗ୍ରାମ ପଞ୍ଚାୟତରେ ୧୭୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୮ ହଜାର ୪୯୫ ବୁଥରେ ନିର୍ବାଚନ ଶେଷ ହୋଇଛି ।

ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ କମିଶନ ଦୃଢ ନିନ୍ଦା କରିଛନ୍ତି । ସମ୍ପର୍କରେ ତଦନ୍ତ ପାଇଁ D.G. ପୋଲିସ୍ ଏବଂ ଯାଜପୁର ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତୁରନ୍ତ ଦୋଷୀମାନଙ୍କୁ ଗିରଫ କରିବା ସହ ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କୁହାଯାଇଛି । ଅନ୍ୟାନ୍ୟ ସ୍ଥାନ ବ୍ୟତୀତ ମାଲକାନଗିରି ଜିଲ୍ଲାର ମାଥିଲି, ପୋଡିଆ ବ୍ଲକ, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଳକ ମାଓ ପ୍ରବଣ ସ୍ଥାନ ହୋଇଥିଲେ ମଧ୍ୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି ।

ବିଶେଷ ଭାବରେ ମାଲକାନଗିରି ଜିଲ୍ଲାରେ ଗତ ଦୁଇ ପର୍ଯ୍ୟାୟ ଭଳି ଏ ପର୍ଯ୍ୟାୟରେ ମଧ୍ୟ ମତଦାନ ହାର ବେଶ ଉତ୍ସାହଜନକ ହୋଇଛି । କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଅଛି । ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇଲାପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ଲୋକଙ୍କୁ ଦେଖି ବଡଦାଣ୍ଡରେ ଅଟକିଗଲେ ରାଷ୍ଟ୍ରପତି କୋବିନ୍ଦ

ପୁରୀ: ଶ୍ରୀକ୍ଷେତ୍ରରୁ ବିଦାୟ ନେଉଥିଲେ ମହାମହିମ ରାଷ୍ଟ୍ରପତି । ପୁରୀରେ ବିଶ୍ବ ବୈଷ୍ଣବ ସମ୍ମିଳନୀରେ ଯୋଗ ଦେଇ ଫେରୁଥିଲେ । ପୁରୀ ବାସୀ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ରାସ୍ତାର ଦୁଇ ପାର୍ଶ୍ୱରେ ଉପସ୍ଥିତ ରହିଥିଲେ  ।  ଫେରିବା ବେଳେ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଲୋକମାନେ ହାତ ହଲାଇ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହାଦେଖି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯାଇ ପାରିନଥିଲେ  । ଲୋକଙ୍କ ଅଭିବାଦନ ଦେଖି ଅଟକି ଯାଇଥିଲେ, ଗାଡ଼ିରୁ ଓହ୍ଲାଇ ଲୋକଙ୍କ ଉଦ୍ଦେଶ୍ୟରେ ଅଭିବାଦନ ଜଣାଇଥିଲେ ରାଷ୍ଟ୍ରପତି ।

ବ୍ୟାରିକେଡ୍‌ ପଛରେ ଛିଡ଼ାହୋଇ ତାଙ୍କ ଉଦ୍ଦେଶ୍ୟରେ ହାତ ହଲାଉଥିବା ଲୋକମାନଙ୍କୁ ଦେଖି ରାଷ୍ଟ୍ରପତି କାରକେଡରୁ ଓହ୍ଲାଇଥିଲେ । ହାତ ଉଠାଇ ଅଭିବାଦନ ଗ୍ରହଣ କରିଥିଲେ । ରାଷ୍ଟ୍ରପତି କାରକେଡରୁ ଓହ୍ଲାଇବା ସହ କିଛି ମୁହୂର୍ତ୍ତ ପୁରୀବାସୀଙ୍କ ସହ ଭାବ ବିନିମୟ କରିଥିଲେ । ଏହାପରେ ଶରଧାବାଲିରୁ ରାଜଭବନ ଅଭିମୁଖେ ଯାତ୍ରା କରିଥିଲେ । ରାଷ୍ଟ୍ରପତିଙ୍କ ଏଭଳି ମହନୀୟତାକୁ ସେଠାରେ ଉପସ୍ଥିତ ଲୋକେ ଭୂୟଶୀ ପ୍ରଶଂସା କରିଛନ୍ତି ।

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା: ‘ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର: ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକମାନଙ୍କୁ ଆକ୍ରମଣ ଘଟଣାକୁ ସମସ୍ତେ ନିନ୍ଦା ପ୍ରକଟ କରୁଛନ୍ତି  । ରାଜ୍ୟର ଅନେକ ବରିଷ୍ଠ ସାମ୍ବାଦିକ ମଧ୍ୟ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି  । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ  ଏବଂ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମଧ୍ୟ ନିନ୍ଦା କରିଛନ୍ତି  । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି  ।

ସାମ୍ବାଦିକଙ୍କ ଉପରେ ହୋଇଥିବା ମରାଣାନ୍ତକ ଆକ୍ରମଣ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି ପ୍ରଣବ ପ୍ରକାଶ ଦାସ । ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଏପରି କାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କହିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ । ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ କହିଛନ୍ତି, ଗଣତନ୍ତ୍ରରେ ହିଂସା ଗ୍ରହଣୀୟ ନୁହଁ। ସାମ୍ବାଦିକମାନଙ୍କ ଉପରେ ଆକ୍ରମଣକୁ ମୁଁ ନିନ୍ଦା କରୁଛି । ଦୋଷୀ ନିଶ୍ଚୟ ଦଣ୍ଡ ପାଇବ ।

 

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରାଧନ କହିଛନ୍ତି, ଲୋକଙ୍କ ସମସ୍ୟା ଓ ନିର୍ବାଚନ ସହ ଜଡ଼ିତ ଖବର ସଂଗ୍ରହ କରୁଥିବା ସାମ୍ବାଦିକ ଭାଇ ମାନଙ୍କ ଉପରେ ହେଉଥିବା ବାରମ୍ବାର ଆକ୍ରମଣ ଘଟଣା ଗ୍ରହଣୀୟ ନୁହେଁ  । ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ଗଣମାଧ୍ୟମ ଉପରେ ବାରମ୍ବାର ଆକ୍ରମଣ ଆମ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ, ଯାହା ଦୁଃଖ ଓ ପରିତାପର ବିଷୟ । ରାଜନୀତିରେ ବାଦବିବାଦ ରୁହେ କିନ୍ତୁ ହିଂସାର ସ୍ଥାନ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ  ।

 

ବାଲାଟ ପେପରରେ ଚିହ୍ନ ଅସ୍ପଷ୍ଟ, ଭୋଟ ବାକ୍ସକୁ ପୋଖରୀକୁ ଫିଙ୍ଗିଦେଲେ

ଭଦ୍ରକ: ବାଲାଟ ପେପର ଫୋଲଡିଂରେ ଚି଼ହ୍ନ ଦେଖାଯାଉ ନଥିବାରୁ ମତଦାନ କେନ୍ଦ୍ର ବନ୍ଦ କରିବା ସହ ଅଫିସରଙ୍କୁ ମାଡ଼ ମାରିଲେ ଲେକେ । ଏହାସହ ଭୋଟ ବାକ୍ସକୁ ପୋଖରୀକୁ ଫୋପାଡ଼ିଦେଲେ ଗ୍ରାମବାସୀ । ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକର କୋହ୍ଲ ପଞ୍ଚାୟତରେ 4 ନମ୍ବର ବୁଥରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ସେପଟେ ଅଭିଯୋଗ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲା  ।  ପୋଲିସ ଗାଡ଼ିକୁ ମଧ୍ୟ ଅଟକାଇ ଥିଲେ ଲୋକେ। ବାଲଟ ବାକ୍ସ ପାଣିରେ ପକାଇବା ଫଳରେ ବାଲଟ ପେପର ପାଣିରେ ଭାସୁଥିବା ଦେଖିବାକୁ ମିଳିଛି । ନିର୍ବାଚନ ବେଳେ ଏଭଳି ଘଟଣା ସାଧାରଣରେ ଚର୍ଚ୍ଚା ପାଲଟିଛି  ।

ସେପଟେ ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଛି , ରାୟଗଡ଼ାରେ ଡଙ୍ଗରିଆ କନ୍ଧ ଭୋଟ ବାକ୍ସ ଉଠାଇ ନେଇଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା  ।  ଅନ୍ୟ କେତେକ ସ୍ଥାନରେ ମଧ୍ୟ ଭୋଟ ଗ୍ରହଣ ବେଳେ ଅପ୍ରିତୀକର ପରିସ୍ଥିତି ସୃଷ୍ଚି ହୋଇଥିବା ଦେଖିବାକୁ ମିଳିଛି  ।

ସାମ୍ବାଦିକଙ୍କୁ ଆକ୍ରମଣ ପ୍ରସଙ୍ଗ: ନିର୍ବାଚନ କମିଶନଙ୍କୁ ଭେଟିଲେ ବରିଷ୍ଠ ସାମ୍ବାଦିକ

ଭୁବନେଶ୍ୱର: ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଲେ ବିଭିନ୍ନ ଗଣମାଧ୍ୟମର ସାମ୍ବାଦିକ ଓ ସମ୍ପାଦକ  ।  ଯାଜପୁର, ନୟାଗଡ଼ ଓ କଣାସରେ ପଞ୍ଚାୟତ ଭୋଟ ବେଳେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟି ଉଦବେଗ ପ୍ରକାଶ କରିଛନ୍ତି। ବାରମ୍ବାର ସାମ୍ବାଦିକଙ୍କ ଉପରେ ଏପରି ଆକ୍ରମଣ ହେଉଥିବାରୁ ନିନ୍ଦା ପ୍ରକାଶ କରିବା ସହ ଆକ୍ରମଣକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ରଖିଛନ୍ତି । ଭୋଟିଂ ବେଳେ ସାମ୍ବାଦକ ମାନେ ନିଜ ନିଜର କର୍ତ୍ତବ୍ୟ ସୂଚାରୁ ରୂପେ ନିଭାଉ ଥିବା ବେଳେ ଏଭଳି ଆକ୍ରମଣକୁ ନିନ୍ଦା କରିଛନ୍ତି ସମସ୍ତ ସାମ୍ବାଦକ  ।

ନିର୍ବାଚନ କମିଶନଙ୍କ ନିକଟରେ ବରିଷ୍ଠ ସାମ୍ବାଦିକ ମାନେ ଦାବି କରିଛନ୍ତି ଯେ,  ନିର୍ବାଚନ ପରିଚଳନାରେ ଭାଗ ନେଉଥିବା ଅଧିକାରୀଙ୍କୁ ଆକ୍ରମଣ ବେଳେ ଯେଉଁ ଦଫା ଲଗାଯାଉଛି ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ସମୟରେ ସେହିଭଳି କାର୍ଯ୍ୟାନୁଷ୍ଠାନ ନିଆଯିବା ସହ କଡା ସୁରକ୍ଷା ବନ୍ଦୋବସ୍ତ କରାଯାଉ । ରାଜ୍ୟ ନିର୍ବାଚନ କମିଶନର ସମ୍ପୃକ୍ତ ଜିଲ୍ଲାର ଅଧିକାରୀଙ୍କ ସହ ଆଲୋଚନା କରି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଓୟୁଜେ ସଭାପତି ପ୍ରଶନ୍ନ ମହାନ୍ତି କହିଛନ୍ତି ।

ଭୋଟ ବାକ୍ସ ଲୁଟ୍ ବେଳେ ଫଟୋ ଉଠାଇବାରୁ ସାମ୍ୱାଦିକଙ୍କୁ ମାଡ଼ ମାରିଲେ

ଯାଜପୁର:ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍‌ ବାଚ୍ଛଳ ପଞ୍ଚାୟତର 4 ଓ 2 ନମ୍ବର ବୁଥରେ ନିର୍ବାଚନୀ ହିଂସା । ସାମ୍ବାଦିକଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । ଭୋଟ୍‌ ବାକ୍ସ ଛଡ଼ାଇ ନେବାବେଳେ କିଛି ସାମ୍ବାଦିକ ଚିତ୍ର ଉତ୍ତୋଳନ କରୁଥିବାରୁ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ସାମ୍ବାଦିକମାନଙ୍କୁ ବାନ୍ଧି ମାଡ଼ ମାରିବା ସହିତ ଗାଡ଼ିକୁ ଟେକା ପଥର ଫିଙ୍ଗିଥିଲେ ଦୁର୍ବୃତ୍ତ । ପୋଲିସ ପହଞ୍ଚି ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲା । ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଆହତ ସାମ୍ବାଦିକମାନଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ପଞ୍ଚାୟତ ନିର୍ବାଚନର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭଳି ତୃତୀୟ ପର୍ଯ୍ୟାୟରେ ବି ଯାଜପୁର ଜିଲ୍ଲାରେ ଗଣ୍ଡଗୋଳ ଏବଂ ହିଂସା ପରିଲକ୍ଷିତ ହୋଇଛି। ତୃତୀୟ ପର୍ଯ୍ୟାୟରେ ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ଯାଜପୁର ଜିଲ୍ଲାରେ କେତେକ ସ୍ଥାନରେ ଅଘଟଣ ଘଟିଥିବାର ଖବର ମିଳିଛି।  ଗୋଳେଇପୁର ପଞ୍ଚାୟତ ସୋତି ଗାଁରେ ବୁଥ୍ ଜବରଦଖଲ ଉଦ୍ୟମ ଖବର ପାଇ କୋରେଇ ବିଡିଓ ପହଞ୍ଚିବାରୁ ତାଙ୍କୁ ଠେଲାପେଲା କରାଯିବା ସହ ମତଦାନ କେନ୍ଦ୍ର ଆଗରେ ଆକ୍ରମଣ କରାଯାଇଛି। କିଛି ଦୁର୍ବୃତ୍ତ କୋରେଇ ବିଡିଓଙ୍କୁ ଆକ୍ରମଣ କରିଛନ୍ତି।

ଏହାଫଳରେ କୋରେଇ ବ୍ଲକର ୪ଟି ବୁଥରେ ମତଦାନ ବନ୍ଦ ରହିଥିବା ଜଣାଯାଇଛି। ଏଠାରେ ଥିବା ୮,୯,୧୦ଓ୧୧ ନମ୍ବର ବୁଥରେ ମତଦାନକୁ ବନ୍ଦ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ଚେଷ୍ଟା ଚଳାଇଥିବା ଜଣାଯାଇଛି।

ଏଥିସହିତ ପଢ଼ନ୍ତୁ: ଗୋଳେଇପୁର ପଞ୍ଚାୟତରେ ବୁଥ୍‌ ରିଗିଂ ଅଭିଯୋଗ: ଅନୁଧ୍ୟାନ କରିବାକୁ ଯାଇଥିବା ବିଡିଓଙ୍କୁ ମାଡ଼ ମାରିଲେ ଦୁର୍ବୃତ୍ତ

କୋଟାରେ ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ବର ସମେତ ୯ଜଣଙ୍କ ମୃତ୍ୟୁ

0

ରାଜସ୍ଥାନ: କୋଟାରେ ଅଘଟଣ । ବାହାଘର ପାଇଁ ଯିବା ବେଳେ ବର କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବର କାର୍‌ ଭାରସାମ୍ୟ ହରାଇ ନଦୀକୁ ଓଲଟି ପଡ଼ିବା ଯୋଗୁ ବର ସମେତ ୯ ଜଣଙ୍କ ମୃତ୍ୟୁ ହୋଇଛି । ଡ୍ରାଇଭର ରାସ୍ତା ଜାଣି ନପାରିବାରୁ ଚମ୍ବଲ ନଦୀ ଉପରେ ଥିବା ଏକ ଅଣ ଓସାରିଆ ପୋଲ ଉପରକୁ କାର୍‌ ଚଢ଼ି ଯିବା ପରେ ନଦୀକୁ ଖସି ପଡ଼ିଥିଲା । ଖବରପାଇ ପୋଲିସ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ । କାର୍‌ ଭିତରୁ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ନଦୀରେ ଭାସୁଥିବା ଅନ୍ୟ ଦୁଇ ଜଣଙ୍କ ଶବ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ବର ସାମିଲ ଥିବା କୋଟା ପୋଲିସ ସୂଚନା ଦେଇଛି ।

ମିଳିଥିବା ସୂଚନା ମୁତାବକ ବିଳମ୍ୱିତ ରାତରେ ଘଟିଥିବା ଦୁର୍ଘଟଣା ସମ୍ପର୍କରେ କାହାକୁ କିଛି ଖବର ନଥିଲା । କିନ୍ତୁ କୌଣସି ବ୍ୟକ୍ତି ରାତିରେ ଏହି କାର୍‌କୁ ନଦୀରେ ପଡ଼ୁଥିବା ଦେଖିଥିଲେ । ଏହା ପରେ ପୋଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ  । ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । କୋଟା ପୋଲିସ ଏସପିଙ୍କ ସୂଚନା ମୁତାବକ ୯ଲୋକଙ୍କ ମୃତଦେହ ବାହାର କରାଯାଇଛି । ମୃତକଙ୍କୁ ଚିହ୍ନଟ କରାଯାଇଛି । କାରରେ ଥିବା ବର ଏବଂ ତାଙ୍କ ଭାଇଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ସବାଇ ମାଧୋପୁର, ଜୟପୁରର ବାସିନ୍ଦା ସାମିଲ ରହିଛନ୍ତି ।

କୋଟାରେ ହୋଇଥିବା ଭୟାବହ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଗଭୀର ଦୁଃଖ ବ୍ୟକ୍ତ କରିଛନ୍ତି । ସେ ଟ୍ୱିଟ୍ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ନିଜ ସମବେଦନା ପ୍ରକଟ କରିଛନ୍ତି । ମୁଖ୍ୟମନ୍ତ୍ରୀ ଗେହଲଟ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, କୋଟାରେ ବରଯାତ୍ରୀଙ୍କ କାର୍ ଚମ୍ୱଲ ନଦୀରେ ପଡ଼ିଯିବାରୁ ବର ସମେତ ୯ଜଣଙ୍କ ପ୍ରାଣହାନୀ ଘଟିଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି ।

 

ତୃତୀୟ ପର୍ଯ୍ୟାୟ ମତଦାନ ଶେଷ: ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ଶାନ୍ତିଶୃଙ୍ଖଳାର ସହିତ ସରିଲା ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ସିଲ୍ ହୋଇଛି ୧୩ଶହ ୮୨ ପଞ୍ଚାୟତରେ ପ୍ରାର୍ଥୀଙ୍କ ଭାଗ୍ୟ । ଦିନ ୧୨ଟା ସୁଦ୍ଧା ୪୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ଗୋଟିଏ ଜିଲ୍ଲାକୁ ଛାଡ଼ି ଅନ୍ୟ ସବୁଠି ସୁରୁଖୁରୁରେ ମତଦାନ ଶେଷ ହୋଇଛି । କେବଳ ଯାଜପୁର ଜିଲ୍ଲାର କେତେକ ବୁଥରେ ଉତ୍ତେଜନା ଦେଖାଦେଇଛି ।

ଅନ୍ୟ ସବୁଠି ଶୃଙ୍ଖଳାର ସହିତ ଭୋଟିଂ ହୋଇଛି । ଯେଉଁଠି ଉତ୍ତେଜନା ଦେଖାଦେଇଛି ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଜି ତୃତୀୟ ପର୍ଯ୍ୟାୟରେ ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ପଡିଛି ଭୋଟ୍ । ସକାଳ ୭ଟାରୁ ଭୋଟ୍ ଆରମ୍ଭ ହୋଇଥି ଗୋଟାଏରେ ଶେଷ ହୋଇଛି । ମହିଳାଙ୍କ ପାଇଁ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିଲା । ତେବେ ପୂର୍ବ ଦୁଇଟି ପର୍ଯ୍ୟାୟ ଅପେକ୍ଷା ତୃତୀୟ ପର୍ଯ୍ୟାୟରେ ବିସେଷ ହିଂସା ଦେଖିବାକୁ ମିଳିନାହିଁ । ତେବେ ସକାଳ ୯ଟା ସୁଦ୍ଧା ୧୫ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିଲା ।

ସୂଚନା ଯୋଗ୍ୟ ଯେ, କୋରାଇ ବ୍ଲକ ଗୋଳେଇପୁର ଗ୍ରାମ ପଞ୍ଚାୟତର ୮, ୯, ୧୦ ଓ ୧୧ନଂ ବୁଥରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ବୁଥ୍ ରିଗିଂ ଅଭିଯୋଗ ପାଇ ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ କୋରାଇ ବିଡିଓଙ୍କୁ କିଛି ଦୁର୍ବୃତ୍ତ ଦୁର୍ବ୍ୟବହାର କରିଥିବା ଜଣାପଡିଛି । ଏହାକୁ ନେଇ ୪ଟି ବୁଥରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଭୋଟଗ୍ରହଣ ବନ୍ଦ କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।

ଏଥିସହିତ ପଢ଼ନ୍ତୁ: ୟୁକ୍ରେନ ସୀମାରେ ଋଷର କ୍ଷେପଣାସ୍ତ୍ର ପରୀକ୍ଷା: ଯୁଦ୍ଧ ଆଶଙ୍କା ଘନୀଭୂତ

 

କ୍ରାଇମବ୍ରାଞ୍ଚରେ ସାମିଲ ହେବ ଆତଙ୍କୀକୁ ଧରୁଥିବା ବେଲଜିଆନ୍ ମାଲିନଏସ୍ କୁକୁର

0

ଭୁବନେଶ୍ୱର: ଓଡ଼ିଶାକୁ ଆସିଲା ଆତଙ୍କୀକୁ ଧରୁଥିବା କୁକୁର । ଏବେ କ୍ରାଇମବ୍ରାଞ୍ଚର କେ-୯ ସ୍କ୍ୱାଡ୍‌କୁ ନିକଟକୁ ଆସିଛି ବେଲଜିଆନ୍ ମାଲିନଏସ୍ ପ୍ରଜାତିର ଏହି ସ୍ୱତନ୍ତ୍ର କୁକୁର । ଏହି କୁକୁରକୁ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲକାଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍ ଏବଂ ISISର ମୁଖ୍ୟ ଅବୁବକର ଅଲ ବାଗଦାଦିର ହତ୍ୟା ଅପରେସନରେ ଆମେରିକା ସେନା ବ୍ୟବହାର କରିଥିଲା । ପ୍ରଥମ ପର୍ଯ୍ୟାୟରେ ୫ଟି କୁକୁର ଆସିଛି । ଏଭଳି ଆହୁରି ୧୩ଟି କୁକର ରାଜ୍ୟ ବାହାରେ ଥିବା ବିଭିନ୍ନ ପୁଲିସ୍ ପ୍ରତିଷ୍ଠାନରେ ତାଲିମ୍ ନେଉଥିବାବେଳେ ଖୁବଶୀଘ୍ର ପୁଲିସ୍ ବିଭାଗରେ ସାମିଲ ହେବାକୁ ଯାଉଛନ୍ତି । ଚିତାବାଘ ପରି ଚତୁର ବେଲଜିଆନ୍ ମାଲିନଏସ୍ ପ୍ରଜାତିର ଏହି କୁକୁର କ୍ରାଇମବ୍ରାଞ୍ଚରେ ପ୍ରଥମ ଥର ପାଇଁ ସାମିଲ ହୋଇଛି ।

ସୂଚନା ଅନୁଯାୟୀ ବେଲଜିଆନ୍ ମାଲିନଏସ୍ ପ୍ରଜାତିର କୁକୁର ଖୋଲା ବଜାରରେ ୭୫ରୁ ୮୦ ହଜାର ଟଙ୍କାରେ ମିଳୁଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବେ ସମସ୍ତ ରାଜ୍ୟ ପୁଲିସ୍ ବିଭାଗକୁ ଏ ପ୍ରକାର କୁକୁର ମାତ୍ର ୩୫ ହଜାର ଟଙ୍କା ମୂଲ୍ୟରେ ଦେବାକୁ ନିଷ୍ପତ୍ତି ନେଇଛି । ଏହି ପ୍ରକ୍ରିୟାରେ ସାମିଲ ହୋଇଛି ଓଡ଼ିଶା । ମୋଟ ୧୮ଟି କୁକୁର ୬ ଲକ୍ଷ ୩୦ ହଜାର ଟଙ୍କାରେ କିଣିଛି କ୍ରାଇମବ୍ରାଞ୍ଚ୍ । ରାଜସ୍ଥାନ ଅଲଓ୍ୱର ଜିଲ୍ଲା ଡେରା ଅଞ୍ଚଳର ସଶସ୍ତ୍ର ସୀମା ବଳରେ ଥିବା ପ୍ରଜନନ ତଥା ତାଲିମ କେନ୍ଦ୍ରରୁ ପ୍ରଥମ ପର୍ଯ୍ୟାୟରେ ୫ଟି କୁକୁର କିଣାଯାଇଥିବା ବେଳେ ସେଠାରେ ସେମାନଙ୍କୁ ୯ ମାସ କାଳ ତାଲିମ୍ ଦିଆଯାଇଥିଲା ।.

ତାଲିମ୍ ଶେଷ କରିବା ପରେ ଏହି କୁକର ଗଲା ୧୫ ତାରିଖରେ କ୍ରାଇମବ୍ରାଞ୍ଚର କେ-୯ ଶାଖାରେ ଯୋଗ ଦେଇଛନ୍ତି । ଏମାନଙ୍କ ନାଁ ଓଲା, ଅକ୍ସା, ନଡ୍ଡି,ନିପ୍ଟି ଓ ଅକ୍ସି ରଖାଯାଇଛି । ଅବଶିଷ୍ଟ ୧୩ଟି କୁକୁରରୁ ୬ଟି ଡେରା ଅଞ୍ଚଳର ସଶସ୍ତ୍ର ସୀମା ବଳରେ ତାଲିମ୍ ନେଉଛନ୍ତି । ହରିୟାଣା ପଞ୍ଚକୁଲାରେ ଥିବା ITBPର ନ୍ୟାସନାଲ ଟ୍ରେନିଂ ସେଣ୍ଟର ଫର ଡଗରେ ୬ଟି ତାଲିମ୍ ନେଉଛନ୍ତି । ଆଉ ଗୋଟିଏ ରାଞ୍ଚି ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସର ଡଗ୍ ଟ୍ରେନିଂ ସ୍କୁଲରେ ତାଲିମ୍ ନେଉଛନ୍ତି । ପୁଲିସ୍ ପଡ଼ିଆରେ କ୍ରାଇମବ୍ରାଞ୍ଚ୍ ପକ୍ଷରୁ ଏହି ୫ଟି କୁକୁରଙ୍କୁ ନେଇ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।

ଗୋଳେଇପୁର ପଞ୍ଚାୟତରେ ବୁଥ୍‌ ରିଗିଂ ଅଭିଯୋଗ: ଅନୁଧ୍ୟାନ କରିବାକୁ ଯାଇଥିବା ବିଡିଓଙ୍କୁ ମାଡ଼ ମାରିଲେ ଦୁର୍ବୃତ୍ତ

ଯାଜପୁର: କୋରାଇ ବ୍ଲକ ଗୋଳେଇପୁର ଗ୍ରାମ ପଞ୍ଚାୟତର ୮, ୯, ୧୦ ଓ ୧୧ନଂ ବୁଥରେ ଉତ୍ତେଜନା । ବୁଥ୍ ରିଗିଂ ଅଭିଯୋଗ ପାଇ ଅନୁଧ୍ୟାନ କରିବାକୁ ଯାଇଥିବା ବେଳେ କୋରାଇ ବିଡିଓଙ୍କୁ କିଛି ଦୁର୍ବୃତ୍ତ ଦୁର୍ବ୍ୟବହାର କରିଥିବା ଜଣାପଡିଛି । ଏହାକୁ ନେଇ ୪ଟି ବୁଥରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଭୋଟଗ୍ରହଣ ବନ୍ଦ ରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛି ।

ଆଜି ଭୋଟ ଗ୍ରହଣ ଚାଲିଥିବା ବେଳେ ଗୋଳେଇପୁର ପଞ୍ଚାୟତର ସୋତୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ହୋଇଥିବା ୮, ୯, ୧୦ ଓ ୧୧ ନମ୍ବର ବୁଥରେ ରିଗିଂ ଅଭିଯୋଗ ହୋଇଥିଲା । କିଛି ଦୁର୍ବୃତ୍ତ ଏଜେଣ୍ଟ ମାନଙ୍କୁ ଧରି ଜୋର ଜବରଦସ୍ତ ଲୋକଙ୍କ ପାଇଁ ଭୋଟ ଦେଉଥିବା ବିଡ଼ିଓ ସୂଚନା ପାଇଥିଲେ । ପାଣିକୋଇଲି ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।