spot_img
Home Blog Page 4580

ଋଷିଆ ୟୁକ୍ରେନ୍‌ ମଧ୍ୟରେ ମଧ୍ୟସ୍ଥି ହୋଇପାରେ ଭାରତ

ନୂଆଦିଲ୍ଲୀ: ଋଷ୍‌ ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭ୍ରୋଭ ଶୁକ୍ରବାର ଭାରତ ଗସ୍ତରେ ଆସି ଏକ ବଡ଼ ବୟାନ୍‌ ଦେଇଛନ୍ତି । ଲାଭ୍ରୋଭଙ୍କ କହିବା ହେଉଛି ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲଗାଇବା ପାଇଁ ଭାରତ ମଧସ୍ଥତା କରିପାରେ ।  ଏହାର ଏକମାତ୍ର କାରଣ ହେଉଛି ଦୁଇ ଦେଶ ମଧ୍ୟରେ ଶାନ୍ତିବାର୍ତ୍ତାକୁ ନେଇ ଏପର୍ଯ୍ୟନ୍ତ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ ।  ତେବେ ଏକ ନ୍ୟୁଜ୍‌ ଏଜେନ୍ସିର ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ଲାଭ୍ରୋଭ୍‌ ।

ଗୁରୁବାର ଦୁଇଦିନିଆ ଭାରତ ଗସ୍ତରେ ଆସିଥିବା ଲାଭ୍ରୋଭ ଭାରତର ବୈଦେଶିକ ନୀତିକୁ ବେଶ୍‌ ପ୍ରଶଂସା କରିଛନ୍ତି । ଏହା ସହିତ ଦରଦାମ୍‌ ବୃଦ୍ଧି ଏବଂ ଋଷ୍‌ ଉପରେ ଲାଗିଥିବା କେତେକ ପ୍ରତିବନ୍ଧକକୁ ନେଇ ମଧ୍ୟ ଆଲୋଚନା କରିଛନ୍ତି । ସେ କହିଛନ୍ତିଯେ. ମୋତେ ଲାଗେ, ଭାରତର ବୈଦେଶିକ ନୀତିରେ ସ୍ୱତନ୍ତ୍ରତା ରହିଛି ଏବଂ ବାସ୍ତବ ହିତ ଉପରେ ଆଧାରିତ । ଏହା ଋଷ୍‌ ସହିତ ମଧ୍ୟ ରହିଛି, ଯାହା ଆମ ମଧ୍ୟରେ ଉତ୍ତମ ବନ୍ଧୁତା ସ୍ଥାପନ କରିଛି ଏବଂ ଆମକୁ ବିଶ୍ୱସ୍ତ ବୋଲି ମଧ୍ୟ ଭାବୁଛି ।

ଅନ୍ୟପଟେ ଆମେରିକା ଭାରତ ଉପରେ ବାରମ୍ବାର ଚାପ ପକାଉଥିବାକୁ ନେଇ ଲାଭ୍ରୋଭଙ୍କୁ ପ୍ରଶ୍ନ କରାଗଲାଯେ, ଏଥିରେ ଭାରତ ଏବଂ ଋଷ୍‌ ମଧ୍ୟରେ କିଛି ପ୍ରଭାବ ପଡ଼ିବ କି ? ସେ ଉତ୍ତରରେ କହିଲେଯେ, ଚାପ କେବେ ଏହା ଉପରେ ପ୍ରଭାବ ପକାଇ ପାରିବ  ନାହିଁ ।

ତେବେ ଯୁଦ୍ଧକୁ ନେଇ ଲାଭ୍ରୋଭ କହିଲେଯେ, ଆମେ କେବଳ ଚାହୁଁଛୁ ଋଷ୍‌ ଉପରକୁ କୌଣସି ସମସ୍ୟା ନ ଆସୁ ।ଏହା କେବଳ ଆଗକୁ ଶତ୍ରୁ ଆକ୍ରମଣରୁ ଋଷକୁ ବଞ୍ଚାଇବାକୁ ଏହି ଅଭିଯାନ, ଯୁଦ୍ଧ ନୁହେଁ । ଏହା ସହିତ ଯଦି ଭାରତ ଆମଠାରୁ କିଛି କିଣିବାକୁ ଚାହୁଁଛି ତେବେ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତିଯେ, ଭାରତ ଆମଠାରୁ କିଛି ମଧ୍ୟ କିଣିପାରିବ । ଆମ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଖୁବ ନିବିଡ଼ । ଏହା ଏବେ ନୁହେଁ ଦଶନ୍ଧି ଦଶନ୍ଦି ଧରି ରହି ଆସିଛି ବୋଲି ସେ କହିଛନ୍ତି ।

ବିଜେପି ଛାଡିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ

କୋରାପୁଟ: ବିଜେପି ଛାଡିଲେ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ । କୋଟିଆରେ ଅନୁଷ୍ଠିତ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ସେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବା ନେଇ ଘୋଷଣା କରିଛନ୍ତି । ଜୟରାମ ବିଜେପି ଛାଡିବା ପରେ ଅନ୍ୟ କୌଣସି ଦଳରେ ମିଶିବା ନେଇ ସ୍ପଷ୍ଟ କରିନାହାନ୍ତି ପାଙ୍ଗୀ । ଅବିଭକ୍ତ କୋରାପୁଟ ଜିଲ୍ଲା ସମେତ ପଡୋଶୀ ଆନ୍ଧ୍ର ଓ ଛତିଶଗଡର ଆଦିବାସୀ ଅଧ୍ୟୁଷିତ କିଛି ଅଞ୍ଚଳକୁ ନେଇ କେନ୍ଦ୍ର ଶାସିତ ଅଞ୍ଚଳ ଗଠନ କରିବାକୁ ଜୟରାମ ପାଙ୍ଗୀ ଦୀର୍ଘ ଦିନ ହେବ ପ୍ରୟାସ କରିଆସୁଛନ୍ତି ।

ଏଥିପାଇଁ ସେ ଦଣ୍ଡକାରଣ୍ୟ ପର୍ବତମାଳା ବିକାଶ ପରିଷଦ ଗଠନ କରିଛନ୍ତି । ତେଣୁ ଏହି ଦାୟୀତ୍ୱ ନିର୍ବାହ ପାଇଁ ସେ ପୂର୍ବରୁ ମଧ୍ୟ ସେ ବିଜେପି ଛାଡିବା ନେଇ ଘୋଷଣା କରିଥିଲେ । ହେଲେ ଦଳୀୟ ନେତାଙ୍କ ବୁଝାସୁଝା ପରେ ସେ ପୁଣି ବିଜେପିରେ ରହି କାର୍ଯ୍ୟ କରିବାକୁ ସହମତି ପ୍ରକାଶ କରିଥିଲେ । ଜୟରାମ ପାଙ୍ଗୀ ୨୦୧୭ ମସିହାରେ ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିଲେ । ସେ ପୂର୍ବରୁ ୪ ଥର ପଟାଙ୍ଗୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୦୯ ମସିହାରେ କୋରାପୁଟରୁ ଗିରିଧର ଗମାଙ୍ଗଙ୍କୁ ପରାଜିତ କରି ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ବଧିପାଟଣା ମର୍ଡର ସ୍ପଟରେ ଶର୍ମିଷ୍ଠା, କେମିତି ପୋତିଥିଲା..

ନୟାଗଡ଼: ମାନସକୁ ହତ୍ୟା  ପରେ ଯେଉଁ ସ୍ଥାନରେ ପୋତିଥିଲା ଶର୍ମିଷ୍ଠା, ସେହି ସ୍ଥାନରେ ବଖାଣିଲା ହତ୍ୟାର ଦୃଶ୍ୟ । ନୟାଗଡ଼ରେ କ୍ରାଇମସିନ୍ ରିକ୍ରିଏଟ କରିଛି କ୍ରାଇମବ୍ରାଞ୍ଚ । କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ସିରିଜ ଡେମୋ । ଚାନ୍ଦବାଲି ଓ ଭୁବନେଶ୍ବର ଦୟାଲ ଆଶ୍ରମ ପରେ ନୟାଗଡ ଜିଲ୍ଲା ରଣପୁର ବଧିପାଟଣା କ୍ରାଇମସ୍ପଟରେ କ୍ରାଇମସିନ୍ ରିକ୍ରିଏଟ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ମାନସଙ୍କୁ ହତ୍ୟାପରେ ଏଠାରେ ପୋତାଯାଇଥିଲା । କେମିତି ଏଠାରେ ପୋତା ଯାଇଥିଲା ମାନସଙ୍କ ମୃତଦେହ ଓ ପ୍ରମାଣ ଲୁଚାଇବାକୁ କଣ ହୋଇଥିଲା ପ୍ଲାନ୍‌, ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ଦେଖାଇଥିଲା ଡେମୋ ।

ଆଜି ସକାଳେ ପ୍ରଥମେ ଚାନ୍ଦବାଲିରେ ଶର୍ମିଷ୍ଠା କ୍ରାଇମସିନ୍ ରିକ୍ରିଏସନ୍ କରି ଦେଖାଇଥିଲା । ପରେ ସେଠାରୁ ଆସି ଶର୍ମିଷ୍ଠାକୁ ଭୁବନେଶ୍ବର ଦୟାଲ ଆଶ୍ରମ ଅଣାଯାଇଥିଲା । ଏଠାରେ ବି ଶର୍ମିଷ୍ଠା କହିଛି ନିର୍ଯାତନା ଓ ହତ୍ୟା ବେଳର ସତ । ସତ କହିବା ବେଳେ କାନ୍ଦି ପକାଇଥିଲା ଶର୍ମିଷ୍ଠା । ଚାନ୍ଦବାଲିରୁ ଅପହରଣ ପରେ ଦୟାଲ ଆଶ୍ରମରେ ମାନସଙ୍କୁ ନୃଶଂସ ଭାବେ ନିର୍ଯାତନା ଦିଆଯାଇଥିଲା । ପରେ ହତ୍ୟା କରି ରଣପୁରର ବଧିପାଟଣାରେ ପୋତା ଯାଇଥିଲା ।

ପ୍ରଧାନମନ୍ତ୍ରୀଙ୍କୁ ଜୀବନରୁ ମାରିଦେବାର ଧମକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୀବନରୁ ମାରିଦେବାର ଧମକ । ବୋମା ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ଦେଇଛି ଜଣେ ଅଜଣା ବ୍ୟକ୍ତି । ଏହାକୁ ନେଇ National Investigation Agency ବା ଜାତୀୟ ଗୁଇନ୍ଦା ବିଭାଗକୁ ଏକ ଧମକପୂର୍ଣ୍ଣ ମେଲ୍‌ ଆସିଛି । ୨୦ କିଲୋଗ୍ରାମ ଆରଡିଏକ୍ସ ରଖିଥିବା ମେଲ ଆସିଛି ।

ଏହି ଧମକଭରା ମେଲରୁ ଜଣାପଡ଼ୁଛି ପ୍ରଧାନମନ୍ତ୍ରୀଙ୍କ ସହ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେବାପାଇଁ ସେ ପ୍ରସ୍ତୁତ । ଉକ୍ତ ଅଜଣା ବ୍ୟକ୍ତି ଲେଖିଛିଯେ, ମୁଁ ଏଭଳି କିଛି ଆତଙ୍କବାଦୀଙ୍କୁ ସାକ୍ଷାତ କରିଛି ଯେଉଁମାନେ ମୋତେ ସାହାଯ୍ୟ କରିବେ । ମୋତେ ଅତି ସହଜରେ ବୋମା ମିଳି ଯାଇଥିବାରୁ ମୁଁ ବେଶ୍‌ ଖୁସି ଅଛି । ଏବେ ମୁଁ ଯେଉଁଠି ଚାହିଁବି ସେଇଠି ବିସ୍ଫୋରଣ କରିବି । ୨୦ଟି ବଡ଼ ସହରରେ ଆତଙ୍କ ସୃଷ୍ଟି କରି ମୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ନେବି । ଗତ ଫେବ୍ରୁଆରୀ ୨୮ରୁ ସେ ସ୍ଲିପର ସେଲକୁ ସକ୍ରିୟ କରିସାରିଥିବା ମଧ୍ୟ ଉଲ୍ଲେଖ କରିଛି ।

ଏହି ଧମକଭରା ମେଲ୍‌ ପାଇବା ପରେ ଏନଆଇଏ ଏବଂ ଅନ୍ୟ ଗୁଇନ୍ଦା ବିଭାଗ ମେଲ ପଠାଇଥିବା ବ୍ୟକ୍ତିକୁ ଟ୍ରେସ୍‌ କରିବାକୁ ଚେଷ୍ଟା କରୁଛନ୍ତି । ସେମାନେ ଆଇପି ଠିକଣାକୁ ଟ୍ରାକ୍‌ କରିବାକୁ ଉଦ୍ୟମ ଜାରି ରଖିଛନ୍ତି  ଏବଂ ଯଥାଧିକ ସୂଚନା ସଂଗ୍ରହ କରିବାରେ ଲାଗି ପଡ଼ିଛନ୍ତି ।  କିନ୍ତୁ ଏହାକୁ ନେଇ ଏନଆଇଏ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବରେ କୌଣସି ସୂଚନା ଜାରି କରିନାହିଁ ।

ତେବେ ଏହି ମେଲ୍‌ ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବାପେକ୍ଷା ଅଧିକ କଡ଼ାକଡ଼ି କରିଦିଆଯାଇଛି ।

ସ୍ବର୍ଗଦ୍ବାର ନିକଟରେ ଖୋଲିଲା ଶୁଦ୍ଧ ନିରାମିଷ କାଫଟେରିଆ

ପୁରୀ: ସ୍ବର୍ଗଦ୍ବାର ନିକଟରେ ଖୋଲିଲା ଶୁଦ୍ଧ ନିରାମିଷ କାଫଟେରିଆ । ଜିଲ୍ଲା ପ୍ରଶାସନ ସହଯୋଗରେ ଓଟିଡିସି ଖୋଲିଛି କାଫେଟେରିଆ । ଆଜି ଉତ୍କଳ ଦିବସ ଅବସରରେ ଏହାକୁ ଲୋକାର୍ପଣ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର । ପୁରୀ ହେଉଛି ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର । ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ହେଲେ ମୋକ୍ଷ ପ୍ରାପ୍ତି ହେବାର ବିଶ୍ବାସ ରହିଛି । ଆତ୍ମୀୟଙ୍କ ଅନ୍ତିମ ସଂସ୍କାର ପାଇଁ ଏଠାକୁ ଆସୁଥିବା ପରିଜନ ଅନେକ ସମୟରେ ଖାଦ୍ୟ ସମସ୍ଯା ସାମ୍ନା କରିଥାନ୍ତି ।

ଏହାକୁ ଦୃଷ୍ଟିରେ ରଖି ଓଟିଡିସି ଦ୍ବାରା ଶୁଦ୍ଧ ନିରାମିଷ କାଫେଟେରିଆ ଖୋଲା ଯାଇଛି । ପ୍ରଶାସନର ଏଭଳି କାର୍ଯ୍ୟକୁ ସମସ୍ତେ ସ୍ବାଗତ କରିଛନ୍ତି । ପୁରୀ ଭଳି ପବିତ୍ର ସ୍ଥାନକୁ ପରିଦର୍ଶନରେ ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନିମନ୍ତେ ମଧ୍ୟ ଏହା ସହାୟକ ହେବ  । ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରିବାକୁ ଆସୁଥିବା ଆତ୍ମୀୟ ପରିଜନ ଏହି ସ୍ଥାନରେ ଖାଇପାରିବେ  ।

ପ୍ରତିଶୋଧ ନିଆଁରେ ଜଳୁଛି ୟୁକ୍ରେନ୍‌, ଋଷ୍‌ ସହରରେ ବୋମାମାଡ଼

ନୂଆଦିଲ୍ଲୀ:  ପ୍ରାୟ ୧ ମାସ ହେବ ଋଷ୍‌ ଏବଂ ୟୁକ୍ରେନ୍‌ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ହେଲେ ଏପର୍ଯ୍ୟନ୍ତ ୟୁକ୍ରେନର ରାଜଧାନୀ କିଭକୁ କବଜା କରିପାରିନାହିଁ ଋଷ୍‌ । ସୈନ୍ୟଙ୍କ ଠାରୁ ଆରମ୍ଭ କରି ସାଧାରଣ ନାଗରିଙ୍କ ଜୀବନ ଯାଉଛି । ସମାଧାନର ରାସ୍ତା ବାହାରୁନାହିଁ । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ବଡ଼ ଖବର । ୟୁକ୍ରେନର ୨ଟି ହେଲିକପ୍ଟର ରୁଷୀୟ ସହର ବେଲଗୋରୋଡ୍ ଉପରେ ଆକ୍ରମଣ କରିଥିବା ରୁଷ ଦାବି କରିଛି ।ଏହାର ଏକ ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି ।

ଏହାକୁ ନେଇ ୟୁକ୍ରେନ୍‌ ସରକାର ଆନୁଷ୍ଠାନିକ ଭାବରେ ରାଜି ହୋଇନାହାଁନ୍ତି । କିନ୍ତୁ ଋଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମୁଖପାତ୍ର ଉତକ୍ଷିପ୍ତ ହୋଇ କହିଛନ୍ତି ବର୍ତ୍ତମାନର ସ୍ଥିତିକୁ ନଜର ଦେଲେ ଆଉ ଶାନ୍ତିରେ ଆଲୋଚନା ହେବାଭଳି ମନେ ହେଉନି ।

ସୂଚନା ଅନୁସାରେ ୟୁକ୍ରେନର ଦୁଇଟି ଯୁଦ୍ଧ ହେଲିକପ୍ଟର ବେଲଗୋରୋଡରେ ଥିବା ଏକ ଏୟାରପୋର୍ଟ ଉପରେ ଆକ୍ରମଣ କରିବା ସହ ତୈଳ ଡିପୋ ଉପରେ ବୋମାମାଡ ହୋଇଛି । ଏୟାରପୋର୍ଟ ନିକଟରେ ଥିବା ତୈଳ ଡିପୋରେ ନିଆଁ ଲାଗିଯାଇଛି । ରୁଷ ମିଲିଟାରି ପକ୍ଷରୁ ଏହି ଆକ୍ରମଣ ସଂପର୍କିତ ଏକ ଭିଡିଓ ଜାରି କରାଯାଇଛି । ଏହି ଭିଡିଓରେ ଆକ୍ରମଣ ପରେତୈଳ ଡିପୋରେ ପ୍ରବଳ ବେଗରେ ନିଆଁ ଜଳୁଥିବା ଦେଖାଯାଉଥିବା ଦେଖାଯାଉଛି ।

 

ରୁଷ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଅଳ୍ପ ଉଚ୍ଚତାରୁ ତୈଳ ଡିପୋ ଓ ଏୟାରପୋର୍ଟକୁ ମିସାଇଲ ନିକ୍ଷେପ କରାଯାଇଥିଲା । ଏହା ଦ୍ୱାରା ତୈଳ ଡିପୋରେ ବଡ଼ ବିସ୍ଫୋରଣ ହୋଇଥିଲା । ତେବେ ଏହି ଆକ୍ରମଣରେ ଏୟାରପୋର୍ଟର ବିଶେଷ କ୍ଷତି ହୋଇନଥିବା କହିଛନ୍ତି ଗଭର୍ଣ୍ଣର ଗ୍ଲଡକୋଭ୍‌ ।

ଅନ୍ୟପକ୍ଷରେ ଏହି ଆକ୍ରମଣ ସଂପର୍କରେ ୟୁକ୍ରେନ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ୟୁକ୍ରେନର ସରକାରୀ ସମ୍ବାଦ ସରବରାହ ସଂସ୍ଥା ୟୁକ୍ରିନଫର୍ମ ପକ୍ଷରୁ ଏସମ୍ପର୍କିକ କୌଣସି ରିପୋର୍ଟ ପ୍ରକାଶ ପାଇନାହିଁ । ରୁଷ ପକ୍ଷରୁ କୁହାଯାଇଛି ।  ତେବେ ଏହି ବିସ୍ଫୋରଣରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇନଥିବା କହିଛନ୍ତି ଗଭର୍ଣ୍ଣର ଗ୍ଲଡକୋଭ୍‌ ।

ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା !

ସୁନ୍ଦରଗଡ଼: ହଷ୍ଟେଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଅଭିଯୋଗ । ସୁନ୍ଦରଗଡ଼ ଲେପ୍ରିପଡ଼ା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା । ଛାତରୁ ଡେଇଁ ଆତ୍ମହତ୍ୟା ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ । ଯୌନ ନିର୍ଯାତନାରେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସ୍କୁଲର ପ୍ରଧାନ ଶିକ୍ଷକ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ଆତ୍ମହତ୍ୟା ପରେ ପରିବାର ଲୋକ ଥାନାରେ ଏକ ଅଭିଯୋଗ କରିଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ପଟେଲଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ତଦନ୍ତ ଜାରି ରଖିଛି ପୋଲିସ । ସ୍କୁଲରେ କିପରି କାର୍ଯ୍ୟ ବାସ୍ତବରେ ଘଟୁଥିଲା କି ନାହିଁ ? ଯଦି ଘଟୁଥିଲା ଏଥିରେ କେଉଁ ମାନେ ସଂଶ୍ଲିଷ୍ଟ ରହିଥିଲେ  । ପ୍ରଛଦପଟରେ କିଏ କିଏ ରହିଥିଲେ ଏମିତି ଅନେକ ଦିଗକୁ ନେଇ ତଦନ୍ତ ଜାରି ରଖିଛି ପୋଲିସ  ।

ବିବାଦରେ ପାକ୍‌ ପ୍ରଧାନମନ୍ତ୍ରୀ, କଡ଼ା ସମାଲୋଚନା କଲେ ପୂର୍ବ ପତ୍ନୀ

ଇସଲାମାବାଦ:  ବିବାଦ ଘେରରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ । ନିଜର ଗାଦି ରକ୍ଷା କରିବାକୁ ଜୋରଦାର ପ୍ରୟାସ ଜାରି ରଖିଛନ୍ତି ଇମ୍ରାନ୍‌ । ଗୋଟିଏ ପଟେ ତାଙ୍କ ତୃତୀୟ ସ୍ତ୍ରୀ କଳା ଯାଦୁ ମାଧ୍ୟମରେ ତାଙ୍କ ଗାଦି ରକ୍ଷା କରିଦେବେ ବୋଲି ଚର୍ଚ୍ଚା ହେଉଥିବାବେଳେ ଅନ୍ୟପଟେ ଇମ୍ରାନଙ୍କୁ କଡ଼ା ସମାଲୋଚନା କରିଛନ୍ତି ତାଙ୍କ ଦ୍ୱିତୀୟ ପତ୍ନୀ । ଶୁକ୍ରବାର ଇମ୍ରାନଙ୍କ ପୂର୍ବ ପତ୍ନୀ ରେହମ କହିଛନ୍ତି ଯେ ନିଜ ପ୍ରଧାନମନ୍ତ୍ରିତ୍ୱ କାଳରେ ଦେଶରେ ଇମ୍ରାନ ଖାନ ସୃଷ୍ଟି କରିଥିବା ବିଶୃଙ୍ଖଳାକୁ ହଟାଇ ଦେଶକୁ ଆଉଥରେ ଶୃଙ୍ଖଳିତ କରିବା ପାଇଁ ଦେଶବାସୀ ବର୍ତ୍ତମାନ ଏକାଠି ହେବା ଉପରେ ଧ୍ୟାନ ଦେବା ଉଚିତ।

 

ଇମ୍ରାନ ଖାନ ୨୦୧୮ରେ ଏକ ‘ନୟା ପାକିସ୍ତାନ’  ବା ନୂଆ ପାକିସ୍ତାନ୍‌ ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। କିନ୍ତୁ, ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଥିଲେ। ଖାଲି ସେତିକି ନୁହେଁ, ବରଂ  ଦେଶବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ଶୋଚନୀୟ ଭାବରେ ବିଫଳ ହୋଇ ଇମ୍ରାନ ଖାନ ୨୦୧୮ରେ ଏକ ‘ନୂଆ ପାକିସ୍ତାନ’ (ନୟା ପାକିସ୍ତାନ) ସୃଷ୍ଟି କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ। କିନ୍ତୁ, ସମସ୍ତ ପ୍ରକାର ଅତ୍ୟାବଶ୍ୟକୀୟ ଦ୍ରବ୍ୟର ମୂଲ୍ୟକୁ ନିୟନ୍ତ୍ରଣରେ ରଖିବାରେ ବିଫଳ ହୋଇଥିଲେ। ଖାଲି ସେତିକି ନୁହେଁ, ବରଂ ଦେଶବାସୀଙ୍କ ମୌଳିକ ସମସ୍ୟାର ସମାଧାନ କରିବାରେ ଶୋଚନୀୟ ଭାବରେ ବିଫଳ ହୋଇଥିଲେ ଇମ୍ରାନ, ଯାହା ବିରୋଧୀଙ୍କୁ ତାଙ୍କ ସରକାରଙ୍କୁ ଅପାରଗ ଭାବରେ ଟାର୍ଗେଟ କରିବାକୁ ସୁଯୋଗ ଦେଇଥିଲା।

 

ଏହା ବ୍ୟତୀତ ରେହମ ଟୁଇଟ୍‌ କରି ଲେଖିଛନ୍ତି, ‘ଇମ୍ରାନ୍‌ ଇତିହାସ!! ମୁଁ ଭାବୁଛି ନୟା ପାକିସ୍ତାନ ନାମରେ ଦେଶରେ ସୃଷ୍ଟି ହୋଇଥିବା ବିଶୃଙ୍ଖଳାକୁ ସଫା କରିବା ପାଇଁ ଆମେ ଏକାଠି ଠିଆ ହେବା ଉପରେ ଧ୍ୟାନ ଦେବା ଉଚିତ’ । ରେହମ କହିଛନ୍ତିଯେ, ଇମ୍ରାନଙ୍କ ନିକଟରେ ନା ବୁଦ୍ଧି ଅଛି ନା ସାମର୍ଥ୍ୟ । ଯେତେବେଳେ ଆପଣ ପ୍ରଧାନମନ୍ତ୍ରୀ ନଥିଲେ ସେତେବେଳେ ପାକିସ୍ତାନ ବହୁତ ଭଲ ଥିଲା’ ବୋଲି କହି ସେ ଇମ୍ରାନଙ୍କୁ କଡ଼ା ସମଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ ଗୁରୁବାର ଦେଶକୁ ଦେଇଥିବା ଅଭିଭାଷଣରେ ଇମ୍ରାନ ଖାନ କହିଥିଲେ ଯେ ତାଙ୍କ ଦଳର ବିଦ୍ରୋହୀ ବିଧାୟକମାନେ ସେମାନଙ୍କର ବିବେକ ବିକ୍ରି କରି ଦେଇଛନ୍ତି, ସେ ଇସ୍ତଫା ଦେବେ ନାହିଁ।

‘କେହି ଜଣେ ମୋତେ ଇସ୍ତଫା ଦେବାକୁ କହିଥିଲେ। ମୁଁ ଇସ୍ତଫା ଦେବି କି? ମୁଁ ୨୦ ବର୍ଷ ଧରି କ୍ରିକେଟ୍‌ ଖେଳିଛି, ଏବଂ ମୁଁ ଶେଷ ବଲ୍‌ ପର୍ଯ୍ୟନ୍ତ ଖେଳେ ।  ମୁଁ ମୋ ଜୀବନରେ କେବେ ବି ହାର ମାନି ନାହିଁ ବୋଲି ଇମ୍ରାନ ଖାନ କହିବା ସହ, ଆପଣମାନେ ଦେଖିବେ ଯେ ଭୋଟ୍‌ ପରେ ଭୋଟ୍‌ର ଫଳାଫଳ ଯାହା ହେଉ ନା କାହିଁକି ମୁଁ ଅଧିକ ଶକ୍ତିଶାଳୀ ହେବି।’

ହତ୍ୟାର ଦୃଶ୍ୟ ବୟାନ ବେଳେ କାନ୍ଦିପକାଇଲା ଶର୍ମିଷ୍ଠା

ଭୁବନେଶ୍ୱର: କ୍ରାଇମସିନ୍ ରିକ୍ରିଏଟ କରୁଛି କ୍ରାଇମବ୍ରାଞ୍ଚ । କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ସିରିଜ ଡେମୋ କରିଚାଲିଛି କ୍ରାଇମବ୍ରାଞ୍ଚ। ଚାନ୍ଦବାଲି ଓ ଭୁବନେଶ୍ବର ଦୟାଲ ଆଶ୍ରମ ପରେ ଏବେ ନୟାଗଡ ଜିଲ୍ଲା ରଣପୁର ବଧିପାଟଣା କ୍ରାଇମସ୍ପଟ ଅଭିମୁଖେ ବାହାରିଛି କ୍ରାଇମବ୍ରାଞ୍ଚ ଟିମ୍ । ମାନସଙ୍କୁ ହତ୍ୟାପରେ ଏଠାରେ ପୋତାଯାଇଥିଲା । କେମିତି ଏଠାରେ ପୋତା ଯାଇଥିଲା ମାନସଙ୍କ ମୃତଦେହ ଓ ପ୍ରମାଣ ଲୁଚାଇବାକୁ କଣ ହୋଇଥିଲା ପ୍ଲାନ୍‌, ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ଦେଖାଇବ ଡେମୋ ।

ସେପଟେ ଆଜି ସକାଳେ ପ୍ରଥମେ ଚାନ୍ଦବାଲିରେ ଶର୍ମିଷ୍ଠା କ୍ରାଇମସିନ୍ ରିକ୍ରିଏସନ୍ କରି ଦେଖାଇଥିଲା । କେମିତି ଚାନ୍ଦବାଲିରେ ମାନସକୁ ଅପହରଣ କରାଯାଇଥିଲା, କେମିତି ଓ କିପରି ମାନସ ପାଖରେ ପହଁଛିଥିଲେ ତାହା ବଖାଣିଥିଲା ଶର୍ମିଷ୍ଠା । ପରେ ସେଠାରୁ ଆସି ଶର୍ମିଷ୍ଠାକୁ ଭୁବନେଶ୍ବର ଦୟାଲ ଆଶ୍ରମ ଅଣାଯାଇଥିଲା । ଦୟାଲ ଆଶ୍ରମରେ ମଧ୍ୟ ଶର୍ମିଷ୍ଠା କିପରି ମାନସଙ୍କୁ ନିର୍ଯାତନା ଦେଇଥିଲା ଓ ହତ୍ୟା କରିଥିଲା ତାହାକୁ ବଖାଣିଛି ହତ୍ୟାକାରୀ ଶର୍ମିଷ୍ଠା  ।

ସେପଟେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା କହିଛି ନିର୍ଯାତନା ଓ ହତ୍ୟା ବେଳର ସତ । ସତ କହିବା ବେଳେ କାନ୍ଦି ପକାଇଥିଲା ଶର୍ମିଷ୍ଠା । ହତ୍ୟାର ଦୃଶ୍ୟକୁ ବୟାନ କରିବାବେଳେ କୋହ ସମ୍ଭାଳି ପାରିନଥିଲା ହତ୍ୟାକାରୀ ଶର୍ମିଷ୍ଠା ରାଉତ  । ତେବେ ଚାନ୍ଦବାଲିରୁ ଅପହରଣ ପରେ ଦୟାଲ ଆଶ୍ରମରେ ମାନସଙ୍କୁ ନୃଶଂସ ଭାବେ ନିର୍ଯାତନା ଦିଆଯାଇଥିବା ନିଜେ ହିଁ ସତ ମାନିଛି ଶର୍ମିଷ୍ଠା  । ପରେ ମୃତ ଦେହକୁ ରଣପୁରର ବଧିପାଟଣାରେ ପୋତା ଯାଇଥିଲା । ବଧିପାଟଣା ଅଭିମୁଖେ ମଧ୍ୟ କ୍ରାଇମବ୍ରାଞ୍ଚ ଗ୍ରସ୍ତ କରିଛି  ।

ଘୋଡ଼ାରେ ବସି ବିଦ୍ୟୁତ୍‌ ବିଲ୍‌ ମାଗୁଛନ୍ତି ବିଦ୍ୟୁତ୍‌ ବିଭାଗ କର୍ମଚାରୀ

ନୂଆଦିଲ୍ଲୀ:  ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯେଉଁଥିପାଇଁ ଲୋକ ଗାଡ଼ି ଚଲାଇବାକୁ ଡରିଲେଣି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବିହାରର ଶିବହର ଜିଲ୍ଲାରେ । ଏଠାରେ ବିଦ୍ୟୁତ୍‌ ବିଭାଗର ଜଣେ କର୍ମଚାରୀ ଘୋଡ଼ାରେ ବସି ବିଦ୍ୟୁତ୍‌ ବିଲ୍‌ ମାଗିବାକୁ ଯାଉଛନ୍ତି । ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଅଭିଜିତ ତିଓ୍ୱାରୀଙ୍କ କହିବା ହେଉଛି ପେଟ୍ରୋଲର ଦରବୃଦ୍ଧି ମୁଣ୍ଡରେ ଚଡ଼କ ପକାଇଲାଣି । ଗାଡ଼ି ନେଇ ଯିବା କଷ୍ଟ ହୋଇପଡ଼ୁଛି । ପକେଟକୁ ଖୁବ୍‌ ବାଧୁଛି ତେଲ ଦର । ଯାହାର ବିକଳ୍ପ ଦେଖିବାକୁ ବାଧ୍ୟ ହୋଇଛି । ଅଭିଜିତଙ୍କ କହିବା ହେଉଛି ଘୋଡ଼ାରେ ଯିବା ପାଇଁ ଯେତିକି ଟଙ୍କା ଦେବାକୁ ପଡ଼େ ତା ଠାରୁ ଦୁଇ ଗୁଣା ଟଙ୍କା ପେଟ୍ରୋଲ ପାଇଁ ଖର୍ଚ୍ଚ କରିବାକୁ ପଡ଼ୁଛି ।

ଅଭିଜିତଙ୍କ ଏହି ପଦକ୍ଷେପ ସାରା ଜିଲ୍ଲାର ଧ୍ୟାନ ଆକର୍ଷଣ କରିଛି ।  ଲୋକ ଏହାକୁ ବୁଦ୍ଧିର ପାର୍ଶ୍ୱ ପ୍ରତିକ୍ରିୟା ବୋଲି କହୁଛନ୍ତି           ।  କିନ୍ତୁ ଅଭଜିତଙ୍କ କହିବା ହେଉଛି ଏହା ପାର୍ଶ୍ୱ ପ୍ରତିକ୍ରିୟା ନୁହେଁ ବରଂ ବୁଦ୍ଧିମାନର କାମ ।

ଅନ୍ୟପଟେ ମହାରାଷ୍ଟ୍ରର ଔରଙ୍ଗାବାଦରେ ମଧ୍ୟ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଏଠାରେ ଶେଖ୍‌ ୟୁସୁଫ ନାମକ ଜଣେ ବ୍ୟକ୍ତି ପେଟ୍ରୋଲ ଦରକୁ ନଜରରେ ରଖି ଏବେ ଗାଡ଼ି ନୁହେଁ ବରଂ ପ୍ରତିଦିନ ୧୫ ମିଲୋମିଟର ଘୋଡ଼ାରେ ନିଜ କର୍ମସ୍ଥଳକୁ ଯାଉଛନ୍ତି । ତେବେ ଏହା ତାଙ୍କ ପକ୍ଷେ ନୂଆ ନୁହେଁ । ଲକଡାଉନ ସମୟରେ ଗାଡ଼ି ଖରାପ ହୋଇ ଯାଇଥିବାରୁ ତାଙ୍କ ନିକଟରେ ବିକଳ୍ପ ଖୋଜିବା ବ୍ୟତୀତ କିଛି ଉପାୟ ନଥିଲା । କାରଣ ଗ୍ୟାରେଜ ବନ୍ଦ ଥିଲା । ଏଥିପାଇଁ ସେହି ଦିନଠାରୁ ସେ ଘୋଡ଼ାରେ ଯିବା ଆସିବା କରୁଛନ୍ତି । କିନ୍ତୁ ସେ ଘୋଡ଼ାରେ ଭଡ଼ାରେ ନୁହେଁ ବରଂ ନିଜେ ଏକ ଘୋଡ଼ା କିଣିଥିବା କହିଛନ୍ତି ।