spot_img
Home Blog Page 4603

ଆଜି ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ, ସିରିଜ୍ କବଜ୍ଜା ଲକ୍ଷ୍ୟରେ ବ୍ଲୁ ବ୍ରିଗେଡ

ଅହମଦାବାଦ: ଆଜି ଭାରତ- ଓ୍ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନ ୧.୩୦ରେ ଖେଳ ଆରମ୍ଭ ହେବ । ୩ ଟିକିଆ ସିରିଜରେ ପ୍ରଥମ ମ୍ୟାଚ୍ ଜିତି ୧-୦ରେ ଆଗୁଆ ରହିଛି ଟିମ୍ ଇଣ୍ଡିଆ । ଆଜି ମ୍ୟାଚ୍ ଜିତି ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି ବ୍ଲୁ ବିଗ୍ରେଡ୍ । ରୋହିତଙ୍କ ନେତୃତ୍ୱରେ ଦଳ ପଡିଆକୁ ଓହ୍ଲାଇବାକୁ ଥିବା ବେଳେ ଓପନିଂ କରିପାରନ୍ତି ରୋହିତ ଏବଂ ଭାଇସ୍-କ୍ୟାପଟେନ୍ ଲୋକେଶ ରାହୁଲ । ପ୍ରଥମ ଦିନିକିଆରେ ରାହୁଲ ଅନୁପସ୍ଥିତ ରହିଥଲେ । ତେବେ ସେ ଦ୍ୱିତୀୟ ଦିନିକିଆ ପୂର୍ବରୁ ପୁଣି ଦଳ ସହ ଯୋଡି ହୋଇଛନ୍ତି ।

ଅନ୍ୟପକ୍ଷରେ ଯଦି ଆଜିର ମ୍ୟାଚରେ ଓ୍ୱେଷ୍ଟଇଣ୍ଡିଜ୍ ମ୍ୟାଚରେ ବିଜୟ ଲାଭ କରେ ତେବେ ଏହି ସିରିଜ୍ ୧-୧ରେ ବରାବର ହେବ । ଯାହା ଫଳରେ ଶନିବାର କେଳାଯିବାକୁ ତିବା ତୃତୀୟ ମ୍ୟାଚ ନିର୍ଣ୍ଣାୟକ ମ୍ୟାଚ ହେବ । ଏହି ମ୍ୟାଚ ଜିତି ସିରିଜକୁ ବଞ୍ଚାଇବାକୁ ହେଲେ ଓ୍ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନକୁ ଦମଦାର ପ୍ରଦର୍ଶନ କରିବାକୁ ପଡ଼ିବ । ଅନ୍ୟପଟେ ଭାରତ ଦକ୍ଷିଣ ଆଫ୍ରିକାରେ ସିରିଜ୍ ପରାଜୟର ବଦଲା ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନେବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ଆଜିର ମ୍ୟାଚକୁ ଜିତି ଏହି ସିରିଜକୁ କବଜ୍ଜା କରିବାକୁ ଚେଷ୍ଟା କରିବ ମେନ୍ ଇନ ବ୍ଲୁ ।

ଆଜିଠୁ ପୁଣି ଭିଜିବ ଓଡ଼ିଶା, ୧୧ରୁ ବଢ଼ିବ ବର୍ଷା

ଭୁବନେଶ୍ୱର: ଓଡ଼ିଶାର ପିଛା ଛାଡୁନି ପଶ୍ଚିମା ଝଡ । ଆଜିଠୁ ପୁଣି ଭିଜିବ ଓଡ଼ିଶା । ପଶ୍ଚିମା ଝଡ ପ୍ରଭାବରେ ବିଭିନ୍ନ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରଭାବ ପଡ଼ିବ । ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ପଶ୍ଚିମା ଝଡ ପ୍ରଭାବରେ ଝାରସୁଗୁଡା, ସୁନ୍ଦରଗଡ, ଦେବଗଡ, ସମ୍ବଲପୁର, କେନ୍ଦୁଝର ଏବଂ ମୟୂରଭଞ୍ଜର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ । ୧୧ ତାରିଖରେ ବର୍ଷାର ପରିମାଣ ବଢିବ । ଓଡ଼ିଶାକୁ ପ୍ରବେଶ କରୁଥିବା ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଏଭଳି ପାଗ ସୃଷ୍ଟି ହୋଇଛି । ବର୍ଷା ସହିତ ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ପଡ଼ିବ । ଏଥିପାଇଁ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ନାକିଚୁଆ ଗାଁରେ ସ୍ୱାମୀ ମାଡ଼ରେ ସ୍ତ୍ରୀ ମୃତ

0

ମୟୂରଭଞ୍ଜ: ସ୍ୱାମୀ ମାଡ଼ରେ ସ୍ତ୍ରୀ ମୃତ୍ୟୁ। ଅଭିଯୋଗ ଆଣିଲେ ମୃତ ମହିଳାଙ୍କ ପରିବାର ଲୋକେ। ଦୁଃଖଦ ଘଟଣା ଘଟିଛି ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ନାକିଚୁଆ ଗ୍ରାମରେ। ସ୍ୱାମୀ ଅର୍ଦ୍ଧେନ୍ଦୁ ଶେଖର ମହାନ୍ତିଙ୍କ ମାଡ଼ରେ ସ୍ତ୍ରୀ ରତ୍ନାପ୍ରଭା ନାୟକଙ୍କ ମୃତ୍ୟୁ। ଘଟଣା ସ୍ଥଳରେ ରାସଗୋବିନ୍ଦପୁର ପୋଲିସ୍ ପହଞ୍ଚି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଜବତ କରିବା ସହିତ ଅଧିକ ତଦନ୍ତ ଆରମ୍ଭ କରିଛି। ଆସନ୍ତାକାଲି ମୃତକ ମହିଳାର ଶବ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି। ସେପଟେ ଘରେ ଅଢ଼େଇ ବର୍ଷର ପୁଅଟି ମଧ୍ୟ ରହିଛି।

ଏଥିସହିତ ପଢ଼ନ୍ତୁ: ସଚେତନ କରୁଛି ସଂଳାପ: ‘ଦିନ ହୋ ୟା ରାତ୍, ମୈ କଚରା ବାହାର ଫେକେଗା ନେହି’

ସଚେତନ କରୁଛି ସଂଳାପ: ‘ଦିନ ହୋ ୟା ରାତ୍, ମୈ କଚରା ବାହାର ଫେକେଗା ନେହି’

ଭୁବନେଶ୍ୱର: ‘ପୁଷ୍ପା’ ଚଳଚ୍ଚିତ୍ରରେ ହିରୋଙ୍କ ଅଭିନୟ ହେଉ କି ସଂଳାପ ସବୁକିଛି ଏବେ ଚର୍ଚ୍ଚାରେ । ଚଳଚ୍ଚିତ୍ରର ଅଭୂତପୂର୍ବ ସଫଳତା ପରେ ବିଭିନ୍ନ ଭାଷାରେ ହୋଇଛି ଫିଲ୍ମର ରିମେକ୍ । ଫିଲ୍ମର ହିରୋ ଆଲ୍ଲୁ ଅର୍ଜୁନଙ୍କ ଷ୍ଟାଇଲକୁ ପିଲାଙ୍କ ଠାରୁ ବୟସ୍କ ସମସ୍ତେ ଆପଣାଇବାକୁ ଚେଷ୍ଟା କରୁଛନ୍ତି । ‘ପୁଷ୍ପା’କୁ ନେଇ ଲୋକଙ୍କ ମଧ୍ୟରେ ଥିବା ଆଗ୍ରହକୁ ଦୃଷ୍ଟିରେ ରଖି ବିଭିନ୍ନ ସରକାରୀ ବିଭାଗ ପକ୍ଷରୁ ସୋସିଆଲ ମିଡିଆରେ ଲୋକଙ୍କୁ କରାଯାଉଛି ସଚେତନ ।

ଚର୍ଚ୍ଚାରେ ‘ପୁଷ୍ପା’ ଚଳଚ୍ଚିତ୍ରର ଡାଏଲଗ । ସବୁ ଫର୍ମାଟରେ ହେଉଛି ଭାଇରାଲ । ସଚେତନତା ସୃଷ୍ଟିର ସାଜିଛି ମାଧ୍ୟମ । କମ୍ ସମୟରେ ଅଧିକ ଲୋକଙ୍କ ନିକଟରେ ପହଁଞ୍ଚିବା ଜରୁରୀ । ଏହି ଲକ୍ଷ୍ୟ ପୂରଣ କରିବାକୁ ଯାଇ ସହଜ ମାଧ୍ୟମ ଆପଣଉଛନ୍ତି ସମସ୍ତେ । ଏଥିରୁ ବାଦ୍ ପଡିନାହିଁ ବିଭିନ୍ନ ସରକାରୀ ବିଭାଗ । ଟ୍ରାଫିକ୍ ନିୟମ ସମ୍ପର୍କରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (STA), ପରିମଳ ବ୍ୟବସ୍ଥାରେ ସୁଧାର ପାଇଁ ଭୁବନେଶ୍ୱର ମହାନଗର ନିଗମ (BMC) ଓ ମୋ ବସ୍ ସେବା ସମ୍ପର୍କରେ ଲୋକଙ୍କୁ ଅବଗତ କରିବାକୁ ଯାଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ (CRUT) ପକ୍ଷରୁ ଜାରି ରହିଛି ପ୍ରୟାସ ।

ଯେମିତି କି ‘‘ପୁଷ୍ପା ହୋ ୟା ପୁଷ୍ପା ରାଜ୍, ମୋ ବସ୍ କରେଗା ସବକେ ଦିଲମେ ରାଜ୍ । ପୁଷ୍ପା ହୋ ୟା ପୁଷ୍ପାରାଜ୍, ବିନା ହେଲମେଟ୍ କା ଚାଲାଣ ସବକା କଟେଗା । ଏବଂ ‘ଦିନ ହୋ ୟା ରାତ୍, ମୈ କଚରା ବାହାର ଫେକେଗା ନେହି’ ଏଭଳି ‘ପୁଷ୍ପା’ ଷ୍ଟାଇଲରେ ଏବଂ ପୁଷ୍ପା ଫିଲ୍ମ ହିରୋ ଆଲ୍ଲୁ ଅର୍ଜ୍ଜୁନଙ୍କ ଫଟୋକୁ ବ୍ୟବହାର କରି ଟ୍ୱିଟର ଜରିଆରେ ଦିଆଯାଉଛି ସଚେତନତାର ବାର୍ତ୍ତା ।

ପିଲା ଠାରୁ ବୟସ୍କ, ସମସ୍ତଙ୍କ ମଧ୍ୟରେ ଭାଇରାଲ ହେଉଛି ପୁଷ୍ପା ସିନେମାର ଡାଏଲଗ୍ । ରାସ୍ତାଘାଟରେ ମଧ୍ୟ ଏହି ଷ୍ଟାଇଲକୁ କରିବାକୁ ଚେଷ୍ଟା କରୁଛନ୍ତି ଯୁବପୀଢି । ମାଧ୍ୟମ ଯାହା ବି ହେଉନା କାହିଁକି କମ୍ ସମୟରେ ଲୋକେ ଯାହାକୁ ଗ୍ରହଣ କରୁଛନ୍ତି ତାହା କରାଯିବା ହିଁ ସମୟୋପଯୋଗୀ ପଦକ୍ଷେପ ବୋଲି ମତ ପ୍ରକାଶ ପାଇଛି । ସମୟ ସହ ତାଳ ଦେଇ ବିଭିନ୍ନ ସମୟରେ ଅପେରା ହେଉକି ସିନେମା ସେଗୁଡିକର ଡାଏଲଗ ଭାଇରାଲ ହୋଇଥାଏ । ଏବେ ପୁଷ୍ପାକୁ ନେଇ ୩ଟି ସରକାରୀ ସଂସ୍ଥା ପ୍ରୟାସ ଆରମ୍ଭ କରିଥିବା ବେଳେ ଆଗକୁ ଅଧିକ ସଂସ୍ଥା ଆସିପାରନ୍ତି ।

ମାଛକୁଟା ପଞ୍ଚାୟତ ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ

ଅନୁଗୁଳ: ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ । ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ଆଜି ସନ୍ଧ୍ୟା ୫ଟା ବେଳେ ଘରୁ ବାହାରି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଉ ଫେରି ନାହାନ୍ତି । ତାଙ୍କ ମୋବାଇଲ ସୁଇଚ୍ ଅଫ ରହିଥିବା ବେଳେ ପରିବାର ଲୋକ ଓ ଗ୍ରାମବାସୀ ମାନେ ବହୁ ସନ୍ଧାନ ନେବା ପରେ ମଧ୍ୟ ତାଙ୍କ ପତ୍ତା ମିଳି ନଥିଲା । ତାଙ୍କ ସ୍ତ୍ରୀଙ୍କ କହିବା କଥା ଯେ ତାଙ୍କୁ ପୂର୍ବରୁ ଧମକ ମିଳୁଥିଲା । ଏଣୁ ତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ ଏବଂ ଗ୍ରାମବାସୀ । ଏ ନେଇ ଥାନାର ମଧ୍ୟ ଦ୍ୱାରସ୍ଥ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଦିବଂଗତ ଅଭିନେତା ମିହିରଙ୍କୁ ଶ୍ରଦ୍ଧାଞ୍ଜଳି: କଟକର କୁମ୍ଭାର ନିର୍ମାଣ କଲେ ବିଶାଳ ମୂର୍ତ୍ତି

 

ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ଜବାବ: କହିଲେ, କଂଗ୍ରେସକୁ ନିନ୍ଦା କରନ୍ତୁ, କିନ୍ତୁ ନିଜ କାମ କରନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣର ଜବାବ ରଖିଛନ୍ତି ପୂର୍ବ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧୀ । ସେ କହିଛନ୍ତି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁଙ୍କୁ ନେଇ କାହାଠାରୁ କୌଣସି ପ୍ରକାର ସାର୍ଟିଫିକେଟର ନେବାର ଆବଶ୍ୟକତା ନାହିଁ । ସେ ସାରା ଜୀବନ ଦେଶର ସେବା କରିବାରେ ବିତାଇଛନ୍ତି । ମଙ୍ଗଳବାର ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଭୁଲ ନିଷ୍ପତ୍ତିଗୁଡ଼ିକ ସମ୍ପର୍କରେ କହିଥିବା ବେଳେ ଜବାବରେ ଏହା କହିଛନ୍ତି ରାହୁଲ ।

ସେ ଆହୁରି କହିଛନ୍ତି, ମୋଦି ସରକାର କଂଗ୍ରେସକୁ ଡରନ୍ତି । ସେ ପୂରା ମାର୍କେଟିଂର ଧନ୍ଦା ଚଲାଇଛନ୍ତି । ତାଙ୍କ ବନ୍ଧୁ ଅଛନ୍ତି ଯେଉଁମାନେ ମିଛ ପ୍ରଚାର କରୁଛନ୍ତି । ଡରିବା ସ୍ୱାଭାବିକ ଯାହା ପାର୍ଲିଆମେଣ୍ଟରେ ସ୍ପଷ୍ଟ ଦେଖାଗଲା । ଦେଶର ପ୍ରଧାନମନ୍ତ୍ରୀ ନିଜର ପୂରା ଭାଷଣରେ କେବଳ ଆଉ କେବଳ କଂଗ୍ରେସର ନିନ୍ଦା କଲେ । କିନ୍ତୁ ତାଙ୍କ ସରକାର ଦେଇଥିବା ପ୍ରତିଶ୍ରୁତିର କାର୍ଯ୍ୟକାରିତା ନେଇ କିଛି କହିଲେ ନାହିଁ ।

ମୁଁ କୋଭିଡ ନେଇ ପୂର୍ବରୁ ସତର୍କ କରାଇଥିଲି । କିନ୍ତୁ କେହିଁ ଶୁଣିଲେ ନାହିଁ । ବର୍ତ୍ତମାନ ପାକିସ୍ତାନ-ଚୀନ ଏକାଠି ହୋଇଯାଇଛନ୍ତି । ଯାହା ଭାରତ ପାଇଁ ବଡ଼ ବିପଦ । ଏହାକୁ ଗୁରୁତ୍ୱର ସହ ନେବା ଆବଶ୍ୟକ । କିନ୍ତୁ ପ୍ରଧାନମନ୍ତ୍ରୀ ଏ ପ୍ରସଂଗରେ ଚୁପ୍ ରହୁଛନ୍ତ । ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଗାଳି ଦିଅନ୍ତୁ କିନ୍ତୁ ନିଜ କାମ ମଧ୍ୟ କରନ୍ତୁ ବୋଲି କହିଛନ୍ତି ରାହୁଲ ।

ଏଥିସହିତ ପଢ଼ନ୍ତୁ: ଅଖିଳେଶଙ୍କ ପାଇଁ ପ୍ରଚାର ମୈଦାନରେ ମମତା,: ‘ଯୋଗୀ ଆସିଲେ ତମକୁ ଖାଇଯିବ‘

ଅରୁଣାଚଳରେ ଯବାନଙ୍କ ହୀମ ସମାଧି, ନିଖୋଜ ୭ଭାରତୀୟ ଯବାନ ସହିଦ: ପାଟ୍ରୋଲିଂ ବେଳେ ଭୀଷଣ ତୁଷାରପାତରେ ଫସିଥିଲେ

ଅରୁଣାଚଳ ପ୍ରଦେଶରେ ଭୀଷଣ ହିମସ୍ଖଳନ ଯୋଗୁଁ ନିଖୋଜ ଥିବା ୭ ଜଣ ଭାରତୀୟ ଯବାନଙ୍କ ଶବ ଜବତ କରାଯାଇଛି । ସୋମବାର ପାଟ୍ରୋଲିଂ କରୁଥିବା ବେଳେ ପ୍ରବଳ ବରଫପାତ ଯୋଗୁ ଫସିଯାଇଥିଲେ । ଏହାପରେ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଅନେକ ଖୋଜା ଖୋଜି କରିବା ପରେ ମଙ୍ଗଳବାର ୭ ଯବାନଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ଭୀଷଣ ବରଫପାତରେ ଫସିଥିବା ଯବାନଙ୍କୁ ଉଦ୍ଧାର କରିବାକୁ ସମସ୍ତ ପ୍ରଚେଷ୍ଟା ପରେ ବି ସେମାନଙ୍କୁ ଜୀବନ୍ତ ଉଦ୍ଧାର କରିବା ସମ୍ଭବପର ହୋଇ ନାହିଁ । ଭାରତୀୟ ସେନାର ୭ ଯବାନଙ୍କୁ ଉଦ୍ଧାର କରିବା ପାଇଁ ଅନେକ ପ୍ରଚେଷ୍ଟା କରାଯାଇଥିଲା । କିନ୍ତୁ ଉଦ୍ଧାର ହେବା ବେଳକୁ ଅନେକ ବିଳମ୍ବ ହୋଇଯାଇଥିଲା । ବର୍ତ୍ତମାନ ଯବାନଙ୍କ ପାର୍ଥିବ ଶରୀର ଜନ୍ମମାଟିକୁ ପଠାଇବା ପାଇଁ ବ୍ୟବସ୍ଥା କରାଯାଉଛି ।

ଭାରତୀୟ ସେନା ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, କେମାଙ୍ଗ ସେକ୍ଟରରେ ହାଇ ଅଲଟିଟ୍ୟୁଡ୍‌ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ଭୀଷଣ ବରଫପାତ ଯୋଗୁ ଫସିଯାଇଥିଲେ ୭ ଯବାନ । ସେଠାରୁ ବାହାରିବା ମଧ୍ୟ ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଥିଲା । ମଙ୍ଗଳବାର ସମସ୍ତ ସହିଦଙ୍କୁ ଉଦ୍ଧାର କରାଯାଇଛି । କେମାଙ୍ଗ ଅଞ୍ଚଳରେ ଗତ କିଛିଦିନ ହେଲା ଲଗାତାର ଭାବେ ଭୀଷଣ ବରଫପାତ ହେଉଛି । ଯାହା ଫଳରେ ପାଗ ମଧ୍ୟ ଖରାପ ରହିଛି । ଚୀନ ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ସେନା ପକ୍ଷରୁ ପାଟ୍ରୋଲିଂ କରାଯାଇଥାଏ ।

ଦିବଂଗତ ଅଭିନେତା ମିହିରଙ୍କୁ ଶ୍ରଦ୍ଧାଞ୍ଜଳି: କଟକର କୁମ୍ଭାର ନିର୍ମାଣ କଲେ ବିଶାଳ ମୂର୍ତ୍ତି

କଟକ: ମାଟିରେ ମିଶିଗଲେ ବର୍ଷିଆନ କଳାକାର ମିହିର ଦାସ । ଦୀର୍ଘ ବର୍ଷ ଧରି ନିଜର ଅଭିନୟ ଜରିଆରେ ଲୋକଙ୍କୁ ବାନ୍ଧିବା ପରେ ସେ ବର୍ତ୍ତମାନ ସମସ୍ତଙ୍କ ପାଇଁ ହୋଇଯାଇଛନ୍ତି ପର । ଏହାରି ଭିତରେ ପୂରିବାକୁ ବସିଲାଣି ଏକ ମାସ । କିନ୍ତୁ ମିହିରଙ୍କୁ ଝୁରୁଛି କଳାକାର ଜଗତ । କିନ୍ତୁ ଏହି ସ୍ମୃତି କେବେଳ କଳାକରଙ୍କ ମଧ୍ୟରେ ସୀମିତ ନାହଁ । ବରଂ ଏହା ସମସ୍ତ ଙ୍କ ପାଇଁ ଚିର ସ୍ମରଣୀୟ । ତେବେ ଏହାରି ମଧ୍ୟରୁ ବାଦ ପଡି ନାହାନ୍ତି କୁମ୍ଭାର ଭାଇ ।

ମିହିରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏକ ବିଶାଳ ମାଟି ମୂର୍ତ୍ତି ନିର୍ମାଣ କରି ଏହା ଆସନ୍ତା ୧୧ ତାରିଖରେ ମିହିର ଦାସଙ୍କ ଜନ୍ମ ଦିନରେ ଶ୍ରଦ୍ଧାଞ୍ଜଳି ଦେବାକୁ ସ୍ଥିର କରିଛନ୍ତି କଟକ କୁମ୍ଭାର ସାହିର ମାଟି କାରିଗର । ୧୫ ଜଣ ମୂର୍ତ୍ତି କାରିଗର ମିଶି ନିର୍ମାଣ କରିଛନ୍ତି ୭ ଫୁଟର ମୂର୍ତ୍ତି । ଯେଉଁଥିରେ ଜୀବନ୍ତ ପରି ଲାଗୁଛନ୍ତି ମିହିର ଦାସ । ୨୦୧୨ ମସିହାରେ ମିହିର ଯେଉଁ ମାଟିର ବନ୍ଦନ ଫିଲ୍ମ ଟି ଆରମ୍ଭ କରିଥିଲେ, ସେଥିରେ ସେ ଏକ କାରିଗର ଚରିତ୍ରରେ ଅଭିନୟ କରିଥିଲେ । ଆଉ ସେ ଫିଲ୍ମଟି ରିଲିଜ ଅପେକ୍ଷାରେ ଏବେବି ରହିଛି । ତେଣୁ ଏହି ମାଟି ମୂର୍ତ୍ତି ବର୍ଷିଆନ ଅଭିନେତା ଙ୍କୁ ଦେବ ସର୍ବଦା ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି କଳାକାର ।

ଫେବ୍ରୁଆରୀ ୧୪ରୁ ରାଜ୍ୟରେ ଖୋଲିବ ଘରୋଇ ପ୍ରି- ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ପ୍ରାଇଭେଟ୍ ପ୍ରି-ସ୍କୁଲ । ପ୍ଳେ, ନର୍ସରୀ ଓ କେଜି ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ୧୪ ଫେବ୍ରୁଆରୀ ଠାରୁ ଖୋଲିବ ସ୍କୁଲ । ଏ ନେଇ ଚିଠି ଲେଖି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା  ବିଭାଗ ପ୍ରମୁଖ ସଚିବ ବିଷ୍ରୁପଦ ସେଠୀ । ସ୍କୁଲରେ କୋଭିଡ ନିୟମର କଡ଼ାକଡ଼ି ପାଳନ ହେବ । ଉଭୟ ଟିଚିଂ ଏବଂ ନନ୍‌ଟିଚିଂ ଷ୍ଟାଫ୍ କରୋନା ଟିକାର ଉଭୟ ଡୋଜ୍ ନେଇଥିବା ବାଧ୍ୟତାମୂଳକ ।

ଅନ୍ୟପକ୍ଷରେ ଆଜିଠୁ ଅଷ୍ଟମ ଶ୍ରେଣୀରୁ ଊର୍ଦ୍ଧ୍ୱ ସମସ୍ତ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଛି ।  କୋଭିଡ କଟକଣା ଭିତରେ ଅଫଲାଇନରେ ଚାଲିବ କ୍ଲାସ୍ । ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କ୍ଲାସ୍ ଚାଲିବ । ମଧ୍ୟାହ୍ନ ଭୋଜନରେ କେବଳ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ । ୧୪ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ହେବ ପାଠପଢା । କ୍ଳାସରୁମ୍ ସାନିଟାଇଜ୍ ହେବା ସହ ଚେୟାର ଟେବୁଲ୍ ପ୍ରସ୍ତୁତ କରୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସଂକ୍ରମଣ କମୁଥିବାରୁ ଅଫଲାଇନ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଦଶମ ଏବଂ କାଉନ୍ସିଲ ବୋର୍ଡକୁ ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୁବିଧା ଦେଖି ପରୀକ୍ଷା ତାରିଖ ଘୋଷଣା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବୋର୍ଡ । ତେବେ ଦୀର୍ଘଦିନ ପରେ ସ୍କୁଲ ଖୋଲିବାକୁ ନେଇ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି ।

ଏଟିଏମ୍‌ ଲୁଟେରାଙ୍କ ଶିକାର ହେଲେ ଅଟୋ ଚାଳକ: ଜୀବନ ଯାକର ଜମା ପୁଞ୍ଜି ହରାଇ କାନ୍ଦି ପକାଇଲେ

ଭୁବନେଶ୍ୱର: ସାବଧାନ୍ । ଏଟିଏମ୍‌ରେ ଟଙ୍କା ଉଠାଇଲା ବେଳେ ଆପଣଙ୍କୁ କିଏ ସାହାଯ୍ୟ କରିବାକୁ କହୁଛି କି ? ଯଦି କହୁଛି, ସମ୍ପୃକ୍ତ ଲୋକଙ୍କ ଠାରୁ ସାହାଯ୍ୟ ନିଅନ୍ତୁ ନାହିଁ । କାହିଁକି ନା ରାଜଧାନୀରେ ଏଟିଏମ୍‌ରେ ସାହାଯ୍ୟ କରିବା ବାହାନାରେ ଦୁଇ ଜଣଙ୍କ ଠାରୁ ଲୁଟ୍ ହୋଇଛି ଲକ୍ଷାଧିକ ଟଙ୍କା । ସିସିଟିଭି ଫୁଟେଜ ଆଧାରରେ ପୋଲିସ୍ ତଦନ୍ତ କରୁଛି । ୩ ଜଣିଆ ଗ୍ୟାଙ୍ଗ ଡେରା ପକାଇଛନ୍ତି ।

ଛୁରୀ କି ବନ୍ଧୁକ ନୁହେଁ, ନୂଆ ଟେକନିକରେ ଲୁଟ୍ । ସାହାଯ୍ୟ ବାହାନାରେ ଆକାଉଣ୍ଟରୁ ଟଙ୍କା ସଫା । ରାଜଧାନୀରେ ଏଟିଏମ କାଉଣ୍ଟରେ ସାହାର୍ଯ୍ୟ ବାହାନାରେ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ୍ ।  ଗୁଣନିଧି ବେହେରା ନାମକ ଜଣେ ଅଟୋ ଚାଳକ ପୋଖରୀପୁଟ ବ୍ୟାଙ୍କକୁ ଟଙ୍କା ଡିପୋଜିଟ କରିବାକୁ ଯାଇଥିଲେ । ଭିଡ଼ ଥିବାରୁ କ୍ୟାସ୍ ଡିପୋଜିଟ୍ ମେସିନ୍ (ସିଡିଏମ୍)ରେ ଟଙ୍କା ଡିପୋଜିଟ କରୁଥିବା ଯାଇ ଧୋକ୍କା ଖାଇଛନ୍ତି । ୩ ଜଣ ଲୁଟେରା କୌଶଳ କ୍ରମେ କାର୍ଡ ବଦଳାଇ ୫୪ ହଜାର ଟଙ୍କା ଲୁଟି ନେଇଛନ୍ତି । ଲୁଟ ଟଙ୍କାର ସୁନା କିଣି ନେଇଛନ୍ତି । ଏପରିକି ଏଟିଏମ ବ୍ଳକ କଲା ପରେ ବି ତାଙ୍କର ୯ ହଜାର ଟଙ୍କା କଟି ଯାଇଛି । ଅଟୋ ଚଳାଇ କଷ୍ଟଅର୍ଜିତ ଧନ ସଞ୍ଚିତ କରିଥିବା ବେଳେ ଲୁଟେରା ମାନେ ଚୂନା ଲଗାଇ ଦେଇଥିବା କାନ୍ଦି କାନ୍ଦି କହଛନ୍ତି । ଭଭୟ ଥାନାରେ ମାମଲା ରୁଜୁ କରିଥିବାବେଳେ ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ କରୁଛି । ସେପେଟେ ଅଜଣା ଲୋକଙ୍କ ଠାରୁ ସାହାଯ୍ୟ କିମ୍ବା ହାତକୁ କାର୍ଡ ଦିଅନ୍ତୁ ନାହିଁ ବୋଲି ଡିସିପି କହିଛନ୍ତି ।