spot_img
Home Blog Page 4604

ନୟାଗଡ଼ରେ ଶିଶୁ ବିକ୍ରି କରିଥିଲେ ଆଶା ଦିଦି ଓ ନର୍ସ

0

ନୟାଗଡ଼: ଶିଶୁ ବିକ୍ରି ମାମଲା । ଶିଶୁକୁ ବିକ୍ରି କରିଥିଲେ ନର୍ସ ଆଉ ଆଶା ଦିଦି । ମାମଲାରେ ସଂପୃକ୍ତ ୩ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ନୟାଗଡ ମୁଖ୍ୟ ଚିକିତ୍ସାଳୟର ନର୍ସ କମଳା ଦେଇ, ଆଟେଣ୍ଡାଣ୍ଟ ପୁଷ୍ପାଞ୍ଜଳି ପଣ୍ଡା ଓ ନୋତର ଗାଁର ଆଶା ଦିଦି ଭାନୁମତି ନାୟକ । ଗତ ୨୮ତାରିଖରେ ନୋତରର ରବି ସ୍ୱାଇଁଙ୍କ ପତ୍ନୀ ଜଲି ସ୍ୱାଇଁ ଶିଶୁପୁତ୍ର ଜନ୍ମଦେଇଥିଲେ ।

ମୁଖ୍ୟ ଚିକିତ୍ସାଳୟରୁ ପରେ ନିଖୋଜ ହୋଇଯାଇଥିଲା ନବଜାତ ଏନେଇ ଅଭିଯୋଗ ପରେ ପୋଲିସ ଶିଶୁକୁ ଉଦ୍ଧାର କରିବା ସହିତ ତଦନ୍ତ କରି ମାମଲାରେ ସଂପୃକ୍ତ ୩ଜଣଙ୍କୁ ଗିରଫ କରିଛି ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସପି ସିଦ୍ଧାର୍ଥ କଟରୀୟା ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଅଖିଳେଶଙ୍କ ପାଇଁ ପ୍ରଚାର ମୈଦାନରେ ମମତା,: ‘ଯୋଗୀ ଆସିଲେ ତମକୁ ଖାଇଯିବ‘

ହିଜାବ ବିବାଦ: ପବିତ୍ର କୋରାନ୍‌ର କପି ମାଗିଲେ ମାନ୍ୟବର ହାଇକୋର୍ଟ

0

ବେଙ୍ଗାଲୁରୁ: କର୍ଣ୍ଣାଟକରେ ତେଜୁଛି ହିଜାବ ବିବାଦ । ସାରା ରାଜ୍ୟରେ ହିଜାବ ତାତି । ମୁସଲିମ ଛାତ୍ରୀ ହିଜାବ ପିନ୍ଧି କଲେଜ ଆସୁଥିବାବେଳେ ହିନ୍ଦୁ ଛାତ୍ର ସ୍କାର୍ଫ ପିନ୍ଧି କଲେଜ ଆସୁଛନ୍ତି । ଫଳରେ ଏହାକୁ ନେଇ ବଢ଼ିଛି ଉତ୍ତେଜନା । ସେପଟେ ହାଇକୋର୍ଟ ଜଜ୍ କୃଷ୍ଣା ଦୀକ୍ଷିତଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର କରିଛନ୍ତି ଶୁଣାଣି । ଉଡୁପିର ବିଭିନ୍ନ କଲେଜରେ ଜୋରଦାର ଚାଲିଛି ସ୍ଲୋଗାନବାଜି । ହିଜାବକୁ ନେଇ କୋର୍ଟରେ ଆଉ ଏକ ପିଟିସନ ଦାଏର ହୋଇଥିବା ବେଳେ ସବୁ ଦସ୍ତାବିଜକୁ ନଦେଖିବା ପର୍ଯ୍ୟନ୍ତ ମାମଲାର ଶୁଣାଣି ସ୍ଥଗିତ ରଖିବାକୁ କୋର୍ଟରେ ଅପିଲ କରାଯାଇଛି ।

ତେବେ ଶୁଣାଣି ବେଳେ ମାନ୍ୟବର ହାଇକୋର୍ଟ ପବିତ୍ର କୋରାନ୍‌ର ଏକ ନକଲ ମାଗିଛନ୍ତି । କୋରାନ୍‌ର କପି ବେଙ୍ଗାଲୁରୁ ଶାନ୍ତିପ୍ରକାଶ ପବ୍ଳିକେଶନ୍ ପ୍ରକାଶ କରିଛନ୍ତି । ଜଷ୍ଟିସ୍ ଦିକ୍ଷୀତ ଆଡଭୋକେଟ୍ ଦେବଦତ୍ତ କାମତଙ୍କୁ କୋରାନ୍‌ର କେଉଁ ଆୟତ ଦେଖିବାର ଆବଶ୍ୟକତା ଅଛି ବୋଲି ପ୍ରଶ୍ନ କରିଥିଲେ । ଉତ୍ତରରେ ପବିତ୍ର କୋରାନ୍‌ରର ଆୟତ ୨୪.୩୧ ଏବଂ ଆୟତ ୨୪.୩୩ରେ ମୁଣ୍ଡରେ ଦୁପଟ୍ଟା ବା ଓଠଣାକୁ ଆବଶ୍ୟକ ଧାର୍ମିକ କାର୍ଯ୍ୟ ଭାବେ ଦର୍ଶାଯାଇଥିବା କହିଛନ୍ତି ।

ଗତ ଜାନୁୟାରୀରେ ୬ଜଣ ଛାତ୍ରୀ କଲେଜକୁ ହିଜାବ ପିନ୍ଧି ଆସିବାକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ଶିକ୍ଷକଙ୍କ ବାରଣ ପରେ ବି ଛାତ୍ରୀମାନେ ହିଜାବ ପିନ୍ଧି କଲେଜ ଆସିଥିଲେ । ଏହାପରେ ପୁରା ରାଜ୍ୟରେ ଏହି ବିବାଦ ତେଜିଥିଲା । ସେପଟେ ସ୍ଥିତି ଅଧିକ ଉତ୍ତେଜନାମୂଳକ ହେବା ପରେ ଉଡୁପି ଜିଲ୍ଲାର ମହାତ୍ମା ଗାନ୍ଧୀ ମେମୋରିଆଲ କଲେଜକୁ ଛୁଟି ଘୋଷଣା କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କଲେଜ ବନ୍ଦ ରହିବାକୁ ନୋଟିସ୍ ଜାରି କରାଯାଇଛି । ତେଣେ ଶିବମୋଗାରେ ସମସ୍ତ କଲେଜକୁ ୨ ଦିନ ଲାଗି ବନ୍ଦ ଘୋଷଣା କରାଯିବା ସହ ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରଯାଇଛି । ପ୍ରଭାବିତ ଶିକ୍ଷାନୁଷ୍ଠାନଗୁଡିକୁ ସାତ ଦିନ ଲାଗି ବନ୍ଦ ନିର୍ଦ୍ଦେଶ ଦିଛନ୍ତି ରାଜ୍ୟ ଶିକ୍ଷାମନ୍ତ୍ରୀ ଡି.କେ. ଶିବକୁମାର । ଶିକାରିପୁରାରେ ହିଜାବ ସପକ୍ଷବାଦୀ ଛାତ୍ରଛାତ୍ରୀ ଘରୋଇ ବସ୍ ଭଙ୍ଗାରୁଜା କରଛନ୍ତି । ପୋଲିସ ଏହାକୁ ନେଇ ଲାଠିଚାର୍ଜ କରିଛି । ତେଣେ ମଧ୍ୟପ୍ରଦେଶ ସରକାର ହିଜାବକୁ ନିଷିଦ୍ଧ କରାଯାଇଛି । ଡ୍ରେସକୋଡକୁ କଠୋର ଭାବେ କାର୍ଯ୍ୟକାରୀ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଶିକ୍ଷାମନ୍ତ୍ରୀ ଇନ୍ଦର ସିଂ ପରମାର ।

ଅଖିଳେଶଙ୍କ ପାଇଁ ପ୍ରଚାର ମୈଦାନରେ ମମତା,: ‘ଯୋଗୀ ଆସିଲେ ତମକୁ ଖାଇଯିବ‘

ଲକ୍ଷ୍ଣୗେ: ଉତ୍ତରପ୍ରଦେଶ ନିର୍ବାଚନରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ମୁଖ୍ୟ ମମତା ବାନାର୍ଜୀ । ସମାଜବାଦୀ ପାର୍ଟି ରାଜ୍ୟ ମୁଖ୍ୟ ଅଖିଳେଶ ଯାଦବଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ମମତା ବାନାର୍ଜୀ । ମଙ୍ଗଳବାର ଏଠାରେ ଅନୁଷ୍ଠିତ ଏକ ସାମ୍ୱାଦିକ ସମ୍ମିଳନୀରେ ଯୋଗୀ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ମମତା । ଏହା ସହିତ ସମାଜବାଦୀ ପାର୍ଟିକୁ ଭୋଟ ଦେବାକୁ ନିବେଦନ କରିଛନ୍ତି ।ସେ କହିଛନ୍ତି ଉତ୍ତରପ୍ରଦେଶ ଦେଶର ସବୁଠାରୁ ବଡ଼ ରାଜ୍ୟ । ବିଜେପି ଯଦି ଏଠାରେ ଗାଦିଚ୍ୟୁତ ହୁଏ ତେବେ ସାରା ଦେଶରେ କ୍ଷମତାରୁ ହଟାଇବା ସହଜ ହେବ  । ସେ ସଂଖ୍ୟାଲଘୁ ବର୍ଗର ଲୋକଙ୍କୁ ସମ୍ୱୋଧିତ କରି କହିଛନ୍ତି ଯେ, ଆପଣମାନେ ସବୁ ଏକଜୁଟ ହୋଇ ସମାଜବାଦୀ ପାର୍ଟି ସପକ୍ଷରେ ଭୋଟ ଦିଅନ୍ତୁ । ନଚେତ ଯୋଗୀ ଆଦିତ୍ୟନାଥ କ୍ଷମତାକୁ ଆସିଲେ ଆପଣମାନଙ୍କୁ ଖାଇଯିବେ । ସେ ପଶ୍ଚିମବଙ୍ଗରେ ତାଙ୍କ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ କେନ୍ଦ୍ର ସରକାର ଏହାର ନକଲ କରୁଥିବା କହିଛନ୍ତି । ତେବେ ସେ ଭଲ କାର୍ଯ୍ୟକୁ ନକଲ କରନ୍ତୁ । କିନ୍ତୁ  ଏନ୍‌ଆରସି , ବିମୁଦ୍ରୀକରଣ, ନକଲି ଏନକାଉଣ୍ଟର କରନ୍ତୁନାହିଁ ।

ଏହା ସହିତ ହାଥରସ୍‌ କାଣ୍ଡ, କରୋନା କାଳରେ ଅବ୍ୟବସ୍ଥା ଯୋଗୁଁ ହୋଇଥିବା ମୃତ୍ୟୁକୁ ନେଇ ବିଜେପି ପ୍ରଥମେ କ୍ଷମା ପ୍ରାର୍ଥନା କରୁ ପରେ ଭୋଟ ଭିକ୍ଷା କରିବ ବୋଲି କହିଛନ୍ତି ମମତା । ସେ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର ସବୁଠାରୁ ଅଧିକ ଅନୁଦାନ ଉତ୍ତରପ୍ରଦେଶକୁ ଦେଇଛନ୍ତି । ଏହାସତ୍ତ୍ୱେ ରାଜ୍ୟରେ କେଉଁଠି ବିକାଶ ହୋଇନାହିଁ । ଏଭଳି କି କରୋନାରେ ମୃତକଙ୍କ ଶେଷକୃତ୍ୟ ନେଇ ମଧ୍ୟ କୌଣସି ସହାୟତା କରିପାରିନାହିଁ । ଯୋଗୀ ସରକାର ଯଦି କରୋନାରେ ମୃତକ ଏବଂ ଚାଷୀ ଆନ୍ଦୋଳନରେ ମୃତକଙ୍କ ପରିବାର ଲୋକଙ୍କୁ ଚାକିରି ଦେବା ନେଇ ନିର୍ବାଚନୀ ଇସ୍ତିହାରରେ ଯଦି ଘୋଷଣା କରିଥାନ୍ତେ ତେବେ ଆମେ ଖୁସି ହୋଇଥାନ୍ତୁ । ବିଜେପି ଦେଶ ବିଭାଜନର କାର୍ଯ୍ୟ କରିଛି, ଇତିହାସକୁ ବଦଳାଇବାର କାମ କରିଛି, ଷ୍ଟେସନ ନାମ ବଦଳାଇବାର କାମ କରିଛି, ବାବା ସାହେବ ଆମ୍ୱେଦକରଙ୍କ ସମ୍ୱିଧାନ ସହ ଖେଳୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ମମତା ।

ଏଥିସହିତ ପଢ଼ନ୍ତୁ: କୋଭିଡ ଟିକା ଲାଗି ଏଣିକି ଆବଶ୍ୟକ ନାହିଁ ଆଧାର କାର୍ଡ

Hyundai Controversy: କାଶ୍ମୀର ପ୍ରସଙ୍ଗରେ ଥମୁନି ଭାରତୀୟଙ୍କ କ୍ରୋଧ, କମ୍ପାନୀର ବୟାନ ସତ୍ତ୍ୱେ Twitter ରେ ଟ୍ରେଣ୍ଡ କରୁଛି #BoycottHyundai

Hyundai Kashmir Controversy: କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ହୁଣ୍ଡାଇର ଆପତ୍ତିଜନକ ପୋଷ୍ଟକୁ ନେଇ ଭାରତୀୟଙ୍କ କ୍ରୋଧ ଥମିବାର ନାଁ ଧରୁନି । ବିବାଦ ତୀବ୍ର ହେଉଥିବା ଦେଖି ହୁଣ୍ଡାଇ ଇଣ୍ଡିଆ ଏହି ପ୍ରସଙ୍ଗରେ ଥରେ ନୁହେଁ ଦୁଇଥର କ୍ଷମା ମାଗି ସାରିଲାଣି କିନ୍ତୁ ବିବାଦ ଥମିବାର ନାଁ ନେଉନି । ଆଉ ଏହା ସହିତ ହୁଣ୍ଡାଇର ଭାରତର ୬ ଶହ କୋଟି ଡଲାର ବ୍ୟବସାୟ ଉପରେ ଲାଗିଲାଗଣି ପ୍ରଶ୍ନ । ଏହି ପ୍ରସଙ୍ଗରେ ହୁଣ୍ଡାଇ ଇଣ୍ଡିଆ ମଙ୍ଗଳବାର ଦିନ ପୁଣିଥରେ କ୍ଷମା ମାଗିଛି । ଟ୍ୱିଟରରେ ବୟକଟ୍ ହୁଣ୍ଡାଇ ଟ୍ରେଣ୍ଡିଂ କରୁଥିବା ବେଳେ ଆସନ୍ତୁ ଜାଣିବା ବିବାଦ ପଛର କାରଣ ..

କଣ ରହିଛି ପୂରା ମାମଲା ?

ଫେବ୍ରୁଆରି ୫ରୁ ଏହି ବିବାଦ ଆରମ୍ଭ ହୋଇଥିଲା । ଫେବ୍ରୁଆରି ୫କୁ ପାକିସ୍ତାନ କାଶ୍ମୀର ଡେ’ ଭାବେ ପାଳନ କରୁଛି । କାଶ୍ମୀର ଡେ’ରେ ଦକ୍ଷିଣ କୋରିଆ କମ୍ପାନୀର ପାକିସ୍ତାନ ୟୁନିଟ୍ ଦ୍ୱାରା ଏକ ଅତ୍ୟନ୍ତ ଆପତ୍ତିଜନକ ପୋଷ୍ଟ କରାଯାଇଥିଲା । ପାକିସ୍ତାନ ହୁଣ୍ଡାଇ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଟ୍ୱିଟ୍ କରି ତଥାକଥିତ କାଶ୍ନୀର ସ୍ୱାଧିନତା ଆନ୍ଦୋଳନକୁ ସମର୍ଥନ କରିଥିଲା । ଟ୍ୱିଟରେ ଲେଖାଥିଲା ଯେ, ‘ଆସନ୍ତୁ ଆମର କାଶ୍ମୀରୀ ଭାଇମାନଙ୍କ ବଳିଦାନକୁ ମନେ ରଖିବା ଏବଂ ତାଙ୍କ ସମର୍ଥନରେ ଛିଡ଼ାହେବା କାରଣ ସେମାନେ ସ୍ୱାଧୀନତା ପାଇଁ ସଂଗ୍ରାମ ଜାରି ରଖିଛନ୍ତି । ଆକାଉଣ୍ଟରେ କାଶ୍ମୀର ସଲିଡାରିଟି ଦିବସକୁ ସମର୍ଥନ କରୁଥିବା ଏକ ବାର୍ତ୍ତା ପୋଷ୍ଟ କରି ଏହାକୁ ସ୍ୱାଧୀନତା ସଂଗ୍ରାମ ବୋଲି କହିଥିଲା କମ୍ପାନୀ ।
କେବଳ ଏତିକି ନୁହେଁ, ପାକିସ୍ତାନ ହୁଣ୍ଡାଇ ଦ୍ୱାରା ଫେସବୁକରେ ଏକ ବିବାଦୀୟ ପୋଷ୍ଟ ମଧ୍ୟ କରାଯାଇଥିଲା, ଯେଉଁଥିରେ ଭାରତୀୟ ଏବଂ ଭାରତୀୟ ମୂଳ ଲୋକ ତୀବ୍ର ପ୍ରତିବାଦ କରିଛନ୍ତି । ବଢୁଥିବା ଚାପକୁ ଦେଖି ପାକିସ୍ତାନ ହୁଣ୍ଡାଇ ଏହାର ଟୁଇଟର ଏବଂ ଫେସବୁକ ଆକାଉଣ୍ଟରୁ ଏହି ପୋଷ୍ଟଗୁଡ଼ିକୁ ଡିଲିଟ କରିଦେଇଛି ।

କାଶ୍ମୀର ପ୍ରସଙ୍ଗରେ ବିବାଦୀୟ ପୋଷ୍ଟକୁ ନେଇ ଭାରତରେ ଚାଲିଥିବା ବିରୋଧ ମଧ୍ୟରେ ହୁଣ୍ଡାଇ ଇଣ୍ଡିଆ ଏହାର ଟ୍ୱିଟର ଆକାଉଣ୍ଟରେ ଏକ ଆଧିକାରିକ ବିବୃତ୍ତି ଜାରି କରିଛି । କମ୍ପାନୀ ତରଫରୁ ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ହୁଣ୍ଡାଇ ଗତ ୨୫ ବର୍ଷ ଧରି ଭାରତରେ ବ୍ୟବସାୟ କରୁଛି ଏବଂ ଜାତୀୟତାକୁ ହୃଦୟର ସହ ସମ୍ମାନ କରୁଛି । କମ୍ପାନୀ ଆହୁରି ମଧ୍ୟ ବିବୃତ୍ତିରେ କହିଛି ଯେ, ସୋସିଆଲ ମିଡିଆରେ ହୁଣ୍ଡାଇ ମୋଟର ଭାରତ ସହ ଜଡ଼ିତ ଏହି ପୋଷ୍ଟ ଏହି ମହାନ ଦେଶ ପ୍ରତି ଆମର ପ୍ରତିବଦ୍ଧତା ବିରୁଦ୍ଧ ଅଟେ । ହୁଣ୍ଡାଇ ବ୍ରାଣ୍ଡ ପାଇଁ ଭାରତ ହେଉଛି ଦ୍ୱିତୀୟ ଘର ଏବଂ କୌଣସି ସମ୍ବେଦନଶୀଳ ପ୍ରସଙ୍ଗରେ ଆମର ଶୂନ୍ୟ ସହନଶୀଳତା ନୀତି ରହିଛି । ଏହି ଦେଶ ତଥା ଏହାର ଲୋକଙ୍କ ଉନ୍ନତି ପାଇଁ ଆମେ ଉଦ୍ୟମ ଜାରି ରଖିବୁ।’

ବୟାନ ପରେ ବି କାହିଁକି ବଢ଼ୁଛି ଭାରତୀୟଙ୍କ କ୍ରୋଧ ?

କାଶ୍ମୀର ପ୍ରସଙ୍ଗରେ ହୁଣ୍ଡାଇ ଇଣ୍ଡିଆ ଦେଇଥିବା ବିବୃତ୍ତି ପରେ ଭାରତୀୟ ବ୍ୟବହାରକାରୀଙ୍କ କ୍ରୋଧ ଆହୁରି ବୃଦ୍ଧି ପାଇଛି । ଲୋକମାନେ କହିଛନ୍ତି ଯେ ଏହି ପ୍ରସଙ୍ଗରେ କମ୍ପାନୀ କ୍ଷମା ମାଗିବା ଉଚିତ । ଟ୍ୱିଟରରେ ୟୁଜର୍ସ ମାନେ ୩ଟି ଦାବି ରଖିଛନ୍ତି । ଯାହା ହେଉଛି କମ୍ପାନୀର ବିନା ସର୍ତ୍ତରେ କ୍ଷମା ପ୍ରାର୍ଥନା, କମ୍ପାନୀ ତରଫରୁ ଟ୍ୱିଟରରେ ବ୍ଲକ କରାଯାଇଥିବା ଭାରତୀୟ ୟୁଜର୍ସଙ୍କୁ ଅନବ୍ଲକ କରିବା ଏବଂ କାଶ୍ମୀରକୁ ଭାରତର ଅଂଶ ମାନିବା ।

ଟ୍ୱିଟରରେ ଲଗାତାର ଟ୍ରେଣ୍ଡ କରୁଛି Boycott Hyundai

ହୁଣ୍ଡାଇର ଏପରି ଟ୍ୱିଟ ପରେ ଭାରତୀୟମାନଙ୍କ ଦ୍ୱାରା #BoycottHyundai ଟ୍ରେଣ୍ଡ କରୁଛି । ୨୦୨୦ ମସିହାରେ ଚୀନ ସହ ସୀମା ବିବାଦ ପରେ ଠିକ ଏହିପରି #BoycottChineseGoods ଟ୍ରେଣ୍ଡ କରିଥିଲା ।

ଗତ ବର୍ଷ ଡିସେମ୍ବରରେ, ଅଟୋମେକର୍ ୨୦୨୮ ସୁଦ୍ଧା ଭାରତରେ ପ୍ରାୟ ୬ ଟି ବୈଦ୍ୟୁତିକ ଗାଡି ଚଲାଇବା ପାଇଁ ପ୍ରାୟ ୪,୦୦୦ କୋଟି ଡଲାର ବିନିଯୋଗ କରିବା ନେଇ ଯୋଜନା ଘୋଷଣା କରିଥିଲା । ଆଗାମୀ କିଛି ବର୍ଷ ମଧ୍ୟରେ ଏହାର ଗ୍ଲୋବାଲ୍ ପ୍ଲାଟଫର୍ମ ‘E-GMP’ ଉପରେ ଆଧାର କରି କମ୍ପାନୀ ନୂଆ ଗାଡ଼ି ସହ କିଛି ମିଶ୍ରିତ ମଡେଲ ଲଞ୍ଚ କରିବାକୁ ଯୋଜନା କରୁଛି । ଏଭଳି ପରିସ୍ଥିତିରେ ହୁଣ୍ଡାଇ ଇଣ୍ଡିଆ ଭାରତୀୟ ଗ୍ରାହକଙ୍କ ନିକଟରେ କ୍ଷମା ମାଗିବ କି ନାହିଁ ତାହା ଦେଖିବା ବାକି ରହିଲା ।

କୋଇଲା ଓ ଖଣି କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡ଼ିଶା ସବୁଠାରୁ ଆଗୁଆ: ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟସଭାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । କହିଛନ୍ତି ଦେଶରେ କୋଇଲା ଓ ଖଣି କ୍ଷେତ୍ରର ବ୍ୟାପକ ସଂସ୍କାର କରାଯାଇଛି । ମାର୍ଗଦର୍ଶିକା ଜାରି କରିବା ସହ ସଂସ୍କାର କାର୍ଯ୍ୟକ୍ରମ ଜାରି ରହିଛି । ଗତ ଏକ ବର୍ଷ ମଧ୍ୟରେ ଖଣି କ୍ଷେତ୍ରରୁ ରାଜସ୍ୱ ପରିମାଣ ୧୪ ହଜାର କୋଟି ଟଙ୍କାରୁ ବୃଦ୍ଧି ପାଇ ୩୫ ହଜାର କୋଟି ଟଙ୍କାରେ ପହଞ୍ଚିଛି ।

ଖଣିକ୍ଷେତ୍ରରୁ ଯେତିକି ରାଜସ୍ୱ ଆସିଛି ସେସବୁ ରାଜ୍ୟ ସରକାରଙ୍କୁ ହିଁ ମିଳିଛି । ଏହା ଯୋଗୁ ରାଜ୍ୟର ପ୍ରଗତି ହେବା ସହ ଦେଶର ପ୍ରଗତି ବି ସମ୍ଭବ ହୋଇଛି । ସମବାୟ ସଂଘୀୟ ବ୍ୟବସ୍ଥାର ଏହା ଏକ ବଡ଼ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରି କହିଛନ୍ତି- ସବୁଠାରୁ ବଡ଼ କଥା ଏହି ସଂସ୍କାର ପ୍ରକ୍ରିୟା କାର୍ଯ୍ୟକାରୀ କରିବାରେ ଓଡ଼ିଶା ହେଉଛି ସବୁଠାରୁ ଆଗୁଆ ରାଜ୍ୟ । ଏ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ସମସ୍ତ ସଂସ୍କାର ପ୍ରକ୍ରିୟାକୁ କାର୍ଯ୍ୟକାରୀ କରି ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ୟପକ୍ଷରେ ନବୀନଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ପ୍ରସଂଗରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳୀୟ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଓଡ଼ିଶା ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ଭୂରି ଭୂରି ପ୍ରଶଂସା କଲେ । ଏହାଦ୍ୱାରା ସ୍ପଷ୍ଟ ଭାବେ ପ୍ରମାଣିତ ହେଲା ଯେ, ଓଡ଼ିଶାରେ ବିକାଶର ନୂଆ ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଛି । ଓଡ଼ିଶାରେ ବିକାଶର ଯେଉଁ ତୀବ୍ରତର ଧାରା ଚାଲିଛି ତାହାକୁ ଦେଶ ସ୍ୱୀକାର କରୁଛି । କିନ୍ତୁ ରାଜ୍ୟରେ କିଛି ନିର୍ଦ୍ଦିଷ୍ଟ ଲୋକ ଏହାକୁ ମାନିବାକୁ ନାରାଜ୍ । ରାଜ୍ୟରେ ଯେଉଁ ଦଳ ବିକାଶକୁ ସ୍ୱୀକାର କରିବାକୁ ନାରାଜ୍ ସେହି ଦଳର ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରୁଛନ୍ତି । ଏହା ଦ୍ୱାରା ସେମାନଙ୍କ ଆଖି ଖୋଲିଯିବା କଥା ବୋଲି କହିଛନ୍ତି ଶ୍ରୀ ଆଚାର୍ଯ୍ୟ ।

ଆସନ୍ତାକାଲି ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା

କଟକ: ଆସନ୍ତାକାଲି ହେବ ଓଡ଼ିଶା ମାଧ୍ୟମିକ ଶିକ୍ଷକ ଯୋଗ୍ୟତା ପରୀକ୍ଷା। ଦୁଇଟି ସିଟିଂରେ ଅନୁଷ୍ଠିତ ହେବ ପରୀକ୍ଷା । ପ୍ରଥମ ସିଟିଂ ସକାଳ ୯ଟାରୁ ୧୧.୩୦ ପର୍ଯ୍ୟନ୍ତ ଓ ଦିନ ୧ଟାରୁ ୩.୩୦ ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂ ପରୀକ୍ଷା ହେବ । ପେପର ୧ରେ ୬୮ ହଜାର ୭୪୨ ପରୀକ୍ଷାର୍ଥୀ ଓ  ପେପର ୨ରେ ୩ ହଜାର ୫୩୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ପେପର-୧ ପାଇଁ ୩୩୮ ଓ ପେପର-୨ ପାଇଁ ୩୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଏଥିପାଇଁ ୪୦ଟି ନୋଡାଲ ସେଣ୍ଟର୍ ମଧ୍ୟ ରହିବ। ସମସ୍ତ ନୋଡାଲ ଓ ପରୀକ୍ଷା କେନ୍ଦ୍ରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କୋଭିଡ ଗାଇଡଲାଇନ ଅନୁଯାୟୀ ସମସ୍ତ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରୀକ୍ଷା ପାଇଁ ହେଡ୍ ଅଫିସ କଟକରେ କଣ୍ଟ୍ରୋଲ ରୁମ୍ କରାଯାଇଛି । ତେବେ କପି କରି ଧରା ପଡ଼ିଲେ ପରୀକ୍ଷାର୍ଥୀ ସବୁଦିନ ପାଇଁ ଅଯୋଗ୍ୟ ହେବେ ବୋଲି ବୋର୍ଡ ସଭାପତି ରାମାଶିସ ହାଜରା କହିଛନ୍ତି ।

ଜାତି ନନ୍ଦିଘୋଷ କୁଇଜରେ ଆଜିର ପ୍ରଶ୍ନ: ଦିଅନ୍ତୁ ଉତ୍ତର, ଜିତନ୍ତୁ ଆକର୍ଷଣୀୟ ପୁରସ୍କାର

ନନ୍ଦିଘୋଷ ବ୍ୟୁରୋ: କେଡେ ସୁନ୍ଦର ରାଇଜ ମୋର, କେଡେ ମିଠା ମୋ ଭାଷା । ମୋ ଓଡିଶା… । ପଟାନ୍ତର ନଥିବା ରାଜ୍ୟ । କଳନା କରି ହେଉନଥିବା କଳାର ମାଟି । ବୀର ପୁତ୍ରଙ୍କ ବରଦାନର ମାଟି ଆମ ଓଡ଼ିଶା । ରାଜ୍ୟର କଳା-ସାହିତ୍ୟ-ଇତିହାସର ସୁରକ୍ଷା ଆମ୍ଭ ସମସ୍ତଙ୍କର ଦାୟିତ୍ୱ, ସମାଜରେ ସାମଗ୍ରିକ ଚେତନା ସୃଷ୍ଟି କରିବା ଆମର ପ୍ରଧାନ କର୍ତ୍ତବ୍ୟ । ତେଣୁ ସଂସ୍କୃତି-ଇତିହାସର ଉଜ୍ଜିବୀତ ଅଧ୍ୟାୟକୁ ଉତଥାପନା କରିବାର ପ୍ରୟାସ ଆରମ୍ଭ କରିଛୁ ଆମେ । ବୈଭବୀ ଓଡ଼ିଶାର ଏମିତି ବୀରତ୍ୱ କାହାଣୀକୁ ଜାଗ୍ରତ କରିବାର ନୂଆ ପ୍ରୟାସ ଆରମ୍ଭ କରିଛୁ ଆମେ ।

ରାଜ୍ୟବାସୀଙ୍କ ମଧ୍ୟରେ ଉତ୍କଳର ଇତିହାସକୁ ପୁନର୍ବାର ମନେ ପକାଇବା ନିମନ୍ତେ ପ୍ରତିଦିନ ଆମେ ପ୍ରଶ୍ନ ପଚାରିବୁ । ସାମାଜିକ ଗଣମାଧ୍ୟମ ଜରିଆରେ ଆମେ ଉତ୍ତର ଚାହିଁବୁ । ଯେଉଁ ବ୍ୟକ୍ତି ସଠିକ ଉତ୍ତର ପ୍ରଦାନ କରିବେ । ତାଙ୍କୁ ନନ୍ଦିଘୋଷ ଟିଭି ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ । ସେଥିପାଇଁ କାର୍ଯ୍ୟକ୍ରମର ନାଁ ରଖିଛୁ ‘ଜାତି ନନ୍ଦିଘୋଷ କୁଇଜ୍’ । ‘ଜାତି ନନ୍ଦିଘୋଷ କୁଇଜ୍’ର ଦ୍ୱିତୀୟ ଦିନରେ ଆମେ ପଚାରିଛୁ ତିନୋଟି ପ୍ରଶ୍ନ ।

୧. ବିଜୁବାବୁଙ୍କ ପୈତୃକ ଗାଁ’ର ନାଁ କ’ଣ ?

୨. ସତ୍ୟବାଦୀ ବନବିଦ୍ୟାଳୟ କିଏ ପ୍ରତିଷ୍ଠା କରିଥିଲେ ?

୩. ମା’ ମାଣିକେଶ୍ୱରୀ ମନ୍ଦିର କେଉଁ ଜିଲ୍ଲାରେ ଅବସ୍ଥିତ ?

ଆପଣ ଓଡ଼ିଶା, ନିଜ ରାଜ୍ୟ ବାବଦରେ କେତେ ଜାଣିଛନ୍ତି ? କେତେ ଚିହ୍ନିଛନ୍ତି ନିଜକୁ, ନିଜ ଜାତିକୁ ? ନିଜ ରାଜ୍ୟର କଳା, ସଂସ୍କୃତି ଓ ଇତିହାସ ବାବଦରେ ଆପଣଙ୍କ ଜ୍ଞାନ କେତେ ? ଏହା ଜାଣିବାକୁ ଭାଗ ନିଅନ୍ତୁ ’ଜାତି ନନ୍ଦିଘୋଷ କୁଇଜ’ ପ୍ରତିଯୋଗିତାରେ ଭାଗ ନେଇ ଉତ୍ତର ଦେଇପାରିବେ । ଦିଅନ୍ତୁ ପ୍ରଶ୍ନର ସଠିକ ଉତ୍ତର ଓ ଜିତନ୍ତୁ ଆକର୍ଷଣୀୟ ପୁରସ୍କାର । ଦିଆଯାଇଥିବା ହ୍ୱାଟସଅପ୍ ନମ୍ବରରେ ନିଜ ଉତ୍ତର ପଠାଇବେ । ପରେ ଆପଣଙ୍କ ନାମ ଘୋଷଣା କରାଯିବ । ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ । ସଠିକ୍ ଉତ୍ତର ଲେଖି ଆମ WhatsApp ନଂ 9348555715 ରେ ପଠାନ୍ତୁ ।

୧୨ରୁ ରାଜଧାନୀରେ ଖୋଲିବ ସମସ୍ତ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱରରେ ଭକ୍ତଙ୍କ ପାଇଁ ଖୋଲିବ ମନ୍ଦିର । ଆସନ୍ତା ୧୨ ତାରିଖରେ କୋଭିଡ ଗାଇଡଲାଇନ ଅନୁସାରେ ମନ୍ଦିର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏନେଇ ବିଏମସି ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଡବଲ ଡୋଜ୍ ଭ୍ୟାକ୍ସିନ ନେଇଥିବା ଭକ୍ତଙ୍କୁ ମିଳିବ ମନ୍ଦିର ପ୍ରବେଶ ଅନୁମତି । ମନ୍ଦିରର ଗର୍ଭଗୃହକୁ ପ୍ରବେଶ ପାଇଁ ବାରଣ ହୋଇଛି । ସେହିପରି ଭଗବାନଙ୍କ ପାଖରେ ଭୋଗ ମଧ୍ୟ ଲଗାଇପାରିବେ ନାହିଁ । ପରିଚୟ ପତ୍ର ଦେଖାଇ ୧୫ ବର୍ଷରୁ କମ୍ ବୟସର ଶିଶୁ ମନ୍ଦିର ପ୍ରବେଶ କରିପାରିବେ ।

ସେହିପରି ଗୋଟିଏ ଥରରେ ଲିଙ୍ଗରାଜ ମନ୍ଦିରକୁ ଶହେ ଭକ୍ତଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ମଧ୍ୟ ୧୨ ତାରିଖରେ ଖୋଲିବ । ୨ଟି ଡୋଜ୍ ଭ୍ୟାକ୍ସିନ ନେଇଥିବା ମନ୍ଦିର ପୂଜକ ଓ ସେବାୟତ ହିଁ ମନ୍ଦିରରେ ରହିବେ । ଧର୍ମାନୁଷ୍ଠାନରେ ପ୍ରବେଶ ସମୟରେ ସମସ୍ତ ଭକ୍ତ ମୁହଁରେ ମାସ୍କ ଲଗାଇବା ସହ ସାମାଜିକ ଦୂରତା ଅବଲମ୍ବନ କରିବେ । ଧର୍ମାନୁଷ୍ଠାନ ବାହାରେ ସାନିଟାଇଜର ରହିବା ବାଧ୍ୟମତାମୂଳକ । ମନ୍ଦିର ବାହାରେ ଓ ଭିତରେ ପାନ ଗୁଟଖା ଚୋବାଇବା ମନା । ସାମାନ୍ୟ କରୋନା ଲକ୍ଷଣ ଥିଲେ ମନ୍ଦିର ପ୍ରବେଶ ଅନୁମତି ଦିଆଯିବ ନାହିଁ । ସେହିପରି ବୃଦ୍ଧ ଓ ଗର୍ଭବତୀଙ୍କୁ ମନ୍ଦିର ନଯିବାକୁ ପରାମର୍ଶ ଦିଆଯାଇଛି । ୨୮ ଫେବ୍ରୁଆରୀ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।

ଏହି କାରଣରୁ ଲତା-ଆଶାଙ୍କ ସମ୍ପର୍କରେ ଆସିଥିଲା ଫାଟ, ଅନେକ ବର୍ଷ ପର୍ଯ୍ୟନ୍ତ ଦୁଇ ଭଉଣୀଙ୍କ ମଧ୍ୟରେ ନଥିଲା କଥାବାର୍ତ୍ତା

ନୂଆଦିଲ୍ଲୀ:  ଲତା ନାହାନ୍ତି, ତାଙ୍କ କଥା ଅଛି । ଫେବୃଆରୀ ୬, ରବିବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ୯୨ ବର୍ଷ ବୟସରେ ଆରପାରିକୁ ଚାଲି ଯାଇଛନ୍ତି କୋକିଳକଣ୍ଠୀ ଲତା ମଙ୍ଗେସକର । ତାଙ୍କ ମୃତ୍ୟୁ ପରେ ତାଙ୍କ ସହ ଜଡ଼ିତ ଅନେକ କାହାଣୀ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଲତାଙ୍କୁ ମନେ ପକାଇ କିଏ ଫଟୋ ପୋଷ୍ଟ କରୁଛି ତ ଆଉ କିଏ ପୁରୁଣା ସ୍ମୃତି ସାଉଣ୍ଟୁଛି । ଏସବୁ ଭିତରେ ଲତା ଏବଂ ଆଶାଙ୍କ ସମ୍ପର୍କ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରୁଛି ।

ଲତା ସେପ୍ଟେମ୍ବର ୨୮ ତାରିଖ ୧୯୨୯ ମସିହା ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜନ୍ମଗ୍ରହଣ କରିଥିଲେ । ୧୩ ବର୍ଷ ବୟସରୁ ସେ ସଙ୍ଗୀତ ଜଗତରେ କାମ କରିବା ଆରମ୍ଭ କରିଥିଲେ । ପିତାଙ୍କ ଅକାଳ ବିୟୋଗ ହେତୁ ତାଙ୍କ ପରିବାରର ଯତ୍ନ ନେବା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲେ । ପରିବାରର ବଡ ଝିଅ ହୋଇଥିବାରୁ ଲତା ଏହି ଦାୟିତ୍ୱକୁ ବହୁତ ଭଲ ଭାବରେ ପୂରଣ କରିଥିଲେ ଏବଂ ଯେତେବେଳେ ତାଙ୍କ ସାନ ଭଉଣୀ ଆଶା ବଡ଼ ହେଲେ, ଲତା ତାଙ୍କଠାରୁ ସମାନ ଦାୟିତ୍ୱ ଏବଂ ଗମ୍ଭୀରତା ଆଶା କରିଥିଲେ, କିନ୍ତୁ ଆଶାଙ୍କର ପିଲାଦିନରୁ ଏକ ଭିନ୍ନ ମନୋଭାବ ଥିଲା । ସେ କୌଣସି ପ୍ରକାରର ନିୟମ ଦ୍ୱାରା ବନ୍ଧା ହେବାକୁ ପସନ୍ଦ କରୁନଥିଲେ ।

ଏକ ସାକ୍ଷାତକାରରେ ଆଶା ଭୋସଲେ କହିଥିଲେ ଯେ, ଲତା ମଙ୍ଗେଶକର ଆଶା ଏବଂ ଗଣପତଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଅନୁମୋଦନ ଦେଉନଥିଲେ । ଯାହା ଫଳରେ ଆଶା ଓ ଲତାଙ୍କ ମଧ୍ୟରେ ଦୂରତା ଆସିଲା ଏବଂ ଦୀର୍ଘ ସମୟ ଧରି ଦୁହେଁ ପରସ୍ପର ସହ କଥା ହୋଇନଥିଲେ । ପୁରା ପରିବାର ସେହି ସମୟରେ ଆଶା ଭୋସଲେଙ୍କ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରିଦେଇଥିଲେ। ଏବଂ ପରିବାରଠାରୁ ଅଲଗା ହୋଇ ଆଶା ନିଜ ବୈବାହିକ ଜୀବନ ଆରମ୍ଭ କରିଥିଲେ । ଅନ୍ୟପଟେ ଲତା ମଙ୍ଗେଶକର ଏକ ସାକ୍ଷାତକାରରେ କହିଥିଲେ ଯେ, ତାଙ୍କ ସାନ ଭଉଣୀ ଆଶାଙ୍କ ପାଇଁ ସେ ପ୍ରସ୍ତାବ ଠିକ୍ ନଥିଲା ।

ଆଶା ଭୋସଲେ ଏବଂ ଗଣପତ ରାଓଙ୍କ ଔରସରୁ ତିନୋଟି ସନ୍ତାନ ଜନ୍ମ ଗ୍ରହଣ କଲେ । କିନ୍ତୁ ସମୟ ସହିତ ଦୁହିଁଙ୍କ ସମ୍ପର୍କରେ ତିକ୍ତତା ଦେଖିବାକୁ ମିଳିଲା ଏବଂ ଦୁହିଁଙ୍କ ବିବାହ ଅତ୍ୟନ୍ତ ତିକ୍ତ ଅବସ୍ଥାରେ ଶେଷ ହୋଇଥିଲା । ଉଭୟ ଅଲଗା ହୋଇଗଲେ ଏବଂ ଏହା ପରେ ଆଶା ଭୋସଲେ ଆରଡି ବର୍ମନଙ୍କୁ ବିବାହ କଲେ ।

ଆରଡି ବର୍ମନ ପୂର୍ବରୁ ବିବାହିତ ଥିଲେ ଏବଂ ତାଙ୍କର ପ୍ରଥମ ପତ୍ନୀ ରୀତା ପଟେଲଙ୍କଠାରୁ ତାଙ୍କର ଛାଡପତ୍ର ହୋଇଥିଲା । ସଂଗୀତ ପ୍ରତି ସେମାନଙ୍କର ଭଲପାଇବା ସେମାନଙ୍କୁ ନିକଟତର କରିଥିଲା ଏବଂ ଛଅ ବର୍ଷ ସାନ ଆରଡି ବର୍ମାନ ଆଶା ଭୋସଲେଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ପ୍ରସ୍ତାବର ବହୁ ସମୟ ପରେ ଆଶା ଭୋସଲେ ତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ ଏବଂ ୧୯୮୦ ରେ ଉଭୟ ବିବାହ କରିଥିଲେ। ଦୁହିଁଙ୍କ ବିବାହ ପରେ ସମୟକ୍ରମେ ଆଶା ଓ ଲତାଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଠିକ ହୋଇଥିଲା ।

ଓଡ଼ିଶା ଚାଷୀଙ୍କ ପାଇଁ ନାହିଁ କେନ୍ଦ୍ରର ଦରଦ, ଉଷୁନା ଚାଉଳ ଉଠାଇବାକୁ ରୋକଠୋକ୍ ମନା କରି ଦେଲେ FCI ଡିଜିଏମ୍

ଭୁବନେଶ୍ୱର: ବଳକା ଉଷୁନା ଚାଉଳ ଉଠାଇବନି ଏଫସିଆଇ । ବିଜେଡି ପ୍ରତିନିଧି ଦଳର ଦାବିପତ୍ର ପରେ ବି ଉଷୁନା ଚାଉଳ ଉଠାଇବାକୁ ରୋକଠୋକ୍‌ ମନା କରି ଦେଇଛନ୍ତି ଏଫସିଆଇ ଡିଜିଏମ୍‌ । ଭାରତରେ FCI ପାଖରେ ଆଗମୀ ପାଞ୍ଚ ବର୍ଷ ପାଇଁ ଉଷୁନା ଚାଉଳ ଗଚ୍ଛିତ ରହିଛି ।  ଏହାପରେ ଯଦି FCI ଆଉ ଅଧିକ ଉଷୁନା ଚାଉଳ କିଣେ, ତାହେଲେ ରଖି ପାରିବ ନାହିଁ । ଫଳରେ ଚାଉଳ ନଷ୍ଟ ହେବ । FCI ଭିଟାମିନ୍ ଯୁକ୍ତ ଉଷୁନା ଚାଉଳ କିଣୁଛି । ଓଡ଼ିଶା ପାଇଁ ଟାର୍ଗେଟ ୫ ଲକ୍ଷ ମେଟ୍ରିକ ଟନ୍‌ ଭିଟାମିନ ଯୁକ୍ତ ଚାଉଳ ରହିଛି । ସେଥିରୁ FCI ପାଖକୁ କେବଳ ୨୦ ହଜାର ମେଟ୍ରିକ ଟନ୍‌ ଚାଉଳ ଆସିଛି । FCI ଉଷୁନା ଚାଉଳ ନେବ ନାହିଁ, କେବଳ ଭିଟାମିନ୍ ଯୁକ୍ତ ଉଷୁନା ଚାଉଳ ନେଇପାରିବ। ଓଡ଼ିଶାକୁ କେନ୍ଦ୍ର ସରକାର ଭିଟାମିନ୍ ଯୁକ୍ତ ଉଷୁନା ଚାଉଳ ଦେବାକୁ ଟାର୍ଗେଟ ଦେଇଛନ୍ତି। ସେମାନେ ତାହା ହିଁ ଦେବେ। ବଳକା ଚାଉଳ ଭିଟାମିନ୍ ଯୁକ୍ତ ହେଲେ ହିଁ ଉଠାଇବେ। କେବଳ ଉଷୁନା ଚାଉଳ ଉଠାଇବେ ନାହିଁ ବୋଲି ଏଫସିଆଇ ଡିଜିଏମ୍‌ କହିଛନ୍ତି ।