spot_img
Home Blog Page 4627

୨୦୨୪ ସୁଦ୍ଧା ଭାରତରେ ମିଶିବ POK: କପିଲ ପାଟିଲ୍

ନୂଆଦିଲ୍ଲୀ: ୨୦୨୪ ସୁଦ୍ଧା ଭାରତରେ ମିଶିବ ପାକିସ୍ତାନ ଅଧିକୃତ କାଶ୍ମୀର । ଏପରି ମନ୍ତବ୍ୟ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ କପିଲ୍ ପାଟିଲ । ସେହିପରି କପିଲ ପାଟିଲ୍ ବିକାଶ ପାଇଁ ଉଚିତ ପଦକ୍ଷେପ ନେଉଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ରାଜ୍ୟମନ୍ତ୍ରୀ କପିଲ୍ ପାଟିଲ ଶନିବାର ମହାରାଷ୍ଟ୍ରର ଥାନେଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ମନ୍ତବ୍ୟ ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମରେ କପିଲ୍ ପାଟିଲ କହିଛନ୍ତି ଯେ ମୋଦି କେବଳ ଆଳୁ ଏବଂ ପିଆଜର ମୂଲ୍ୟ ହ୍ରାସ କରିବାକୁ ପ୍ରଧାନମନ୍ତ୍ରୀ ହୋଇନାହାନ୍ତି । ଲୋକମାନେ ଏହି ମାନସିକତାରୁ ବାହାରକୁ ଆସିବାକୁ ପଡ଼ିବ ବୋଲି କହିଛନ୍ତି କପିଲ୍ ପାଟିଲ । ବଜାରରେ ଆଳୁ ଓ ପିଆଜର ମୂଲ୍ୟ ବୃଦ୍ଧି ହୋଇଗଲେ ଲୋକମାନେ ଅଭିଯୋଗ କରନ୍ତି କିନ୍ତୁ ସେମାନେ ୭୦୦ ଟଙ୍କାରେ ମଟନ ଓ ୫୦୦-୬୦୦ ଟଙ୍କାରେ ପିଜ୍ଜା କିଣିବାକୁ ସକ୍ଷମ ହୋଇଥାନ୍ତି ।

ସେ ଆହୁରି କହିଛନ୍ତି କି କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହା ଚାହିଁଲେ ପାକିସ୍ତାନ ଅଧିକୃତ କାଶ୍ମୀର ଭାରତରେ ମିଶିପାରିବ । କାହିଁକି ନା ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶରେ ନାଗରିକ ସଂଶୋଧନ ଅଧିନିୟମ (CAA), ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ୩୫-A ଉଚ୍ଛେଦ କରି ସାହାସିକତା ନିଷ୍ପତ୍ତି ନେଇଛନ୍ତି । ତେଣୁ ୨୦୨୪ ପୂର୍ବରୁ ପାକିସ୍ତାନ ଅଧିକୃତ କାଶ୍ମୀର ମଧ୍ୟ ଭାରତର ଏକ ଅଂଶ ହୋଇଯିବ ବୋଲି କହିଛନ୍ତି କପିଲ୍ ପାଟିଲ୍ ।

ରାଜ୍ୟରେ କମୁଛି ସଂକ୍ରମଣ, ଆଉ କିଛି ଦିନରେ ଆମେ ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଆସିବା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ଲଗାତର ଭାବରେ କରୋନା ସଂକ୍ରମଣ ହ୍ରାସ ପାଉଛି । କିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହିବା ପରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି । ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ସଂକ୍ରମଣର ଗତି ଲଗାତାର ଭାବେ କମି ଚାଲିଛି । ଯେଉଁ ଆକ୍ଟିଭିଟ ରହିଛି ତାକୁ ମାନିଲେ ଏହି ଟ୍ରେଣ୍ଡ ଜାରି ରହିବ । ବହୁତ କମ୍ ଦିନ ଭିତରେ ଆମେ ସମ୍ପୂର୍ଣ୍ଣ ଭଲ ସ୍ଥିତିକୁ ଆସିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ସେ ଆହୁରି କହିଛନ୍ତି ଯେ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ନିୟମ କହୁଛି ଭିଡ଼ କରିବା ନାହିଁ କି ଭିଡ଼ କୁ ଯିବା ନାହିଁ । ପାଣ୍ଡେମିକ ରୁଲ କହୁଛି ଧୀରେ ଧୀରେ କଟକଣା କୋହଳ ହେବା ଦରକାର । ପ୍ରଥମ ପର୍ଯ୍ୟାୟରେ ସରସ୍ୱତୀ ପୂଜାକୁ ଅନୁମତି ଦିଆଯାଇଛି । ପରେ ପୁଣି ସ୍କୁଲ ପାଇଁ ସରକାର ନିଷ୍ପତି ନେବେ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

 

Budget 2022: ମଧ୍ୟବିତ୍ତଙ୍କୁ ପୁଣି ନିରାଶ କଲେ ନିର୍ମଳା, କ୍ରିପ୍ଟୋକରେନ୍ସି ଉପରେ ୩୦% ଟିକସ

ନୂଆଦିଲ୍ଲୀ: ପୁଣି ମଧ୍ୟବିତ୍ତଙ୍କୁ ନିରାଶ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂସଦରେ ନିର୍ମଳା ଆତ୍ମନିର୍ଭର ଭାରତ ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିଛନ୍ତି । କର୍ପୋରେଟ୍ କର ହ୍ରାସ କରିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ କର୍ପୋରେଟ୍ କର ୧୮ ପ୍ରତିଶତ ଥିବାବେଳେ ୩ ପ୍ରତିଶତ ହ୍ରାସ ପାଇ ୧୫ ପ୍ରତିଶତ କରାଯାଇଛି । କର୍ପୋରେଟ୍ ସରଚାର୍ଜ୍ ୧୨ ପ୍ରତିଶତରୁ ୭ ପ୍ରତିଶତ କରିବାକୁ ପ୍ରସ୍ତାବ । ଆୟ ବେସ ୧ କୋଟିରୁ ୧୦ କୋଟି କରାଯାଇଛି । ଏହାଛଡ଼ା ଆୟକର ରିଟର୍ଣ୍ଣ ଦାଖଲରେ ହେଉଥିବା ଗୋଲକଧନ୍ଦା ସୁଧାରିବାକୁ ୨ ବର୍ଷ ସମୟ ମିଳିବ ବୋଲି କହିଛନ୍ତି ନିର୍ମଳା ।

ଦିବ୍ୟାଙ୍ଗକୁ ଆୟକରରେ ରିହାତି ମିଳିବ । ଡିଜିଟାଲ କରେନ୍ସି ଆୟ ଉପରେ ୩୦ ପ୍ରତିଶତ କର ଦେବାକୁ ପଡ଼ିବ । ଏୟାର ଅର୍ଥ କ୍ରିପ୍ଟୋକରେନ୍ସିରେ ମଧ୍ୟ ଟିକସ ଅନ୍ତର୍ଭୁକ୍ତ ହେବ । ତେବେ ଚଳିତ ବଜେଟରେ ସାଧାରଣବର୍ଗଙ୍କୁ କୌଣସି ଆଶ୍ୱସ୍ତି ମିଳିନି । ଆୟକର ସ୍ଲାବରେ କୌଣସି ପରିବର୍ତ୍ତନ ହୋଇନାହିଁ । କର ଚଢ଼ାଉରୁ ଜବତ ସମ୍ପତ୍ତି ଉପରେ ବୁଝାମଣା ହେବ ନାହିଁ ।

ଏହା ଛଡ଼ା ରାଜ୍ୟ ସରକାରଙ୍କ କର୍ମଚାରୀଙ୍କୁ ସାମାଜିକ ସୁରକ୍ଷା ଲାଭରେ ସାହାଯ୍ୟ ଲାଗି କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ଭଳି ସମାନ ସ୍ଥିତି ଆଣିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ଟିକସ ସୀମା ୧୦ରୁ ୧୪ ପ୍ରତିଶତ କରାଯିବ ।

କଣ ରହିଛି ପୁରୁଣା ସ୍ଲାବ୍ ?

୨.୫ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ୁନାହିଁ । ୨.୫ ଲକ୍ଷରୁ ୫ ଲକ୍ଷ ଟଙ୍କା ଯାଏ ଆୟ ଉପରେ ୫ ପ୍ରତିଶତ,୫ ଲକ୍ଷରୁ ୭.୫ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ, ୭.୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଆୟ ଉପରେ ୧୫ ପ୍ରତିଶତ, ୧୦ରୁ ୧୨.୫ ଲକ୍ଷ ଟଙ୍କା ଆୟ ଉପରେ ୨୦ ପ୍ରତିଶତ, ୧୨.୫ ଲକ୍ଷରୁ ୧୫ ଲକ୍ଷ ଆୟ ଉପରେ ୨୫ ପ୍ରତିଶତ ଏବଂ ୧୫ ଲକ୍ଷରୁ ଅଧିକ ଆୟ ଉପରେ ୩୦ ପ୍ରତିଶତ ଟିକସ ଦେବାକୁ ପଡ଼ୁଛି ।

ବଜେଟ ଭାଷଣ ଆରମ୍ଭରେ LIC ଆଇପିଓ କଥା ଉଲ୍ଲେଖ କଲେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, କହିଲେ…

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ବୀମା କମ୍ପାନୀ LICର ଆଇପିଓକୁ ନେଇ ଦୀର୍ଘ ଦିନ ଧରି ଆଲୋଚନା ଜାରି ରହିଛି । ତେବେ ଖୁବଶୀଘ୍ର LIC ଆଇପିଓ ଆସିବ ବୋଲି ଆଜି ବଜେଟ ଅଭିଭାଷଣରେ କହିଥିଲେ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହି ମନ୍ତବ୍ୟ ଦର୍ଶାଉଛି ଯେ ଚଳିତ ଆର୍ଥିକ ବର୍ଷରେ LIC ଆଇପିଓ ଆଣିବାକୁ କେନ୍ଦ୍ର ସରକାର ପ୍ରତିଶୃତିବଦ୍ଧ । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ବଜେଟ ଭାଷଣରେ LIC ଆଇପିଓ ଖୁବଶୀଘ୍ର ଆଣିବାକୁ ଘୋଷଣା କରିବା ସହ ଚଳିତ ଆର୍ଥିକ ବର୍ଷରେ ସରକାର ଆହୁରି ଅନେକ ଆଇପିଓ ଆଣିବେ ବୋଲି କହିଛନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ LIC ଆଇପିଓକୁ ଘୋଷଣା କରିବା ପୂର୍ବରୁ DIPAM ସଚିବ ତୁହିନ୍ କାନ୍ତ ପାଣ୍ଡେ LIC ଆଇପିଓକୁ ନେଇ ସୂଚନା ଦେଇସାରିଛନ୍ତି । ସେ କହିଛନ୍ତି କି ଏହି ଆଇପିଓକୁ ମାର୍ଚ୍ଚ ଶେଷ ସୁଦ୍ଧା କେନ୍ଦ୍ର ସରକାର ଶେୟାର ମାର୍କେଟରେ ଲିଷ୍ଟ କରିବେ । ସରକାର LIC ଆଇପିଓରୁ ପ୍ରାୟ ୧ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛନ୍ତି  ବୋଲି କହିଛନ୍ତି ତୁହିନ୍ କାନ୍ତ ପାଣ୍ଡେ ।

LIC ଆଇପିଓ ଦେଶର ସବୁଠାରୁ ବଡ଼ ଆଇପିଓ ହେବ । ନିକଟରେ Paytm ୧୮ ହଜାର ୩୦୦ କୋଟିର ଆଇପିଓ ଆଣିଥିଲା । ଯାହା ଭାରତ ଇତିହାସରେ ସବୁଠାରୁ ବଡ଼ ଆଇପିଓ ଥିଲା । ଏହା ପୂର୍ବରୁ କୋଲ ଇଣ୍ଡିଆ ୧୫ ହଜାର କୋଟିର ଆଇପିଓ ଆଣିଥିଲା ।

ନିର୍ମଳା ରଖୁଛନ୍ତି ଅଭିଭାଷଣ: ୩ ବର୍ଷରେ ନିର୍ମାଣ ହେବ ୪୦୦ ବନ୍ଦେ ଭାରତ ଟ୍ରେନ୍

ନୂଆଦିଲ୍ଲୀ: ସଂସଦରେ ବର୍ଷ ୨୦୨୨-୨୩ ପାଇଁ ବଜେଟ ଆଗତ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  । ବଜେଟ ଆଗତ ପୂର୍ବରୁ ଅଭିଭାଷଣ ରଖୁଛନ୍ତି ନିର୍ମଳା  ।  କରୋନା ମହାମାରୀ ସ୍ୱତେ ଭାରତୀୟ ଅର୍ଥନିତୀରେ ଅଗ୍ରଗତି ଘଟିଛ  । ଜାତୀୟ ଅର୍ଥନିତୀରେ କେବଳ ଅଗ୍ରଗତି ଘଟିନାହିଁ ବଂର ଦ୍ରୁତ ଅଭିବୃଦ୍ଧି ଘଟିଥିବା କହିଛନ୍ତି ଅର୍ଥମନ୍ତ୍ରୀ । କୃଷି କ୍ଷେତ୍ରରେ ସଂସ୍କାର ଏବଂ କୃଷକଙ୍କ ଆୟବୃଦ୍ଧି ପାଇଁ ସରକାର ଆଣିଛନ୍ତି ବିଭିନ୍ନ ନୂତନ ପଦ୍ଧତି  । କୃଷକଙ୍କୁ ଡିଜିଟାଲ ସେବା ପ୍ରଦାନ କରିବା ନିମନ୍ତେ କେନ୍ଦ୍ର ସରକାର ବ୍ୟବସ୍ଥା ପ୍ରଦାନ କରିବେ  ।  ଜୈବିକ କୃଷି  ଉପରେ ସରକାର ଦେଇଛନ୍ତି ପ୍ରାଧାନ୍ୟ  । ଦେଶର ୫ଟି ବୃହତ ନଦୀକୁ ଏକତ୍ରୀକରଣ କରାଯିବ  । ସେହିପରି ଗତିଶକ୍ତି ଯୋଜନା ମାଧ୍ୟମରେ  ୧୦୦ଟି କାର୍ଗୋ କାରଖାନା ନିର୍ମାଣ କରାଯିବ  । କେନ୍ଦ୍ର ସରକାର ୮ଟି ନୂତନ ମୁଦ୍ରା ଛପାଇବା ପାଇଁ ଯାଉଛନ୍ତି  ।

ସେହିପରି ୪୦୦ ନୂଆ ବନ୍ଦେ ଭାରତ ଟ୍ରେନ୍ ଆଗାମୀ ୩ ବର୍ଷରେ ତିଆରି ହେବ  । ପର୍ବତମାଳା ଅନ୍ତର୍ଗତରେ ପାହାଡି ଅଂଚଳରେ ପିପିପି ମୋଡରେ ରାସ୍ତା ନିର୍ମାଣ କରାଯିବ  । ଆତ୍ମନିର୍ଭର ଭାରତ ଅନ୍ତର୍ଗତରେ ୧୬ଲକ୍ଷ ନୂଆ ଚାକିରି ସୃଷ୍ଟି କରାଯିବ  । ଜମିଜମାର ଡିଜିଟାଲାଇଜେସନ୍ ହେବ  । ରାଜ୍ୟଙ୍କୁ କୃଷିବିଦ୍ୟାଳୟ ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ରାଜ୍ୟଙ୍କୁ ପ୍ରତ୍ସୋହିତ କରାଯିବ  । କୃଷକଙ୍କ ସହାୟତା ପାଇଁ ରାଜ୍ୟ ମାନଙ୍କ ସହଯୋଗରେ କେନ୍ଦ୍ର ପ୍ରୋଜେକ୍ଟ ପ୍ରସ୍ତୁତ କରିବ  । ଏମରଜେନ୍ସି କ୍ରେଡିଟ୍ ଗ୍ୟାରେଣ୍ଟି ସ୍କିମ୍ : ଏମଏସଏମଇ ଏହାର ଲାଭ ଉଠାଇ ପାରିବେ  । ୨୫ ହଜାର କିଲୋମିଟର ପର୍ଯ୍ୟନ୍ତ ବଢିବ ଜାତୀୟ ରାଜପଥର ଦୈର୍ଘ୍ୟ  । ମହାମାରୀ ଦ୍ୱାରା ପ୍ରଭାବିତ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ  ସରକାର କାର୍ଯ୍ୟ କରିବେ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ।

ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ସରକାର ଆପଣାଇବାକୁ ଯାଉଛନ୍ତି ଅଭିନବ ବ୍ଲୁ ପ୍ରିଣ୍ଡ  । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟରେ  ୮୦ ଲକ୍ଷ ନୂତନ ଆବାସ ନିର୍ମାଣ କରାଯିବ  ।  ୨ ଲକ୍ଷ ଅଙ୍ଗନୱାଡିକୁ ସକ୍ଷମ  ଅଙ୍ଗନୱାଡି ଭାବେ ବିକଶିତ କରାଯିବ  । ୩.୮ କୋଟି ପରିବାରକୁ ୨୦୨୨-୨୩ ମଧ୍ୟରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବ  । ସହର କ୍ଷେତ୍ରରେ ମଧ୍ୟମ ଓ ସ୍ୱଳ୍ପ ଆୟବର୍ଗର ଲୋକଙ୍କୁ ସୁଲଭ ମୂଲ୍ୟରେ ଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର କାର୍ଯ୍ୟ କରିବେ  ।  ଗତି ଶକ୍ତି ଯୋଜନାକୁ ପ୍ରୋତ୍ସାହନ ପ୍ରଦାନ କରାଯିବ  । ମେଟ୍ରୋ ସିଷ୍ଟମ୍ ନିର୍ମାଣ ପାଇଁ ନୂଆ ଉପାୟ ବିକଶିତ ହେବ । ଦେଶରେ ଥିବା ସମସ୍ତ ଡାକ ଘରେ ATM ସୁବିଧା ଉପଲବ୍ଧ କରାଯିବ  । ଡାକ ଘରେ ବ୍ୟାଙ୍କର ସୁବିଧା ମିଳିବ । ଶିକ୍ଷା କ୍ଷେତ୍ରରେ ସଂସ୍କାର ଏବଂ ଉନ୍ନତି ଆଣିବା ପାଇଁ ମାଧ୍ୟମରେ ଦେଶର ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ବିଦ୍ଯା ଯୋଜନାରେ ଯୋଡାଯିବ  ।

ଚଳିତବର୍ଷ ଆସିବ ବ୍ୟାଟେରୀ ଅଦଳ ବଦଳ ନୀତି  । ଦେଶରେ ନୂତନ ଇଲେକ୍ଟ୍ରିକ ଗାଡି ଲଞ୍ଚ ହୋଇଥିବାବେଳେ, EV ଗାଡି ପାଇଁ ଚାର୍ଜିଂ ଷ୍ଟେଶନର ଅଭାବ ରହିଛି  । ଏହାର ପଛରେ ଥିବା ପ୍ରମୁଖ କାରଣ ହେଉଛି ସ୍ଥାନାଭାବ  । ତେଣୁ ବ୍ୟାଟେରି ଅଦଳ ବଦଳ ନୀତି ଆସିବ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ  । କୃଷକ ଡ୍ରୋନ୍ : ଚାଷକାର୍ଯ୍ୟରେ ସାହାଯ୍ୟ କରିବ ଡ୍ରୋନ୍  । ଚାଷରେ ମଧ୍ୟ ନୂଆ ଟେକନିକ୍ ବ୍ୟବହୃତ ହେବ  । ଡ୍ରୋନ୍ ଦ୍ୱାରା ଜମି ପଟ୍ଟା,ଫସଲ ମୂଲ୍ୟାଙ୍କନ ଓ କିଟନାଶକ ପ୍ରୟୋଗ ହେବ  । ୨୦୨୨-୨୩ରେ ଉତ୍ତର-ପୂର୍ବ ଭାରତ ପାଇଁ ବିକାଶ ଯୋଜନା ଆରମ୍ଭ ହେବ  । ୨୦୨୨-୨୩ରେ ପିଏମ୍ ଆବାସ ଯୋଜନା ଅନ୍ତର୍ଗତରେ ୮୦ ଲକ୍ଷ ଘର ପାଇଁ ୪୮ ହଜାର କୋଟି ଟଙ୍କା ଆବଣ୍ଟିତ ହୋଇଛି  । ପ୍ରତିରକ୍ଷା କ୍ଷେତ୍ରରେ ଷ୍ଟାର୍ଟଅପ୍ କମ୍ପାନୀଙ୍କୁ ପ୍ରୋତ୍ସାହନ ପ୍ରଦାନ କରାଯାଇଛି  ।

 

 

୨୦ ବର୍ଷ ଦେଶର ସେବା କରି ଓଡ଼ିଶା ଫେରିଲେ ୧୨ ଯବାନ

ଭୁବନେଶ୍ୱର: ଦେଶମାତୃକାର ସେବାରେ କଟିଥିଲା ଯୁବାବସ୍ଥା । ଏବେ ଅବସର ନେଇ ଫେରିଲେ ଜନ୍ମମାଟିକୁ ଫେରିଲେ ବୀର ଯବାନ । ଦୀର୍ଘ ୨୦ ବର୍ଷ ଧରି ଭାରତୀୟ ସେନାରେ ସେବା କରିବା ପରେ ଘରକୁ ଫେରିଛନ୍ତି ୧୨ ଜଣ ଲଢୁଆ ପୁଅ । ଏମାନେ ସମସ୍ତେ ଗୋଟିଏ ସମୟରେ ଭାରତୀୟ ସେନାରେ ଯୋଗ ଦେଇଥିଲେ । ଦୀର୍ଘ ୨୦ ବର୍ଷ ଦେଶ ପାଇଁ ସେବା କରିବା ପରେ ଗତ ସୋମବାର ସେମାନେ ପରିବାର ଲୋକଙ୍କୁ ଭେଟିବା ଅବସରରେ ସୃଷ୍ଟି ହୋଇଥିଲା ଭାବବିହ୍ୱଳ ପରିବେଶ । ୨୦ ବର୍ଷ ଦେଶ ପାଇଁ ସେବା କରି ଫେରିବା ପରେ ଅବସରପ୍ରାପ୍ତ ଯବାନ ବଖାଣିଥିଲେ ଚାକିରି ଜୀବନର ସଂଘର୍ଷପୂର୍ଣ୍ଣ କାହାଣୀ । ଭାରତୀୟ ସେନାରୁ ଅବସର ନେଲେ ମଧ୍ୟ ମାଆ ମାଟି ପ୍ରତି ଏବେ ବି ଭଲପାଇବା କମି ନାହିଁ । ଆଗାମୀ ଦିନରେ ଦେଶମାତୃକାର ସେବା କରିବାର ସୁଯୋଗ ମିଳିଲେ ସେମାନେ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି । ଆଗକୁ ମଧ୍ୟ ଦେଶ ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି କହିଛନ୍ତି ଏହି ଅବସରପ୍ରାପ୍ତ ଯବାନ ।

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୩ ହଜାର ୦୮୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୦୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧ ହଜାର ୭୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧ ହଜାର ୨୮୯ ଲୋକାଲ କେସ୍ ଚିହ୍ନଟ ହୋଇଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୪୫୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯଦି ସୁସ୍ଥ କଥା କହିବା ତାହାଲେ ରାଜ୍ୟରେ ୨୪ ଘଣ୍ଟାରେ ୮ ହଜାର ୧୮୧ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ୬୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୮୨, ବାଲେଶ୍ୱରରୁ ୭୬, ବରଗଡ଼ରୁ ୩୬, ଭଦ୍ରକରୁ ୭୭, ବଲାଙ୍ଗୀରରୁ ୭୬, ବୌଦ୍ଧରୁ ୧୬, କଟକରୁ ୩୨୫, ଦେଓଗଡ଼ରୁ ୬୯, ଢେଙ୍କାନାଳରୁ ୭୧, ଗଜପତିରୁ ୬୩, ଗଞ୍ଜାମରୁ ୪୬, ଜଗତସିଂହପୁରରୁ ୭୪, ଯାଜପୁରରୁ ୧୪୯, ଝାରସୁଗୁଡ଼ାରୁ ୬୯, କଳାହାଣ୍ଡିରୁ ୭୭, କନ୍ଧମାଳରୁ ୨୪, କେନ୍ଦ୍ରାପଡ଼ାରୁ ୪୯, କେନ୍ଦୁଝରରୁ ୩୯, କୋରାପୁଟରୁ ୪୪, ମାଲକାନଗିରିରୁ ୩୦, ମୟୁରଭଞ୍ଜରୁ ୧୦୯, ନବରଙ୍ଗପୁରରୁ ୮୪, ନୟାଗଡ଼ରୁ ୧୧୦, ନୂଆପଡ଼ାରୁ ୧୦୬, ପୁରୀରୁ ୪୨, ରାୟଗଡ଼ାରୁ ୪୦, ସମ୍ବଲପୁରରୁ ୭୫, ସୋନପୁରରୁ ୩୫, ସୁନ୍ଦରଗଡ଼ରୁ ୨୧୬ ଓ ଷ୍ଟେଟ ପୁଲରୁ ୧୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 

ଦେଶରେ ହ୍ରାସ ପାଉଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୧ ଲକ୍ଷ ୬୭ ହଜାର ୦୫୯ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ଖସୁଛି କରୋନା ଗ୍ରାଫ୍ । ଦୁଇ ଲକ୍ଷ ତଳେ କରୋନା ସଂକ୍ରମଣ । ଦେଶରେ ଖସୁଛି ସଂକ୍ରମଣ କିନ୍ତୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୭ ହଜାର ୦୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୧୧୯୨ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୧୧.୬୯ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୪ ହଜାର ୦୭୬ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶରେ ସୋମବାର ୨ ଲକ୍ଷ ୦୯ ହଜାର ୯୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । କିଛି ଦିନ ଦେଶରେ କରୋନା ସଂକ୍ରମଣ ଦୁଇ ଲକ୍ଷ ଉପରେ ରହିଥିବାବେଳେ କରୋନା ଆକ୍ରାନ୍ତଙ୍କ ହ୍ରାସ ପାଇଛି । ଆଜି ଦେଶରେ ୧ ଲକ୍ଷ ୬୭ ହଜାର ୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଭାରତରେ ଆକ୍ଟିଭ୍ କେସ୍ ୧୭ ଲକ୍ଷ ୪୩ ହଜାର ୦୫୯ ରହିଛି ।

 

ଆଜିଠୁ ଖୋଲିବ ସ୍କୁଲ, କରୋନା କଟକଣା ସହ ଚାଲିବ ପାଠପଢ଼ା

ନୂଆଦିଲ୍ଲୀ: ଆଜିଠୁ ଦେଶର ବିଭିନ୍ନ ରାଜ୍ୟରେ ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସ୍କୁଲ ଖୋଲିବ । କରୋନା ସ୍ଥିତି ସୁଧୁରୁଥିବାରୁ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର  । ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ହିମାଚଳ ପ୍ରଦେଶରେ ଆଜିଠୁ ସ୍କୁଲ ଖୋଲିବ । ଛାତ୍ରଛାତ୍ରୀଙ୍କ ପରିବାର ଲୋକଙ୍କ ସହ ମଧ୍ୟ ସ୍କୁଲ ପକ୍ଷରୁ ଆଲୋଚନା କରାଯାଇଛି । କରୋନା ପାଇଁ ପାଖପାଖି ଦୁଇ ବର୍ଷ ହେଲା ସ୍କୁଲ ବନ୍ଦ ଥିବାରୁ ଅଭିଭାବକମାନେ ସ୍କୁଲ ଖୋଲିବାକୁ ସହମତି ଦେଇଥିଲେ । ତେବେ କରୋନା କଟକଣା ମଧ୍ୟରେ ସ୍କୁଲ ଖୋଲାଯିବ । ଅନଲାଇନରେ ପାଠପଢା ହେଉଥିଲେ ମଧ୍ୟ ଏହା ସଫଳ ନୁହେଁ ବୋଲି ଅଭିଭାବକ କହିଛନ୍ତି । ସରକାରୀ ସ୍କୁଲର ବିଦ୍ୟାର୍ଥୀ ବ୍ୟାପକ ଭାବେ ପ୍ରଭାବିତ ହୋଇଛନ୍ତି । ସ୍କୁଲ ସହ ହଷ୍ଟେଲ ମଧ୍ୟ ଖୋଲିବକୁ ନିଷ୍ପତ୍ତି ହୋଇଛି । ଛାତ୍ରଛାତ୍ରୀମାନେ ଯେପରି ସୁସ୍ଥ ରହିବେ ସେନେଇ ଉଭୟ ଅଭିଭାବକ ଓ ସ୍କୁଲ କର୍ତ୍ତୁପକ୍ଷ ଦାୟିତ୍ୱ ନେବେ । ସାମାନ୍ୟ ଅସୁସ୍ଥ ହେଲେ ସ୍କୁଲ ଆସିବା ଆବଶ୍ୟକ ନାହିଁ । ଅଫଲାଇନ କ୍ଲାସ ସହ ଅନଲାଇନ୍‌ କ୍ଲାସ ବି ଜାରି ରହିବ । ଯେଉଁମାନେ ଅନଲାଇନ୍‌ କ୍ଲାସ କରିବାକୁ ଚାହୁଁଛନ୍ତି ସେମାନେ କରିପାରିବେ । ଏପଟେ କିଛି ରାଜ୍ୟରେ ସ୍କୁଲ ଆସିବା ସହ ଅଭିଭାବକଙ୍କ ଅନୁମତି ପତ୍ର ନେଇ ଆସିବା ପାଇଁ କୁହାଯାଇଛି ।

ଆଜିଠୁ ଖୋଲିଲା ଶ୍ରୀମନ୍ଦିର, ସକାଳ ୬ଟାରୁ ୯ ପର୍ଯ୍ୟନ୍ତ ଖୋଲା ରହିବ ବଡ଼ ଦେଉଳ

ପୁରୀ: ଧନ୍ୟ ହେଲା ନୟନ । ମିଳିଲା ମହାବାହୁଙ୍କ ଦର୍ଶନ । ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଶ୍ରୀଜିଉଙ୍କୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି ଶ୍ରଦ୍ଧାଳୁ । ସକାଳ ୬ଟାରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଦୁଇ ଡୋଜ ଟିକାକରଣର ପ୍ରମାଣପତ୍ର କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ କିଓସ୍କରେ ଯାଞ୍ଚ ପରେ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି ଶ୍ରଦ୍ଧାଳୁ । ପୂର୍ବଭଳି ପୁରୀବାସୀ ପଶ୍ଚିମ ଦ୍ୱାରରେ ପ୍ରବେଶ କରୁଥିବା ବେଳେ ଅନ୍ୟ ଭକ୍ତମାନେ ପୂର୍ବଦ୍ୱାରରେ ପ୍ରବେଶ କରୁଛନ୍ତି । ଜଗା ଦର୍ଶନ ନେଇ ଜାରି ହୋଇଛି ସ୍ୱତନ୍ତ୍ର ଗାଇଡଲାଇନ୍ । ସପ୍ତାହରେ ୬ ଦିନ ଦିଅଁ ଦର୍ଶନ ପାଇଁ ସୁଯୋଗ ମିଳିବ ।

ରବିବାର ବ୍ୟତୀତ ଅନ୍ୟ ସବୁ ଦିନ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ବଡ଼ ଦେଉଳ ଖୋଲା ରହିବ । ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ ପାଇଁ ଭକ୍ତଙ୍କୁ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ । ମାସ୍କ ପିନ୍ଧିବା ଓ ହାତ ସାନିଟାଇଜ୍ କରିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ନିୟମ ଭାଙ୍ଗିଲେ ଜୋରିମାନା ସହ ପ୍ରବେଶ ଅନୁମତି ମିଳିବ ନାହିଁ । ଅନ୍ୟପକ୍ଷରେ ଖୁବଶୀଘ୍ର ସମସ୍ତ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ଦିଗରେ ପଦକ୍ଷେପ ନିଆଯିବ ।