ନୂଆଦିଲ୍ଲୀ: ଆଜି ଖୋଲିବ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପେଡ଼ି । ସଂସଦରେ ଉପସ୍ଥାପନ ହେବ ବଜେଟ ୨୦୨୨-୨୩ । କ’ଣ ରହିବ ବଜେଟର ରୂପରେଖ । କେଉଁ କ୍ଷେତ୍ରକୁ ମିଳିବ ପ୍ରୋତ୍ସାହନ । ମଧ୍ୟବିତ ପରିବାର ଉପରେ ବଢିବ କି ଚାପ । ନୂଆ ବଜେଟ ଲୋକଙ୍କ ପକେଟକୁ କେତେ ସୁହାଇବ । ଏହା ଉପରେ ରହିଛି ଦେଶବାସୀଙ୍କ ନଜର । ଦେଶରେ ବେକାରୀଙ୍କ ସଂଖ୍ୟା ବଢୁଥିବାରୁ ନିଯୁକ୍ତି କ୍ଷେତ୍ରରେ ବଡ଼ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ବେରୋଜଗାର ଫଳରେ ଲୋକଙ୍କ ହାତରେ ଟଙ୍କା ନାହିଁ । ଫଳରେ ଏହାର ପ୍ରଭାବ ଅର୍ଥନୀତି ଉପରେ ପଡ଼ୁଛି । MSME ସେକ୍ଟରର ଅଭିବୃଦ୍ଧି ପାଇଁ ଅର୍ଥମନ୍ତ୍ରୀ ଠୋସ୍ ପଦକ୍ଷେପ ନେବା ଜରୁରୀ ବୋଲି ଅର୍ଥ ବିଶେଷଜ୍ଞ ମତ ରଖିଛନ୍ତି । ସେପଟେ ପୁଞ୍ଜିନିବେଶ ଉପରେ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ । ରାସ୍ତା, ପୋଲ ଭଳି ଭିତ୍ତିଭୂମି ପାଇଁ ଅଧିକ ପୁଞ୍ଜି ନିବେଶ କଲେ ନିଯୁକ୍ତି ସୃଷ୍ଟି ସହ ରାଜସ୍ୱ ବୃଦ୍ଧି ହେବ । ଏଦିଗରେ ଅର୍ଥମନ୍ତ୍ରୀ ନଜର ଦେବା ଦରକାର ବୋଲି ମତ ପ୍ରକାଶ ପାଇଛି । ତେବେ ଏଥର ହିସାବ ନିକାଶରେ ବଡ଼ ଧରଣ ପରିବର୍ତ୍ତନ ଆଶା କରାଯାଇଛି । ଆସନ୍ତା ଆର୍ଥିକ ବର୍ଷର ବଜେଟ ପାଖାପାଖି ୪୦ ଲକ୍ଷ କୋଟି ଟଙ୍କାର ହୋଇପାରେ ବୋଲି ଅନୁମାନ କରାଯାଉଛି ।
ଆସନ୍ତାକାଲିଠୁ ବଦଳିଯିବ ଏହି ସବୁ ନିୟମ: ଜାଣନ୍ତୁ କ’ଣ କ’ଣ
ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଅର୍ଥାତ ଫେବ୍ରୁଆରୀ ପହିଲାରୁ ଲାଗୁ ହେବ କିଛି ନୂଆ ନିୟମ । ବ୍ୟଙ୍କ୍ ଏବଂ ରନ୍ଧନ ଗ୍ୟାସ୍ ସମ୍ୱନ୍ଧିତ କିଛି ନିୟମରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ସିଧାସଳଖ ପ୍ରଭାବ ଚାକିରି ସମେତ ବ୍ୟବସାୟ ଉପରେ ପଡ଼ିବ । ତେବେ ଜାଣିନିଅନ୍ତୁ କ’ଣ ସବୁ ନୂଆ ନିୟମ ।
ବ୍ୟାଙ୍କ ଅଫ୍ ବରୋଦା ଫେବ୍ରୁଆରୀ ୧ ତାରିଖରୁ ଚେକ୍ କ୍ଲିୟରାନ୍ସ ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୧ ଫେବୃଆରୀରୁ ଚେକ୍ ପେମେଣ୍ଟ ପାଇଁ କନଫର୍ମେସନ୍ ବାଧ୍ୟତାମୂଳକ ହେବ । କନ୍ଫର୍ମେସନ୍ ନମିଳିଲେ ଚେକ୍କୁ ଫେରାଇ ଦିଆଯାଇପାରିବ।
ସେହିପରି ଏସ୍ବିଆଇ ଗ୍ରାହକଙ୍କୁ ଏବେ ଟଙ୍କା ଟ୍ରାନ୍ସଫର କରିବା ମହଙ୍ଗା ପଡ଼ିପାରେ । ଏସ୍ବିଆଇର ୱେବ୍ସାଇଟ୍ ଅନୁସାରେ ବ୍ୟାଙ୍କ ୧ ଫେବୃଆରୀରୁ ଆଇଏମ୍ପିଏସ ଟ୍ରାଞ୍ଜାକ୍ସନରେ ଏକ ନୂଆ ସ୍ଲାବ୍ ଜୋଡ଼ିବାକୁ ଯାଉଛି । ଏହା ୨ ଲକ୍ଷରୁ ୫ ଲକ୍ଷ ଟଙ୍କାର ସ୍ଲାବ୍ ରହିବ ।୧ ତାରିଖରୁ ୨ରୁ ୫ ଲକ୍ଷ ଟଙ୍କା ଆଇଏମ୍ପିଏସ କଲେ ୨୦ ଟଙ୍କା ଶୁଳ୍କ ସହ ଜିଏସ୍ଟି ଦେବାକୁ ପଡ଼ିବ ।
ଏଥି ସହିତ ରନ୍ଧନ ଗ୍ୟାସ୍କୁ ନେଇ ମଧ୍ୟ କିଛି ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରତି ମାସ ଆରମ୍ଭର ପହିଲା ତାରିଖରୁ ଏଲ୍ପିଜି ଗ୍ୟାସ୍ର ଦାମ୍ ସ୍ଥିର କରାଯାଇଥାଏ । ଫେବ୍ରୁଆରୀ ୧ରେ ବଜେଟ୍ ଉପସ୍ଥାପନ ହେବାକୁ ଯାଉଥିବାରୁ ଏହାକୁ ନେଇ ସମସ୍ତଙ୍କ ନଜର ରହିଛି । ଯଦି ସିଲିଣ୍ଡର ଦାମ୍ ବଢ଼େ ତେବେ ଏହାର ସିଧାସଳଖ ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡ଼ିବ । ଅନ୍ତରାଷ୍ଟ୍ରୀୟ ସ୍ତରରେ ଅଶୋଧିତ ତୈଳର ଦାମ୍ ବାରେଲ୍ ପିଛା ୯୦ ଡଲାର୍ ପାର୍ କରିଛି । ତେଣୁ ଏଲ୍ପିଜି ଗ୍ୟାସ୍ର ଦାମ୍ରେ ବୃଦ୍ଧି ହେବା ନେଇ ଅନୁମାନ କରାଯାଉଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ବାଲାନ୍ସ କମ୍ ପାଇଁ ପଡିବ ଫାଇନ୍ । ୧୦୦ ରୁ ୨୫୦ ଟଙ୍କା ବଢିଲା ଫାଇନ୍ ଫି’ ।
ଉତ୍ତରପ୍ରଦେଶ ନିର୍ବାଚନ: ଏତେ କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଖିଳେଶ, ଝିଅଙ୍କ ନାଁରେ ମଧ୍ୟ ରହିଛି ଲକ୍ଷ ଲକ୍ଷ ଟଙ୍କା
ଲକ୍ଷ୍ଣୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କରହଲ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବେ । ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢ଼ୁଥିବା ବେଳେ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।
ତେବେ ନାମଙ୍କନ ଦାଖଲ ବେଳେ ଦେଇଥିବା ସତ୍ୟପାଠ ଅନୁଯାୟୀ ସେ ୪୦ କୋଟି ଟଙ୍କାର ସମ୍ପତ୍ତିର ମାଲିକ । ଏଥିରେ ଉଭୟ ବ୍ୟାଙ୍କ ଜମା ଏବଂ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ମଧ୍ୟ ସାମିଲ ରହିଛି । ତଥ୍ୟ ଅନୁଯାୟୀ ଭିନ୍ନ ଭିନ୍ନ ବ୍ୟାଙ୍କ ଖାତାରେ ମୋଟ ୮.୪୩ କୋଟି ଟଙ୍କା ଜମା ରହିଛି । ସେ ପାଖାପାଖି ୧୭.୯୩ କୋଟି ଟଙ୍କା ମୂଲ୍ୟ ଜମିର ମାଲିକ । ତେବେ ସେ ୨୮.୯୭ ଲକ୍ଷ ଟଙ୍କା ଋଣ ମଧ୍ୟ କରିଛନ୍ତି । ଅନ୍ୟପକ୍ଷରେ ତାଙ୍କ ପତ୍ନୀ ଡିମ୍ପଲଙ୍କ ନିକଟରେ ୫୮ ଲକ୍ଷ ୯୨ହଜାର ଟଙ୍କା ଜମା ରହିଛି । ବ୍ୟାଙ୍କରେ ଜମା ନଗଦ ବ୍ୟତୀତ ଡିମ୍ପଲ ୪କୋଟି ୭୬ ଲକ୍ଷ ୮୪ ହଜାର ଟଙ୍କା ସ୍ଥାବର ଓ ୧୦ କୋଟି ଟଙ୍କା ମୂଲ୍ୟର ଅସ୍ଥାବର ସମ୍ପତ୍ତି ରହିଛି । ଯେଉଁଥିରେ ତାଙ୍କ ଗହଣାର ମୂଲ୍ୟ ମଧ୍ୟ ସାମିଲ ରହିଛି । ଏଥିସହିତ ଅଖିଳେଶଙ୍କ ଝିଅଙ୍କ ନିକଟରେ ରହିଛି ୧୦ ଲକ୍ଷ ୩୯ ହଜାର ୪୧୦ ଟଙ୍କାର ସମ୍ପତ୍ତି ।
ଏଥିସହିତ ପଢ଼ନ୍ତୁ: ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ଟ୍ୱିଟ୍ରେ ବ୍ଳକ୍ କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
କମୁଛି ତୃତୀୟ ଲହର ଭୟ, ଡେଲ୍ଟା ନେଉଛି ଜୀବନ
ଭୁବନେଶ୍ୱର: କମୁଛି ତୃତୀୟ ଲହର ଭୟ। ଓମିକ୍ରନ ନୁହେଁ ଏବେ ବି ଡେ଼ଲ୍ଟା ନେଇଛି ଜୀବନ। ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସୁଥିବା ସ୍ବାସ୍ଥ୍ୟ ବିଭାଗ କହିଛି । ଲଗାତର ଭାବେ ଦୈନିକ ସଂକ୍ରମଣ ସଂଖ୍ୟା ବି କମୁଛି । ହେଲେ ଗତ ୫ଦିନ ଭିତରେ ରାଜ୍ୟରେ ୭୦ ଜଣଙ୍କର ଜୀବନ ନେଲାଣି କିଲର କରୋନା। ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ପିକର ମାସେ ପରେ ମୃତ୍ୟୁ ଟିକିଏ ବଢେ । ଜାନୁଆରୀ ମାସରେ ରାଜ୍ୟରେ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ ତାହା ତୁଳନାରେ ଆମର ମୃତ୍ୟୁ ବହୁତ କମ ରହିଛି ।
ଡେଲଟା ଏବେ ବି ରହିଛି । ତେବେ ଓମିକ୍ରନର ସଂକ୍ରମଣ କ୍ଷମତା ଡେଲଟା ଠୁ ବହୁତ ଅଧିକ । ତେଣୁ କେତେବେଳେ ବି ଏହା ବାଉନ୍ସ ବ୍ୟାକ କରିପାରେ । ତେଣୁ ଆମକୁ ସତର୍କ ରହିବାକୁ ହେବ। ତେଣୁ କିଛି ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି ବୋଲି ସେ କହିଛନ୍ତି। ସେପଟେ ମୃତ୍ୟୁ ସଂଖ୍ୟାକୁ ନେଇ ଭୟ ନ କରିବାକୁ ସ୍ଵାସ୍ଥ୍ୟ ଵିଶେଷଜ୍ଞ କହିଛନ୍ତି। ଏପଟେ ଲଗାତାର ହ୍ରାସ ଘଟିଛି କରୋନା ସଂକ୍ରମଣ । ଦୈନିକ ମାମଲା ୬ ହଜାରକୁ ଖସିଛି ।
COSA କମାଣ୍ଡର ଭାବେ ଦାୟିତ୍ୱ ନେଲେ ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି
ଭୁବନେଶ୍ୱର: ବ୍ରିଗେଡିୟର୍ ଭିଗ୍ନେଶ ମହାନ୍ତି, ସେନା ପଦକ, ଛତିଶଗଡ ଏବଂ ଓଡିଶା ସବ୍ ଏରିଆ (COSA)ର କମାଣ୍ଡର ଭାବରେ ବ୍ରିଗେଡିୟର୍ ପ୍ରଶାନ୍ତ ଚୌହାନ୍, ସେନା ପଦକ,ଙ୍କ ଠ।ରୁ ଦାୟିତ୍ୱ ଗ୍ରହଣ କରିଥିଲେ । ବିଦାୟୀ ସବ୍ ଏରିଆ କମାଣ୍ଡର ବ୍ରିଗେଡିୟର୍ ଚୋହାନ୍ ରାଜ୍ୟ ସରକାରଙ୍କ ସହ ଏକ ଉତ୍ତମ ବ୍ୟବସାୟିକ ସମ୍ପର୍କ ବିକାଶ ତଥା ଛତିଶଗଡ ଏବଂ ଓଡ଼ିଶା ରାଜ୍ୟରେ ସଶସ୍ତ୍ର ବାହିନୀର ପାଦଚିହ୍ନକୁ ବଜାୟ ରଖିବା ତଥା ପ୍ରୋତ୍ସାହିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଜଣେ ବରିଷ୍ଠ ପୂର୍ବତନ ସେବାୟତ ମନ୍ତବ୍ୟ ଦେଇଛନ୍ତି, “ବ୍ରିଗେଡିୟର୍ ପ୍ରଶାନ୍ତ ଚୌହାନ୍ଙ୍କ ଅବଦାନ ଏବଂ ପୂର୍ବତନ ସୈନିକ ଏବଂ ସୈେନିକଙ୍କ ବିଧବାମାନଙ୍କର ସେବା କରିବା ତଥା ସମାଜର ସମସ୍ତ ପୂର୍ବତନ ସେବାୟତଙ୍କ ସମ୍ମାନ ବଢ଼ାଇବାରେ ତାଙ୍କର ନେତୃତ୍ୱ ଭୂମିକାକୁ ଆମେ ଚିରଦିନ ସ୍ମରଣ କରିବୁ।”
ବ୍ରିଗେଡିୟର୍ ଭିଗ୍ନେଶ ମହନ୍ତି, ସେନା ପଦକ, ବର୍ତ୍ତମାନ COSAକୁ ନିର୍ଦ୍ଦେଶ ଦେବେ | ତିନି ଦଶନ୍ଧିରୁ ଅଧିକ ସମୟ ଧରି ଚାଲିଥିବା ତାଙ୍କର ଚମତ୍କାର ସାମରିକ କ୍ୟାରିଅରରେ ବ୍ରିଗେଡିୟର୍ ମହନ୍ତି ଭାରତ ଏବଂ ବିଦେଶରେ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ଏବଂ ପ୍ରଶାସନିକ ନିଯୁକ୍ତି ପାଇଛନ୍ତି | ସେ ନ୍ୟାସନାଲ ଡିଫେନ୍ସ ଏକାଡେମୀ (ଖଡକୱାସ୍ଲା), ଆର୍ମି ସ୍କୁଲ୍ ଅଫ୍ ଆମ୍ମୁନିସନ୍ (ୟୁକେ), ଡିଫେନ୍ସ ସର୍ଭିସ୍ ଷ୍ଟାଫ୍ କଲେଜ (ୱେଲିଙ୍ଗଟନ୍) ଏବଂ ନ୍ୟାସନାଲ ଡିଫେନ୍ସ କଲେଜ (ଫିଲିପାଇନ୍ସ)ରୁ ତାଲିମ ଗ୍ରହଣ କରିଛନ୍ତି।

ସେ କଶ୍ମୀର ଉପତ୍ୟକାରେ ଜଣେ ଇଞ୍ଜିନିୟର ରେଜିମେଣ୍ଟ ଏବଂ ଇଷ୍ଟର୍ଣ୍ଣ ଥିଏଟରରେ ଏକ ମାଉଣ୍ଟେନ୍ ବ୍ରିଗେଡ୍ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଭୁଟାନରେ ଭାରତୀୟ ସାମରିକ ତାଲିମ କଣ୍ଟିଜେଣ୍ଟ୍ର ଏକ ଅଂଶ ହୋଇଛନ୍ତି । ସେନା ମୁଖ୍ୟାଳୟ ସମେତ ବିଭିନ୍ନ ଗଠନରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ କରାଯାଇଥିଲା |
ଜଣେ ଇଞ୍ଜିନିୟରିଂ ସ୍ନାତକ, ସେ ଚେନ୍ନାଇ ବିଶ୍ୱବିଦ୍ୟାଳୟରୁ ପ୍ରତିରକ୍ଷା ଏବଂ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ରେ ପୋଷ୍ଟ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଛନ୍ତି ଏବଂ ଫିଲିପାଇନ୍ସରୁ ଜାତୀୟ ସୁରକ୍ଷା ପ୍ରଶାସନରେ ମାଷ୍ଟର କରିଛନ୍ତି । ତେଣୁ ବିସ୍ତୃତ ଅଭିଜ୍ଞତା, ସାମର୍ଥ୍ୟ ଏବଂ ପରିଚୟପତ୍ର ଉଭୟ ରାଜ୍ୟରେ ଅଧିକ ଉଚ୍ଚତାକୁ ଭାରତୀୟ ସେନାର ପ୍ରୟାସ କରିବ ବୋଲି ଆଶା କରାଯାଉଛି | ମୁଖ୍ୟାଳୟ “COSA” ହେଉଛି ଛତିଶଗଡ଼ ଏବଂ ଓଡିଶା ରାଜ୍ୟରେ ଭାରତୀୟ ସେନାର ସର୍ବୋଚ୍ଚ ମୁଖ୍ୟାଳୟ ଯାହା ସିଭିଲ୍ କର୍ତ୍ତୃପକ୍ଷଙ୍କୁ ପ୍ରଶାସନିକ ସମସ୍ୟା ଏବଂ ବିପର୍ଯ୍ୟୟ ସହାୟତା ସହିତ ଜଡ଼ିତ |

