spot_img
Home Blog Page 4638

ବୋଲେରୋ-ବାଇକ୍ ମୁହାଁମୁହିଁ: ୨ବାଇକ ଚାଳକଙ୍କ ମୃତ୍ୟୁ

ବୌଦ୍ଧ: ମାନମୁଣ୍ଡା ଥାନା ଖଇରମାଳ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୋଲେରୋ ବାଇକ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ଦୁଇ ବାଇକ ଆରୋହିଙ୍କ ମୃତ୍ୟୁ । ମୃତକ ହେଲେ ମନମୁଣ୍ଡା ଥାନା ଝଗଡୁଗାଡ଼ିଆ ଗାଁର ହିରୋ ବଗର୍ତ୍ତି ଓ କିଶୋର । ସନ୍ଧ୍ୟାରେ ସୋନୁପର ଆଡୁ ବୌଦ୍ଧ ପଟକୁ ଦ୍ରୁତ ଗତିରେ ଆସୁଥିବା ବୋଲେରୋ ସହ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଦୁଇ ବାଇକ ଆରୋହିଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ ମାନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟ ମୃତ ଦେହକୁ ଓ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

ଏଥିସହିତ ପଢ଼ନ୍ତୁ: ସାବଧାନ: ଆପଣଙ୍କ ବରଯାତ୍ରୀରେ ଥାଇପାରନ୍ତି ଲୁଟେରା, ଲୁଟୁଛନ୍ତି ସୁନା ଓ ଟଙ୍କା

ରାଜନୀତି ଯୋଡ଼ିଲା ସମ୍ପର୍କ: ସରପଞ୍ଚ ହେବାକୁ ବାହା ହେଲେ

ବ୍ରହ୍ମପୁର: ସଜା ହୋଇଛି ଗାଡ଼ି । କନ୍ୟା ପ୍ରସ୍ତୁତ, ବର ବି ରେଡ଼ି । ଘରେ ବିବାହ ପାଇଁ ଉତ୍ସବର ମାହୋଲ । ଏବେ ଆପଣ ଭାବୁଥିବେ ଜଣକର ବାହାଘର ଖବର କାହିଁକି ଆମେ ଜଣାଉଛୁ । କିନ୍ତୁ କଥାଟା କିଛି ଅଲଗା । ଯାହାର ବାହାଘର ହେଉଛି ସେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଆଇତିପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ । ଘର ଖଲ୍ଲିକୋଟ ବ୍ଲକ ଶ୍ରୀକୃଷ୍ଣସରଣପୁର ନୂତନ ଗୁରୁଣ୍ଠିରେ । ପୂର୍ବରୁ ଆଇତିପୁର ପଞ୍ଚାୟତ ଯୋଗେନ୍ଦ୍ର ପଲେଇଙ୍କୁ କୋର୍ଟ ମ୍ୟାରେଜ କରିଥିଲେ । ଯୋଗେନ୍ଦ୍ରଙ୍କ ବାପା ୨୦୦୨ରେ ସରପଞ୍ଚ ଥିଲେ । ତେଣୁ ବାପାଙ୍କ ପରେ ଉଚ୍ଚଶିକ୍ଷିତ ପୁଅ ଯୋଗେନ୍ଦ୍ର ସରପଞ୍ଚ ହେବାକୁ ମନ ବଳାଇଲେ । ହେଲେ ଚଳିତ ନିର୍ବାଚନରେ ଆଇତିପୁର ପଞ୍ଚାୟତ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ପତ୍ନୀ ପ୍ରଭାତୀଙ୍କୁ ପ୍ରାର୍ଥୀ କରିଛନ୍ତି । ନାମାଙ୍କନ ପ୍ରକ୍ରିୟା ସରିଥିବାବେଳେ ଏବେ ଦୁହେଁ ବୈଦିକ ରୀତିରେ ବିବାହ କରିବାକୁ ଯାଉଛନ୍ତି ।

୭ଟି ଗ୍ରାମକୁ ନେଇ ଗଠିତ ହୋଇଛି ଆଇତିପୁର ପଞ୍ଚାୟତ । ଏଠାରେ ଭୋଟର ସଂଖ୍ୟା ୪ ହଜାର ୩୪୦ । ଚଳିତ ପଞ୍ଚାୟତ ନିର୍ବାଚନରେ ଦୁଇ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ପ୍ରଭାତୀଙ୍କୁ ମାଛ ଚିହ୍ନ ମିଳିଛି । ତେବେ ପ୍ରଭାତୀଙ୍କ ସହ ପ୍ରତିଦ୍ୱନ୍ଦୀ କରୁଥିବା ପ୍ରାର୍ଥୀ ଆଗରୁ ସେହି ଗାଁର ବୋହୂ ହୋଇଥିବା ବେଳେ ପ୍ରଭାତି ହାତରେ ମେହେନ୍ଦୀ ଓ ପାଦରେ ଅଳତା ଲଗାଇ ନୁଆଁ ବୋହୂ ଭାବେ ଭୋଟ ଭିକ୍ଷା କରିବାକୁ ମଇଦାନକୁ ଉହ୍ଲାଇବେ । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଆଗକୁ ଗାଁର ଦୁଇ ବୋହୂଙ୍କ ମଧ୍ୟରେ ହେବ କଡା ଟକ୍କର । ତେବେ ଶ୍ୱଶୂର ପୂର୍ବରୁ ସରପଞ୍ଚ ଥିବାରୁ ପ୍ରଭାତିଙ୍କ ପଲ୍ଲା ଭାରି ଥିବା କହନ୍ତି ସ୍ଥାନୀୟ ବାସିନ୍ଦା ।

ଏଥିସହିତ ପଢ଼ନ୍ତୁ: ସାବଧାନ: ଆପଣଙ୍କ ବରଯାତ୍ରୀରେ ଥାଇପାରନ୍ତି ଲୁଟେରା, ଲୁଟୁଛନ୍ତି ସୁନା ଓ ଟଙ୍କା

ସାବଧାନ: ଆପଣଙ୍କ ବରଯାତ୍ରୀରେ ଥାଇପାରନ୍ତି ଲୁଟେରା, ଲୁଟୁଛନ୍ତି ସୁନା ଓ ଟଙ୍କା

ଭୁବନେଶ୍ୱର: ହୁସିଆର । ରାଜଧାନୀରେ ବରଯାତ୍ରୀ ବେଶରେ ବୁଛୁଛନ୍ତି ଲୁଟେରା । ହିରୋମାର୍କା ଷ୍ଟାଇଲରେ ଆସୁଛନ୍ତି ବିବାହ ମଣ୍ଡପ । ଆଉ ଟଙ୍କା, ସୁନା ଧରି ମାରୁଛନ୍ତି ଛୁ । ଭୁବନେଶ୍ୱର କେସୁରା ଛକ ପଲବୀ ମଣ୍ଡପରୁ ଆସିଛି ଏମିତି ଅଭିଯୋଗ । ବାହାଘର ଚାଲିଥିବାବେଳେ ୨ ଲକ୍ଷ ଟଙ୍କାର ସୁନା ଲୁଟି ନେଇଥିବା ଅଭିଯୋଗ ହୋଇଛି । ନାବାଳକକୁ ଢାଲ କରି ଲୁଟିଥିବା ଲୁଟେରାର ପୁରା ଭିଡିଓ ସିସିଟିଭିରେ କଏଦ ହୋଇଛି । ସହିଦନଗର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଲୁଟେରାଙ୍କ ଟାର୍ଗେଟରେ ବିବାହ ମଣ୍ଡପ । ବରଯାତ୍ରୀ ବେଶରେ ଆସୁଛନ୍ତି ବଡେ ମିଆଁ ଛୋଟେ ମିଆଁ । ମଉକା ଦେଖି ବୁଲାଉଛନ୍ତି କଳାକନା । ହିରୋ ମାର୍କା ଗେଟଅପରେ ବରଯାତ୍ରୀ ବେଶରେ ଆସୁଛନ୍ତି । ଭୋଜି ଖାଉଛନ୍ତି, ବର ସିହତ ସେଲଫି ନେଉଛନ୍ତି । ଭିଡ଼ର ମଉକା ନେଇ ଭ୍ୟାନିଟ ବ୍ୟାଗରେ ଥିବା ସୁନାକୁ ଧରି ଚମ୍ପଟ ମାରୁଛନ୍ତି । ଗତ ୨୩ ତାରିଖରେ କେଶୁରା ପଲ୍ଲବୀ ମଣ୍ଡପରେ ସତ୍ୟ ନାରାୟଣ ମହାରାଣଙ୍କ ଝିଅ ବାହାଘର ବେଳେ ଏମିତି ଢଙ୍ଗରେ ୨ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟିଛନ୍ତି ଭଦ୍ର ଲୁଟେରା । ସତ୍ୟ ନରାୟାଣ ନିଜ ଝିଅକୁ ବେଦୀ ଝିଅ ଓ ଜ୍ବାଇଁ ସୁନା ହାର ଓ ମୁଦି ଦେବା ପାଇଁ ରଖିଥିଲେ ହେଲେ ଲୁଟେରା ଲୁଟି ନେଇଛନ୍ତି ।

ବିବାହ ମଣ୍ଡପ ଅଭିନବ ଢଙ୍ଗରେ ଲୁଟ ନେଇ ସହିଦନଦର ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ଦୁଇ ଜଣ ଏକ କାରରେ ଆସି ସୁନା ଓ ମୁଦି ନେଇଥିବା ଜଣା ପଡିଛି । ଏଭଳି ଅନ୍ୟ କୌଣସି ଥାନା ଅଞ୍ଚଳରେ ଏଭଳି ଘଟିଛି ନା ନାହିଁ , ପୋଲିସ ତଦନ୍ତ କରୁଛି । ଅନ୍ୟ ପଟେ ବିବାହ ମଣ୍ଡପ ଓ ବାହଘର କରାଉଥିବା ଲୋକଙ୍କୁ ସତର୍କ ରହିବାକୁ ଡିସିପି କହିଛନ୍ତି ।

ଭୁବନେଶ୍ବରରେ ଗତ କିଛି ଦିନ ହେଲା ଅଥୟ କରୁଛନ୍ତି ଲୁଟେରା । ଛୁରୀକୁ ବନ୍ଧୁକ ନୁହେଁ ଅଭିନବ ଉପାୟରେ କରୁଛନ୍ତି ଲୁଟପାଟ । ଶିଖରଚଣ୍ଡୀ, ଶ୍ରୀବିହାର, ସତ୍ୟ ନଗର ଓ ଡେଲ୍ଟା ଛକ ସୁନା ଦୋକାନ ଲୁଟ ମାମଲାରେ ଅଭିଯୁକ୍ତ ମାନଙ୍କୁ ଧରି ପାରିନି ପୋଲିସ ।

ଗୟାରେ ଭାରତୀୟ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ସୁରକ୍ଷିତ

ଗୟା: ବିହାର ଗୟାରେ ଖସିପଡ଼ିଲା ଭାରତୀୟ ସେନା ହେଲିକପ୍ଟର। ସୗେଭାଗ୍ୟବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି ଦୁଇ ପାଇଲଟ। ଆଜି ଅପରାହ୍ନରେ ଭାରତୀୟ ସେନା ଅଫିସରଙ୍କ ପ୍ରଶିକ୍ଷଣ ଏକାଡେମୀ ପକ୍ଷରୁ ହେଲିକପ୍ଟର ଉଡାଣ କରାଯାଉଥିଲା।

ତେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏହି ହେଲିକପ୍ଟରଟି ଖସିପଡିଥିଲା । ଏହି ଘଟଣାରେ ସୌଭାଗ୍ୟବଶତଃ ସେଥିରେ ଥିବା ଦୁଇ  ପାଇଲଟ ବର୍ତ୍ତିଯାଇଛନ୍ତି। ଏନେଇ ସୂଚନା ଦେଇଛନ୍ତି ଏକାଡେମୀର ନିର୍ଦ୍ଦେଶକ ବଙ୍ଗାଜିତ ଶାହା।

ସୂଚନା ଅନୁଯାୟୀ, ବୋଧଗୟା ବ୍ଲକର ଏକ ଗ୍ରାମରେ ଏହା ଜରୁରୀ ଅବତରଣ କରୁଥିବାବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ହେଲିକପ୍ଟରଟି ଖସିପଡ଼ିବା ପରେ ସ୍ଥାନୀୟ ଲୋକେ ପହଞ୍ଚି ଦୁଇ ପାଇଲଟଙ୍କୁ ଉଦ୍ଧାର କରିଥିଲେ।

ବ୍ରହ୍ମୋସ କ୍ଷେପଣାସ୍ତ୍ରକୁ ବିକ୍ରି କରିବ ଭାରତ

ନୂଆଦିଲ୍ଲୀ: ଫିଲିପାଇନସକୁ ମହାଶକ୍ତିଶାଳୀ ବ୍ରହ୍ମୋସ କ୍ଷେପଣାସ୍ତ୍ର ବିକ୍ରି କରିବ ଭାରତ। ପ୍ରଥମ ଥର ଲାଗି ଏହି ବ୍ରହ୍ମାସ୍ତ୍ରର ହେବ ରପ୍ତାନି। ଏନେଇ ବ୍ରହ୍ମୋସ ଏରୋସ୍ପେସ ପ୍ରାଇଭେଟ ଲିମିଟେଡ ସହ ଫିଲିପାଇନ୍ସ ପ୍ରତିରକ୍ଷା ମନ୍ତ୍ରଣାଳୟର ହୋଇଛି ୩୭୪ ନିୟୁତ ଡଲାରର ଚୁକ୍ତି।

ଭାରତ ଓ ଋଷର ମିଳିତ ଉଦ୍ୟୋଗରେ ଗଠିତ ପ୍ରକଳ୍ପରେ ନିର୍ମିତ ହେଉଛି ସୁପରସୋନିକ କ୍ରୁଜ ମିସାଇଲ ବ୍ରହ୍ମୋସ । ଏହାକୁ ବୁଡାଜାହାଜ, ଜାହାଜ, ବିମାନ ଓ ଭୂପୃଷ୍ଠରୁ ନିକ୍ଷେପ କରାଯାଇପାରିବ। ଏହି ଅସ୍ତ୍ର ବଳରେ ଫିଲିପାଇନ୍ସରର ନୌସେନା ଓ ସୈନ୍ୟ ଅତି ଶକ୍ତିଶାଳୀ ହୋଇପାରିବ ।

ତେବେ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସମ୍ପର୍କକୁ ସୁଦୃଢ କରିବାରେ ଏହି ଚୁକ୍ତି ସହାୟକ ହେବ। ନିଜର ପ୍ରତିରକ୍ଷା ଲାଗି ଭାରତ ମଧ୍ୟ ଲଦାଖ ଅରୁଣାଚଳ ପ୍ରଦେଶ ସହ ଚୀନର ସୀମାନ୍ତରେ ବ୍ରହ୍ମୋସ ମୁତୟନ କରିଥିବା ଜଣାପଡିଛି।

ଦେଶର ଉଦ୍ୟୋଗଗୁଡ଼ିକୁ ପୋଷଣୀୟ ଓ ପ୍ରତିଯୋଗିତାମୂଳକ ଭାବେ ଗଢ଼ିତୋଳିବାକୁ ନୀତି ଆଲୋଚନା

0

ଭୁବନେଶ୍ୱର: ଦେଶର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର କୋଭିଡ ମହାମାରୀ କବଳିତ ହେବା ପରେ ଉଦ୍ୟୋଗଗୁଡ଼ିକୁ ପ୍ରତିଯୋଗିତା ଓ ଉତ୍ପାଦନକ୍ଷମ କରିବାକୁ କ୍ରମେ ନିମ୍ନରୁ ଉଚ୍ଚ ମୂଲ୍ୟଯୁକ୍ତ କାର୍ଯ୍ୟକ୍ରମର ପ୍ରକ୍ରିୟା ଅନୁସରଣ କରିବାକୁ ଯାଉଛନ୍ତି । ଏହା ସ୍ଥାନୀୟ ଅର୍ଥନୀତିକୁ ପ୍ରୋତ୍ସାହିତ କରି ଅଧିକରୁ ଅଧିକ ଉତ୍ତମ ମାନର କର୍ମସଂସ୍ଥାନ ସୃଷ୍ଟି କରୁଛି ।  ଆନ୍ତର୍ଜାତିକ ଶ୍ରମ ସଂଗଠନ, କୋରିଆ ଆନ୍ତର୍ଜାତିକ ସମନ୍ୱୟ ସଂସ୍ଥା (କୋଇକା)ର ସହାୟତା ଏବଂ ଆନ୍ଧ୍ର ଓ ଓଡ଼ିଶାର ସହଯୋଗିତାରେ କର୍ମସଂସ୍ଥାନ ଓ ପୋଷଣୀୟ ବିକାଶ ପାଇଁ ଏକ ବଜାରମୁଖୀ, ପ୍ରତିରୋଧୀ ଏବଂ ସମାବେଶୀ ଏମ୍‌ଏସ୍‌ଏମଇ ପରିବେଶ ସୃଷ୍ଟି କରିବା ଉପରେ ଏକ ନୀତି-ଆଲୋଚନାର ଆୟୋଜନ କରିଛନ୍ତି । ଏହା ବିଶେଷ ଭାବେ ଏକ ଜ୍ଞାନ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ।

ଏହି କାର୍ଯ୍ୟକ୍ରମରେ ଦକ୍ଷିଣ କୋରିଆ, ଭିଏତନାମ, ଇଣ୍ଡୋନେସିଆ ଏବଂ ବାଂଲାଦେଶ ଭଳି ରାଷ୍ଟ୍ରଗୁଡ଼ିକ ଭାରତର ଆନ୍ଧ୍ର ଓ ଓଡ଼ିଶା ପାଇଁ ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ବିକାଶ ସମ୍ୱନ୍ଧରେ ଜ୍ଞାନ ପ୍ରଦାନ କରିବେ । ଏସବୁ ରାଷ୍ଟ୍ର କିପରି କୃଷି ଅର୍ଥନୀତିକୁ ଉଚ୍ଚ ମୂଲ୍ୟଯୁକ୍ତ ଉତ୍ପାଦ ପ୍ରସ୍ତୁତିର ପେଣ୍ଠସ୍ଥଳୀ ପାଲଟିଛନ୍ତି ତାହା ଆଲୋଚନାରେ ସ୍ଥାନ ପାଇଥିଲା । ବିଶେଷ କରି କୋଭିଡ-୧୯ରେ ପ୍ରାୟତଃ ବନ୍ଦ ହୋଇ ପଡ଼ିଥିବା ଉଦ୍ୟୋଗଗୁଡ଼ିକୁ କିପରି ପୁଣିଥରେ ପୁନର୍ଜୀବିତ କରି ସେଗୁଡ଼ିକୁ ପୋଷଣୀୟ ସଂସ୍ଥା ଭାବେ ବଞ୍ଚାଇ ରଖାଯାଇପାରିବ, ଯାହା ସ୍ଥାନୀୟ ନିଯୁକ୍ତି ସୁଯୋଗ ସହ ଏକ ଔଦ୍ୟୋଗିକ ପରିମଣ୍ଡଳ ସୃଷ୍ଟି କରିପାରୁଛି ସେ ସମ୍ପର୍କରେ ମତ ବିନିମୟ କରାଯାଇଥିଲା ।

            ଭାରତ ସରକାରଙ୍କ ଏମ୍‌ଏସ୍ଏମ୍ଇ ସଚିବ  ବି.ବି ସ୍ୱାଇଁ କହିଥିଲେ ଯେ ଏହି କ୍ଷେତ୍ର ଦେଶର ଜିଡିପିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦେଇଥାଏ । ଏହା କୋଭିଡ କଟକଣା ଯୋଗୁଁ ବହୁ କ୍ଷତିର ସାମ୍ନା କରିଥିବା ବେଳେ ସରକାର ଏହି କ୍ଷେତ୍ର ଯେପରି ସ୍ୱାଭାବିକ ଅବ୍ୟବସ୍ଥାକୁ ଆସିପାରିବ ସେ ଦିଗରେ କାର୍ଯ୍ୟ କରୁଥିବା ପ୍ରକାଶ କରିଥିଲେ । ଆନ୍ଧ୍ର ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ବିଭାଗ ସ୍ୱତନ୍ତ୍ର ସଚିବ କାରିକଲ୍ ଭାଲାଭେନ ଏହି ଆଲୋଚନାରେ ଭାଗନେଇ ଓଡ଼ିଶା ସରକାରଙ୍କ ଏମ୍‌ଏସ୍ଏମ୍‌ଇ ବିଭାଗ ପ୍ରମୁଖ ସଚିବ ରଞ୍ଜନା ଚୋପ୍ରା କହିଥିଲେ ଯେ, ଓଡ଼ିଶାରେ ଏମ୍‌ଏସ୍ଏମ୍ଇ କ୍ଷେତ୍ରରେ ଦକ୍ଷତା ବିକାଶ ସକାଶେ ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇଏଲ୍‌ଓ)ର ବୈଷୟିକ ସହାୟତା ନିଶ୍ଚିତ ଭାବେ ଉପଯୋଗୀ ହେବ । ରାଜ୍ୟ ସରକାର ଏମଏସ୍‌ଏମଇ କ୍ଷେତ୍ରକୁ ସକାରାତ୍ମକ ଦିଗରେ ଆଗେଇ ନେବାକୁ ଏକ ବିକାଶନ୍ମୋଖୀ ଆଭିମୁଖ୍ୟ ନେଇ ଉପଯୁକ୍ତ ବାତାବରଣ ସୃଷ୍ଟି କରୁଛନ୍ତି ବୋଲି କହିଥିଲେ ।

ଫେବୃଆରୀରେ ଲଞ୍ଚ ହେବ ଏହିସବୁ କାର୍, ଦେଖିନିଅନ୍ତୁ ଲୁକ୍…

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭରୁ ଅଟୋ ସେକ୍ଟର ଖୁବ୍ ସ୍ପିଡରେ ଚାଲୁଛି। କମ୍ପାନୀ ପକ୍ଷରୁ ନୂଆ ନୂଆ ପ୍ରଡକ୍ଟ ଲଞ୍ଚ ହେଉଛି। ଜାନୁଆରୀ ମାସରେ ଟାଟା ମୋଟର୍ସ CNG ଗାଡ଼ି ଟିଆଗୋ, ଟିଗୋର ଆଦି ଲଞ୍ଚ କରିଥିଲା। ଖାଲି ଟାଟା ନୁହେଁ ଅନେକ କମ୍ପାନୀ ନିଜର କାର୍ ଗୁଡିକୁ ଲଞ୍ଚ କରିଥିଲେ ।

ଫେବୃଆରୀ ମାସରେ ଅଟୋ ସେକ୍ଟର ଖୁବ୍ ବ୍ୟସ୍ତ ରହିବ। କମ୍ପାନୀ ଗୁଡିକ ନିଜର ନୂଆ କାର୍ ଲଞ୍ଚ ପାଇଁ ବି ଫୁଲ୍ ରେଡ୍ଡି। ନୂଆ କାରର ଫିଚର୍ସ ଆଉ ଲୁକ୍ ଦେଖିବାକୁ ଅପେକ୍ଷା କରିଛନ୍ତି କାର୍ ଲଭର୍ସ। ଆଉ ମୋଷ୍ଟ ୱଟେଡ୍ କାର୍ ଲିଷ୍ଟରେ ରହିଛି କିଆର କାରେନ୍ସ । ତେବେ ଆସନ୍ତୁ ଜାଣିବା ୨୦୨୨ ଫେବୃଆରୀରେ କେଉଁସବୁ କାର୍ ବଜାରକୁ ଆସୁଛି ।

 ଅଡି Q7-

୩ ଫେବୃଆରୀରେ ଅଡି କ୍ୟୁ7 ଲଞ୍ଚ ହେବାକୁ ଯାଉଛି। କମ୍ପାନୀ ପକ୍ଷରୁ ଏହାର ଅନଲାଇନ୍ ବୁକିଂ ବି ଆରମ୍ଭ ହୋଇଯାଇଛି। ବିଏସ୍6 ମାନଦଣ୍ଡ ଅନୁଯାୟୀ, ୨୦୨୦ ଏପ୍ରିଲ୍ ଠାରୁ ଅଡି କ୍ୟୁ7  କୁ କମ୍ପାନୀ ବନ୍ଦ କରିଦେଇଥିଲା। ଆଉ ଏବେ ନୂଆ କ୍ୟୁ7 ରେ ଏକ୍ସଟିରିୟର ଅପଡେଟ୍ ସହ ମଡର୍ଣ୍ଣ ଲୁକ୍ ନଜର ଆସିବ। ଏଥିରେ ଅଲ୍ ହୁଇଲ୍ ଡ୍ରାଇଭ୍ ସିଷ୍ଟମ୍, ଏଡପ୍ଟିଭ୍ ଏୟାର ସପ୍ସେଶନ୍ ଫିଚର ମିଳିବ।

 

ମାରୁତି ସୁଜୁକି ବାଲେନାେ-

ମାରୁତି ସୁଜୁକିର ନୂଆ ବାଲେନୋ କୁ ଅପେକ୍ଷା କରି ରହିଛନ୍ତି କାର୍ ପ୍ରେମୀ। ଜାନୁଆରୀ ୨୪ରେ ଏହାର ପ୍ରଡକ୍ସନ୍ ମଡେଲ୍ ସାମ୍ନାକୁ ଆସିବ । ଏକ୍ସଟିରିଅର ସହ ଏହାର ଇଣ୍ଟିରିୟରରେ ବି ଚେଞ୍ଜେସ୍ ନଜର ଆସିବ। ତେବେ ଏହାର ଡିଜାଇନ୍ ପାର୍ଟନ ସମାନ ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ମିଳିଛି। ନୂଆ ବାଲେନୋରେ ଫ୍ରି ଷ୍ଟାଡିଂ ଟଚ୍ ସ୍କ୍ରିନ୍, ଏମ୍ବେଡେଡ୍ ସିମ୍ ସହ ୱାୟରଲେସ୍ ଆପଲ୍ କାର ପ୍ଲେ ଓ ଆଣ୍ଡ୍ରୋଏଡ୍ ଅଟୋ କାର୍ ଟେକ୍ନୋଲୋଜି ରହିଛି ।

 MG ZS EV-

୨୦୨୨ରେ MG ZS EVରେ ଅନେକ୍ ବଡ଼ ଅପଡେଟ୍ କରାଯାଉଛି। କମ୍ପାନୀ ପକ୍ଷରୁ ଏହାର ବ୍ୟାଟେରୀରେ ପରିବର୍ତ୍ତନ କରାଯାଉଛି । ପୂର୍ବରୁ  44kWh ର ବ୍ୟାଟେରୀ ରହିଥିଲା, କିନ୍ତୁ ଏବେ 51kWH  ୟୁନିଟ୍ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ନୂଆ ବ୍ୟାଟେରୀ ପରେ ଏହାର ରେଞ୍ଜ ୪୮୦ କିମି ହେବ । ଏହାବ୍ୟତୀତ ଏଲଇଡି ୟୁନିଟ୍ସ, ଅପଡେଟ୍ ଫ୍ରଣ୍ଟ ଓ ରିଅର୍ ବମ୍ପର୍, ନୂଆ alloy wheel, ଗ୍ରୀଲ୍, ୱାୟରଲେସ୍ ଚାର୍ଜର, ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର୍, ୧୦.୧ ଇଞ୍ଚର ଟଚ୍ ସ୍କ୍ରିନ୍ ନଜର ଆସିବ ।

କିଆ କାରେନ୍ସ-

ଏହା ହେଉଛି କିଆର ୪ର୍ଥ କାର୍ । ଯାହାକୁ ଭାରତରେ ହିଁ ଡେଭଲପ୍ କରାଯାଇଛି । କିଆ କାରେନରେ ଏଲଇଡି ହେଡଲେମ୍ପ୍ସ ଓ ଟେଲ୍ ଲେମ୍ପ୍ସ ଦେଖିବାକୁ ମିଳିବ । ଏଥିରେ ଲୋକଙ୍କୁ ବହୁତ ସ୍ପେସ୍ ମିଳିବ, ଏପରିକି  ୬ରୁ ୭ ସିଟର ବିଶିଷ୍ଟ ହେବ ବୋଲି ଚର୍ଚ୍ଚା ହେଉଛି ।   ୮ ସ୍ପିକର ବୋସ୍ ସିଷ୍ଟମ୍, କଲର ଏମ୍ବିୟଣ୍ଟ ଲାଇଟିଂ, ବେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍, ଷ୍ଟାଣ୍ଡାର୍ଡ ୬ ଏୟାର ବ୍ୟାଗ୍ ମିଳିବ ।

Jeep Compass Trailhawk-

ଜିପ୍ କମ୍ପାସର ଫେସଲିଫ୍ଟ ଲଞ୍ଚ ପରେ କମ୍ପାନୀ ପକ୍ଷରୁ ଏହାର ହାର୍ଡ କୋର ଟେଲ୍ ହକ୍ ଭେରିଏଣ୍ଟ ପେସ୍ କରାଯିବ। ଖାସକରି ଅଫ ରୋଡିଂ ପାଇଁ କମ୍ପାନୀ ଏହାକୁ ଲଞ୍ଚ କରିବ। ଏଥିରେ 4 ହ୍ୱିଲ୍ ଡ୍ରାଇଭ୍ ସିଷ୍ଟମ୍ ରହିଛି । ଅତ୍ୟାଧୁନିକ ଫିଚର୍ସ ସହ ଏଥିରେ ୯-ସ୍ପିଡ୍ ଅଟୋମେଟିକ୍ ଗିୟରବକ୍ସ ମିଳିବ । ହୁଣ୍ଡାଇ ଟକସନ୍ ଓ ଭୋଲକ୍ସୱାଗନ୍ ଟିଗୁଆନକୁ Jeep Compass Trailhawk ଟକ୍କର ଦେବ ବୋଲି ଚର୍ଚ୍ଚା ହେଉଛି ।

 

ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ ମାରିବା ଘଟଣା : ସିସିଟିଭି ଫୁଟେଜ ଯାଞ୍ଚ କରୁଛି ପୋଲିସ

ବାରିପଦା: ଦୁଇ ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିବା ଘଟଣାର ତଦନ୍ତକୁ ପୋଲିସ ତ୍ୱରାନ୍ୱିତ କରିଛି । ମୟୂରଭଞ୍ଜ ଏସ୍‌ପି ଋଷିକେଶ ଖିଲାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି ତଦନ୍ତ । ଅତିରିକ୍ତ ଏସ୍‌ପି ସୁରେଶ ପାତ୍ର ତଦନ୍ତର ସୁପରଭାଇଜ୍‌ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟଡୁଙ୍କ କାର୍ଯ୍ୟାଳୟକୁ ଦୁଇ ଅଧିକାରୀ ଯିବା ଓ ଫେରିବା ସମୟର ସିସିଟିଭି ଫୁଟେଜ୍‌ ପୋଲିସ ସଂଗ୍ରହ କରିଛି । ଅଧିକାରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳାପର ରେକର୍ଡିଂ, ମେଡିକାଲ ରିପୋର୍ଟ ଓ ବିଭିନ୍ନ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ତଦନ୍ତ ଚାଲିଛି ।

ସୂଚନା ଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ୨ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିଥିବା ନେଇ ବାରିପଦା ଟାଉନ ଥାନାରେ ମାମଲା ରୁଜୁ ହୋଇଛି । ମନ୍ତ୍ରୀଙ୍କ ବିରୋଧରେ ୫୦/୨୨ରେ ମାମଲା ରୁଜୁ ହେବା ସହ ୩୨୩, ୩୨୫, ୩୪୧, ୨୯୪ ଓ ୫୦୬ ଦଫା ଲଗାଇଛି ପୋଲିସ ।

କେନ୍ଦ୍ରମନ୍ତ୍ରୀଙ୍କ ମାଡ଼ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ କେନ୍ଦ୍ରର ଦୁଇ ଅଧିକାରୀ ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି । ସେମାନେ ପିଆରଏମ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଉପନିର୍ଦ୍ଦେଶକ ଅଶ୍ୱିନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ର ଗୁରୁତର ଆହତ ହୋଇଥିଲେ । ଦେବାଶିଷଙ୍କ ବାମ ହାତ ଭାଙ୍ଗି ଯାଇଥିବା ବେଳେ ତାଙ୍କୁ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ବିଜେପି ପାର୍ଟି ଅଫିସ ମଧ୍ୟରେ କବାଟ ବନ୍ଦ କରି ଚେୟାରରେ ଆକ୍ରମଣ କରି ହାତ ଭାଙ୍ଗିବା ସହିତ ବିଶ୍ୱେଶ୍ୱର ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି ।

ଏହି ଦୁଇ ଅଧିକାରୀଙ୍କୁ ବିଶ୍ୱେଶ୍ୱର ଟୁଡୁ ବାରିପଦା ସ୍ଥିତ ବିଜେପି ପାର୍ଟି ଅଫିସକୁ ଏମପି ଲାଡ୍ ସମ୍ପର୍କିତ ଫାଇଲ୍ ଧରି ଆସିବା ପାଇଁ କହିଥିଲେ । କିନ୍ତୁ କୋଡ୍ ଅଫ୍ କଣ୍ଡକ୍ଟ ଲାଗିଥିବାରୁ ପାର୍ଟି ଅଫିସକୁ ଯାଇପାରିବେନି ବୋଲି ଦୁଇ ଅଧିକାରୀ କହିଥିଲେ । କିନ୍ତୁ ଏହାପରେ ଦିଲ୍ଲୀ ଅଫିସରୁ ଫୋନ୍ ଆସିବାରୁ ଦୁଇ ଅଧିକାରୀ ପାର୍ଟି ଅଫିସକୁ ଯିବାକୁ ବାଧ୍ୟ ହୋଇଥିଲେ। ସେମାନଙ୍କୁ ମନ୍ତ୍ରୀଙ୍କ ପିଏ ଫୋନ କରି ଫାଇଲ ନନେଇ କେବଳ ଆଲୋଚନା ପାଇଁ ଆସିବାକୁ କହିଥିଲେ। ତେଣୁ ଏହି ଦୁଇ ଅଧିକାରୀ ପାର୍ଟି ଅଫିସକୁ ମନ୍ତ୍ରୀଙ୍କ ସହ ଆଲୋଚନା ପାଇଁ ଯାଇଥିଲେ। ପାର୍ଟି ଅଫିସ୍‌ରେ ପହଞ୍ଚିବା ମାତ୍ରେ ଏହି ଦୁଇ ଅଧିକାରୀଙ୍କୁ ମନ୍ତ୍ରୀ ପ୍ରଥମେ ଲୁହା ରଡରେ ଆକ୍ରମଣ କରିବାକୁ ଉଦ୍ୟତ ହୋଇଥିବା ଅଭିଯୋଗ ହୋଇଛି । ପରେ ପ୍ଲାଷ୍ଟିକ ଚେୟାରରେ ସହକାରୀ ନିର୍ଦ୍ଦେଶକଙ୍କୁ ଆକ୍ରମଣ କରିଥିଲେ।

ଭୋଟ ହାତେଇବାକୁ ଧର୍ମ ନାଁରେ ଶପଥପାଠ କରାଉଛି ବିଜେପି: ଏସ୍‌ଇସିଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର: ଭୋଟ୍ ପୂର୍ବରୁ ଭୟଭୀତ ହୋଇପଡ଼ିଲାଣି ବିଜେପି । ଭୋଟ୍ ହାତେଇବାକୁ ଧର୍ମ ନାଁରେ ଶପଥପାଠ କରାଉଛନ୍ତି ବିଜେପି ବିଧାୟକ । ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ ଭଗବାନଙ୍କ ନାଁରେ କର୍ମୀ ଓ ଭୋଟରଙ୍କୁ ଶପଥପାଠ କରାଉଛନ୍ତି । ଯାହାକି ନିର୍ବାଚନ ଆଚରଣବିଧିର ଖୋଲାଖୋଲି ଉଲ୍ଲଂଘନ । ଏହା ବିରୋଧରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି । ବିଜେଡି ଅଭିଯୋଗ ଅନୁସାରେ ଗତ ୨୬ ତାରିଖରେ ଧାମନଗରରେ ଏକ ମନ୍ଦିରରେ ନିଜ ସମର୍ଥକଙ୍କୁ ଭୋଟ ଦେବାକୁ ଶପଥ କରାଇଥିଲେ ବିଜେପି ବିଧାୟକ । ଏହାର ପ୍ରମାଣ ଦେଇ ବିଷ୍ଣୁଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜେଡି ପ୍ରତିନିଧି ଦଳ ।

 

ଭକ୍ତଙ୍କୁ ମିଳିବ ଜଗା ଦର୍ଶନ: ଫେବ୍ରୁଆରୀ ପହିଲାରୁ ଖୋଲିବ ଶ୍ରୀମନ୍ଦିର

ପୁରୀ: ଜଗନ୍ନାଥ ଭକ୍ତଙ୍କ ଲାଗି ଖୁସି ଖବର । ଫେବ୍ରୁଆରୀ ପହିଲାରୁ ଖୋଲିବ ଶ୍ରୀମନ୍ଦିର ।  କୋଭିଡ ପ୍ରଟୋକଲ ମାନି ମହାପ୍ରଭୁଙ୍କ ଦର୍ଶନ କରିପାରିବେ ଭକ୍ତ ।  ଛତିଶା ନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଛି । ଏ ନେଇ ପ୍ରେସମିଟରେ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ । ୨୦୦ରୁ ୩୦୦ ସେବାୟତ ନେଇସାରିଛନ୍ତି ବୁଷ୍ଟର ଡୋଜ୍ । ସବୁ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଉଦ୍ୟମ ଜାରି ରହିବ । ତେବେ ପୂର୍ବ ଭଳି ରବିବାର ବନ୍ଦ ରହିବ ଶ୍ରୀମନ୍ଦିର । ପୁରୀବାସୀ ପଶ୍ଚିମ ଦ୍ୱାର ଦେଇ ମନ୍ଦିରକୁ ଦର୍ଶନ ନେଇ ପ୍ରବେଶ କରିବେ । ଅନ୍ୟ ଭକ୍ତମାନେ ପୂର୍ବଦ୍ୱାର ଦେଇ ପ୍ରବେଶ କରିବେ । କରୋନା କଟକଣା ମାନି ଭକ୍ତ ଜଗନ୍ନାଥ ଦର୍ଶନ କରିବେ ।

ସୂଚନା ଯୋଗ୍ୟ ଯେ, ଜାନୁଆରୀ ୧୦ ତାରିଖ ଠାରୁ ଶ୍ରୀମନ୍ଦିରରେ ବନ୍ଦ ରହିଛି ସାଧାରଣ ଦର୍ଶନ ।  ଜାନୁଆରୀ ୧୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଛତିଶାନିଯୋଗ ବୈଠକରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ହୋଇଥିବା ବେଳେ ଆସନ୍ତା ସୋମବାରକୁ ନିର୍ଦ୍ଧାରିତ ସମୟ ସରିବାର ଥିଲା । ଏଣୁ ଆଜି ପୁଣି ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା ଏବଂ ଏଥିରେ ରାଜ୍ୟର କରୋନା ସ୍ଥିତି ଏବଂ ସେବାୟତଙ୍କୁ ବୁଷ୍ଟର ଡୋଜ୍ ଟିକାକରଣକୁ ଅନୁଧ୍ୟାନ କରାଯାଇ ଶ୍ରୀମନ୍ଦିର ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି ।

ଏଥିସହିତ ପଢ଼ନ୍ତୁ: ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲାର ଶବଦାହକୁ ଅନୁମତି